ଗୋଟିଏ ଦେଶରେ ଜଣେ ରାଜା ଥିଲେ । ତାଙ୍କର ଦୁଇଟି ରାଣୀ, ଏବଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ପୁତ୍ରର ଜନନୀ । ବଡରାଣୀଙ୍କ ପୁଅର ନାମ ‘ସୂର୍ଯ୍ୟ’ ଏବଂ ସାନରାଣୀର ପୁତ୍ର ‘ଚନ୍ଦ୍ର’ । ଉଭୟଙ୍କର ବୟସ ତାରତମ୍ୟ ବହୁତ କମ୍ । ଦୁଇ ପୁଅଙ୍କର ବିଦ୍ୟାଶିକ୍ଷା ବୟସ ଉପଗତ ହେବାରୁ ରାଜା ତାଙ୍କୁ ଗୁରୁକୁଳ ଆଶ୍ରମରେ ଛାଡିଦେଲେ । ଆଶ୍ରମରେ ସବୁ ଶିଷ୍ୟଙ୍କୁ ପଛରେ...
Category - ହିତୋପଦେଶ କାହାଣୀ
ଗାଁ ସେଶ ମୁଣ୍ଡରେ ଗୋଟିଏ ବୃଦ୍ଧା ରହୁଥାଏ। ତା’ର ଆଗକୁ କି ପଛକୁ କେହି ନଥାନ୍ତି । ଏକା ଏକା କୁଡିଆ ଘରଟିରେ ବୁଢୀ କ’ଣ ଖାଏ, କିପରି ରହେ କେହି ଜାଣନ୍ତି ନାହିଁ । କାରଣ ବୁଢୀଟି ଅତ୍ୟନ୍ତ କଳିହୁଡି । ସେ ଶେଯରୁ ଉଠିଲାଠୁ ଶୋଇବା ଯାଏଁ କାହା ସାଥୀରେ ନା କାହା ସାଥୀରେ କଳି କରିବ ହିଁ କରିବ । କଂଟାବାଡକୁ ଲୁଗାଛାଟି କଳିକଲା ଭଳି ତା’ର କାମ । ଦିନେ କଳି ନ କଲେ...
ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା । ଶେଷରେ ମହିଳା ଜଣକ ସ୍ଥିରକଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ...
ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ପ୍ରଜାବସିଳ ଥିଲେ । ସୁତରାଂ ପ୍ରଜାମାନେ ବି ତାଙ୍କୁ ଦେବତା ଭଳି ପୂଜା କରୁଥିଲେ । ରାଜ୍ୟରେ ଚୋରି, ଡକାୟତି, ହିଂସା ଆଦି କିଛି ନଥିଲା । ହେଲେ ରାଜାଙ୍କ ମନରେ ଭାରି ଦୁଃଖଥିଲା । କାରଣ ସେ ମୃତ୍ୟୁକୁ ଭାରି ଡରୁଥିଲେ । ରାଜା ପ୍ରତି ମୁହୂର୍ତରେ ଭାବୁଥିଲେ ଯେ ମୃତ୍ୟୁ ଆସି ପହଂଚିଯିବ । ସେଥିପାଇଁ ସେ ଭୟରେ...
ଦୁଇବନ୍ଧୁ ଏକ ମରୁଭୂମିରେ ଯାଉଥାନ୍ତି । ଏମାନଙ୍କ ଭିତରେ ମରୁଭୂମିରେ ଯିବା ଆସିବା କରିବାରେ ଜଣେ ପୁରୁଣା ଓ ଜଣେ ନୂଆ ଥିଲେ । ସେମାନେ ବାଟରେ ଯାଉ ଯାଉ ନୂଆ ବନ୍ଧୁଟିକୁ ଶୋଷ ଲାଗିଲା । ମରୁଭୂମିରେ ଯାତ୍ରା, ଜଳ କେଉଁଠୁ ଅବା ମିଳିବ? ସୁତରାଂ ପୁରୁଣା ବନ୍ଧୁ ଜଣକ ଉପାୟଶୂନ୍ୟ ହୋଇଗଲା । କାରଣ ସିଏ ବି ସାଥୀରେ ପାଣି ନେବାକୁ ଭୁଲିଯାଇଥିଲେ । ମାତ୍ର...
ଏକଦା ବିଜୟନଗରରେ ମୂଷାର ପ୍ରାଦୁର୍ଭାବ ବଢିଚାଲିଲା । ସେମାନେ କଟାକଟି କରି ଖାଦ୍ୟଶସ୍ୟ ଖାଇ ଯାହା କ୍ଷତି କଲେ, ହେଲେ ସବୁଠାରୁ ବଳିଗଲା ପ୍ଲେଗ୍ ରୋଗ ବ୍ୟାପିବା ଆଶଙ୍କା ଯାହାର ମୂଳ କାରଣ ମୂଷାମାନେ ଥିଲେ । ଏବେ ପ୍ରଜାମାନେ ଅଭିଯୋଗ ବାଢିଲେ ରାଜାଙ୍କ ପାଖରେ ମୂଷାବଂଶ ନିପାତ କରିବା ପାଇଁ । ଅବୁଝା ରାଜାବି ଏହାକୁ ସ୍ୱୀକାର କରିନେଲେ । ...
ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ । କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ...
ରାଜାଙ୍କ ଘରେ ନୀଳ ରଙ୍ଗର ପିଆଲାଟିଏ ଥିଲା । ଏହା ଅତି ସୁନ୍ଦର ଦେଖାଯାଉଥିଲା । ସୁତରାଂ ରାଜା ତାକୁ କେବଳ ଅତିଥିମାନଙ୍କୁ ଦେଖାଇବା ପାଇଁ ରଖିଥିଲେ । ଏହା ରାଜାଙ୍କର ସତେଯେମିତି ଅମୂଲ୍ୟ ସମ୍ପତି ଭାବରେ ଗଣା ଯାଉଥିଲା । ଏହାକୁ ଜଗିବା ପାଇଁ ସିପାହୀ ନିଯୁକ୍ତ ହୋଇଥିଲାବେଳେ ରାଜକର୍ମଚାରୀମାନେ ଯତ୍ନ ନେବାରେ ବି ହେଳା କରୁନଥାନ୍ତି । ଥରେ ରାଜା...
ଜଣେ ଶେଠ୍ ତାଙ୍କର ଜୀବନ କାଳ ଭିତରେ ନାନା କୁକର୍ମ କରି ଅନେକ ଧନଠୁଳ କରିଥିଲେ । ମାତ୍ର ତାଙ୍କର ଶେଷ ଜୀବନରେ ସେ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବା ଲାଗି ଇଚ୍ଛା କଲେ । ଧର୍ମ ବିଶ୍ୱାସ ଅନୁସାରେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି କରି ତୀର୍ଥଯାତ୍ରାରେ ଯିବାକୁ ଶେଠ୍ ଚାହିଁଲେ । ସ୍ୱର୍ଗପ୍ରାପ୍ତି ହେବା କଥା ଶେଠ୍ ଶୁଣିଲେ । ତେଣୁ ସ୍ତ୍ରୀକୁ ସାଥୀରେ ନେବା...
ଗୋଟିଏ ଜଙ୍ଗଲରେ ଗଛ ଡାଳରେ କପୋତଟିଏ ବସା ବାନ୍ଧି ରହିଥାଏ । ଥରେ ସେ ବସାରେ କେତୋଟି ଅଣ୍ଡା ଦେଲା । ମାଆ କପୋତ ମନରେ ଆନନ୍ଦ କହିଲେ ନସରେ । ଅଣ୍ଡାରୁ ଛୁଆ ବାହାରିବେ, ସେମାନଙ୍କର ଲାଳନ ପାଳନ କରି ବାତ୍ସଲ୍ୟ ମମତା ବାଂଟିଦେବ ଆଦି ଭାବନା ମନରେ ନେଇ ଖୁସି ହେଉଥାଏ ସେ । ହେଲେ ଦିନେ ମାଆ କପୋତର ସମସ୍ତ ଆଶା ମଉଳିଗଲା । ସେହି ଜଙ୍ଗଲରେ ରହୁଥିବା...
ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର । ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର...
ଥରେ ଓଧଟିଏ ପାଣିରେ ବୁଡି ବୁଡି ମାଛ ଖାଉଥିଲା । କିଆବୁଦାମୂଳରେ ଥିବା ବଣଭୁଆଟିଏ ଏହା ଦେଖିଲା । ତା’ର ବି ମାଛ ଖାଇବାକୁ ପାଟିରୁ ଲାଳ ଗଡିଲା । ହେଲେ ସେ ଖାଇବ କେମିତି । ତାକୁ ତ ପାଣିରେ ଭଲ ବୁଡିଆସେନି । ଏପରି କଲେ ମରିଯିବା ସାରହେବ ସିନା । ବଣଭୁଆଟି ଯେମିତି ଚତୁର ସେମିତି ଠକ ବି ଥିଲା । ସେ ଏକ ଉପାୟ ପାଂଚିଲା କେମିତି ହେଲେ ଓଧ ହାତରୁ...
ଅନେକ ବର୍ଷ ତଳର କଥା । ଗୋଟିଏ ଦେଶରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ଧନଶାଳୀ ଓ ବଳଶାଳୀ ଥିଲେ । ସେ ସବୁବେଳେ ଗର୍ବ ଅହଂକାରରେ ବୁଡି ରହି ପ୍ରଜାଙ୍କ ମଙ୍ଗଳ ଚିନ୍ତା ପରିବର୍ତେ ସ୍ୱାର୍ଥ ଚିନ୍ତାରେ ବ୍ୟସ୍ତ ଥିଲେ । ଥରେ ରାଜା ରାଜଉଆସ ଛଡା ଆଉ ଏକ ସୁଗମ୍ୟ ଅଟ୍ଟାଳିକା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କଲେ । ତହୁଁ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ...
ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି ।...
ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ । ...