ହତଭାଗ୍ୟ ଓଟର କାହାଣୀ

       ଗୋଟିଏ ଜଙ୍ଗଲରେ ‘ମାଦୋତ୍କତ୍’ ନାମରେ ଜଣେ ସିଂହ ରାଜା ବସବାସ କରୁଥିଲେ । ମାଦୋତ୍କତ୍ର କେତେକ ଅନୁଚର ତାଙ୍କ ସହିତ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶୃଗାଳ, କୁଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରଧାନ ଥିଲେ। ଦିନେ ରାଜାଙ୍କର ଅନୁଚରମାନେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଓଟକୁ ଦେଖିବାକୁ ପାଇଲେ । ସିଂହ ମହାରାଜଙ୍କ ନିକଟରେ ପହଁଚି କହିଲେ, ‘ମହାରାଜ’! ଜଙ୍ଗଲ ମଧ୍ୟରେ ଆମେ ଏକ ଅଦ୍ଭୂତ ଜୀବ ବୁଲୁଥିବାର...

Read More

ବେକା ନା ଭଦ୍ର?

ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ ।                 ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।”                 ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ ରହିବ, ତେବେ ତାଙ୍କ ପୁଅ ରବିଶଙ୍କର ସହ ପ୍ରସ୍ତାବ କାହିଁକି...

Read More

ମିଜାଜ୍

ଚନ୍ଦ୍ରପୁର ଓ ତା’ ପାର୍ଶ୍ଵବର୍ତ୍ତୀ ରାଜ୍ୟ ଚକ୍ରଗିରି ଭିତରେ ବିବାଦ ଲାଗି ରହିଥାଏ । ଚନ୍ଦ୍ରପୁରର ରାଜା ଏ ବିବାଦର ସବୁଦିନିଆ ସମାଧାନ କରିବା ନିମନ୍ତେ ବହୁତ ଚେଷ୍ଟା କଲେ । କିନ୍ତୁ ଚକ୍ରଗିରିର ରାଜା ତାଙ୍କ ନିବେଦନ ପ୍ରତି ଆଦୌ କାନ ଦେଲେ ନାହିଁ । ଶେଷକୁ ଦିନେ ହଠାତ୍ ଚକ୍ରଗିରିର ସୈନ୍ୟବାହିନୀ ପୂର୍ବରୁ ଯୁଦ୍ଧ ଘୋଷଣା ନକରି ଚନ୍ଦ୍ରପୁର ଭିତରକୁ ମାଡି ଆସିଲେ । ଚନ୍ଦ୍ରପୁରର ରାଜା, ସେନାପତି ଓ ସୈନ୍ୟମାନେ...

Read More

ଶିବଲୀଳା

ତିନ୍ନଡୁ ସେହିଠାରେ ହିଁ ରହିଗଲେ, ତାଙ୍କ ସହିତ ଆସିଥିବା ଶବରମାନେ ସେଠାରୁ ଫେରିଗଲେ । ସେ ଭାବିଲେ, “ଆହା, କେତେଦିନ ହେବ ମୋର ପ୍ରଭୁ ଉପବାସରେ ରହିଛନ୍ତି, ଯାଏଁ ମୁଁ କିଛି ଖାଦ୍ୟର ଯୋଗାଡ ତାଙ୍କ ପାଇଁ କରେ ।” ତା’ପରେ ତିନ୍ନଡୁ ନିଜର ଧନୁଷବାଣ ଧରି ଜଙ୍ଗଲକୁ ଗଲେ । ଜଙ୍ଗଲରୁ ଜନ୍ତୁଟିଏ ଶିକାର କରି ତାକୁ ସେ ନିଆଁରେ ସିଝାଇ ନେଇ ଆସିଲେ ଓ ନଦୀରୁ କିଛି ପାଣି ମଧ୍ୟ ଆଣିଲେ । ସ୍ନାନ କରାଇବା ପରେ ସେହି ସିଝା ମାଂସକୁ...

Read More

ବିଚିତ୍ର ଚୋରୀ

ରାଜା କୃଷ୍ଣ ଦେବରାୟଙ୍କର ବଗିଚା ବିଭିନ୍ନ କିସମର ଫୁଲଫଳରେ ଭର୍ତ୍ତି ହୋଇଥାଏ । ତେଣୁ ସେ ବଗିଚା ଭିତରକୁ ଯିଏ ବି ବୁଲିବାକୁ ଗଲେ ସେଠାରୁ ଆସିବାକୁ ମୋଟେ ମନ କରେନାହିଁ । ଦିନେ ରାଜା ତାଙ୍କର ସେବକ ମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏହି ବଗିଚାକୁ ଆଜିଠାରୁ ଜଗିରହିବ । ଯେମିତି କେହି ବି ମୋ ବଗିଚାରେ ଫଳିଥିବା ବାଇଗଣ ଚୋରି ନ କରନ୍ତି । ରାଜାଙ୍କ ଏହି କଥା ତ ହଠାତ୍ ସେ ତେନାଲୀରାମାଙ୍କ କାନରେ ବାଜିଥିଲା । ବଗିଚାରେ...

Read More

କୃଷ୍ଣାବତାର

କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ! କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ ରୂପ ଦେଖି ବହୁତ କାନ୍ଦିଲେ । ସେ ନିଜ ସ୍ୱାମୀ ଉଗ୍ରସେନଙ୍କୁ...

Read More

ପୁଣ୍ଡରିକଙ୍କ ପିତୃମାତୃ ସେବା

ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର ଅଟକିଛି ଆଉ ମୁଁ ବି ସେମିତି ଛିଡା ହୋଇଛି ।’ ତାପରେ ସାଧୁ ଜଣକ...

Read More

କନକ ଉପତ୍ୟକାର କାହାଣୀ

ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି...

Read More

ଠକକୁ ଜିତେ ଠକ

ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ । ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ ଶ୍ରାଦ୍ଧ ଦେଉ ନାହୁଁ କାହିଁକି?” ସ୍ୱପ୍ନ ଦେଖିସାରିଲା ବେଳକୁ...

Read More

ଶିବ କୃପା

ନନ୍ଦୀପୁର ଗ୍ରାମରେ ନୃସିଂହ ନାମକ ଜଣେ ନଡିଆ ବ୍ୟବସାୟୀ ତା’ର ନବବିବାହିତା ପତ୍ନୀ ନର୍ମଦା ସହିତ ରହୁଥାଏ । ତା’ର ଏକ ଅଜବ ଧାରଣା ଥାଏ ଯେ ସ୍ତ୍ରୀକୁ ସେ କେବେବି କୋମଳ ବ୍ୟବହାର କରିବ ନାହିଁ କାହିଁକିନା କଲେ ସେ ଆରମ୍ଭରୁ ତା’ ମୁଣ୍ଡ ଉପରେ ବସିବ ।       ଦିନେ ନର୍ମଦା ତା’ ସ୍ୱାମୀକୁ କହିଲା, “ଶୁଣ, ଆଜି ସଂଧ୍ୟାରେ ଟିକିଏ ଶିଘ୍ର ଆସିଯିବ । ଆମେ ଶିବ ମନ୍ଦିରକୁ ଯାଇ ପୂଜା ଦେଇ ଫେରି ଆସିବା ।”       ବାସ୍ ଏତିକି କଥା...

Read More

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।        ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି...

Read More

ବିଶ୍ୱାସ ଘାତକ ବନ୍ଧୁ

 ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର ବେପାର ଭଲ ଚାଲିଲା । କିଛି ଦିନ ପରେ ହାସାନ୍ ବେପାର ମାନ୍ଦା...

Read More

ସମ୍ରାଟ ଅଶୋକ

(ବିନ୍ଦୁସାରଙ୍କ ମରଣ ଉପରାନ୍ତେ ଯୁବରାଜ ଅଶୋକ ସୁଶେମ ଆଦି ଅନେକ ଗୃହଶତୃଙ୍କର ନିଧନ କରାଇଲେ । ଗୁରୁଜନଙ୍କ ଆଦେଶ ପାଳନ କରି ସେ ଦ୍ୱିତୀୟ ବିବାହ କଲେ ଓ ମଗଧର ରାଜା ହେଲେ । ମନ୍ତ୍ରୀ ଓ ସେନାଧ୍ୟକ୍ଷଙ୍କ ପରାମର୍ଶ କ୍ରମେ କଳିଙ୍ଗ ଆକ୍ରମଣର ପ୍ରସ୍ତୁତିର ଆୟୋଜନ କଲେ । ବିଦିଶା ଦେବୀଙ୍କୁ ଉଜ୍ଜୟିନୀରୁ ଫେରାଇ ଆଣିବା ପାଇଁ ଅଶୋକ ଅନେକ ପ୍ରଯତ୍ନ କଲେ । କିନ୍ତୁ ତାହା ଅସଫଳ ହେଲା । ମଗଧର ସୈନ୍ୟ ଅଚାନକ କଳିଙ୍ଗ ଉପରେ ଆକ୍ରମଣ...

Read More

ବୀର ହନୁମାନ

ସ୍ୱୟଂପ୍ରଭାଙ୍କ ସହାୟତାରେ ବାନରମାନେ ଗୁମ୍ଫା ବାହାରକୁ ଆସି ଆଖି ଖୋଲି ଦେଖନ୍ତି ତ ସମୁଖରେ ମହାସମୁଦ୍ର । ବଡ ବଡ ଢେଉମାନ କୂଳରେ ପିଟି ହେଉଛନ୍ତି, ସମୁଦ୍ର ଗର୍ଜନରେ କାନ ସ୍ତବ୍ଧ ହୋଇଯାଉଛି, ଦିଗ୍ବଳୟ ପର୍ଯ୍ୟନ୍ତ ଅନନ୍ତ ସମୁଦ୍ର ବ୍ୟାପି ରହିଛି । ସେମାନେ ତାହାରି ଭିତରେ କିପରି କୁଆଡକୁ ଯାଇ ସୀତା ଠାବ କରିବେ ଭାବିଲା ବେଳକୁ ମଥା ଭ୍ରମି ଯାଉଛି । ରାବଣ ତାଙ୍କୁ ନେଇ କେଉଁଠି ଓ କିପରି ରଖିଛି ସେକଥା କିଏ କହିବ? ସେ...

Read More

ରୋଗ

କୁବେରପୁରୀରେ ନାଗରାଜ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଅପର୍ଯ୍ୟାପ୍ତ ଧନ, କିନ୍ତୁ ସେ ସର୍ବଦା ଅସୁସ୍ଥ ଥା’ନ୍ତି । ଅନେକ ବୈଦ୍ୟ ଆସି ଅନେକ ଧନ ଖର୍ଚ୍ଚ ହେଲା । ତଥାପି ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ବୈଦ୍ୟମାନେ କହିଲେ, “ଆମର ଔଷଧ ଶାସ୍ତ୍ରରେ ଯେତିକି ଜ୍ଞାନ ଥିଲା ସବୁକିଛି ଉପଯୋଗ କଲୁ । ରୋଗ କ’ଣ ଆମେ ସଠିକ୍ ନିର୍ଣ୍ଣୟ ନ କରିବାରୁ ଏଇ ଦଶା ।”                 ଠିକ୍ ସେହି ସମୟରେ ଯୋଗାନନ୍ଦ ନାମକ ଜଣେ ସାଧୁ...

Read More

ବହୁମୂଲ୍ୟ ଉପହାର

ଥରେ ବିଜୟନଗର ରାଜ୍ୟର ଅନ୍ୟ ଏକ ରାଜ୍ୟ ସହିତ ଯୁଦ୍ଧ ଲାଗିଥିଲା । ଯୁଦ୍ଧରେ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟ ଜୟଯୁକ୍ତ ହେଲେ । ଯୁଦ୍ଧରେ ବିଜୟ ଲାଭ କରିଥିବାରୁ ରାଜା ତାଙ୍କ ରାଜଧାନୀରେ ବିଜୟ ଉତ୍ସବ ପାଳନ କଲେ । ଉତ୍ସବର ସମାପ୍ତି ଦିନ ରାଜା କହିଲେ, “ଯୁଦ୍ଧ ଜୟ କେବଳ ମୋର ବିଜୟ ନୁହେଁ । ମୋର ସମସ୍ତ ସାଥୀ ଏବଂ ସହଯୋଗୀମାନେ ମଧ୍ୟ ଏହି ବିଜୟର ହକ୍ଦାର । ମୁଁ ଚାହୁଁଛି ମୋର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଏହି ଅବସରରେ...

Read More

କୂପର ବିବାହ

ଥରେ ତେନାଲୀରାମା ଏବଂ ରାଜା କୃଷ୍ଣଦେବରାୟଙ୍କ ମଧ୍ୟରେ କୌଣସି ଏକ ପ୍ରସଂଗକୁ ନେଇ ଜୋର୍ ସୋର୍ରେ ଯୁକ୍ତିତର୍କ ଲାଗିଲା । ଶେଷରେ ତେନାଲୀରାମା ରାଜାଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହୋଇ ସେ ଦରବାର ତ୍ୟାଗ କରି ଚାଲିଆସିଲେ ।                 ତାପରେ କିଛି ଦିନ ପର୍ଯ୍ୟନ୍ତ ସେ ତେନାଲୀରାମା ଆଉ ରାଜାଙ୍କୁ ଦେଖା କଲେ ନାହିଁ । ଦଶ, ପନ୍ଦର ଦିନ ପରେ ରାଜା ତାଙ୍କ ମନେ ମନେ ତେନାଲୀରାମାଙ୍କୁ ଖୋଜିବାକୁ ବହୁତ ଚେଷ୍ଟା କଲେ । କିନ୍ତୁ...

Read More

ତିନି ମିତ୍ର

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନରେ ଗଛଲତାମାନେ ସତେ ଅବା ପାଟିକରି ଉଠୁଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।...

Read More

ଧାନ କ୍ଷେତ

ଦିନେ ତେନାଲୀରାମା ଖବର ପାଇଲେ ଯେ ରାଣୀ ତିରୁମାଲା ଦେବୀ ହଇରାଣରେ ପଡିଛନ୍ତି ଏବଂ ତେନାଲୀରାମାଙ୍କୁ ସଂଗେ ସଂଗେ ଦେଖା କରିବା ପାଇଁ କହିଛନ୍ତି । ଏ ଖବର ପାଇଲା ମାତ୍ରକେ ତେନାଲୀରାମା ବି ସଂଗେ ସଂଗେ ରାଣୀଙ୍କ ପାଖରେ ଯାଇ ପହଁଚିଗଲେ । ରାଣୀ କହିଲେ, “ଦିନେ ରାଜା କୃଷ୍ଣଦେବ ରାୟ ସ୍ୱ ରଚିତ ନାଟକ ମୋତେ ଶୁଣାଉଥିବା ସମୟରେ ଅସୁସ୍ଥତା ଜନିତ କ୍ଳାନ୍ତି ହେତୁ ମୋତେ ଟିକେ ନିଦ ଆସିଗଲା । ତେଣୁ ମୋତେ ଖାଲି ହାଇ ଉପରେ ହାଇ...

Read More

ଦାନର ମହିମା

ରାଜା ବ୍ରହ୍ମଦତ ସେତେବେଳେ କାଶୀ ରାଜ୍ୟରେ ରାଜୁତି କରୁଥା’ନ୍ତି । ବୋଧିସତ୍ୱ ସେହି ରାଜ୍ୟର ଜଣେ ପ୍ରତିପତିଶାଳୀ ନାଗରିକ ଥିଲେ । ତାଙ୍କର ଅଚଳାଚଳ ସମ୍ପତ୍ତି ଥିଲା । ଥରେ ସେ ଯାଇ ରାଜାଙ୍କୁ କହିଲେ ଯେ ସେ ସନ୍ନ୍ୟାସ ହୋଇ ଚାଲିଯିବାକୁ ଚାହାଁନ୍ତି ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଜା ଯେପରି ଗ୍ରହଣ କରନ୍ତି । ରାଜା ଖୁବ୍ ଖୁସି ହେଲେ ଓ କହିଲେ, “ମୋର ତ ରାଜକୋଷ ଧନରେ ଭର୍ତ୍ତି, ମୁଁ ତୁମ ସମ୍ପତ୍ତି ନେଇ କ’ଣ କରିବି, ତମେ...

Read More

ସଫଳତା

ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ ହୋଇ ସଂସ୍କୃତ ଭାଷାରେ ମହାକବି ହୋଇ ପାରିଥିଲେ । ତେଣୁ ଲକ୍ଷ୍ୟ...

Read More

ତୋପଠାରୁ ବଳି

ଶିବପୁରୀ ନଗରୀକୁ ସବୁଦିନ ସକାଳେ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ଅଭିପ୍ରାୟରେ ରାଜା ଚତୁର୍ଦ୍ଦିଗରେ ଗୋଟାଏ ମଜ୍ବୁତ୍ ପ୍ରାଚୀର ନିର୍ମାଣ କଲେ । ପ୍ରାଚୀରର ଯେଉଁ ଦ୍ୱାର ରଖାଗଲା, ତାହା ଲୁହାରେ ନିର୍ମିତ ହେଲା । ତହିଁ ଉପରକୁ ତୋପ ଚଳାଗଲା । ସେଥିରେ ପ୍ରାଚୀର ଓ ଲୌହ କବାଟର ମୋଟେ କିଛି କ୍ଷତି ହେଲାନାହିଁ । ଏସବୁ ଘଟଣା ଦେଖି ସେ ରାଜା ଖୁବ୍ ଆନନ୍ଦରେ କହିଲେ, “ଆମର ଏ ନଗରୀ ଦୁର୍ଭେଦ୍ୟ ।”                 ରାଜାଙ୍କ...

Read More

ରାଜନୀତି

ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ ।                 ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ କହିଲେ, “ପୁନର୍ବାର ଯେପରି ମିଛସତ ନ ଲେଖିବ–ଲେଖିଲେ ତୁମକୁ...

Read More

ଶୁଆ ପକ୍ଷୀର ଚାତୁରୀ

 ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି ଗଲା ।                  ରାଜ କୁମାରୀ ଜାଣିଛି ୟେ କେବେ...

Read More

କ୍ଷତିରୁ ଲାଭ

ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି...

Read More

ମିଥ୍ୟାଭିମାନ

କମଳପୁର ଗ୍ରାମରେ କୈଳାସ ଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷ ରହୁଥା’ନ୍ତି । ସେ ଭବିଷ୍ୟତ ବିଷୟରେ ଗଣନା କରି କହୁଥିଲେ । ଏବଂ ଗ୍ରହମାନଙ୍କର କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା ଅର୍ଚ୍ଚନା ମଧ୍ୟ କରାଉଥିଲେ ।                 କଥାରେ କହନ୍ତି ଯେଉଁଠାରେ ଦ୍ରୁମ ନାହିଁ ସେଠାରେ ବରଗଛ ମଧ୍ୟ ନିଜକୁ ଦ୍ରୁମ ବୋଲାଇବ । ସେହି ଦୃଷ୍ଟିରୁ ଦେଖିଲେ ସେଠାରେ ଅନ୍ୟ ଜ୍ୟୋତିଷ ତ ନାହାଁନ୍ତି, ତେଣୁ ସେ ନିଜକୁ ବଡ ଜ୍ୟୋତିଷ ବୋଲି ଜାହିର୍...

Read More

ଅଦୃଶ୍ୟ ପରୀ

ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି । ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ ପନିପରିବା କରୁଥିଲେ । ସେମାନେ ଦୁହେଁ ଅଳସୁଆ ସକାଶେ ତାଙ୍କ...

Read More

ସୁବର୍ଣ୍ଣ ମୂଷିକ

ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର ବଣିକମାନଙ୍କୁ ସାହାଯ୍ୟ କରନ୍ତି । ତୁ ତାଙ୍କୁ ଦେଖାକରି କିଛି...

Read More

ଭୀମସେନ ଜାତକ

ଅନେକ ଦିନ ତଳେ ବୋଧିସତ୍ୱ ଜଣେ ସୁଦ୍ରର ପୁଅ ହୋଇ ଜନ୍ମହୋଇଥିଲେ । ସେତେବେଳେ ସେ ସେହି ରାଜ୍ୟରେ ଜଣେ ବଡ ବିଦ୍ବାନ ଥିଲେ । ବୋଧିସତ୍ୱ ତାଙ୍କର ଶିଷ୍ୟ ଥିଲେ । ସେ ଗୁରୁଙ୍କ ପାଖରେ ରହି ନାନା ଜ୍ଞାନ ଆହରଣ କଲେ । ସେ ଅସ୍ତ୍ରଶସ୍ତ୍ରର ମଧ୍ୟ ଶିକ୍ଷାପାଇଲେ । ଧନୁଶର ଚଳାଇବାରେ ସେ ବଡ ଧୁରନ୍ଧର ଥିଲେ ।        ଏତେ ଗୁଣ ଥିଲେ କ’ଣ ହବ – ସେ ଦେଖିବାକୁ ବଡ ଅସୁନ୍ଦର ଥିଲେ । ବୋଧିସତ୍ୱ ଥିଲେ ବାମନ । ତାଙ୍କ ଦେହଟା ବଙ୍କା ଥିଲା...

Read More

ଏକ କୁମ୍ଭାରର କାହାଣୀ

ଗୋଟିଏ ସହରରେ ଯୁଧିଷ୍ଠିର ନାମକ ଏକ କୁମ୍ଭାର ବାସ କରୁଥିଲା । ସେ ସବୁ ସମୟରେ ମଦ୍ୟପାନ କରୁଥାଏ । ଦିନେ ସେ ମଦ୍ୟପାନ କରି ମାତାଲ୍ ହୋଇ ଗଢିଥିବା ହାଣ୍ଡିତକ ସବୁ ଭାଙ୍ଗିଦେଲା । ମଦ ନିଶାରେ ହାଣ୍ଡି ଉପରେ ପଡିବାରୁ ଖପରା ମୁଣ୍ଡରେ ଗଳି ମୁଣ୍ଡକୁ ଚିରିଦେଲା । କ୍ଷତ ସ୍ଥାନରୁ ରକ୍ତ ବାହାରି ଦେହସାରା ହୋଇଗଲା । ଖୁବ୍ କଷ୍ଟରେ ସେ ସେହି ହାଣ୍ଡି ଗଦା ମଧ୍ୟରୁ ଉଠିଲା । ଉପଯୁକ୍ତ ଯତ୍ନର ଅଭାବରୁ କ୍ଷତ ସ୍ଥାନ ଗୁଡିକ ଶୀଘ୍ର ଭଲ...

Read More

ନ୍ୟାୟ ନିର୍ଣ୍ଣୟ

ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।...

Read More

ପାଠୋଈ ବୋହୂ

ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ  ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି ।                 ମୁକ୍ତାରବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମପଟ ସାହାଲାର ମଝିରେ ।...

Read More

ବାଘ

ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ । ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