ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ ଭାଙ୍ଗି ଦେଲା । ଏହାଦ୍ୱାରା ତା’ର ଅଣ୍ଡା ଗୁଡିକ ନଷ୍ଟ ହୋଇଗଲା ଓ...
ଏପଟେ ନିଶା ଗରଜୁଥାଏ । ସେପଟେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ବଣ ବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ, ଆହୁରି ପୁଣି ଭୟାବହ ମୁହଁଟି ମାନ ଘନ ଘନ ବିଜୁଳି ଆଲୋକରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ...
ଗ୍ରାମ ମୁଣ୍ଡକୁ ଲାଗି ବିସ୍ତାରିତ ଗୋଟେ ପଡ଼ିଆ । ସେହି ପଡ଼ିଆ ମୁଣ୍ଡରେ ଥାଏ ଏକ ବଡ଼ ବରଗଛ । ବରଗଛ ମୂଳକୁ ଲାଗି ଗୋଟିଏ ବଡ଼ ହୁଙ୍କା । ହୁଙ୍କାକୁ ଲାଗି ରହିଥାଏ ଗୁଡାଏ ଛୋଟିଆ ବୁଦୁବୁଦିଆ ଘଞ୍ଚ କଞ୍ଚାଗଛ । ତାରି ମଧ୍ୟରେ ଗୋଟିଏ ଟିକି ଚଢ଼େଇ ଆସି ବସା ବାନ୍ଧି ରହିଲା । ସେଠାରେ କିଛିଦିନ ରହିବାପରେ ସେ ଦେଖିଲଯେ ଆଉ ଗୋଟେ ଛୋଟ ଚଢ଼େଇ ଆସି ବରଗଛର ଉପରେ ବସା ବାନ୍ଧି ରହିଲା । ତଳ ଟିକି ଚଢ଼େଇ କହିଲା – ଯାହା ହେଉ ଭଲ ହେଲା...
ଦିନେ ଖରାବେଳେ କୁଆକୁ ପାଣି ପିଇବାକୁ କେଉଁଠି ବି ମିଳିଲା ନାହିଁ । ମାତ୍ର କିଛି ଦୂର ଗଲାପରେ ସେ କୁଆ ଦେଖିଲା ଗୋଟିଏ ମାଠିଆରେ କିଛି ପାଣି ଅଛି । କିନ୍ତୁ ପାଣି ବହୁତ କମ୍ ଥିବାରୁ ସେ କୁଆ ତାକୁ ମୋଟେ ପିଇ ପାରିଲା ନାହିଁ । ପିଇବା ଲାଗି ସେ କୁଆଟି ବହୁତ ଚେଷ୍ଟା କଲା, ଏପରିକି ମାଠିଆକୁ ଗଡେଇକି ପିଇବାକୁ ଚେଷ୍ଟା କଲା, କିନ୍ତୁ କୁଆ ପାରିଲା ନାହିଁ । ଶେଷରେ ବହୁତ ଭାବି ଭାବି ସେ କୁଆ ଗୋଟିଏ ଉପାୟ...
ଗୋଟିଏ ଗ୍ରାମରେ ଜଣେ ଦୁଷ୍ଟ ସୁଧଖୋର୍ ଲୋକ ଥିଲା । ସେ ଭୂତପ୍ରେତଙ୍କୁ ମଧ୍ୟ ଭୟ କରେ ନାହିଁ । ସେହି ଗ୍ରାମର ଏକ ଦରିଦ୍ର ସ୍ତ୍ରୀକୁ ସେ କିଛି ଟଙ୍କା କରଜ ଦେଇଥିଲା । ସେ ସ୍ତ୍ରୀ ଲୋକଟିର ସ୍ୱାମୀ ମୃତ, ଛଅଟି ଛୁଆ । ସେମାନଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବ ବୋଲି ଘର ବନ୍ଧା ରଖି ମାତ୍ର ତିରିଶଟି ଟଙ୍କା କରଜ କରିଥିଲା । ପରବର୍ଷ ସେ କରଜ ତ ଶୁଝିପାରିଲା ନାହିଁ । ପୁଣି ଅଧିକ ପନ୍ଦରଟଙ୍କା କରଜ ନେଲା । ସୁଧଖୋର୍ ଲୋକଟି କରଜର...
ଶୋଭାପୁରରେ ସୁଧର୍ମ ନାମକ ଜଣେ ଶ୍ରମିକ ଥାଏ । ସେ ସର୍ବଦା ପରିଶ୍ରମ କରି, ଯାହା କିଛିବି ରୋଜଗାର କରେ ସେଥିରେ ସେ ତା’ ପରିବାର ଚଳାଏ; କାମ ନ ପାଇଲେ ସେ କେବେ କାହାଠୁ ମଧ୍ୟ ପଇସା ମାଗେନାହିଁ । ତା’ର ବହୁତ ଆତ୍ମସମ୍ମାନବୋଧ ଥିଲା । ସେ ଗ୍ରାମରେ ସମସ୍ତେ ଭଲଭାବେ ଜାଣନ୍ତି ଯେ ଗରୀବ ହେଲେ ମଧ୍ୟ ସୁଧର୍ମର ସମ୍ମାନବୋଧ ଅଛି । କିନ୍ତୁ ଆଉ କେତେକ ଭାବନ୍ତି ସେ ବହୁତ ଗର୍ବୀ । ସେ ଗାଁରେ...
ବିଭୁତିଦେବ ଚମ୍ପକ ରାଜ୍ୟ ଉପରେ ରାଜୁତି କରୁଥିଲେ । ଲୋକେ କହୁଥିଲେ, ବିଭୁତିଦେବଙ୍କୁ ଦାତାପଣ ଓ ସତ୍ୟବାଦିତାରେ ପୁରାଣ ଯୁଗର ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କରାଯାଇ ପାରେ । ରାଜା ବିଭୁତିଦେବଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଗଲା । ତେଣୁ ଅନ୍ୟ ରାଜାମାନେ ତାଙ୍କ ପ୍ରତି ଇର୍ଷାନ୍ୱିତ ହେଲେ । ସେ ଦାନୀ ଏବଂ ନ୍ୟାୟପରାୟଣ, କେବଳ ଏହା ସେମାନଙ୍କ ଇର୍ଷାର କାରଣ ନୁହେଁ, ସେ ଏତେ ଜନପ୍ରିୟ, ତାଙ୍କ...
ସ୍ପେନ୍ରେ ଜଣେ ନିରକ୍ଷର ସେନାପତି ଥିଲେ; ସେ ଭାବୁଥିଲେ ତାଙ୍କର ଯଥେଷ୍ଟ ଜ୍ଞାନ ଅଛି; ତେଣୁ ପଢାପଢିର ଆବଶ୍ୟକତା କେଉଁଠି? ଦିନେ ରାଜା ତାଙ୍କ ପାଖକୁ ଆଦେଶ ଦେଇ ଲେଖି ପଠାଇଲେ କି ରାଜ୍ୟର କୌଣସି ସ୍ଥାନରେ ଯୁଦ୍ଧ ହେଉଛି, ସେ ଯେପରି ଶୀଘ୍ର ତାଙ୍କ ସୈନ୍ୟମାନଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ସିଧା ଯାଇ ଯୁଦ୍ଧ କରିବେ । ସେନାପତି ତୁରନ୍ତ ସୈନ୍ୟମାନଙ୍କୁ ନେଇ ଯୁଦ୍ଧ କ୍ଷେତ୍ରକୁ ଗଲେ, ସର୍ବଦା...
ଆକବର ଯେତେବେଳେ ଯୁବକ ଥିଲେ, ସେ ଥରେ ତାଙ୍କର ବଂଧୁମାନଙ୍କ ସହିତ ଜଂଗଲକୁ ଶିକାର କରିବାକୁ ବାହାରିଲେ । ସେହି ସମୟଟି ଗ୍ରୀଷ୍ମ ସମୟ ଥିଲା । କିନ୍ତୁ ସେମାନେ ଶିକାର ସଂଧାନରେ ଏତେ ମଜ୍ଜିଯାଇଥିଲେ ଯେ, ସେମାନଙ୍କୁ ଖରା କାଟୁ ନଥାଏ । କିଛି ସମୟ ଜଂଗଲରେ ବୁଲିଲେ । ହେଲେ କେଉଁଠାରୁ କିଛି ଶିକାର ମିଳିଲା ନାହିଁ । ସେତେବେଳକୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ଖରାତାତି ମଧ୍ୟ ସହି ହେଉନଥାଏ । ଦିନ ସାରା...
ବୀରବାବୁ ଓ ମଥୁରୀବାବୁ ଦୁହେଁ ଗାଁମୁଣ୍ଡ ବରଗଛ ତଳେ ଥିବା ବେଦୀ ଉପରେ ବସି ଗଳ୍ପ କରୁଥିଲେ । ଗଗନ ସେଠାକୁ ଧଇଁ ସଇଁ ହୋଇ ଦୌଡି ଆସି ପହଁଚି ମଥୁରୀ ବାବୁଙ୍କୁ କହିଲା, “ବାବୁ, ଦୟାକରି ମୋତେ ଚାରିମାସ ପାଇଁ ଶହେଟଙ୍କା କରଜ ଦିଅନ୍ତୁ । ମୁଁ ସୁଧମୂଳ ମିଶାଇ ଶୁଝିଦେବି । ବଡ ବିପଦରେ ପଡିଛି ।” “ତୁମକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଗ୍ରାମର କେହି ଭଦ୍ର ବ୍ୟକ୍ତି ଟିକିଏ ସୁପାରିଶ୍ କଲେ...
(ସତ୍ୟ ଘଟନା) କାହିଁ କେଉଁ ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇଆସୁଥିଲା । ସରକାର ବାହାଦୁର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ଏତେ ସହଜ କଥା ନୁହେଁ, ଏ କଥା ଅନୁମାନ କରାଯାଇପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ ଥିଲେ, କାରଣ ତତ୍ପୂର୍ବେ ଇଂରେଜମାନେ ବାଲେଶ୍ୱରୀ ବାଣିଜ୍ୟ...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...
ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ । ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଉଛି ଭବିଷ୍ୟତ ବକ୍ତା । ରାଜା ତାକୁ ପଚାରିଲେ ଏହି ସ୍ୱପ୍ନର...
ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ । ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା । ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...
ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ । ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା । ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ ଆବିଷ୍କାର କରି ‘ରେଡିୟମ୍’ ଦିନେ ନୋବେଲ ପ୍ରାଇଜ ହେଲା ପ୍ରାପତ । ଆଜିକୁ...
ରାମକୁମାର, ପାଟଣା ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ ।...
ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ କୌଣସିମତେ ଶେଷ କରି ଖାଇଦେଇ ଯାଇ ଏଠି ସେଠି ସେ ବୁଲେ ।...
ଗୋଟିଏ ରାଜ୍ୟର ରାଜାପୁଅ ସହିତ ସେହି ରାଜ୍ୟର ମନ୍ତ୍ରୀପୁଅ ଓ ସାଧବପୁଅ ସାଙ୍ଗ ହେଉଥିଲେ । ତିନି ଜଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତିନି ଜଣଙ୍କର ପ୍ରକୃତି ସମାନ ଥିବାରୁ ସେମାନେ ସାଙ୍ଗ ହୋଇଥିଲେ । ତିନିଜଣଯାକ ବହିରେ ଡୋରି ବାନ୍ଧି ଦେଇ ଖେଳ ତମାସାରେ ମାତିଥିଲେ । ଜଣେ ରାଜାପୁଅ ପାଠ ନ ପଢି ଖେଳ ତମାସାରେ ସମୟ ନଷ୍ଟ କରୁଥିବାରୁ ରାଜା ପୁଅ ଉପରେ ବିରକ୍ତ ହୋଇ ବହୁତ ଗାଳି ଗୁଲଜ କଲେ । କହିଲେ, “ ମୁଁ ତୋ ପରି କୁଳାଙ୍ଗାର...
ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା? ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ...
ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ । ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, “ମୋର ଅସଂଖ୍ୟ ଶିଷ୍ୟ ଅଛନ୍ତି । ହେଲେ ମୋ ଅନ୍ତେ ତୋତେ ଏ ଆଶ୍ରମର ଉତ୍ତରାଧିକାରୀ...
