ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ । ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି...
Category - ହିତୋପଦେଶ କାହାଣୀ
ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ । ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି...
ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା । ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି...
ଦେବଦତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶିଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱରବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ...
ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ । ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ୍ ହୋଇ ଗଲେଣି । ସେହି ପିଲାଟିର ବାପା କୌଣସି ଏକ ଅଫିସ୍ ରେ କାମ କରନ୍ତି । ଦିନେ ଅଫିସ୍ ରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ୍ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି । ଠିକ୍ ବେଳରେ କାମ...
ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ । ଯଦୁ ସବୁବେଳେ ମଧୁକୁ କହୁଥାଏ, “ହଇରେ, ଗୁରୁଙ୍କ କଥା ତୁ କେବେ ମନେ...
ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା । ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ । ...
ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା...
ଜଣେ ପ୍ରକୃତ ଶିକ୍ଷକ ଯିଏ ଦୋଷୀକୁ ଦଣ୍ଡବଦଳରେ ପୁରସ୍କାର ଦେଇଥାନ୍ତି । ଏହି ନୀତି ଅବଲମ୍ବନରେ ଜଣେ ଦୁଷ୍ଟ ପିଲାର ଆଚରଣ ଅତି ସହଜରେ ବଦଳି ଯାଇଥାଏ । ଏହି କହାଣୀଟି ଜଣେ ପ୍ରକୃତ ଗୁଣିବାନ୍ ଶିକ୍ଷକଙ୍କ ଜୀବନର ଏକ ସତ୍ୟ ଘଟଣା । ସେଇ ଶିକ୍ଷକ ଜଣକ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ଥରେ ସେହି ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ପତ୍ରିକା ବାହାର...
ଖରାଦିନ । ଉଦୁଉଦିଆ ଦ୍ୱିପ୍ରହର ବେଳ । ପ୍ରଚଣ୍ଡ ସୂର୍ଯ୍ୟତାପ ସତେ ଯେମିତି ଧରାପୃଷ୍ଠକୁ ଜାଳି ଦେଉଛି । ଉଦ୍ଭିଦଜଗତ ଝାଉଁଳି ପଡିଥିବା ବେଳେ ପ୍ରାଣୀମାନେ ମୁନ୍ଦିଏ ଜଳପାଇଁ ଡହଳ ବିକଳ ହେଉଥାନ୍ତି । ହଠାତ୍ ପାହାଡି ଝରଶାରୁ ଜଳ ମୁନ୍ଦିଏ ପିଇବା ଲାଗି ଠେକୁଆଟିଏ ଦୌଡିଆସିଲା । ସେ ଶୋଷ ମେଂଟାଇବା ପାଇଁ ପାଣିରେ ମୁହଁ ଲଗେଇଛି କି ନାହିଁ, ହଠାତ୍ ସିଂହର...
କୌଣସି ଏକ ଅଂଚଳରେ ଜଣେ ସୁପ୍ରସିଦ୍ଧ ଶସ୍ତ୍ରଗୁରୁ ଥିଲେ । ସେ ଶସ୍ତ୍ର ବିଦ୍ୟାରେ ଖୁବ୍ ଧୂରନ୍ଧର ଥିଲେ ସିନା ସ୍ୱଭାବତଃ ଭାରି ଲୋଭୀ ଥିଲେ । ସୁତରାଂ ସେ କେବଳ ଧନୀପିଲାଙ୍କଠାରୁ ମୋଟା ଅଙ୍କର ଅର୍ଥ ପାଇବା ଲାଗି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଫଳରେ କେବଳ ଧନୀ ପିଲାମାନେ ହିଁ ଧନୁର୍ଦ୍ଧର ବୀର ପାଲଟି ଯାଉଥିଲା ବେଳେ ଗରିବ...
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ...
ଥରେ ଜଣେ ବ୍ୟକ୍ତି ତା’ର ଘୋଡାଗାଡିଟି ନେଇ ସକାଳୁ ସକାଳୁ କୌଣସି କାର୍ଯ୍ୟରେ ବାହାରିଥାନ୍ତି । ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ରାସ୍ତା ଘାଟ ପାଣି କାଦୁଅରେ ଭର୍ତ୍ତି ହୋଇଗଲା । ଘୋଡାଗାଡିଟି କିଛିବାଟ ଯାଇଛି କି ନାହିଁ, ତା’ର ଚକ କାଦୁଅରେ ଗଳିଗଲା । ଲୋକଟି ତା’ର ଚାବୁକ୍ ସାହାଯ୍ୟରେ ଘୋଡାକୁ ଯେତେ ପିଟିଲେ ବି କିଛି ଲାଭ ହେଲାନାହିଁ । ଘୋଡା ଟାଣି...
ଜଣେ ଭଦ୍ରବ୍ୟକ୍ତି ସକାଳୁ ସକାଳୁ ମନ୍ଦିର ବାହାରିଥାନ୍ତି । ଯେମିତି ସେ ମନ୍ଦିର ନିକଟରେ ଗାଡି ରଖି ମନ୍ଦିର ଭିତରକୁ ଯିବାକୁ ଉଦ୍ୟମ କରୁଛନ୍ତି, ଜଣେ କିଏ ଆସି କହିଲା, ଆପଣ ତ ଭଲ ଲୋକ । ସବୁଦିନ ମୁଁ ଏଠାରେ ଗାଡି ରଖେ । ଆପଣ ଆଜି ଆପଣଙ୍କର ଗାଡିଟିକୁ ରଖି ମୋ ସ୍ଥାନ ଦଖଲ କରିନେଲେ । ହଉ ରଖିଲେଣି ତ ରଖନ୍ତୁ ।” ଏକଥା ଶୁଣି ଭଦ୍ରଲୋକଙ୍କ ମନରେ...