ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ ପ୍ରଶଂସା କରି କହିଲେ, “ଆହା, ମୁଁ ତ ଜାଣିନଥିଲି ଯେ ମୁଁ ମହାକାବ୍ୟ...
ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି ପରିଚାରିକାମାନଙ୍କୁ ଲଗାଇ ସେହି ଅଣ୍ଡାଗୁଡ଼ିକ ସଂଗ୍ରହ କରି ନଅରକୁ ନେଇ...
ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ । ଉଠ ଅବଲୋକରା ପାହିଲା ରାତି ଯିବା ତୀର୍ଥ ଜାଣ ଚଂଚଳ ମତି । ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା । ...
ଶ୍ରୀପୁର ଗ୍ରାମରେ ନାରାୟଣ ନାମକ ଜଣେ ଧନୀ ଥିଲେ । ଶ୍ରୀଧର ଥିଲେ ତାଙ୍କର ପିଲାବେଳର ସାଙ୍ଗ, ସେ ବାଜପୁର ନାମକ ପାଖ ଗ୍ରାମରେ ରହୁଥିଲେ । ଦିନେ ଶ୍ରୀଧର, ନାରାୟଣଙ୍କୁ ଦେଖା କରିବାକୁ ଶ୍ରୀପୁର ଗଲେ । ବହୁତ ଦିନ ପରେ ଶ୍ରୀପୁର ଆସିଥାଆନ୍ତି, ତାଙ୍କର କିଛି କାମ ମଧ୍ୟ ଥାଏ, ପୁଣି ଏତେଦିନ ପରେ ବନ୍ଧୁ ସହିତ ଦେଖା । ଶ୍ରୀଧର ସେଠାରେ ପହଁଚିବାରୁ ନାରାୟଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।...
ଥରେ ଜଣେ ବ୍ୟକ୍ତି ତା’ର ଘୋଡାଗାଡିଟି ନେଇ ସକାଳୁ ସକାଳୁ କୌଣସି କାର୍ଯ୍ୟରେ ବାହାରିଥାନ୍ତି । ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ରାସ୍ତା ଘାଟ ପାଣି କାଦୁଅରେ ଭର୍ତ୍ତି ହୋଇଗଲା । ଘୋଡାଗାଡିଟି କିଛିବାଟ ଯାଇଛି କି ନାହିଁ, ତା’ର ଚକ କାଦୁଅରେ ଗଳିଗଲା । ଲୋକଟି ତା’ର ଚାବୁକ୍ ସାହାଯ୍ୟରେ ଘୋଡାକୁ ଯେତେ ପିଟିଲେ ବି କିଛି ଲାଭ ହେଲାନାହିଁ । ଘୋଡା ଟାଣି ଟାଣି ହାଲିଆ ହୋଇଗଲେ ପଛେ, ଚକ କାଦୁଅରୁ ବାହାରିଲା ନାହିଁ...
ମେନକା ଓ ହିମବାନ୍ ତା’ପରେ ନିଜ ପ୍ରାସାଦକୁ ଲେଉଟି ଆସିଲେ । କାଳକ୍ରମେ ମେନକାଙ୍କର ଶହେଟି ପୁତ୍ରସନ୍ତାନ ଜନ୍ମ ହେଲେ । ସେଥି ମଧ୍ୟରୁ ଜୈଷ୍ଠ ପୁତ୍ର ହେଲେ ମୈନାକ । କିଛି କାଳ ପରେ ଚୈତ୍ର ଶୁକ୍ଳ ନବମୀ ଦିନ ଆଦ୍ରା ନକ୍ଷତ୍ରର ଶୁଭ ସମୟରେ ଏକ କନ୍ୟା ଭୂମିଷ୍ଠ ହେଲେ । ପର୍ବତଙ୍କ କନ୍ୟା ଯୋଗୁଁ ତାଙ୍କ ନାମ ପାର୍ବତୀ ରଖାଗଲା । ସେ କନ୍ୟା ଜନ୍ମ ହେବା ମାତ୍ରେ ଦଶଦିଗ ଆଲୋକିତ ହୋଇ ଉଠିଲା ଦେବତାମାନେ ଆନନ୍ଦରେ ପୁଷ୍ପବୃଷ୍ଟି...
ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା ମୁଁ ଗାଡି ଖୋଜୁଥିଲି । ବହୁତ ବେଳୁ ଖାଲି ଗାଡିଟିଏର ଅପେକ୍ଷା...
ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ ଛିଡା ହୋଇ ଆଉ ଗୋଟିଏ ଡାଳକୁ ହାଣୁଛି ଠିକ୍ ଏହି ସମୟରେ ତା...
ବୁଢା ମଲାବେଳେ ତା’ର ଦୁଇ ପୁଅଙ୍କୁ ଡାକି କହିଲା, “ମୁଁ ଆମ ବଗିଚାରେ ତୁମ ପାଇଁ କିଛି ଧନ ପୋତି ଦେଇଯାଇଛି ।” ଏହା ଶୁଣି ସେ ଦୁଇ ପୁଅ ଭାରି ଖୁସି ହୋଇଗଲେ ଓ ବୁଢା ମଲାପରେ ବଗିଚାକୁ ଖୋଳିଲେ; କିନ୍ତୁ କିଛି ବି ପାଇଲେ ନାହିଁ । ତାପରେ ବାରମ୍ବାର ବଗିଚାକୁ ଖୋଳି ଖୋଜିବାରେ ଲାଗିଗଲେ, ହେଲେ ତାକୁ କିଛି ବି ଧନ ମିଳିଲା ନାହିଁ । ସେମାନେ କିଛି ଧନ ନ ପାଇ ଶେଷରେ ସେ ବଗିଚାରେ ଫସଲ କଲେ...
ଅବତାରର ଚାରି ଏକର ଜମି । ଠିକ୍ ସମୟରେ ବର୍ଷା ହେଉଥିବାରୁ ବହୁବର୍ଷ ହେଲା, ଫସଲରୁ ଭଲ ଆମଦାନୀ ହେଉଥାଏ । କିନ୍ତୁ ତାହା ତା’ମନକୁ ଆଦୌ ତୃପ୍ତ କରୁ ନ ଥାଏ । ମନରେ ତା’ର ତୀବ୍ର ଇଚ୍ଛା ଥାଏ ସେ କିପରି ଜଣେ ଖୁବ୍ ଭାଗ୍ୟବାନ, ଧନଶାଳୀ ବ୍ୟକ୍ତିଟିଏ ହେବ । ଦିନେ ସେହି ଗ୍ରାମକୁ ଜଣେ ଯୋଗୀ ଆସିଲେ । ସେ ଗ୍ରାମବାସୀଙ୍କୁ ଉପଦେଶ ଓ ସତ୍ପରାମର୍ଶ ଦେଉଥାନ୍ତି । ଅବତାର ତାଙ୍କୁ ସାକ୍ଷାତ କରି ପ୍ରଶ୍ନ କଲା...
ଏକଦା ଗୁରୁ ନାନକ ଏବଂ ତାଙ୍କର ପ୍ରିୟ ଅନୁଗାମୀ ‘ମରଦନା’ ବିଭିନ୍ନ ସ୍ଥାନ ଭ୍ରମଣ କରି ଶେଷରେ ଲାହୋରଠାରେ ଯାଇ ପହଁଚିଲେ । ସେ ଯେଉଁ ସ୍ଥାନମାନଙ୍କରେ କିଛିଦିନ ଅବସ୍ଥାନ କରୁଥିଲେ ସେ ସ୍ଥାନରେ ଦେଉଥିବା ଧାର୍ମିକ ପ୍ରବଚନ ଲୋକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେଉଥିଲା । ସୁତରାଂ ତାଙ୍କର ପ୍ରବଚନ ଜନସମାଜରେ ଖୁବ୍ ପ୍ରଭାବ ପକାଉଥିଲା । ଫଳରେ ତାଙ୍କ ସଭାରେ ଢେର୍ ଜନସମାବେଶ ପରିଲକ୍ଷିତ ହେଉଥିଲା । ନାନକ...
ଜଣେ ବଣିକ ତା’ର ଘୋଡା ଏବଂ ଗଧକୁ ଧରି ବାହାରକୁ ଗଲା । ସେ ବଣିକ ତ ଗଧ ପିଠିରେ ବହୁତ ଗୁଡାଏ ଜିନିଷ ଲଦି ଦେଇଥିଲା, ଯାହାଦ୍ୱାରା କି ସେ ଗଧ ଭାର ବୋହି ବୋହି ଥକିଗଲା । ତେଣୁ ସେ ଗଧ ଘୋଡାକୁ କହିଲା, “ଭାଇ ମୁଁ ଆଉ ଏତେ ଭାର ନେଇପାରୁ ନାହିଁ, ମୋଠାରୁ ଅଳ୍ପ କିଛି ଭାର ତୁ ତୋ ପିଠିରେ ନେଇଗଲେ, ମୁଁ ବାକିତକ ବୋଝ ନେଇ ଖୁସିରେ ଚାଲିପାରନ୍ତି ।” ମାତ୍ର ଘୋଡା ଏଥିରେ ମୋଟେ ରାଜି ହେଲା ନାହିଁ । କାହିଁକି ନା...
ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ ନିଶ୍ଚୟ ଆସିଥାଏ । ତେଣୁ ତା’ର ଯାହା ଯାହା ସବୁ ଦରକାର ଶାଶୁଙ୍କୁ...
