ଅଳପ ହେଲେ ବି ଖୋଲା ମନରେ ଦାନ କର

“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି...

Read More

ଭାଗ୍ୟଦେବୀ

ଆଫ୍ରିକା ମୁଲକର ଗୋଟିଏ ଗାଁରେ ଡୁମ୍ବା ନାମରେ ଗୋଟିଏ ଗରୀବ ଲୋକ ଥାଏ । ସେ ସବୁଦିନେ ଗୋଟିଏ କାଠ ଭେଳାରେ ନଦୀ ଭିତରକୁ ଯାଏ ଓ କେତୋଟି ପାଛିଆ ପାଣିରେ ବୁଡାଇ ଦିଏ । ସେ ପାଛିଆ ଗୁଡିକ ମୁହଁରେ ଏମିତି ଭାବରେ ଜାଲ ଲାଗିଥାଏ ଯେ ମାଛ ତହିଁ ଭିତରେ ପଶିଯିବେ, କିନ୍ତୁ ବାହାରି ପାରିବେ ନାହିଁ । ପାଛିଆ ଦେହରେ ଦଉଡି ଲାଗିଥାଏ । ପାଛିଆ ପାଣିରେ ବୁଡିବା ପରେ ସେ ଦଉଡିର ଅନ୍ୟ ପ୍ରାନ୍ତଟିମାନ ଡୁମ୍ବା କୂଳରେ ଗୋଟିଏ ଖୁଂଟ ଦେହରେ...

Read More

ମହା ଠକ

ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”                 ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?”...

Read More

ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ

ଜର୍ମାନୀର ସାତବର୍ଷର ବାଳକ, ନାଁ ତା’ର ଫ୍ରେଡ୍ରିକ୍ । ଦିନେ ତା’ର ବାପାଙ୍କଠାରୁ ସେ ପୁରାଣ କାହାଣୀ ଶୁଣୁଥାଏ । ପ୍ରାୟ ତିନିହଜାର ବର୍ଷ ତଳର ଘଟଣା । ଏସିଆ ମହାଦେଶର ପଶ୍ଚିମ ସମୁଦ୍ର ଉପକୂଳରେ ‘ଟ୍ରୟ’ ନାମକ ଏକ ନଗରୀ ଥିଲା । ତା’ ଚାରିପଟେ ବିରାଟ ପାଚେରି ଘେରି ରହିଥିବାରୁ ତାକୁ କେହି ମଧ୍ୟ ଜୟ କରିପାରୁ ନ ଥିଲେ ।                 ଟ୍ରୟ ସଭ୍ୟତା ପରେ ଗ୍ରୀକ୍ ସଭ୍ୟତା ବି ଗଢି ଉଠିଥିଲା । ସେତେବେଳେ ଟ୍ରୟବାସୀଙ୍କ ଭଳି...

Read More

ଅପୂର୍ବ ଯୁକ୍ତି

ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି  ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ ।                 ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର ଗୁଣ୍ଡାମୀକୁ ଡରି ସେ ମଧ୍ୟ କିଛି କହିବେ ନାହିଁ । ତେଣୁ ସେ ସିଧା...

Read More

ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ ଯଦି ମୋ କଥା ମାନିଥାନ୍ତ, ତେବେ ଆଜି ଏଡେ ବଡ ବିପତ୍ତି ଆମ...

Read More

ଚିକିତ୍ସକଙ୍କର ସାଂସାରିକ ଜ୍ଞାନ

ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ ପାଇପାରୁଥିଲେ । ଏଠାରେ ମଧ୍ୟ ଚିକିତ୍ସାର ସୁବିଧା ନ ଥିଲା...

Read More

ସୁଖରାମ ଆଉ ଦୁଃଖରାମ

ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ ବିଭିନ୍ନ ପରାମର୍ଶ ନିଅନ୍ତି ଏଭଳିକି ସେ ନିଜେ ନଖାଇ ଅନ୍ୟକୁ...

Read More

ଚାଲାଖ୍ ବେପାରୀ

ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ ।          ସେତିକିବେଳେ ସମ୍ରାଟଙ୍କର ଏପରି ଅବସ୍ଥା ଦେଖି ବିରବଲ କିଛି ପଚାରିବେ...

Read More

କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା

ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ ।                 ବୈଜ୍ଞାନିକ ଏଡିସନ୍ ତ ସର୍ବଦା ତାଙ୍କ ଗବେଷଣାଗାରରେ କାର୍ଯ୍ୟବ୍ୟସ୍ତ ଥାଆନ୍ତି ।...

Read More

କଥାର ଦୁଇ ଭଙ୍ଗୀ

ସୁଧାକର ରାଜଦରବାରରେ କାମ କରୁଥାଏ । ଛୁଟି ପାଇଲେ ସେ ତା’ ଗାଁକୁ ଆସୁଥାଏ । ଗାଁକୁ ଆସିଲେ ସେ ସହରରେ ତା’ ପଦମର୍ଯ୍ୟାଦା କଥା ଭୁଲି ଗାଁ ଲୋକଙ୍କ ସହ ଗାଁ ମାଟିର ଜଣେ ସନ୍ତାନ ହିସାବରେହିଁ ବ୍ୟବହାର କରୁଥାଏ ।                 ସୁଧାକର ସେଥର ଗାଁକୁ ଆସି ବୁଢା ରତନ ଦାସଙ୍କୁ ପଚାରିଲା “କିହୋ ଜେଜେ, ତମ ମୁହଁ ଏମିତି କାହିଁକି ବିରସ ଲାଗୁଛି?” ରତନ ଦାସ ତାକୁ ଧରି ନିଜ ଘର ହତାର ଗୋଟିଏ କୋଣକୁ ନେଇଗଲେ ଓ କହିଲେ, “ଆରେ...

Read More

ବୀର ହନୁମାନ

ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି...

Read More

ଅତି ଲୋଭରେ ବଂଶ ବୁଡେ

ସଂନ୍ଧ୍ୟା ହେବା ଆଗରୁ କଳା ହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା । ଚାରି ଆଡେ ପାଣି ହିଁ ପାଣି । ଏହି ସମୟରେ ଜଙ୍ଗଲରେ ଛେଳି ଚରାଇବାକୁ ନେଇ ଥିବା ଛେଳି ଚରାଳି ବ୍ୟସ୍ତ ହୋଇ ଗଲା ଯେ ସେ କିଭଳି ଛେଳି ମାନଙ୍କୁ ନେଇ ଗାଁରେ ପହଁଚିବ । ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଁଚି ଗଲା । ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ ସେଠାରେ ଆଗରୁ କିଛି ମେଣ୍ଢା ତାଙ୍କର ଛୁଆ ମାନଙ୍କୁ ନେଇ ରହିଛି...

Read More

ପରିବର୍ତ୍ତନ

ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ ।                 ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା...

Read More

ଗୁଣ

ଜଣେ ଗୁରୁଙ୍କର ଦୁଇ ଜଣ ଶିଷ୍ୟ ଥିଲେ । ସେମାନେ ହେଲେ ବ୍ରଜାନନ୍ଦ ଓ ଆଲୋକାନନ୍ଦ । ସେମାନଙ୍କର ବହୁ ଦିନ ହେଲା ଭେଟ ହୋଇ ନଥିଲା । ଦିନେ ସେ ଦୁହେଁ ବିପରୀତ ଦିଗରୁ ଆସୁ ଆସୁ ବାଟରେ ପରସ୍ପର ପରସ୍ପରକୁ ହାବୁଡିଲେ ।                 ଗପସପ ହେଉ ହେଉ ବ୍ରଜାନନ୍ଦ କହିଲେ, “ମୁଁ ଦେଖୁଛି ପ୍ରତ୍ୟେକ ମଣିଷ ଭିତରେ କୌଣସି ନା କୌଣସି ଗୁଣ ରହିଛି ।”                 “ବାଜେ କଥା । ପ୍ରତି ମଣିଷ ଭିତରେ ସେମିତି କିଛି ଗୁଣ ଥିବ...

Read More

ଦୟା ସାଗର

ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ ତିଳରୁ ତେଲ ଓ ଧାନରୁ ଚାଉଳ କେବେବି ବାହାରିବ ନାହିଁ । ଉଦ୍ୟମ...

