ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

କଇଁଛର ଧୀର ଚାଲି

       ସୃଷ୍ଟି ଆରମ୍ଭ ବେଳର କଥା । ସେତେବେଳେ ସବୁପ୍ରାଣୀ ମିଳିମିଶି ଚଳୁଥାନ୍ତି । ଭଗବାନ ସବୁ ପ୍ରାଣୀକୁ ସେମାନଙ୍କର ଆତ୍ମରକ୍ଷା ପାଇଁ କିଛି ନା କିଛି ଅର୍ପଣ କରିଥିଲେ । ଏଇ ଯେମିତି କାହାକୁ ଶିଙ୍ଗ ତ କାହାକୁ ତୀକ୍ଷ୍ନ ନଖ ଓ ଦାନ୍ତ । ହେଲେ କାହା ମନରେ ତିଳେହେଁ ଦୁଃଖ ନଥିଲା । ସମସ୍ତପ୍ରାଣୀ ପରସ୍ପରକୁ ସାହାଯ୍ୟ କରି ଚଳୁଥାନ୍ତି ।        ମାତ୍ର ଏହି...

Read More

ପ୍ରକୃତ ଧନୀ କିଏ?

       ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁବାବା ରହୁଥିଲେ । ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା । ଗେରୁଆ ପିନ୍ଧାବସ୍ତ୍ର ବି ଖଣ୍ଡିକରୁ ଦିଖଣ୍ଡ ନ ଥିଲା, ଅନ୍ୟବସ୍ତୁ କଥା ପଚାରେ କିଏ?        ଦିନକର କଥା, ରାତି ଅଧରେ ଚୋରଟିଏ ଆଶ୍ରମରେ ପହଁଚିଲା । ସେ ଆଶ୍ରମସାରା ଯେତେ ଖୋଜାଲୋଡା କଲେ ବି କିଛି ପାଇଲା ନାହିଁ । ସେ ଫେରି ଯିବାକୁ ବିଚାର କରୁଥିଲା...

Read More

ଶିଷ୍ୟ ଗୁରୁଙ୍କୁ ବଳିଗଲେ

       ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ ।        ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, “ମୋର ଅସଂଖ୍ୟ ଶିଷ୍ୟ...

Read More

ଈର୍ଷା ଓ ସ୍ୱାର୍ଥପରତା ମଣିଷର ପରମ ଶତ୍ରୁ

       ଜଣେ ନିଷ୍ଠାବାନ ପୂଜକ ମନ୍ଦିର ପୂଜା କରୁଥିଲା ବେଳେ ଦିନେ ଜଣେ ବ୍ୟକ୍ତି ତାଙ୍କୁ ଅନୁରୋଧ କରି କହିଲା, “ମହାତ୍ମା ! ମୋର ସ୍ତ୍ରୀ କିଛି ଦିନ ତଳେ ମୃତ୍ୟୁ ବରଣ କରିଛନ୍ତି । ସୁତରାଂ ଆପଣ ଠାକୁରଙ୍କ ପାଖରେ ମନ୍ତ୍ର ଉଚ୍ଚାରଣ ସହିତ ପୂଜାପାଠ କରନ୍ତୁ, ଫଳରେ ମୋ ସ୍ତ୍ରୀର ଆତ୍ମା ସଦ୍ଗତି ଲାଭ କରୁ ।”        ପୂଜକ ଜଣକ ଜଣେ ବିଜ୍ଞ ବ୍ୟକ୍ତି ଥିଲେ । ସେ...

Read More

ଧନର ସଦୁପଯୋଗ

ହରି ଓ ନରି ଦୁଇଭାଇ । ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ । ହରି ଜଣେ କୁଶଳୀ କୁମ୍ଭକାର । ସେ ମାଟିରୁ ପ୍ରତ୍ୟହ ସୁନ୍ଦର ସୁନ୍ଦର ଖେଳନା ତିଆରି କରି ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରେ । ହେଲେ ନରି ଥିଲା ଜଣେ ମୂର୍ତ୍ତିକାର । ମୂର୍ତ୍ତିଗୁଡିକ ସତେଯେମିତି ଜୀବନ୍ତ । ବଜାରରେ ତା’ର ଚାହିଦା ବେଶୀ ଓ ଭଲ ରୋଜଗାର ସେମିତି । ଦୁହିଁଙ୍କ ଘର ଗାଁ ଭିତରେ...

Read More

ପରାଧୀନ ଜୀବନ

ବିଲୁଆଟିଏ କିଆବୁଦାରେ ବସା ବାନ୍ଧିଥାଏ । ସେ କେତେବେଳେ ଖାଇବାକୁ ପାଏ ତ କେତେବେଳେ ପାଏ ନାହିଁ । ଏବେ ସେ ରହୁଥିବା ଅଂଚଳରୁ ଖାଦ୍ୟ ସରିଆସିବାରୁ ତାକୁ ଖାଦ୍ୟ ପାଇବା କଷ୍ଟ ହେଲା । ତେଣୁ ସେ ଆଉ ଖାଦ୍ୟ ନ ଖୋଜି ଘରେ ଚୁପ୍ ହୋଇ ବସିଗଲା । ଦିନକୁ ଦିନ ତା’ର ଶରୀର କ୍ଷୀଣ ହେବାରେ ଲାଗିଲା ।        କିଛି ଦିନ ପରେ ବିଲୁଆ ବାଧ୍ୟହୋଇ ଅନ୍ୟ ଏକ ଅଂଚଳକୁ ଖାଦ୍ୟ...

