(“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ।”) ଏହି ସବୁ ଘଟଣା...
ଅବଶେଷରେ ଛଦ୍ମବେଶୀ ରାଜା ଶାନ୍ତିଦେବ ବିଦ୍ରୋହୀମାନଙ୍କୁ ରକ୍ଷା କରିବାକୁ ଯାଇ ମୃତ୍ୟୁବରଣ କଲେ । କ୍ରୁଦ୍ଧ ବସନ୍ତର ଆକ୍ରମଣରେ ବୀରସିଂହର ସେନାପତି ଦୁଷ୍ଟଶିରୋମଣି କପାଳଚାନ୍ଦ ବି ମଲା ।ତା’ପରେ… ଦିନ ଗଡି ଚାଲିଥାଏ । କିନ୍ତୁ ନା ବୀରସିଂହ ସୁଖୀ ହୋଇ ପାରୁଥାଏ, ନା ସୁମେଧ ରାଜ୍ୟର ଲୋକେ ଶାନ୍ତିରେ ରହିପାରୁଥାନ୍ତି । ଆଖପାଖର ରାଜ୍ୟ ଆକ୍ରମଣ କଲାଭଳି ବଡ ସୈନ୍ୟବାହିନୀ ଗଠନ କରିବା ଦିଗରେ...
ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ । ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି ଭାଙ୍ଗିଗଲା । ସେବକ ରତନାର ଅସାବଧାନତା ଯୋଗୁଁ ଏପରି ଅଘଟଣ...
ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ – ଦେଖ ବୋଲକରା ହୋଇଲା ବେଳ ଆଉ କ୍ଷଣିକରେ ଅନ୍ଧାର କାଳ । ରାତି ହୋଇ ଗଲେ ଜାତି ଖୋଜିବୁ...
ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଂଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ...
ପାଂଚ, ଛ ଶହ ବର୍ଷ ତଳର କଥା । ଚୀନର ଏକ ରାଜ୍ୟର ରାଜ-ପ୍ରତିନିଧି ଥିଲେ “ନି ଚିୟେନ୍” । ତାଙ୍କର ଅଗାଧ ସମ୍ପତ୍ତି । ଏକମାତ୍ର ପୁତ୍ର ତାଙ୍କର ଥାଏ । ତା’ ନାମ “ସାନ୍ ଚି” । ସାନ୍ ଚିର ବିବାହ ପରେ ତା’ର ମା’ ମରିଗଲେ । ପତ୍ନୀଙ୍କର ମୃତ୍ୟୁ ପରେ ନି ଚିୟେନ୍ଙ୍କର ଆଉ ରାଜକାର୍ଯ୍ୟରେ ମନ ଲାଗିଲା ନାହିଁ । ତେଣୁ ସେ ତାଙ୍କ କାର୍ଯ୍ୟରୁ ଇସ୍ତଫା ଦେଇ ଜମିବାଡି ଦେଖାଶୁଣା କରି ଘରେ ରହିଥା’ନ୍ତି । କିଛିଦିନ ପରେ ଜମି ପାଖରେ ଛୋଟ...
“ହେ ଆନନ୍ଦ! ତମେ କେମିତି ଅଛ?” କିଏ ଡାକୁଛି ଦେଖିବା ପାଇଁ ଆନନ୍ଦ ପଛକୁ ବୁଲି ଚାହିଁଲେ । “ମୋର ବିଶ୍ୱାସ ହେଉନି! ତୁମେ ଅରବିନ୍ଦ! ଠିକ୍ କହିଛି ନା? ତୁମେ କିପରି ଅଛ?” ଆନନ୍ଦ ଆଶ୍ଚର୍ଯ୍ୟରେ ଅଧିର ହୋଇ ଏହା କହିଲେ । ଉଭୟେ ପରସ୍ପରକୁ ଆଲିଂଗନ କଲେ । ଦୁଇ ସହପାଠୀ ଅଚାନକ ଭାବରେ ପରସ୍ପରକୁ ଭେଟିଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦର କୌଣସି ସୀମା ନଥିଲା । ଦୁହେଁ ଗୋଟିଏ ବିଦ୍ୟାଳୟରେ ପାଠ ପଢିଥିଲେ । ଉଚ୍ଚଶିକ୍ଷା ପାଇଁ...
ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା । ଲୋକେ ତ ଦେବତା ମାନିଲେ ନାହିଁ । ବ୍ରାହ୍ମଣମାନଙ୍କୁ କାହିଁକି ଖୋଜିବେ ବା ମାନିବେ, ଏଥିପାଇଁ ପଣ୍ଡିତେ ଧନ ରୋଜଗାର କରିବାରେ ବହୁତ ହଇରାଣ ହେଲେ । ଦୁଇଓଳି ଦୁଇ ମୁଠା ପରିବାରର...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...
ରାଜା କୃଷ୍ଣଦେବରାୟ କେବେ କେବେ ତେନାଲୀରାମାଙ୍କୁ ପରୀକ୍ଷା କରିବାପାଇଁ ଅଜବ ପ୍ରଶ୍ନ ପଚାରି ଦିଅନ୍ତି । ଦିନେ ରାଜା ଦରବାରରେ ବସିଥିବା ସମୟରେ ପଚାରିଲେ, “ତେନାଲୀରାମା! ତୁମେ କହିପାରିବ ଆମ ରାଜ୍ୟରେ ମୋଟ୍ ପକ୍ଷୀ ସଂଖ୍ୟା କେତେ? ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ଅବଶ୍ୟ କହିପାରିବି ମହାରାଜ । କିନ୍ତୁ ମୋ ଠାରୁ ବହୁତ ବଡ ବଡ ପଣ୍ଡିତ ମଧ୍ୟ ଏହି ଦରବାରରେ ଉପସ୍ଥିତ ଅଛନ୍ତି । ସେମାନେ ଥାଉ ଥାଉ...
ଗୋବିନ୍ଦ ଲୁଗା ଦୋକାନ କରିଥାଏ । ସେ ଥରେ ସହରରୁ ଖଣ୍ଡିଏ ଦାମିକା ପଶମ ଚଦର ନେଇ ଆସିଲା । ସେତେବେଳେ ତା’ ଶଳା ନିତେଇ ତ ବୁଲି ଆସିଥାଏ । ସେ ତା’ ଭିଣେଇକୁ କହିଲା, “ଗୋବିନ୍ଦ ଭାଇ, ଏ ଶାଲ୍ କିଏ କିଣିବ?” ଏହା ଶୁଣି ଗୋବିନ୍ଦ କହିଲା, “ଆରେ ଭାଇ, ବିକି ଜାଣିଥିଲେ ସବୁ ସମ୍ଭବ ।” ଏହା କହି ଗୋବିନ୍ଦ ନିତେଇକୁ ଦୂରରୁ ଆସୁଥିବା ଜଣେ ଭଦ୍ରଲୋକଙ୍କୁ ଦେଖାଇ ଦେଇ ଚୁପ୍ ଆଉ କିଛି କହନା ବୋଲି କହିଲେ । ଭିଣେଇ ଭାଇର କଥାନୁସାରେ...
ଦିନେ ଦେବୀ ପାର୍ବତୀ ଶିବଙ୍କୁ ପଚାରିଲେ, “ପରମେଶ୍ୱର! ଆପଣ ସର୍ବଦା କାହିଁକି ଗୋଟିଏ ମୁଣ୍ଡମାଳ ଧାରଣ କରିଥାନ୍ତି?” ଏକଥା ଶୁଣି ଶିବ ହସିଲେ ଏବଂ କହିଲେ, “ଦେବୀ, ତୁମେ କେତେଥର ଜନ୍ମ ହୋଇ ତପସ୍ୟା କରିଛ । ଏସବୁ ତୁମରି ପୂର୍ବ ଜନ୍ମର ସ୍ମୃତି ତୁମରି ମୁଣ୍ଡମାଳ ।” ଶିବଙ୍କ ଏପରି କଥା ଶୁଣି ଦେବୀ ହଠାତ୍ ଚମକି ପଡିଲେ ଓ ପ୍ରଶ୍ନ କଲେ, “ଆଚ୍ଛା, ତୁମର ତ କେବେ ବି ମୃତ୍ୟୁ ହୁଏ ନାହିଁ । ଅଥଚ ମୋତେ କାହିଁକି ମୃତ୍ୟୁ ବରଣ...
