ଶିବମଲ୍ଲଙ୍କ କାହାଣୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...

Read More

ଶତ୍ରୁ କିଏ?

ଶଙ୍କର ଓ ସୁମତି ଜ୍ୟୋତିପୁରରେ ରହୁଥିଲେ । ସେମାନେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ହେଲେ ବି ସେ ଦୁହିଁଙ୍କ ସ୍ୱଭାବରେ ଆଦୌ କିଛି ମେଳ ନଥାଏ । ଶଙ୍କର ଅତ୍ୟନ୍ତ ଧୀରସ୍ଥିର ଏବଂ ଭୋଳା ମଣିଷ । ମାତ୍ର ସୁମତିର ସ୍ୱଭାବ ଏପରି ଯେ ପଛରେ ତାକୁ ସେଠାକାର ଗାଁ ଲୋକେ କୁମତି ବୋଲି ଡାକୁଥାନ୍ତି । ଉପରେ ପଡି କଥା କହିବା, ସମସ୍ତଙ୍କ ସାଙ୍ଗରେ ସର୍ବଦା ଝଗଡା କରିବା, ଏସବୁ ପାଇଁ ସେ ବିଖ୍ୟାତ ଥିଲା । ସୁମତିର ଏଭଳି ସ୍ୱଭାବ ଯୋଗୁଁ...

Read More

ଗଧ ଓ କୁକୁର

ବହୁତ ଦିନ ତଳେ ଗୋଟିଏ ଗାଁରେ ଜଣେ ଧୋବା ଥିଲା । ତାର ଗୋଟିଏ ଗଧ ଓ ଗୋଟିଏ କୁକୁର ବି ଥିଲା । ସେ ଧୋବା ତାର ସବୁ ଜିନିଷ ପତ୍ର ଗଧ ଉପରେ ରଖି ନବା ଆଣିବା କରୁଥିଲା । ପୋଷା କୁକୁରଟିକୁ ସେ ଧୋବା ବହୁତ ଭଲପାଏ ଏବଂ କେବଳ ତାକୁ ହିଁ ପାଖରେ ରଖିଥାଏ । ଧୋବା ଘରକୁ ଆସିବା ମାତ୍ରେ କୁକୁର ତା ପାଖକୁ ଦୌଡିଯାଇ ଅତି ଖୁସିରେ ତା ଛାତି ଉପରକୁ ଡେଇଁ ପଡେ ଏବଂ ସେ ଧୋବା ବି କୁକୁରକୁ ଧରି ବହୁତ ଗେଲ କରେ । ମାତ୍ର ସେ ଗଧକୁ ଏସବୁ...

Read More

ଉପସ୍ଥିତ ବୁଦ୍ଧି

ଶ୍ୟାମଲାଲ ଓ ହରିମୋହନ ଉଭୟେ ବଣିକ । ଦୁହିଁଙ୍କ ଘର ଗୋଟାଏ ସହରରେ । ଦୁହେଁ ବାଣିଜ୍ୟ କରିବାକୁ ଶ୍ରୀପୁର ଯାଇଥିଲେ ସେଇଠି ହିଁ ସେ ଦୁହିଁଙ୍କର ଦେଖା ହୋଇଗଲା ।                 ଶ୍ୟାମଲାଲ ବୋଇତରେ ସେଠାକୁ ଯାଇଥିଲେ । ମାତ୍ର ସ୍ଥଳ ପଥରେ ହରିମୋହନ ସେଠାକୁ ଯାଇଥିଲେ । ଶ୍ୟାମଲାଲଙ୍କ ଅନୁରୋଧରେ ହରିମୋହନ ନିଜ ସହକାରୀ ତିନିଜଣଙ୍କ ସମେତ ତାଙ୍କ ବୋଇତରେ ଦେଶକୁ ଫେରିବାକୁ ରାଜି ହେଲେ । ବୋଇତ ଛାଡିଦେଲା ।                ...

Read More

ଯଶହିଁ ମାନବର ଅତୁଳନୀୟ ସଂପଦ

       ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ ।        ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ ଫୁଙ୍ଗୁଳା ଦେହରେ ବସିଥିବା ସାଧୁଙ୍କୁ ଦେଖି ରାଜା ନିର୍ଦ୍ଧେଶ ଦେଲେ...

