କୌଣସି ଏକ ଗ୍ରାମରେ ବଲ୍ଲଭ ନାମକ ଏକ କାଠୁରିଆଟିଏ ଥାଏ । ଦିନେ ଭୋର୍ରୁ ଉଠି ସେ କାଠ କାଟିବାକୁ ଯିବ ବୋଲି ବାହାରିଛି । ଠିକ୍ ସେହି ସମୟରେ ତା’ ସ୍ତ୍ରୀ ତାକୁ କହିଲା, “କାଲି ଆମ ଝିଅର ଜନ୍ମଦିନ, ଏହା ଜାଣିଛ ତ? ତେଣୁ ଆଜି ବେଶି କାଠ କାଟି ବଜାରରେ ବିକ୍ରିକଲେ ହାତକୁ କିଛି ଟଙ୍କା ଆସିବ । ଝିଅ ପାଇଁ ନୂଆ ପୋଷାକ ଅଣା ହେବ; ପୁଣି ପଡୋଶୀମାନଙ୍କୁ ବି ଆମେ ଖାଇବାକୁ ଡାକିବା । ତୁମ ଅପେକ୍ଷାରେ ମୁଁ ଥିବି ।” ସ୍ତ୍ରୀ କଥାରେ...
ପୁଷ୍କରବତୀ ରାଜ୍ୟରେ ରାଜୁତି କରୁଥିବା ରାଜା ପ୍ରମୋଦବର୍ମାଙ୍କର ଗୋଟିଏ ମାତ୍ର ପୁତ୍ର ଥାଏ । ପୁଣି ମନ୍ତ୍ରୀ ସୁନୀତିଚନ୍ଦ୍ରଙ୍କର ମଧ୍ୟ ଗୋଟିଏ ମାତ୍ର ପୁତ୍ର ଥାଏ । ରାଜପୁତ୍ର ଓ ମନ୍ତ୍ରୀ ପୁତ୍ର ଦୁହିଁଙ୍କର ବୟସ ଏକ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥାନ୍ତି । ଦେଖିଲେ ମନେ ହେଉଥିଲା ସେମାନେ ଯେପରି ଯାଆଁ ଳା ଭାଇ । ଯୁବରାଜଙ୍କର ବିବାହ ଆନନ୍ଦପୁରର ରାଜକୁମାରୀଙ୍କ ସହ ସ୍ଥିର ହୋଇଥିଲା । ସେ ବିବାହ ପାଇଁ ଆନନ୍ଦପୁର...
ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ – ଏତ ବିପରୀତ କଥା ଆଚମ୍ବିତ ଦେବ ସଭା ତ୍ୟାଗ କରି ଛାର...
ଶ୍ରୀପୁର ଗ୍ରାମରେ ଭୂଷଣ ନାମକ ଜଣେ ଚାଷୀ ରହୁଥାଏ । ତା’ସ୍ତ୍ରୀ ରେବତୀ ବଡ କଟୁ ସ୍ୱଭାବର ଥିଲା । ଭୂଷଣ ତା’ ସ୍ତ୍ରୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା । କିନ୍ତୁ ରେବତୀ ତା’ର ନରମ ସ୍ୱଭାବର ଲାଭ ଉଠାଇଲା ଓ ସଦା ସର୍ବଦା ହୁକୁମ ଦେଇ ଚାଲିଲା । ବିଚାରା ଭୂଷଣ କ’ଣ କରିବ? ଚୁପ୍ ରହିଥାଏ । ସେମାନଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ । ବଡ ଦୁଇଝିଅ ଓ ପୁଅ ମା’ କଥାରେ ଚାଲନ୍ତି । ସେମାନେ ପଦେବି କଥା...
ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ ଗୁହାଳ ଖାଲି । ଖ୍ୟାତନାମା ଚାଷୀ ଭାବରେ ଆଖ ପାଖ ସାତଖଣ୍ଡ...
ମହେନ୍ଦ୍ର ବର୍ମା ଜଣେ ବିଶିଷ୍ଟ ନାଟ୍ୟକାର ରୂପେ ବେଶ୍ ଖ୍ୟାତି ଲାଭ କରିଥାନ୍ତି । ତାଙ୍କର ଅସାମାନ୍ୟ ପ୍ରତିଭା ଯୋଗୁଁ ସେ ଦିନେ ରାଜସଭାରେ ଅଭିନନ୍ଦିତ ହେଲେ । ଯେଉଁ ନାଟକ ଯୋଗୁଁ ସେ ଏ ସମ୍ମାନ ପାଇଲେ, ସେ ନାଟକର ବିଷୟବସ୍ତୁ ଅତ୍ୟନ୍ତ ବିଷାଦମୟ; ଜଣେ ଭଲ ପିଲା କିପରି ତା’ ବିମାତାର ବିଷ ଦୃଷ୍ଟିରେ ପଡି ସବୁ କ୍ଷେତ୍ରରେ ଅପମାନ ଓ ପରାଭବ ପାଇଛି । କିନ୍ତୁ ମହେନ୍ଦ୍ରବର୍ମା ନିଜେ ଶିଶୁ କାଳରେ ନିଜ...
ସାମାନ୍ୟ କଥାରେ କ୍ରୋଧାନ୍ୱିତ ହୋଇ ହରାଏ ମଣିଷ ବିଚାରଶକ୍ତି ଜାଣିପାରେ ନାହିଁ ଭଲମନ୍ଦ ସିଏ କରି-ବସେ ସଦା କୁକର୍ମ ଅତି । ସେହିପରି ଜଣେ ବଦ୍ରାଗୀ ପିଲା ପାଇ ମାଆଙ୍କର ପ୍ରେରଣା ଦିନେ ସମାଜ ସେବକ ଭାବରେ ସେ ଖ୍ୟାତ ହୋଇଯାଇଥିଲେ ବିଶ୍ୱ ଭୁବନେ । ଅନେକ ଦିନ ତଳର କଥା । ବିଶ୍ୱବିଖ୍ୟାତ ସମାଜସେବକ ବାବା ଆମ୍ତେଙ୍କର ପିଲାଦିନର ଘଟଣା । ସେ ପିଲାଦିନେ ଅତିମାତ୍ରାରେ ବଦ୍ରାଗୀ ଥିଲେ । ଟିକିଏ...
ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ । ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ...
ଗୋବିନ୍ଦର ସଂସାର ଜଞ୍ଜାଳରେ ପୂର୍ଣ୍ଣ । ବାପାଙ୍କର ଦେହଖରାପ । ବଡ ଡାକ୍ତର ଆଣିବାକୁ ହେବ । ମା’ର ସର୍ବଦା ରେଶମୀ ଶାଢି ପିନ୍ଧିବାରେ ଇଚ୍ଛା । ଦୁଇ ଭଉଣୀଙ୍କର ବିବାହ ଦେବାକୁ ହେବ । ଘର ଭାଙ୍ଗିରୁଜି ଗଲାଣି । ଘରପାଇଁ କିଛି କିଛି କାମ ମଧ୍ୟ କରିବାକୁ ହେବ । ଏତେଗୁଡିଏ କାମ ଠିକ୍ ଭାବରେ କରିବାକୁ ହେଲେ ଅନେକ ଟଙ୍କା ତ ଦରକାର । ହେଲେ ତା’ପାଖରେ ତ ଆଦୌ ଧନ ନାହିଁ । ତା’ର ବିବେକ, ବିଚାର ଓ ବୁଦ୍ଧି ହୁଏତ...
ଚଂଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ । ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ । ଘରର ମାଲିକ ଗୁରୁନାଥଙ୍କର ସର୍ତ୍ତ ଥିଲା କି ଘରର ଭଡା...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା । ସେ ଘୋଡାରେ ଚଢି ତଥା ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ସାଲ୍ ସବୁ ବିକୁ ଥିଲା । ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଂଗେ ସଂଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁ ନଥିଲା । ଏକଦା ବେପାରୀ ଜଣକ ଘୋଡା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉ ଥିଲେ । ଗଧ...
“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ । ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ । ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ ନ ଥିଲା ତା’ ମୁହେଁ ଆଉ ପଦେ କଥା, ସତେ କି ପାଲଟି ଗଲା ସେ ମୂକ?” ...
