ଏକଦା ବହୁ ଦିନ ଧରି ବିକ୍ରମକେତୁଙ୍କ ରାଜ୍ୟରେ ବର୍ଷା ହେଲା ନାହିଁ । ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଲା । ରାଜା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ । ପରିସ୍ଥିତିର ଗମ୍ଭୀରତା ହ୍ରାସ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ମଧ୍ୟ କଲେ । ଏହି ଦୁର୍ବିପାକର ସମାଧାନ ପାଇଁ ସେ କିଛି କ୍ଷୁଦ୍ରମିଆଦି ଯୋଜନା ଆରମ୍ଭ କଲେ । ରାଜକୋଷରୁ ଅର୍ଥର ସ୍ରୋତ ଛୁଟିଲା ।...
ଗଧିଆ ଆଉ ବଗ ମଧ୍ୟରେ ଘନିଷ୍ଠ ମିତ୍ରତା ସ୍ଥାପିତ ହେଲା । ଦିନେ ଗଧିଆଙ୍କ ଘରେ ଭୋଜି ହେଲା । ସେ ବଗକୁ ନିମନ୍ତ୍ରଣ କରି କହିଲା କାଲି ଆମ ଘରେ ଭୋଜି ତଥା ଖିଆ ପିଆର ବ୍ୟବସ୍ଥା ହେଉଛି ତମେ ନିଶ୍ଚିତ ଆମ ଘରକୁ ଆସିବ । ତା’ ପରଦିନ ବଗ ଗଧିଆ ଘରକୁ ଗଲା ନିମନ୍ତ୍ରଣ ରକ୍ଷା କରିବା ଉଦ୍ଧେଶ୍ୟରେ । ତାକୁ ଦେଖି ଗଧିଆ ଗୋଟିଏ ବଡ ଚଉଡା ଥାଳୀରେ କିଛି କ୍ଷୀରି ନେଇ ଆସିଲା ଏବଂ ବଗକୁ ଖାଇବାକୁ ଦେଲା । ଆସ ଆସ ଭାଈ ଏକା ସାଙ୍ଗରେ ଆମେ...
ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ । ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା...
ଏକଦା ଯଶପାଣି ନାମକ ରାଜା ବାରାଣସୀରେ ରାଜତ୍ୱ କରୁଥିଲେ । ତାଙ୍କର ସେନାଧ୍ୟକ୍ଷଙ୍କର ନାମ ଥିଲା କାଳକ । ବୋଧିସତ୍ୱ ଏହି ରାଜାଙ୍କର କୁଳପୁରୋହିତ ହୋଇଥିଲେ । ସେତେବେଳେ ତାଙ୍କର ନାମଥିଲା ଧର୍ମଧ୍ୱଜ । ଧର୍ମଧ୍ୱଜ ରାଜାଙ୍କର କେବଳ ପୁରୋହିତ ନଥିଲେ । ରାଜକାର୍ଯ୍ୟରେ ମଧ୍ୟ ସେ ରାଜାଙ୍କୁ ପରାମର୍ଶ ଦେଉଥିଲେ । ସେହିପରି ସେନାଧ୍ୟକ୍ଷ ମଧ୍ୟ ପ୍ରଜାମାନଙ୍କର ହାରିଗୁହାରି ବୁଝୁଥିଲେ । ସେନାଧ୍ୟକ୍ଷ କାଳକ ସାଧୁ ପ୍ରକୃତିର ଲୋକ...
ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା କଲା । ତା’ପରେ… ହାତୀମାନେ ଶୁଣ୍ଡରେ ପାଣି ପକାଇ...
ନିଶା ଗରଜୁଥାଏ । ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ଟିକିଏ ହେଲେ ମଧ୍ୟ ବିଚଳିତ ବୋଧ ନକରି...
ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।...
