ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ । ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ମୁଁ ତୁମ ଉପରେ ତା’ର ରକ୍ଷଣା ବେକ୍ଷଣ ଦାୟିତ୍ୱ...
“ଆମର ଅଜ୍ଞାତବାସ-କାଳ ପ୍ରାରମ୍ଭ ହେବାକୁ ଯାଉଛି । ଏହି ସମୟରେ ଆମର ପରିଚୟ ଯେପରି କେହି ବି ଜାଣି ପାରିବେ ନାହିଁ, ସେଥିପାଇଁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ । ଏହି ଏକ ବର୍ଷ ଅଜ୍ଞାତବାସ ସମୟ ଆମେ କେଉଁ ଦେଶରେ ରହି ବିତାଇବା, ଏବେ ତୁମ୍ଭମାନଙ୍କର ମତ ପ୍ରକାଶ କର ।” ଏପରି କହି ଧର୍ମରାଜ ତାଙ୍କ ଭାଇମାନଙ୍କର ମତାମତ ଲୋଡିଲେ । ଅର୍ଜ୍ଜୁନ ନିଜର ମତ ପ୍ରକାଶ କରି କହିଲେ “ପାଂଚାଳ, ଚେଦୀ, ମତ୍ସ୍ୟ...
ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି । ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ । ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ ପୁନରାୟ ଚେଷ୍ଟା କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ ।...
ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ ସବୁ ଗଛ କାଟିବାକୁ ଆରମ୍ଭ କଲା । ଏହା ଦେଖି ଗୋଟିଏ ବୁଢାଗଛ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...
ଆନନ୍ଦ ଗୋଟେ ଗରିବ ପିଲା ଥିଲା । କିନ୍ତୁ ତା’ ବାପା ତାକୁ ଆଦର କରି ନଷ୍ଟ କଲା । ବାପା ବହୁତ ଦିନ ପର୍ଯ୍ୟନ୍ତ ତାକୁ ପାଳିଲା, କିନ୍ତୁ ବଡ ହେଲେ ବି ସେ କିଛି କାମ କରେନି, ଅଳସୁଆ ହୋଇ ଘରେ ସେମିତି ବସିଥାଏ । ଏଥର ତା’ ବାପା ଭାବିଲା ତାକୁ କୌଣସି କାମରେ ଲଗାଇଦେବ । ଚାକିରୀ ଖୋଜି ଖୋଜି ମିଳିଲା ନାହିଁ । କେହି ତାକୁ ରଖିବାକୁ ଚାହିଁଲେ ନାହିଁ । ଶେଷକୁ ତା’ ବାପା ତାକୁ ଗ୍ରାମର ମୁଖିଆଙ୍କ ପାଖକୁ ନେଇଗଲା...
ଶ୍ରୀରାମ ବହୁତ ବିବ୍ରତ ହୋଇ ପଡିଥିଲେ । ତେଣୁ ବିଭୀଷଣ ତାଙ୍କୁ କ’ଣ କହିଲେ ସେ କଥା ସେ କିଛି ଠିକ୍ସେ ବୁଝି ପାରୁନଥିଲେ । କିଛି ସମୟ ପରେ ସେ କହିଲେ, “ବିଭୀଷଣ, ଯାହା କହିଲ ମୁଁ ବୁଝିପାରି ନାହିଁ । ଦୟାକରି ଆହୁରି ଥରେ ସେକଥା ସ୍ପଷ୍ଟ କରି କୁହ । ବିଭୀଷଣ କହିଲେ, “ପ୍ରଭୂ, ଆପଣ ଅକାରଣରେ ଦୁଃଖ କରୁଛନ୍ତି । ଆପଣଙ୍କର ଲକ୍ଷ୍ୟ ହେଲା ମାତା ସୀତାଙ୍କୁ ଉଦ୍ଧାର କରିବା ଏବଂ ସେଥିପାଇଁ ରାକ୍ଷସମାନଙ୍କୁ ବଧ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ କାଚୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ବି ରାଜା ବିକ୍ରମାର୍କ ତିଳେମାତ୍ର ଦ୍ୱିଧା ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ...
