ଜଣେ ଖଲିଫା ବାଗଦାଦ ନଗରୀରେ ରାଜୁତି କରୁଥିଲେ । ସେ ସାହିତ୍ୟ, ପାଣ୍ଡିତ୍ୟ ଓ ବୁଦ୍ଧିର ବିଶେଷ ଆଦର କରୁଥିଲେ । ସେ ମଧ୍ୟେ ମଧ୍ୟେ ପଣ୍ଡିତ ଓ ଗୁଣୀବ୍ୟକ୍ତି ମାନଙ୍କର ବି ସଭା ଡାକୁଥିଲେ । ସେ ସଭାରେ ନାନା ଦାର୍ଶନିକ ଓ ସାମାଜିକ ବିଷୟର ଚର୍ଚ୍ଚା ହେଉଥିଲା । କହିବା ବାହୁଲ୍ୟ, ପଣ୍ଡିତମାନେ ନାନା ପୁରସ୍କାର ପାଇ ଖୁସି ହୋଇ ଯାଉଥିଲେ । ସଭାର ଆଲୋଚନା ଯେ ଖାଲି ଖଲିଫା ଏବଂ ତାଙ୍କ ଦରବାରର ମନ୍ତ୍ରୀ ଓ...
ସଙ୍ଗୀତପୁରୀରେ କେହି ଜଣେ ହେଲେବି ସଙ୍ଗୀତବିଦ୍ୱାନ ନଥିଲେ । କିନ୍ତୁ ବାଦ୍ୟଯନ୍ତ୍ରର ବଡ ଦୋକାନଟିଏ ଥାଏ । ସମସ୍ତ ପ୍ରକାର ବାଦ୍ୟ ସେଠାରେ ମିଳୁଥାଏ । ରାମଚନ୍ଦ୍ର ହେଲେ ସେ ଦୋକାନର ମାଲିକ । ସେ ବୁଢା ହୋଇଯିବାରୁ ତାଙ୍କ ପୁଅ ମୁରଲୀ ଦୋକାନର ଦେଖାଶୁଣା କରୁଥାଏ । ଗ୍ରାମଟିର ଅନତିଦୂରରେ ଏକ ଜଙ୍ଗଲ ଓ ପାହାଡ ଥାଏ । ସେହି ଜଙ୍ଗଲରେ ନାନା ପ୍ରକାରର ଦ୍ରୁମ ସବୁ ଥାଏ । ବାଦ୍ୟଯନ୍ତ୍ର ସବୁ ବନାଇବାପାଇଁ ସେହି...
ରାଜା ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିବା ସମୟରେ ଥରେ ବୋଧିସତ୍ୱ ସେହି ବାରାଣସୀରେ ବୀରକ ନାମକ ଏକ ପାଣିକୁଆ ରୂପରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ପୁଷ୍କରିଣୀ ତୀରରେ ବାସ କରୁଥିଲେ । ଏହି ସମୟରେ ରାଜ୍ୟରେ ଭୟାନକ ଦୁର୍ଭିକ୍ଷ ହେଲା । ଲୋକେ ଖାଦ୍ୟାଭାବରେ ବଡ କଷ୍ଟ ପାଇବାକୁ ଲାଗିଲେ । ନିଜେ ଖାଇବାକୁ ପାଉନଥିବାବେଳେ ଲୋକେ କାକବଳି, ଭୂତବଳି ପ୍ରଭୃତି ଦେବେ କିପରି? କାକମାନେ ଖାଇବାକୁ ନପାଇ ଲୋକାଳୟ ଛାଡି ବନକୁ...
ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...
ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ...
ବୀରସିଂହ ଯେତିକି ଯେତିକି ଅଧିକ ଅତ୍ୟାଚାର କରୁଥାଏ, ବସନ୍ତର ନେତୃତ୍ୱରେ ଦଳେ ଯୁବକ ସେତିକି ଦୃଢ ଭାବରେ ତା’ର ପ୍ରତିରୋଧ କରୁଥାନ୍ତି । ଏହା ଭିତରେ ଆତ୍ମଗୋପନ କରି ରହିଥିବା ରାଜା ଶାନ୍ତିଦେବ ତାଙ୍କ ଶିଶୁପୁତ୍ର ଜୀବିତ ଥିବା କଥା ଜାଣି ଯାଇଥିଲେ । ତା’ପରେ… ଦିନ ଗଡି ଚାଲିଥାଏ । ଅମୃତପୁର ଏବଂ ତା’ପରେ ଅନ୍ୟାନ୍ୟ ରାଜ୍ୟ ଜୟ କରିବା ନିମନ୍ତେ ବୀରସିଂହର ସ୍ୱପ୍ନ ସ୍ୱପ୍ନରେହିଁ ରହିଥାଏ । ବୀରସିଂହ...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା...
ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ...
କୌଣସି ଏକ ରାଜାଙ୍କ ପାଖରେ ଜିତୁକୁ ଚାକିରୀ ମିଳିଗଲା । ରାଜାଙ୍କ ପାଖରେ ଚାକିରୀ ପାଇବା ତ ଭାରି କଷ୍ଟ । ଏଣେ ଜିତୁର ପିଲାଦିନର ଜଣେ ସାଙ୍ଗ ଥାଏ ତା’ର ନାମ ମିତୁ । ମିତୁ ପରିବା ବିକି ତା’ ପେଟ ପୋଷେ । ମଝିରେ ମଝିରେ କାମ ମିଳିଗଲେ ବି ତାକୁ ସେ କରେ । ଏମିତିକା ବେଶ୍ ଭଲରେ ସେ ଚଳିଯାଉଥାଏ । କିନ୍ତୁ ଜିତୁ ରାଜାଙ୍କ ପାଖରେ କାମ ପାଇଛି ବୋଲି ତା’ର ବହୁତ ସମ୍ମାନ ଥାଏ । ସେଥିପାଇଁ ଜିତୁର ଗର୍ବ ସବୁବେଳେ...
ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ ପହଁଚିଲା, ପକ୍ଷୀଟି ସଂଗେ ସଂଗେ ମଳତ୍ୟାଗ କରିଦେଲା ଓ ତା’ର...
ରାକ୍ଷସ ଅଙ୍ଗାରକ ଗୋଟିଏ ପାର୍ବତ୍ୟ ମୁଲକରେ ରହୁଥିଲା । ସେ ଯେପରି ବଳବାନ, ଠିକ୍ ସେହିପରି ସେ ଉଦ୍ଧତ ମଧ୍ୟ ଥିଲା । ରାଜା ସାମନ୍ତ ଓ ସମ୍ଭ୍ରାନ୍ତ ଘରମାନଙ୍କର ଝିଅମାନଙ୍କୁ ଧରି ନେଇଯାଇ ସେମାନଙ୍କୁ ସେ ନିଜ ଦାସୀ ରୂପେ ଖଟାଉଥିଲା । ସେତିକିବେଳେ ମହାସେନ ଉଜ୍ଜିୟିନୀରେ ରାଜୁତି କରୁଥିଲେ । ସେ ଥରେ ତାଙ୍କ ତପସ୍ୟା ଦ୍ୱାରା ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ଗୋଟିଏ ଅସୀ ଲାଭ କରିଥିଲେ । ଯଦି ସେ...
ରାଜା ସମରସେନ ସେଦିନ ଶିକାର କରୁକରୁ ଏକ ନିଘଂଚ ଅରଣ୍ୟ ମଧ୍ୟରେ ଯାଇ ପ୍ରବେଶ କଲେ । ତାଙ୍କ ସହିତ ଆସିଥିବା ତାଙ୍କର ଅନୁଚରମାନେ କେଉଁଆଡେ ରହିଗଲେ? ଏଣେ ଏ ରାଜାଙ୍କୁ ଖୁବ୍ ଶୋଷ ହେଲା । ସେ ଖୋଜିଖୋଜି ଯାଇ ଗୋଟିଏ କ୍ଷୁଦ୍ର କୁଟୀର ଦେଖିବାକୁ ପାଇଲେ । ବାହାରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ । ସେ ଏକ ଚିତ୍ରପଟ ଆଙ୍କୁଥିଲେ । ରାଜା ଜାଣିପାରିଲେ ଯେ ସେ ଜଣେ କଳାକାର ବୋଲି । ରାଜା ତାଙ୍କ ପାଖରେ ଯାଇ...
ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ । ଉଠ ଅବଲୋକରା ପାହିଲା ରାତି ଯିବା ତୀର୍ଥ ଜାଣ ଚଂଚଳ ମତି । ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା । ...
