ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ପୁରୁଣା ସାଙ୍ଗକୁ ହେଳା କଲେ

ଜଣେ ଲୋକ ତା’ର ଛେଳିସବୁକୁ ଚରାଉଥିଲା । ବହୁତ ବର୍ଷା ହେବାରୁ ଲୋକଟି ସେ ଛେଳିଗୁଡିକୁ ନେଇ ଗୋଟିଏ ଗୁମ୍ଫାରେ ପହଁଚିଗଲା । କିନ୍ତୁ ଗୁମ୍ଫାରେ ଯାଇ ସେ ଦେଖିଲା ବେଳକୁ ସେଠାରେ ଗୁଡାଏ ଜଙ୍ଗଲୀ ଛେଳି ପଶିଯାଇଛନ୍ତି । ବହୁତ ଦିନ ଯାଏଁ ତ ବର୍ଷା ଲାଗି ରହିଲା । ତେଣୁ ସେ ଲୋକଟି ଭାବିଲା ଭଲ ଖାଇବା ପିଇବାକୁ ଦେଇ ସେ ଜଙ୍ଗଲୀ ଛେଳି ସବୁକୁ ମଧ୍ୟ ନିଜର କରିନେବ । ଏହା...

Read More

ଗଧର ବୁଦ୍ଧି

ସମୁଦ୍ର କୂଳରେ ତ ଲୁଣ ଭାରି ଶସ୍ତାରେ ମିଳେ । ତେଣୁ ଜଣେ ବଣିକ ଲୁଣ ବସ୍ତା ଗଧ ପିଠିରେ ଲଦି ସମୁଦ୍ର କୂଳରୁ ସହରକୁ ଆଣିଲା । ସେ ଲୁଣ ବସ୍ତା ବହୁତ ଓଜନ ଥିବାରୁ ଏଣେ ଏ ଗଧକୁ ଭାରି କଷ୍ଟ ହେଲା । ନଈ କୂଳରେ ଚାଲୁ ଚାଲୁ ଭାର ସମ୍ଭାଳି ନପାରି ଗଧର ଗୋଡ ହଠାତ୍ ଖସିଗଲା ଏବଂ ସେ ନଈରେ ପଡିଗଲା । ଫଳରେ ପାଣିରେ ପଡି ଲୁଣ କିଛି ମିଳାଇଗଲା ଏବଂ ସେଥିରେ ଭାର ଟିକେ...

Read More

ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…

ଜଙ୍ଗଲର ବହୁତ ଜନ୍ତୁ ଠେକୁଆର ସାଙ୍ଗ । ତେଣୁ ସେ ଠେକୁଆର ଭାରି ଗର୍ବ ଯେ ତା’ର ଏମିତି ବହୁତ ସାଙ୍ଗ ଅଛନ୍ତି । ଥରେ ସେଇ ଠେକୁଆର କୁକୁର ସାଙ୍ଗରେ ଟିକେ କଳି ହେଲା । ଏପରିକି କୁକୁର ଠେକୁଆକୁ ମାରିବାକୁ ବାହାରିଲା । ତା’ପରେ ସେ ଠେକୁଆ ପ୍ରଥମେ ଯାଇ ତା’ର ସାଙ୍ଗ ଘୋଡାକୁ କହିଲା, “ମୋତେ ତୋ ପିଠିରେ ବସାଇ ସେ କୁକୁରଠାରୁ ବହୁତ ଦୂରକୁ ନେଇଯା” । ମାତ୍ର ଏକଥା ଶୁଣି...

Read More

ସ୍ୱାଧୀନ ଜୀବନ ସବୁଠୁ ଭଲ

ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ...

Read More

ଡାଆଁସର ଗର୍ବ

ଦିନେ ଗୋଟିଏ ଡାଆଁସ ଦେଖିଲା ଗୋଟିଏ ଷଣ୍ଢ ପଡିଆରେ ଶୋଇଛି । ତା’ପରେ ସେ ଡାଆଁସ ଭାବିଲା ଷଣ୍ଢକୁ ହଇରାଣ କରିବ । ଏହା ଭାବି ସେ ଡାଆଁସ ଯାଇ ଷଣ୍ଢ ପିଠିରେ ବସି ପଡିଲା ଓ ଭାବିଲା ଷଣ୍ଢକୁ ବୋଧେ ଭାରି କଷ୍ଟ ହେଉଥିବ । ତେଣୁ ସେ ଡାଆଁସ ଷଣ୍ଢକୁ ପଚାରିଲା, “ଷଣ୍ଢଭାଇ, ମୁଁ ତୁମ ଉପରେ ବସିବାରୁ ତୁମକୁ କଷ୍ଟ ହେଉଛି କି? ଯଦି କଷ୍ଟ ହେଉଥାଏ ତେବେ ମୁଁ ଉଡିଯିବି?” ଏହା...

