ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ବେଙ୍ଗର ଦୁର୍ଦ୍ଦଶା

ଦିନେ ବେଙ୍ଗ ଓ ତା’ର ପଡିଶା ସାଙ୍ଗ ମୂଷା ବୁଲି ବାହାରିଲେ । ବେଙ୍ଗ କହିବାନୁସାରେ ସେ ଦୁଇ ସାଙ୍ଗ ଜଣକ ଗୋଡ ଆଉ ଜଣଙ୍କ ଗୋଡରେ ବାନ୍ଧି ଚାଲିଲେ । ବାଟରେ ଗୋଟିଏ ଛୋଟ ନଈ ପଡିଲା । ସେ ଦୁଇ ଜଣଙ୍କୁ ତ ପହଁରା ଆସେ । ତେଣୁ ସେମାନେ ଡେଇଁ ପଡି ନଈ ଆର ପଟକୁ ଯିବା ପାଇଁ ପହଁରିବାକୁ ଲାଗିଲେ । ଯେମିତି ନଈ ମଝିରେ ହୋଇଛନ୍ତି ବେଙ୍ଗ ବେଶି ପାଣି ତଳକୁ ବୁଡିବାକୁ ଆରମ୍ଭ...

Read More

ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ

ଗୋଟିଏ ଗାଁ’ରେ ଦୁଇଜଣ ସାଙ୍ଗ ଥିଲେ, ରଘୁ ଓ ରାମ । ସେମାନେ ସବୁବେଳେ ସାଙ୍ଗ ସାଥି ହୋଇ ରହୁଥିଲେ ।                 ଦିନେ ସେ ଦୁଇଜଣ ଅନ୍ୟ ଗାଁ’କୁ ମେଳା ଦେଖିବାକୁ ଗଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେଠି ଗୋଟିଏ ଭାଲୁ ବାହାରି ସେମାନଙ୍କୁ ଗୋଡାଇଲା । ରଘୁ ଗଛ ଉପରକୁ ଚଢିଗଲା । କିନ୍ତୁ ସେ ରାମକୁ ତ ଗଛ ଚଢା ଆଦୌ ଜଣାନଥିଲା । ତେଣୁ ସେ ରାମ ଗଛ ତଳେ ଚୁପ୍...

Read More

ଲୋଭ ମରଣର କାରଣ

ବହୁତ ଦିନ ତଳର କଥା, ଜଣେ ଚାଷିର ବହୁତ ଇଚ୍ଛା ହେଲା ବହୁତ ଜମିର ମାଲିକ ହେବା ପାଇଁ । ତେଣୁ ସେଥିପାଇଁ ସେ ଠାକୁରଙ୍କୁ ବହୁତ ପୂଜା କଲା । ବହୁତ ଦିନ ପୂଜା କରିବା ପରେ ଠାକୁର ଖୁସି ହୋଇ ସେ ଚାଷିକୁ ଗୋଟିଏ ବର ଦେଲେ “କାଲି ସକାଳଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ତୁ ଯେତେ ଜମି ଉପରେ ଯାଇପାରିବୁ ସେ ସବୁତକ ଜମି ତୋର ହିଁ ହୋଇଯିବ ।”                 ତା’ପରଦିନ ଭାରି...

Read More

ରାଜାଙ୍କ ମାଙ୍କଡ

ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ ।                 ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।”...

Read More

ସାପ ଓ ବେଙ୍ଗ

ଜଙ୍ଗଲରେ ଗୋଟାଏ ସାପ ବୁଢା ହୋଇଗଲା । ତେଣୁ ସେ ଆଉ ଶିକାର କରି ଜିବଜନ୍ତୁ ଧରି ପାରିଲା ନାହିଁ । ଶେଷରେ ସେ ବୁଢା ସାପ ଖାଇବା ପାଇଁ ଗୋଟିଏ ଉପାୟ ବାଛିଲା ।                 ପାଖ ପୋଖରୀରେ ତ ବହୁତ ବେଙ୍ଗ ରହୁଥିଲେ । ତେଣୁ ସେ ବୁଢାସାପ ସେ ପୋଖରୀ ପାଖରେ ପଡିରହିଲା । ଏହା ଦେଖି ବେଙ୍ଗ ମାନଙ୍କ ରଜା ସେ ସାପକୁ ଏଠି ପଡି ରହିବାର କାରଣ ପଚାରିଲା । ବେଙ୍ଗ...

Read More

ସ୍ୱର୍ଗ ରାଜାଙ୍କ ଶୁଆ

ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ ।                 ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ...