Read More

କୁକର୍ମର ବିଷଫଳ

       ଗୋଟିଏ ଗାଁରେ ବଟ ଓ ନଟ ଦୁଇଭାଇ ଥିଲେ । ସ୍ୱଭାବରେ ବଟ ଅତ୍ୟନ୍ତ ଶାନ୍ତଶିଷ୍ଟ ଥିଲା, ହେଲେ ନଟ ଥିଲା ବହୁତ ଦୁଷ୍ଟ । ବଟ ଘରକାମରେ ବାପାଙ୍କୁ ସାହାଯ୍ୟ କରେ, ହେଲେ ଅମାନିଆ ନଟ କାହା କଥା ଶୁଣେନି । ଘରେ ବାହାରେ ସବୁଠି ଦୁଷ୍ଟାମୀ କରେ, ଅଯଥାରେ ବୁଲି ବୁଲି ସମୟ ନଷ୍ଟ କରିଦିଏ । ଲୋକମାନେ ନଟର ଏପ୍ରକାର କୁପ୍ରବୃତିକୁ ଘୃଣା କରନ୍ତି ।        ଦୁଇଭାଇ...

Read More

ସମାଲୋଚନା ସଫଳତା ଆଣିଦିଏ

       ଏକଦା ଜଣେ ମୂର୍ତ୍ତି କାରିଗର ସୁନ୍ଦର ମୂର୍ତ୍ତିଗଢି ଭଲ ପଇସା ପାଉଥାନ୍ତି । ଏହା ଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣରେ କିଛି ଅସୁବିଧା ହେଉନଥିଲା ।        କୌଳିକ ପ୍ରଥାଭଳି ପୁଅ ମଧ୍ୟ ବାପାଙ୍କର ମୂର୍ତ୍ତିଗଠନ କାର୍ଯ୍ୟ ଆଦରିନେଲେ । ପୁଅର ମୂର୍ତ୍ତି ଗଢିବାରେ ଆଗ୍ରହ ତାକୁ ବାପାଙ୍କଠାରୁ ଅଧିକ ସୁନାମ ଆଣିଦେଲା । ଏବେ ପୁଅର ମୂର୍ତ୍ତିଗୁଡିକ ବାପାଙ୍କ...

Read More

ଚିରନ୍ତନ ସୁଖ ଯାହାର ଯେଉଁଠି

       ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ ।        ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ...

Read More

ଅତିଲୋଭର ପରିଣାମ

ଅନେକ ବର୍ଷ ତଳର କଥାଟିଏ । ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ । ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା । ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ । କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି...

Read More

କାହାକୁ ହୀନ ମଣିବା କାହିଁକି

       ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ ।        ସେହି ବଗିଚାର...

Read More

ବିଚାରପତିଙ୍କ ନ୍ୟାୟାଦେଶ

ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ ।        ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ...

Read More

ମୃତ୍ୟୁକୁ ଡର କାହିଁକି?

       ଏକ ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ନ୍ୟାସୀ ବାସ କରୁଥାନ୍ତି । ତାଙ୍କ ଜୀବନସାରା ସେ କେବଳ ଜପତପ ସାଧନା କରି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲେ ।        ଦିନକର କଥା । ସ୍ନାନ ଶୌଚାଦି କର୍ମ ଶେଷ କରି ସନ୍ନ୍ୟାସୀ ଠାକୁର ପୂଜାରେ ବ୍ୟସ୍ତ ଥାଆନ୍ତି । ଠିକ୍ ଏତିକିବେଳେ ସେହି ରାଜ୍ୟର ସେନାପତି ଆଶ୍ରମରେ ପହଂଚି ତାଙ୍କର ସୈନ୍ୟଦଳ ପାଇଁ ଆତିଥ୍ୟ...

Read More

ଧନ ରତ୍ନ ଠାରୁ ବିଶ୍ୱାସ ବଡ

ରାଜା ସଲୋମନ୍ ଙ୍କ ଶାସନ କାଳରେ, ଚୋରଟିଏ ଚୋରି କରିବାକୁ ତା’ର କୌଳିକ ବୃତି ଧରି ନେଇଥାଏ । ସେ ଚୋରି କରିବାରେ ଖୁବ୍ ଧୂରନ୍ଦର ଥିଲା । ସେ ପ୍ରତ୍ୟହ ଚୋରି କରୁଥିଲା ସତ, ହେଲେ ତା’ର ଚୋରି ଦ୍ରବ୍ୟକୁ ନିଜ ଘରେ ନ ରଖି ତା’ର ଜଣେ ବନ୍ଧୁଙ୍କ ଘରେ ରଖୁଥିଲା ।        ବନ୍ଧୁଜଣକ ବି ସେହି ଚୋରାଧନକୁ ଖୁସିରେ ରଖୁଥିଲା । ସେ ମନେ ମନେ ଭାବୁଥିଲା ଏତେଗୁଡିଏ ମୂଲ୍ୟବାନ...

Read More

ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ

       ଜଣେ ଭାରି କଡା ଓ ରାଗି ମିଞ୍ଜାସର ଗୁରୁ ଥାଆନ୍ତି । ସବୁବେଳେ ବହିପାଠକୁ ମୁଖସ୍ଥ କରିବାକୁ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥାନ୍ତି । କାହାରିକୁ ବୁଲିବା କି ପାଠ ବିଷୟରେ ଚିନ୍ତା କରିବାକୁ ପ୍ରଶ୍ରୟ ଦେଉନଥିଲେ । ଏହାଦ୍ୱାରା କେବଳ ସମୟ ଅପଚୟ ହେଉଛି ବୋଲି କହି ଏଭଳି କରୁଥିବା ଶିଷ୍ୟଙ୍କ ଉପରେ ବିଗୁଡୁଥିଲେ । ଯେଉଁ ଶିଷ୍ୟ କୌଣସି ବିଷୟ ଠିକ୍ ରେ ବୁଝିପାରୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