ସେଦିନ ଆମେ ଯେତେବେଳେ ବସ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ ସାଢେ ପାଂଚଟା ହେବ । ଶୀତୁଆ ସଂନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ନାଲିଆ କିରଣ ଚାରି ଆଡେ ବିଛାଡି ହୋଇ ପଡି ଥାଏ । ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କଲି । ସତେ ଅବା ମଣିନାଗ ପାହାଡ ଉପରେ ସିନ୍ଦୁର ଟୋପାଏ କିଏ ଲଗାଇ ଦେଇଛି । ସେହି ସମୟରେ ପ୍ରକୃତିର ବିଚିତ୍ର ଶୋଭା ଦେଖି ମୁଁ ଆତ୍ମହରା ହୋଇ ପଡିଲି । ମାଆ...
ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ । ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...
ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ । ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ...
ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା । କିନ୍ତୁ ରାଜା କିଛି ବି ଶୁଣିଲେ ନାହିଁ । ସେ ଏପରି ଛୋଟିଆ...
ଆଦିବାସୀ ଗ୍ରାମରେ ସୁଦାମ ନାମକ ଚାଷୀଟିଏ ଥାଏ । ତା’ର ସ୍ତ୍ରୀ ମରିଯାଇଥାଏ । ଲାଟୁ ନାମରେ ତା’ର ପୁଅଟିଏ ଥାଏ । ସେ ପୁଅଟି ଏତେବି ବୁଦ୍ଧିଆ ନୁହେଁ । ପୁଅଟି ବଡ ହୋଇ ବାହା ହେଲା । ବୋହୁଟି କିନ୍ତୁ ଭାରି ବୁଦ୍ଧିଆ, ତା’ ନାମ ହେଲା ଶୀଲା । ଦିନେ ଲାଟୁ ବାଡିରେ ବସି କାଠ କାଟୁଛି, ତିନିଜଣ ଭୟଙ୍କର ମୋଟା ମୋଟା ଲୋକ ଆସି ତାକୁ କହିଲେ, “ଭାଇ, ତୁମକୁ ଆମ ରାଜା ଡକେଇ ପଠେଇଛନ୍ତି । ସେ ସାରା ସମୁଦ୍ରର ରାଜା...
ଆସନ୍ତା ରବିବାର ଦିନ ବନ ବିହାର । ତେଣୁ ଗୁରୁଜୀ ସବୁ ପିଲାମାନଙ୍କୁ ସୂଚନା ଦେଲେ । ପିଲାମାନେ କେତେବେଳେ ବିଦ୍ୟାଳୟରେ ପହଁଚିବେ । ସାଙ୍ଗରେ କ’ଣ କ’ଣ ସବୁ ଆଣିବେ । ବିଦ୍ୟାଳୟରୁ କେବେ ବନବିହାର ଗାଡି ବାହାରିବ ଏପରି କେତେ ସୂଚନା ଦେଲେ । ସବୁ ପିଲାମାନଙ୍କ ପରି ଗୌରବର ମନ ମଧ୍ୟ ଅତିଶୟ ଅଧୀର ହେଉଥାଏ । ଆଉ ଦୁଇଦିନ ପରେ ପତୁଡି ଜଳପ୍ରପାତ ଠାରେ ବନବିହାର ହେବ । ଭୋଜିଭାତ ସାଙ୍ଗକୁ ଖେଳାଖେଳି ପୁଣି ଗୁଡାଏ ଚୁଟ୍କୁଲା...
ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?
ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।
ଯଶଗ୍ରାମରେ ଯୁଗଳ ଯାଇ ପହଁଚିଲା । ସେତେବେଳେ ତା’ ସହିତ କୌଣସି ଜିନିଷପତ୍ର ମଧ୍ୟ ନଥିଲା । ଗ୍ରାମାଧିକାରୀଙ୍କ ସହ କଥା ହୋଇ ସେ କହିଲା, “ମୁଁ ଏକବସ୍ତ୍ର ହୋଇ ଚାଲି ଆସିଲି । କେହି ହେଲେ ମୋତେ ଆଶ୍ରୟ ଦେବ ଏହି ବିଶ୍ୱାସ ରଖି ମୁଁ ଏଠାକୁ ଆସିଛି ।” ତାଙ୍କ କଥା ଶୁଣି ଗ୍ରାମାଧିକାରୀ କହିଲେ, “ଏଇ ଦେଖ ଭୂଷଣଙ୍କର ଏହି ଘରଟି ଖାଲି । ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବ, ସେତେବେଳେହିଁ ଯୁଆଡେ...
ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର । ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ ସଦାସର୍ବଦା ପରର ଅନିଷ୍ଟ କରିବାରେ ଥାଆନ୍ତି । ପାପବୁଦ୍ଧିର...
କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ...
ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ମୃଦୁମୃଦୁ ବଜ୍ରଧ୍ୱନି ମଝିରେ ଶୁଭୁଥାଏ । ତତ୍ସହିତ ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଇତସ୍ତତଃ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ସେହି ଶବଟିକୁ କାନ୍ଧରେ...
ଜଣେ ରାଜା ଥିଲେ, ସେ ଖୁବ୍ ଉଦାର ଓ ଦୟାଳୁ । ସବୁ ପ୍ରଜାଏଁ କିପରି ସୁଖରେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା, ଅଭିଯୋଗ ରହିବ ନାହିଁ, ଏହାହିଁ ତାଙ୍କର ଚିନ୍ତା ଥିଲା । ଲୋକଙ୍କ ଅବସ୍ଥା ନିଜେ ଦେଖିବା ପାଇଁ ସେ ଥରେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲୁଥିଲେ । ଦିନେ ଛଦ୍ମବେଶରେ ବୁଲୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡିଲା । ଚଷାଟିଏ ତା ବିଲରେ ହଳ କରୁଥିଲା । କିନ୍ତୁ ବଳଦ ପରିବର୍ତ୍ତେ...
ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ...
ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।” ...
ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି...
ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ...
ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର ରାଜାଙ୍କୁ ସେମାନେ ବାଣିଜ୍ୟ ଶୁଳ୍କ ଦେଉଥିଲେ ।...
ବାଳୀ ଚକ୍ଷୁ ବନ୍ଦ କରି ପଡି ରହିଥିବାରୁ ସମସ୍ତେ ଭାବିଲେ ତାଙ୍କର ମୃତ୍ୟୁ ଘଟିଛି । ଟିକିଏ ପରେ ସେ ଚକ୍ଷୁ ଅର୍ଦ୍ଧ ନିମଳିତ କରି ଚାରିଦିଗକୁ ମଥାତୋଳି ଚାହିଁଲେ । ସେତେବେଳେ ତ ତାଙ୍କ ପାଖରେ ସୁଗ୍ରୀବ ଥିଲେ । ସେ ସୁଗ୍ରୀବଙ୍କୁ ଚାହିଁ କହିଲେ, “ମୁଁ ତୋତେ ରାଜ୍ୟରୁ ତଡି ଦେଇଥିଲି ଓ ତୋ ପତ୍ନୀକୁ ଛଡାଇ ନେଇଥିଲି; ହେଲେ ଏସବୁ ମୋର ଦୋଷ ନୁହେଁ ବରଂ ମୋ ଭାଗ୍ୟର ଦୋଷ । ସେହି ସମୟରେ ମୁଁ କ୍ରୋଧବଶରେ ମୁଁ ମୋର ବୁଦ୍ଧି ଓ...
ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ । ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି କିଆବୁଦା ଉପରେ ପାଦ ପକାଇ ଗଲାବେଳେ ଅନେକ ଠେକୁଆ ମୃତାହତ ହେଲେ...
ବରପାଟରା ଗାଁରେ ପିଲା କୁଟୁମ୍ବ ଧରି ରହି ଆସୁଥିଲା ବାସୁଆ । ତେଜରାତି ଦୋକାନରେ ଗୁମାସ୍ତାଗିରି କରି ସେ ତା ପାଂଚ ପ୍ରାଣୀ କୁଟୁମ୍ବ ପୋଷୁଥିଲା । ଗାଁର ମନମତାଣିଆ ପରିବେଶ ସାଙ୍ଗକୁ ନିଜର କର୍ମରେ ସେ ଖୁବ୍ ସନ୍ତୁଷ୍ଟ ରହୁଥିଲା । ସେ ତାର ତିନୋଟି ଝିଅକୁ ଗାଁ ସ୍କୁଲରେ ପଢାଉଥିଲା । ହେଲେ ତା; ମନରେ ପୁଅଟିଏ ପାଇବାର ପ୍ରବଳ ଇଚ୍ଛା ସଦାବେଳେ ଘାରୁଥିଲା । ନିଇତି ସକାଳୁ ସେ ବାସୁଆ ତା ସାଇ ମୁଣ୍ଡରୁ ବାହାରିଲା ବେଳକୁ ଗାଁ...


