ଗୋଟିଏ କୂଅରେ ବହୁତ ବେଙ୍ଗ ଥିଲେ, ସେମାନଙ୍କର ଗୋଟିଏ ବେଙ୍ଗ ରାଜା ବି ଥିଲା । କିନ୍ତୁ କିଛିଦିନ ପରେ ସେ ରାଜାକୁ ଆଉ କେହି ବି ମାନିଲେ ନାହିଁ । ତାପରେ ସେମାନେ ସବୁ ବାହାରୁ ଗୋଟିଏ ରାଜା ପଠାଇବାକୁ ଭଗବାନଙ୍କୁ ଅନୁରୋଧ କଲେ । ଭଗବାନ ସେ ବେଙ୍ଗମାନଙ୍କୁ ବହୁତ ବୁଝାଇଲେ “ତୁମର ମଙ୍ଗଳ ପାଇଁ ତୁମ ଭିତରୁ ଜଣକୁ ରାଜା କର”; କିନ୍ତୁ ଭଗବାନଙ୍କ କଥା ଶୁଣିବାକୁ ସେ...
Category - ହିତୋପଦେଶ କାହାଣୀ
ଗୋଟିଏ ବେଙ୍ଗ ତା’ ପିଲାଙ୍କ ସାଙ୍ଗରେ ପଡିଆରେ ବୁଲୁଥିଲା । ସେ ବେଙ୍ଗ ଦେଖିଲା ପାଖରେ ଗୋଟିଏ ବଡ ବଳଦ ଚରୁଛି । ତାପରେ ସେ ବେଙ୍ଗ ଭାବିଲା – ମୁଁ କାହିଁକି ବଳଦ ପରିକା ବଡ ନ ହୋଇ ପାରିବି । ସେଇ ବିଶ୍ୱାସ ନେଇ ବେଙ୍ଗ ନିଜ ଛାତି ଫୁଲାଇ ତା’ ପିଲାଙ୍କୁ ପଚାରିଲା, “ମୁଁ କ’ଣ ସେ ବଳଦଠାରୁ ବଡ ହେଲି? ତା’ ପିଲାମାନେ କହିଲେ, “ନା ବଳଦ ତୁମଠାରୁ ବହୁତ ବଡ ।...
ହେଟା ବାଘଟିଏ ବହୁତ ଦିନଯାଏଁ ଖାଇବାକୁ ନ ପାଇ ଉପାସରେ ଥାଏ । ଦିନେ ସେ ଦେଖିଲା କିଛି ଦୂରରେ ଦଳେ ମେଣ୍ଢା ଚରୁଛନ୍ତି; କିନ୍ତୁ ଜଣେ ଜଗୁଆଳ ତାଙ୍କୁ ଭଲ କରି ଜଗାରଖା କରୁଛି । ଯେତେ ଚେଷ୍ଟା କଲେ ବି ଏ ହେଟାବାଘ ସେ ମେଣ୍ଢାପଲ ଭିତରୁ ଗୋଟିଏ ହେଲେ ବି ମେଣ୍ଢା ଖାଇ ପାରିଲା ନାହିଁ । ବହୁତ ଭାବି ସେ ହେଟାବାଘ ଶେଷରେ ଗୋଟିଏ ଉପାୟ ପାଂଚିଲା ଯେ...
ଜଙ୍ଗଲରେ ରାଜା ସିଂହ ଥରେ ଗଛମୂଳେ ଶୋଇଥିଲା । ଏହି ସମୟରେ ହଠାତ୍ ସେ ଗଛ ଉପରୁ ଗୋଟିଏ ମୂଷା ସିଂହ ଉପରେ ପଡିଗଲା । ତାପରେ ସେ ମୂଷାକୁ ଧରି ସିଂହ ଖାଇ ଦେବାକୁ ବାହାରିଲା । ମୂଷା ଡରିଯାଇ ସିଂହକୁ କହିଲା, “ରାଜା! ମୋତେ ଆପଣ ଏଥରକ ଛାଡି ଦିଅନ୍ତୁ, ମୁଁ କେବେ ନା କେବେ ତମ କାମରେ ନିଶ୍ଚୟ ଆସିବି, ଏକଥା ଶୁଣି ସେ ସିଂହ କହିଲା “ତୁ ତ ଦୁର୍ବଳ ଆଉ ଏଡେଟିକେ ଜୀବ ମୋ...
