କାଠ କୋଇଲାରେ ଛବି ଆଙ୍କେ ପୁଅ ନିଜର ପ୍ରତିଭା ଦେବ ଦେଖାଇ ଝାଟିମାଟି କାନ୍ଥ ହେବାରୁ ମଇଳା ମାଆ ଗାଳିଦେଲେ କେତେଯେ କାହିଁ ଗାଳିଶୁଣି ପୁଅ ଲୁଚିଚାଲିଯାଇ ଶାନ୍ତିନିକେତନେ ପହଁଚିଗଲା ମନଦେଇ ଚିତ୍ରକଳା ପାଠପଢି ଦେଶ ବିଦେଶରେ ନାଆଁ ରଖିଲା । ଆଜିକାଲି ଭଳି ସେତେବେଳେ ସ୍କୁଲ କଲେଜ ବେଶୀ ନଥିଲା । କାଁ ଭାଁ କେଉଁଠି କେମିତି...
Category - କାହାଣୀ
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ...
ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି । ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ...
ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି । ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ । ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ...
ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ । ମହାପୁରୁଷଙ୍କ ଜୀବନୀ ପଢିଲେ ମିଳିବ ସେଥିରୁ ନାନା ଦୃଷ୍ଟାନ୍ତ ଡାକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା ଶୁଣିଲେ ଆଜିବି ଲାଗେ ଚକିତ । ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା...
ପାରିଲି ନାହିଁ ବୋଲି ମନେ ନ ନିଅ, ଥରକୁ ଥର ଚେଷ୍ଟା ଚଳାଇ ଥାଅ । ସତତ ଚେଷ୍ଟା ଜାରି ରଖିଲେ ଭାଇ, ନିଶ୍ଚୟ କାର୍ଯ୍ୟ ଯିବ ସଫଳ ହୋଇ । ବାରମ୍ବାର ବିଫଳତାକୁ ସଫଳତାର ଗୋଟିଏ ଗୋଟିଏ ପାହାଚ କୁହାଯାଇଥାଏ । ସୁତରାଂ କେବେହେଲେ କୌଣସି କାର୍ଯ୍ୟରେ ବିଫଳ ହେଲେ ଧୈର୍ଯ୍ୟ ନ ହରାଇ ଆଗକୁ ଅଗ୍ରସର ହେଲେ ଦିନେ ନା ଦିନେ ସଫଳତା ଅବଶ୍ୟ ମିଳିଥାଏ । ଏଠାରେ...
ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି । ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ । ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ ।...
“ବିଦ୍ୟାଳୟ ଦିନେ ଉଠୁଛିପଡୁଛି ମାରୁଛନ୍ତି ଡିଆଁ ଖୁସିରେ ପିଲେ ଏତିକିବେଳରେ ଅତିଥିପ୍ରବର ମୁଖ୍ୟମନ୍ତ୍ରୀ ଆସି ପହଁଚିଗଲେ । ଦେଖିଲେ ନାହାଁନ୍ତି ପିଲାଏ ସେଠାରେ ଶିକ୍ଷକ ହୁଅନ୍ତି ବ୍ୟସ୍ତବିବ୍ରତ ଅତିଥି କହିଲେ ଆସନ୍ତୁ ପିଲାଏ ଅପେକ୍ଷା କରିବା ସେହି ପର୍ଯ୍ୟନ୍ତ । ଶିଶୁବତ୍ସଳ ସେ ଅତିଥିପ୍ରବର ହରେକୃଷ୍ଣ ମହତାବ ଏକଥା କହିଥିଲେ ବୋଲି ଭାବିଲା ବେଳକୁ ତାଙ୍କ ପାଶେ...
୧୮୮୦ ମସିହା ବେଳର କଥା । ସେତେବେଳେ ଇଣ୍ଡିଆରେ ବଡଲାଟ୍ ଥାଆନ୍ତି ଲର୍ଡ ରିପନ୍ । ସେତିକିବେଳଠୁଁ ଇଣ୍ଡିଆବର୍ଷର ବଡ ବଡ ସହରରେ ଗଠିତ ମ୍ୟୁନିସପାଲଟି ଗୁଡିକରେ ସ୍ୱାୟତ୍ତ ଶାସନ ଦିବସ ପାଳନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଚାଲିଆସୁଛି । ମାତ୍ର ଆନନ୍ଦର କଥା ଯେ, ଏହାର ଚାରିବର୍ଷ ପୂର୍ବରୁ ଅର୍ଥାତ୍ ୧୮୭୬ରୁ କଟକ ମ୍ୟୁନିସପାଲଟି ଗଠନ ହୋଇସାରିଥିଲା । ସେହି ସ୍ୱାୟତ୍ତ...
କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ । ଦିନକର କଥା । ରାଧାନାଥବାବୁ ଅଫିସ୍...
ସତ୍ୟବାଦୀ ବନବିଦ୍ୟାଳୟରେ ଦିନକର ଘଟଣା । ସେଠାରେ ପଂଚସଖା ରୂପେ ପରିଗଣିତ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର ଶିକ୍ଷକତା କରୁଥାନ୍ତି । ଥରେ ନୀଳକଣ୍ଠ ଦାସ ତଳ ଶ୍ରେଣୀର ଛାତ୍ରମାନଙ୍କୁ ଭୂଗୋଳ ପାଠ ପଢାଉଥାନ୍ତି । ପାଠପଢା ଶେଷରେ ପିଲାମାନେ ଶିକ୍ଷାଦାନରୁ କିଛି ବୁଝିପାରିଲେ କି ନାହିଁ ତାହା ଜାଣିବା ପାଇଁ...
ଏକଦା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କୋଲକାତାର ଏକ ରାସ୍ତାରେ ଯାଉଥାନ୍ତି । ଏହି ସମୟରେ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ତା’ ମୁଣ୍ଡରେ ହାତ ରଖି ରାସ୍ତାକଡ ଗଛମୂଳରେ ବସିଥିବାର ସେ ଦେଖିଲେ । ପରଦୁଃଖରେ ଦୁଃଖୀ ମଣିଷ ବିଦ୍ୟାସାଗର ସେ ବୃଦ୍ଧର ଦୁଃଖ ଦେଖି ଅତ୍ୟନ୍ତ ବିଚଳିତ ହୋଇଗଲେ । ତେଣୁ ସେହି ବୃଦ୍ଧବ୍ୟକ୍ତି ପାଖରେ ଅଟକିଯାଇ ସେ ତା’ର ସମସ୍ୟା କଥା ପଚାରି ବୁଝିଲେ ।...
ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା...
ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ...
“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ । ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।” ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା ।...