Read More

ଦୃଷ୍ଟିକୋଣ

ଯୁବରାଜ ସୁରସିଂହ ଯେତେବେଳେ ପିତାଙ୍କ ମୃତ୍ୟୁ ପରେ ଯଶୋଦାପୁର ରାଜ୍ୟର ସିଂହାସନରେ ବସିଲେ, ସେତେବେଳେ ତାଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ଉପରେ ବିଶେଷ ଭାବରେ ନିର୍ଭର କରିବାକୁ ପଡିଲା । ମନ୍ତ୍ରୀଙ୍କୁ ସୁରସିଂହଙ୍କ ପିତା ବିଶେଷ ଶ୍ରଦ୍ଧା କରୁଥିଲେ । ମନ୍ତ୍ରୀ ଯେ ଜଣେ ସୁଦକ୍ଷ ଶାସକ, ଏଥିରେ ବି ସନ୍ଦେହ ନଥିଲା । କିନ୍ତୁ ମନ୍ତ୍ରୀଙ୍କର ବଡ ଦୋଷ ହେଲା, ସେ କବିମାନଙ୍କୁ ମୋଟେ ପସନ୍ଦ କରୁ ନଥିଲେ ।                ...

Read More

ପୁରସ୍କାର

ବିକାନୀରର ଜମିଦାର ଭୂପତିରାୟ, ନିଜ ଜନ୍ମଦିନ ଉପଲକ୍ଷେ ଏକ କବିତା ପାଠୋତ୍ସବର ଆୟୋଜନ କରାଇଲେ । ପୂର୍ବରୁ ଘୋଷଣା କରାଗଲା କି ଯିଏ ପରମଶିବଙ୍କ ଉପରେ ଏକଶହ କବିତା ଶୁଣାଇବେ ସେ “ସରସ୍ୱତୀ ପୁତ୍ର” ଉପାଧି ପାଇବେ ଓ ଏକହଜାର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ।                 ସେହି ପ୍ରତିଯୋଗିତାରେ ରଜନୀଚନ୍ଦ୍ର ନାମକ ପଚିଶବର୍ଷର ଯୁବକ ଓ ନାରାୟଣ ଶର୍ମା ନାମକ ଅଶୀବର୍ଷର ବୃଦ୍ଧ ସମାନ ଭାବରେ ଯୋଗ୍ୟ ବିବେଚିତ ହେଲେ ।...

Read More

ଧନର ମୂଲ୍ୟ

କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ ।                 ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ । ପ୍ରଶାନ୍ତଙ୍କ ଏହି କରଜ ଦେବାର ବ୍ୟବସାୟ ଦେଖି...

Read More

ଗଧ ଏବଂ ଧୋବାର କାହାଣୀ

ଅତି ପୁରା କାଳର କଥା । ଗୋଟିଏ ନଗରୀରେ ଶୁଦ୍ଧପଟ ନାମକ ଏକ ଧୋବା ବସ ବାସ କରୁଥିଲା । ଧୋବାଟି ଘରେ ଗୋଟିଏ ଗଧ ପାଳିଥାଏ । କିନ୍ତୁ ଗଧଟିକୁ ତା’ର ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଯୋଗାଇ ପାରୁ ନଥାଏ । ଯାହାଫଳରେ ଗଧଟି ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । ଦିନେ ଶୁଦ୍ଧପଟ ଜଙ୍ଗଲ ମଧ୍ୟଦେଇ ଯିବା ସମୟରେ ଗୋଟିଏ ମଲା ବାଘ ଦେଖିଲା । ମନେମନେ ଏକ ଉପାୟ ଚିନ୍ତା କଲା । ସେ ଭାବିଲା ବର୍ତ୍ତମାନ ମୁଁ ଯଦି ଏହି ବାଘର ଦେହରୁ...

Read More

ବିକ୍ରମାଦିତ୍ୟଙ୍କ ବନଗମନ

ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ ମୋ କ’ଥା ରଖିବେ । ରାଜା ବିକ୍ରମାଦିତ୍ୟ କହିଲେ ପ୍ରିୟେ...

Read More

ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ     ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ ।     ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ     ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ ।     ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ     ନ ଥିଲା ତା’ ମୁହେଁ ଆଉ ପଦେ କଥା, ସତେ କି ପାଲଟି ଗଲା ସେ ମୂକ?”                ...