ଦିନେ ରାଜା କୃଷ୍ଣ ଦେବରାୟଙ୍କୁ ଜଣେ ଆଣି ଏକ ଶୁଆ ଉପହାର ସ୍ୱରୂପ ଦେଲେ । ସେ ଶୁଆଟି ମଧ୍ୟ ମିଠା ମିଠା କଥା କହିବା ସଂଗେ ସଂଗେ ଯିଏ ଯାହା ପ୍ରଶ୍ନ କଲେ ମଧ୍ୟ ତା ପ୍ରଶ୍ନର ଉତ୍ତର ଦେଇଦିଏ । ତେଣୁ ରାଜାଙ୍କୁ ସେ ଶୁଆଟି ବହୁତ ଭଲ ଲାଗିଲା । ନିଜର ଜଣେ ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ଶୁଆର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ମହାରାଜ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ତୁମ ଉପରେ ତା’ର ରକ୍ଷଣା...
ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ । ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର...
ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ଖୁବ୍ ଗରିବ ହୋଇଥିଲେ ମଧ୍ୟ ଏକଥା କେବେ...
ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ । ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା ଗଣି ନଅ ବୋଲି ଜାଣିଲା । ସେ ଏକଥା ଅନ୍ୟମାନଙ୍କୁ କହିଲା...
ରାଜା କୃଷ୍ଣଦେବ ରାୟ ନିଜ ରାଜ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । ତେଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ ନିଜ ଇଚ୍ଛା ପ୍ରକାଶ କଲେ ଏବଂ ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ନିରୂପଣ କରିବାପାଇଁ ମଧ୍ୟ କହିଲେ । ମନ୍ତ୍ରୀ ନଗର ଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲରେ ସ୍ଥାନ ଚିହ୍ନଟ କଲେ । ରାଜାଙ୍କ ଆଦେଶରେ ସେହି ସ୍ଥାନଟି ପରିଷ୍କାର କରାଗଲା । ଜଙ୍ଗଲ ପରିଷ୍କାର କରିବା ସମୟରେ ସୁବର୍ଣ୍ଣ...
ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି ଚାଲି ବୁଲୁଥାନ୍ତି । ରାସ୍ତାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟ...
ବହୁଦିନ ତଳର କଥା । ରାଜଦରବାରରେ ନାରାୟଣ ଭଟ୍ଟ ନାମକ ଜଣେ ବିଦୂଷକ ଥିଲେ । ରାଜା ତାଙ୍କୁ ରାଜନଅରର ଅପରପାଶ୍ୱର୍ରେ ଏକ ସୁନ୍ଦର ନିବାସ ଉପହାର ଦେଇଥାଆନ୍ତି । ନାରାୟଣ ଭଟ୍ଟ ଏହି ଗୃହରେ, ଅନେକ ବର୍ଷ ବେଶ୍ ଆନନ୍ଦରେ କଟେଇଲେ । କିନ୍ତୁ ଅଳ୍ପଦିନ ତଳେ ସେହି ଗୃହର ସମୀପରେ ଅନ୍ୟ ଏକ ଗୃହ ବହୁମଲ୍ଲ ନାମକ ଜଣେ ମଲ୍ଲଯୋଦ୍ଧା କ୍ରୟ କଲେ । ସେ ସେଠାରେ ରହିବାକୁ ଆରମ୍ଭ କରିବା ଦିନଠାରୁ ଭଟ୍ଟଙ୍କ ଆଖିରୁ ନିଦ...
ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ – ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା – ମଣିମା! ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ ପଠାଉ ଛନ୍ତି? ରାଜା ପୁଣି କହିଲେ –...
ବିଭୁତିଦେବ ଚମ୍ପକ ରାଜ୍ୟ ଉପରେ ରାଜୁତି କରୁଥିଲେ । ଲୋକେ କହୁଥିଲେ, ବିଭୁତିଦେବଙ୍କୁ ଦାତାପଣ ଓ ସତ୍ୟବାଦିତାରେ ପୁରାଣ ଯୁଗର ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କରାଯାଇ ପାରେ । ରାଜା ବିଭୁତିଦେବଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଗଲା । ତେଣୁ ଅନ୍ୟ ରାଜାମାନେ ତାଙ୍କ ପ୍ରତି ଇର୍ଷାନ୍ୱିତ ହେଲେ । ସେ ଦାନୀ ଏବଂ ନ୍ୟାୟପରାୟଣ, କେବଳ ଏହା ସେମାନଙ୍କ ଇର୍ଷାର କାରଣ ନୁହେଁ, ସେ ଏତେ ଜନପ୍ରିୟ, ତାଙ୍କ...
ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଦୁଇସେନା ମଝିରେ ରଖିଲେ । ଦୁଇପକ୍ଷର ସୈନ୍ୟଙ୍କୁ ଦେଖି ଅର୍ଜୁନଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ଶତୃପକ୍ଷରେ ଯେଉଁମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ଗୁରୁଜନ, ବନ୍ଧୁଜନ, ଭାଇମାନେ ଓ ଅନ୍ୟାନ୍ୟ ଆତ୍ମୀୟମାନେ ବି ଥିଲେ । ଅର୍ଜୁନଙ୍କ ହସ୍ତ ଶିଥିଳ ହୋଇ ସେଥିରୁ ଧନୁ ଖସି ପଡିଲା ଓ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡି କହିଲେ, “ଏମାନଙ୍କୁ ମାରି ଯେଉଁ...
ରାମପୁର ଗାଁରେ ଦୁଇଜଣ ପୂଜକ ରହୁଥିଲେ । ସେ ପୂଜକମାନଙ୍କ ନାଁ ଥିଲା ଆର୍ତ୍ତ ଓ ତ୍ରାଣ । ପୂଜକ ଆର୍ତ୍ତ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ ଓ ପୂଜକ ତ୍ରାଣ ଆଉ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ । ସେ ଗାଁ ଠାରୁ ବହୁ ଦୂରରେ ତ ଗୋଟିଏ ନଈ ବହିଯାଉଥିଲା । ପ୍ରତି ପୂର୍ଣ୍ଣିମାରେ ସେ ଦୁଇ ପୂଜକ ସେହି ନଈରୁ ପାଣି ଆଣି ଦୁଇ ମନ୍ଦିରରେ ଭଗବାନଙ୍କର ଜଳାଭିଷେକ କରୁଥିଲେ । ମାତ୍ର ଆର୍ତ୍ତ ତ୍ରାଣଙ୍କ ଉନ୍ନତି କଦାପି ସହି ପାରନ୍ତି...
ଥରେ ତିନିଜଣ ସାଧୁ ସାଥୀ ହୋଇ ଏକ ନଈକୂଳିଆ ରାସ୍ତା ଦେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଜଣେ ତରୁଣ, ଜଣେ ପ୍ରୌଢ ଓ ଜଣେ ବୃଦ୍ଧ ଥିଲେ । ବର୍ଷାଋତୁ ସମୟ, ନଈର ଦୁଇକୂଳ ଲଘିଂ ବନ୍ୟାଜଳ ପ୍ରବାହିତ ହେଉଥାଏ । ବନ୍ୟା ଜଳରେ ଗଛପତ୍ର, ଶୁଖିଲା କାଠଗଡ ଆଦି ଭାସି ଆସୁଥାଏ । ହଠାତ୍ ତରୁଣ ସାଧୁଜଣକ ଦୃଷ୍ଟିରେ ପଡିଲା କଳା ରଂଗର କମ୍ବଳଟି ଭଳି କ’ଣ ଭାସିଯାଉଛି । ସେ ଏହାକୁ କମ୍ବଳଟିଏ ବୋଲି ବିଚାରି ଗୁରୁଦେବଙ୍କୁ...
ମହୋଦରଠାରୁ ସବୁ ଶୁଣି କୁମ୍ଭକର୍ଣ୍ଣ ତୁରନ୍ତ ଯାଇ ରାବଣକୁ ଦେଖାକଲା । କେତେକ ରାକ୍ଷସ ଆଗରୁ ଯାଇ କୁମ୍ଭକର୍ଣ୍ଣଙ୍କ ଉଠିବା କଥା ରାବଣକୁ ଜଣାଇ ସାରିଥାନ୍ତି । ସେମାନେ ରାବଣକୁ ପଚାରିଲେ ସେ ସିଧା ଯୁଦ୍ଧ ଭୂମିକୁ ଯିବ ନା ରାବଣ ପାଖକୁ ଆସି ତାଙ୍କୁ ଦେଖା କରି ଯିବ । ରାବଣ କହିଲା “ମୁଁ ପ୍ରଥମେ ତାକୁ ଦେଖିବାକୁ ଚାହେଁ । ତେଣୁ ସମ୍ମାନର ସହିତ ଏଠାକୁ ତାକୁ ନେଇ ଆସ ।” କୁମ୍ଭକର୍ଣ୍ଣ ରାକ୍ଷସମାନଙ୍କଠାରୁ...
କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ! କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ ରୂପ ଦେଖି ବହୁତ କାନ୍ଦିଲେ । ସେ ନିଜ ସ୍ୱାମୀ ଉଗ୍ରସେନଙ୍କୁ...
ନଈ କୂଳରେ ଛୋଟ ଗାଁଟିଏ । ସେଇ ଗାଁରେ ବୁଢାବୁଢୀ ଦୁଇଜଣ ରହୁଥାଆନ୍ତି । ତାଙ୍କର ତ ଚାଷୀ ପରିବାର । ସୁଖେ ଦୁଃଖେ ତାଙ୍କର ସଂସାର ଡଙ୍ଗା ଚାଲିଥାଏ । ସେ ବୁଢାବୁଢୀଙ୍କର ତିନୋଟି ପୁଅ । ତାଙ୍କର ପ୍ରଥମ ଦୁଇପୁଅ ବେଶ୍ ଚତୁର । କାମ ଧନ୍ଦାରେ ସେମାନେ ଖୁବ୍ ନିପୁଣ । ସେମାନଙ୍କର ଘରକାମ, ବାହାରକାମ କେଉଁଥିରେ ବି କିଛି ଖୁଣିବାକୁ ନାହିଁ । ସକାଳୁ ସଞ୍ଜଯାଏଁ ସେମାନେ ଖାଲି ଖଟୁଥାଆନ୍ତି । ଏଥିପାଇଁ କେବଳ ଘରେ ତାଙ୍କ ବାପ ମାଆ...
ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।” “ମାଲିକ ସେଇଟି ସାଧାରଣ ସାପ ନୁହେଁ, ହଳଦୀ ରଙ୍ଗର ବିଷଧର ସାପ । ମୋ ପକ୍ଷରେ...
ରବିବାର । କାମକୁ ଯିବାକୁ ପଡିବ ନାହିଁ । ରମେଶ ଉପନ୍ୟାସ ଖଣ୍ଡିଏ ଧରି ବସିଗଲା । ମୁଗ୍ଧ ହୋଇ ପଢୁଛନ୍ତି । ବଡ ଚିତାକର୍ଷକ କାହାଣୀ । କେତେ କୌଶଳରେ ନାୟକ ଦୁର୍ଗର ପ୍ରାଚୀର ପରେ ପ୍ରାଚୀର ଅତିକ୍ରମ କରି ନଅର ସଂଲଗ୍ନ ଉଦ୍ୟାନ ଭିତରେ ନାୟିକା ରାଜକନ୍ୟାଙ୍କୁ ଭେଟିଛି ଓ ତାଙ୍କ ସହ ପୁଣି ଦୁର୍ଗ ବାହାରକୁ ଆସିଛି । ତା’ପରେ ଘୋଡାରେ ବସି ଓ ନାୟିକାକୁ ବସାଇ ପଳାଇ ଯାଉଛି । ଦୁର୍ଗମ ପଥ, ଅନ୍ଧକାର ରାତି । ଆଗକୁ କ’ଣ ଅଛି କିଏ...
ଦିନେ ସକାଳୁ ନିଦରୁ ଉଠି ଠେକୁଆ ଦେଖିଲା ଯେ, ତା’ଘରେ ଖାଇବାକୁ କିଛି ବି ନାହିଁ । ତା’ ପିଲାମାନେ ଭୋକରେ ଖାଲି ଆଉଟୁପାଉଟୁ ହେଉଛନ୍ତି । ପିଲାଙ୍କ ବିକଳ ଆଉ ସହି ନପାରି ଠେକୁଆ କିଛି ଖୋଜିବାକୁ ବାହାରି ପଡିଲା । ବାଟରେ ସେ ଦେଖିଲା ଗୋଟିଏ ବଡ ଗଛ । ଗଛ ଗଣ୍ଡିରେ କୋରଡ ଅଛି । ଭାବିଲା କୋରଡ ଭିତରେ ଯଦି ମହୁମାଛିମାନେ ଫେଣା କରିଥାନ୍ତି? ତେବେ ତ ବଢିଆ କଥା । ମହୁଫେଣାରେ ସକାଳର ଜଳଖିଆଟା ଚଳିଯିବ । ଏମିତି...
ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା । ପ୍ରଭୁଙ୍କ ଦୟାରୁ କାଲି ଯେପରି ବର୍ଷା ନ ହେଉ । ନହିଲେ ଆମେ...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ...