ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ ହେବ । ଆଉ ଚାରିଜଣଙ୍କ ପରେତ କେହି ପ୍ରଶ୍ନ ପଚାରିବାକୁ...
ବିଜୟ ନାମକ ଏକ ଯୁବକ ଜଣେ ଧନୀ ସୌଦାଗରଙ୍କ ପାଖରେ କର୍ମଚାରୀ ରୂପେ କାମ କରୁଥିଲା । ବିଜୟର ବୁଦ୍ଧି ଓ ପରିଶ୍ରମ ଯୋଗୁଁ ସେ ସୌଦାଗର ଜଣକ ବିପୁଳ ଲାଭ କଲେ । ସେ ବିଜୟ ଉପରେ ଅତ୍ୟନ୍ତ ପ୍ରୀତ ହୋଇ ଦିନେ ତାକୁ ସେ ଡାକି କହିଲେ, “ବିଜୟ! ତୁମେ ଆଉ ମୋର କର୍ମଚାରୀ ହୋଇ ରହିବ ନାହିଁ । ନିଜେ ଜଣେ ସୌଦାଗର ରୂପେ ଉନ୍ନତି କର ।” ଏହା କହି ସେ ବିଜୟକୁ ଗୋଟିଏ ବୋଇତ ଏବଂ ଏକ ଲକ୍ଷ ମୁଦ୍ରା ଦେଲେ । ବିଜୟ ସୌଦାଗରଙ୍କୁ କୃତଜ୍ଞତା ଜଣାଇ...
ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି...
ଗୋଟିଏ ଗ୍ରାମକୁ ଲାଗି ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଂଗଲରେ ଏକ ଶୃଗାଳ ବାସ କରୁଥାଏ । ଦିନେ ସେ ଖାଦ୍ୟ ଅନ୍ୱେଷଣ କରୁ କରୁ ପାଖ ଗାଁ କୁ ଚାଲିଗଲା । ଗ୍ରାମ ମଧ୍ୟରେ ଏକ ଶୃଗାଳକୁ ଦେଖି ଗ୍ରାମର କୁକୁର ମାନେ ଉଚ୍ଚ ସ୍ୱରରେ ଭୁକିବାକୁ ଆରମ୍ଭ କଲେ, ଏବଂ ସେମାନଙ୍କର ମୁନିଆଁ ଦାନ୍ତରେ କାମୁଡିବାକୁ ଗୋଡାଇଲେ । ବିଚରା ଶୃଗାଳଟି କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକ ଧୋବା ଘରେ ଥିବା ନୀଳ କୁଣ୍ଡରେ ପଡିଗଲା । କୁକୁର...
କେଦାର ଓ ବଦ୍ରି ନାମକ ଦୁଇଜଣ ତପସ୍ୱୀ ଗୋଟିଏ ଜଙ୍ଗଲରେ ରହି ତପସ୍ୟା କରୁଥା’ନ୍ତି । ଦିନେ ବଦ୍ରି, କେଦାରଙ୍କୁ କହିଲେ, “ବେଳେ ବେଳେ ମୋର ଭାରି ଇଚ୍ଛା ହୁଏ କି ମୁଁ ଏ ଜଙ୍ଗଲ ଛାଡି ସହରକୁ ଯାଇ ସେଠାରେ ଜୀବନ ବିତାନ୍ତି । କିନ୍ତୁ ମୋର ଏ ଇଚ୍ଛାକୁ ମୁଁ ବରାବର ଚାପି ରଖେ ।” ବଦ୍ରିଙ୍କର ଏଭଳି କଥା ଶୁଣି କେଦାର କିଛି ସମୟ ଚୁପ୍ ରହିଲେ । ତା’ପରେ ସେ କହିଲେ, “ବଦ୍ରି, ତୁମର ଏ ଇଚ୍ଛା ମୋତେ ବଡ ବିଚିତ୍ର ଲାଗୁଛି...
ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ ବାହାରିଗଲେ । ଶିଷ୍ୟମାନେ ସେ ତିନିଜଣଙ୍କୁ ବହୁତ ଆଦର...