Read More

ବୁଦ୍ଧିମାନ ବାଳକ

ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...

Read More

ଭୃଗୁ

ବ୍ରହ୍ମାଙ୍କ ପୁତ୍ର ଭୃଗୁ ଥିଲେ ଜଣେ ମହତ୍ ଋଷି । ଥରେ ଅନ୍ୟ ଋଷିମାନେ ତାଙ୍କୁ ପଚାରିଲେ, “ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର, ଏମାନଙ୍କ ଭିତରୁ କାହାକୁ ମୋଟେ ରଗାଇବା ସମ୍ଭବପୁର ନୁହେଁ?” ତା’ପରେ ଭୃଗୁ ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ବାହାରିଲେ ।                 ପ୍ରଥମେ ଭୃଗୁ ଯାଇ ବ୍ରହ୍ମା ଓ ଶିବଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କଲେ । ସୁତରାଂ ସେ ଦୁଇ ମହାନ୍ ଦେବ ବିରକ୍ତିର ଲକ୍ଷଣ ପ୍ରକାଶ କଲେ । ତା’ପରେ ଭୃଗୁ...

Read More

ପିତୃଭକ୍ତିର ପରାକାଷ୍ଠା

ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ ପ୍ରଥମରୁ ଅନ୍ୟର ସୁଖକୁ ଆଦୌ ସହି ପାରୁ ନଥିଲେ । ପୁନଶ୍ଚ ସେ ଜଣେ...

Read More

ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ

 ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ ତାଙ୍କର ଗଭୀର ଜ୍ଞାନ ଥିଲା । ବିକ୍ରମାଦିତ୍ୟ ଜଣେ ଧୀଶକ୍ତି...

Read More

ଲୀଳାବତୀ କଥା

ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ...

Read More

ଜିତୁମିତୁ

କୌଣସି ଏକ ରାଜାଙ୍କ ପାଖରେ ଜିତୁକୁ ଚାକିରୀ ମିଳିଗଲା । ରାଜାଙ୍କ ପାଖରେ ଚାକିରୀ ପାଇବା ତ ଭାରି କଷ୍ଟ । ଏଣେ ଜିତୁର ପିଲାଦିନର ଜଣେ ସାଙ୍ଗ ଥାଏ ତା’ର ନାମ ମିତୁ । ମିତୁ ପରିବା ବିକି ତା’ ପେଟ ପୋଷେ । ମଝିରେ ମଝିରେ କାମ ମିଳିଗଲେ ବି ତାକୁ ସେ କରେ । ଏମିତିକା ବେଶ୍ ଭଲରେ ସେ ଚଳିଯାଉଥାଏ ।                 କିନ୍ତୁ ଜିତୁ ରାଜାଙ୍କ ପାଖରେ କାମ ପାଇଛି ବୋଲି ତା’ର ବହୁତ ସମ୍ମାନ ଥାଏ । ସେଥିପାଇଁ ଜିତୁର ଗର୍ବ ସବୁବେଳେ...

Read More

ପ୍ରସନ୍ନତା

ହରିନାରାୟଣ ନାମକ ଜଣେ ବ୍ୟକ୍ତିର ମୁଖରେ ସର୍ବଦା ହସ ଲାଗି ରହିଥାଏ । ତେଣୁ ଭାରି ହସଖୁସିରେ ସେ ରହୁଥାଏ । କେହି କେବେବି ତାକୁ ଦୁଃଖ କରିବାର ମୋଟେ ଦେଖି ନଥାନ୍ତି । ହରିନାରାୟଣକୁ ଜଣେ ଭଦ୍ରବ୍ୟକ୍ତି କିଛିଦିନ ଲକ୍ଷ୍ୟ କଲାପରେ, ଦିନେ ତାଙ୍କୁ ପଚାରିଲେ “ଭାଇ ତୁମକୁ କେତେ ବା ମଜୁରୀ ମିଳୁଛି ଯେ ସେହିଥିରେ ତୁମେ ସର୍ବଦା ଏପରି ଆନନ୍ଦରେ ଅଛ?” ଏକଥା ଶୁଣି ସେ ହରିନାରାୟଣ କହିଲା – ଆଜ୍ଞା କ’ଣ କହିବି ମୁଁ ଚାରିଟଙ୍କା...

