ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ଆଗେ ଘରର ପଛେ ଅନ୍ୟର

       ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ ।       ...

Read More

ଯଥାର୍ଥ ଦାନ

ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ...

Read More

ଈଶ୍ୱର ପ୍ରାଥନାର ଚମତ୍କରିତା

       ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ଇଟା ପ୍ରସ୍ତୁତ କରି ବିକ୍ରୀ କରୁଥାନ୍ତି । ପ୍ରଥମେ କଂଚା ମାଟିରେ ଇଟା ଛାଂଚରେ ତିଆରି ହୁଏ । ତାକୁ ଖରାରେ ଶୁଖାଇ ଭାଟିରେ ସଜାଡି ରଖି ପୋଡାଯାଇଥାଏ । ତାପରେ ତାକୁ ବିକ୍ରୀ କରାଯାଏ ।        ଦିନକର କଥା, ଇଟାକୁ ଭାଟିରେ ସଜାଡି ରଖାଯାଉଥାଏ । ସେହି କଂଚାଇଟାର ଭାଟିରେ ସେହି ବ୍ୟକ୍ତି ଦେଖିଲେ ଏକ ପକ୍ଷୀ ଘାସପତ୍ରରେ...

Read More

ସତ୍କର୍ମର ପୁଣ୍ୟଫଳ

ଗୋଟିଏ ଚୋର ଥିଲା । ସେ ଧରାପଡିଯିବା ଭୟରେ ବଡ ଚୋରି ନକରି ଛୋଟ ଛୋଟ ଚୋରି କରୁଥାଏ । ଏହାଦ୍ୱାରା ସେ ତା’ର ପରିବାର ପୋଷଣ କରିବାରେ କଷ୍ଟ ଅନୁଭବ କରୁଥାଏ । ଦିନେ ସେ ଭାବିଲା ଧରାପଡିଯିବି ପଛେ ବଡ ବଡ ଚୋରି କରିବି । ଫଳରେ ପରିବାର ପ୍ରତିପୋଷଣରେ ଆଉ କିଛି ଅସୁବିଧା ହେବ ନାହିଁ ।        ଏବେ ଚୋରଟି କ’ଣ ଭାବିଲା କେଜାଣି ବଡ ଚୋରି ଆରମ୍ଭ କରିବା ପୂର୍ବରୁ...

Read More

ପଣ୍ଡିତଙ୍କ ଆଶୀର୍ବାଦ

       ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ ।        ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ...

Read More

ସାଧୁ ଭକ୍ତ

ଜଣେ ଗରିବ ଭକ୍ତ ଥିଲେ । ଦୈନିକ ରୋଜଗାରରେ ତାଙ୍କ ପରିବାର ଦି’ ମୁଠା ଖାଇ କେବଳ ବଂଚିରହିବା ଛଡା ଆଉ କିଛି ବାଟ ନ ଥିଲା । ଭବିଷ୍ୟତ ବିପଦ ଆପଦ ପାଇଁ କାଣି କଉଡିଟିଏ ସଂଚିବା ପାଇଁ ବି କିଛି ବଳକା ରହୁ ନଥିଲା । ତାଙ୍କର ବାସଗୃହ ବୋଲି ଝୁମ୍ପୁଡି ଘର ଖଣ୍ଡିଏ, ସମ୍ପତି ବାଡି ବୋଲି ପିନ୍ଧାଲୁଗା ଦି’ଖଣ୍ଡ ଓ ରୋଷେଇ ସରଂଜାମ ଦି’ଟା ଛଡା ଆଉ କିଛି ନ ଥିଲା । ହେଲେ...

Read More

ସିଦ୍ଧିଲାଭର ସଦୁପଯୋଗ

ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ ।        ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ...

Read More

ବୁଦ୍ଧିହିଁ ବଳ

       ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି ।        ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?”        ଶେଠ୍ ଜଣକ...

Read More

ସତ କେବେ ଲୁଚି ରହେନା

       ଏକଦା ରାଜ ଦରବାରରେ ଜଣେ ଚୋରକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଗଲା । ରାଜା ଦଣ୍ଡ ସ୍ୱରୂପ ଚୋରର ନାକ କାଟି ଦେବାକୁ ଆଦେଶ ଦେଲେ । ଫଳରେ ଚୋରର ନାକଟି କଟାଗଲା ।        ଏବେ ଚୋର ଠିକ୍ କଲା, ରାଜା ମୋର ସିନା ନାକ କାଟିଦେଲେ, ହେଲେ ମୁଁ ଏଭଳି ଏକ କାମ କରିବି ଯେଉଁଥିରେ ଅନ୍ୟ ଲୋକଙ୍କର ବି ନାକ କଟାଯିବ । ଫଳରେ ମୋର ମାନସମ୍ମାନ କ୍ଷୁଣ୍ଣ ହେବ ନାହିଁ ।...

Read More

ସ୍ୱାର୍ଥପର ମଣିଷ

       ଶୀତଦିନିଆ ରାତି, ବାହାରେ ପ୍ରବଳ ଥଣ୍ଡା, ବରଫ ବି ପଡୁଥାଏ । ରାତିରେ ନିଆଁଜାଳି ଛଅଜଣ ଲୋକ ଘେରିବସିଥାନ୍ତି । ସେମାନଙ୍କ ଭିତରୁ ଜଣେ ଦରିଦ୍ର, ଜଣେ ଧନୀ, ଜଣେ କୃଷ୍ଣକାୟ, ଅନ୍ୟ ଜଣେ ଶ୍ୱେତାଙ୍ଗ, ଜଣେ ସାଧୁବାବା ଓ ଏକମାତ୍ର ମହିଳା ଥିଲେ ।        କ୍ରମଶଃ ଥଣ୍ଡା ବଢି ବଢି ଚାଲିଥାଏ । ତେଣେ ନିଆଁ ଲିଭି ଲିଭି ଆସିଲାଣି । ଆଉ ଖଣ୍ଡିଏ କାଠ ନ ପକାଇଲେ...