ଶ୍ୟାମ ଓ ସୁଶୀଳାଙ୍କର ଏକମାତ୍ର କନ୍ୟା ଉର୍ମିଳା । ସେହି କାରଣରୁ ଅତି ଆଦରରେ ସେ ବଢିଥାଏ । ଉର୍ମିଳା ମା’ଙ୍କୁ ଛାଡି ଦଣ୍ଡେ ମଧ୍ୟ ରହିପାରେ ନାହିଁ । ଧୀରେ ଧୀରେ ସେ ଉର୍ମିଳା ବିବାହ – ଉପଯୋଗୀ ବୟସରେ ଆସି ଉପନୀତା ହେଲା । ପିତା-ମାତା ଗୁରୁତ୍ୱର ସହ ଉପଯୁକ୍ତ ବରପାତ୍ର ସନ୍ଧାନରେ ଲାଗିପଡିଲେ । ସୁଶୀଳା ଓ ଶ୍ୟାମ କନ୍ୟାକୁ ଅତ୍ୟଧିକ ସ୍ନେହ କରୁଥିବାରୁ, ସେମାନେ ତା’କୁ ବିବାହ ପରେ ନିଜ ପାଖରୁ ଛାଡିବା ପାଇଁ ଚାହୁଁ ନ ଥିଲେ...
ଜାପାନ୍ରେ ଥିବା ଏକ ଜାଗାର ନାଆଁ ଫୁନାବାରା । ତାହା ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ସେହି ଜାଗା ଓ ତା’ ଆଖପାଖର ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଶ ବିଦେଶର ଲୋକମାନଙ୍କ ଭିଡ ଜମେ । ସେମାନଙ୍କ ରହଣି ପାଇଁ ଫୁଜି କାଙ୍କୋ ନାମକ ସଂସ୍ଥାଟିଏ ସେଠାରେ ତିଆରି କଲେ ଏକ ବିଳାସପୂର୍ଣ୍ଣ ହୋଟେଲ୍ । ହୋଟେଲ୍ଟିରେ ରହିବା ଖୁବ୍ ମହଙ୍ଗା । ପୁଣି ସେଠାରେ ରଖାଯାଇଥିଲା ସୁନାରେ ତିଆରି ଗୋଟିଏ ଲମ୍ବା ଗାଧୁଆ କୁଣ୍ଡ । ...
ଥରେ ଜଣେ ସ୍ତ୍ରୀଲୋକ ଗୋଟିଏ ପିଲାଟିଏ ପାଇବା ପାଇଁ ଇଚ୍ଛା କଲା । ଏହା ଭାବି ସେ ଯାଇ ଜଣେ ଗୁଣି ସ୍ତ୍ରୀଲୋକ ପାଖରେ ପହଁଚି ତା ମନକଥା କହିଲା । ଏପରି କଥା ଶୁଣି ସେ ଗୁଣି ସ୍ତ୍ରୀଲୋକଟି ତାକୁ ଗୋଟିଏ ଫୁଲ ଗଛ ଦେଇ କହିଲା ‘ତୁ ଏ ଫୁଲ ଚାରାଟି ନେଇ ଗୋଟିଏ କୁଣ୍ଡରେ ଲଗାଇ ଦେବୁ ଓ କିଛିଦିନ ପରେ ତୋର ମନ କାମନା ନିଶ୍ଚୟ ପୂରଣ ହୋଇବ ।’ ତା’ପରେ ସ୍ତ୍ରୀଲୋକଟି ସେ ଫୁଲ ଚାରାଟିକୁ ନେଇ ଗୋଟିଏ କୁଣ୍ଡିଆରେ ଲଗାଇ ଦେଲା । କିଛି...
ସାରିପୁର ଗ୍ରାମରେ ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ରହୁଥାଏ । ତା’ର ତ ଆଉ ଏ ସଂସାରରେ କେହି ବି ନାହିଁ । ତେଣୁ ସେ ତା’ନିଜ ଖାଦ୍ୟ ନିଜେ ହିଁ ରୋଷେଇ କରେ । ଅଧିକାଂଶ ସମୟରେ ସେ ଦହିଭାତ ମିଶାଇ ଟିକିଏ ବଘାରି ଦିଏ । ତାକୁ ସେ ଖାଦ୍ୟ ଖୁବ୍ ସ୍ୱାଦ ଲାଗେ । ଯିଏ ତା’ର ଦହିଭାତ ଖାଇଛି ସେ ତାକୁ ପ୍ରଶଂସା କରିଛି । ତା’ର ଦହିଭାତରେ ଖ୍ୟାତି ଏତେ ବଢିଲା ଯେ ଲୋକେ ଶେଷରେ ତାକୁ “ଦହିଭାତ ଧନଞ୍ଜୟ” ବୋଲି ଡାକିଲେ । ...