ଗୋଟିଏ ରାଜ୍ୟର ରାଜାପୁଅ ସହିତ ସେହି ରାଜ୍ୟର ମନ୍ତ୍ରୀପୁଅ ଓ ସାଧବପୁଅ ସାଙ୍ଗ ହେଉଥିଲେ । ତିନି ଜଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତିନି ଜଣଙ୍କର ପ୍ରକୃତି ସମାନ ଥିବାରୁ ସେମାନେ ସାଙ୍ଗ ହୋଇଥିଲେ । ତିନିଜଣଯାକ ବହିରେ ଡୋରି ବାନ୍ଧି ଦେଇ ଖେଳ ତମାସାରେ ମାତିଥିଲେ । ଜଣେ ରାଜାପୁଅ ପାଠ ନ ପଢି ଖେଳ ତମାସାରେ ସମୟ ନଷ୍ଟ କରୁଥିବାରୁ ରାଜା ପୁଅ ଉପରେ ବିରକ୍ତ ହୋଇ ବହୁତ ଗାଳି ଗୁଲଜ କଲେ । କହିଲେ, “ ମୁଁ ତୋ ପରି କୁଳାଙ୍ଗାର...
ମାତା ପାର୍ବତୀଙ୍କ କଥା ଶୁଣିବା ପରେ ଗଣେଶ ମାମୁଁ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ତା’ପରେ ସେ ତାଙ୍କୁ ପଚାରିଲେ, “ଭଗବାନ, କୁମାରଙ୍କର ମୟୁର ବାହନ ଓ ମୋର ମୂଷା । ମୁଁ କିପରି ତାଙ୍କ ସହିତ ପ୍ରତିଯୋଗିତା କରିପାରିବି? ଏଇଟା କ’ଣ ଅନ୍ୟାୟ ନୁହେଁ?” ତହୁଁ ବିଷ୍ଣୁ କହିଲେ, “ବତ୍ସ, ତୁମେ ଚିନ୍ତା କରନାହିଁ । ତମେ ଲକ୍ଷେଥର ଶିବ ପଂଚାକ୍ଷରୀ ଜପ କରିବା ପରେ ପାର୍ବତୀ ଓ ପରମେଶ୍ୱରଙ୍କୁ ତିନିଥର ପରିକ୍ରମା କରିବ ତେବେ ପୃଥିବୀ...
ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି । ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା...
ଗୋଟିଏ ଗ୍ରାମରେ ଫଜଲ ଓ ଅସଲ ନାମରେ ଦୁଇଟି ଭାଇ ଥା’ନ୍ତି । ବଡଭାଇ ଫଜଲ୍ ଭାଗ୍ୟବାନ୍ ଓ ଧନୀ ଥିଲା, କିନ୍ତୁ ସାନଭାଇ ଅସଲ ନିପଟି ଦରିଦ୍ର ଥିଲା । ହେଲେ ମଧ୍ୟ ସେ ସାଧୁ ସ୍ୱଭାବର ଥିଲା । ଫଜଲର କ୍ଷେତରେ କାମ କରି ଅସଲ କୌଣସି ମତେ ଆପଣା ପେଟ ପୋଷେ । ଦିନେ ଭାଇର କ୍ଷେତ ଜଗୁଥିବା ବେଳେ ସେ ଦେଖିଲା ଜଣେ ଶ୍ୱେତବସ୍ତ୍ର ପରିହିତା ମହିଳା ସେହି କ୍ଷେତ ଚାରିପାଖରେ ବୁଲୁଛନ୍ତି । ସେ ବାଲିଗୁଡିକ ଏକାଠି କରି ଗଛ...
ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି । ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଗଲେ ସେ ବଡ ଆନନ୍ଦ ପାଏ । କାହାକୁ ନାନା କଥା କହି...
ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା: ବହୁ ପୁରୁଣା କାଳର କଥା । ଆର୍ଯ୍ୟାବର୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି...
