ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ । କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ ରାଜା ବୋଧେ ମୋ ଉପରେ ରାଗିଥିବେ । ତେଣୁ ଯାଉଛି ରାଜଉଆସ ଆଡେ...
ଦିନେ ଜଣେ ତେଲି ତେଲ ବିକିବାକୁ ତେଲହାଣ୍ଡି ମୁଣ୍ଡେଇ ହାଟକୁ ଯାଉଥିଲା । ଯାଉ ଯାଉ ସେ ତେଲି ଭାବିଲା ଏ ତେଲ ବିକି ଯେଉଁ ପଇସା ହେବ ସେଥିରୁ ସେ କିଛି କୁକୁଡା କିଣିବ ଏବଂ କୁକୁଡା ଅଣ୍ଡା ଦେଲେ, ସେ ଅଣ୍ଡାତକ ନେଇ ହାଟରେ ବିକି ସେ ବହୁତ ପଇସା କମେଇବ । ପଇସା ହୋଇଗଲେ ଭଲ ଭଲ ପୋଷାକ ପିନ୍ଧି ସେ ଗାଁରେ ବୁଲିବ । ତା’ ସାଙ୍ଗରେ ଲୋକମାନେ ମିଶିବାକୁ ଚାହିଁଲେ, ସେ ସମସ୍ତଙ୍କୁ ମନା କରିଦେବ । ସେ କେମିତି ମନା କରିବ ଭାବି ଭାବି...
ଯେତେବେଳେ ବ୍ରହ୍ମଦତ କାଶୀରାଜ୍ୟର ରାଜା ଥିଲେ, ସେତେବେଳେ ବୋଧିସତ୍ୱ ତାଙ୍କରି ପୁତ୍ର ରୂପେ ଜନ୍ମ ନେଲେ । ସେ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ତକ୍ଷଶିଳାକୁ ଯାଇ ସେଠାରେ ସମସ୍ତ ବିଦ୍ୟା ଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁଥିରେ ପାରଦର୍ଶିତା ଲାଭ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଶୀ ସିଂହାସନ ଆରୋହଣ କଲେ । ତାଙ୍କ ଶାସନକାଳରେ କାଶୀର ପ୍ରଜାବର୍ଗଙ୍କୁ କୌଣସି ପ୍ରକାର କଷ୍ଟ, ଅନିଷ୍ଟ, ଅନ୍ୟାୟ ଓ...
ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ । ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ ଶ୍ରୀମତୀଙ୍କୁ ସେଠାରେ ଦେଖି ଆହୁରି ରାଗିଗଲେ । ତେଣୁ ନାରଦ...
ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ । ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ ହେଲେ । ତା’ପରେ ସେ ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କଠାରୁ...
ସାରିପୁର ଗ୍ରାମରେ ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ରହୁଥାଏ । ତା’ର ତ ଆଉ ଏ ସଂସାରରେ କେହି ବି ନାହିଁ । ତେଣୁ ସେ ତା’ନିଜ ଖାଦ୍ୟ ନିଜେ ହିଁ ରୋଷେଇ କରେ । ଅଧିକାଂଶ ସମୟରେ ସେ ଦହିଭାତ ମିଶାଇ ଟିକିଏ ବଘାରି ଦିଏ । ତାକୁ ସେ ଖାଦ୍ୟ ଖୁବ୍ ସ୍ୱାଦ ଲାଗେ । ଯିଏ ତା’ର ଦହିଭାତ ଖାଇଛି ସେ ତାକୁ ପ୍ରଶଂସା କରିଛି । ତା’ର ଦହିଭାତରେ ଖ୍ୟାତି ଏତେ ବଢିଲା ଯେ ଲୋକେ ଶେଷରେ ତାକୁ “ଦହିଭାତ ଧନଞ୍ଜୟ” ବୋଲି ଡାକିଲେ । ...
ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର ରାଜାଙ୍କୁ ସେମାନେ ବାଣିଜ୍ୟ ଶୁଳ୍କ ଦେଉଥିଲେ ।...
ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା । ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।” ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି ।...