Read More

ଗଧ ଓ କୁକୁର

ବହୁତ ଦିନ ତଳେ ଗୋଟିଏ ଗାଁରେ ଜଣେ ଧୋବା ଥିଲା । ତାର ଗୋଟିଏ ଗଧ ଓ ଗୋଟିଏ କୁକୁର ବି ଥିଲା । ସେ ଧୋବା ତାର ସବୁ ଜିନିଷ ପତ୍ର ଗଧ ଉପରେ ରଖି ନବା ଆଣିବା କରୁଥିଲା । ପୋଷା କୁକୁରଟିକୁ ସେ ଧୋବା ବହୁତ ଭଲପାଏ ଏବଂ କେବଳ ତାକୁ ହିଁ ପାଖରେ ରଖିଥାଏ । ଧୋବା ଘରକୁ ଆସିବା ମାତ୍ରେ କୁକୁର ତା ପାଖକୁ ଦୌଡିଯାଇ ଅତି ଖୁସିରେ ତା ଛାତି ଉପରକୁ ଡେଇଁ ପଡେ ଏବଂ ସେ ଧୋବା ବି...

Read More

ଦି ମୁଣ୍ଡିଆ ଚଢେଇ

ବହୁତ ଦିନ ତଳେ ଗୋଟିଏ ଗଛରେ ଗୋଟିଏ ଦି ମୁଣ୍ଡିଆ ଚଢେଇ ରହୁଥିଲା । ତାର ଦୁଇଟି ମୁହଁ ଏବଂ ଗୋଟିଏ ପେଟ, ଦିନେ ଗୋଟା ପାଚିଲା ଆମ୍ବ ଦେଖି ଚଢେଇର ଗୋଟାଏ ମୁହଁ ତାକୁ ପୁରା ଖାଇଦେଲା । ଏଥିରେ ଦ୍ୱିତୀୟ ମୁଣ୍ଡ ପ୍ରଥମ ମୁଣ୍ଡକୁ ଗାଳି ଦେଲା । ଏକଥା ଶୁଣି ପ୍ରଥମ ମୁଣ୍ଡ କହିଲା ଯିଏ ଖାଇଲେ କ’ଣ ହେଲା ସବୁ ତ ସେଇ ଗୋଟିଏ ପେଟକୁ ଯାଉଛି ।                 କିଛିଦିନ...

Read More

ଲୋଭି ବିଲୁଆ

ଗୋଟିଏ ଗାଁରେ ଦୁଇଟି ବଡ ଷଣ୍ଢ ଥିଲେ । ଦିନେ ସେମାନଙ୍କ ଭିତରେ ବହୁତ ଲଢେଇ ହେଲା । ଆଉ ସେହି ଲଢେଇରେ ସେ ଦୁହିଁଙ୍କ ମୁଣ୍ଡ ଫାଟି ରକ୍ତ ବି ବୋହିଲା । ସେତେବେଳେ ଗୋଟିଏ ବିଲୁଆ ତ ଏସବୁ ଦେଖୁଥାଏ, ରକ୍ତ ଥପ୍ ଥପ୍ ହୋଇ ମାଟିରେ ପଡିବାର ଦେଖି ସେ ବିଲୁଆ ଆଉ ତା’ ଲୋଭ ସମ୍ଭାଳି ପାରିଲା ନାହିଁ । ତେଣୁ ସେ ଦୁଇ ଷଣ୍ଢଙ୍କ ମଝିରେ ପଶି ରକ୍ତ ଚାଟିବା ଆରମ୍ଭ କଲା ।...

Read More

ଗଧ ଓ ଘୋଡା

ଜଣକର ଗୋଟାଏ ଗଧ ଓ ଘୋଡାଟିଏ ଥିଲା । ଗଧ ଜିନିଷପତ୍ର ବୋହିବା କାମ କରେ କିନ୍ତୁ ସେ ଘୋଡାଟି କିଛି ବି ନକରି ଖାଲି ଛିଡା ହୋଇଥାଏ । କେବଳ ଏହି କାରଣରୁ ସେ ଗଧର ମନରେ ଭାରି ଦୁଃଖ । ଥରେ ତାଙ୍କ ମାଲିକଙ୍କୁ ଯୁଦ୍ଧରେ ଯିବାକୁ ପଡିଲା । ସେ ଘୋଡାରେ ବସି ଯୁଦ୍ଧ କରିବାକୁ ଗଲେ ଏବଂ ଯୁଦ୍ଧରେ ସେ ଘୋଡାଟି ମରିଗଲା ।                 ଏହାଦେଖି ସେ ଗଧ ଭାବିଲା ଯେ ସେ...

Read More

ଭାଲୁର ବୋକାମି

ଥରେ ଜଙ୍ଗଲରେ ବୁଲୁ ବୁଲୁ ଭାଲୁ ଗୋଟିଏ ମହୁମାଛି ଫେଣା ଦେଖିଲା, ତାପେରେ ତାର ଭାରି ଲୋଭ ହେଲା । ସେ ଫେଣା ଭାଙ୍ଗି ସବୁ ମହୁ ଖାଇବା ପାଇଁ ଭାଲୁ ଇଚ୍ଛା କଲା । ସେ ଫେଣା ପାଖକୁ ଯିବା ମାତ୍ରେ ସେ ଭାଲୁକୁ ଗୋଟିଏ ମହୁ ମାଛି ବିନ୍ଧି ଦେଲା । ଫଳରେ ସେ ଭାଲୁକୁ ବହୁତ କଷ୍ଟ ହେଲା, ତାପରେ ସେ ମହୁମାଛିଟି ଭାଲୁକୁ କହିଲା, ସେଥିରେ ତ ମୋ ପରି ବିନ୍ଧିବାକୁ ବହୁତ ମହୁ...

