ବହୁ ପ୍ରାଚୀନ କାଳର କଥା । କୌଣସି ଏକ ଘଞ୍ଚମୟ ଅରଣ୍ୟ ମଧ୍ୟରେ ଥିଲା ଏକ ଶମୀବୃକ୍ଷ । ସେହି ଶମୀବୃକ୍ଷଟି ଅତି ନିରାପଦ ସ୍ଥାନରେ ଥିବାରୁ ସେହି ବୃକ୍ଷକୁ ନିଜର ନିରାପଦ ଆଶ୍ରୟସ୍ଥଳ ବିଚାରି ଚଟକ ଦମ୍ପତି ବୃକ୍ଷରେ ସୁନ୍ଦରଭାବେ ନୀଡ଼ ଗୋଟିଏ ରଚନା କଲେ । ନୀଡ଼ଟି ପ୍ରସ୍ତୁତ ହୋଇସାରିବା ପରେ ବେଶ୍ ସ୍ୱଚ୍ଛନ୍ଦରେ ସେଠାରେ ବସବାସ କଲେ । ପ୍ରାତଃ ହେଲେ ନୀଡ଼ ପରିତ୍ୟାଗକରି ସମସ୍ତେ ନିଜ ନିଜର ଖାଦ୍ୟ ଅନ୍ୱେଷଣରେ...
ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ । କୁକୁରଟି ଦୌଡି ଦୌଡି ନଦୀର କୂଳରେ ପହଁଚିଲା ତା’ପରେ ନଦୀ ଭିତରେ ପଶି ପହଁରି ପହଁରି ଜଲ୍ଦି...
ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ ଅତି ସହଜରେ ସମାଧାନ କରି ଦେଉଥିଲେ । ...
ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ । ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ...
ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ଥିଲା । ସେ ଗରୀବ, କିନ୍ତୁ ଭଲ ମଣିଷ । ତାଙ୍କ ଘରକୁ ଲାଗି ଜଣେ କାଠୁରିଆ ରହୁଥିଲା । ସେ ବି ଗରୀବ । ଜୀବିକା ଅର୍ଜନ ପାଇଁ ସେ ପ୍ରତିଦିନ ବଣକୁ ଯାଏ ଓ କାଠ କାଟିଆଣି ତାକୁ ନେଇ ବିକ୍ରି କରେ । ଯେତିକି ପଇସା ମିଳେ, ସେଥିରେ ଡାଲି ଚାଉଳ କିଣି ସେ ତା’ ଘରେ ଯୋଗାଏ । କିନ୍ତୁ ହଠାତ୍ ଦେଖାଗଲା, ସେ ଆଉ ବଣକୁ ଯାଉନାହିଁ । ତାକୁ ଆଉ ପୂର୍ବଭଳି କାଠ ବୋଝ ମୁଣ୍ଡାଇ ବୁଲିବାର ବି...
ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ । ଏକଦା ରମଣଙ୍କୁ ଏକ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥାଏ ।...
ପ୍ରାଚୀନ କାଳର କଥା । ଚାଙ୍ଗ ଲା ନାମକ ଟୋପି ବିକୁଥିବା ଜଣେ ଲୋକ ଚୀନ୍ର ଏକ ଗ୍ରାମରେ ରହୁଥାଏ । ତା’ର ପୂର୍ବପୁରୁଷମାନଙ୍କର ମଧ୍ୟ ମୌଳିକ ପେଶା ତାହାହିଁ ଥିଲା । ଚାଙ୍ଗ ଲାର ପିତା ଟୋପି ବ୍ୟବସାୟରୁ ବହୁତ ପଇସା ପାଇଥିଲେ । ତେଣୁ ମରିବା ସମୟରେ ସେ ତାଙ୍କ ପୁଅକୁ ପାଖକୁ ଡାକି କହିଲେ, “ପୁଅ, ଆମ ପରିବାରର ଏହି ବୃତିକୁ ତୁ କେବେ ମଧ୍ୟ ତ୍ୟାଗ କରିବୁ ନାହିଁ ।” ପିତାଙ୍କ ମୃତ୍ୟୁ ପରେ ଚାଙ୍ଗ ଲା ଭାବିଲା...