ଦିନକର କଥା । ଭୋଜପୁର ଶାସନର ଆନନ୍ଦ ଶର୍ମା ଯେଜେମାନି କାର୍ଯ୍ୟରେ ଦୂର ଗ୍ରାମକୁ ଯାଇଥିଲେ । ସେଠାରେ ରାମ ଥାଟୋଇ ନାମକ ଜଣେ ଦିନ ମଜୁରିଆର ଶ୍ରାଦ୍ଧ କର୍ମ ସାରି ଫେରିବା ସମୟରେ ସେ ଦକ୍ଷିଣା ସ୍ୱରୂପ ବ୍ରାହ୍ମଣଙ୍କୁ ଛେଳି ଗୋଟିଏ ଦେଲେ । ବ୍ରାହ୍ମଣ ଛେଳିଟିକୁ ପାଇ ଆନନ୍ଦ ହୋଇଗଲା । କାରଣ ସେ ଜଣେ କର୍ମାଙ୍ଗ ସିଦ୍ଧି ପୂତ ବ୍ରାହ୍ମଣ ହୋଇଥିବା କାରଣରୁ ମାଛ ମାଂସ ଭକ୍ଷଣ କରନ୍ତି ନାହିଁ । ସେଥିପାଇଁ...
ଅମ୍ବରୀଷ ଥିଲେ ଜଣେ ଧର୍ମାତ୍ମା ରାଜା । ସେ ଥିଲେ ବିଷ୍ଣୁଭକ୍ତ । ବିଷ୍ଣୁ ତାଙ୍କୁ ବର ଦେଇଥିଲେ କି ତାଙ୍କ ସୁଦର୍ଶନ ଚକ୍ର ସର୍ବଦା ତାଙ୍କୁ ରକ୍ଷା କରୁଥିବ । ଥରେ ସେ ବର୍ଷେକାଳ କଠୋର ନୀତି ନିୟମ ପାଳିସାରି ଶେଷ ତିନିଦିନ ଉପବାସ କଲେ । ଶେଷଦିନ ସେ ଉପବାସ ଭଙ୍ଗ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ସେଠାରେ ମୁନି ଦୁର୍ବାସା ଆସି ପହଁଚିଗଲେ । ଦୁର୍ବାସା କ୍ରୋଧୀ ବୋଲି କିଏ ବା ନ ଜାଣେ? ସେ କହିଲେ, “ରାଜା, ମୁଁ ସ୍ନାନ...
ଯଦି କେବେ ମୋତିପୁର ଗାଁକୁ ଯାଇ ଦୁଇ ଚାରିଦିନ ରହିବ, ତେବେ ବାୟାଣୀ ବାସନ୍ତୀ କଥା ନିଶ୍ଚୟ ଶୁଣିବ । ବାସନ୍ତୀକୁ ଲୋକେ ବାୟାଣୀ ବାସନ୍ତୀ ବୋଲି କହିବାର କାରଣ, ସେ ଏଡେ ବୋକୀ ଯେ ତା’ କଥାରେ ଲୋକେ ଯେତେ ହସନ୍ତି, ତା’ପ୍ରତି ସେତିକି ଦୟା ବି କରନ୍ତି । ପ୍ରଥମେ ଯେଉଁଦିନ ସେ ବୋହୁ ହୋଇ ଆସିଲା, ସେଦିନ କଥା ତା’ ଶାଶୁ କେବେ ବି ଭୁଲିପାରିବେ ନାହିଁ । ଶାଶୁଙ୍କର ଭଲ ଭାବରେ ସେବା...
ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ । ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି ସହର ନ ଯାଏ, ତେବେ ଦୋକାନ କ୍ଷତି ସହିବ । ପୁଣି ଗ୍ରାମରେ...
ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।...
ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ । ଯାହା ହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା ।...
ଅନେକ ବର୍ଷ ତଳେ ଜଣେ ଧର୍ମଜ୍ଞ ରାଜା ଥିଲେ । ‘ପୂର୍ବ ଜନ୍ମରେ ମୁଁ ଏପରି କି ପ୍ରକାର ପୁଣ୍ୟ ଅର୍ଜନ କରିଥିଲିଯେ, ଆଜି ମୋତେ ଏତେ ସୁଖ, ଶାନ୍ତି, ଆନନ୍ଦ ମିଳୁଛି?’ ଏହି କଥା ଜାଣିବା ପାଇଁ ସେ ଜ୍ୟୋତିଷମାନଙ୍କୁ ଡାକିଲେ । ସେମାନଙ୍କୁ କହିଲେ, “ମୋ ପୂର୍ବଜନ୍ମ ବିଷୟରେ ଯିଏ ଠିକ୍ କଥା କହିପାରିବ ତା’ର ପାଂଚ ପୁରୁଷ ପାଇଁ ଯେତେ ଧନ ଦ୍ରବ୍ୟ ଦରକାର ତାକୁ ଦିଆଯିବ ।” ଏହିକଥା ଜ୍ୟୋତିଷମାନେ କହିପାରିବେ ନାହିଁ ବୋଲି ରାଜାଙ୍କୁ...
କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି...
ଗୋଟିଏ ଗ୍ରାମରେ ସୁଶୀଳ ନାମକ ଜଣେ ବ୍ୟକ୍ତି ଥାନ୍ତି । ସେ ଖୁବ୍ ପରୋପକାରୀ । ଯାହାର ଯାହା ସମସ୍ୟା ପଡିଲେ ମଧ୍ୟ ସେ ତାହା ଅନାୟାସରେ ସମାଧାନ କରି ଦିଅନ୍ତି । ତାଙ୍କର ସେହି କ୍ଷମତା ପାଇଁ ସେ ବଡ ଗର୍ବିତ ଥିଲେ । ଏବେ ତାଙ୍କର ବୟସ ପଚାଶ । ତଥାପି ମଧ୍ୟ ଏହି ବୟସରେ ତାଙ୍କର ଶକ୍ତି, ଉତ୍ସାହ ଓ ସହନଶୀଳତା ଯଥେଷ୍ଟ ଥିଲା । କିନ୍ତୁ ଗ୍ରାମବାସୀମାନେ ଏବେ ନୂତନ ହୋଇ ଗ୍ରାମକୁ ଆସିଥିବା ବ୍ୟକ୍ତି ନାଗରାଜଙ୍କ...
କୌଣସି ଗୋଟିଏ ଗ୍ରାମରେ ଦୁଇଜଣ ବନ୍ଧୁ ଥା’ନ୍ତି । ସେ ଦୁହେଁ ଏକୁ ଆରେକ ବଳି ଅଳସୁଆ ଓ ଠକ । ତନ୍ମଧ୍ୟରୁ ଜଣକ ନାମ ବକ୍ରବୁଦ୍ଧି; ଅନ୍ୟ ଜଣକର ନାମ ହେଉଛି ଦୁର୍ବୁଦ୍ଧି । ନିଜ ଗ୍ରାମରେ ସେମାନେ ଆଉ କେତେ ଠକି ଖାଇବେ । ଏଭଳି ଭାବି ଦିନେ ସେ ଦୁହେଁ ବିଚାର କରି ଠିକ୍ କଲେ କୌଣସି ଦୂର ରାଜ୍ୟକୁ ଯାଇ ନିଜର ବୁଦ୍ଧି ବଳରେ କିଛି ଗୋଟେ ବ୍ୟବସ୍ଥା ନିଶ୍ଚୟ କରିବେ । ଦିନେ ନିଜ ଗ୍ରାମ ଛାଡି ସେ ଦୁହେଁ ଚାଲିଲେ । ସଂଧ୍ୟା ହେବା...
ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ ।...