ଭଗବାନ୍ ଶିବଙ୍କର ରୁଦ୍ରଗଣ ଓ ରାକ୍ଷସମାନଙ୍କ ମଧ୍ୟରେ ବହୁକାଳ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା । କିନ୍ତୁ ରାକ୍ଷସମାନେ କୌଣସି ମତେ ହାରିଯାଉ ନଥାନ୍ତି ଏହା ଦେଖି ଶିବ ଖୁବ୍ ବିସ୍ମିତ ହେଲେ । ସେ ବିଷ୍ଣୁଙ୍କୁ ସ୍ମରଣ କରି ତାଙ୍କୁ ପଚାରିଲେ, “ଏତେଦିନ ଧରି ଯୁଦ୍ଧ ହେଉଛି ଅଥଚ ରାକ୍ଷସ ସଂଖ୍ୟା ମୋଟେ କ୍ଷୟ ହେଉନାହିଁ ଏହାର କାରଣ କ’ଣ?” ବିଷ୍ଣୁ କହିଲେ, “ଶଙ୍ଖଚୂଡର ପତ୍ନୀ ତୁଳସୀର ପତିବ୍ରତା ଧର୍ମ ସେମାନଙ୍କୁ...
ଅବତାରର ଚାରି ଏକର ଜମି । ଠିକ୍ ସମୟରେ ବର୍ଷା ହେଉଥିବାରୁ ବହୁବର୍ଷ ହେଲା, ଫସଲରୁ ଭଲ ଆମଦାନୀ ହେଉଥାଏ । କିନ୍ତୁ ତାହା ତା’ମନକୁ ଆଦୌ ତୃପ୍ତ କରୁ ନ ଥାଏ । ମନରେ ତା’ର ତୀବ୍ର ଇଚ୍ଛା ଥାଏ ସେ କିପରି ଜଣେ ଖୁବ୍ ଭାଗ୍ୟବାନ, ଧନଶାଳୀ ବ୍ୟକ୍ତିଟିଏ ହେବ । ଦିନେ ସେହି ଗ୍ରାମକୁ ଜଣେ ଯୋଗୀ ଆସିଲେ । ସେ ଗ୍ରାମବାସୀଙ୍କୁ ଉପଦେଶ ଓ ସତ୍ପରାମର୍ଶ ଦେଉଥାନ୍ତି । ଅବତାର ତାଙ୍କୁ ସାକ୍ଷାତ କରି ପ୍ରଶ୍ନ କଲା...
କୌଣସି ଗୋଟିଏ ଗ୍ରାମରେ ବିକାଶ ନାମକ ଏକ ଧନୀ ଯୁବକ ଥାଏ । ତା’ର ଲଳିତକଳା ପ୍ରତି କିଛିଟା ଆକର୍ଷଣ ଥାଏ । ସେ ନିଜେ ଗୀତ ରଚନା କରୁଥାଏ ଓ ବେଳେ ବେଳେ ଗୀତ ମଧ୍ୟ ଗାଉଥାଏ । ବିକାଶ ତା’ର କବିତା ଓ ଗୀତ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥାଏ । କିଛିଦିନ ପରେ ପଦ୍ମା ନାମକ ଏକ ସୁନ୍ଦରୀ ଝିଅକୁ ସେ ବିବାହ କଲା । ଦୁହେଁ ଆନନ୍ଦରେ ଥା’ନ୍ତି । କିନ୍ତୁ ଭାଗ୍ୟର ବିପର୍ଯ୍ୟୟ ଏପରି ହେଲା ଯେ ପଦ୍ମା ହଠାତ୍ କୌଣସି ଏକ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...
ଦିନେ ଗୋଟିଏ ଶିକାରୀ ପକ୍ଷୀ ଶିକାର କରିବା ପାଇଁ ଘଂଚ ଜଙ୍ଗଲ ମଧ୍ୟକୁ ଆସିଲା । ଶିକାରୀଟିର କେହି ଆତ୍ମୀୟ ସ୍ୱଜନ ନଥାନ୍ତି । ତା’ର ରୁକ୍ଷ ବ୍ୟବହାର ପାଇଁ ସେ କାହାରି ପ୍ରିୟ ଭାଜନ ହୋଇପାରୁନଥାଏ । ଶିକାରୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ କପୋତ ପକ୍ଷୀକୁ ଧରି ବନ୍ଦୀ କଲା । ହଠାତ୍ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚତୁର୍ଦ୍ଧିଗରୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବିଜୁଳିର ଆଲୋକ ବନଭୂମିକୁ...
ରାମୁ ଓ ହରି ପିଲାବେଳେ ଉଭୟେ ନିବିଡ ବନ୍ଧୁ ଥିଲେ । ଗାଁ ଚାଟଶାଳୀରେ ସେମାନଙ୍କ ପାଠ ପଢା ସରିବା ପରେ ହରି ବାରାଣସୀ ଯାଇ ସେଠାରେ ସେ ବହୁତ ପାଠ ପଢିଲା । ପଣ୍ଡିତ ହରିହର ଶାସ୍ତ୍ରୀ ନାମରେ କ୍ରମେ ସେ ବିଖ୍ୟାତ ହେଲା । ରାମୁ ଗାଁରେ ରହିଥାଏ । ତା’ ବାପାର ଯେଉଁ ଖଣ୍ଡିଏ ଜମିଥାଏ, ସେଥିରେ ସେ ଚାଷବାସ କରି ଚଳୁଥାଏ । ସେ ଦୁଇ ବନ୍ଧୁଙ୍କ ଭିତରେ କୌଣସି ସମ୍ପର୍କ ନଥାଏ । ଦେଖାସାକ୍ଷାତ ତ...
ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ କର୍ମ ଦେଖି ଚିତ୍ରରଥ ଲାଗି ରଖିଥିବା ସୁସ୍ୱାଦୁ ଖାଦ୍ୟଦ୍ରବ୍ୟକୁ...
ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ ପ୍ରକାର ବୁଝାଇଲେ ମଧ୍ୟ, ତାହା ତାଙ୍କ ଉପରେ ପ୍ରଭାବ ପକାଉ ନ...
“ଆମର ଅଜ୍ଞାତବାସ-କାଳ ପ୍ରାରମ୍ଭ ହେବାକୁ ଯାଉଛି । ଏହି ସମୟରେ ଆମର ପରିଚୟ ଯେପରି କେହି ବି ଜାଣି ପାରିବେ ନାହିଁ, ସେଥିପାଇଁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ । ଏହି ଏକ ବର୍ଷ ଅଜ୍ଞାତବାସ ସମୟ ଆମେ କେଉଁ ଦେଶରେ ରହି ବିତାଇବା, ଏବେ ତୁମ୍ଭମାନଙ୍କର ମତ ପ୍ରକାଶ କର ।” ଏପରି କହି ଧର୍ମରାଜ ତାଙ୍କ ଭାଇମାନଙ୍କର ମତାମତ ଲୋଡିଲେ । ଅର୍ଜ୍ଜୁନ ନିଜର ମତ ପ୍ରକାଶ କରି କହିଲେ “ପାଂଚାଳ, ଚେଦୀ, ମତ୍ସ୍ୟ...
ବହୁ ବର୍ଷ ତଳର କଥା । ଗୋଟିଏ କେଉଟ ପୁଅ ନଦୀମାନଙ୍କରୁ ବିଭିନ୍ନ ପ୍ରକାରର ମାଛ ଧରି ବଜାରରେ ବିକି ଦୁଇ ପଇସା ଭଲ ରୋଜଗାର କରେ । ଦିନେ ଯମ ମହାରାଜ ପୃଥିବୀ ଭ୍ରମଣରେ ଆସି ଗୋଟିଏ ନଈ ନିକଟରେ ପହଁଚିଲେ । ନଈରେ ସେ କେଉଟ ପୁଅ ମାଛ ମାରୁଥିବାର ଦେଖି ତାଙ୍କର ତଥା ସେ ଯମରାଜାଙ୍କର ହଠାତ୍ ବହୁତ ରାଗ ହେଲା । ଭାବିଲେ କେତେ ହିଂସ୍ର ଏ ପିଲାଟା । ହୃଦୟରେ ତା’ର ଟିକେ ବି ଦୟା ଭାବନା ନାହିଁ । ଏ ପିଲାଟିକୁ ଉଚିତ୍ ଶାସ୍ତି ମିଳିବା...
ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ । ଅନ୍ୟମାନେ ସେମାନଙ୍କୁ ମୂର୍ଖ ବୋଲି କହି ଥଟ୍ଟା, ଉପହାସ...
ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ । ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା । ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ...
ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା । ପ୍ରଭୁଙ୍କ ଦୟାରୁ କାଲି ଯେପରି ବର୍ଷା ନ ହେଉ । ନହିଲେ ଆମେ...
ରାଜା କୃଷ୍ଣଦେବ ରାୟ ଥରେ ଶିକାର କରିବାକୁ ବାହାରିଲେ । ଯାଉ ଯାଉ ସେ ଜଙ୍ଗଲ ବାଟ ହୁଡିଗଲେ । ଏଣେ ରାଜାଙ୍କର ଫେରିବାରେ ବିଳମ୍ବ ହେବାରୁ ସିପାହୀମାନେ ମଧ୍ୟ ତାଙ୍କୁ ଖୋଜିବାକୁ ବାହାରିଲେ । ପୁଣି ସଂନ୍ଧ୍ୟା ତ ହୋଇ ଆସିଲାଣି । ତେଣୁ ରାଜା ତାଙ୍କ ଘୋଡାକୁ ଏକ ଗଛରେ ବାନ୍ଧି ଦେଲେ । ତାପରେ ସେ ଜଙ୍ଗଲ ପାଖରେ ଥିବା ଏକ ଗ୍ରାମରେ ରାତି କଟାଇବାକୁ ଠିକ୍ କଲେ ସେ ରାଜା । ଏହିପରି ଭାବି ସଂଗେ ସଂଗେ ରାଜା ତାଙ୍କ ବେଶ ପୋଷାକ...
ଗୋଟିଏ ଗ୍ରାମରେ ବଳଭଦ୍ର ନାମକ ଦରିଦ୍ର ଲୋକଟିଏ ତା’ର ପରିବାର ସହିତ ଥାଏ । ସେ କାଠୁରିଆ ଥିଲା । ନିତି ନିତି ଜଙ୍ଗଲରେ କାଠ କାଟି ସେ ଯାହା ପଇସା ପାଏ ସେଥିରେ ପରିବାର ଚଳାଏ । ଦିନେ ହେଲେ ସମସ୍ତେ ପେଟ ଭରି ଖାଇବାକୁ ପାଆନ୍ତି ନାହିଁ । ଦିନେ ସେ କାଠ କାଟିବାକୁ ବାହାରିଛି । କଳାମେଘ କାହୁଁ ଘୋଟି ଆସିଲା, ଅଳ୍ପସମୟ ଭିତରେ । ବର୍ଷା ପଡିବାକୁ ଲାଗିଲା । ବଳଭଦ୍ର ଘରୁ ତ ବାହାରି ଯାଇଥିଲା, ଜଙ୍ଗଲରେ ଏକ...
ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ । ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ । ସେ ଖାଲି ଈର୍ଷାରେ ଜଳିଲା । ଦିନେ ସେ ଯାଇ ଗ୍ରାମର...
ଜଣେ ଅନ୍ୟ ଜଣକୁ ସାହଯ୍ୟ କରିବା ହିଁ ନୈତିକ କର୍ତ୍ତବ୍ୟ ଓ ମାନବିକତା । ଏହି ସାହାଯ୍ୟ ମଧୁର କଥାବାର୍ତ୍ତା ଅଥବା ଉତ୍ତମ ଆଚରଣ ଦ୍ୱାରା ମଧ୍ୟ କରାଯାଇଥାଏ । ଏହାଦ୍ୱାରା ମଣିଷ ଭିତରେ, ଦେଶ ଦେଶ ଭିତରେ ସମ୍ପର୍କ ଯୋଡି ହୋଇ ଯାଇଥାଏ । ଏ ସମ୍ବନ୍ଧରେ ବିଖ୍ୟାତ ଔପନ୍ୟାସିକ ତଥା ଚିତ୍ରକର କେ.ଏ.ଆବ୍ବାସ୍ଙ୍କ ଜୀବନରୁ ଘଟଣାଟିଏ । ଘଟଣାଟି ଘଟିଥିଲା ଆବ୍ବାସ୍ଙ୍କର ପିଲାଦିନେ । ସେ ଥରେ ତାଙ୍କର ଜଣେ...
ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ କୌଣସିମତେ ଶେଷ କରି ଖାଇଦେଇ ଯାଇ ଏଠି ସେଠି ସେ ବୁଲେ ।...
ଗୋଟିଏ ଜଙ୍ଗଲରେ ଏକ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷ ମଧ୍ୟରେ କେତେ ଗୁଡିଏ ବଗ ବସବାସ କରୁଥିଲେ । ସେହି ବୃକ୍ଷ ମଧ୍ୟରେ ଏକ ବଡ କୋରଡ ଥିଲା । ସେହି କୋରଡ ମଧ୍ୟରେ ଏକ କଳାସାପ ବାସ କରୁଥିଲା । ସେହି ସାପଟି ଦୁଷ୍ଟ ସ୍ୱଭାବର ଥିଲା । ସେହି ବୃକ୍ଷରେ ବସା ବାନ୍ଧିଥିବା ବଗର ସମସ୍ତ ଛୁଆଙ୍କୁ ସାପ ମାରି ଦେଉଥିଲା । ଗୋଟିଏ ବଗର ଛୁଆକୁ ସାପ ମାରିବା ପରେ ଦିନେ ବଗଟି ମନ ଦୁଃଖରେ ସରସ୍ୱତୀ ନଦୀ ତଟରେ ପହଁଚିଲା । ନଦୀ...
ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜ କୁମାର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିବ ନାହିଁ । ଦିନକର କଥା ପାରିଧି କରିବାକୁ ରାଜା...
ବଲ୍ଲଭ ଥିଲା ଘୁସ୍ଖୋର୍ । ଘୁସ୍ ନେଉ ନେଉ ଥରେ ସେ ଧରା ପଡିଲା । ତାକୁ ରାଜା ସେବାସଦନକୁ ପଠାଇଦେଲେ ଯେଉଁଠି ଦୀର୍ଘକାଳ ପୀଡିତ ଶାରୀରିକ ଅସୁସ୍ଥ ବ୍ୟକ୍ତି ଓ ମାନସିକ ଅସୁସ୍ଥ ବ୍ୟକ୍ତି ରହୁଥିଲେ । ସେପରି ରୋଗୀମାନଙ୍କ ସେବା କରିବାକୁ ଅପରାଧୀମାନଙ୍କୁ ପଠାହୁଏ । ସେମାନଙ୍କର ସେଇଟାହିଁ ଦଣ୍ଡ । ଦିନେ ସେହି ସେବାସଦନକୁ ଜଣେ ମହାତ୍ମା ଆସିଲେ । ସେଠାକାର ସମସ୍ତ ରୋଗୀଙ୍କୁ କୁଶଳ ପ୍ରଶ୍ନ କଲେ । ସେ ସେଠାରେ...
ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ ଦୁଷ୍ଟ ମେଣ୍ଢା ଥାଏ । ସେ ପ୍ରତିଦିନ ରାଜାଙ୍କର ରୋଷେଇ ଶାଳରେ...
କୌରବମାନଙ୍କ ସହିତ ଦ୍ୟୁତକ୍ରୀଡାରେ ହାରିଯାଇ ପଂଚୁପାଣ୍ଡବ ଓ ଦ୍ରୌପଦୀ ବନବାସ କରିବାକୁ ଗଲେ । ଦିନେ ହିମାଳୟ ନିକଟରେ ଭୀମ ଓ ଦ୍ରୌପଦୀ ବନବିହାର କରିବାବେଳେ ଏକ ଅପୂର୍ବ ପଦ୍ମ କେଉଁଠୁ ଉଡି ଆସି ସେଠାରେ ପଡିଲା । ସେଇଟି ଦେଖି ଦ୍ରୌପଦୀ ବଡ ମୁଗ୍ଧ ହେଲେ । ସେହି ପଦ୍ମର ମଧୁର ସୁଗନ୍ଧରେ ସମଗ୍ରପ୍ରଦେଶ ଚହଟି ଉଠୁଥିଲା । ଏହି ଅପୂର୍ବ ପଦ୍ମ ଅଳକାପୁରୀ ନିକଟସ୍ଥ ଏକ ସରୋବରରେ ଦିନକୁ ଗୋଟିଏ ଲେଖାଏଁ ଫୁଟେ ।...