ଅରଣ୍ୟ ମଧ୍ୟରେ ସିଂହଟିଏ ବାସ କରୁଥାଏ । ସେ ପୁଣି ସେହି ଅରଣ୍ୟର ରାଜା । ସେଦିନ ସେ କି ଯୋଗରେ ସକାଳ ଠାରୁ ବାହାରିଥିଲା ଯେ ସନ୍ଧ୍ୟା ହେଲା ପଛେ ସେ ତାର ଶିକାର ଗୋଟିଏ ସଂଗ୍ରହ ନକରି ଦିନଟା ସାରା ଉପାସରେ ବିତାଇ ସାରି ପୁଣି କିଛି ଆଗକୁ ଯାଆନ୍ତେ, ତା’ର ଦୃଷ୍ଟିକୁ ଗୋଟିଏ ଗୁମ୍ଫା ଦେଖାଗଲା । ସେଠାରେ ସେହି ଗୁମ୍ଫାକୁ ଦେଖି ସେ ବିଚାର କଲା ଯେ ଏତେ ବଡ଼ ଗୁମ୍ଫାଟିଏ ଯେତେବେଳେ, ସେହି ଗୁମ୍ଫା ମଧ୍ୟରେ କେହିନା କେହି ଜୀବ ବାସ...
ନଦୀକୂଳରେ ମାଙ୍କଡଟିଏ ରହୁଥିଲା । ସେ ଯେଉଁ କୂଳରେ ରହୁଥିଲା ସେ କୂଳରେ ଯଥେଷ୍ଟ ଖାଦ୍ୟଦ୍ରବ୍ୟ ଆଉ ମିଳିଲା ନାହିଁ । ତେଣୁ ସେ ନଦୀ ପାର ହୋଇ ଆର କୂଳକୁ ଯାଇ ଯଥେଷ୍ଟ ଫଳ ଖାଇବାକୁ ଚାହୁଁଥିଲା । ଆର କୂଳରେ ବିଭିନ୍ନ ଜାତିର ଫଳ ଫୁଲ ଭରି ରହିଥିଲା । କିନ୍ତୁ ନଦୀ ଅତିକ୍ରମ କରିବାର କୌଣସି ଉପାୟ ନଥିଲା । ତେଣୁ ସେ ମନେ ମନେ ଚିନ୍ତା କଲା । ଅନେକ ଚିନ୍ତା କରିବା ପରେ ମାଙ୍କଡଟି ନଦୀ କୂଳରେ ଥିବା...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା...
ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା । ତାଙ୍କର ‘ରତନା’ ନାମରେ ଏକ ବିଶ୍ୱସ୍ତ ଚାକର ଥିଲା । ସେ ଅତ୍ୟନ୍ତ ସଚ୍ଚୋଟ ଏବଂ ପ୍ରଭୁଭକ୍ତ ଥିବାରୁ ରାଜେନ୍ଦ୍ର ପ୍ରସାଦ ତାକୁ ବହୁତ ଭଲ ପାଉଥିଲେ । ଦିନକର କଥା । ରତନା ଘର ଓଳାଉଥିବାବେଳେ ବାବୁଙ୍କର ଅତି ପ୍ରିୟ ପାର୍କର କଲମଟି ଅକସ୍ମାତ୍ ତଳେ ଖସିପଡିବାରୁ ତା’ର ମୁନଟି ଭାଙ୍ଗିଗଲା । ସେବକ ରତନାର ଅସାବଧାନତା ଯୋଗୁଁ ଏପରି ଅଘଟଣ...
ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ...
ଫରାସୀ ଦେଶର ପରୀକାହାଣୀରେ ‘ହେନେରୀ’କୁ ସମସ୍ତେ ମନେ ରଖିଛନ୍ତି । ମାତ୍ର ସାତ ବର୍ଷର ପିଲା ହେଉଛି ସେ ହେନେରୀ । ତା’ର ମାଆ ଥିଲେ ଅତ୍ୟନ୍ତ ଦୁଃଖିନୀ । ମାଆ ଥିଲେ ହେନେରୀର ଏକମାତ୍ର ଭରସା । କାରଣ ପିଲାଟିଦିନରୁ ସେ ତା ବାପାକୁ ହରାଇଥିଲା । ଗାଁ ବାହାରେ ଛୋଟ କୁଡିଆ ଘରେ ମାଆ ପୁଅ ଦୁହେଁ ରହୁ ଥାଆନ୍ତି । ମା’ ପ୍ରତିଦିନ କିଛି କିଛି ସିଲେଇକାମ କରନ୍ତି ଓ ତାକୁ ନେଇ ହାଟରେ ବିକି ଯାହା ରୋଜଗାର କରନ୍ତି, ସେଇଥିରେ କୌଣସି...