Read More

ଧନକୁ କାହିଁକି ରଖୁ

ଜଣେ ଲୋକ ପାଖରେ ବହୁତ ସୁନା ଥିଲା । ସେ ଚୋରୀ ଡରରେ ଗୋଟାଏ ବାକ୍ସରେ ସବୁ ସୁନା ତକ ପୁରାଇ ଗୋଟିଏ ଜାଗାରେ ପୋତି ଦେଇଥିଲା । ସେ ଲୋକଟି ସବୁଦିନ ରାତିରେ ଯାଇ ସେ ଯାଗାଟିକୁ ଖୋଳି ବାକ୍ସରୁ ସୁନା ସବୁ ଦେଖେ ଏବଂ ପୁଣିଥରେ ପୋତି ଦେଇ ଆସେ ।                 ଜଣେ ଚୋର ଦିନେ ଏସବୁ ଦେଖିଲା ଏବଂ ସବୁ ସୁନାତକ ଚୋରି କରି ନେଇଗଲା । ତା ପରଦିନ ଏ ଲୋକଟି ଯାଇ ଦେଖିଲା...

Read More

ବୁଢୀ ଓ ଯୁବତୀ ସ୍ତ୍ରୀ

ଜଣେ ଲୋକର ଦୁଇଟି ସ୍ତ୍ରୀ ଥିଲେ ଜଣେ ବୁଢୀ ଓ ଜଣେ ଯୁବତୀ । ସେ ଲୋକଟି ଯେତେବେଳେ ଯୁବତୀ ସହିତ ବୁଲିଯାଉଥିଲେ, ସେତେବେଳେ ସେ ଯୁବତୀ ସ୍ତ୍ରୀଟି ଲୋକଟିର ଧଳା ବାଳସବୁ ଉପାଡି ଦେଉଥିଲେ । କାରଣ ଧଳା ବାଳ ଗୁଡିକ ଥିଲେ ସେ ଲୋକଟି ଯୁବତୀ ସ୍ତ୍ରୀଙ୍କ ବାପ ପରି ଦିଶୁଥିଲେ । ହେଲେ ବୁଢୀ ସହିତ ବାହାରକୁ ଗଲାବେଳେ ସେ ବୁଢୀଟି ଏ ଲୋକଟିର ସବୁ କଳା ବାଳ ଉପାଡି ଦେଉଥିଲେ ।...

Read More

ସୁନା ପାଇଁ କାହିଁକି ଲୋଭ

ଗୋଟିଏ ଗାଁରେ ଦୁଇଟି କୁକୁଡା ଦାନା ଖାଉଥିଲେ । ଦାନା ଖାଉ ଖାଉ ଗୋଟିଏ କୁକୁଡା ସେଠାରେ ଖଣ୍ଡେ ସୁନା ପଡିଥିବାର ଦେଖିଲା । ଏହା ଦେଖି ଆର କୁକୁଡାଟି କହିଲା ସୁନା କେଉଁଠୁ ମିଳେ ତୁ ସେ ସୁନାଟିକୁ ଖାଇଦେ । ତେଣୁ ଆର କୁକୁଡାଟି କହିଲା ମୋର ସୁନା କ’ଣ ହେବ ମୋ ପାଇଁ ତ ଧାନ ହିଁ ଭଲ ।
ଯାହା ଦରକାର ନାହିଁ ତା ପାଇଁ କାହିଁକି ଲୋଭ କରିବା ।

Read More

ପୋଖରୀର ଛୋଟ ମାଛ

ଜଣେ ଲୋକ ପୋଖରୀରୁ ମାଛ ଧରୁଥିଲା । ହଠାତ୍ ଗୋଟିଏ ଛୋଟ ମାଛ ତାଙ୍କ ଜାଲରେ ପଡିଲା । ଛୋଟ ମାଛଟି ସେ ଲୋକଙ୍କୁ କହିଲା “ମୋତେ ତୁ ପାଣିରେ ଛାଡି ଦେ କିଛି ଦିନ ପରେ ମୁଁ ବଡ ହେଲେ ମୋତେ ଧରି ତୁ ଖାଇବୁ ।”                 ଲୋକଟି କହିଲା ମୁଁ ତେତେ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର ତ କିଛି ବି ଠିକ୍ ଠିକଣା ନାହିଁ । ଏଣୁ ଯାହା ମିଳିଛି ତାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