ଯକ୍ଷସ୍ଥଳ ନାମକ ରାଜ୍ୟରେ ନନ୍ଦୁ ନାମରେ ଜଣେ ଚାଷୀ ଥାଏ । ଦିନେ ସକାଳୁ ସେ ଗାଈମାନଙ୍କୁ ଖାଇବାକୁ ଦେଇ ନିଜ କ୍ଷେତଆଡକୁ ଯାଉଥିଲା; ବାଟରେ ଛୋଟ ଛୋଟ ବଣବୁଦା ପାଖରେ ଯିବାବେଳେ ସେ ଘୁଙ୍ଗୁଡି ଶବ୍ଦ ଶୁଣିବାକୁ ପାଇଲା । ସେ କୌତୁହଳୀ ହୋଇ ବଣବୁଦା ଭିତରେ ଖୋଜି ଖୋଜି ଶେଷକୁ ଏକ ବିରାଟ ଛତୁଟିଏ ଫୁଟିଥିବାର ଓ ସେହି ଛତୁକୁ ଆଉଜି ଯକ୍ଷଟିଏ ମହା ଆରାମରେ ଶୋଇଥିବାର ଦେଖିଲା । ଦେଖିବାକୁ ସେ ଠିକ୍ ମଣିଷ ପରି, ମାତ୍ର ଚାଖଣ୍ଡେ ତା’ର...
ସହରଠାରୁ ବହୁ ଦୂରରେ ଅବସ୍ଥିତ ଏକ ଗ୍ରାମରେ ଦୁଇଜଣ ସାଙ୍ଗ ରହୁଥିଲେ । ଏକ ବିଚିତ୍ର ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା । ମୈତ୍ର ଜନ୍ମରୁ ଅନ୍ଧ ଥିଲା ଓ ଫୁକାନ୍ ଜନ୍ମରୁ ଛୋଟା ଥିଲା । ସେମାନେ ଗ୍ରାମ ନିକଟରେ ଥିବା ବରଗଛ ପାଖରେ ପରସ୍ପରକୁ ଭେଟୁଥିଲେ ଓ ଗପସପରେ କିଛି ସମୟ ବିତାଉଥିଲେ । ବିହୁ ଉତ୍ସବ ପାଳିତ ହେଉଥାଏ । ଗ୍ରାମର ସବୁ ଲୋକ ସେହି ଉତ୍ସବର ଆନନ୍ଦରେ ମସ୍ଗୁଲ୍...
ଅନେକ ଦିନ ତଳର କଥା । ସେତେବେଳେ ଯୁଗଳପୁର ଗୋଟାଏ ସମୃଦ୍ଧ ତାଲୁକ ଥିଲା । ତାହା ଶ୍ରୀପୁର ଜମିଦାରଙ୍କ ଜମିଦାରିର ଏକ ଅନ୍ତର୍ଭୁକ୍ତ ଥିଲା । ଯୁଗଳପୁରରେ ଜମିଦାରଙ୍କର ଯିଏ ପ୍ରତିନିଧି ଥିଲେ, ତାଙ୍କୁ ନାଏବ କୁହାଯାଉଥିଲା । ନାଏବ ଲୋକଙ୍କଠୁଁ ଖଜଣା ଆଦାୟ କରିବାଠୁଁ ଆରମ୍ଭ କରି ସେମାନଙ୍କ ହାରିଗୁହାରି ସବୁ ଶୁଣିବା ଯାଏଁ ଓ ଝଗଡାଝାଟି ଫଏସଲା କରିବା ଯାଏଁ ସବୁ କାମ ସେ କରୁଥିଲେ । ଯିଏ...
ପୁରାକାଳର କଥା; ଚୁବାଙ୍ଗ ରାଜ୍ୟରେ ଏକ ମହାନ୍ ଶିଳ୍ପୀ ବାସ କରୁଥିଲେ । ଦିନେ ଜଣେ ଧନୀ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଶିଳ୍ପୀ ଧନୀଙ୍କର ବୈଭବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ଜଣେ ଧନୀ ବ୍ୟକ୍ତି ବନାଇ ଦେବାକୁ । ଦେବୀ ତାଙ୍କର ଇଛା ପୂରଣ କଲେ । ଅବିଳମ୍ବେ ସେ ହୋଇଗଲେ ଏକ ବଡ ଧନୀ । ତା’ପରେ ସେ କିଛିଦିନ ବେଶ୍ ଆନନ୍ଦରେ ବିଳାସବ୍ୟସନରେ ବୁଡି ରହି ଜୀବନ ବିତାଇଲେ । ହଠାତ୍ ଦିନେ ସେ...