ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ । ଦିନେ ସରପଂଚଙ୍କ ଗାଁକୁ ଅନ୍ୟ ଗାଁର କିଛି ବ୍ୟକ୍ତି...
ଦିନେ ଜଙ୍ଗଲରେ ସବୁ ଜୀବଜନ୍ତୁମାନଙ୍କର ଏକ ସଭା ହେଲା । ଆଉ ସେ ସଭାରେ ସମସ୍ତେ କାହାର କେତୋଟି ପିଲା ସେ ବିଷୟରେ କଥାବାର୍ତ୍ତା ହେଲେ । କିଏ କହିଲା ମୋର ଦୁଇଟି ପିଲା, ତ ଆଉ କିଏ କହିଲା ମୋର ଚାରୋଟି ପିଲା । ଶେଷରେ ଘୁଷୁରି କହିଲା, “ମୋର ବାରଟା ପିଲା” । ଏହି ସମୟରେ ସିଂହ ଆସି ପହଁଚିଗଲା । ଏହା ଶୁଣି ସେ କହିଲା, “ମୋର ତ ଗୋଟିଏ ମାତ୍ର ପିଲା; କିନ୍ତୁ ସେ ସବୁଠାରୁ ବଳୁଆ ଓ ସବୁଠାରୁ ଚାଲାକ୍ ।”...
ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ ପାଇପାରୁଥିଲେ । ଏଠାରେ ମଧ୍ୟ ଚିକିତ୍ସାର ସୁବିଧା ନ ଥିଲା...
କୌଣସି ଏକ ରାଜାଙ୍କ ପାଖରେ ଜିତୁକୁ ଚାକିରୀ ମିଳିଗଲା । ରାଜାଙ୍କ ପାଖରେ ଚାକିରୀ ପାଇବା ତ ଭାରି କଷ୍ଟ । ଏଣେ ଜିତୁର ପିଲାଦିନର ଜଣେ ସାଙ୍ଗ ଥାଏ ତା’ର ନାମ ମିତୁ । ମିତୁ ପରିବା ବିକି ତା’ ପେଟ ପୋଷେ । ମଝିରେ ମଝିରେ କାମ ମିଳିଗଲେ ବି ତାକୁ ସେ କରେ । ଏମିତିକା ବେଶ୍ ଭଲରେ ସେ ଚଳିଯାଉଥାଏ । କିନ୍ତୁ ଜିତୁ ରାଜାଙ୍କ ପାଖରେ କାମ ପାଇଛି ବୋଲି ତା’ର ବହୁତ ସମ୍ମାନ ଥାଏ । ସେଥିପାଇଁ ଜିତୁର ଗର୍ବ ସବୁବେଳେ...
ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ । ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।” ଏକଥା ଶୁଣି ସେ ମାଙ୍କଡ ଗୋଟାଏ ଖଣ୍ଡା ଧରି...
ଅଷ୍ଟମଦିନ ସକାଳେ ଭୋଜରାଜ ସ୍ନାନତର୍ପଣ ସାରି ସିଂହାସନରେ ଆରୋହଣ କରିବା ସକାଶେ ପାଦ ଥାପିବା ମାତ୍ରେ ପୁତ୍ତଳିକା ପୁଷ୍ପବତୀ ଛିଡାହୋଇ କହିଲା, “ମହରାଜ! ମୁଁ ଜାଣେ ଆପଣ ଜଣେ ଯଶସ୍ୱୀ, ଗୁଣବାନ୍ ଏବଂ ପ୍ରଜାପାଳକ । ତଥାପି ରାଜରାଜେଶ୍ୱର ବିକ୍ରମାଦିତ୍ୟଙ୍କ ଆତ୍ମୀୟତା, ପୁରୁଷାର୍ଥ ଏବଂ ଜନକଲ୍ୟାଣ ସମ୍ପର୍କୀୟ ଏ କାହାଣୀ ଶୁଣନ୍ତୁ ଏବଂ ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ କେତେଦୂର ସମର୍ଥ ।” ମହାରାଜ...
“ଆମ ଆର ପାଖ ଘରେ ଯିଏ ଆସି ରହିଛନ୍ତି, ସେ ଜଣେ ଖୁବ୍ ଭଲ ଜ୍ୟୋତିଷ । ତାଙ୍କ ନାମ ହରି ଶର୍ମା । ତାଙ୍କୁ ଆମ ଝିଅର ଜାତକ ଦେଖାଅ । ସେ ତା’ ବିବାହ ବିଷୟରେ କିଛି କହି ପାରିବେ ।” କଳ୍ପନା ଦେବୀ ତାଙ୍କ ସ୍ୱାମୀ ରବିବାବୁଙ୍କୁ ଏକଥା ବାରମ୍ବାର କହିଲେ । ରବିବାବୁ ବି ଲକ୍ଷ୍ୟ କଲେ, ଜଣେ ଭଦ୍ରଲୋକ ସେଦିନ ସକାଳେ ଯାଇ ପଡୋଶୀ ଘରେ ଖଣ୍ଡିଏ ଜାତକ ଦେଇ ଆସିଲେ । ରବିବାବୁ କଳ୍ପନା ଦେବୀଙ୍କୁ ଧରି ପଡୋଶୀ ଘରେ ଯାଇ ପହଁଚିଲେ । ଯିଏ...
ପୂର୍ବକାଳରେ ଶିବି ନାମରେ ଜଣେ ରାଜା ଥିଲେ । ତାଙ୍କ ରାଜ୍ୟର ନାମ ବି ଥିଲା ଶିବି । ସେହି ରାଜ୍ୟର ରାଜଧାନୀ ଥିଲା ଅରିଷ୍ଟପୁର । ଗୋଟିଏ ଜନ୍ମରେ ବୋଧିସତ୍ୱ ଏଇ ରାଜା ଶିବିଙ୍କର ପୁଅ ହୋଇଥିଲେ । ତାଙ୍କର ପିଲାଦିନ କଟିଗଲା । ପାଠପଢିବା ବୟସ ହେଲା । ରାଜା ଶିବି ପଢିବା ପାଇଁ ପୁଅକୁ ତକ୍ଷଶୀଳାକୁ ପଠାଇଦେଲେ । ବୋଧିସତ୍ୱ ସେଠାରେ ଜଣେ ଗୁରୁଙ୍କ ଘରେ ରହି ପାଠ ପଢିଲେ । ଅଳ୍ପ ଦିନ ଭିତରେ ସେ ଜଣେ ବଡ ପଣ୍ଡିତ ହୋଇଗଲେ । ତା’ପରେ...
ଗୋଟିଏ ଗ୍ରାମରେ ତିନୋଟି ଭାଇ ରହୁଥାନ୍ତି, ସେମାନେ ହେଲେ ରାମ, ଶ୍ୟାମ ଓ ମୋହନ । ସେମାନଙ୍କ ବାପା ମରିଯିବା ପରେ ବଡ ଦୁଇଭାଇ ସବୁ ସମ୍ପତ୍ତି ଭାଗ କରିନେଲେ । ସାନ ମୋହନ ଥିଲା ଗଜମୂର୍ଖ । ତାକୁ ଗୋଟାଏ ବଳଦ ଓ କାଠ ବାକ୍ସଟିଏ ଦେଇ ତା’ର ବଡଭାଇମାନେ ତାକୁ ଠକିଦେଲେ । ଦିନେ ମୋହନ ଦେଖିଲା ରାମ ଓ ଶ୍ୟାମ ହାଟକୁ ଯାଉଛନ୍ତି ଓ ବ୍ୟବସାୟ କରି ପଇସା ରୋଜଗାର କରୁଛନ୍ତି । ଏହା ଦେଖି ସେ ଭାବିଲା, “ମୁଁ ମଧ୍ୟ...
ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ – ଦେଖ ବୋଲକରା ହୋଇଲା ବେଳ ଆଉ କ୍ଷଣିକରେ ଅନ୍ଧାର କାଳ । ରାତି ହୋଇ ଗଲେ ଜାତି ଖୋଜିବୁ...
ଗୋଟିଏ ଖଚର ସବୁବେଳେ ଜୋର୍ରେ ଦୌଡିବାକୁ ଚେଷ୍ଟା କରେ କିନ୍ତୁ ସେ ପାରେ ନାହିଁ । ସେଥିପାଇଁ ତାର ମନରେ ଭାରି ଦୁଃଖ ଥାଏ । ଦିନେ ତାର ଶିଆଳ ସାଙ୍ଗରେ ଦେଖାହେଲା । ସେ ଖଚର ଶିଆଳକୁ କହିଲା, ଦେଖ ଭାଇ, ମୋ ମାଆର ଦୌଡିବାରେ ଚାରିଆଡେ ନାଁ ଥିଲା କିନ୍ତୁ ମୁଁ ଆଜି ଭଲକରି ଦୌଡି ପାରୁନାହିଁ । ଏହା ଶୁଣି ଶିଆଳ କହିଲା “ହଁ ଭାଇ ତା ତ ମୁଁ ବୁଝିଲି, କିନ୍ତୁ ତୁ ଭୁଲି ଯାଉଛୁ ଯେ, ଗଧ ତୋର ବାପ ଥିଲା ଏବଂ ସେ...
ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହି ପରି । ସେଦିନ ଦ୍ୱିପ୍ରହର ବେଳେ ଗୋପାଳ ତାର ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡିଆ ଦୋକାନ ଉପରେ ନଜର ପଡିଲା । ଦେଖିଲା ଯେ, ବଡ ଥାଳିରେ ଥାଳି ଥାଳି ସନ୍ଦେଶ, ଜଲବି, ମିଠାଇ ପ୍ରଭୁତି ସାଜସଜ୍ଜା ହୋଇ ଥୁଆ ହୋଇଛି । ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡା ଆଉ କେହି ନାହାଁନ୍ତି । ସନ୍ଦେଶ ଥାଳି ଦେଖି ଗୋପାଳ ପାଟିରୁ ଲାଳ...
ବିକ୍ରମାଦିତ୍ୟଙ୍କ ସମୟରେ ଭୋଜ ନାଁରେ ଆଉଜଣେ ରାଜା ଆଉ ଏକ ରାଇଜରେ ରାଜପଣ କରୁଥିଲେ । ତାହାଙ୍କଠିଁ ଯେତେ ଗୁଣ ଥିଲେବି କୁହୁକ ବିଦ୍ୟାରେ ସେ ପୋଖତ ଥିଲେ ବୋଲି ତାଙ୍କର ଖୁବ୍ ନାମଡାକ ଥିଲା । ସେମିତିକା ଅଦ୍ଭୁତ କୁହୁକ ବିଦ୍ୟା ଯେ ଦେଖୁଥିଲା, ସେ ଅବାକ୍ ହୋଇ ନିଜ ଆଖିକୁ ବି ମଧ୍ୟ ବିଶ୍ୱାସ କରିପାରୁ ନଥିଲା । ଲୋକେ କହନ୍ତି ତାହାଙ୍କଠୁଁ ସେହି ଆଶ୍ଚର୍ଯ୍ୟକର ବିଦ୍ୟା ଆରମ୍ଭ ହୋଇଥିଲା ବୋଲି ତାହାକୁ ଭୋଜବିଦ୍ୟା କହନ୍ତି ।...
ପ୍ରାଚୀନ କାଳର କଥା । ହସ୍ତିନାପୁର ନାମରେ ଏକ ନଗର ଥିଲା । ଏହା ଥିଲା ରାଜ୍ୟର ରାଜଧାନୀ । ତାର ଚାରିଆଡେ ଖାଲି ସଉଧମାଳା । ସେଠାକାର ରାଜାଙ୍କ ନଅର ସବୁଠାରୁ ସୁନ୍ଦର । ରାଜାଙ୍କର ପାରିଷଦଗଣ ଏବଂ ସାଧବମାନଙ୍କର ଅଟ୍ଟାଳିକା ଦେଖିଲେ ଯେପରି ଜଣକର ମନ ପୂରି ଉଠିବ । ସେଠାକାର ନଗରର ଛକମାନଙ୍କରେ ସୁନ୍ଦର ପ୍ରମୋଦ ଉଦ୍ୟାନମାନ ଥାଏ । ସେ ରାଜ୍ୟର ଲୋକମାନଙ୍କର କୋଉଥିରେ କିଛିବି ଅଭାବ ନ ଥାଏ । କଠୋର ଶାସନ ହେତୁ ଚୋର ତସ୍କରମାନେ...
ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ – ଏତ ବିପରୀତ କଥା ଆଚମ୍ବିତ ଦେବ ସଭା ତ୍ୟାଗ କରି ଛାର...
ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...
ବିଭାବସୁ ଜଣେ ବଡ ବୈଦ୍ୟ ଥିଲେ । ସମସ୍ତେ କୁହନ୍ତି କି ତାଙ୍କ ହାତରେ କୁହୁକ ଶକ୍ତି ଅଛି । ତାଙ୍କ ନିକଟରେ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରିବାକୁ ମଣିରାଜ ନାମକ ଜଣେ ଯୁବକ ଆସିଲେ, ସେ ଗୁରୁଙ୍କର ଗଭୀର ଜ୍ଞାନ ଦେଖି ତାଙ୍କୁ ଅତ୍ୟନ୍ତ ଭୟ କରୁଥିଲେ ଓ ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । ଏଥିସହ କିଛିଟା ଈର୍ଷ୍ୟା ମଧ୍ୟ ତାଙ୍କ ମନର ଗୋପନ ଅଂଶରେ ଥାଏ । ଥରେ ସେହି ଗ୍ରାମରେ ଓ ତା’ ପଡୋଶୀ ଗ୍ରାମରେ ଏକ ନୂଆ ରୋଗ ଦେଖା ଦେଲା । ସେ...
ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ଅବଚଳିତ ଭାବେ, ପୁନର୍ବାର ସେହି ବୃକ୍ଷଟି...
ଗୋଟିଏ ଗାଁରେ ବଟ ଓ ନଟ ଦୁଇଭାଇ ଥିଲେ । ସ୍ୱଭାବରେ ବଟ ଅତ୍ୟନ୍ତ ଶାନ୍ତଶିଷ୍ଟ ଥିଲା, ହେଲେ ନଟ ଥିଲା ବହୁତ ଦୁଷ୍ଟ । ବଟ ଘରକାମରେ ବାପାଙ୍କୁ ସାହାଯ୍ୟ କରେ, ହେଲେ ଅମାନିଆ ନଟ କାହା କଥା ଶୁଣେନି । ଘରେ ବାହାରେ ସବୁଠି ଦୁଷ୍ଟାମୀ କରେ, ଅଯଥାରେ ବୁଲି ବୁଲି ସମୟ ନଷ୍ଟ କରିଦିଏ । ଲୋକମାନେ ନଟର ଏପ୍ରକାର କୁପ୍ରବୃତିକୁ ଘୃଣା କରନ୍ତି । ଦୁଇଭାଇ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢନ୍ତି । ଦିନେ ଗୁରୁଜୀ...
ଦିନେ ଖରାବେଳେ କୁଆକୁ ପାଣି ପିଇବାକୁ କେଉଁଠି ବି ମିଳିଲା ନାହିଁ । ମାତ୍ର କିଛି ଦୂର ଗଲାପରେ ସେ କୁଆ ଦେଖିଲା ଗୋଟିଏ ମାଠିଆରେ କିଛି ପାଣି ଅଛି । କିନ୍ତୁ ପାଣି ବହୁତ କମ୍ ଥିବାରୁ ସେ କୁଆ ତାକୁ ମୋଟେ ପିଇ ପାରିଲା ନାହିଁ । ପିଇବା ଲାଗି ସେ କୁଆଟି ବହୁତ ଚେଷ୍ଟା କଲା, ଏପରିକି ମାଠିଆକୁ ଗଡେଇକି ପିଇବାକୁ ଚେଷ୍ଟା କଲା, କିନ୍ତୁ କୁଆ ପାରିଲା ନାହିଁ । ଶେଷରେ ବହୁତ ଭାବି ଭାବି ସେ କୁଆ ଗୋଟିଏ ଉପାୟ...
ପ୍ରସାଦ ଓ ବିମଳ ପ୍ରତିବେଶୀ ଥିଲେ । ତେବେ ସେମାନେ ଯେଉଁ ଦୁଇଟି ଘର ଭଡା ନେଇ ରହୁଥିଲେ, ସେ ଘର ଦୁଇଟି ମଝିରେ ଆଉ ଗୋଟିଏ ଘର ଥିଲା । ସେ ମଝି ଘରଟି ବହୁଦିନ ପର୍ଯ୍ୟନ୍ତ ଖାଲି ପଡିଥିଲା । ପ୍ରସାଦ ଓ ବିମଳ ଭିତରେ ବେଶ୍ ସଦ୍ଭାବ ଥିଲା । ବିମଳର କେତୋଟି ଛେଳି ଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେ ସମୟରେ ସହର ଗୁଡିକ ଆଜି ଭଳି ଜନାକୀର୍ଣ୍ଣ ହୋଇ ନଥିଲେ । ସହରର ଆଖପାଖ ଅଂଚଳରେ ଓ ଏପରିକି ସହର ମଝିରେ ମଧ୍ୟ ଅନେକ...
ଦେଶର ନାମ ବୈଜୟନ୍ତୀ ନଗର, ସେହି ନଗରରେ ଉଦିତ ସେନ ନାମରେ ଜଣେ ଜମିଦାର ଥିଲେ, ସେ ଏତେ ଧନୀ ଯେ ଲୋକେ ତାଙ୍କୁ ସାହୁକାର ନାମରେ ପରିଚିତ କରାନ୍ତି । ସେ ଉଦିତ ସେନଙ୍କର ସୁନ୍ଦରୀ ସ୍ତ୍ରୀଟିଏ ଥିଲା । ସେ ସ୍ତ୍ରୀଙ୍କର ନାମ ରମ୍ଭା । ସ୍ୱର୍ଗର ରମ୍ଭା ମେନକାଙ୍କ ପରି ସାହୁକାରଙ୍କର ସ୍ତ୍ରୀ ରମ୍ଭା ଏତେ ସୁନ୍ଦରୀ ଥିଲା ଯେ ପଥ ଚଲା ଲୋକଙ୍କର ସେ ଆଖିରେ ପଡି ଗଲେ ସେ ଲୋକ ଘଂଟାଏ କାଳ ରମ୍ଭାଙ୍କୁ ଦେଖିବାକୁ ଇଚ୍ଛା କରି...
ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ ଥିଲେ । କିନ୍ତୁ ଏହାର କୌଣସି ସମାଧାନ ହେଉ ନଥିଲା ।...
ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ । ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣଙ୍କ ଖିଆଲ୍ଟା କିଛି ମନ୍ଦ ନୁହେଁ । ତିରିଶ ଦିନ ଷାଠିଏ...
କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ । ରାଜା ବି ତାଙ୍କ ଝିଅ କଥାରେ ସମ୍ମତି ଜଣାଇଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କରେ ଦୂତ ମାଧ୍ୟମରେ ପ୍ରଚାର...
ଶିବପୁରୀ ନଗରୀକୁ ସବୁଦିନ ସକାଳେ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ଅଭିପ୍ରାୟରେ ରାଜା ଚତୁର୍ଦ୍ଦିଗରେ ଗୋଟାଏ ମଜ୍ବୁତ୍ ପ୍ରାଚୀର ନିର୍ମାଣ କଲେ । ପ୍ରାଚୀରର ଯେଉଁ ଦ୍ୱାର ରଖାଗଲା, ତାହା ଲୁହାରେ ନିର୍ମିତ ହେଲା । ତହିଁ ଉପରକୁ ତୋପ ଚଳାଗଲା । ସେଥିରେ ପ୍ରାଚୀର ଓ ଲୌହ କବାଟର ମୋଟେ କିଛି କ୍ଷତି ହେଲାନାହିଁ । ଏସବୁ ଘଟଣା ଦେଖି ସେ ରାଜା ଖୁବ୍ ଆନନ୍ଦରେ କହିଲେ, “ଆମର ଏ ନଗରୀ ଦୁର୍ଭେଦ୍ୟ ।” ରାଜାଙ୍କ...
ମଧୁପୁରର ଜଙ୍ଗଲରେ ଗୋଟିଏ କାଠୁରିଆ ଥିଲା । ତା’ର ଦୁଇଟି ଝିଅ – ଚମ୍ପା ଓ ଚୁନ୍ନି । ଚମ୍ପା ବର୍ଷକର ହେବାବେଳେ ତା’ ମା’ ମରି ଯିବାରୁ କାଠୁରିଆ ଦୁର୍ଗା ନାମକ ଜଣେ ଯୁବତୀକୁ ବିବାହ କଲା – ତା’ ଝିଅର ନାଁ ହେଲା ଚୁନ୍ନି । ଦୁର୍ଗା ବଠୋର ସ୍ୱଭାବର ଥିଲା । ଚମ୍ପାକୁ ସେ ବହୁତ କାମ କରିବାକୁ ଦିଏ ଓ ସବୁବେଳେ ତାକୁ ଖାଲି ସେ ଗାଳି ଦିଏ । ଦିନେ ପୂର୍ଣ୍ଣିମା ରାତିରେ ଚମ୍ପାର ହଠାତ୍ ନିଦ ଭାଙ୍ଗିଗଲା ।...
‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’ କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି ।...
ଆମ ଚାରି ପାଖରେ ଘଟି ଯାଉଥିବା ଅନେକ ଛୋଟ, ବଡ ଘଟଣାରୁ ବି ଅନେକ କିଛି ଶିଖିବାକୁ ମିଳିଥାଏ । ଏହିଭଳି ଗୋଟାଏ ଘଟଣା ସ୍ୱାଧୀନତା ପୂର୍ବରୁ ଲାହୋର ସହରରେ ଘଟିଥିଲା । ଏକ ଅନାଥ ଆଶ୍ରମ ତିଆରି କରିବା ପାଇଁ ଲାହୋର୍ ସହରର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଚାନ୍ଦା ଆଦାୟ କରୁଥାନ୍ତି । ସେହି ସମୟରେ କଂଗ୍ରେସର ଅଗ୍ରଣୀ ନେତା ତଥା ପ୍ରତିଷ୍ଠିତ ଓକିଇ ଲାଲା ଲଜ୍ପତ୍ ରାୟଙ୍କର ତ ଲାହୋର ସହରରେ ଯଶ ଓ ଖ୍ୟାତି ବ୍ୟାପି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି...
ବିଦ୍ୟାଧରପୁରରେ ଜଣେ ଖୁବ୍ ଥିଲାବାଲା ଲୋକଥିଲେ, ତାଙ୍କ ନାମ ସୁରେନ୍ଦ୍ର ମହାରାଣା । ତାଙ୍କର ଦୁଇ ପୁଅ, ସୁରେଶ ଓ ସୂର୍ଯ୍ୟକାନ୍ତ । ମହାରଣାଙ୍କ ମୃତ୍ୟୁ ପରେ ଦୁଇଭାଇ ଭିନେ ହୋଇଗଲେ । କିନ୍ତୁ ସେହି ପୈତୃକ ଘରକୁ ଦୁଇଭାଗ କରି ଦୁଇଭାଇ ସେଠାରେ ରହିଥାନ୍ତି । ସେଯାଏଁ କାହାରି ମଧ୍ୟ ବାହାଘର ହୋଇ ନଥାଏ । ଯିଏ ଯାହାର ନିଜ ପାଇଁ ରୋଷେଇ କରି ଖାଉଥାନ୍ତି । ସୁରେଶର ଭାରି ଇଚ୍ଛା, ସେ ପଇସାପତ୍ର ସଂଚୟ କରି...
ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି । ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା କମ୍ ପଡିଲା ।...