Read More

ଆୟ ଦେଖି ବ୍ୟୟ କର

         ବାପାମାଆ ଛେଉଣ୍ଡ ପିଲାଟିଏ ତା’ର ଅଜାଘରେ ରହି ପାଠ ପଢୁଥାଏ । ଅଜା ଥିଲେ ଜଣେ ପେନସନ୍ ଭୋଗୀ କର୍ମଚାରୀ । ଖୁବ୍ କମ୍ ପେନସନ୍ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘରଖର୍ଚ୍ଚ ଚଳିବା କଷ୍ଟ । ତଥାପି ନାତି ନବଘନକୁ ପାଖରେ ରଖି ପାଠପଢାଇବାକୁ ପରମ କର୍ତବ୍ୟବୋଲି ଧରି ନେଇଛନ୍ତି ଅଜା ।        ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ । ଆଈ ତାକୁ ଦେଖି ପଚାରିଲେ, “ଆରେ, ତୋ ମୁହଁ ଆଜି ଶୁଖିଲା ଦିଶୁଛି...

Read More

ଅଭୁଲା ସ୍ମୃତି

ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି । ତାଙ୍କ ମନରେ ନିଜ-ପର...

Read More

ମହାଭାରତ

ଦୁର୍ଯ୍ୟୋଧନ ମରଣମୁହଁରୁ ବର୍ତି ଆସିଲେ । ତାଙ୍କ ପାଇଁ ଏହି ଅପମାନ ଦୁଃସହ ଥିଲା । ନିଜର ଲୋକମାନଙ୍କୁ ସଙ୍ଗରେ ନେଇ ସେ ହସ୍ତିନାପୁର ଫେରି ଆସିବା ପଥରେ ଏକ ସରୋବର ପାଶ୍ୱର୍ରେ ବିଶ୍ରାମ ନେବା ପାଇଁ ସେଠାରେ ରହିଲେ ।                 ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା କର୍ଣ୍ଣ ସେଠାରେ ଆସି ପହଁଚିଲେ । ଯୁଦ୍ଧକ୍ଷେତ୍ର ଛାଡି ଚାଲିଯିବା ପରେ, ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ସେ...

Read More

ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ

କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ ।                 ଦିନକର କଥା । ରାଧାନାଥବାବୁ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଦ୍ୱି’ପ୍ରହର ବେଳେ ଜଣେ...

Read More

ବଦଭ୍ୟାସ

ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ । ସେ କହିଲେ, “ଆଛା ଏତେ ଖୋଜା ଖୋଜି କାହିଁକି...

Read More

ଅତ୍ୟାଚାରୀ ମାଲିକ

ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ ।                 ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...

Read More

ନ୍ୟାୟ ନିର୍ଣ୍ଣୟ

ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।...

Read More

ସୁପାରିଶ୍ ପତ୍ର

ଚନ୍ଦ୍ର ନାମକ ଜଣେ ଦରିଦ୍ର, ଶିକ୍ଷିତ ଓ ବେକାର ଯୁବକଟିଏ ଥାଏ । ସେ ଶୁଣିଲା ଧନୀ ମାୟା ରାମଙ୍କର ଗୁମାସ୍ତାଟିଏ ଲୋଡା । ସେ ସେହି ଚାକିରିଟି ପାଇବା ଆଶାରେ ମାୟା ରାମଙ୍କୁ ଯାଇ ଦେଖା କଲା । ମାୟାରାମ କହିଲେ, “ତୁମକୁ ରଖିବାରେ ମୋର ତ କୌଣସି ଆପତ୍ତି ନାହିଁ । କିନ୍ତୁ ତୁମ ପୂର୍ବରୁ ଦୁଇଟି ଗୁମାସ୍ତା ମୋତେ ବହୁତ ଠକିଛନ୍ତି । ସପ୍ତାହରେ ମାତ୍ର ଗୋଟିଏ ଦିନ ମୁଁ ସହରକୁ ଜିନିଷପତ୍ର କିଣିବାକୁ ଯାଉଥିଲି । ତେଣୁ ସେହି ଦିନଟି...

Read More

ଦୁଇଜଣଙ୍କ କଳିରେ ତୃତୀୟର ଲାଭ

ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା । ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।                 ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା । ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା । ଦୁଇଜଣଙ୍କ କଳିରେ ତୃତୀୟର...

Read More

ବିଶ୍ୱାସ ଘାତକ ବନ୍ଧୁ

 ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର ବେପାର ଭଲ ଚାଲିଲା । କିଛି ଦିନ ପରେ ହାସାନ୍ ବେପାର ମାନ୍ଦା...

Read More

ମାଙ୍କଡ ଏବଂ ଘରଚଟିଆ କଥା

       ଗୋଟିଏ ବୃହତ ବୃକ୍ଷର ଡାଳରେ ଏକ ଘରଚଟିଆ ଦମ୍ପତି ବାସ କରୁଥିଲେ । ଘରଚଟିଆ ଦମ୍ପତି ଖୁବ୍ ଖୁସିରେ ସେହି ଗଛରେ ବସା ବାନ୍ଧି କାଳାତିପାତ କରୁଥାନ୍ତି । ଏକଦା, ଶୀତଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା । ବେଳକୁ ବେଳ ବର୍ଷା ପବନ ବଢିବାକୁ ଲାଗିଲା । ଏଣେ ବର୍ଷା ପବନ ସାଙ୍ଗକୁ, ଶୀତର ପ୍ରକୋପ ପଶୁପକ୍ଷୀମାନଙ୍କୁ ସହିବାକୁ କଷ୍ଟକର ହୋଇ ପଡିଲା । କିଛି ସମୟ ପରେ ଏକ ମାଙ୍କଡ ବର୍ଷାରେ ଭିଜି ଭିଜି ଆସି ସେହି ବୃକ୍ଷ...

Read More

ଧୂସର ଦୁର୍ଗ

ସୂର୍ଯ୍ୟବର୍ମାଙ୍କ ନିଧନ ସମ୍ବାଦ ତାଙ୍କ ପୁଅକୁ ଦେବା ନିମନ୍ତେ ସୁବାହୁ ନାମକ ସେବକ ଘୋଡା ଚଢି ପାର୍ବତ୍ୟ ପଥରେ ଯାଉଁ ଯାଉଁ ଘୋଡାଟି ମୃତ୍ୟୁ ମୁଖରେ ପଡିଲା । ସୁବାହୁ ଦଳେ ଲୋକଙ୍କୁ ଦେଖି ସେମାନଙ୍କଠିଁ ପହଁଚିଲା, କିନ୍ତୁ ସେଠି ତାକୁ ସନ୍ଦେହ କରି ଅନ୍ୟମାନେ ଘେରିଗଲେ । ତା’ପରେ– ସୁବାହୁ ମୁହୂର୍ତ୍ତକ ନିମନ୍ତେ ନିଶ୍ଚେଷ୍ଟ ହୋଇଗଲେ । ମୃତ୍ୟୁ ନିକଟ ହୋଇଗଲାଣି ଭାବି ସେ ଭୟଭୀତ ହୋଇ ରହିଲେ । ସୂର୍ଯ୍ୟବର୍ମାଙ୍କ ମୃତ୍ୟୁ...

Read More

ସାଷ୍ଟାଙ୍ଗ ପ୍ରଣିପାତ

ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ । ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ...

Read More

ଚୋର ବୁଦ୍ଧି ଶିଖିଲା

ଥରେ ବିଜୟନଗର ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତେଣୁ ସେ ନଗର ଭିତରେ ଏବଂ ବାହାରେ ଥିବା ସମସ୍ତ ଗଛ ଶୁଖି ଥୁଂଟା ହୋଇଗଲା । ତେନାଲୀରାମାଙ୍କର ଘର ତୁଙ୍ଗଭଦ୍ରା ନଦୀ କୂଳରେତ’ ଅବସ୍ଥିତ । ତେନାଲୀରାମାଙ୍କ ବଗିଚା ମଧ୍ୟ ଶୁଖି ଶ୍ରୀହୀନ ହୋଇଗଲା । ସେ ବଗିଚା ମଧ୍ୟରେ ଏକ କୂପଟିଏ ମଧ୍ୟ ଥିଲା । ସେହି କୂପରେ ପାଣିଥିଲା । କିନ୍ତୁ ପାଣି ଏତେ ତଳେ ଥିଲା ଯେ କୂପରୁ ପାଣି ଆଣି ତାକୁ ବଗିଚାରେ ସିଂଚନ କରିବା ଏକ ପ୍ରକାର ଅସମ୍ଭବ ଥିଲା...