ସମ୍ରାଟ୍ ଆକବରଙ୍କର ରାଜତ୍ୱ ସମୟର କଥା । ଆଗ୍ରା ନାମକ ଏକ ସହର ଥିଲା । ସେହି ସହରକୁ ଲାଗି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ବ୍ୟବସାୟୀ ବାସ କରୁଥିଲେ । ବିବାହର କେତେଦିନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । କିନ୍ତୁ ବ୍ୟବସାୟୀଙ୍କ ସ୍ତ୍ରୀ, କେତେ ସୁନ୍ଦରୀ, ସେ ସୁନ୍ଦରୀଙ୍କୁ ଉପମା ଦେବାକୁ ଥିଲା । ସେ ଚନ୍ଦ୍ରମୁଖୀ, ସେ ପଦ୍ମମୁଖୀ । ଯାହା ଉପମା ଲଗାଇ ଦେବ ତାହା ହିଁ ଲାଗିଯିବ ।...
ସପ୍ତମ ଶତାଦ୍ଦୀର କଥା । ସେତେବେଳେ କାଶ୍ମୀରରେ ରାଜା ଶିଳାଦିତ୍ୟ ଶାସନ କରୁଥିଲେ । ନିଜର ବାହୁବଳରେ ସେ ଏକ ବହୁତ ବଡ ରାଜ୍ୟର ଶାସକ ହୋଇପାରିଥିଲେ । ମାତ୍ର ଯେତେ ରାଜ୍ୟ ଜୟକରି ନିଜ ରାଜ୍ୟର ଆୟତନ ବଢାଇଲେ ମଧ୍ୟ ତାଙ୍କ ମନରେ ଟିକିଏବି ଶାନ୍ତି ନଥିଲା । କାହିଁକିନା ସେ ତାଙ୍କ ରାଜ୍ୟକୁ ଆହୁରି ବୃହତ ଆକାରରେ ଦେଖିବାକୁ ଚାହୁଁଥିଲେ । ଥରେ ତାଙ୍କର ଲୋଲୁପଦୃଷ୍ଟି ଗୋବି ମରୁଭୂମି ସୀମାରେ ଥିବା ଏକ କ୍ଷୁଦ୍ର ରାଜ୍ୟ ଉପରେ...
ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା ସେ ପିଲାଟି, ତା ବାପାଙ୍କର କୌଣସି କଥାକୁ ଆଦୌ ଗୁରୁତ୍ୱ...
ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି । ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ ହୋଇପାରେ । ସେଭଳି ବ୍ୟକ୍ତିର ସୁରମ୍ୟ ନଭଶ୍ଚୁମ୍ବୀ...
ଚନ୍ଦ୍ରବର୍ମା ଶତ୍ରୁ ବାହିନୀର ମୁକାବିଲା କରିବା ନିମନ୍ତେ ଯେଉଁ ବ୍ୟୁହ ରଚନା କରୁଥିଲେ, ହଠାତ୍ ଅଧିକ ସଂଖ୍ୟକ ଶତ୍ରୁସୈନ୍ୟ ପହଁଚିଯିବା ଫଳରେ ସେ ବ୍ୟୁହ ବିଫଳ ହେଲା । ଚନ୍ଦ୍ରବର୍ମା ଓ ସୁବାହୁ ପଳାଇ ଯିବାକୁ ଉଦ୍ୟତ ହେଲେ । କେତେଜଣ ଶତ୍ରୁ ସୈନିକ ସେମାନଙ୍କୁ ଅନୁଧାବନ କଲେ । ସେମାନଙ୍କ କବଳରୁ ନିଷ୍କୃତି ପାଇବା ନିମନ୍ତେ ଚନ୍ଦ୍ରବର୍ମା ଓ ସୁବାହୁ ପାହାଡ ତଳେ ରହୁଥିବା ନଦୀ ଭିତରକୁ ଲମ୍ପ ଦେଲେ । ତା’ପରେ –...
(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ ସୁକେଶିନୀଙ୍କର ଥିଲା । ସେ ପ୍ରଥମେ ବହୁତ ଆଦର ଯତ୍ନ କଲେ । କିନ୍ତୁ...
ଗୋଟିଏ ଗାଁରେ ଦୁଇଟି ବଡ ଷଣ୍ଢ ଥିଲେ । ଦିନେ ସେମାନଙ୍କ ଭିତରେ ବହୁତ ଲଢେଇ ହେଲା । ଆଉ ସେହି ଲଢେଇରେ ସେ ଦୁହିଁଙ୍କ ମୁଣ୍ଡ ଫାଟି ରକ୍ତ ବି ବୋହିଲା । ସେତେବେଳେ ଗୋଟିଏ ବିଲୁଆ ତ ଏସବୁ ଦେଖୁଥାଏ, ରକ୍ତ ଥପ୍ ଥପ୍ ହୋଇ ମାଟିରେ ପଡିବାର ଦେଖି ସେ ବିଲୁଆ ଆଉ ତା’ ଲୋଭ ସମ୍ଭାଳି ପାରିଲା ନାହିଁ । ତେଣୁ ସେ ଦୁଇ ଷଣ୍ଢଙ୍କ ମଝିରେ ପଶି ରକ୍ତ ଚାଟିବା ଆରମ୍ଭ କଲା । ଏପରିକି ସେ ଭୁଲିଗଲା ଯେ ଷଣ୍ଢମାନେ ଲଢୁଛନ୍ତି । ଲଢିଲା ବେଳେ...
ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ ଭାଙ୍ଗି ଦେଲା । ଏହାଦ୍ୱାରା ତା’ର ଅଣ୍ଡା ଗୁଡିକ ନଷ୍ଟ ହୋଇଗଲା ଓ...
ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର କହିବା ଠିକ୍ ନୁହେଁ ।” ଶାସ୍ତ୍ରରେ ପରା ଲେଖାଅଛି – “ଯାହା...
ସତ୍ୟବ୍ରତ ନାମକ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଥିଲେ । ସେ ସର୍ବଦା ସତ୍ ପଥରେ ଚାଲୁଥିଲେ । ସୁତରାଂ ଜଣେ ବଡ ବିଦ୍ୱାନ ହୋଇ ମଧ୍ୟ ଅଭାବଗ୍ରସ୍ତ ଥିଲେ । ଥରେ ସତ୍ୟବ୍ରତ ଧନ ଅର୍ଜନ କରିବା ଲକ୍ଷ୍ୟରେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ବାହାରିଲେ । ସେହି ରାଜ୍ୟରେ ପହଂଚି ଦେଖିଲେ, ଏକ ବିରାଟ ଅଟ୍ଟାଳିକା ସମ୍ମୁଖରେ ଅନେକ ଲୋକ ଧାଡି ବାନ୍ଧି ଠିଆ ହୋଇଛନ୍ତି । ପଚାରି ବୁଝିଲେ, ସେହି ପ୍ରାସାଦଟି ଶେଠ୍ ଲକ୍ଷ୍ମୀ...
ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ ସେ ହିଁ ଶ୍ରେଷ୍ଠ ସାଧୁ । ଏଣେ ସାଧୁ ଆତ୍ମାନନ୍ଦ ମଧ୍ୟ...
ଏକଦା ରାଜ ଦରବାରରେ ଜଣେ ଚୋରକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଗଲା । ରାଜା ଦଣ୍ଡ ସ୍ୱରୂପ ଚୋରର ନାକ କାଟି ଦେବାକୁ ଆଦେଶ ଦେଲେ । ଫଳରେ ଚୋରର ନାକଟି କଟାଗଲା । ଏବେ ଚୋର ଠିକ୍ କଲା, ରାଜା ମୋର ସିନା ନାକ କାଟିଦେଲେ, ହେଲେ ମୁଁ ଏଭଳି ଏକ କାମ କରିବି ଯେଉଁଥିରେ ଅନ୍ୟ ଲୋକଙ୍କର ବି ନାକ କଟାଯିବ । ଫଳରେ ମୋର ମାନସମ୍ମାନ କ୍ଷୁଣ୍ଣ ହେବ ନାହିଁ । ସୁତରାଂ ନାକ କଟାଯିବା ପରେ ପରେ ଚୋରଟି ଭାବ...
ବିନ୍ଧ୍ୟ ପର୍ବତରେ ଗୋଟାଏ ଆକାଶଚୁମ୍ବୀ ଅର୍ଜୁନ ଗଛ ଥିଲା । ସେ ଗଛରେ ଏକ ବିଚିତ୍ର ପକ୍ଷୀ ବାସ କରୁଥିଲା । ଅତି ଉଜ୍ଜ୍ୱଳ ସୁନାରଙ୍ଗର ପର ଓ ନାଲି ଚଂଚୁ, ପ୍ରକୃତରେ ପକ୍ଷୀଟି ଅତି ସୁନ୍ଦରଦେଖା ଯାଉଥିଲା । ମୟୂର ପୁଚ୍ଛଭଳି ତା’ର ଦୀର୍ଘ ପୁଚ୍ଛ । ବିଭିନ୍ନ ରଙ୍ଗରେ ସୁନ୍ଦର ଦିଶୁଥିଲା । ବେଳେବେଳେ ସେ ପକ୍ଷୀ ଜନବସତିକୁ ଆସି କୌଣସି ଏକ ଉଚ୍ଚ ଗଛ ଶାଖାରେ ବସି ମଧୁର ସଙ୍ଗୀତ ଗାନ କରୁଥିଲା ଓ ସଦୁପଦେଶମାନ ଦେଉଥିଲା । ଲୋକେ ଅତି...