ଗୋଟିଏ କୁକୁର ତା’ମାଲିକର ମେଣ୍ଢାପଲ ଜଗିଥାଏ । ହେଟାବାଘ ଆସିଲେ ସେ କୁକୁର ଭୋ’ ଭୋ’ ରଡି କରି ମାଲିକକୁ ଜଣାଇ ଦିଏ । ଏକଦା ହେଟାବାଘ ସେ କୁକୁରକୁ ବାଟରେ ଦେଖି କହିଲା, “ଭାଇ ତୁ ବଡ ଖରାପ ଅବସ୍ଥାରେ ଅଛୁ, ତୋ ମାଲିକ ତୋତେ କ’ଣ ଦି’ଟା ଖାଇବାକୁ ଦେଉଛି ଯେ ତୁ ଦିନରାତି କେବଳ ତା’ର ହିଁ କାମ କରୁଛୁ । ତୁ ଯଦି ମୋ କଥା ଶୁଣିବୁନା ଆମେ ଦୁଇଜଣଯାକ...
ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା...
ଶିଆଳକୁ ସକାଳୁ ଭାରି ଭୋକ ଲାଗିଲା । ସେ ଯାଉ ଯାଉ ରାସ୍ତାରେ ଗୋଟିଏ ବଗିଚାରେ ଅଙ୍ଗୁର ଫଳିଥିବାର ଦେଖିଲା । ସେତେବେଳେ ଅଙ୍ଗୁର ପେନ୍ଥାସବୁ ତ ଗଛରେ ହିଁ ଥିଲା । ତେଣୁ ସେ ଶିଆଳ ଡେଇଁ କରି ଅଙ୍ଗୁର ଖାଇବାକୁ ଚେଷ୍ଟାକଲା । କିନ୍ତୁ ଯେତେ ଚେଷ୍ଟା କଲେବି ସେ ଅଙ୍ଗୁରକୁ ମୋଟେ ଛୁଇଁ ପାରିଲା ନାହିଁ ଶିଆଳ । ସେହି ସମୟରେ ଗୋଟିଏ ଠେକୁଆ ଏସବୁ ଦେଖୁଥିଲା । ସେ...
ପାଣି ପାଖରେ ପଡି ପଡି କଇଁଚକୁ ଆଉ ଭଲ ଲାଗିଲା ନାହିଁ । ତା’ର ଆକାଶରେ ଉଡିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଦିନେ ଛଂଚାଣକୁ ଡାକି କହିଲା, “ଛଂଚାଣ ଭାଇ, ତୁ’ ତ ଆକାଶରେ ଏତେ ଉଡୁଛୁ । ମୋତେ ବି ଟିକେ ଉଡିବା ଶିଖାଇ ଦେ ।” ଏକଥା ଶୁଣି ଛଂଚାଣ ସେ କଇଁଚକୁ ବୁଝାଇ କରି କହିଲା, “ତୋତେ ତ ଭଗବାନ ଉଡିବା ପାଇଁ ଜନ୍ମ କରି ନାହାଁନ୍ତି । ତୋର ଦେହର ଗଠନ ଯାହା, ସେଥରେ...
ଜଣେ ଲୋକର ଦୁଇଟି ଝିଅ ଥିଲେ । ସେ ଲୋକଟି ତା’ର ବଡ ଝିଅକୁ ଜଣେ ଚାଷୀକୁ ଓ ସାନ ଝିଅକୁ ଗୋଟିଏ କୁମ୍ଭାରକୁ ବାହା ଦେଲା । କିଛିନିନ ପରେ ସେ ଲୋକଟି ତା’ ଝିଅମାନଙ୍କ ଘରକୁ ବୁଲି ବାହାରିଲା । ପ୍ରଥମେ ସେ ତା ବଡ ଝିଅ ଘରକୁ ଗଲା ଓ ଝିଅକୁ ଖୁସିରେ ଥିବାର ଦେଖି ସେ ଲୋକଟି କହିଲା, “ଭଗବାନ ତୋତେ ତ ବେଶ୍ ଭଲରେ ରଖିଛନ୍ତି । ତାହେଲେ କହ ମୁଁ...
ଥରେ ବାଘକୁ କିଏ କହିଲା ଯେ, ତାର ପାଟି ବହୁତ ଗନ୍ଧ ହେଉଛି । ବାଘ ଏଥିରେ ବହୁତ ରାଗିଗଲା । ତା’ପରେ ସେ ବାଘ ମେଣ୍ଢାକୁ ଡାକି ପଚାରିଲା, “ତୁ କହିଲୁ ମୋର ପାଟି କ’ଣ ଗନ୍ଧ ହେଉଛି?” ମେଣ୍ଡା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ହିଁ ଜାଣିବାକୁ ଚାହୁଁଛି । ତେଣୁ ସେ ମେଣ୍ଢା ବାଘର ପାଟି ଶୁଙ୍ଘି କରି ସତକଥା କହିଲା, “ହଁ ଗନ୍ଧ ହେଉଛି” । ବାଘ ଏଥିରେ ରାଗିଯାଇ ସେ...
