ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ ସେ ହିଁ ଶ୍ରେଷ୍ଠ ସାଧୁ । ଏଣେ ସାଧୁ ଆତ୍ମାନନ୍ଦ ମଧ୍ୟ...
ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି ହୋଇ, ଏହି ପ୍ରସ୍ତାବରେ ରାଜି ହୋଇଗଲେ । ହେଲେ ସବୁ...
କପିଳବାସ୍ତୁ ନଗର ଟପି ଅନେକ ଦୂର ଯିବା ପରେ ସିଦ୍ଧାର୍ଥ ନିଜର ତରବାରୀ, ଉତରୀୟ ତଥା ଅଙ୍ଗଭୁଷଣମାନ ସାରଥୀ ଚେନ୍ନାକୁ ଦେଇ କହିଲେ, “ଚେନ୍ନା, ତମେ ପିତାଙ୍କୁ ମୋର ପ୍ରଣାମ ଜଣାଇବ ଓ ତାଙ୍କୁ କହିବ ସିଦ୍ଧାର୍ଥ ଏ ବିଶାଳ ବିଶ୍ୱ ପାଇଁ ପରିବର୍ତ୍ତନ ଆଣିବା ସକାଶେ ପ୍ରାଣୀମାନଙ୍କର କଷ୍ଟ ଦୂର କରିବା ମାନସରେ ଯାଇଛନ୍ତି, ସଫଳ ହୋଇ ଫେରି ଆସିବେ । ରାଜା ନିଜ ପୁତ୍ରର ନାମକୁ ସାର୍ଥକ କରିବା ପାଇଁ ମତେ ଯେପରି ଆଶିର୍ବାଦ କରନ୍ତି ।”...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...
ରାମପୁରରେ ରଙ୍ଗଦାସ ନାମରେ ଜଣେ ବୈଦ୍ୟ ଥା’ନ୍ତି । ସେ ଥରେ ସ୍ଥିର କଲେ ସହରରେ ଯାଇ ବସବାସ କରିବେ । ସହରରେ ବୈଦ୍ୟ ଭାବରେ ସେ ଯାହା କିଛିବି ଉପାର୍ଜ୍ଜନ କରୁଥିଲେ ତାହା ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା, ତେଣୁ ସେ ନିଜର ଜୀବିକା ପରିବର୍ତ୍ତନ କରି, ଏକ ଛୋଟକାଟର ବ୍ୟବସାୟ ଆରମ୍ଭ କଲେ । କିଛିଦିନ ମଧ୍ୟରେ ସେ ସେହି ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି କଲେ । ଏହିପରି କିଛି ବର୍ଷ...
ଥରେ ଦୁଇବର୍ଷ ଧରି ବର୍ଷା ନ ହେବାରୁ ବସୋରା ନଗରୀ ଓ ତା’ ଆଖପାଖର ସବୁ ଲୋକେ ପାଣି ବିନା ବହୁ କଷ୍ଟ ଭୋଗିଲେ । ସମସ୍ତ ପ୍ରକାର ଚେଷ୍ଟା କରାଗଲା । ଅନ୍ତତଃ ଆଶା ଥିଲା ଯେ ଏଇ ବର୍ଷ ବରଷା ହେଲେ ଆଗବର୍ଷମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ ସମସ୍ତିଙ୍କ ଆଶା ଧୁଳିସାତ୍ ହୋଇଗଲା ଯେତେବେଳେ କି ସେମାନେ ଦେଖିଲେ କ୍ରମେ ବର୍ଷାଋତୁ ଶେଷ ହୋଇ ଆସୁଛି ଅଥଚ ଜମିବାଡି ଶୁଖି ଫାଟି ରହିଛି । ଏଇ...
କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ! କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ ରୂପ ଦେଖି ବହୁତ କାନ୍ଦିଲେ । ସେ ନିଜ ସ୍ୱାମୀ ଉଗ୍ରସେନଙ୍କୁ...
ସହସ୍ର ବର୍ଷ ତଳର କଥା । କାଶ୍ମୀର ଦେଶର ଏକ ନଗରୀ ସମୀପରେ ଏକ ପାହାଡ ଥିଲା । ସେହି ପାହାଡରେ ଏକ ମହଲ ତିଆରି କରି ଜଣେ ରାକ୍ଷସ ସେଠାରେ ବାସ କରୁଥିଲା । ରାକ୍ଷସମାନଙ୍କର ବୁଦ୍ଧି କମ୍ ହେଲେ କ’ଣ ହେବ, ସେମାନେ କିନ୍ତୁ ଖୁବ୍ ବଳଶାଳୀ ଥିଲେ । ଏହି କାରଣରୁ ସାଧାରଣ ମନୁଷ୍ୟ ସେମାନଙ୍କୁ ଖୁବ୍ ଭୟ କରୁଥିଲେ । ସେମାନେ ମଣିଷଙ୍କ ଉପରେ ଅତ୍ୟାଚାର କରି, ସେମାନଙ୍କୁ ଭୟଭୀତ କରି ନିଜର ଭରଣପୋଷଣ କରୁଥିଲେ । ତାଙ୍କର ସମ୍ମୁଖୀନ...
ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ଉଜ୍ଜଳକ ନାମକ ଏକ ବଢେଇ ବସବାସ କରୁଥାଆନ୍ତି । ସେ ବହୁତ ଗରୀବ ଥାଏ । ଯେତେ ଯାହା ରୋଜଗାର କଲେ ମଧ୍ୟ ତାକୁ ଅଂଟେ ନାହିଁ । ସହରରେ ସମସ୍ତେ ବିରାଟ ବିରାଟ ପ୍ରାସାଦ ନିର୍ମାଣ କରି ଅୟସରେ ଜୀବନ ବିତାଉଥିବାବେଳେ ଗରୀବ ବଢେଇଟି ବିଚରା ତା’ର ଛୋଟିଆ ଘରଟିରେ ରହୁଥାଏ । ଦିନେ ବଢେଇଟି ଠିକ୍ କଲା ତା’ର ପରିବାରକୁ ସାଥିରେ ନେଇ ଅନ୍ୟ ଏକ ସହରକୁ ଚାଲିଯିବ । ଏହା ଭାବି ସଂଗେ ସଂଗେ ଅନ୍ୟ ଏକ ସହର...
ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ ।...
“ଆମ ଆର ପାଖ ଘରେ ଯିଏ ଆସି ରହିଛନ୍ତି, ସେ ଜଣେ ଖୁବ୍ ଭଲ ଜ୍ୟୋତିଷ । ତାଙ୍କ ନାମ ହରି ଶର୍ମା । ତାଙ୍କୁ ଆମ ଝିଅର ଜାତକ ଦେଖାଅ । ସେ ତା’ ବିବାହ ବିଷୟରେ କିଛି କହି ପାରିବେ ।” କଳ୍ପନା ଦେବୀ ତାଙ୍କ ସ୍ୱାମୀ ରବିବାବୁଙ୍କୁ ଏକଥା ବାରମ୍ବାର କହିଲେ । ରବିବାବୁ ବି ଲକ୍ଷ୍ୟ କଲେ, ଜଣେ ଭଦ୍ରଲୋକ ସେଦିନ ସକାଳେ ଯାଇ ପଡୋଶୀ ଘରେ ଖଣ୍ଡିଏ ଜାତକ ଦେଇ ଆସିଲେ । ରବିବାବୁ କଳ୍ପନା ଦେବୀଙ୍କୁ ଧରି ପଡୋଶୀ ଘରେ ଯାଇ ପହଁଚିଲେ । ଯିଏ...
ବହୁ ପୁରା କାଳର କଥା । ଗୋଟିଏ ନଗରୀରେ ଦ୍ରୋଣ ନାମକ ଜଣେ ବ୍ରାହ୍ମଣ ବସବାସ କରୁଥିଲେ । ସେ ବଡ ଦରିଦ୍ର ଥିଲେ । ଦିନସାରା ଗାଁ ଗାଁ ବୁଲି ଭିକ୍ଷା କରି ଯାହା ସଂଗ୍ରହ କରୁଥିଲେ ସେହିଥିରେ ଚଳିଯାଉଥିଲେ । ସର୍ବଦା ଏକ ଚିରା ଗାମୁଛା ପରିଧାନ କରି ଭିକ୍ଷା କରୁଥିଲେ । ନିଜ ଦେହର ଯତ୍ନ ନେଇ ପାରୁନଥିଲେ । ହାତ, ଗୋଡରେ ନଖ ବଢି ଯାଇଥିଲା । ମୁହଁରେ ମଧ୍ୟ ନିଶ, ଦାଢି ଭର୍ତି ହୋଇଥିଲା । ଦ୍ରୋଣଙ୍କର ଏହି ରୂପ ଦେଖି ଦିନେ ତାଙ୍କର...
ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...
କୃପାନନ୍ଦ ଗୁରୁକୂଳର ଆଚାର୍ଯ୍ୟ ଥିଲେ । ସେ ବର୍ଷର ଆଠମାସ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ ଓ ବାକି ସମୟତକ ଦେଶ ପର୍ଯ୍ୟଟନ କରି ଲୋକମାନଙ୍କୁ ଉପଦେଶ ଦେଉଥିଲେ । ଥରେ ଗୋଟିଏ ଗାଁରେ ତାଙ୍କର ସଭାର ଆୟୋଜନ ହେଲା । ଧର୍ମ ଉପଦେଶ ଶୁଣିବାକୁ ଗ୍ରାମର ଆବାଳବୃଦ୍ଧବନିତା ସଭାରେ ଆସି ଯୋଗ ଦେଲେ । କୃପାନନ୍ଦ ସଭା ଆରମ୍ଭରେ ଭଜନ କଲେ । ତା’ପରେ ସେ ରାମଳୀଳା କୀର୍ତ୍ତନ କଲେ । ସମସ୍ତେ...
ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’...
ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...
ଋଷି ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି । ଦିନକର କଥା, ସେଦିନ ପ୍ରବଳ ବର୍ଷା ହେଉଥାଏ । ଗୁରୁ ଆରୁଣି ନାମକ ଜଣେ ଛାତ୍ରକୁ ଡାକି କହିଲେ –...
ତେଜପୁର ଗ୍ରାମର ସବୁଠାରୁ ବଡ ସାହୁକାର ରତନଲାଲ୍ ଥିଲେ । ତାଙ୍କର ବ୍ୟବସାୟ ହେଉଛି ଟଙ୍କା କରଜ ଦେଇ ବହୁତ ସୁଧ ନେବା । କଷିକରି ସୁଧ ସିଏ ନିଅନ୍ତି ବୋଲି ସମସ୍ତେ ତାଙ୍କୁ ସୁଧଖୋର୍ ବୋଲି ଜାଣନ୍ତି । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ମଧ୍ୟ ଲୋକେ ତାଙ୍କ ପାଖରୁ ଟଙ୍କା ନେବାକୁ ଆସନ୍ତି । ଦିନେ ସେ ଅନ୍ୟ ଗ୍ରାମମାନଙ୍କରୁ ସୁଧ ଅସୁଲ କରି ଦଶହଜାର ଟଙ୍କା ଧରି ନିଜ ଗାଁକୁ ଫେରୁଥିଲେ, ବାଟରେ ହଠାତ୍ ସଂନ୍ଧ୍ୟା ହୋଇ ଆସିଲା ।...
ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ...
ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା, ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ ଚାଲିବା ଏବେ ତୀର୍ଥ ମାରଗେ ସବୁରି କାମ ଥାଉ । ଉପଦେଷ୍ଟାଙ୍କ ମୁଖରୁ ଏପରି...
ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।...
ସୁରେଖା ତା’ ପିତାମାତାଙ୍କର ଏକମାତ୍ର ଅଲିଅଳୀ ଝିଅ । ତା’ର ବୟସ ପାଂଚ ବର୍ଷ ହେଲେ କ’ଣ ହେବ, ସେ ଖୁବ୍ ବୁଦ୍ଧିମତୀ ଓ ଚଂଚଳ ବି । ଯେତେବେଳେ ଦେଖ, ସିଏ ତା’ ଘରେ ଖାଲି ପାଟିଗୋଳ କରୁଥାଏ, ଘର ସାରା ମନଖୁସିରେ ସେ ଡିଆଡେଇଁ କରୁଥାଏ । ଦିନେ ରାତିରେ ମା’ ସୁରେଖାକୁ କହିଲେ, “ସୁରେଖା, ବାରିପଟ ବାରଣ୍ଡାରୁ ଝାଡୁ ନେଇ ଆସିଲୁ ।” ସୁରେଖା ଉତ୍ତର ଦେଲା “ବାରିପଟେ ଅନ୍ଧାର ହୋଇଛି । ଏଣୁ ମୋତେ କିଛି ଦିଶୁ ନାହିଁ । ମୁଁ ସେଠାକୁ...
ଚିତ୍ରସେନ ରାଜା ହେବା ପରେ ସେ ତାଙ୍କର ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଡାକୁମାନଙ୍କୁ କୌଶଳକ୍ରମେ ସାଧାରଣ ନାଗରିକ ଭାବରେ ବନାଇ ରଖିଲେ । ରାଣୀ କାନ୍ତିମତି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ । ଯେଉଁଦିନ ତାକୁ ପାଞ୍ଚବର୍ଷ ପୁରିଲା, ସେହିଦିନ ସର୍ତ୍ତ ଅନୁସାରେ ରାକ୍ଷସ ଉଗ୍ରାକ୍ଷ ଆସି ତାକୁ ନେଇ ଯିବାପାଇଁ ପହଁଚିଗଲା । ତାକୁ ଗୋଟାଏ ଶିଶୁ ହସ୍ତାନ୍ତର କରାଗଲା, କିନ୍ତୁ ସେ ଶିଶୁ ଯେ ରାଜପୁତ୍ର ନୁହେଁ, ଏହା ସେ ଅଚିରେ...
ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା । ଏହି କାରଣରୁ ସେ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ କରୁଛନ୍ତି । ସେ ମଧ୍ୟ ସେଠାରେ ଯାଇ ବସି ପଡିଲା ।...
ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।” ଧୀରାଜ ପଇସା ପକାଉଥାଏ । ଦିନେ କିଛି ଦରକାର ହେବାରୁ ମାଟି ଘଡିଟାକୁ ଭାଙ୍ଗି ଦେଇ ପଇସା...
ପରଦିନ ପ୍ରଭାତରେ ଶୁଭଲଗ୍ନ ଦେଖି ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ସିଂହାସନ ପାଖରେ ପହଁଚିଲେ । ଦ୍ୱାବିଂଶତମ ପୁତ୍ତଳିକା ଅନୁରୋଧବତୀ ଛିଡା ହୋଇ କହିଲା, “ମଣିମା! ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କ ସମ୍ପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ଆପଣ ବିଚାର କରି ଦେଖିବେ ଏ ସିଂହାସନରେ ବସିବା ପାଇଁ ଆପଣ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ମହାଜ୍ଞାନୀ । ଜ୍ଞାନୀ, ଗୁଣୀଙ୍କୁ ସେ...
ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ‘କାମାତୁର’ ନାମକ ଏକ ବୃଦ୍ଧ ବଣିକ ବାସ କରୁଥିଲେ । ଦୁର୍ଭାଗ୍ୟକୁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀ ବିୟୋଗ ଘଟିଲା । ଏହି ଦୁଃଖରେ କାମାତୁର ମ୍ରିୟମାଣ ହୋଇପଡିଲେ । ନିଜ ଜୀବନର ଉପାର୍ଜିତ ଅର୍ଥରୁ ଅଧାଅଧି ଏକ ଗରୀବ ବଣିକକୁ ଦାନ କରି ତାହାର ଯୁବତୀ କନ୍ୟାକୁ ପୁନର୍ବାର ବିବାହ କଲେ । କିନ୍ତୁ କନ୍ୟାଟି ବୁଢା କାମାତୁରକୁ ବିବାହ କରିଥିବାରୁ ତା’ର ମନରେ ସୁଖ ନଥାଏ । ପ୍ରତିଦିନ ସେ ବୁଢା...
ଗୋଟିଏ ଗ୍ରାମରେ ଫଜଲ ଓ ଅସଲ ନାମରେ ଦୁଇଟି ଭାଇ ଥା’ନ୍ତି । ବଡଭାଇ ଫଜଲ୍ ଭାଗ୍ୟବାନ୍ ଓ ଧନୀ ଥିଲା, କିନ୍ତୁ ସାନଭାଇ ଅସଲ ନିପଟି ଦରିଦ୍ର ଥିଲା । ହେଲେ ମଧ୍ୟ ସେ ସାଧୁ ସ୍ୱଭାବର ଥିଲା । ଫଜଲର କ୍ଷେତରେ କାମ କରି ଅସଲ କୌଣସି ମତେ ଆପଣା ପେଟ ପୋଷେ । ଦିନେ ଭାଇର କ୍ଷେତ ଜଗୁଥିବା ବେଳେ ସେ ଦେଖିଲା ଜଣେ ଶ୍ୱେତବସ୍ତ୍ର ପରିହିତା ମହିଳା ସେହି କ୍ଷେତ ଚାରିପାଖରେ ବୁଲୁଛନ୍ତି । ସେ ବାଲିଗୁଡିକ ଏକାଠି କରି ଗଛ...
ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ...
ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ । ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା । ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ...
ଦିନେ ଶିବ ଏବଂ ପାର୍ବତୀ ନନ୍ଦନ କାନନରେ ବୁଲୁଥିଲେ । ଶିବ ପାର୍ବତୀଙ୍କୁ କଳ୍ପବଟ ଦେଖାଇ ଦେଲେ । ସେ ବୃକ୍ଷର ଶକ୍ତି ପରୀକ୍ଷା କରିବା ନିମନ୍ତେ ପାର୍ବତୀ ତା’ ତଳକୁ ଯାଇ କହିଲେ, “କଳ୍ପବଟ, ତମେ ମୋତେ ଗୋଟାଏ କମନୀୟ ଶିଶୁ ଦେଇ ପାରିବ?” ତତ୍କ୍ଷଣାତ୍ ତାଙ୍କ ବାହୁ ଯୁଗଳ ଉପରେ ସୁନ୍ଦର ଶିଶୁ କନ୍ୟାଟିଏ ଦେଖାଦେଲା । ତା’ର ନାମ ଅଶୋକ ସୁନ୍ଦରୀ ରଖାଗଲା । ଅଶୋକ ସୁନ୍ଦରୀ ଶିଶୁଥିବା ଅବସ୍ଥାରେ ହିଁ ହୁନ୍ଦ...
ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି । ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ । ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ ପୁନରାୟ ଚେଷ୍ଟା କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ ।...
ଅଞ୍ଜନା ଦେବୀ, ଆଗତ ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କଲେ । ଭୋଜନ ପରେ ଶ୍ରୀରାମଙ୍କ ସହିତ ଅନ୍ୟମାନେ ଅଯୋଧ୍ୟା ଫେରିଗଲେ । ରାସ୍ତାରେ ସୀତା ଯଶୋଧାରାଙ୍କୁ କହିଲେ, “ଦେଖ, ମୁଁ କହିଥିଲି ନା ତୁମ ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡି ନ ପାରେ । ହନୁମାନଙ୍କର ଶରଣ ଗଲେ ଜୀବନ ସାର୍ଥକ ହୁଏ ।” ଯଶୋଧାରା କୃତଜ୍ଞତା ପ୍ରକଟ କରି କହିଲେ, “ସବୁକିଛି ତ ସୀତାରାମଙ୍କ କୃପା । ହନୁମାନଙ୍କ ହୃଦୟରେ ପ୍ରଭୂଙ୍କ ସହିତ...