ଅନସୂୟାର ବିବାହ ପରେ ଶାଶୁଘରେ ଆସି ସେ ଦେଖିଲା ତା’ଜେଜେଶାଶୁ ବଡ ରାଗି । ସ୍ୱାମୀ ସୁଦାମ ବଡ ଶାନ୍ତସ୍ୱଭାବର ପିଲା । କିନ୍ତୁ ତା’ର ଜେଜେମା ବଡ ବଦରାଗୀ । ଘରର ସମସ୍ତ କାର୍ଯ୍ୟ ନୂଆ ବୋହୁ ଉପରେ ସେ ଲଦି ଦିଅନ୍ତି । କାମ କରି ନପାରିଲେ ଯାଚ୍ଛାତା ଗାଳି ଦିଅନ୍ତି । ଅନସୂୟା ବସି କାନ୍ଦେ । କାହାକୁ କିଛି ସେ କୁହେ ନାହିଁ । ସୁଦାମର ପିଲାଦିନୁ ବାପାମା’ ମରିଯାଇଥିବାରୁ ଜେଜେମା ତାକୁ ପାଳି ପୋଷି ମଣିଷ କରିଛନ୍ତି । ତେଣୁ...
ସୁବର୍ଣ୍ଣପୁରୀର ରାଜା ବିକ୍ରମସେନ ଦୀର୍ଘକାଳ ଅସୁସ୍ଥ ରହି ପ୍ରାଣର ଆଶା ଛାଡି ଦେଇଥିଲେ । ସେ ଯେଉଁଦିନ ସୁସ୍ଥ ହୋଇ ନଅରର ସଭାକକ୍ଷ ଭିତରକୁ ଆସିଲେ, ସେଦିନ ଅନେକ ଅମାତ୍ୟ ଓ ସାମନ୍ତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ଆସି ପହଁଚିଲେ । ହଠାତ୍ ସଭାଗୃହ ଭିତରକୁ ଜଣେ ମଳିମୁଣ୍ଡିଆ ପଶି ଆସିଲା । ତା’ ପଛେ ପଛେ ସଭାଗୃହ ଦ୍ୱାର ଜଗୁଥିବା ପ୍ରହରୀ ମଧ୍ୟ ଦୌଡି ଆସିଲା ଓ କହିଲା, “ମଣିମା! ମୁଁ ତିନିଦିନ...
କାଶୀନାଥ ବାବୁଙ୍କର ପୁଅଟିଏ ଓ ଝିଅଟିଏ । ପୁଅ ବଡ ଆଉ ଝିଅ ସାନ । ପୁଅଟିର ନାମ ପ୍ରଭାକର । ଝିଅଟିର ନାମ ପ୍ରମିଳା । ପ୍ରମିଳା ତା’ ବାପାଙ୍କର ଅତି ଅଲିଅଳି ଝିଅ । ପ୍ରମିଳାକୁ ଜନ୍ମ ଦେଇ ତା’ ମାଆ ଚିରଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସେ କାଶୀନାଥ ବାବୁ ପିଲା ଦୁହିଁଙ୍କୁ ସରକାରୀ ସ୍କୁଲ୍ରେ ପାଠ ପଢାଇଲେ । ବେଶ୍ ଆରାମ୍ରେ ପିଲାମାନେ ବି ଥାଆନ୍ତି । ବାପା ବି ତାଙ୍କ ପିଲାମାନଙ୍କୁ ଭଳିକିଭଳି ରଙ୍ଗ ବେରଙ୍ଗର...
ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ । ରାଜାଙ୍କର ଚାରିଜଣ ଅମାତ୍ୟ ଚାରିଜଣ...
