ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା । ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ...
Category - ପଞ୍ଚତନ୍ତ୍ର
ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ...
ଅରଣ୍ୟ ମଧ୍ୟରେ ଗୋଟିଏ କୂପ ଥିଲା । ସେହି କୂପରେ ଗଙ୍ଗଦତ୍ତ ନାମକ ବେଙ୍ଗରାଜ ବାସ କରୁଥିଲେ । ଦିନକର କଥା ଯେ ହଠାତ୍ ତାହାଙ୍କର ପ୍ରଜାମାନେ ତାଙ୍କ ସହ ଆଚରଣ ମନ୍ଦ ଭାବରେ କରିବାରୁ ସେ ଦୁଃଖିତ ହୋଇପଡ଼ିଲା । ସେଥିଲାଗି ସେ ସେହିଦିନ କୂପ ପରିତ୍ୟାଗ କରି ବାହାରକୁ ଆସି ଚିନ୍ତା କଲାଯେ, ଏପାରି ଥାଇ ସେ ତାର ପ୍ରଜାମାନଙ୍କୁ ଏପରି ପାନେ ଓଷଧ ଚଖାଇବ ଯେ ବଳେ ବଳେ ଠିକ୍...
ଅରଣ୍ୟ ମଧ୍ୟରେ ସିଂହଟିଏ ବାସ କରୁଥାଏ । ସେ ପୁଣି ସେହି ଅରଣ୍ୟର ରାଜା । ସେଦିନ ସେ କି ଯୋଗରେ ସକାଳ ଠାରୁ ବାହାରିଥିଲା ଯେ ସନ୍ଧ୍ୟା ହେଲା ପଛେ ସେ ତାର ଶିକାର ଗୋଟିଏ ସଂଗ୍ରହ ନକରି ଦିନଟା ସାରା ଉପାସରେ ବିତାଇ ସାରି ପୁଣି କିଛି ଆଗକୁ ଯାଆନ୍ତେ, ତା’ର ଦୃଷ୍ଟିକୁ ଗୋଟିଏ ଗୁମ୍ଫା ଦେଖାଗଲା । ସେଠାରେ ସେହି ଗୁମ୍ଫାକୁ ଦେଖି ସେ ବିଚାର କଲା ଯେ ଏତେ ବଡ଼...
ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି...
ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି...
ସୁନ୍ଦର ପୋଖରୀଟିଏ ଥିଲା । ସେଥିରେ ଗୁଡାଏ ପଦ୍ମଫୁଲ ଫୁଟିଥାଏ । ସେହି ପୋଖରୀରେ ଦୁଇଟି ମାଛ ଓ ଗୋଟିଏ ବେଙ୍ଗ ନିଜ ନିଜ ମଧ୍ୟରେ ମିତ୍ରତା ସ୍ଥାପନ କରି ରହୁଥାଆନ୍ତି । ଆଉ ମଧ୍ୟ ନିଜ ନିଜ ମଧ୍ୟରେ ଦୁଃଖ ସୁଖ ସହ କାଳାତିପାତ କରୁଥାନ୍ତି । ଏହିପରି ଭାବରେ ବେଙ୍ଗଟି ସେମାନଙ୍କ ସହିତରେ କିଛିଦିନ ରହିବା ମଧ୍ୟରେ ସେ ଜାଣିବାକୁ ପାଇଲା ଯେ ଏହି ଦୁଇସାଙ୍ଗଙ୍କ ମଧ୍ୟରୁ...
ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି...
ଦକ୍ଷଶିଳା ନଗରୀ । ସେହି ନଗରୀରେ ରାଜା ଥିଲେ ଦକ୍ଷଦତ୍ତ । ସେ ରାଜା ଖୁବ୍ ପ୍ରଜାବସିଳ ଥିଲେ । ତାଙ୍କର ରାଜୁତି ସମୟରେ ପ୍ରଜାମାନେ ବେଶ୍ ଆନନ୍ଦରେ ସମୟ ଅତିବାହିତ କରୁଥାଆନ୍ତି। ହଠାତ୍ ରାଜକୁମାରଙ୍କୁ ଗୋଟିଏ ବିଷାକ୍ତ ସର୍ପ ଦଂଶନ କରିଦେଲା । ରାଜାପୁଅ ଆଉ ବଞ୍ଚିଲା ନାହିଁ । ସେ ତତ୍କ୍ଷଣାତ୍ ମରିଗଲା । ପୁତ୍ର ଶୋକରେ ରାଜାରାଣୀ ଦୁହେଁ ଭାଙ୍ଗି...
ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି । ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ...
ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି...
ସୃଜନପୁର ନାମକ ଗୋଟିଏ ମଫସଲ ଗ୍ରାମ ଥିଲା । ସେହି ଗ୍ରାମରେ କାଳିଆ କୁମ୍ଭାରର ଘର । କୁମ୍ଭାର ମାଟିରେ ହାଣ୍ଡି ଗଢ଼ି ତାହାକୁ ପୋଡ଼ି ଗ୍ରାମକୁ ଗ୍ରାମ ନେଇ ବିକ୍ରୟ କରେ । ସେଥିରୁ ଯାହା ରୋଜଗାର ହୁଏ ସେହିଥିରେ ତାର ପରିବାର ପ୍ରତିପୋଷଣ କରେ । ତେବେ କୁମ୍ଭାର ଅନେକ ଗୁଡାଏ ତ ହାଣ୍ଡି ଗଢ଼େ । ସେ ହାଣ୍ଡି କ’ଣ ଗୋଟିଏ ଦିନରେ ବିକ୍ରି ହୋଇଯାଏ । ସେଥିପାଇଁ କୁମ୍ଭାର...
ଦିନକର କଥା । ଭୋଜପୁର ଶାସନର ଆନନ୍ଦ ଶର୍ମା ଯେଜେମାନି କାର୍ଯ୍ୟରେ ଦୂର ଗ୍ରାମକୁ ଯାଇଥିଲେ । ସେଠାରେ ରାମ ଥାଟୋଇ ନାମକ ଜଣେ ଦିନ ମଜୁରିଆର ଶ୍ରାଦ୍ଧ କର୍ମ ସାରି ଫେରିବା ସମୟରେ ସେ ଦକ୍ଷିଣା ସ୍ୱରୂପ ବ୍ରାହ୍ମଣଙ୍କୁ ଛେଳି ଗୋଟିଏ ଦେଲେ । ବ୍ରାହ୍ମଣ ଛେଳିଟିକୁ ପାଇ ଆନନ୍ଦ ହୋଇଗଲା । କାରଣ ସେ ଜଣେ କର୍ମାଙ୍ଗ ସିଦ୍ଧି ପୂତ ବ୍ରାହ୍ମଣ ହୋଇଥିବା...
ଗ୍ରାମ ମୁଣ୍ଡକୁ ଲାଗି ବିସ୍ତାରିତ ଗୋଟେ ପଡ଼ିଆ । ସେହି ପଡ଼ିଆ ମୁଣ୍ଡରେ ଥାଏ ଏକ ବଡ଼ ବରଗଛ । ବରଗଛ ମୂଳକୁ ଲାଗି ଗୋଟିଏ ବଡ଼ ହୁଙ୍କା । ହୁଙ୍କାକୁ ଲାଗି ରହିଥାଏ ଗୁଡାଏ ଛୋଟିଆ ବୁଦୁବୁଦିଆ ଘଞ୍ଚ କଞ୍ଚାଗଛ । ତାରି ମଧ୍ୟରେ ଗୋଟିଏ ଟିକି ଚଢ଼େଇ ଆସି ବସା ବାନ୍ଧି ରହିଲା । ସେଠାରେ କିଛିଦିନ ରହିବାପରେ ସେ ଦେଖିଲଯେ ଆଉ ଗୋଟେ ଛୋଟ ଚଢ଼େଇ ଆସି ବରଗଛର ଉପରେ ବସା ବାନ୍ଧି...
ଖୁବ୍ ବିସ୍ତାରିତ ଅରଣ୍ୟ । ରାଜ୍ୟର ରାଜାଙ୍କର ଏହି ଅରଣ୍ୟଟି ହେଉଛି ନିଜର ପାରିଧି କରିବାର ସ୍ଥାନ । ମଝିରେ ମଝିରେ ରାଜା ସେହି ଜଙ୍ଗଲକୁ ପାରିଧି କରିବାକୁ ଯାଇଥାଆନ୍ତି । ମନ ଖୁସିରେ ବାର୍ହା, ହରିଣ, ଖୁରଙ୍ଗ ଯାହାହେଲେ ଜନ୍ତୁଟିଏ ଶିକାର କରିଦେଲେ ବେଶ୍ ମନ ଆନନ୍ଦରେ ରାଜ ନଅରକୁ ଫେରି ଆସନ୍ତି । ସେହି ଅରଣ୍ୟଟି ଖୁବ୍ ବିସ୍ତୀର୍ଣ୍ଣ ଦେଖି...