ବଡଲୋକଙ୍କର ଜୀବନୀ ପୁସ୍ତକ ପଢି ପ୍ରଭାବିତ ହେଲା ବାଳକ ଆମେରିକା ରାଷ୍ଟ୍ରପତି ପଦ ଦିନେ ସେ ବାଳକ କରିଲା ଅଳଙ୍କୃତ । ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାରେ ଜାତ ଆଣେ ନାହିଁ ଜୀବନେ ସାର୍ଥକତା ସତ୍କର୍ମବଳେ ନିଃସ୍ୱ ମାନବ ବି ହୋଇପାରେ ଦିନେ ଜଗତଜିତା । ସମ୍ଭ୍ରାନ୍ତ, ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଦେଲେ ଜଣେ କଦାପି ମଧ୍ୟ ବଡ ମଣିଷ...
Category - କାହାଣୀ
ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ । ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା । ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ ଆବିଷ୍କାର କରି ‘ରେଡିୟମ୍’ ଦିନେ...
ବିଜ୍ଞାନଯୁଗରେ ମିଳିପାରେ ସବୁ ମଣିଷର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ମାତ୍ର ସ୍ନେହଶ୍ରଦ୍ଧା ନଥାଏ ଟିକିଏ ମଣିଷ ମଣିଷ ଭିତରେ ଭାଇ । ମଣିଷ ଭିତରେ ମଣିଷପଣିଆ ଥିଲେ ସୃଷ୍ଟି ହୁଏ ସେନେହ ପ୍ରୀତି ମାତ୍ର ଏହା ଦେଇ ପାରେନା ବିଜ୍ଞାନ ଅସାଧ୍ୟ ସାଧନ ତା’ କରାମତି । ଆଇନଷ୍ଟାଇନ୍ ଏହିକଥା ଦିନେ କହିଥିଲେ ଜଣେ ସଜ୍ଜନ ଜନେ ବିଜ୍ଞାନ ନୁହଁଇ ମଣିଷପଣିଆ...
ସଂଚୟରେ ନୁହେଁ ଦାନରେ ମର୍ଯ୍ୟାଦା ବୃଦ୍ଧିପାଇଥାଏ ଧନର ସଦା ମନେ ଭାବି ଦେଖ କୃପଣମାନେ ଏ ସମାଜେ କିପରି ପାଆନ୍ତି ନିନ୍ଦା? ସତ୍ପାତ୍ରେ ଧନ ଦାନ କରି ଦାନୀ ଅରଜି ପାରଇ ଯଶ ଅପାର ଏଥିଲାଗି ଏକ ଗଳ୍ପଶୁଣି ସର୍ବେ ବେଳଥାଉଁ ଠିକ୍ ବାଟଟି ଧର । ଧନର ମର୍ଯ୍ୟାଦା ସଂଚୟରେ ନୁହେଁ ବରଂ ଦାନରେ ହିଁ ବୃଦ୍ଧି ପାଇଥାଏ । ସେଇଥିଲାଗି ଜଗତରେ ଧନ...
ବାର୍ଦ୍ଧକ୍ୟ ହେତୁରୁ ସନ୍ଥ ଖୋଜୁଥିଲେ ଶିଷ୍ୟଙ୍କ ଭିତରୁ ଅସଲ ଜଣେ ବାରାଙ୍ଗନା ଘରେ ପଶିଗଲେ ଗୁରୁ ଯାଉଯାଉ ବାଟେ ଶିଷ୍ୟଗହଣେ । ଏହାଦେଖି ଶିଷ୍ୟ ବାଇଶ ଭିତରୁ ଚାଲିଗଲେ ସର୍ବେ ଜଣକୁ ଛାଡି ଭାବୁଥିଲେ ମନେ ଗୁରୁବର ବୋଧେ ଯାଇଛନ୍ତି ତାଙ୍କ ପଥକୁ ହୁଡି । ଗୁରୁଙ୍କ ଅପେକ୍ଷା କରିଥିବା ଶିଷ୍ୟ ଅସଲ ଶିଷ୍ୟରେ ହୋଇଲା ଗଣା ଆଚରଣ ମନ୍ଦ ନ ଥିଲା...
ସାମାନ୍ୟ କଥାରେ କ୍ରୋଧାନ୍ୱିତ ହୋଇ ହରାଏ ମଣିଷ ବିଚାରଶକ୍ତି ଜାଣିପାରେ ନାହିଁ ଭଲମନ୍ଦ ସିଏ କରି-ବସେ ସଦା କୁକର୍ମ ଅତି । ସେହିପରି ଜଣେ ବଦ୍ରାଗୀ ପିଲା ପାଇ ମାଆଙ୍କର ପ୍ରେରଣା ଦିନେ ସମାଜ ସେବକ ଭାବରେ ସେ ଖ୍ୟାତ ହୋଇଯାଇଥିଲେ ବିଶ୍ୱ ଭୁବନେ । ଅନେକ ଦିନ ତଳର କଥା । ବିଶ୍ୱବିଖ୍ୟାତ ସମାଜସେବକ ବାବା ଆମ୍ତେଙ୍କର ପିଲାଦିନର ଘଟଣା...
ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ । ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ ।...
ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ । ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ । ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ...
ସନ୍ଥ ରାମତୀର୍ଥ ପିଉଥିଲେ କ୍ଷୀର ଦୋକାନରୁ ପାଠ ପଢିଲା ବେଳେ ମାସକର ଟଙ୍କା ବାକି ରହିଗଲା ପଢାଶେଷେ ଯେବେ ଚାକିରି କଲେ । ଦରମାଟଙ୍କାରୁ ପଠାଇ ଚାଲିଲେ ମାସପରେ ମାସ ଛ’ମାସ ଯାଏଁ ଏହାର ରହସ୍ୟ ବୁଝି ନପାରି ସେ ଦୋକାନୀ ଲାହୋର ସହର ଧାଏଁ । ପଚାରିଲା ବାବୁ ଏତେ କାହିଁ ଦେଲେ ବାକିଥିଲା ମାସକର ପଇସା । କ୍ଷୀର ପିଇ ସ୍ୱାସ୍ଥ୍ୟବାନ ହେଲି ଯେଣୁ...
ମିଳୁଅଛି ବୋଲି ଅଯଥାରେ ଖର୍ଚ୍ଚ କରିବା ନୁହେଁ ଉଚିତ ପ୍ରାପ୍ତଅର୍ଥ ସଦ୍ମାର୍ଗରେ ବ୍ୟୟିତ କରୁଥାଏ ଯେ’ ସତତ । ସେହି ଏକା ବଡ ଏ ଧରା ବୁକୁରେ ସନ୍ଥ ଜିଲାନୀଙ୍କ ଭଳି ତାଙ୍କ ଜୀବନର ଘଟଣା ଶୁଣିଲେ ମଥା ଆମ ଯିବ ଘୂରି । ମଣିଷର ଯେତକ ବଡପଣିଆ ତା’ର ସୁଗୁଣ ଗୁଡିକ ଭିତରେ ହିଁ ନିହିତ ଥାଏ ।...
କ୍ରୋଧକୁ ଯେ’ ଜୟ କରିଥାଏ ସିଏ ଅସଲ ସାଧୁରେ ହୁଏ ଗଣିତ ଚଣ୍ଡାଳ ସାଥୀରେ ସମାନ ସେ ବ୍ୟକ୍ତି ଯାହାପାଶେ କ୍ରୋଧଥାଏ ସତତ । ତୀର୍ଥଙ୍କର ଭଗବାନ ମହାବୀର ଥିଲେ କ୍ରୋଧଜୟୀ ସାରା ଜୀବନେ ତାଙ୍କ ଜୀବନୀରୁ ଶୁଣିଲେ କଥାଟେ ବିସ୍ମିତ ହୋଇବେ ଶୁଣିବା ଜନେ । ଯେଉଁ ବ୍ୟକ୍ତି ପାଖରେ କ୍ରୋଧ ନଥାଏ, କେବଳ ସେ ହିଁ ଅସଲ ସାଧୁରେ ପରିଗଣିତ ହୋଇଥାଏ...
ଜ୍ଞାନୀବ୍ୟକ୍ତିମାନେ କହିଥାନ୍ତି ସଦା ଧୈର୍ଯ୍ୟ ମଣିଷର ମହାନ ଗୁଣ ଏହି ଗୁଣ ବଳେ ଅସାଧ୍ୟକାର୍ଯ୍ୟ ବି ଅତି ସହଜରେ ହୁଏ ସାଧନ । ଏଥିଲାଗି ଗୁରୁ ରାମଦାସଙ୍କର ଜୀବନୀରୁ କଥାଟିଏ ଶୁଣିଲେ ଜାଣିଯିବା ଧୈର୍ଯ୍ୟଗୁଣର ମହତ୍ତ୍ୱ ରାମଦାସ ଯାହା ବୁଝାଇଥିଲେ । ମାନବର ଅନେକ ସଦ୍ ଗୁଣ ମଧ୍ୟରେ ଧୈର୍ଯ୍ୟ ହେଉଛି ମହାନ୍ । ଏହି ଗୁଣଧାରୀ...
ଦୁନିଆରେ ଭାଇ ସ୍ୱାର୍ଥପର ହୋଇ ନିଜକଥା ଭାଳି ହୁଅନ୍ତି ସର୍ବେ ଏଭଳି କେତେକ ମଣିଷ ଅଛନ୍ତି ପରକଥା ଯିଏ ସତତ ଭାବେ । ସେଭଳି ମଣିଷ ପୃଥିବୀ ବକ୍ଷରେ ରହିଯାନ୍ତି ସଦା ଅମର ହୋଇ ସ୍ୱାର୍ଥପର କେବେ ମୃତ୍ୟୁବରିନିଏ ଏକଥା ଜଗତେ ଜାଣନ୍ତି ନାହିଁ । ହେଲେ ହୁଅ ପଛେ ସ୍ୱାର୍ଥପର ତୁମେ ପରହିତ ଚିନ୍ତାକର କିଂଚିତ୍ ଏହାଦ୍ୱାରା ତୁମ ଅମଙ୍ଗଳ ନୁହେଁ...
ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ । କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ...