ସମ୍ରାଟ୍ ଆକବରଙ୍କ ପରି ଆଉ ଏକ ଦେଶରେ ଆଉ ଜଣେ ସମ୍ରାଟ୍ ଥିଲେ । ସେ ବୁଦ୍ଧିରେ ଯେପରି ବିଚକ୍ଷଣ ଯୁଦ୍ଧରେ ସେହିପରି ମଧ୍ୟ ବିଚକ୍ଷଣ । ସେଥିଲାଗି ସଦାସର୍ବଦା ସମ୍ରାଟ୍ ଯୁଦ୍ଧ କରି ଅନ୍ୟ ରାଜ୍ୟକୁ ହରାଇ ସେ ରାଜ୍ୟକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥାଆନ୍ତି । ଏକଦା ସେହି ସମ୍ରାଟ୍ ଗୋଟିଏ ରାଜ୍ୟ ସାଥିରେ ଯୁଦ୍ଧ କରିବାକୁ ଇଚ୍ଛା କରି ସେହି ରାଜ୍ୟ ସହିତ ଯୁଦ୍ଧ ଆରମ୍ଭ କରି ଦେଲେ । ସେହି ଯୁଦ୍ଧରେ ସେ ଜୟ ଲାଭ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ...
ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ ।...
ଗୋଟିଏ ଗାଡି ବାଲା ନିଜର ଗାଡି ନେଇ ଜଙ୍ଗଲରେ ପହଁଚିଲା । ସେଠାରେ ସେ କାଠ ଭର୍ତ୍ତି କରି ତା’ପରେ ଭର୍ତ୍ତି ଗାଡିକୁ ନେଇ ଘରକୁ ଫେରୁ ଥିଲା । ରାସ୍ତାରେ ଗୋଟିଏ ଜୋର ପାର୍ କରିବାକୁ ପଡିଲା । କିନ୍ତୁ ଭାଗ୍ୟ ବଶତଃ ଜୋରର କାଦୁଅରେ ତାର ଗାଡିର ଚକ ଫସି ଗଲା ଆଉ ସେ ଜୋର ପାର୍ ହୋଇ ପାରିଲା ନାହିଁ । ଗାଡି ବାଲା ବହୁତ ଚେଷ୍ଟା କଲା ସତ୍ୱେ ବି ଗାଡିର ଚକ କାଦୁଅରୁ ବାହାର କରି ପାରିଲା ନାହିଁ । ସେ ଯେଉଁଠି ଥିଲା ସେଇଠି ରହି ଗଲା...
ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ ଆସନ୍ତା କାଲି ଏହି ପୁଷ୍କରିଣୀରୁ ମାଛ ଧରିବା ପାଇଁ ଆସିବା...
ଧର୍ମପୁରୀର ଜମିଦାର ରାଜଶେଖର ଦିନେ ତାଙ୍କ ଦେବାନ୍ଙ୍କୁ କହିଲେ, “ଗ୍ରାମ ଗୁଡିକ ଦେଖିବାକୁ ଯାଅ; ଯେଉଁଠାରେ କର ଅସୁଲ କରିବାର ଅଛି କର, କିନ୍ତୁ ସେଠିକା ଲୋକମାନଙ୍କର ଆପତ୍ତି ଅଭିଯୋଗ କ’ଣ ସେସବୁ ମନଦେଇ ଶୁଣିବ; ପୁଣି ସେମାନେ କିପରି ଅଛନ୍ତି ତାହା ମଧ୍ୟ ବୁଝିବ ।” ଦେବାନ୍ ଦୁଇଜଣ ଚାକରଙ୍କୁ ନେଇ ଗ୍ରାମ ଦେଖିବାକୁ ଗଲେ, କରସବୁ ଆଣିଲେ ଏବଂ ତା’ସହିତ ପ୍ରଜାମାନଙ୍କର ଭଲମନ୍ଦ ସବୁ ମଧ୍ୟ ବୁଝିଆସିଲେ ।...
ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ବୋବାଉଥିଲା । ସେହି ଗଛ ମୂଳରେ ପୂର୍ବରାତିରୁ ଗୋଟିଏ ବିଲୁଆ ଶୋଇଥିଲା । କୁକୁଡାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା । ନାଲି ଟହଟହ ପୃଥଳକାୟ ଗଞ୍ଜାଟାକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା । କିଛି ସମୟ ପରେ ଭାବିଚିନ୍ତି ପଚାରିଲା ହେ ପ୍ରଭୁ, ଆପଣଙ୍କ...
ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ । ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ କେବଳ ବଡବଡିଆ ଧନୀକ ଶ୍ରେଣୀର ଲୋକଙ୍କୁ ଶିଖାଇଲେ । ସେମାନଙ୍କୁ...