Read More

ସିଂହର କୃତଜ୍ଞତା

ବହୁତ ଦିନ ତଳେ ଜଣେ ଲୋକ ଜଙ୍ଗଲରେ ବୁଲଥିବାବେଳେ ଗୋଟିଏ ସିଂହକୁ ପଡିରହିଥିବାର ଦେଖିଲା । ପ୍ରଥମେ ସେ ଲୋକଟି ତ ସିଂହକୁ ଦେଖି ଖୁବ୍ ଡରି ଯାଇଥିଲା; କିନ୍ତୁ ତା ପାଖକୁ ଯାଇ ଲୋକଟି ଦେଖିଲା ଯେ, ସିଂହର ଗୋଡରେ କଂଟା ଫୁଟିଯାଇ ସେଠାରେ ଘା’ ହୋଇଯାଇଛି ଓ ଖାସ୍ ସେଥିପାଇଁ ସେ ସିଂହଟି ଆଉ ମୋଟେ ଉଠିପାରୁ ନାହିଁ । ଲୋକଟି ସିଂହକୁ ଏ ଅବସ୍ଥାରେ ଦେଖି ତା’ର ଗୋଡରୁ କଂଟା...

Read More

କଇଁଚର ଦୌଡ

କଇଁଚ ତ ବହୁତ ଆସ୍ତେ ଆସ୍ତେ ଚାଲେ । ସେଥିପାଇଁ ଠେକୁଆ ତାକୁ ସବୁବେଳେ ଥଟ୍ଟା କରେ । ଥରେ ସେ କଇଁଚ ଓ ଠେକୁଆର ଗୋଟିଏ ଦୌଡ ଖେଳ ହେବ ବୋଲି ସ୍ଥିର କରାଗଲା ।                 ଦୌଡ ଆରମ୍ଭ ହେଲା ମାତ୍ରେ ଠେକୁଆ କୁଦାମାରି ବହୁତ ଆଗକୁ ଚାଲିଗଲା । ମାତ୍ର ଏଣେ କଇଁଚ ତା’ର ସେଇ ମନ୍ଥର ଗତିରେ ହିଁ ଚାଲିଥାଏ । ଠେକୁଆ ଦେଖିଲା ଯେ କଇଁଚଟା ତ ବହୁତ ପଛରେ ପଡିଛି ।...

Read More

ଉପକାରକୁ ଭୁଲିବ କେମିତି?

ଦିନେ ଚାଲୁ ଚାଲୁ ପିମ୍ପୁଡିର ଗୋଡ ହଠାତ୍ ଖସିଗଲା । ତା’ପରେ ସେ ସିଧା ପାଣିରେ ପଡିଗଲା । ଠିକ୍ ଏହି ସମୟରେ ଚଢେଇଟି ଗଛରେ ବସି ଦେଖୁଥିଲା । ଏହା ଦେଖି ସେ ଚଢେଇଟି ଗୋଟିଏ ପତ୍ର ପାଣିରେ ପକେଇ ଦେଲା । ଫଳରେ ପିମ୍ପୁଡି ପତ୍ର ଉପରକୁ ଚଢିଯାଇ ନିଜର ପ୍ରାଣ ବଂଚାଇ ଦେଲା । ଚଢେଇ ଯଦି ସେ ପତ୍ରଟି ପକାଇ ନ ଥାଆନ୍ତା ତାହାହେଲେ ପିମ୍ପୁଡି ପାଣିରେ ବୁଡିମରି ଯାଇଥାଆନ୍ତା...

Read More

ମହୁମାଛିର ପ୍ରାର୍ଥନା

ଥରେ ମହୁମାଛିର ବହୁତ ଇଚ୍ଛା ହେଲା, ସେ ଭଗବାନଙ୍କୁ କିଛି ମହୁ ଦେବ । ତା’ପରେ ସେ ସ୍ୱର୍ଗରେ ଯାଇ ପହଁଚିଗଲା ଏବଂ ସବୁଠାରୁ ଭଲ ଭାବରେ ତିଆରି କରିଥିବା ମହୁତକ ଭଗବାନଙ୍କୁ ଦେଲା । ଭଗବାନ ବି ତା’ର ଭକ୍ତିରେ ଖୁସି ହୋଇ ତାକୁ ବର ମାଗିବାକୁ କହିଲେ । ଏକଥା ଶୁଣି ମହୁମାଛି କହିଲା, “ମୋ ଠାରୁ ଲୋକମାନେ ତ ମହୁ ଚୋରାଇ ନେଇଯାଉଛନ୍ତି । ତେଣୁ ମୋତେ ଗୋଟିଏ ଶୁଣ୍ଢ...

Read More

କୋଇଲିର ଉପଦେଶ

ଜଣେ ଲୋକ ସବୁଦିନେ ତା’ର ବଗିଚାରେ କୋଇଲିର ଗୀତ ଗାଇବା ଶୁଣେ । କାହିଁକିନା କୋଇଲିର ସୁନ୍ଦର କୁହୁ କୁହୁ ଗୀତ ଗାଇବା ସେ ଲୋକକୁ ଭାରି ଭଲ ଲାଗେ । ତେଣୁ ସେ ଭାବିଲା କୋଇଲିକୁ ପିଞ୍ଜରାରେ ରଖିଦେଲେ ସେ ସବୁଦିନେ ତା’ର ଗୀତ ଶୁଣିପାରିବେ । ଏହିପରି ଭାବି ଦିନେ ସେ ଲୋକଟି କୋଇଲିକୁ ଧରି ପିଞ୍ଜରାରେ ରଖିଦେଲା । ଏହି ସବୁ ଘଟଣା ଦେଖି ସେ କୋଇଲି କହିଲା, “ମୋତେ...

Read More

ଶତ୍ରୁକୁ ସାହାଯ୍ୟ

ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ...

Read More

ବୁଦ୍ଧିହୀନ କୁଆ

ଦିନେ ଜଙ୍ଗଲରେ ବୁଲୁ ବୁଲୁ କୁଆ ଦେଖିଲା ଯେ ମୟୂରମାନଙ୍କର ବହୁତ ପର ପଡିଛି । ସେ ମୟୂର ପରସବୁକୁ କୁଆ ନିଜ ଦେହରେ ଖୋସି ଦେଲା ଓ ଭାବିଲା ଏ ପରସବୁ ଲଗାଇ ସେ ଠିକ୍ ମୟୂର ପରି ଦିଶୁଛି । ସେହି ଦିନଠାରୁ ସେ ଅନ୍ୟ କୁଆମାନଙ୍କ ସାଙ୍ଗରେ ଆଉ ମିଶିଲା ନାହିଁ । ଖାଲି ସେ ମୟୂରମାନଙ୍କ ସାଙ୍ଗରେ ବୁଲିଲା । କିଛି ଦିନ ପରେ ମୟୂରମାନେ ତା’ର ପ୍ରକୃତ ସ୍ୱରୂପ ଜାଣିପାରି ତା’...

Read More

ଡେଙ୍ଗା ଗଛର ଗର୍ବ

ଜଙ୍ଗଲରେ ଗୋଟିଏ ବଡ ଡେଙ୍ଗା ଗଛ ଥିଲା । ସେ ସବୁଠାରୁ ଡେଙ୍ଗା ବୋଲି ତା’ର ମନ କୁଣ୍ଢେ ମୋଟ । ତେଣୁ ସେ ଗର୍ବରେ ଛୋଟ ଶତ୍ରୁ ଓ ବୁଦାମାନଙ୍କୁ ଖାଲି ଥଟ୍ଟା କରେ । ଦିନେ ଜଣେ ଲୋକ ଗୋଟିଏ ବଡ ଗଛ ଖୋଜି ଖୋଜି ଆସି ସେ ଜଙ୍ଗଲରେ ପହଁଚିଲା । ଏହି ବଡ ଗଛଟିକୁ ଦେଖି ସେ ଲୋକଟିର ଭାରି ଲୋଭ ହେଲା । ସେ ଡେଙ୍ଗା ଗଛଟି ଯେତେ କନ୍ଦାକଟା କଲା, ହେଲେ ସେ ଲୋକଟି ତା’ କଥା ମୋଟେ...

Read More

ଚଢେଇ ଓ ତାର ପର

ଦିନେ ଜଣେ ଶବର ଗୋଟିଏ ଚଢେଇକୁ ଆକାଶରେ ଉଡିବାର ଦେଖି ତାକୁ ତୀର ମାରିଲା । ସେ ତୀରଟି ଚଢେଇ ଦେହରେ ଗଳିଗଲା ଓ ସେ ଚଢେଇଟି ବି ସେହିକ୍ଷଣି ଆକାଶରୁ ଖସି ପଡିଲା । ପଡିଲାବେଳେ ସେ ଚଢେଇଟି ଦେଖିଲା ଯେ ଯେଉଁ ତୀରଟି ତା’ ଦେହରେ ଫୁଟିଯାଇଛି, ତା’ର ଆରପଟେ ଗୋଟିଏ ଚଢେଇ ପର ଲଗାଯାଇଛି । ତେଣୁ ସେ ଚଢେଇଟି ମଲାବେଳେ ଭାବିଲା, “ଯଦି ସେ ତୀରରେ ଚଢେଇ ପର ଲାଗି ନଥାନ୍ତା...

Read More

ତୋଫାନ ଆଗରେ ନଇଁ ପଡିବ

ନଈ କୂଳରେ ଗୋଟିଏ ବଡ ଶାଳଗଛ ଥିଲା । ଯେତେ ତୋଫାନ ହଉ ବା ନଈବଢି ଆସୁ ସେ ଗଛ ସେସବୁକୁ ମୋଟେ ଖାତିର କରେ ନାହିଁ । ସେହିପରି ଛିଡା ହୋଇ ରହିଥାଏ । ଥରେ ବହୁତ ଜୋର୍ରେ ତୋଫାନ ଓ ନଈ ବଢି ଆସିଲା । ଚେଷ୍ଟା କରି ବହୁତ ସମୟ ଧରି ସେ ଶାଳଗଛ ସେଠାରେ ଛିଡା ହୋଇ ରହିଲା । କିନ୍ତୁ ଶେଷରେ ଉପୁଡି ଯାଇ ନଈରେ ପଡିଗଲା । ନଈରେ ଭାସି ଭାସି ଯାଉଥିବାବେଳେ ନଈ କୂଳରେ ଥିବା ଛୋଟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