ଗୋଟିଏ କୂପ ମଧ୍ୟରେ ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ’ ତା’ର ଅନୁଚର ବର୍ଗଙ୍କ ସହିତ ବାସ କରୁଥାଏ । ସେ ନିଜକୁ ନିଜେ ବେଙ୍ଗ ମାନଙ୍କର ରାଜା ବୋଲି କହୁଥାଏ । କିନ୍ତୁ ଅନ୍ୟ ବେଙ୍ଗମାନେ ତା’ର କଥାକୁ ଖାତିର୍ କରୁନଥାନ୍ତି । ଗଙ୍ଗଦତ ସବୁ ସମୟରେ ଚାହୁଁଥାଏ ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ । ଏହି ପରି ନିଜ ବନ୍ଧୁମାନଙ୍କୁ ଦଣ୍ଡ ଦେବା କଥା ଚିନ୍ତା କରୁଥିବା ସମୟରେ, ସେ ଦେଖିଲା ଏକ ବଡ କଳା ସାପ ତା’ର ଗାତଭିତରକୁ ପ୍ରବେଶ...
ଜଙ୍ଗଲରେ ସମସ୍ତ ପଶୁ ସଭା କରି ଏହା ସ୍ଥିର କଲେ ଯେ ଜଙ୍ଗଲ ପାଖରେ ଥିବା ଜମିକୁ ଚାଷ କରିବେ । ତେଣୁ ଛୋଟରୁ ବଡ ସମସ୍ତେ ଯାଇ କ୍ଷେତରେ କାମ କଲେ; ହଳ କଲେ, ମାଟି ହାଣିଲେ ଓ ନାନା ପ୍ରକାରର କାମ କଲେ । ସମସ୍ତେ କାମରେ ଲାଗିଥାନ୍ତି । ଖରା ତ ଖୁବ୍ ଟାଣ । ବିଚାରା ଠେକୁଆ ବଡ କ୍ଳାନ୍ତ ହୋଇ ପଡିଲା । କିନ୍ତୁ ଭୟରେ ସେ କାମ ବନ୍ଦ କରୁ ନ ଥାଏ । କାହିଁକିନା କାମ ବନ୍ଦ କଲେ ଅନ୍ୟ ଜନ୍ତୁମାନେ ତାକୁ ନିନ୍ଦା କରି...
ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ ପରୀକ୍ଷା କରିବା ଲାଗି ଚିନ୍ତା କରୁଥିବା ସମୟରେ ମୁନିଶ୍ରେଷ୍ଠ ନାରଦ...
ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...
ରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ କାହିଁ କେତେ ଆଡୁ କୁଶଳୀ ନର୍ତକୀ ମାନେ ଆସି ନୃତ୍ୟ ପରିବେଷଣ କରୁ ଥିଲେ । ଦିନେ ଜଣେ ବାଈଜୀ ଦରବାର କକ୍ଷରେ ନୃତ୍ୟ ଗୀତ ପରିବେଷଣ କଲେ । ସେଦିନ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଗୋପାଳ ଭାଣ୍ଡ ମଧ୍ୟ ଉପସ୍ଥିତ ଥାଆନ୍ତି । ଗୋପାଳକୁ ଅପଦସ୍ତ କରିବା ପାଇଁ ରାଜା ବାଈଜୀକୁ ଈସାରା ଦେଲେ । ବାଈଜୀ ତ ମହା ଚାଲାକ୍ ରାଜାଙ୍କ ଉଦ୍ଧେଶ୍ୟ ବୁଝି ପାରିଲା । ନୃତ୍ୟ କରୁ କରୁ...
ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳର କଥା । ସେ ସମୟରେ ଆଉ ଆଜିକାଲି ଭଳି ଟ୍ରକ୍, ମଟର, ବସ୍ ଆଦି ଯାନବାହନ ନଥିଲା । ତେଣୁ ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଶଗଡ ବଳଦ ଗାଡିରେ ଯାଉଥିଲେ । ଯେଉଁଠି ରାତି ହେଉଥିଲା ସେଇଠି ହିଁ ବିଶ୍ରାମ ନେଉଥିଲେ । ଶଗଡ ଚାଳକକୁ ତ ଶଗଡିଆ କହନ୍ତି । ହରିସାମନ୍ତପୁର ନାମକ ଏକ ଗାଆଁରେ ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଅଛି । ସେମାନେ ସକାଳେ ଗାଧୋଇ ପାଧୋଇ ଖାଇ ନିଜ ନିଜର ଶଗଡରେ ବଳଦ...