ଦିନେ ମଣିଷ ଓ ସିଂହ ଭିତରେ ଝଗଡା ହେଲା, ତାଙ୍କ ଭିତରେ ବଡ କିଏ? ଯାଉ ଯାଉ ବାଟରେ ସେମାନେ ଗୋଟିଏ ବଡ ମୂର୍ତ୍ତି ଦେଖିଲେ । ସେଥିରେ ହର୍କୁ୍ୟଲେସ୍ ସିଂହକୁ ଖାଲି ହାତରେ ମାରୁ ଥିବାର ଦେଖାଯାଇଛି । ଏହାକୁ ଦେଖି ମଣିଷ କହିଲା – “ଦେଖ ସିଂହ, ଏ ମୂର୍ତ୍ତିରୁ ଜଣାପଡୁଛି ଯେ ମଣିଷ ସିଂହଠାରୁ ବି ବଡ ।” ମାତ୍ର ସିଂହ ଏହା ଦେଖି କହିଲା, “ଏ ମୂର୍ତ୍ତିଟା ତ ମଣିଷ କରିଛି...
ଜଣେ ଚାଷୀର ଜମିରେ ଚଢେଇ ପଡି ବହୁତ ଫସଲ ନଷ୍ଟ କଲେ । ଶେଷରେ ଚାଷୀ ଫାଶ ବସାଇବାକୁ ବାଧ୍ୟ ହେଲା । ଆଉ ସେ ଫାଶରେ ବହୁତ ଚଢେଇ ପଡିଲେ । କିନ୍ତୁ ସେମାନଙ୍କ ସଙ୍ଗରେ ଗୋଟିଏ ବଡ ଗେଣ୍ଡାଳିଆ ମଧ୍ୟ ଧରାପଡିଲା । ଗେଣ୍ଡାଳିଆ ଚାଷୀକୁ ଦେଖି କାନ୍ଦି କାନ୍ଦି କହିଲା, “ମୋତେ ମାର ନାହିଁ, ମୁଁ ଅନ୍ୟ ଚଢେଇଙ୍କ ପରି ଆଦୌ ଲୋଭୀ ନୁହେଁ । ମୁଁ ଏମାନଙ୍କ ସଙ୍ଗରେ ଏମିତି ଚାଲି...
ଥରେ ନଈରେ ଗୋଟିଏ ମାଟିହାଣ୍ଡି ଏବଂ ଗୋଟିଏ କଂସାହାଣ୍ଡି ଭାସି ଭାସି ଯାଉଥିଲେ । କଂସାହାଣ୍ଡି ମାଟିହାଣ୍ଡିକୁ କହିଲା, “ତୁ ଏତେ ଦୂରରେ କାହିଁକି ଭାସୁଛୁ, ମୋ ପାଖକୁ ଆ, ସାଙ୍ଗ ହୋଇ ଯିବା । ଏହା ଶୁଣି ସେ ମାଟିହାଣ୍ଡି କହିଲା, “ସେହି ତ ମୋର ଡର, ପାଖ ପାଖ ହୋଇ ଭାସିଲେ ଯଦି ଆମେ ଦୁଇଜଣ ବାଡେଇ ହୋଇଯିବା, ମୁଁ ତ ଫାଟି ଯିବି; କିନ୍ତୁ ତୁମର ତ କିଛି ବି କ୍ଷତି ହେବ...
ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା ।...
ଛେଳିଟିଏ ପାହାଡ ଉପରେ ରହୁଥିଲା । ଦିନେ ତାକୁ ଗୋଟିଏ ବୁଢା ହେଟାବାଘ ଦେଖିଲା । ହେଲେ ପାହାଡ ଚଢି ଛେଳି ପାଖକୁ ଯିବାର ସେ ହେଟାର ବଳ ନଥିଲା । କିନ୍ତୁ ସେ ହେଟାର ଏ ଛେଳିକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ହେଟା ଛେଳିକୁ ଡାକି କହିଲା, “ଛେଳି, ତୁ ଏତେ ଉପରେ କାହିଁକି ଚରୁଛୁ । ତୋର ଗୋଡ ଖସିଗଲେ ତୁ ସିଧା ତଳେ ପଡିଯିବୁ ଯେ । ମୋ’ କଥାମାନି ତଳକୁ ଆସି...