Read More

କର୍ମନିଷ୍ଠ ସିପାହୀ

ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦେବାଲାଗି ନିଯୁକ୍ତ ହୋଇଥାନ୍ତି । ସୁତରାଂ ମନ୍ତ୍ରୀମାନେ ଅତ୍ୟନ୍ତ ଚତୁର ଥିବା ଜଣାଯାଏ । ଠିକ୍ ସେହିପରି ଜଣେ ରାଜାଙ୍କ ପାଖରେ ଚତୁର ମନ୍ତ୍ରୀ ଥିଲେ । ସେ ରାଜ ନଅର ଜଗିବା ପାଇଁ ଜଣେ ମାତ୍ର ସୈନିକକୁ ନିଯୁକ୍ତି ଦେଲେ ।        ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, “ଏଡେ ବଡ ରାଜପ୍ରାସାଦ, ତା’ ସାଥୀରେ...

Read More

ସନ୍ତୋଷଲାଭର ରହସ୍ୟ

ଜଣେ ବ୍ୟବସାୟୀ ଥିଲେ । ତାଙ୍କର ଏକମାତ୍ର ପୁତ୍ର ସବୁବେଳେ ମନଦୁଃଖରେ ବସି ରହୁଥିଲା । ସୁତରାଂ ସନ୍ତୋଷ ଲାଭର ରହସ୍ୟ କ’ଣ ଜାଣିବା ପାଇଁ ଜଣେ ବୁଦ୍ଧିମାନ ଲୋକ ପାଖକୁ ବ୍ୟବସାୟୀ ଜଣକ ତାଙ୍କର ପୁଅକୁ ପଠାଇଲେ ।        ଏଥର ଯୁବକ ଜଣକ ଏକ ବିଶାଳ ମରୁଭୂମିରେ ଯାତ୍ରା କରି ଏକ ସୁନ୍ଦର କୋଠାଘର ନିକଟରେ ପହଂଚିଲେ । ପାହାଡର ଶୀର୍ଷଦେଶର ସେହି କୋଠାଘରେ ବୁଦ୍ଧିମାନ...

Read More

ବିଚରା ପଣ୍ଡିତ

       ସତ୍ୟବ୍ରତ ନାମକ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଥିଲେ । ସେ ସର୍ବଦା ସତ୍ ପଥରେ ଚାଲୁଥିଲେ । ସୁତରାଂ ଜଣେ ବଡ ବିଦ୍ୱାନ ହୋଇ ମଧ୍ୟ ଅଭାବଗ୍ରସ୍ତ ଥିଲେ ।        ଥରେ ସତ୍ୟବ୍ରତ ଧନ ଅର୍ଜନ କରିବା ଲକ୍ଷ୍ୟରେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ବାହାରିଲେ । ସେହି ରାଜ୍ୟରେ ପହଂଚି ଦେଖିଲେ, ଏକ ବିରାଟ ଅଟ୍ଟାଳିକା ସମ୍ମୁଖରେ ଅନେକ ଲୋକ ଧାଡି ବାନ୍ଧି ଠିଆ...

Read More

ସାଗର ଓ ନଦୀ କଥା

   ପାହାଡ ଧାରେ ଧାରେ ପାହାଡି ନଦୀଟି କୁଳୁକୁଳୁ ହୋଇ ଅବିରତ ବହି ଚାଲିଥାଏ । ପଥିକ ଜଣେ ସେଇ ନଈ କୂଳରେ ମନଫୁଲାଣିଆ ଗୀତ ଗାଇ ଚାଲିଥାଏ ଆଗକୁ ଆଗକୁ । ସତେଯେପରି ଧରାବୁକୁରେ ନଈର ନୈସର୍ଗିକ ଶୋଭା ତାକୁ ଆହ୍ଲାଦିତ କରିଦେଇଛି ।        ଏହିଭଳି ନଈକୂଳେ ସେ ଅନେକ ବାଟ ଚାଲିଗଲାଣି । ହଠାତ୍ ପଥିକଟି ତୃଷାର୍ତ ହୋଇ ପଡିଲା । ସେ ନଈ ଭିତରେ ପଶି ତା’ର କାଚକେନ୍ଦୁ...

Read More

ଯେ ପାଂଛେ ପର ମନ୍ଦ

ଗୋଟିଏ ଗାଁରେ ବୁଢୀଟିଏ ବାସ କରେ । ତା’ର ଆପଣାର ବୋଲି କେହି ନଥାନ୍ତି । ସେ ଦୁଃଖେ କଷ୍ଟେ କେମିତି କେମିତି ଚଳିଯାଉଥାଏ ।        ବୁଢୀର ସମ୍ପତି ବାଡି ବୋଲି ଝଙ୍କାଳିଆ ଫଳନ୍ତି ଆମ୍ବଗଛଟିଏ । ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ତାକୁ ବିକି ବୁଢୀ ଭଲ ଦି’ପଇସା ପାଏ । ଟଙ୍କା ଭବିଷ୍ୟତ ପାଇଁ ସଂଚୟ ବି କରୁଥାଏ । ହେଲେ ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ନାହିଁ ସେ ବର୍ଷ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