Read More

ସ୍ୱର୍ଗ ରାଜାଙ୍କ ଶୁଆ

ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ ।                 ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।...

Read More

ଚତୁର ଇଭାନ୍

ପ୍ରାଚୀନ କାଳର କଥା । ରୁଷିଆ ଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ଥିଲେ ତିନିପୁଅ । ସେ ତିନିପୁଅଙ୍କ ମଧ୍ୟରୁ ସାନପୁଅ ଇଭାନ୍ ଥିଲା ଅତ୍ୟନ୍ତ ଚତୁର । ରାଜା ତାଙ୍କୁ ସାନପୁଅ ବୋଲି ଯେତିକି ଗେହ୍ଲା କରୁଥାଆନ୍ତି, ତାର ବୁଦ୍ଧି ପାଇଁ ମଧ୍ୟ ତାକୁ ସେତିକି ପ୍ରଂଶସା କରୁଥାଆନ୍ତି । ସେ ରାଜାଙ୍କର ସୁନ୍ଦର ବଗିଚାଟିଏ ଥାଏ । ସେଠାରେ କେତେ ରକମର ଫୁଲ ଫଳର ଗଛ ଥାଏ । ରାଜା ବି ସେ ବଗିଚାର ଅତ୍ୟନ୍ତ ଯତ୍ନ ନେଉଥାଆନ୍ତି ।...

Read More

ଲକ୍ଷ୍ୟ ଭେଦ

ସୁକୁମାର ଦିନେ ଅନ୍ୟ ମନଷ୍କ ଭାବରେ ବୁଲୁ ବୁଲୁ ହଠାତ୍ ବଣ ଭିତରକୁ ପଶି ଆସିଥିଲା । ତା’ପରେ ସେ ଜଣେ ସାଧୁଙ୍କୁ ଭେଟିଲା ।                 ସାଧୁ ପ୍ରଶ୍ନ କଲେ, “ଯୁବକ! ତମେ କ’ଣ ହିଂସ୍ର ଜନ୍ତୁଙ୍କ କବଳରୁ ଆତ୍ମରକ୍ଷାର ମନ୍ତ୍ର ଜାଣ?”                 ତହୁଁ ସୁକୁମାର କହିଲା, “ମହାଶୟ! ବାଘ ମୋତେ ଖାଇଗଲେ ଭାରି ଭଲ ହେବ । କାହିଁକିନା ମୁଁ ମୋ ଜୀବନରେ କିଛି ବି କରି ପାରିଲି ନାହିଁ । ମୋର ଜଣେ ବନ୍ଧୁ ଆସି ଲକ୍ଷପତି...

Read More

ଖରପୁତ ଜାତକ

ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ ।        ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା ।        ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...

Read More

କୁକୁରର ଲାଞ୍ଜ

ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ...

Read More

ଗୁପ୍ତ ଦଲିଲ୍

ବର୍ଷ ପରେ ବର୍ଷ ବିତିଗଲା । ଏବେ ସାନ୍ ସୁ ଚଉଦ ବର୍ଷର ବାଳକ । ଦିନେ ସେ ତା’ ମା’ଙ୍କୁ ପଚାରିଲା, “ମା’ ମୋ ପାଇଁ କିଛି ରେଶମୀ ଲୁଗାର ପୋଷାକ ତିଆରି କରିଦେଉନ କାହିଁକି?” ଉତ୍ତରରେ ମା’ ତାଙ୍କ ଦାରିଦ୍ର୍ୟର କାରଣ ବିଷୟରେ ତାକୁ ସବୁ କଥା ବୁଝେଇ ଦେଲେ ।                 ସାନ୍ ସୁ ସବୁ ଶୁଣି କହିଲା, “ମୋ ପିତା ତ ରାଜପ୍ରତିନିଧି ଥିଲେ ଆଉ ଆମେ ତ ତାଙ୍କର ମାତ୍ର ଦୁଇଜଣ ପୁତ୍ର । ଏବେ ଭାଇ ଏତେ ଧନୀ ଅଥଚ ଆମେ କାହିଁକି ଏତେ...

Read More

ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ

ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ ବଂଚିବ । ତେଣୁ ସେ ତାର ଝିଅ ରୂପାକୁ ପାଖକୁ ଡାକି ଚୁପ୍କରି...

Read More

ଘୋଡା ଭଡା

ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ...

Read More

କଥାକୁହା ଫଳ

ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ । ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ । ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ । ମାତ୍ର ଗାଈମାନଙ୍କର ଅନ୍ତର୍ଦ୍ଧାନ ବନ୍ଦ ହେଲା ନାହିଁ ।...

Read More

ମହୁମାଛିର ପ୍ରାର୍ଥନା

ଥରେ ମହୁମାଛିର ବହୁତ ଇଚ୍ଛା ହେଲା, ସେ ଭଗବାନଙ୍କୁ କିଛି ମହୁ ଦେବ । ତା’ପରେ ସେ ସ୍ୱର୍ଗରେ ଯାଇ ପହଁଚିଗଲା ଏବଂ ସବୁଠାରୁ ଭଲ ଭାବରେ ତିଆରି କରିଥିବା ମହୁତକ ଭଗବାନଙ୍କୁ ଦେଲା । ଭଗବାନ ବି ତା’ର ଭକ୍ତିରେ ଖୁସି ହୋଇ ତାକୁ ବର ମାଗିବାକୁ କହିଲେ । ଏକଥା ଶୁଣି ମହୁମାଛି କହିଲା, “ମୋ ଠାରୁ ଲୋକମାନେ ତ ମହୁ ଚୋରାଇ ନେଇଯାଉଛନ୍ତି । ତେଣୁ ମୋତେ ଗୋଟିଏ ଶୁଣ୍ଢ ଦିଅନ୍ତୁ । ମୁଁ ଏଥିରେ ଏମିତି ମାରିବି ଯେ ଯେମିତିକି ଲୋକମାନେ...

Read More

ତାଳବେତାଳ ଓ କମଳିନୀ

ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ତାଳ ବେତାଳ ଅନବରତ ଜଗିଥାନ୍ତି । ଶେଯ ଚଉପାଶେ ଆଲୋକ ସଜ୍ଜିତ ହେଲା । କର୍ପୁର କସ୍ତୁରୀ ଚନ୍ଦନ ରଖିଥାଏ । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଏହି ସମୟରେ ଦ୍ୱାର ଦେଶରେ ପ୍ରବେଶ ହେଲା । ଦ୍ୱାର ଖୋଲି ଚିତ୍ରରଥର ପଦ ଧୌତକରି ସୁନ୍ଦର ବସନରେ ପୋଛି ଦେଲା । ଚିତ୍ରରଥ ରାଜଜେମାକୁ ଆଲିଙ୍ଗନ କରି ଶଯ୍ୟାରେ ବସାଇଲା । ଖୁଆଇଦେଲା, ଉଭୟେ ପ୍ରେମରେ ମାତିଲେ । ଗନ୍ଧର୍ବ ରତିରେ ପଣ୍ଡିତ । ତା’ପରେ କେଳି...

Read More

ଦାୟିତ୍ୱହୀନା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ କାଚୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ବି ରାଜା ବିକ୍ରମାର୍କ ତିଳେମାତ୍ର ଦ୍ୱିଧା ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ...

Read More

ତୃତୀୟ ପ୍ରଶ୍ନ

ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା...

Read More

ଆତ୍ମସମ୍ମାନ

ଶୋଭାପୁରରେ ସୁଧର୍ମ ନାମକ ଜଣେ ଶ୍ରମିକ ଥାଏ । ସେ ସର୍ବଦା ପରିଶ୍ରମ କରି, ଯାହା କିଛିବି ରୋଜଗାର କରେ ସେଥିରେ ସେ ତା’ ପରିବାର ଚଳାଏ; କାମ ନ ପାଇଲେ ସେ କେବେ କାହାଠୁ ମଧ୍ୟ ପଇସା ମାଗେନାହିଁ । ତା’ର ବହୁତ ଆତ୍ମସମ୍ମାନବୋଧ ଥିଲା ।                 ସେ ଗ୍ରାମରେ ସମସ୍ତେ ଭଲଭାବେ ଜାଣନ୍ତି ଯେ ଗରୀବ ହେଲେ ମଧ୍ୟ ସୁଧର୍ମର ସମ୍ମାନବୋଧ ଅଛି । କିନ୍ତୁ ଆଉ କେତେକ ଭାବନ୍ତି ସେ ବହୁତ ଗର୍ବୀ ।                 ସେ ଗାଁରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