(ପଦ୍ମପାଦ ଏବଂ ପିଙ୍ଗଳ ଭଲ୍ଲୁକ ପର୍ବତ ଘାଟି ଭିତରେ ବହମାନ ନଦୀ ତୀରରେ ଆସି ପହଁଚିଗଲେ । ନଦୀ ଶୁଖାଇବା ନିମନ୍ତେ ପଦ୍ମପାଦ ଧ୍ୟାନସ୍ଥ ହେଲେ ଏବଂ ଜପ କରିବାକୁ ଲାଗିଲେ । ପିଙ୍ଗଳ ଗଦା ହସ୍ତେ ତାଙ୍କୁ ପୈଶାଚିକ ଶକ୍ତିମାନଙ୍କ କବଳରୁ ରକ୍ଷା କଲେ । କ୍ରମେ ନଦୀ ଜଳ ଶୁଖିଗଲା । ନଦୀ ଭିତରୁ ମନ୍ଦିରର ଚୁଡା ଦେଖାଗଲା । ଆଉ ତା’ପରେ) ଧ୍ୟାନ ତୁଟିବାରୁ ପଦ୍ମପାଦ ମନ୍ଦିର ଆଡେ ଦୃଷ୍ଟିପାତ କଲେ । ମନ୍ଦିରର ଗୋଟିଏ...
ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା । ପାଣି ଭିତରେ ଡେଇଁ ପଡିବା ପରେ ସେ ଦେଖିଲା ଯେ ତାଭିତରେ କୁକୁର ନାହିଁ କି ମାଂସଖଣ୍ଡ ମଧ୍ୟ...
ସୁନ୍ଦର ପୋଖରୀଟିଏ ଥିଲା । ସେଥିରେ ଗୁଡାଏ ପଦ୍ମଫୁଲ ଫୁଟିଥାଏ । ସେହି ପୋଖରୀରେ ଦୁଇଟି ମାଛ ଓ ଗୋଟିଏ ବେଙ୍ଗ ନିଜ ନିଜ ମଧ୍ୟରେ ମିତ୍ରତା ସ୍ଥାପନ କରି ରହୁଥାଆନ୍ତି । ଆଉ ମଧ୍ୟ ନିଜ ନିଜ ମଧ୍ୟରେ ଦୁଃଖ ସୁଖ ସହ କାଳାତିପାତ କରୁଥାନ୍ତି । ଏହିପରି ଭାବରେ ବେଙ୍ଗଟି ସେମାନଙ୍କ ସହିତରେ କିଛିଦିନ ରହିବା ମଧ୍ୟରେ ସେ ଜାଣିବାକୁ ପାଇଲା ଯେ ଏହି ଦୁଇସାଙ୍ଗଙ୍କ ମଧ୍ୟରୁ ଜଣେ ସାଙ୍ଗ ମନ୍ଦ ବୁଦ୍ଧିର ଓ ଅନ୍ୟ ସାଙ୍ଗ ଜଣକ ଖୁବ୍ ଅହଂକାରୀ...
ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ । ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ ଶ୍ରୀମତୀଙ୍କୁ ସେଠାରେ ଦେଖି ଆହୁରି ରାଗିଗଲେ । ତେଣୁ ନାରଦ...
ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।” ଏକଥା ଶୁଣି ସ୍ୱାମିଜୀଙ୍କ ହୃଦୟ କୋହରେ ଭରିଗଲା । ତା’ପରେ ସେ ହଠାତ୍ କାନ୍ଦି...
ମଣିପୁର ଗ୍ରାମର ଦୁଇଜଣ ଭଦ୍ରଲୋକ ମନ୍ଦିର ତିଆରି କରିବା ପାଇଁ ଚାନ୍ଦା ସଂଗ୍ରହ କରୁଥା’ନ୍ତି । ସେହି ଗ୍ରାମର ଧନୀ ଲୋକ ଭୂଷଣସିଂହ ବହୁତ କଞ୍ଜୁସ୍ ଥିବାରୁ ଚାନ୍ଦାଦାତାଙ୍କ ନାମ ତାଲିକାରେ ତାଙ୍କ ନାମ ଆଦୌ ନଥିଲା । ଏକଥା ଶୁଣି ସେ ମନେ ମନେ ବହୁତ ଅପମାନିତ ବୋଧ କଲେ । ଦିନେ ସେ ସହରରୁ ଗ୍ରାମକୁ ଫେରିବା ବେଳେ ଚାନ୍ଦା ସଂଗ୍ରହକାରୀଙ୍କ ସହିତ ତାଙ୍କର ଦେଖାହେଲା । ସେ ଦୁହିଁଙ୍କୁ ଡାକି ଭୂଷଣସିଂହ କହିଲେ, “ଆପଣମାନଙ୍କ...
