ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ଅହଂକାର ସବୁ ଅନିଷ୍ଟର ମୂଳ

ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ...

Read More

ଫାଇଦା ଧାରୀର ଭଲ ହୁଏ ନାହିଁ

ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ...

Read More

କପଟୀକୁ ବିଶ୍ୱାସ କର ନାହିଁ

ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ ।                 ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ...

Read More

କୁକୁରର ପ୍ରଭୁ ଭକ୍ତି

ଗୋଟିଏ ଚୋର ବହୁତ ଚାଲାକ୍ ଥିଲା । ଦିନେ ଗୋଟିଏ ରାତିରେ ଗୋଟିଏ ଗୃହସ୍ଥିଙ୍କ ଘରେ ଚୋରି କରିବାକୁ ଗଲା । ଗୃହସ୍ଥ ଗୋଟିଏ କୁକୁର ପାଳି ଥିଲେ । କୁକୁରଟି ବହୁତ ପ୍ରଭୁ ଭକ୍ତ ଥିଲା । ସେ ରାତି ରାତି ଅନିଦ୍ରା ରହି ଘରକୁ ସୁରକ୍ଷା ପ୍ରଦାନ କରୁ ଥିଲା । ଚୋରକୁ ଦେଖିବା ମାତ୍ରେ କୁକୁରଟି ଜୋର୍ରେ ଭୁକିବାକୁ ଲାଗିଲା ।                 ଏଥର ଚୋର ଯାଏ କୁଆଡେ । ସେ...

Read More

ଖାଲ ଖୋଳିବା ଲୋକଙ୍କ କୁଅଁ

ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା...

Read More

କଣା ଚାହେଁ ସମସ୍ତେ କଣା ହୁଅନ୍ତୁ

ଜଙ୍ଗଲରେ ଶିକାରୀ ବିଛେଇ ଥିବା ଜାଲରେ ଦିନେ ଗୋଟିଏ ବିଲୁଆ ଫଶି ଗଲା । ଯେତେ ଚେଷ୍ଟା କଲେ ମଧ୍ୟ ସେହି ବିଲୁଆଟି ଶିକାରୀର ଜାଲ ମଧ୍ୟରୁ ଖସି ପାରିଲା ନାହିଁ । ତେଣୁ ବହୁତ ଛାଟି ପିଟି ହେଲା ସେ । କିନ୍ତୁ ସବୁ ପ୍ରକାର ଚେଷ୍ଟା ବିଫଳ ହେଲା ତାର । ଏହି ସମୟରେ ଜାଲ ବିଛେଇ ଥିବା ଶିକାରୀ ପହଁଚି ଦେଖିଲା ଯେ ଜାଲ ମଧ୍ୟରେ ଗୋଟିଏ ବିଲୁଆ ଧରା ପଡିଛି । ସେ ସଂଗେ ସଂଗେ...

Read More

ପ୍ରତ୍ୟେକ ଜିନିଷ କାମରେ ଆସେ

ଜଣେ ମେଷ ପାଳକର ଅନେକ ମେଷ (ମେଣ୍ଢା) ଥିଲା । ତାଙ୍କୁ ଦେଖା ଶୁଣା କରିବା ଲାଗି ଅନେକ ଗୁଡିଏ କୁକୁର ମଧ୍ୟ ଥିଲେ । ସେମାନେ ମେଣ୍ଢା ମାନଙ୍କୁ ଦିନ ସାରା ଜଙ୍ଗଲରେ ଘାସ ଚରାଉ ଥିଲେ ଆଉ ସଂଜ ନଇଁବା ଆଗରୁ ସେମାନଙ୍କୁ ନେଇ ସେହି ଗୋଠରେ ପହଁଚାଇ ଦେଉ ଥିଲେ । ଗୋଠରେ ପହଁଚାଇବା ପରେ କବାଟ କିଳି ଦେଉ ଥିଲେ । ତା’ପରେ ମାଲିକ ସେମାନଙ୍କର କୌଣସି ପ୍ରକାର ଖବର ଅନ୍ତର ନେଉ...

Read More

ଗୁଣ ବଡ ନା ସଂଖ୍ୟା ବଡ

ଏକଦା ବଣ ମଧ୍ୟରେ ପଶୁ ମାନଙ୍କର ଏକ ବୈଠକ ବସିଲା । ସେଥିରେ ଆଲୋଚନା ଆରମ୍ଭ ହେଲା କି କିଏ ସବୁ ଠାରୁ ବେଶୀ ଛୁଆ ଜନ୍ମ କରି ପାରନ୍ତି? ଭାଲୁ କହିଲା – ମୁଁ ଏକାଥରେ ଦୁଇଟି ଛୁଆ ଜନ୍ମ କରେ । ବିଲୁଆ କହିଲା – ମୁଁ ଏକାଥରେ ଚାରି ଚାରିଟି ଛୁଆ ଜନ୍ମ କରେ । ଘୁଷୁରି କହିଲା ମୁଁ ଏକାଥରକେ ଆଠଟି ଛୁଆ ଜନ୍ମ କରେ । ସିଂହୀ ଚୁପ୍ ଚାପ୍ ବସି ଥିଲା । ଯେଭଳି ମନେ ହେଉଥିଲା...

Read More

ସହଯୋଗରେ ସବୁ କାମ ଚାଲେ

ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ...

Read More

ସଇତାନର ସଇତାନୀ

ଜଙ୍ଗଲ ଭିତରେ ସିଂହ ରାଜା ଥରେ ସେଠାରେ ଥିବା ପୁରୁଷ ମଈଁଷି କୁ ଦେଖି ତା’ର ଜିଭରେ ପାଣି ଆସି ଗଲା । ସେ ଭାବିଲା ଯେଣ ତେଣ ଉପାୟରେ ସେହି ମଈଁଷିର ମାଂସକୁ ସେ ଖାଇବ । କିନ୍ତୁ ସେ ଆକାରରେ ଏତେ ବଡ ଥିଲା ଯେ ସିଂହ ପକ୍ଷରେ ତା’କୁ ଶିକାର କରିବା କଷ୍ଟକର ପାଠ ହୋଇ ପଡି ଥିଲା । ସେ ଚିନ୍ତା କଲା ମୁଁ ଯଦି ତାକୁ ଆକ୍ରମଣ କରି ଦେବି; ଯଦି ସେ ମୋତେ ତାର ବିରାଟକାୟ...

Read More

ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ

ସିଂହ ଶକ୍ତିଶାଳୀ ଥିଲା, ସେହି ପରି ଚିତା ମଧ୍ୟ ଶକ୍ତିଶାଳୀ ଥିଲା । ସିଂହ ଚିତାକୁ ଡରୁ ନଥିଲା କି ଚିତା ମଧ୍ୟ ସିଂହକୁ ଡରୁ ନଥିଲା । ଦୁହେଁ ନିଜ ନିଜ ଶକ୍ତିରେ ବଳବାନ୍ ଥିଲେ । ଏକଦା ସେମାନେ ଦୁଇଜଣ ଏକା ସାଙ୍ଗରେ ଶିକାର ପାଇଁ ବାହାରିଲେ । ଶିକାର ଖୋଜି ଖୋଜି ସେମାନଙ୍କ ନଜର ଗୋଟିଏ ହରିଣ ଉପରେ ପଡି ଗଲା । ତେଣୁ ଦୁଇ ଜଣ ଯାକ ତାକୁ ଚାରି ପଟୁ ଘେରି ଗଲେ ।...

Read More

ହିଂସାର ଫଳ ଖରାପ

ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା ।                 ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି...

Read More

କପଟୀର ଅନ୍ତ ଖରାପରେ ଶେଷ ହୁଏ

ସେଠ୍ଜୀ ରୋଗରେ ପଡି ଥିଲେ, ଭଲ ଭଲ ନାମଯାଦା ବୈଦ୍ୟ, ଡାକ୍ତର ମାନଙ୍କର ଔଷଧ ଦେଉ ଥିଲେ କିନ୍ତୁ ରୋଗ ଭଲ ହେବ କ’ଣ ଓଲଟି ବଢି ବଢି ଚାଲି ଥିଲା । ଯେତେ ବେଳେ ବୈଦ୍ୟ ମାନେ ଔଷଧ ଦେଇ ଦେଇ ଥକି ଗଲେ ସେତେ ବେଳେ ଦିନେ ସେମାନେ ସେଠ୍ଜୀଙ୍କୁ ସଫା ସଫା କହି ଦେଲେ କି – ଆପଣଙ୍କ ରୋଗ ଆଉ କେବେ ଭଲ ହେବ ନାହିଁ । ଔଷଧ ପତ୍ର ସବୁ ଆପଣଙ୍କ ରୋଗ ନିମନ୍ତେ ବୃଥା ହେଉଛି । ତେଣୁ...

Read More

ଅତି ଲୋଭରେ ବଂଶ ବୁଡେ

ସଂନ୍ଧ୍ୟା ହେବା ଆଗରୁ କଳା ହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା । ଚାରି ଆଡେ ପାଣି ହିଁ ପାଣି । ଏହି ସମୟରେ ଜଙ୍ଗଲରେ ଛେଳି ଚରାଇବାକୁ ନେଇ ଥିବା ଛେଳି ଚରାଳି ବ୍ୟସ୍ତ ହୋଇ ଗଲା ଯେ ସେ କିଭଳି ଛେଳି ମାନଙ୍କୁ ନେଇ ଗାଁରେ ପହଁଚିବ । ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଁଚି ଗଲା । ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ...

Read More

ପ୍ରଶଂସାରେ ଭୁଲ ନାହିଁ

ଗୋଟିଏ କାଉ ଗୋଟିଏ ମାଂସ ଟୁକୁଡା ନେଇ ଗୋଟିଏ ଗଛ ଡାଳରେ ବସିଲା । ଗଛ ତଳେ ଗୋଟିଏ ବିଲୁଆ କାଉକୁ ଦେଖିଲା ଆଉ ତା’ର ମାଂସ ଟୁକୁଡା ପ୍ରତି ଲୋଭ ହେଲା । ଯେମିତି ହେଉ କାଉ ଥଂଟରୁ ଏହି ମାଂସ ଟୁକୁଡା ଖଣ୍ଡିକ ଆଣିବ ଆଉ ତାକୁ ସେ ଖାଇବ । ସେଥି ପାଇଁ ବିଲୁଆଟି ଏକ ଉପାୟ ପାଂଚିଲା । ଚିନ୍ତା କରୁ କରୁ ତା’ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ସେ କାଉକୁ ଦେଖି କହିଲା ବାଃ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