ବିକ୍ରମାଦିତ୍ୟଙ୍କ କଥା ଅନୁସାରେ ତାଳବେତାଳ ସ୍ୱର୍ଗକୁ ଯାଇଥିଲେ । ଠିକ୍ ଏତିକିବେଳେ ପାରିଜାତ ପୁଷ୍ପ ଧରି ବିକ୍ରମାଦିତ୍ୟଙ୍କର ରାଜସଭାରେ ପ୍ରବେଶ ହେଲେ । ତାଳବେତାଳ ଦୁହେଁ ରାଜାଙ୍କ ଆଦେଶରେ ଯାଇ ବତ୍ରିଶ ସିଂହାସନକୁ ସେଠାରୁ ଧରି ଆସିଲେ । ନାନା ରତ୍ନ ଅଳଙ୍କାରମାନ ମଧ୍ୟ ସଙ୍ଗରେ ଆଣିଥିଲେ । ଅଳକାପୁରୀ ପରି ପୁରକୁ ସଜାଇଲେ । ପାରିଜାତ ପୁଷ୍ପର ହାର କରି ରାଜା ନିଜେ ପରିଧାନ କଲେ । ତାହାପରେ ବିକ୍ରମାଦିତ୍ୟ ବତ୍ରିଶ...
ମୁକୁନ୍ଦ ନାମକ ଏକ ଯୁବକ କିଛି ସଉଦା କିଣିବାକୁ ଦୋକାନକୁ ଗଲା । ସେତେବେଳେ ତ ସେଠାରେ ଗ୍ରାହକମାନେ ଭିଡ କରିଥିଲେ । ତେଣୁ ସେ ସେଠାରେ କିଛି ସମୟ ଅପେକ୍ଷା କଲା, ଅନ୍ୟାନ୍ୟ ଗ୍ରାହକମାନେ ଯିବା ପରେ ସେ ଦୋକାନୀକୁ ସଉଦାର ତାଲିକା ଧରାଇ ଦେଲା । ତା’ପରେ ଦୋକାନୀ ସେ ତାଲିକା ମୁତାବକ ସବୁକିଛି ଦେଇ ସେସବୁର ମୂଲ୍ୟ ମଧ୍ୟ କହିଦେଲା । ମୁକୁନ୍ଦ ଟଙ୍କା ଦେଲା । ଦୋକାନୀ ତା’ର ମୂଲ୍ୟ ରଖି ବାକି ଟଙ୍କା ମୁକୁନ୍ଦକୁ ଫେରାଇ ଦେଲା ।...
ଅତି ପ୍ରାଚୀନ କାଳର କଥା । କୌଣସି ଏକ ପ୍ରାଚୀନତମ ନଗରୀ ଥିଲା । ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ । କେବଳ ଦାନ ଗ୍ରହଣ ପୂର୍ବକ, ସେ ତା’ର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା । ଏହା ବ୍ୟତୀତ ବ୍ରାହ୍ମଣ ଅନ୍ୟ କୌଣସି ଜୀବିକା ନଥିଲା । ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା । ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ କୌଣସି ଭୋଗ୍ୟବସ୍ତୁ ସ୍ୱପ୍ନରେ ମଧ୍ୟ ସେ ଦେଖିବାକୁ...
ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଏକ କୁକୁର ରୂପେ ବାରାଣସୀରେ ଜନ୍ମ ହୋଇଥିଲେ । ସେ ସହରର ଗୋଟିଏ ବଡ ମଶାଣିରେ ରହୁଥିଲେ । ସେତେବେଳେ ସେ ଥିଲେ ଶହ ଶହ କୁକୁରଙ୍କର ଦଳପତି । ଦିନକର ଘଟଣା । ରାଜା ତାଙ୍କ ଘୋଡାଗାଡିରେ ବସି ସହର ବୁଲିବାକୁ ଗଲେ । ସଂଜ ହେବା ପରେ ସେ ନଅରକୁ ଫେରିଆସିଲେ । ଚାକରମାନେ ଘୋଡାମାନଙ୍କର ଲଗାମ୍ ଖୋଲିଦେଇ ସେମାନଙ୍କୁ ନେଇ ଘୋଡାଶାଳରେ ବାନ୍ଧିଦେଲେ ଓ ଲଗାମ୍ଗୁଡିକୁ ନଅରର ଅଗଣାରେ ରଖିଦେଲେ ।...