ଶ୍ୟାମ ଓ ସୁଶୀଳାଙ୍କର ଏକମାତ୍ର କନ୍ୟା ଉର୍ମିଳା । ସେହି କାରଣରୁ ଅତି ଆଦରରେ ସେ ବଢିଥାଏ । ଉର୍ମିଳା ମା’ଙ୍କୁ ଛାଡି ଦଣ୍ଡେ ମଧ୍ୟ ରହିପାରେ ନାହିଁ । ଧୀରେ ଧୀରେ ସେ ଉର୍ମିଳା ବିବାହ – ଉପଯୋଗୀ ବୟସରେ ଆସି ଉପନୀତା ହେଲା । ପିତା-ମାତା ଗୁରୁତ୍ୱର ସହ ଉପଯୁକ୍ତ ବରପାତ୍ର ସନ୍ଧାନରେ ଲାଗିପଡିଲେ । ସୁଶୀଳା ଓ ଶ୍ୟାମ କନ୍ୟାକୁ ଅତ୍ୟଧିକ ସ୍ନେହ କରୁଥିବାରୁ, ସେମାନେ ତା’କୁ ବିବାହ ପରେ ନିଜ ପାଖରୁ ଛାଡିବା ପାଇଁ ଚାହୁଁ ନ ଥିଲେ...
ଥରେ କୁକୁଡାର ଦେହ ବହୁତ ଖରାପ୍ ହେଲା । ଏହା ଶୁଣି ତା’ ସାଙ୍ଗମାନେ ତାକୁ ଦେଖିବାକୁ ଆସିଲେ । ଦିନେ ବିଲେଇ ସେ କୁକୁଡାକୁ ଦେଖିବାକୁ ଆସି କହିଲା, “କୁକୁଡା ଭାଇ, ତୁମର ଦେହ ଖରାପ କଥା ଶୁଣି ମୋର ମନ ବି ଭାରି ଖରାପ୍ ହେଲା । ତୁମ ଦେହ ଭଲ ହେବାଯାଏଁ ମୁଁ ସବୁଦିନେ ଏମିତି ତୁମପାଖକୁ ଆସୁଥିବି । ତୁମର କିଛି ଦରକାର ଥିଲେ ମୋତେ ନିଶ୍ଚୟ କହିବ ।” ଏହା ଶୁଣି ସେ କୁକୁଡା କହିଲା, “ମୋର...
ବୃକ୍ଷ, ଲତା ଭରା ପ୍ରାଚୀ ନଦୀର ଏକ ପାଶ୍ୱର୍ରେ ଏକ ସୁରମ୍ୟ ଉପବନ ଥିଲା । ଠିକ୍ ପୁରାଣ ପ୍ରସିଦ୍ଧ ନିଆଳୀ ନଗରୀର ଉପକଣ୍ଠରେ । ଯେଉଁ ଉପବନରେ ଅନେକ ପ୍ରକାର ଫୁଲ ଫଳ ବୃକ୍ଷ ସୁଶୋଭିତ ହୋଇ ଥିଲା । ଆଉ ମଧ୍ୟ ମନ ଉଚ୍ଚାଟକାରୀ ପଦ୍ମ ପୋଖରୀ ସେଠାରେ ଥାଏ । ନାନା ରଙ୍ଗର ପକ୍ଷୀ କୋଇଲି, ହଳଦୀ ବସନ୍ତ, ଚକୋର, ହଂସ, ସାରସ ଏପରିକି ମୟୁର ପର୍ଯ୍ୟନ୍ତ ସେ ଉପବନରେ କ୍ରୀଡା କରୁଥିଲେ । ସତେ ଯେମିତି ଇନ୍ଦ୍ରଙ୍କର ନନ୍ଦନକାନନ । ସେହି...
ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି...
ଜଣେ ଲୋକ ସବୁଦିନେ ତା’ର ବଗିଚାରେ କୋଇଲିର ଗୀତ ଗାଇବା ଶୁଣେ । କାହିଁକିନା କୋଇଲିର ସୁନ୍ଦର କୁହୁ କୁହୁ ଗୀତ ଗାଇବା ସେ ଲୋକକୁ ଭାରି ଭଲ ଲାଗେ । ତେଣୁ ସେ ଭାବିଲା କୋଇଲିକୁ ପିଞ୍ଜରାରେ ରଖିଦେଲେ ସେ ସବୁଦିନେ ତା’ର ଗୀତ ଶୁଣିପାରିବେ । ଏହିପରି ଭାବି ଦିନେ ସେ ଲୋକଟି କୋଇଲିକୁ ଧରି ପିଞ୍ଜରାରେ ରଖିଦେଲା । ଏହି ସବୁ ଘଟଣା ଦେଖି ସେ କୋଇଲି କହିଲା, “ମୋତେ ପିଞ୍ଜରାରେ ବନ୍ଦୀ କରି ରଖିଲେ ମୁଁ ଗୀତ ମୋଟେ ଗାଇ ପାରିବି ନାହିଁ...
ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା ପ୍ରକାର ବିପଦର ସମ୍ଭାବନା ମଧ୍ୟରେ ବେଶି ଟଙ୍କା ରୋଜଗାରର କିଛି...
ଏକଦା ଗୋଟିଏ ନଗରରେ ପଂଚୁ ଦାଦା ନାମକ ଜଣେ ଯୁବକ ରହୁ ଥିଲା । ପିତୃପୁରୁଷଙ୍କ ଠାରୁ ତାଙ୍କୁ କିଛି ସମ୍ପତ୍ତି ମିଳି ଥିଲା । କିନ୍ତୁ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣାର ଅଭାବରେ ତାହାକୁ ସେ ଅତି ଶୀଘ୍ର ନିଜ ପେଟ ପାଇଁ ମୂଳ ପୋଛ କରି ଦେଇ ଥିଲା । ଅର୍ଥାତ୍ ତାହାକୁ ସବୁ ବିକ୍ରି କରି ଦେଇ ଥିଲା ସେହି ପଂଚୁ ଦାଦା । ସେ ବହୁତ କର୍ମ କୋଢିଆ ଥିଲା । ତେଣୁ କାମ କରି ଚଳିବା ତାର ଉଦ୍ଧେଶ୍ୟ ନଥିଲା । ସେ ଭାବିଲା ଯେ ପେଟ ପୋଷିବା...
ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା ହୋଇଗଲା । ଏବେ ପଟେଲ କରିବେ କ’ଣ? ତେଣୁ ସେ...
ଗଜପୁର ଗ୍ରାମରେ ଶଙ୍କରଦାସ ନାମକ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥା’ନ୍ତି । ତାଙ୍କର ଯେତିକି ଧନ ଥିଲା ଯଶ ମଧ୍ୟ ଠିକ୍ ସେତିକି ଥିଲା । ଦିନେ ସେ ସଂଧ୍ୟାବେଳେ ପଡୋଶୀ ଗ୍ରାମରୁ ଫେରିବା ବେଳେ ବାଟରେ ତାଙ୍କ ଗୋଡ ଖସିଗଲା । ଯାହା ଦ୍ୱାରାକି ସେ ଗୋଟାଏ ପଙ୍କ ଗଡିଆରେ ପଡି ପ୍ରାୟ ଛାତି ପର୍ଯ୍ୟନ୍ତ ପଙ୍କରେ ବୁଡିଗଲେ । ସେ ତା’ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି ଓଲଟି ସେ ସେତେ ଆହୁରି ତା’ଭିତରକୁ ବୁଡିଲେ । ତେଣୁ ସେ ଆଉ...
ଏକଦା ଶରୀରର ବାମହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା । ତହୁଁ ବାମହାତ ମଣିଷକୁ କହିଲା, “ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ । ଯେପରି ଡାହାଣ ହାତରେ ବହିଲେଖା, ଛବିଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି । ଏତଦ୍ ବ୍ୟତିତ ସମସ୍ତ ଧର୍ମ କର୍ମରେ ଡାହାଣ ହାତ ବି ଲୋଡା ପଡିଯାଏ । ମାତ୍ର ମୁଁ ସମସ୍ତ ପ୍ରକାର ଅପରିଷ୍କାର କାର୍ଯ୍ୟରେ ନିୟୋଜିତ ହେଉଛି । ସତେଯେମିତି ସମସ୍ତ ପ୍ରକାର ଅଶୁଭ...
