ଗୋଟିଏ ଅଜଣାଦ୍ୱୀପରେ ଅସୁରୁଣୀଟିଏ ରହୁଥିଲା । କେହି ହେଲେ ଜଣେ ସେହି ଦ୍ୱୀପର ସନ୍ଧାନ କେବେବି ନେଇ ନଥିଲେ । ସେ ଦ୍ୱୀପର ଚାରିପଟେ ଘଂଚ ବନାନୀର ଅନ୍ଧକାରରେ ଯେପରି ରାତ୍ର ଆଗମନ ହୋଇଛି । ସେହି ଜଙ୍ଗଲର ବଡ ଗଛଟିରେ ଗୋଟିଏ କୋରଡ ଥାଏ । ସେଠାରେ ନାଗୁଣୀଟିଏ ତାର କୁନି ଛୁଆଙ୍କୁ ଧରି ରହୁଥାଏ । ସଂନ୍ଧ୍ୟାବେଳେ ପଦାକୁ ବାହାରି ସେ ପବନ ଖାଏ ଏବଂ ଟିକେ ଶାନ୍ତିରେ ବୁଲେ । ସେଠାରେ ଅସୁରୁଣୀ ଥିବା କଥା ସେ ଜାଣିଥାଏ କିନ୍ତୁ...
ରୁଦ୍ରାଚାରୀ ନାମକ ଏକ ବୈଦ୍ୟ ଥିଲେ । ତାଙ୍କ ପାଖରେ ଶରଭ ଶିଷ୍ୟ ରୂପରେ କାମ କରୁଥିଲେ । ରୁଦ୍ରାଚାରୀ ଯାହା ଶିଖାନ୍ତି ସେ ସବୁ ଲେଖି ପକାନ୍ତି । କାଳେ ତାଙ୍କର ମନେ ନ ରହିବ । ଦିନେ ରୁଦ୍ରାଚାରୀ ତାଙ୍କୁ କହିଲେ, “ବତ୍ସ, ତୁମେ ଭାବନାହିଁ ଯେ ସବୁ ରୋଗ ପାଇଁ ଔଷଧ ଅଛି । ଚିକିତ୍ସା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ଯେମିତି ହିକ୍କା ରୋଗ ପାଇଁ ଥାପଡଟିଏ ଦେଲେ ତାହା ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ ।...
ଅନୁପଗଡର ଜମିଦାର ବଡ ଦୟାଳୁ ଥିଲେ । ସେ ବରାବର ବ୍ୟବସାୟୀମାନଙ୍କୁ ଟଙ୍କା କରଜ ଦିଅନ୍ତି । କିନ୍ତୁ ଟଙ୍କା ଦେବା ପୂର୍ବରୁ ସେ ଲୋକଟିର ବ୍ୟବସାୟୀବୁଦ୍ଧି ଅଛି ନା ନାହିଁ ତାହା ସେ ପରୀକ୍ଷା କରନ୍ତି । ଯଦି ତାଙ୍କର ବିଶ୍ୱାସ ହୁଏ ଯେ ସେହି ବ୍ୟକ୍ତି ବ୍ୟବସାୟ କଲେ ସଫଳ ହେବ ତେବେ ଯାଇ ସେ ତାକୁ ଋଣ ଦିଅନ୍ତି । ଦିନେ ତାଙ୍କଠାରୁ ଋଣ ନେବା ପାଇଁ ଦୁଇଜଣ ମୂର୍ଖ ବ୍ୟବସାୟୀ ଆସିଲେ । ସେମାନେ ଜମିଦାରଙ୍କୁ...
ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।...
ଶ୍ରୀରାମ ଯେତେବେଳେ ସୁଗ୍ରୀବଙ୍କୁ ରାବଣ ବିଷୟରେ ପଚାରିଲେ, ସେତେବେଳେ ସୁଗ୍ରୀବ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ହେ ରାମ, ରାବଣର ରାଜ୍ୟ ଘର ଇତ୍ୟାଦି ବିଷୟରେ ମୁଁ କିଛି ବି ଆଦୌ ଜାଣେନାହିଁ । ତଥାପି ବି ଏତିକି ମୁଁ କହିପାରେ ଯେ ରାବଣ ଯେଉଁଠି ଥିଲେ ମଧ୍ୟ ମୁଁ ତା’ବିଷୟରେ ଖବର ସଂଗ୍ରହ କରି ସୀତା ଦେବୀଙ୍କୁ ଫେରାଇ ଆଣିବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି । ଏ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ମଧ୍ୟ ମୋର...
ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...
ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ...
ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ । ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ...
ତକ୍ଷଶୀଳା ନଗର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟକୁ ଭାରତିକାସୁ ନାମକ ଜଣେ ରାଜା ଶାସନ କରୁଥିଲେ – ଦିନକର କଥା ଜଣେ ବିଦେଶୀ ଆସି ସେହି ରାଜ୍ୟର ଧର୍ମଶାଳାରେ ରହିଲେ । ସେଠାରେ ଚାନ୍ଦ ନାମରେ ଜଣେ ଧୋବଣୀ ଥିଲା । ଚାନ୍ଦ ଦେଖିବାକୁ ସ୍ୱର୍ଗର ଅପସରାଙ୍କ ଠାରୁ ମଧ୍ୟ ଅହୁରୀ ଅଧିକ ସୁନ୍ଦରୀ ଥିଲା । ସେ ଧୋବଣୀ ନିଇତି ଧର୍ମଶାଳାକୁ ଆସେ । ଚାନ୍ଦକୁ ଦେଖିବା ମାତ୍ରେ ସେ ବିଦେଶୀ ଜଣଙ୍କ କହିଲା – ଆଲୋ ହେ ମୋ...
ଦିନେ ବେଙ୍ଗ ଓ ତା’ର ପଡିଶା ସାଙ୍ଗ ମୂଷା ବୁଲି ବାହାରିଲେ । ବେଙ୍ଗ କହିବାନୁସାରେ ସେ ଦୁଇ ସାଙ୍ଗ ଜଣକ ଗୋଡ ଆଉ ଜଣଙ୍କ ଗୋଡରେ ବାନ୍ଧି ଚାଲିଲେ । ବାଟରେ ଗୋଟିଏ ଛୋଟ ନଈ ପଡିଲା । ସେ ଦୁଇ ଜଣଙ୍କୁ ତ ପହଁରା ଆସେ । ତେଣୁ ସେମାନେ ଡେଇଁ ପଡି ନଈ ଆର ପଟକୁ ଯିବା ପାଇଁ ପହଁରିବାକୁ ଲାଗିଲେ । ଯେମିତି ନଈ ମଝିରେ ହୋଇଛନ୍ତି ବେଙ୍ଗ ବେଶି ପାଣି ତଳକୁ ବୁଡିବାକୁ ଆରମ୍ଭ କଲା । ହେଲେ ସେ ମୂଷାର ତ ପାଣିରେ ବୁଡିବା ମୋଟେ ଅଭ୍ୟାସ...
ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା...
ଏକଦା ବାଳଗଙ୍ଗାଧର ତିଳକ ଗୋଟିଏ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ତ ଆମ ଦେଶରେ ଗୋରା ସରକାରଙ୍କ ଶାସନ ଚାଲିଥାଏ । ସୁତରାଂ ଏ ସଭାକୁ ଇଂରେଜମାନେ ଭଣ୍ଡୁର କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଭଡାଟିଆ ଗୁଣ୍ଡା ଲଗାଇ ସେ ସଭା ଉପରକୁ ଟେକା, ପଥର ଆଦି ଫିଙ୍ଗିଲେ । ହେଲେ ତିଳକ ପୂର୍ବଭଳି ନିର୍ବିକାର ଭାବରେ ଠିଆହୋଇ ରହିଥାନ୍ତି । କିଛି ସମୟ ଗଣ୍ଡଗୋଳ କଲା ପରେ ସେମାନେ ତଥା ଗଣ୍ଡଗୋଳକାରୀମାନେ...
(ଟ୍ରୋୟ ରାଜାଙ୍କ ପୁତ୍ର ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଆସିଲେ, ଗ୍ରୀକମାନେ ସେମାନଙ୍କର ନିଜ ଜାହାଜରେ ସୈନ୍ୟ ଓ ବୀରମାନଙ୍କୁ ଧରି ଆସି ଟ୍ରୋୟ ନଗରୀରେ ପହଁଚିଲେ ଓ ଟ୍ରୋୟ ନଗରୀକୁ ଘେରାଉ କଲେ; ପାଖ ପଡୋଶୀ ରାଜ୍ୟମାନଙ୍କୁ ଅଧିକାର କରି, ସେମାନେ ସେଠାରୁ ଲୁଣ୍ଠନ କରିଚାଲିଲେ । ନଅବର୍ଷ ଧରି ସେମାନେ ଘେରି ରହିଲେ । ବଡ ଯୁଦ୍ଧ ପ୍ରାୟ ହେଉ ନଥିଲା । କିନ୍ତୁ ଏମାନଙ୍କ ପକ୍ଷରୁ ଓ ସେମାନଙ୍କ ପକ୍ଷରୁ ବହୁ ଛୋଟ ଛୋଟ ଯୁଦ୍ଧ ହେଉଥାଏ...
ଥରେ ଜଣେ ସ୍ତ୍ରୀଲୋକ ଗୋଟିଏ ପିଲାଟିଏ ପାଇବା ପାଇଁ ଇଚ୍ଛା କଲା । ଏହା ଭାବି ସେ ଯାଇ ଜଣେ ଗୁଣି ସ୍ତ୍ରୀଲୋକ ପାଖରେ ପହଁଚି ତା ମନକଥା କହିଲା । ଏପରି କଥା ଶୁଣି ସେ ଗୁଣି ସ୍ତ୍ରୀଲୋକଟି ତାକୁ ଗୋଟିଏ ଫୁଲ ଗଛ ଦେଇ କହିଲା ‘ତୁ ଏ ଫୁଲ ଚାରାଟି ନେଇ ଗୋଟିଏ କୁଣ୍ଡରେ ଲଗାଇ ଦେବୁ ଓ କିଛିଦିନ ପରେ ତୋର ମନ କାମନା ନିଶ୍ଚୟ ପୂରଣ ହୋଇବ ।’ ତା’ପରେ ସ୍ତ୍ରୀଲୋକଟି ସେ ଫୁଲ ଚାରାଟିକୁ ନେଇ ଗୋଟିଏ କୁଣ୍ଡିଆରେ ଲଗାଇ ଦେଲା । କିଛି...
ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ । ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ...
ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି । ସମୟକ୍ରମେ ସେ ଲୋକଟିର ଗାଈ ସଂଖ୍ୟା...
ସିଂହ ଶକ୍ତିଶାଳୀ ଥିଲା, ସେହି ପରି ଚିତା ମଧ୍ୟ ଶକ୍ତିଶାଳୀ ଥିଲା । ସିଂହ ଚିତାକୁ ଡରୁ ନଥିଲା କି ଚିତା ମଧ୍ୟ ସିଂହକୁ ଡରୁ ନଥିଲା । ଦୁହେଁ ନିଜ ନିଜ ଶକ୍ତିରେ ବଳବାନ୍ ଥିଲେ । ଏକଦା ସେମାନେ ଦୁଇଜଣ ଏକା ସାଙ୍ଗରେ ଶିକାର ପାଇଁ ବାହାରିଲେ । ଶିକାର ଖୋଜି ଖୋଜି ସେମାନଙ୍କ ନଜର ଗୋଟିଏ ହରିଣ ଉପରେ ପଡି ଗଲା । ତେଣୁ ଦୁଇ ଜଣ ଯାକ ତାକୁ ଚାରି ପଟୁ ଘେରି ଗଲେ । ଦୁର୍ବଳ ହରିଣ ଏହି ଭଳି ପରିସ୍ଥିତିରେ ପଡି ବହୁତ ଡରିଗଲା ।...
ଯକ୍ଷସ୍ଥଳ ନାମକ ରାଜ୍ୟରେ ନନ୍ଦୁ ନାମରେ ଜଣେ ଚାଷୀ ଥାଏ । ଦିନେ ସକାଳୁ ସେ ଗାଈମାନଙ୍କୁ ଖାଇବାକୁ ଦେଇ ନିଜ କ୍ଷେତଆଡକୁ ଯାଉଥିଲା; ବାଟରେ ଛୋଟ ଛୋଟ ବଣବୁଦା ପାଖରେ ଯିବାବେଳେ ସେ ଘୁଙ୍ଗୁଡି ଶବ୍ଦ ଶୁଣିବାକୁ ପାଇଲା । ସେ କୌତୁହଳୀ ହୋଇ ବଣବୁଦା ଭିତରେ ଖୋଜି ଖୋଜି ଶେଷକୁ ଏକ ବିରାଟ ଛତୁଟିଏ ଫୁଟିଥିବାର ଓ ସେହି ଛତୁକୁ ଆଉଜି ଯକ୍ଷଟିଏ ମହା ଆରାମରେ ଶୋଇଥିବାର ଦେଖିଲା । ଦେଖିବାକୁ ସେ ଠିକ୍ ମଣିଷ ପରି, ମାତ୍ର ଚାଖଣ୍ଡେ ତା’ର...
ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ । ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ କହିଲେ, “ପୁନର୍ବାର ଯେପରି ମିଛସତ ନ ଲେଖିବ–ଲେଖିଲେ ତୁମକୁ...
ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ । ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା । ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ...
ବରୁଣ ପାହାଡ ନିକଟରେ ‘ମନ୍ଦଭିଷ୍ୟ’ ନାମକ ଏକ ନାଗସାପ ବସବାସ କରୁଥିଲା । ଦିନେ ସେ ଚିନ୍ତାକଲା, ମୁଁ ବୁଢା ହୋଇଯିବାରୁ ଆଉ ଶିକାର କରିପାରୁନାହିଁ । ତେଣୁ କିପରି ମୁଁ ଅଧିକ ପରିଶ୍ରମ ବିନା ଖାଦ୍ୟ ସଂଗ୍ରହ କରିପାରିବି ସେ କଥା ଚିନ୍ତା କଲା । ବହୁତ ସମୟ ଚିନ୍ତା କରିବାପରେ ତା’ର ମନକୁ ଏକ ଉପାୟ ଆସିଲା । ତହିଁ ଆରଦିନ ସକାଳୁ ନିକଟରେ ଥିବା ଏକ ପୋଖରୀ କୂଳରେ ଯାଇ ମନ ଦୁଃଖରେ ବସିଲା । କିଛି ସମୟପରେ ଗୋଟିଏ ବେଙ୍ଗ...
ରାଜା ଶୁଭଙ୍କର ବଣ ଭିତରକୁ ଶିକାର ପାଇଁ ଯାଇଥାନ୍ତି । ଦୁଇପହର ହୋଇଗଲା । ପରିଚାରକମାନେ ବଣ ଭିତରେ ରାଜାଙ୍କ ପାଇଁ ତମ୍ବୁ ପକାଇଲେ । ରାଜା ଝରଣାରେ ସ୍ନାନ କରି ଗଛତଳେ ବସି ମନ୍ତ୍ରୀଙ୍କ ସହ ଗପସପ ହେଉଥାନ୍ତି । ପରିଚାରକମାନେ ଖାଦ୍ୟଦ୍ରବ୍ୟ ପରିବେଷଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି । ରାଜା ମନ୍ତ୍ରୀଙ୍କ ସହ ଗପସପ ହେଉଛନ୍ତି, ହଠାତ୍ ଜଣେ ଲୋକ ଆସି ତାଙ୍କୁ ଅଭିବାଦନ କରି କହିଲା, “ମହାଭାଗ! ମୁଁ ପଡୋଶୀ...
ଥରେ ଜଣେ ବ୍ୟକ୍ତି ତା’ର ଘୋଡାଗାଡିଟି ନେଇ ସକାଳୁ ସକାଳୁ କୌଣସି କାର୍ଯ୍ୟରେ ବାହାରିଥାନ୍ତି । ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ରାସ୍ତା ଘାଟ ପାଣି କାଦୁଅରେ ଭର୍ତ୍ତି ହୋଇଗଲା । ଘୋଡାଗାଡିଟି କିଛିବାଟ ଯାଇଛି କି ନାହିଁ, ତା’ର ଚକ କାଦୁଅରେ ଗଳିଗଲା । ଲୋକଟି ତା’ର ଚାବୁକ୍ ସାହାଯ୍ୟରେ ଘୋଡାକୁ ଯେତେ ପିଟିଲେ ବି କିଛି ଲାଭ ହେଲାନାହିଁ । ଘୋଡା ଟାଣି ଟାଣି ହାଲିଆ ହୋଇଗଲେ ପଛେ, ଚକ କାଦୁଅରୁ ବାହାରିଲା ନାହିଁ...
ପୂର୍ବ କାଳରେ ଆମ ଉତ୍ତର ଇଣ୍ଡିଆର ବଣିକମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ମସଲା, ନେଇ ସମୁଦ୍ର ପଥରେ ବିଦେଶକୁ ବେପାର କରିବାକୁ ଯାଉଥିଲେ । ସେଠାରେ ଆମ ଦେଶ ଜିନିଷ ବିକ୍ରି କରି ସେ ଦେଶରେ ମିଳୁଥିବା ସୌଖୀନ ଜିନିଷ ସବୁ ଆଣି ଆମ ଦେଶର ଲୋକଙ୍କୁ ବିକ୍ରି କରୁଥିଲେ । ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକମାନଙ୍କୁ ବଣିକ ବୋଲି କୁହାଯାଉଥିଲା । ଅହମଦାବାଦ ସହର ହେଉଛି ଗୋଟିଏ ପୁରାତନ ସହର । ଏହି ସହରରେ ପୂର୍ବରୁ ବହୁ ବଣିକ...
ଥଜୟନଗରର ସାମନ୍ତ ରଜା ଶଙ୍କର ବର୍ମା କନକଦୁର୍ଗାଙ୍କ ସୁବର୍ଣ୍ଣ ବିଗ୍ରହ ହସ୍ତାନ୍ତର କରିବାକୁ ରାଜି ନହେବାରୁ ବୀରସିଂହର ସେନାପତି ଜବର୍ସେନ୍ ତାକୁ ଯୋର୍ କରି ନେଇଗଲା । ନୌକାରେ ପ୍ରତିମାକୁଧରି ବସିଥାନ୍ତି କେତେଜଣ ସୈନିକ । ଦୁଇ କୂଳରେ ସୈନ୍ୟମାନେ ଯାଉଥାନ୍ତି । ହଠାତ୍ ଗୋଟିଏ ବରଗଛରୁ ଦଉଡି ଯୋଗେ ଝୁଲି ଆସି କେହି ଜଣେ ଦୁଃସାହସିକ ରୀତିରେ ପ୍ରତିମାଟି ଟେକିନେଇ ଅନ୍ୟକୂଳରେ ପହଁଚି ଘୋଡା ଯୋଗେ ଚମ୍ପଟ ଦେଲା । ...
ଗାଁ ସେଶ ମୁଣ୍ଡରେ ଗୋଟିଏ ବୃଦ୍ଧା ରହୁଥାଏ। ତା’ର ଆଗକୁ କି ପଛକୁ କେହି ନଥାନ୍ତି । ଏକା ଏକା କୁଡିଆ ଘରଟିରେ ବୁଢୀ କ’ଣ ଖାଏ, କିପରି ରହେ କେହି ଜାଣନ୍ତି ନାହିଁ । କାରଣ ବୁଢୀଟି ଅତ୍ୟନ୍ତ କଳିହୁଡି । ସେ ଶେଯରୁ ଉଠିଲାଠୁ ଶୋଇବା ଯାଏଁ କାହା ସାଥୀରେ ନା କାହା ସାଥୀରେ କଳି କରିବ ହିଁ କରିବ । କଂଟାବାଡକୁ ଲୁଗାଛାଟି କଳିକଲା ଭଳି ତା’ର କାମ । ଦିନେ କଳି ନ କଲେ ସତେଯେମିତି ତା’ର ଭାତ ହଜମ ହୁଏନି । ଗୋଟିଏ ଭଲ କଥାକୁ...
“ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭଳି ଆମେରିକାରେ ମଧ୍ୟ ବିଚାର କରି...
ଘନ ବୃକ୍ଷରେ ପରିପୂର୍ଣ୍ଣ ଅରଣ୍ୟଟିଏ । ସେହି ଅରଣ୍ୟରେ ନାନାପ୍ରକାର ପଶୁପକ୍ଷୀଙ୍କର ଚଳପ୍ରଚଳ ଥାଏ । ଦିନେ ଶିକାରୀ ଗୋଟିଏ ଆସି ପକ୍ଷୀ ଧରିବା ଉଦ୍ଧେଶ୍ୟରେ ଭୂମି ଉପରେ କିଛି ଖୁଦ କଣିକା ବୁଣି ଜାଲ ବସାଇ ଦେଇ ଚାଲିଗଲା । ଏହି ସମୟରେ ଆକାଶରେ ଚିତ୍ରଗ୍ରୀବ ନାମକ ପକ୍ଷୀରାଜା ତା’ର ସାଙ୍ଗମାନଙ୍କୁ ଧରି ଆକାଶରେ ଉଡ଼ିଉଡ଼ି ଯାଉଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ କପୋତର ଦୃଷ୍ଟି ଭୂମି ଉପରେ ପଡ଼ିଯାଆନ୍ତେ ସେ କହିଲା ଆରେ ଭାଇମାନେ...
କିଶୋର ରାମପୁର ଗାଁରେ ରହୁଥାଏ । ସେ କିଛି ପାଠଶାଠ ପଢି ଭାବିଲା କି କୌଣସି କାମଦାମ କରିବା ତା’ ପାଇଁ ବଡ ଅସୁନ୍ଦର ହେବ । ତେଣୁ ଘରେ ବସି, ଖାଇ ପିଇ ଶୋଇ ସେ ସମୟତକ କଟାଇବାକୁ ଲାଗିଲା । ବାପା ତାକୁ ଦୁଇ ଚାରିଥର କାମରେ ମନଦେବାକୁ କହିଲେ । ସେ ଖାଲି କହୁଥାଏ, “ହଁ ହଁ, ଦେଖିବା । ସମୟ କ’ଣ କୁଆଡେ ପଳାଇ ଯାଉଛି?” କିନ୍ତୁ ସମୟ ସତରେ ପଳାଇଯାଏ । ହଠାତ୍ ଦିନେ ତା’ ବାପା ବେମାର ପଡିଲେ ଓ ତାଙ୍କର ପରଲୋକ...
ସୁଲତାନ୍, ନିଜର ପରମ ଦୋସ୍ତ ହୁସେନଙ୍କ ସହିତ ଥରେ ଏକ ଅରଣ୍ୟ ମାର୍ଗରେ ଯାତ୍ରା କରୁଥିଲେ । ନିଜେ ସୁଲତାନ୍ ହେଲେ ମଧ୍ୟ ତାଙ୍କର ହୁସେନଙ୍କ ପରି ଜଣେ ସାଧାରଣ ବ୍ୟକ୍ତି ସହିତ ପ୍ରଗାଢ ମିତ୍ରତା ରହିଥିଲା । କାରଣ ହୁସେନଙ୍କର ବୁଦ୍ଧିମତାକୁ ସୁଲତାନ୍ ଖୁବ୍ ଗୁରୁତ୍ୱ ଦେଉଥିଲେ । ସେଦିନ ସେମାନଙ୍କ ଠାରୁ ଅଳ୍ପ ଆଗରେ ଅନ୍ୟ ଏକ ଲୋକ ମଧ୍ୟ ସେହି ମାର୍ଗରେ ଯାଉଥାଏ । ସୁଲତାନ୍ ନିଜ ଦୋସ୍ତକୁ ପଚାରିଲେ, “ହୁସେନ୍...
ଗୋବିନ୍ଦ ଘରୁ ବାହାରି ପିଣ୍ଡାରେ ପାଦ ଦେଇଛି, କିଏ ଜଣେ ଜୋର୍ରେ ଛିଙ୍କିଲା । ସେ ମନେ ମନେ ସେହି ଛିଙ୍କିଥିବା ଲୋକକୁ ଅନେକ ଗାଳି ଦେଇ ଘରକୁ ଫେରିବା ବେଳେ ଦେଖିଲା ପଡୋଶୀ ଈଶ୍ୱର ଶାସ୍ତ୍ରୀଜୀ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା; କାରଣ ଛୋଟ କାମଟିଏ ହେଲେ ମଧ୍ୟ ଶାସ୍ତ୍ରୀଜୀ ଶୁଭ ମୁହୂର୍ତ୍ତ ଦେଖି ବାହାରନ୍ତି । ତେଣୁ ସେ ଭାବିଲା, “ଶାସ୍ତ୍ରିଜୀ ଯଦି ଛିଙ୍କର ଅଶୁଭ ସୂଚନାକୁ ଖାତିର୍ ନ କରି...
ବଦ୍ରିପୁର ଗାଁର ଲକ୍ଷ୍ମଣ ପ୍ରଧାନ ଜଣେ ଥିଲାବାଲା ଲୋକ ଥିଲେ । ସେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଥିବାର ଜାଣି ଦୁଇ ପୁଅ ରମେଶ ଓ ହରିହରକୁ ପାଖକୁ ଡାକି କହିଲେ, “ମୋ ଅନ୍ତେ ତମେ ଦୁହେଁ ମୋ ସମ୍ପତ୍ତିକୁ ଠିକ୍ ସମାନ ଭାବରେ ବାଣ୍ଟିନେବ!” ଦୁଇଭାଇ ଆପତ୍ତି କରି କହିଲେ “ବାପା, ଆପଣ ସେଭଳି କଥା କାହିଁକି କହୁଛନ୍ତି? ଆପଣ ତ ଅଛନ୍ତି । ଭାଗବଣ୍ଟା ପ୍ରଶ୍ନ ଉଠୁଛି କାହିଁକି?” ଲକ୍ଷ୍ମଣ...
ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ...