ଶୁକ୍ରାଚାର୍ଯ୍ୟଙ୍କଠାରୁ ବାର୍ଦ୍ଧକ୍ୟର ଅଭିଶାପ ପାଇ ଯଯାତି ବଡ ବ୍ୟସ୍ତ ହେଲେ । ସେ ଶୁକ୍ରାଚାର୍ଯ୍ୟଙ୍କୁ ନିବେଦନ କରି କହିଲେ, “ଆପଣଙ୍କ ଅଭିଶାପ ତ ନିଶ୍ଚୟ ଫଳିବ, ଶର୍ମିଷ୍ଠାର ଇଚ୍ଛା ପୂରଣ ଅର୍ଥ କ’ଣ ମୁଁ ଦେବଯାନୀଙ୍କ ପ୍ରତି କୌଣସି ଭାବରେ ଅନ୍ୟାୟ କରିଛି? ରାଜାମାନଙ୍କର ତ ଅନେକ ସ୍ତ୍ରୀ ଥା’ନ୍ତି । ଆପଣ ଜଣେ କନ୍ୟାର ପିତା ଭାବରେ ଶର୍ମିଷ୍ଠାର ଦୁର୍ଦ୍ଦଶା ବୁଝିପାରୁ ନାହାଁନ୍ତି? ଆଉ ମୁଁ ଏମିତି କି ଭୁଲ୍ କଲି ଯେ ଆପଣ...
ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।” ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା...
ଏକଦା ବ୍ରହ୍ମଦତ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ ତାଙ୍କ ରାଜ୍ୟରୁ ଗୋଟିଏ ବୋଇତ ଅନେକ ଲୋକ ଓ ଜିନିଷ ଧରି ଦେଶାନ୍ତରକୁ ବାଣିଜ୍ୟ ଉଦ୍ଧେଶ୍ୟରେ ଗଲା । କିନ୍ତୁ ଅଧ ବାଟରେ ଝଡ ହେବାରୁ ସେହି ବୋଇତଟି ଅଚାନକ ବୁଡିଗଲା ଓ ଜଣେ ବ୍ୟକ୍ତି ଛଡା ବାକି ଅନ୍ୟ ସମସ୍ତେ ବୁଡି ମରିଗଲେ । ଗୋଟିଏ କାଠକୁ ଧରି ଭାସି ଭାସି ଯାଇ ସେ କରମ୍ବି ନଗରର ଉପକୂଳରେ ପହଁଚିଲା । ସେଇଠି ସେ ଏଠୁ ସେଠୁ ମାଗିଯାଚି ଖାଇ ବଂଚିବାକୁ ମନସ୍ଥ...
ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ ପହଁଚିଲା, ପକ୍ଷୀଟି ସଂଗେ ସଂଗେ ମଳତ୍ୟାଗ କରିଦେଲା ଓ ତା’ର...
ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ । ଦିନେ ବିରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ...
“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି...
କୁରୁକ୍ଷେତ୍ର ପ୍ରାଙ୍ଗଣ । କୌରବ ଓ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରଣ ଭେରୀ ବାଜିବାମାତ୍ରେ ଉଭୟ ପକ୍ଷ ଯୁଦ୍ଧରେ ଲିପ୍ତ ରହିବେ । ସେଥିପାଇଁ ପ୍ରତୀକ୍ଷା । ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯୁଧିଷ୍ଠିର ରଥରୁ ଓହ୍ଲାଇ ଚାଲି ଚାଲି କୁରୁସେନାଙ୍କ ଆଡକୁ ଅଗ୍ରସର ହେଲେ । ଏହା ଦେଖି ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ସହ ପାଣ୍ଡବ ପକ୍ଷର ବୀରମାନେ ପ୍ରମାଦ ଗଣିଲେ । ଶ୍ରୀକୃଷ୍ଣ ମଧ୍ୟ ଏହା...
ଗୋଟିଏ ଶାର୍ଗୁଣା ତା’ର କିଛି ଛୁଆ ସହିତ ତାଳ ଗଛ ଉପରେ ବସା ବନାଇ ରହି ଆସୁ ଥିଲା । ଦିନେ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ମିଳି ନଥିଲା । ସେମାନେ କେବଳ ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲେ । ଶାର୍ଗୁଣା ତାଙ୍କର ଭୋକ ମେଂଟାଇବାକୁ ଜଙ୍ଗଲର ସେପଟେ ଭୋଜନର ତଲାସ୍ରେ ଚାଲି ଗଲା । ହଠାତ୍ ଶାର୍ଗୁଣାର ନଜରରେ ଗୋଟିଏ ବିଲୁଆ ଛୁଆ ପଡିଲା । ମନକୁ ମନ ଶାର୍ଗୁଣାଟି କହିବାକୁ ଲାଗିଲା କେତେ ସୁନ୍ଦର ଏ ଛୁଆଟି ହୋଇଛି । ମୁଁ...
ଏକ ବିରାଟ ଜଙ୍ଗଲକୁ ଲାଗି ଗାଁଟିଏ । ଗାଁଟିର ନାମ ତଳବରାଦ । ସେଇ ଜଙ୍ଗଲ ମଝିରେ ବିରାଟ ପାହାଡଟିଏ । ସେଇ ପାହାଡରେ ଗୋଟିଏ ମହାବଳ ବାଘ ରହେ । ରାତି ହେଲେ ବାଘଟି ପାହାଡରୁ ଓହ୍ଲାଇ ଆସି ଗାଁ ଲୋକ ମାନଙ୍କର ଛେଳି, ବାଛୁରୀ, ମେଣ୍ଢା ପ୍ରଭୃତି ଗୁହାଳରେ ପଶି ଖାଇଯାଏ । ଗାଁ ଲୋକଙ୍କ ମନରେ ଭାଳେଣି ପଡିଲା, ବାଘକୁ କେମିତି ମାରିବେ । ସନ୍ଧ୍ୟା ହେବା ମାତ୍ରେ ଗାଁଟିରେ ତାଟି କବାଟ ପଡିଯାଏ । ଲୋକମାନେ ବାଘ ଭୟରେ କବାଟ କିଳି ଘରେ...
ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ । ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, “ମୋର ଅସଂଖ୍ୟ ଶିଷ୍ୟ ଅଛନ୍ତି । ହେଲେ ମୋ ଅନ୍ତେ ତୋତେ ଏ ଆଶ୍ରମର ଉତ୍ତରାଧିକାରୀ...
ଗୋଟିଏ ଗ୍ରାମରେ ଜଣେ ସ୍ତ୍ରୀ ଲୋକ ବାସ କରୁଥିଲା । ସେ ପ୍ରତିଦିନ ଅପରାହ୍ନରେ ତା’ର ସ୍ୱାମୀକୁ ଦଶଥର ଜୋତାରେ ମାରୁଥିଲା । ସେହି ସ୍ତ୍ରୀଲୋକର ଏକ ଝିଅ ମଧ୍ୟ ଥିଲା । ସେ ବିବାହ ଯୋଗ୍ୟା ହେବା ପରେ ତା’ପାଇଁ ବରପାତ୍ର ଖୋଜା ଚାଲିଲା । ସେ ଝିଅଟି ରୂପରେ ଖୁବ୍ ସୁନ୍ଦର ଥିଲା । କିନ୍ତୁ ମା’ ଯେମିତି ଜୋତା ପ୍ରହାର କରେ ସେ ମଧ୍ୟ ଠିକ୍ ସେମିତି କରିପାରେ ବୋଲି ସେଥିପାଇଁ ଯେତେ ପ୍ରସ୍ତାବ ଆସିଲେ ମଧ୍ୟ କେହି...
ସବୁଦିନ ପରି ମଦନ ସକାଳୁ ଉଠି, ତାର ଗୋରୁଗାଈଙ୍କୁ ଘାସ, ନଡା, କୁଣ୍ଡା, ତୋରାଣୀ ଖାଇବାକୁ ଦେଲା । ଗୁହାଳୁ ଗୋବର ଉଠେଇଲା । ଗାଈ ବଳଦଙ୍କୁ ହାତରେ ଆଉଁସୀ କାମ ପାଇଁ ପ୍ରସ୍ତୁତ ହେବାର ସୂଚନା ବି ମଦନ ଦେଲା । ଗୃହପାଳିତ କୁକୁର ରିଙ୍କି ମଧ୍ୟ ଭୋ, ଭୋ ରାବ କରି ସକାଳର ସୂଚନା ଦେଲା । ମଦନର ସ୍ତ୍ରୀ ଗାଧୋଇପାଧୋଇ, ପୂଜାପାଠ କରିସାରି ଚୁଲି ଲଗେଇଲା । ତାଉଆ ବସାଇ ମୁଠାଏ ବଡି, ଦି ଫଡା ବାଇଗଣ ଭାଜି, କଂସାଏ ପଖାଳ ବାଢି ଦେଲା ।...
ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...


