ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ ହେବା କ୍ଷଣି ସେ ମରୁଭୂମି ଛାଡି ଚାଲିଯିବ । ସକାଳ ହେଲା ।...
ଆମ ଗାଁରେ ଜଣେ ଜ୍ୟୋତିଷ ଥିଲେ । ତାଙ୍କ ନାମ ରଘୁଦାଶ । ତାଙ୍କ ସ୍ତ୍ରୀ ମାଧୁରୀ ଗୋଟାଏ ଦିଗରେ ଖର୍ଚ୍ଚ କରିବେ ନାହିଁ, ଅନ୍ୟ ଦିଗରେ ପୁଣି ପୁଣ୍ୟ ଅର୍ଜନ କରିବାକୁ ତାଙ୍କର ଭାରି ମନ । ଦିନେ ଗୋଟିଏ ଗରୀବ ସ୍ତ୍ରୀଲୋକ ଝାଡୁ ବିକି ବିକି ଯାଉଥାଏ । ମାଧୁରୀ ତାକୁ ଡାକି ତା’ ଆଗରେ ଗୋଟିଏ ପୁରୁଣା ସାଢୀ ଥୋଇ ପଚାରିଲେ, “ଏ ଖଣ୍ଡିକ ବଦଳରେ କେତୋଟି ଝାଡୁ ଦେବୁ?” ସ୍ତ୍ରୀଲୋକଟି ସାଢୀ ଖଣ୍ଡିକ ଖୋଲି ଦେଖିଲା ଓ କହିଲା, “ଇଏତ ମା...
ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି । ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ । ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ ମଧ୍ୟେ ସେ ସହରକୁ ଆସୁଥାନ୍ତି । ମୁସ୍ତାଫା ବୁଦ୍ଧିମାନ ଓ...
ହନୁମାନ ହିମାଳୟରୁ ଅଯୋଧ୍ୟା ଯିବା ବାଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଓହ୍ଲାଇ ବାଲ୍ମୀକିଙ୍କୁ ପଚାରିଲେ, “ମହାମୁନି, ଶ୍ରୀରାମଙ୍କର ଏପରି କାହିଁକି ହେଲା ।” ବାଲ୍ମୀକି ଅଳ୍ପ ହସି କହିଲେ, “ହନୁମାନ, ଠିକ୍ ଭାବରେ ରାଜ୍ୟ ପାଳନ କରିବା ବଡ କଠିନ କଥା । ତୁମେ ରାମଚନ୍ଦ୍ରଙ୍କର ଶମ୍ଭୁକ ପ୍ରତି ବ୍ୟବହାର କଥା ବୋଧହୁଏ ଶୁଣିନାହଁ ଜଣେ ଅବତାର ହେଲେ ମଧ୍ୟ ବିଧିର ବିଧାନକୁ ସେ କେବେବି ଅତିକ୍ରମ କରି ପାରିବ...
ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ । ଦିନେ ବିରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ତିଳେମାତ୍ର ଦ୍ୱିଧା ନକରି ରାଜା ବିକ୍ରମାର୍କ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ...
କେଶବ ରାମଗିରିର ଜମିଦାରଙ୍କ ପାଖରେ ପହଁଚି ଚାକିରୀ କରିବା ପାଇଁ ଆବେଦନ କଲା । ଜମିଦାର ତାକୁ ପଚାରିଲେ, “କୁହ, ତମେ କେତେ ଦରମା ଆଶା କରୁଛ?” କେଶବ କହିଲା, “ଆଜ୍ଞା, ଆପଣ ଯାହା ସ୍ଥିର କରିବେ!” ଜମିଦାର କହିଲେ “ନା, ନା, ସେମିତି କହିଲେ ହେବ ନାହିଁ ।” କେଶବ ଟିକିଏ ଚିନ୍ତା କରି କହିଲା, “ଆଜ୍ଞା, ଦୁଇଶହ ଟଙ୍କା ମିଳିଲେ ଚଳିବ ।” ଜମିଦାର କହିଲେ...
ଭାରତ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ ବିବାହ କରିବ । ରାଜ କୁମାରୀ ଛଇଳାଙ୍କର ଏହି ଘୋଷଣା ସବୁ ରାଜ୍ୟରେ...
ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ୍ । ବଡ ହୋଇ ସେ ବାହାଦୁରକୁ ବିବାହ କଲା । ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ । ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବରାବର ତା’ ସ୍ୱାମୀକୁ ନୂଆ ଅଳଙ୍କାର ପିନ୍ଧିବା ପାଇଁ କହେ । ବାହାଦୁର ଅଳ୍ପ ହସି ଚୁପ୍ ରହେ । କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଯିଦି କରିବାରୁ; ସେ କହିଲା, “ତୁମର ତ ଯଥେଷ୍ଟ ଅଳଙ୍କାର ଅଛି । ମୁଁ କ’ଣ ଧନୀ ଜମିଦାର ଯେ...
ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ...
ଶ୍ରୀପୁର ଗ୍ରାମରେ ନାରାୟଣ ନାମକ ଜଣେ ଧନୀ ଥିଲେ । ଶ୍ରୀଧର ଥିଲେ ତାଙ୍କର ପିଲାବେଳର ସାଙ୍ଗ, ସେ ବାଜପୁର ନାମକ ପାଖ ଗ୍ରାମରେ ରହୁଥିଲେ । ଦିନେ ଶ୍ରୀଧର, ନାରାୟଣଙ୍କୁ ଦେଖା କରିବାକୁ ଶ୍ରୀପୁର ଗଲେ । ବହୁତ ଦିନ ପରେ ଶ୍ରୀପୁର ଆସିଥାଆନ୍ତି, ତାଙ୍କର କିଛି କାମ ମଧ୍ୟ ଥାଏ, ପୁଣି ଏତେଦିନ ପରେ ବନ୍ଧୁ ସହିତ ଦେଖା । ଶ୍ରୀଧର ସେଠାରେ ପହଁଚିବାରୁ ନାରାୟଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।...
(ଅଶୋକ ତାଙ୍କ ପିତାଶ୍ରୀ ବିନ୍ଦୁସାରଙ୍କ ଆଦେଶ ପାଳନ କରି ଅବନ୍ତୀର ରାଜଧାନୀ ଉଜ୍ଜୟିନୀ ଅଭିମୁଖେ ଯାତ୍ରା କଲେ । ସେହି ଦିନ ସାୟଂ କାଳରେ ସେ ପଥ ମଧ୍ୟରେ ବିଦିଶା ଘାଟୀରେ ବିଶ୍ରାମ ନେବାର ନିଷ୍ପତି ନେଲେ । ପର ଦିନ ପ୍ରାତଃ କାଳରେ ପ୍ରକୃତିର ଅପରୂପ ଶୋଭା ସଂଦର୍ଶନ ଲାଳସାରେ ଅଗ୍ରସର ହେଉଥିବା ଅଶୋକ ଏକ ଗଭୀର ଗର୍ତ୍ତ ମଧ୍ୟରେ ନିପତିତ ହେବାର ଠିକ୍ ପୂର୍ବ ମୁହୂର୍ତ୍ତରେ ତାଙ୍କୁ ଶାକ୍ୟନାୟକ- ପୁତ୍ରୀ ବିଦିଶା ରକ୍ଷା କଲେ ।...
ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର ହେଉଥାଆନ୍ତି । ଏହି କାରଣରୁ କୌଣସି ରାଜା ବୈରୀଗଞ୍ଜନଙ୍କ...
ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି । ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା...
ଦୁନିଆରେ କେତେ କିସମର ହିସାବୀ ଲୋକ ଥାନ୍ତି । ସେଥିଭିତରୁ ଜଣେ ହେଲେ ରଙ୍ଗପୁର ବଜାରର ଥିଲାବାଲା ବେପାରୀ ସୁନ୍ଦର ସେଠ । ଆଜିକାଲି ଯେମିତି ବ୍ୟାଙ୍କରେ ଟଙ୍କା ରଖା ହୁଏ ସେତେବେଳେ ବି ଠିକ୍ ସେମିତି ରାଜାଙ୍କ ଖଜଣାଖାନାରେ ଲୋକେ ଟଙ୍କା ରଖି ପାରୁଥିଲେ । ତେବେ ବ୍ୟାଙ୍କରେ ସୁଧ ମିଳେ, ମାତ୍ର ଖଜଣାଖାନାରେ ଖାଲି ଅର୍ଥ ସୁରକ୍ଷିତ ରହୁଥିଲା । ତେବେ ଅଧିକାଂଶ ବେପାରୀ ଲୋକଙ୍କୁ ଋଣ ଦେଇ...
ବ୍ରହ୍ମାଙ୍କ ପୁତ୍ର ଭୃଗୁ ଥିଲେ ଜଣେ ମହତ୍ ଋଷି । ଥରେ ଅନ୍ୟ ଋଷିମାନେ ତାଙ୍କୁ ପଚାରିଲେ, “ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର, ଏମାନଙ୍କ ଭିତରୁ କାହାକୁ ମୋଟେ ରଗାଇବା ସମ୍ଭବପୁର ନୁହେଁ?” ତା’ପରେ ଭୃଗୁ ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ବାହାରିଲେ । ପ୍ରଥମେ ଭୃଗୁ ଯାଇ ବ୍ରହ୍ମା ଓ ଶିବଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କଲେ । ସୁତରାଂ ସେ ଦୁଇ ମହାନ୍ ଦେବ ବିରକ୍ତିର ଲକ୍ଷଣ ପ୍ରକାଶ କଲେ । ତା’ପରେ ଭୃଗୁ...
ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର...
ଗୋଟିଏ ଜଙ୍ଗଲରେ ଯୋଡିଏ ପକ୍ଷୀ ରହୁଥିଲେ । ସେମାନଙ୍କର ଚମତ୍କାର ଗୁଣରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ପକ୍ଷୀ ଦ୍ୱୟ ମଣିଷ ଭଳି କଥାବାର୍ତା ହେଉଥିଲେ । ଯାହା କହୁଥିଲେ ଆଶ୍ଚର୍ଯ୍ୟଜନକ ଭାବରେ ତାହା ଫଳି ଯାଉଥିଲା । ଥରେ ଜଣେ ବାଣୁଆର ଏଇ ପକ୍ଷୀ ଦୁଇଟି ଉପରେ ନଜର ପଡିଗଲା । ସେ ମନେ ମନେ ଭାବିଲା ଏଭଳି ପକ୍ଷୀରୁ ଗୋଟିକୁ ଧରି ନେଲେ ମୋର ବହୁତ ଉପକାର ହେବ । ଏହା ଭାବି ସେ ଦିନେ କୌଶଳରେ ଗୋଟିଏ ପକ୍ଷୀକୁ ଧରି...
ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ ସମୟରେ ସେ ସଂଚିତ ଧନର...
ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ ଚାହିଁବାରୁ ସେ ଦେଖିଲା ଜଣେ କିଏ ଠିଆ ହୋଇଛି । ସେ ଡରିଯାଇ ତାକୁ...
ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି...
ହରିପୁର ନାମକ ଏକ ଗ୍ରାମରେ ଶିବଶଙ୍କର ଜନ୍ମ ଗ୍ରହଣ କରିଥିଲା । ତା’ର ପଢାପଢି ଶେଷ ହେବା ପରେ ସେ ସହରରେ ଏକ ସରକାରୀ ଚାକିରୀ ପାଇ ସେହିଠାରେ ହିଁ ରହିଲା । ଅନୁରାଧା ସହିତ ତା’ର ବିବାହ ହେଲା; ତାଙ୍କ ଘର ପଡୋଶୀ ଗ୍ରାମରେ ଥିଲା । ସହରରେ ଘରଭଡା ନେଇ ସେମାନେ ରହିଲେ । ନୂଆଘର ବାନ୍ଧିବାକୁ ପଡିବ ବୋଲି ଅନୁରାଧା ଗ୍ରାମରୁ ସବୁ ପ୍ରକାର ଜିନିଷ ସାଙ୍ଗରେ ଆଣିଥାଏ । ଶିବ ତାକୁ କହିଲା, “ରାତିରେ ରାନ୍ଧିବାକୁ ପଡିବ ନାହିଁ...
ଜଗଦୀଶ ପାଖ ଗ୍ରାମରେ ଥିବା ତା’ର ବନ୍ଧୁ ରମେଶକୁ ଦେଖା କରିବାକୁ ଯାଉଥିଲା । ବାଟରେ ହାଟ ପଡିଲା । ସେ ସେଠାରୁ ଦୁଇଟି ଚିତ୍ର କିଣିଲା, ଗୋଟିଏ ବିଷ୍ଣୁଙ୍କର ଓ ଅନ୍ୟଟି ଶିବଙ୍କର । ସେଠାରେ ପହଁଚି ଜଗଦୀଶ କହିଲା, “ଆରେ ରମେଶ, ତୁମକୁ ଉପହାର ଦେବାକୁ ମୁଁ କ’ଣ ଆଣିଛି ଦେଖ ତ ।” ଏତିକି କହି ସେ ଦୁଇଟି ଚିତ୍ର ତାକୁ ଦେଲା । ରମେଶ ଖୁସି ହୋଇ ସେ ଚିତ୍ର ଦୁଇଟିକୁ ଧରିଲା । ତା’ପରେ ତା’ର...
ରାଜା ତ୍ରିଗୁଣସେନ ବିଜୟପୁର ରାଜ୍ୟରେ ରାଜୁତି କରୁଥାନ୍ତି । ତାଙ୍କ ପିତା ଓ ପିତାମହ ଖୁବ୍ ଦାନୀ ଓ ସୁଶାସକ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କ ସୁନାମ ଯୋଗୁଁ ରାଜା ତ୍ରିଗୁଣସେନଙ୍କୁ ବି ଆଖପାଖ ରାଜ୍ୟର ରାଜାମାନେ ବହୁତ ସମ୍ମାନ କରୁଥିଲେ । ନିଜ ରାଜ୍ୟରେ ବି କବି ଓ ଗାୟକମାନେ ଆସି ବାରମ୍ବାର ରାଜାଙ୍କ ପ୍ରଶସ୍ତିଗାନ କରି ଯାଉଥିଲେ । ରାଜା ସେଥିରେ ବହୁତ ଖୁସି । ସେ ଦରବାରର ଦଳେ...
