ରାଜା କୃଷ୍ଣ ଚନ୍ଦ୍ର ଦିନେ ଗୋପାଳ ଭାଣ୍ଡକୁ କୌଣସି କାରଣ ନେଇ ବିରକ୍ତ ହୋଇ କହିଲେ “ମୁଁ ଆଉ ତୁମ୍ଭର ମୁହଁ ଚାହିଁବି ନାହିଁ ।” ଏକଥା ଶୁଣି ଗୋପାଳ କିଛି ମାତ୍ର ଚିନ୍ତିତ ନ ହୋଇ ତା’ପର ଦିନ ରାଜ ସଭାକୁ ଆସିବା ସମୟରେ ଦୂରରେ ମହାରାଜାଙ୍କୁ ଦେଖି କରି ମହାରାଜାଙ୍କ ଆଡକୁ ପଶ୍ଚାତ୍ କରି ଆସିବାକୁ ଆରମ୍ଭ କଲେ । ତା ଦେଖି ରାଜା କହିଲେ – କିହୋ ଗୋପାଳ ଏହା କ’ଣ? ଏହା ଶୁଣି ଗୋପାଳ କହିଲେ – ଆଜ୍ଞା...
ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା ନ୍ୟାୟ ଦିଅନ୍ତି ତାହା ଦୁଇପକ୍ଷ ଖୁସିରେ ମାନି ନିଅନ୍ତି ।...
ବିରବଲ ତାଙ୍କର ଚତୁରତା ପାଇଁ ଦିନକୁ ଦିନ ଲୋକପ୍ରିୟ ହୋଇପଡୁଥାଆନ୍ତି । ରାଜା ଆକବର ମଧ୍ୟ କୌଣସି ମୁହୁର୍ତ୍ତ ରେ ବିରବଲଙ୍କୁ ପାଖଛଡା କରୁନଥାନ୍ତି । ରାଜା ଯେ କୌଣସି କାର୍ଯ୍ୟ କରିବସିଲେ ପ୍ରଥମେ ବିରବଲଙ୍କୁ ପଚାରୁଥିଲେ । ତାଙ୍କୁ ନଜଣାଇ କୌଣସି କାର୍ଯ୍ୟ କରାଯାଉନଥିଲା । ଏହା ଦେଖି ଆକବରଙ୍କ ଦରବାରରେ ଥିବା ଅନ୍ୟ ମନ୍ତ୍ରୀମାନେ ଈର୍ଷାପରାୟଣ ହୋଇଉଠୁଥିଲେ । ଦିନେ ସେମାନେ ସମସ୍ତେ ଏକତ୍ରିତ ହୋଇ ମହାରାଜଙ୍କୁ କହିଲେ...
ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର ଦୁଇଜଣ ପୁତ୍ର ଥିଲେ । ସେମାନେ ହେଲେ ହରି ଓ ଗିରି । ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ ଦୁଇ ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଂଟି ଦେଇଥିଲେ । ତାଙ୍କର ଅକଳନ ସମ୍ପତ୍ତି, ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା । ହରି ପୈତୃକ ସମ୍ପତ୍ତି ପାଇ ମହା ଆଡମ୍ବରରେ ତାଙ୍କ ଜୀବନ ବିତାଉଥାଆନ୍ତି । ମନ ଇଚ୍ଛା ଅର୍ଥ ଖର୍ଚ୍ଚ କରି, ପ୍ରତି ଦିନ ଜାକଜମକରେ ଘରେ ଉତ୍ସବ...
ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ । ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ କାହାକୁ ବି ହେଲେ ଜଣା ପଡୁ ନଥାଏ । ଖାଇବାକୁ ନ ପାଇଲେ କ’ଣ କିଏ...
ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ । ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ...
ଦକ୍ଷିଣସମୁଦ୍ର ତଟରେ ସୌଭଦ୍ର ନାମକ ଗୋଟିଏ ତୀର୍ଥସ୍ଥାନ ଅଛି । ଅର୍ଜୁନ ସେଠାରେ ସ୍ନାନ କରିବାକୁ ଯାଉଛନ୍ତି ଠିକ୍ ସେହି ସମୟରେ ହଠାତ୍ ଜଣେ କେହି ବ୍ରାହ୍ମଣ ତାଙ୍କୁ ସେଥିରୁ ନିବୃତ କରି କହିଲେ, “ଏହି ଦକ୍ଷିଣ ଅଂଚଳରେ ବହୁ ତୀର୍ଥ ଅଛି । ଶହେ ବର୍ଷ ଧରି ଏହି ତୀର୍ଥରେ କେହି ହେଲେ ମଧ୍ୟ ସମୁଦ୍ରରେ ମଗରମାନଙ୍କର ଉତ୍ପାତ ଯୋଗୁଁ ପାଣି ଭିତରକୁ ଓହ୍ଲାଇ ପାରୁ ନାହାଁନ୍ତି । କାରଣ ତହିଁରେ ମଗରମାଛମାନେ ମାରିଦେବାର ଯଥେଷ୍ଟ ଭୟ...
ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ ମୂଷାଟିକୁ ଧରିବାପାଇଁ ଚେଷ୍ଟା କଲା । ସିଂହଟି ତାକୁ ଗୋଡାଇବାରୁ...
ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ ମହାରାଜ ବିକ୍ରମାଦିତ୍ୟ ଯେଉଁ ସିଂହାସନ ଆରୋହଣ କରିଥିଲେ ତା’ର...
ଓଡିଶା ପରି ରାଜସ୍ଥାନ ମଧ୍ୟ ଅପୂର୍ବ ବୀରତ୍ୱ ଗୁଣାବଳୀ ଯୋଗୁଁ ଖୁବ୍ ଜଣାଶୁଣା ସମସ୍ତଙ୍କ ପାଖରେ । ଡଙ୍ଗରପୁର ସହର ନିକଟ ଗାଁ ଟିଏ, ନାଁ ତାର ରାସ୍ତାପାଲ । ସେ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ଆଖପାଖ ଦୁଇ ତିନି ଖଣ୍ଡ ଗାଁର ପିଲାଏ ସେଠାରେ ପଢନ୍ତି । ସେ ଗାଁର ତଥା ସେ ପାଠଶାଳାର ପରିବେଶ ଅତ୍ୟନ୍ତ ଚମତ୍କାର । ସତେ ଯେମିତି ପବନ ମାଟି ମାଆର ଜୟଗାନ କରୁଛି । ସେ ଗାଁର ଦୁଇଜଣ ଶିକ୍ଷକ ସେହି ବିଦ୍ୟାଳୟରେ ଶିକ୍ଷାଦାନ...
ଯେତେବେଳେ ବ୍ରହ୍ମଦତ କାଶୀରାଜ୍ୟର ରାଜା ଥିଲେ, ସେତେବେଳେ ବୋଧିସତ୍ୱ ତାଙ୍କରି ପୁତ୍ର ରୂପେ ଜନ୍ମ ନେଲେ । ସେ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ତକ୍ଷଶିଳାକୁ ଯାଇ ସେଠାରେ ସମସ୍ତ ବିଦ୍ୟା ଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁଥିରେ ପାରଦର୍ଶିତା ଲାଭ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଶୀ ସିଂହାସନ ଆରୋହଣ କଲେ । ତାଙ୍କ ଶାସନକାଳରେ କାଶୀର ପ୍ରଜାବର୍ଗଙ୍କୁ କୌଣସି ପ୍ରକାର କଷ୍ଟ, ଅନିଷ୍ଟ, ଅନ୍ୟାୟ ଓ...
ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ । ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା...
ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।” ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ...
(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ । ରୂପଧରଙ୍କ ପତ୍ନୀ ଓ ପୁତ୍ର ସେମାନଙ୍କ ଅନାଚାର ଆଦୌ ସହି ପାରୁ...