Read More

ସାପ ମାନଙ୍କର କାହାଣୀ

ଗୋଟିଏ ନଗରୀରେ ‘ଦେବଶକ୍ତି’ ନାମକ ଜଣେ ରାଜା ବାସ କରୁଥିଲେ । ରାଜାଙ୍କର ଏକମାତ୍ର ସନ୍ତାନ ଥାଏ । କିନ୍ତୁ ରାଜାଙ୍କ ମନରେ ସୁଖ ନଥାଏ । କାରଣ ରାଜକୁମାରଙ୍କ ପେଟରେ ଏକ ସାପ ଥାଏ । ରାଜ୍ୟରେ ଥିବା ବଡ ବଡ ଚିକିତ୍ସକ ମାନେ ଆସି ରାଜକୁମାରଙ୍କୁ ଚିକିତ୍ସା କଲେ ସତ, କିନ୍ତୁ ତନ୍ମଧ୍ୟରୁ କୌଣସିଟି କାର୍ଯ୍ୟ କଲାନାହିଁ । ଶେଷରେ ରାଜକୁମାର ବଂଚିବା ଆଶା ଛାଡିଦେଲେ । କାହାକୁ କିଛି ନକହି ରାତିରେ ପ୍ରାସାଦ ଛାଡି ଅନ୍ୟ ଏକ ରାଜ୍ୟକୁ...

Read More

ସ୍ୱପ୍ନରୁ ବାସ୍ତବ

ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ...

Read More

ହରିଣର ସୁନ୍ଦର ଶିଙ୍ଗ

ଦିନେ ଗୋଟିଏ ହରିଣ ପାଣି ପିଉ ପିଉ ସେ ତା’ର ଛବି ପାଣିରେ ଦେଖିଲା । ଶିଙ୍ଗ ଦୁଇଟି ତାର ମୁଣ୍ଡ ଉପରେ ମୁକୁଟ ପରି ରହି ତାକୁ ବଡ ସୁନ୍ଦର ଦିଶୁଛି । ତେଣୁ ସେ ହରିଣ ଭାବିଲା, “ମୋର ଦେହର ସବୁ ଅଂଶଠାରୁ କେବଳ ଏହି ଶିଙ୍ଗ ଦୁଇଟି ହିଁ ସବୁଠାରୁ ଭଲ ।”                 ହରିଣକୁ ଶିକାରୀ ତ କେବେବି ମାରିପାରେ ନାହିଁ । କାରଣ ହରିଣ ବହୁତ ଜୋର୍ରେ ଦୌଡି ଚାଲିଯାଏ । ଦିନେ ସେ ହରିଣର ଶିଙ୍ଗ ଜଙ୍ଗଲର ଗୋଟିଏ ଗଛରେ ଲାଗିଗଲା, ଯେତେ...

Read More

ଦ୍ୱାଦଶ ରାଜକୁମାରୀ କାହାଣୀ

ସେହିଦିନ ସେହି ସଞ୍ଜ । ସେହି ବଉଳ ଫୁଲିଆ ନିରୋଳା ପବନ । ମନ ଭିତରେ ଗୁମୁରି ଉଠୁ ଥାଏ କେତେ ରାଇଜର କେତେ ରାଜକୁମାରୀଙ୍କ କାହାଣୀ । ଆଗରେ ପୁଣି ଥାଏ ରଜ ପର୍ବ । ଗାଁର ଝିଅମାନେ ଯେମିତି ସିହରି ଉଠୁ ଥାନ୍ତି ଦୋଳି ଖେଳିବାକୁ । ଠିକ୍ ସେହି ସମୟରେ ଗଣିଆ ବୋଉ ମାଲ୍ୟାଣୀ ସେହି ଝିଅମାନଙ୍କୁ କେବଳ ଟାହି ଟାପରା କରି କହୁଥାଏ ମରମ ଛିଣ୍ଡା କଥାରୁ ପଦେ ପଦେ । ସେହି ସମୟରେ ମଧ୍ୟ ଚାରିଆଡେ ଜହ୍ନ ଆଲୁଅ ବିଛାଡି ହୋଇ ପଡିଥାଏ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