ସମୁଦ୍ର ତଟରେ ଥିବା ଏକ ଗ୍ରାମରେ କେଶବ ନାମକ ଏକ ଗରିବ ଯୁବକ ଥାଏ । ସେ ତା’ ମନେ ମନେ ଭାବିଲା ଯେ ବାଣିଜ୍ୟ କରିବାକୁ ଯାଉଥିବା ଜାହାଜରେ ଦୂର ଦେଶକୁ ଯାଇ ସେ କିଛି ଧନ ଅର୍ଜନ କରିବ । ଏହିପରି ମନ ନେଇ ସୁବିଧା ଦେଖି ଗୋଟିଏ ଜାହାଜରେ ସେ ଚଢିଲା । କିଛିଦିନ ସମୁଦ୍ରଯାତ୍ରା କରିବା ପରେ ଭୟଙ୍କର ଏକ ତୋଫାନ ହେଲା ଓ ସେ ଜାହଜଟି ବୁଡିଗଲା । କେଶବ ଭାସି ଭାସି ଆସି ଗୋଟିଏ ଦ୍ୱୀପରେ ଲାଗିଲା । ଚାରିଆଡେ ବୁଲି...
ଜିତୁ ହେଉଛି ଜଣେ ଭକ୍ତ । ଭଗବାନ୍ଙ୍କୁ ପୂଜା ନ କରି ସେ କେବେବି ଜଳସ୍ପର୍ଶ କରିବ ନାହିଁ । ରାତିରେ ମଧ୍ୟ ଭଗବାନଙ୍କ ନାମ ନେବା ପରେ ଯାଇ ସେ ତା’ର ଶୋଇବାକୁ ଯାଏ । ଦିନେ ରାତିରେ ସେ ଏକ ସ୍ୱପ୍ନ ଦେଖିଲା, ଭଗବାନ୍ ତାକୁ କହୁଛନ୍ତି, “ଭକ୍ତ, ମୁଁ ତୋ ଉପରେ ପ୍ରସନ୍ନ, ଯାହା ବର ମାଗିବୁ ମାଗ ।” କିନ୍ତୁ ଭଗବାନଙ୍କୁ ଜିତୁ କହିଲା, “ଭଗବାନ୍, ମୋର ପଡିଶା ମିତୁ ବଡ ନାସ୍ତିକ, ତା’ ମଧ୍ୟରେ ଭକ୍ତିଭାବ କିପରି...
ରାଜା ଶୁଭ୍ରାଂଶୁ ସେତେବେଳେ ଚମ୍ପାବତୀ ରାଜ୍ୟରେ ରାଜୁତି କରୁଥିଲେ । ସେ ପିଲାବେଳେ ଗୋଟିଏ ଗୁରୁକୂଳରେ ପାଠ ପଢିଥିଲେ । ତାଙ୍କ ସ୍ୱଭାବ ଭଲ ଥିଲା ଓ ସେ ନ୍ୟାୟପରାୟଣ ଥିଲେ । ତେବେ ତାଙ୍କର ଗୋଟିଏ ବିଶେଷ ଦୁର୍ବଳତା ଥିଲା । ସେ ତାଙ୍କ ରାଣୀଙ୍କ କଥାକୁ କେବେବି ଏଡାଇଦେଇ ପାରୁ ନଥିଲେ । ସେ ରାଣୀ ରୂପମତୀ ଓ ବୁଦ୍ଧିମତୀ ଥିଲେ ଠିକ୍, କିନ୍ତୁ ତାଙ୍କ ଭିତରେ କୌଣସି ମହତ୍ତ୍ୱ ବା ଉଦାରତା ନଥିଲା । ତାଙ୍କ କଥା ରକ୍ଷା କରିବାକୁ...
କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ ବାଲୁକାସ୍ତୁପ ତଳେ ଲୁଚାଇ ଦେଲେ । ସେଠିକା ମାଟି ଉଜ୍ଜ୍ୱଳ...
ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି । ଦିନେ ରାଜହଂସ ନିଜର ଦଳବଳ ନେଇ ଏକ ବିରାଟ ହ୍ରଦରେ ବିହାର...
ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ । ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ କେବଳ ବଡବଡିଆ ଧନୀକ ଶ୍ରେଣୀର ଲୋକଙ୍କୁ ଶିଖାଇଲେ । ସେମାନଙ୍କୁ...
ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ ।...
ରାଜା କୃଷ୍ଣ ଦେବରାୟଙ୍କର ବଗିଚା ବିଭିନ୍ନ କିସମର ଫୁଲଫଳରେ ଭର୍ତ୍ତି ହୋଇଥାଏ । ତେଣୁ ସେ ବଗିଚା ଭିତରକୁ ଯିଏ ବି ବୁଲିବାକୁ ଗଲେ ସେଠାରୁ ଆସିବାକୁ ମୋଟେ ମନ କରେନାହିଁ । ଦିନେ ରାଜା ତାଙ୍କର ସେବକ ମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏହି ବଗିଚାକୁ ଆଜିଠାରୁ ଜଗିରହିବ । ଯେମିତି କେହି ବି ମୋ ବଗିଚାରେ ଫଳିଥିବା ବାଇଗଣ ଚୋରି ନ କରନ୍ତି । ରାଜାଙ୍କ ଏହି କଥା ତ ହଠାତ୍ ସେ ତେନାଲୀରାମାଙ୍କ କାନରେ ବାଜିଥିଲା । ବଗିଚାରେ...
ରାମଶର୍ମା, ନାରାୟଣ ଓ ଭବନାଥ ତିନିଜଣ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ ଶେଷ କରି ଗ୍ରାମକୁ ଫେରିଲେ । ତିନିଜଣ ପରସ୍ପରର ବହୁତ ଘନିଷ୍ଟ ଥିଲେ, ତେଣୁ ସେମାନେ ସ୍ଥିର କଲେ ଯେ ତିନିଜଣ ମିଶି ଗୋଟିଏ ଚିକିତ୍ସାଳୟ ଖୋଲିବେ । ଯାହା ନିୟମ ଆରମ୍ଭରୁ କରିଦେବେ, ତାହାକୁ ସମସ୍ତେ ମାନିବେ । ରୋଗୀ ପ୍ରଥମେ ତିନିଟଙ୍କା ଦେଲେ ଯାଇ ଭିତରେ ପ୍ରବେଶ କରିବ । ଦିନେ ରାମଶର୍ମାଙ୍କ ସ୍ତ୍ରୀ ସୁଜାତାର ହଠାତ୍ ମଥାବ୍ୟଥା ହୋଇ ଜର...
ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ । ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଉଛି ଭବିଷ୍ୟତ ବକ୍ତା । ରାଜା ତାକୁ ପଚାରିଲେ ଏହି ସ୍ୱପ୍ନର...
“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ ବାପାଙ୍କ ସହିତ ଜମିବାଡି କାର୍ଯ୍ୟ କରିବାକୁ ଯାଉଥିଲେ । ଫଳରେ...
ବୋଧିସତ୍ୱ ଥରେ ଗୋଟିଏ ଠେକୁଆ ରୂପରେ ଜନ୍ମ ହୋଇଥିଲେ । ସେ ଏକ ବଣରେ ରହୁଥିଲେ । ତାଙ୍କର ତିନିଜଣ ମିତ ଥିଲେ । ସେମାନେ ହେଲେ ଗୋଟିଏ ମାଙ୍କଡ, ବିଲୁଆ ଓ ଗୋଟିଏ ଓଧ । ଚାରିମିତ ଏକ ଜାଗାରେ ରହୁଥିଲେ । ସେମାନେ ଦିନବେଳେ ନିଜନିଜର ଖାଦ୍ୟ ଖୋଜିବାକୁ ଚାଲିଯାଉଥିଲେ । ସଞ୍ଜହେଲେ ଫେରିଆସୁଥିଲେ । ତା’ପରେ ସେମାନେ ଗୋଟିଏ ଜାଗାରେ ଏକାଠି ବସୁଥିଲେ । ସେମାନେ ସେତେବେଳେ ଧର୍ମକଥା ଆଲୋଚନାକରୁଥିଲେ । ଚାରି ମିତଙ୍କ ଭିତରେ...
ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି...
ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ ।...
କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି...
ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ । ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି । ଏକାବେଳକେ ସବୁ ଅସୁବିଧା ମାଡି ଆସିବାରୁ ଉପାୟ ଶୂନ୍ୟ...