ତ୍ରିକୂଟ ନାମକ ଏକ ପର୍ବତରେ ଏକ ବିଶାଳ ଉଦ୍ୟାନ ଥିଲା । ଏହା ଯେତିକି ସୁନ୍ଦର ସେତିକି ମନ ମୁଗ୍ଧକର ମଧ୍ୟ ଥିଲା । ଫଳରେ ସେଠାକୁ ସବୁଦିନ ସ୍ୱର୍ଗରୁ ଅପ୍ସରା ଓ ଅପ୍ସରୀ ମାନେ ଆସି କିଛି ସମୟ ଅତିବାହିତ କରୁଥିଲେ । ପୁନଃଶ୍ଚ ସେହି ଉଦ୍ୟାନ ମଧ୍ୟରେ ଏକ ବିଶାଳ ପୁଷ୍କରିଣୀ ବି ଥିଲା । ଯେଉଁଠି ସେହି ଅପ୍ସରା, ଅପ୍ସରୀମାନେ ସମୟେ ସମୟେ ଜଳକ୍ରୀଡା କରି ଆନନ୍ଦରେ ନିଜ ନିଜ ସ୍ଥାନକୁ ଫେରି ଯାଉଥିଲେ । ଦିନକର...
ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ । କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?” ନଗର ରକ୍ଷକ କହିଲେ, “ଅସମ୍ଭବ, ଏହା ତ ଘୋର୍ ଅପରାଧ” ତା’ପରେ...
ଥରେ ତିନିଜଣ ସାଧୁ ସାଥୀ ହୋଇ ଏକ ନଈକୂଳିଆ ରାସ୍ତା ଦେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଜଣେ ତରୁଣ, ଜଣେ ପ୍ରୌଢ ଓ ଜଣେ ବୃଦ୍ଧ ଥିଲେ । ବର୍ଷାଋତୁ ସମୟ, ନଈର ଦୁଇକୂଳ ଲଘିଂ ବନ୍ୟାଜଳ ପ୍ରବାହିତ ହେଉଥାଏ । ବନ୍ୟା ଜଳରେ ଗଛପତ୍ର, ଶୁଖିଲା କାଠଗଡ ଆଦି ଭାସି ଆସୁଥାଏ । ହଠାତ୍ ତରୁଣ ସାଧୁଜଣକ ଦୃଷ୍ଟିରେ ପଡିଲା କଳା ରଂଗର କମ୍ବଳଟି ଭଳି କ’ଣ ଭାସିଯାଉଛି । ସେ ଏହାକୁ କମ୍ବଳଟିଏ ବୋଲି ବିଚାରି ଗୁରୁଦେବଙ୍କୁ...
ଅନେକ ଦିନ ତଳର କଥା । ବର୍ମାର ଗୋଟିଏ ଛୋଟ ଗାଁରେ ଲୋବସାଙ୍ଗ୍ ଥାଏ । ତା’ର ବୃତି ହେଲା ଟଙ୍କା ଧାର୍ ଦେଇ ସୁଧ ନେବା । ସେ ସୁଧ ବହୁତ ନିଏ; ତା’ଛଡା ସେ ତା’ ଜୀବନରେ ବୋଧହୁଏ ଆଉ କିଛି ମଧ୍ୟ ଜାଣେନାହିଁ । ଥରେ ସେ ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭାବିଲା, “ମୃତ୍ୟୁ ତ ଅନିବାର୍ଯ୍ୟ; ତେଣୁ ମୁଁ ଯେତେଦିନ ବଂଚିବି, ଭଗବାନ ଓ ଭକ୍ତଙ୍କ କଥା ଶୁଣିଲେ ଅନ୍ତତଃ ମୋର କିଛିଟା ପୁଣ୍ୟ ହେବ ।” ତା’ପରେ ସେ ଲୋବସାଙ୍ଗ୍...
ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହୋଇ ଆସୁଛି । ତମେ ଏଠାରେ ବସିଥାଅ ।” ଏତିକି କହି ସେ...
ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି । ଦିନକର କଥା । ତିନିବନ୍ଧୁଙ୍କର ଏଭଳି ନିବିଡ ବନ୍ଧୁତ୍ୱ କଥା...
ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ ପ୍ରତିଜ୍ଞା କରି କହିଲା – ମୁଁ ମୋର ବୁଦ୍ଧି ବଳରେ ନିଶ୍ଚୟ...
ମାଆଙ୍କର ଏକ ସୁନ୍ଦର ମନ୍ଦିର । ତାହା ଭକ୍ତି ଓ ବିଶ୍ୱାସର ପ୍ରତୀକ । ପ୍ରତିଦିନ ସେଠାରେ ବହୁ ଲୋକଙ୍କ ଭିଡ ଲାଗି ରହିଥାଏ, କେବଳ ମା’ଙ୍କ ଦର୍ଶନ ପାଇଁ । ମନ୍ଦିର ବାହାରେ ଭିକାରୀମାନଙ୍କର ବି ଭିଡ, ଭିକ ଗଣ୍ଡାକ ପାଇବା ପାଇଁ । ମନ୍ଦିରକୁ ପ୍ରତିଦିନ ଯାଉଥିବା ଭକ୍ତମାନଙ୍କୁ ଭିକ ପାଇଁ ହାତ ପତାଉଥାନ୍ତି ସେହି ଭିକାରୀମାନେ । କିନ୍ତୁ ଏ କ’ଣ ଏଠାରେ ବି ବ୍ୟତିକ୍ରମ, ଜଣେ ଭିକାରୀ, ମନ୍ଦିରକୁ ଯାଉଥିବା ସମସ୍ତ ମଣିଷମାନଙ୍କୁ...
ଜଣେ ରାଜା ଥିଲେ । ନିଜ ରାଜ୍ୟର ସେନାପତିଙ୍କର କାର୍ଯ୍ୟଦକ୍ଷତାକୁ ନେଇ ସେ ମନରେ ଅପାର ଗର୍ବ କରୁଥାନ୍ତି । ସେନାପତି ମଧ୍ୟ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ବନ୍ଧୁକରୁ ଗୁଳି କେବେ ବି ଲକ୍ଷ୍ୟଭ୍ରଷ୍ଟ ହେବା କଥା କେହି ଜାଣିନାହାନ୍ତି । ଫଳରେ ତାଙ୍କର ଖ୍ୟାତି ବ୍ୟାପିଯାଇଥିଲା ସର୍ବତ୍ର । ଯେତେବେଳେ ସେହି ରାଜ୍ୟକୁ କେବେ କୁଆଡୁ ଅତିଥି ଆସନ୍ତି, ସେତେବେଳେ ରାଜା କଥା ପ୍ରସଙ୍ଗରେ ତାଙ୍କ ସେନାପତିଙ୍କ ପ୍ରଶଂସା...
କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା । ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା...
ଚନ୍ଦ୍ରବର୍ମା ତାନ୍ତ୍ରିକ ବୋଲି ରାଜା ଶିବସିଂହଙ୍କ ଅନୁଚରମାନେ ଧରି ନେଇଥିଲେ । ଚନ୍ଦ୍ରବର୍ମା ଧୂସର ଦୁର୍ଗକୁ ଯିବାର ନକ୍ସା ବୁଢାଠୁଁ ନେଇ ନେଇଥିଲେ । ନାଗରିକମାନେ ଚନ୍ଦ୍ରବର୍ମାଙ୍କୁ ମହାତାନ୍ତ୍ରିକ ରୂପେ ସ୍ୱାଗତ କଲେ । ତୋରଣମାନ ଅତିକ୍ରମ କରି ଚନ୍ଦ୍ରବର୍ମା ଯେତେବେଳେ ରାଜଭବନ ପାଖରେ ଯାଇ ପହଁଚିଲେ, ସେତେବେଳେ ତାଙ୍କୁ ଭବନ ସାମ୍ନାରେ ରାଜା ଶିବସିଂହ, ମନ୍ତ୍ରୀ ଓ ଅମାତ୍ୟମାନେ ସ୍ୱାଗତ କଲେ । ରାଜା...
ରାଜସ୍ଥାନରେ ଜୟପୁର ଗୋଟିଏ ବଡ ସହର । ସେହିଠାରେ ଜଣେ ଧନୀ ସୌଦାଗର ବାସ କରୁଥାଆନ୍ତି । ସହରରେ ତାଙ୍କର ବିରାଟ କୋଠା; ଦାସଦାସୀ, ଯାନବାହନ ଯାହାକୁ ଯେତେ । ତାଙ୍କ ପିଲାମାନେ ଅତ୍ୟନ୍ତ ବାଧ୍ୟ ଏବଂ ଯୋଗ୍ୟ । ଏତେ ବଡ ବ୍ୟବସାୟକୁ ସେମାନେ ସମ୍ଭାଳି ଥାଆନ୍ତି । ସଂସାରରେ ସୁଖସମ୍ପତ୍ତି କହିଲେ ଯାହା କୁହାଯାଏ, ସେ ଧନୀବଣିକଙ୍କର ସେହି ସବୁ ଭରପୁର ହୋଇ ରହିଥିଲା । ଧନସମ୍ପତ୍ତିର ଦେବୀ ହେଉଛନ୍ତି ଲକ୍ଷ୍ମୀ । ତାଙ୍କ ନାମ ଚଂଚଳା ।...
କାଶୀନାଥ ବାବୁଙ୍କର ପୁଅଟିଏ ଓ ଝିଅଟିଏ । ପୁଅ ବଡ ଆଉ ଝିଅ ସାନ । ପୁଅଟିର ନାମ ପ୍ରଭାକର । ଝିଅଟିର ନାମ ପ୍ରମିଳା । ପ୍ରମିଳା ତା’ ବାପାଙ୍କର ଅତି ଅଲିଅଳି ଝିଅ । ପ୍ରମିଳାକୁ ଜନ୍ମ ଦେଇ ତା’ ମାଆ ଚିରଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସେ କାଶୀନାଥ ବାବୁ ପିଲା ଦୁହିଁଙ୍କୁ ସରକାରୀ ସ୍କୁଲ୍ରେ ପାଠ ପଢାଇଲେ । ବେଶ୍ ଆରାମ୍ରେ ପିଲାମାନେ ବି ଥାଆନ୍ତି । ବାପା ବି ତାଙ୍କ ପିଲାମାନଙ୍କୁ ଭଳିକିଭଳି ରଙ୍ଗ ବେରଙ୍ଗର...
ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ । ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା...
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...
ତୃତୀୟଦିନ ସକାଳେ ଭୋଜରାଜ ସ୍ନାନତର୍ପଣାଦି ସାରି ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ତୃତୀୟ ପୁତ୍ତଳିକା ଛିଡାହୋଇ ତାଙ୍କର ରାସ୍ତା ଅବରୋଧ କରି କହିଲା, “ମହାରାଜ! ମୁଁ ଚନ୍ଦ୍ରକଳା କହୁଛି, ଆପଣ ଏ ସିଂହାସନର ଲୋଭ ମନରୁ ପୋଛି ଦିଅନ୍ତୁ । କାରଣ ଆପଣ କେବେ ବିକ୍ରମାଦିତ୍ୟଙ୍କ ପରି ନ୍ୟାୟବିଚାର ଦେଇ ପାରିବେ ନାହିଁ । ତଥାପି ମୁଁ ଯାହା କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଯେ ଆପଣ ତାଙ୍କ ସହିତ ନ୍ୟାୟ ପ୍ରଦାନରେ...
ଜଣେ ଲୋକର ତିନୋଟି ପୁଅ ଥିଲେ । ସେ ତିନୋଟି ପୁଅଙ୍କ ମଧ୍ୟରୁ ସବା ସାନ ପୁଅର ନାମ ବୋକାରାମ । ତାର ବୋକାପଣିଆ ଦେଖି ସମସ୍ତେ ତାକୁ ଖାଲି ଉପହାସ ଓ ପ୍ରତ୍ୟେକ କାମରେ ତାକୁ ବିଦ୍ରୂପ କରନ୍ତି । ଥରେ ସେ ବୋକାରାମର ବଡଭାଇ ବଣକୁ କାଠ କାଟିବାକୁ ଯିବାକୁ ସ୍ଥିର କଲା ଓ ଏ କଥା ତା ମା’କୁ ଜଣାଇଲା । ତାର ମା ଏଇ ବଡପୁଅ ପାଇଁ ଖୁବ୍ ସୁଆଦିଆ ପିଠା ତିଆରି କଲା ଓ ସେଇ ପିଠା ଓ ଗୋଟିଏ ବୋତଲ ମଦ ତାକୁ ଦେଇ ମା କହିଲା ବଣରେ କାଠ କାଟିଲା...
“ସ୍ୱାମୀ ଶ୍ରଦ୍ଧାନନ୍ଦ ନ ଥିଲେ କେବଳ ସାଧୁସନ୍ଥ ଶ୍ରେଣୀ ମଧ୍ୟରେ ଗଣା ସ୍ୱାଧୀନତା ଆନ୍ଦୋଳନରେ ଥିଲେ ସେ ସଚ୍ଚା ଦେଶପ୍ରେମୀ ଭାବରେ ଜଣା । ତାଙ୍କ ଦାମ୍ଭିକତା କଥାକୁ ଶୁଣିଲେ ଚକିତ ହୋଇବ ଶୁଣିବା ଲୋକ ଗେରୁଆବସ୍ତ୍ରରେ ସନ୍ନ୍ୟାସୀ ବେଶଟା କରିଥିଲା ସେି କେତେ ନିର୍ଭୀକ?” ସ୍ୱାମୀ ଶ୍ରଦ୍ଧାନନ୍ଦ କେବଳ ସାଧୁରୂପେ ଗଣା ନ ଥିଲେ । ସେ ମଧ୍ୟ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ । ଆମ ଦେଶର ରାଷ୍ଟ୍ରୀୟ କଂଗ୍ରେସ ସହିତ ସେ ପ୍ରଥମରୁ ହିଁ...
ଚନ୍ଦନପୁର ଗାଁର ମୁଖିଆ ବୀରସିଂହ ବଡ ଦୁଷ୍ଟ ପ୍ରକୃତିର ଲୋକ ଥିଲେ, ସରଳ ଲୋକଙ୍କୁ ହଇରାଣ କରି ସେ ବହୁତ ଖୁସି ହେଉଥିଲେ । ସେହି ଗାଁରେ ଦୀନୁ ନାମକ ଜଣେ ଯୁବକକୁ ଥରେ ସେ କହିଲେ, “ଆରେ ଦୀନୁ, ତୁ କେଉଁଠି ରହିଛୁ? ଆମ ଘରକୁ ଆସି, ମୋତେ ଜମିଜମା କାମରେ ଟିକିଏ ସାହାଯ୍ୟ କର; ଦେଖିବୁ ଭଗବାନ୍ ତୋତେ ନିଶ୍ଚୟ ଭଲ ଫଳ ଦେବେ ।” ଏହାପରେ ବିଚାରା ଦୀନୁକୁ ମୁଖିଆ ଅଳ୍ପ କିଛି ଖାଇବାକୁ ଦେଇ ତା’ଠାରୁ ବହୁତ କାମ ସେ ଆଦାୟ କରୁଥାନ୍ତି ।...