(ରୂପଧର ସୁକେଶିନୀଙ୍କ ନିକଟରେ ଅତିଥି ହୋଇ କିଛିଦିନ ରହିଲେ । ତାଙ୍କର ସହଯୋଗ ଫଳରେ ସେ ସ୍ୱଦେଶ ଲେଉଟିଲେ । ସୁକେଶିନୀଙ୍କ କଥା ମାନି ସେ ଯମଲୋକ ଗଲେ । ସେଠାରେ ତାଙ୍କ ମାତାଙ୍କ ପ୍ରେତାତ୍ମାଙ୍କ ସହିତ କଥାବାର୍ତ୍ତା ହେଲା । ତାଙ୍କଠାରୁ ସେ ପରିବାରର ସମସ୍ତଙ୍କ ବିଷୟରେ ଖବର ପାଇଲେ । ତା’ପରେ ଆଗକୁ ପଢନ୍ତୁ…) ରୂପଧର ଯେତେବେଳେ ତାଙ୍କ ମା’ଙ୍କ ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ...
ରାଜା ବିକ୍ରମସେନଙ୍କ ମହାମନ୍ତ୍ରୀ ଚତୁରସେନ ଥିଲେ । ରାଜ୍ୟର ସମସ୍ତ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶ ବି ସେ ଗ୍ରହଣ କରନ୍ତି । ଏଣେ ଚତୁରସେନଙ୍କ ପାଖରେ ଦଶଜଣ ମନ୍ତ୍ରୀ ରାଜ୍ୟର ଭଲମନ୍ଦ ଉପରେ ଆଲୋଚନା କରନ୍ତି । ତେଣୁ ରାଜାଙ୍କୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ମହାମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯାହା ସ୍ଥିର କରନ୍ତି ତାଙ୍କୁ ଯାଇ କୁହନ୍ତି ।...
କୋହ୍ଲାପୁର ଜଙ୍ଗଲ ପାଖରେ ଏକ ଛୋଟ ପାହାଡ ଉପରେ ଜଣେ ତାନ୍ତ୍ରିକ ବୁଢୀ ଘର କରିଥାଏ । ତାକୁ ସେ ଗାଁ ଲୋକେ ସମସ୍ତେ ଡାକିନୀ ବୋଲି କୁହନ୍ତି । ସେ ବୁଢୀ ପାଖରେ ବହୁତ ତନ୍ତ୍ରମନ୍ତ୍ରର ଶକ୍ତି ଥାଏ । ତେଣୁ ସେ କାହାରିକୁ ବି ଆଦୌ ଡରେ ନାହିଁ । ଦୁନିଆରେ ତା’ର ଗୋଟିଏ ବୋଲି ନିଜର ଲୋକ ଥାଏ । ସେ ହେଉଛି ତା’ର ଏକମାତ୍ର ଝିଅ କମଳା । ବୁଢୀ କମଳା ପାଇଁ ମନେ ମନେ ବର ଖୋଜୁଥାଏ । କିନ୍ତୁ ଡରରେ କେହି ମଧ୍ୟ ସେ ଅଂଚଳ ଯମା ମାଡନ୍ତି...
(ସତ୍ୟ ଘଟନା) ରେଳ ତ କାଲିକା କଥା, କଲିକତାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବି ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର-ପଶ୍ଚିମାଂଚଳସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ, ଶ୍ୱାପଦସଙ୍କୁଳ, ଅରଣ୍ୟମୟ, ବନ୍ଧୁର, କଦାଚିତ୍ ପ୍ରାନ୍ତର ମଧ୍ୟଗତ ଅପ୍ରସ୍ତୁତ...
ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।...
ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା ।...
ଉଦୟ ନଗର ବୋଲି ସୁନ୍ଦରଗଡରେ ଗୋଟିଏ ଗାଁ ଥାଏ । ଆଉ ସେହି ଗାଁଟିକୁ ବଣ ପାହାଡ ଘେରି ରହିଥାଏ । ତାର ଚାରିଆଡେ ବଡ ବଡ ଶାଳ, ପିଆଶାଳ, ଅସନ, ମହୁଲ ଗଛ ଥାଏ । ଗାଁ ପାଖରେ ଜଙ୍ଗଲ ଟିକିଏ ପତଳା, ମାତ୍ର ଭିତରକୁ ଭିତରକୁ ଜଙ୍ଗଲ ଭାରି ଘଂଚ । ଚାରିଆଡେ ସବୁଜ ଗଛଲତା । କେତେ ପ୍ରକାର ପଶୁପକ୍ଷୀ ସେ ଜଙ୍ଗଲରେ ବାସ କରୁଥା’ନ୍ତି । ଗାଁ ଲୋକମାନେ ସେଇ ଜଙ୍ଗଲରୁ କାଠ ସଂଗ୍ରହ କରି ପାଖ ସହରରେ ତାକୁ ବିକ୍ରି କରି ପେଟ ପୋଷନ୍ତି ।...
ଶିବପୁରର ରାଜା ଶ୍ରୀଦତ ଜଣେ ସୁଶାସକ ନଥିଲେ, ମାତ୍ର ମଣିଷ ହିସାବରେ ସେ ଅତ୍ୟନ୍ତ ଭଦ୍ର ଥିଲେ । ତେଣୁ ତାଙ୍କ ପାତ୍ର ମିତ୍ର ଓ ପ୍ରଜାକୂଳ ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ । ରାଜା କିନ୍ତୁ ରାଜସଭା ଡକାଇବାକୁ ଭାରି ଡରୁଥିଲେ । ଯଦି ବା ପାତ୍ର ମିତ୍ର ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ, ତେବେ ରାଜା ସେମାନଙ୍କ ବୈଠକ ଡାକିବାକୁ କୁଣ୍ଠାବୋଧ କାହିଁକି କରିବେ? ଏ ପ୍ରଶ୍ନର ଉତ୍ତର ହୁଏତ ଖୋଦ୍ ରାଜା ବି...
ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ ପାଣି ଦେଖି ଏଠାକୁ ଚାଲିଆସିଛି । ତୁ ମଧ୍ୟ ଏଠାକୁ ଚାଲିଆ...
ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ ପ୍ରତିଜ୍ଞା କରି କହିଲା – ମୁଁ ମୋର ବୁଦ୍ଧି ବଳରେ ନିଶ୍ଚୟ...
ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ ପ୍ରଶଂସା କରି କହିଲେ, “ଆହା, ମୁଁ ତ ଜାଣିନଥିଲି ଯେ ମୁଁ ମହାକାବ୍ୟ...
ନରିଆ ନାମକ ଜଣେ ବ୍ୟକ୍ତି ଜଙ୍ଗଲରୁ ଚଢେଇ ଧରି ତାକୁ ସେ ସହରରେ ବିକି ଆପଣା ପେଟ ପୋଷେ । ତା’ର ସ୍ତ୍ରୀ ନଥାଏ; ମାତ୍ର ସୁଦାମ ନାମରେ ତା’ର ପୁଅଟିଏ ଥାଏ । ବାପ ଥିବାତକ ସେ ବେଶ୍ ଗେହ୍ଲୋରେ ଚଳୁଥିଲା । ସେ ପୁଅଟି ଟିକିଏ ବଡ ହୋଇ ଯିବା ପରେ ହଠାତ୍ ଦିନେ ତା’ ବାପା ମରିଗଲେ । ତା’ପରେ ସେ ପିଲାଟି ନିଜକୁ ବଡ ଅସହାୟ ଅନୁଭବ କଲା । ତଥାପି ମନରେ ଧୈର୍ଯ୍ୟ ଓ ସାହସ ରଖି ସେ କ୍ରମେ ତା’ ନିଜ ଗୋଡରେ ଠିଆ ହେବାକୁ ଚେଷ୍ଟା କଲା ।...
ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ ଅନୁରୋଧ କଲେ । ସୂତ କହିଲେ, “ମହର୍ଷିଗଣ, ପରୀକ୍ଷିତଙ୍କ ପୁତ୍ର...
ଯେତେବେଳେ ବାରମ୍ବାର ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ, ସେତେବେଳେ ଯୁଦ୍ଧରେ ନିହତ ଅସୁରମାନଙ୍କୁ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମୃତସଞ୍ଜିବନୀ ମନ୍ତ୍ର ପଢି ସେମାନଙ୍କୁ ପୁନର୍ଜୀବନ ଦେଉଥାନ୍ତି । ଏଣୁ ଦେବତାମାନେ ମଧ୍ୟ ସ୍ଥିର କଲେ, ଯେ କୌଣସି ପ୍ରକାରେ ହେଉ ପଛେ ସେମାନଙ୍କୁ ବି ମୃତସଞ୍ଜିବନୀ ଶିଖିନେବାକୁ ହେବ । ଏପରି ଭାବି ସେମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚକୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ...
ଶାଳ୍ୱ ଦେଶର ରାଜା ବ୍ରହ୍ମଦତ ନିଃସନ୍ତାନ ଥିଲେ । ଜଣେ ଋଷି ତାଙ୍କୁ କହିଲେ, “ତୁମର ପ୍ରଜାମାନେତ ହିଁ ତୁମର ସନ୍ତାନ । ସେମାନଙ୍କ ଭିତରୁ ତୁମେ କୌଣସି ମହତ୍ ଓ ବୀର ସ୍ୱଭାବର ପିଲା ବାଛି ନିଅ । ସେ ହେବ ତୁମର ଉତ୍ତରାଧିକାରୀ ।” କିନ୍ତୁ ଏଥିରେ ସେ ରାଜାଙ୍କ ମନ ମୋଟେ ମାନିଲା ନାହିଁ । ଏଣୁ ସେ ରାଜା କୈଳାଶ ପର୍ବତକୁ ଯାଇ ଶିବଙ୍କୁ ସେଠାରେ ଧ୍ୟାନ କଲେ । ତାଙ୍କ ପ୍ରାର୍ଥନା ପୂର୍ଣ୍ଣ ହେଲା । ତାଙ୍କର ଦୁଇ...
ଗୋଟିଏ ଗ୍ରାମରେ ଜଣେ ବଡ ଧନୀ ଥିଲେ । ତାଙ୍କର ବ୍ୟବସାୟ, ଚାଷ ଇତ୍ୟାଦି ନାନାପ୍ରକାରର ଧନରୋଜଗାର କରିବାର ପନ୍ଥା ଥିଲା । ତାଙ୍କର ଚାରିପୁଅ । କ୍ରମେ ସେ ବୃଦ୍ଧ ହୋଇ ବିଛଣା ଧରିଲେ । ବଡପୁଅ କାମ ଦାମ ବ୍ୟବସାୟ ଦେଖାଶୁଣା କରେ, ଦ୍ୱିତୀୟଟି ପଶୁମାନଙ୍କର ଦେଖାଶୁଣା କରେ । ତୃତୀୟଟି ଜମିବାଡି ଦେଖାଶୁଣା କରେ; ଚତୁର୍ଥଟିର ମନ ଏସବୁଥିରେ ନଥାଏ; ସେ ସର୍ବଦା ଶାସ୍ତ୍ର ପଢେ ଓ ଧାର୍ମିକ କାମସବୁ କରେ । ଏହି ପରି ଭାବରେ ସେ...
ବହୁବର୍ଷ ପୂର୍ବର କଥା । ବିନ୍ଧ୍ୟପର୍ବତ ଅଂଚଳରେ ଜଣେ ମୁନି ସର୍ବଦା ତପସ୍ୟାରତ ଥା’ନ୍ତି । ଲୋକମାନେ ଏକଥା ଜାଣିବା ମାତ୍ରେ ସେଠାକୁ ଯିବା ଆସିବା କରନ୍ତି, ନିଜର ଦୁଃଖ କଷ୍ଟ ଶୁଣାନ୍ତି ଓ ଆଶୀର୍ବାଦ ଭିକ୍ଷା କରନ୍ତି । ମୁନି ମଧ୍ୟ ଯଥାସାଧ୍ୟ ଲୋକଙ୍କର ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି । ମୁନି ବଡ ଶାସ୍ତ୍ରଜ୍ଞ ଓ ଜ୍ଞାନୀ ଥିଲେ; ତେଣୁ ଲୋକମାନଙ୍କୁ ବହୁତ ତାତ୍ତ୍ୱିକ ବିଷୟରେ ସେ ବୁଝାନ୍ତି । କିନ୍ତୁ ନିତିଦିନର...
ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ । ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ ଦେଖିଲେ ଅନ୍ୟ ଗଧିଆ ମାନେ ତାଙ୍କର କୌଣସି ଅନିଷ୍ଟ କରୁ...
ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର ଘରକୁ ଆସନ୍ତି । ଉଭୟ ପରିବାର ମଧ୍ୟରେ ଏହିପରି ଯିବା ଆସିବା...
ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା । କିନ୍ତୁ ରାଜା କିଛି ବି ଶୁଣିଲେ ନାହିଁ । ସେ ଏପରି ଛୋଟିଆ...