କାଶୀନାଥ ଏକ ଧନୀ ଚାଷୀ ଥିଲା । କରଜ ଦେବାରେ ଓ ନିଷ୍ଠୁର ଭାବରେ ସେତକ ଆଦାୟ କରିବାରେ ସେ ଖୁବ୍ ପାରଙ୍ଗମ ଥିଲା । ଦିନେ ସେ ତା’ର ଚାରିବନ୍ଧୁଙ୍କ ସହିତ ଅତି ଆରାମ୍ରେ ବାଡି ହଲେଇ ହଲେଇ ରାସ୍ତାରେ ଯାଉଥିଲା । ସେତେବେଳେ ଜୀବନର ମିଠାଇ ଦୋକାନରୁ ଲଡୁର ବାସନା ଆସିଲା । ସେ ଚାରିବନ୍ଧୁଙ୍କୁ ଧରି ମିଠାଇ ଦୋକାନରେ ପ୍ରବେଶ କରି କହିଲା, “ରେ ଜୀବନ, ତୋ ମିଠାଇର ବାସନା ମୋତେ ଦୂରରୁ ଏଠାକୁ ଟାଣି ଆଣିଲା । ଭାବିଲି, ଯାଏ ଦେଖେ...
ଶିବପୁରର ରାଜା ଶ୍ରୀଦତ ଜଣେ ସୁଶାସକ ନଥିଲେ, ମାତ୍ର ମଣିଷ ହିସାବରେ ସେ ଅତ୍ୟନ୍ତ ଭଦ୍ର ଥିଲେ । ତେଣୁ ତାଙ୍କ ପାତ୍ର ମିତ୍ର ଓ ପ୍ରଜାକୂଳ ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ । ରାଜା କିନ୍ତୁ ରାଜସଭା ଡକାଇବାକୁ ଭାରି ଡରୁଥିଲେ । ଯଦି ବା ପାତ୍ର ମିତ୍ର ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ, ତେବେ ରାଜା ସେମାନଙ୍କ ବୈଠକ ଡାକିବାକୁ କୁଣ୍ଠାବୋଧ କାହିଁକି କରିବେ? ଏ ପ୍ରଶ୍ନର ଉତ୍ତର ହୁଏତ ଖୋଦ୍ ରାଜା ବି...
“ ରାଷ୍ଟ୍ରପତିଙ୍କର ବିଚିତ୍ର ନୀତିକୁ ଲୋକମାନେ ଦେଖି ହେଲେ ଚକିତ ଆବ୍ରାହମ୍ ଲିଙ୍କନ ସେ ରାଷ୍ଟ୍ରପତି ଶୁଣ ତାଙ୍କ ଜୀବନର ଚରିତ । ଶତ୍ରୁ ସୈନ୍ୟଙ୍କର ଛାଉଣୀରେ ପଶି ଜଣାଇଲେ ତାଙ୍କୁ ସହାନୁଭୂତି କହିଲେ ଶତ୍ରୁକୁ ମିତ୍ର କରିବାରେ ରହିଛି ଏଥିରେ ବିଚିତ୍ର ନୀତି ।” ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଶତ୍ରୁ ଅଥବା ମିତ୍ର ଥାଆନ୍ତି । ମାତ୍ର ପୃଥିବୀରେ ଏମିତି କେତେକ ବଡଲୋକ ଅଛନ୍ତି ଯାହାଙ୍କର କି ଆଦୌ ଶତ୍ରୁ ନଥିଲେ ।...
ଦିନେ ମଣିଷ ଓ ସିଂହ ଭିତରେ ଝଗଡା ହେଲା, ତାଙ୍କ ଭିତରେ ବଡ କିଏ? ଯାଉ ଯାଉ ବାଟରେ ସେମାନେ ଗୋଟିଏ ବଡ ମୂର୍ତ୍ତି ଦେଖିଲେ । ସେଥିରେ ହର୍କୁ୍ୟଲେସ୍ ସିଂହକୁ ଖାଲି ହାତରେ ମାରୁ ଥିବାର ଦେଖାଯାଇଛି । ଏହାକୁ ଦେଖି ମଣିଷ କହିଲା – “ଦେଖ ସିଂହ, ଏ ମୂର୍ତ୍ତିରୁ ଜଣାପଡୁଛି ଯେ ମଣିଷ ସିଂହଠାରୁ ବି ବଡ ।” ମାତ୍ର ସିଂହ ଏହା ଦେଖି କହିଲା, “ଏ ମୂର୍ତ୍ତିଟା ତ ମଣିଷ କରିଛି, ତେଣୁ ସେ ଏହିପରି ତିଆରି କରିଛି । ଯଦି ସିଂହ ତାକୁ ତିଆରି...
ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ । ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି ସହର ନ ଯାଏ, ତେବେ ଦୋକାନ କ୍ଷତି ସହିବ । ପୁଣି ଗ୍ରାମରେ...
“ଜର୍ମାନ ଦେଶକୁ ଭ୍ରମଣରେ ଥରେ ଯାଇଥିଲେ ବିବେକାନନ୍ଦ ଅଧଘଂଟାକରେ ଚାରିଶ’ ପୃଷ୍ଠାର ବହି ପଢି ଲଭିଥିଲେ ଆନନ୍ଦ । ବିଶିଷ୍ଟ ପଣ୍ଡିତ ଡୟସନ୍ ଏହା ଦେଖି ମନେ ଅତି ଚକିତ ହେଲେ ଏହିଭଳି କାର୍ଯ୍ୟ ଆପଣଙ୍କ ଦ୍ୱାରା କିପରି ସମ୍ଭବ ହେଲା ପଚାରିଲେ । ସ୍ୱାମିଜୀ କହିଲେ ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ହୋଇଅଛି ଏହା ସମ୍ଭବ ଅତୀତେ ଯେଭଳି ମୁନି ଋଷିମାନେ ଅସମ୍ଭବ କରୁଥିଲେ ସମ୍ଭବ ।” ଏକଦା ବିବେକାନନ୍ଦ ଜର୍ମାନ ଗସ୍ତରେ ଯାଇଥାନ୍ତି ।...
ରାଜା ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିବା ସମୟରେ ଥରେ ବୋଧିସତ୍ୱ ସେହି ବାରାଣସୀରେ ବୀରକ ନାମକ ଏକ ପାଣିକୁଆ ରୂପରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ପୁଷ୍କରିଣୀ ତୀରରେ ବାସ କରୁଥିଲେ । ଏହି ସମୟରେ ରାଜ୍ୟରେ ଭୟାନକ ଦୁର୍ଭିକ୍ଷ ହେଲା । ଲୋକେ ଖାଦ୍ୟାଭାବରେ ବଡ କଷ୍ଟ ପାଇବାକୁ ଲାଗିଲେ । ନିଜେ ଖାଇବାକୁ ପାଉନଥିବାବେଳେ ଲୋକେ କାକବଳି, ଭୂତବଳି ପ୍ରଭୃତି ଦେବେ କିପରି? କାକମାନେ ଖାଇବାକୁ ନପାଇ ଲୋକାଳୟ ଛାଡି ବନକୁ...
ଚୀନ ଦେଶର କଥା । ସେଇଠି ଗୋଟିଏ ଗାଁରେ ଚ୍ୟାଙ୍ଗ୍ ବୋଲି ପିଲାଟିଏ ଥିଲା । ପିଲାଦିନୁ ସେ ଭାରି ସାହସୀ । ତା ଗାଁ ଥିଏଟରରେ ସେ ବେଳେ ବେଳେ ଅଭିନୟ କରେ ବୋଲି ତାକୁ ସେ ଗାଁ ଲୋକ ଅତ୍ୟନ୍ତ ସୁଖ ପାଆନ୍ତି । ଡର କ’ଣ ସେ ଆଦୌ କିଛି ଜାଣିନାହିଁ । ଅନ୍ଧାର ରାତିରେ ଯେଉଁ ବାଟରେ କେହି କେବେ ଯାଆନ୍ତି ନାହିଁ, ଚ୍ୟାଙ୍ଗ୍ ସେଠାରେ ନିଧଡକ ଭାବରେ ବୁଲୁଥାଏ । ଗାଁର ନଈକୂଳ, ଶ୍ମଶାନ କିମ୍ବା ଅପନ୍ତରା ପଡିଆ ଉପରେ ସେ ଚ୍ୟାଙ୍ଗ୍...
କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର ମୂର୍ତ୍ତିଙ୍କ ପ୍ରାଧାନ୍ୟକୁ ଗ୍ରହଣ କରିପାରୁ ନଥିଲେ ।...