ଚିତ୍ରପୁର ଗ୍ରାମରେ ଶ୍ୟାମା ନାମ୍ନୀ ଜଣେ ମହିଳା ରହୁଥିଲା, କଜିଆ କରିବାରେ ସେ ସିଦ୍ଧ; ତା’ରି ପାଖ ଘରେ ତା’ ନଣନ୍ଦ ସୁନୀତା ବି ରହୁଥିଲା । ଛୋଟ ଛୋଟ କଥାରେ ସଦା ସର୍ବଦା ଝଗଡା ଲାଗି ରହିଥାଏ । ଦିନେ ସୁନୀତାର ବିଲେଇ ଶ୍ୟାମା ଘରର ଦୁଧ ପିଇଦେଲା । ଶ୍ୟାମା ତ ସେଥିରେ ରାଗି ମୁସ୍ତେଜ । ଯାହା ଇଚ୍ଛା ଗାଳି ଦେଲା । ସୁନୀତା କହିଲା, “ମୋ ବିଲେଇ ଦୁଧର ଦୁଇଗୁଣ ଦୁଧ ମୁଁ କିଣି ଦେଉଛି; ଏବେ ତ କମ୍ସେକମ୍...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...
ବାର୍ଦ୍ଧକ୍ୟ ହେତୁରୁ ସନ୍ଥ ଖୋଜୁଥିଲେ ଶିଷ୍ୟଙ୍କ ଭିତରୁ ଅସଲ ଜଣେ ବାରାଙ୍ଗନା ଘରେ ପଶିଗଲେ ଗୁରୁ ଯାଉଯାଉ ବାଟେ ଶିଷ୍ୟଗହଣେ । ଏହାଦେଖି ଶିଷ୍ୟ ବାଇଶ ଭିତରୁ ଚାଲିଗଲେ ସର୍ବେ ଜଣକୁ ଛାଡି ଭାବୁଥିଲେ ମନେ ଗୁରୁବର ବୋଧେ ଯାଇଛନ୍ତି ତାଙ୍କ ପଥକୁ ହୁଡି । ଗୁରୁଙ୍କ ଅପେକ୍ଷା କରିଥିବା ଶିଷ୍ୟ ଅସଲ ଶିଷ୍ୟରେ ହୋଇଲା ଗଣା ଆଚରଣ ମନ୍ଦ ନ ଥିଲା ଗୁରୁଙ୍କ ଥିଲା ଏହା ଏକ ପରୀକ୍ଷା ସିନା । ଏହା ସନ୍ଥ ହଜରତ...
କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ । ତାଙ୍କ ଆଶୀର୍ବାଦରେ ସେ ମୂର୍ତ୍ତିରେ ଜୀବନ୍ୟାସ ହୋଇ...
ବସ୍ତରର ଅମୀର ଶେଖ ହସନ୍ ଜଣେ କୁଶଳୀ ଶାସକ ଥିଲେ । ଦିନେ ସହରର କଟୁଆଳ ଜଣେ ଯୁବକକୁ ଧରି ଆଣି ତାଙ୍କ ପାଖରେ ପହଁଚି କହିଲା, “ହଜୁର! ଏଇ ସଲୀମ ନାମକ ଯୁବକ ଜଣେ ବୁଦ୍ଧିମାନ ଚୋର । ଖୁବ୍ ଯୋର ବର୍ଷା ହେଉଥିବା ବେଳେ ସେ ଆମ ସହରର ଧନୀ ବ୍ୟକ୍ତି ଦାଉଦ୍ ଖାଁ ଘରେ ପଶି ଚୋରୀ କରୁଥିଲା । ଧରା ପଡିଛି ।” ଅମୀର ଯୁବକ ଆଡକୁ ଚାହିଁ ଦେଖିଲେ ଯେ ତା’ ଚେହେରାରେ ଚୋରର କୌଣସି ଲକ୍ଷଣ ନାହିଁ । ବରଂ ଖୁବ୍ ସୁସଂସ୍କୃତ...
ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ । ଦିନେ ସରପଂଚଙ୍କ ଗାଁକୁ ଅନ୍ୟ ଗାଁର କିଛି ବ୍ୟକ୍ତି...
“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା । ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।” ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ କରୁଥିଲେ । ଆଉ ସେଠାରେ ପାଠପଢାଉଥିବା ଶିକ୍ଷକଙ୍କୁ ‘ଅବଧାନ’...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି...
ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍ ବୁଝିପାରନ୍ତି । ତେଣୁ ସେମାନେ ପରସ୍ପର ପରସ୍ପରକୁ ଦେଖି ଅତ୍ୟନ୍ତ...