କୌମୁଦୀ ରାଜ୍ୟର ପରିସର ଭିତରେ ବ୍ୟାପକ ଅଂଚଳ ବ୍ୟାପୀ ଗୋଟିଏ ବଣ ଥିଲା । ତାହାର ନାମ ଶାନ୍ତିବନ । ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ । ତାଙ୍କର ଜଣେ ଶିଷ୍ୟ ଥିଲେ । ତା’ର ନାମ ପ୍ରବୋଧ । ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ । ଥରେ ଗୁରୁ ଜୀବାନନ୍ଦ କହିଲେ, “ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ । ଦିଅଁ...
ବିଦ୍ୟାଧରପୁରରେ ଜଣେ ଖୁବ୍ ଥିଲାବାଲା ଲୋକଥିଲେ, ତାଙ୍କ ନାମ ସୁରେନ୍ଦ୍ର ମହାରାଣା । ତାଙ୍କର ଦୁଇ ପୁଅ, ସୁରେଶ ଓ ସୂର୍ଯ୍ୟକାନ୍ତ । ମହାରଣାଙ୍କ ମୃତ୍ୟୁ ପରେ ଦୁଇଭାଇ ଭିନେ ହୋଇଗଲେ । କିନ୍ତୁ ସେହି ପୈତୃକ ଘରକୁ ଦୁଇଭାଗ କରି ଦୁଇଭାଇ ସେଠାରେ ରହିଥାନ୍ତି । ସେଯାଏଁ କାହାରି ମଧ୍ୟ ବାହାଘର ହୋଇ ନଥାଏ । ଯିଏ ଯାହାର ନିଜ ପାଇଁ ରୋଷେଇ କରି ଖାଉଥାନ୍ତି । ସୁରେଶର ଭାରି ଇଚ୍ଛା, ସେ ପଇସାପତ୍ର ସଂଚୟ କରି...
ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା । ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର ଜୀବନ ବଂଚାଇଛି । ଶୀତଳ କହିଲା, “ପୁଅ, ତମେ ଠିକ୍ ସମୟରେ...
ଶିବପୁରୀର ରାଜା ଧର୍ମନନ୍ଦନଙ୍କର ଦୁଇ ରାଣୀ ଥିଲେ । ବଡ ରାଣୀଙ୍କ ପୁଅର ନାମ ବିଜୟସେନ ଓ ସାନ ରାଣୀଙ୍କ ପୁଅର ନାମ ସତ୍ୟସେନ । ରାଜାଙ୍କ ଅନ୍ତେ ଯିଏ ବି ରାଜା ହେବ, ପୂର୍ବରୁ ତ ତାକୁ ଯୁବରାଜ ପଦରେ ଅଭିଷିକ୍ତ କରା ହେବା କଥା । ଦୁଇ ପୁଅଯାକ ଯୋଗ୍ୟ । ରାଜା କାହାକୁ ଯୁବରାଜ କରିବେ, ତାହା ସେ ଠିକ୍ କରିପାରୁ ନଥିଲେ । ସେଥିରେ ପୁଣି କିଛି ସମସ୍ୟା ବି ଥିଲା । ବଡ ରାଣୀଙ୍କ ପୁଅ ବିଜୟସେନ ସାନରାଣୀଙ୍କ ପୁଅ ସତ୍ୟସେନ ଅପେକ୍ଷା...
ଦିନେ ଗୋଟିଏ ଡାଆଁସ ଦେଖିଲା ଗୋଟିଏ ଷଣ୍ଢ ପଡିଆରେ ଶୋଇଛି । ତା’ପରେ ସେ ଡାଆଁସ ଭାବିଲା ଷଣ୍ଢକୁ ହଇରାଣ କରିବ । ଏହା ଭାବି ସେ ଡାଆଁସ ଯାଇ ଷଣ୍ଢ ପିଠିରେ ବସି ପଡିଲା ଓ ଭାବିଲା ଷଣ୍ଢକୁ ବୋଧେ ଭାରି କଷ୍ଟ ହେଉଥିବ । ତେଣୁ ସେ ଡାଆଁସ ଷଣ୍ଢକୁ ପଚାରିଲା, “ଷଣ୍ଢଭାଇ, ମୁଁ ତୁମ ଉପରେ ବସିବାରୁ ତୁମକୁ କଷ୍ଟ ହେଉଛି କି? ଯଦି କଷ୍ଟ ହେଉଥାଏ ତେବେ ମୁଁ ଉଡିଯିବି?” ଏହା ଶୁଣି ଷଣ୍ଢ କହିଲା, “କାହିଁ ମୋତେ ତ କିଛି ବି କଷ୍ଟ ହେଉ...
ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ଖୁବ୍ ଗରିବ ହୋଇଥିଲେ ମଧ୍ୟ ଏକଥା କେବେ...
ରାମପୁର ଗାଁର ଜୟଦାସର ଗୋଟିଏ ବୋଲି ଝିଅ । ତା’ର ନାମ ସୁକୁମାରୀ । ସେ ଝିଅଟି ସତରେ ସୁକୁମାରୀ । ମାଛିକୁ ମ ସୁଧା ବି ସେ କହେନାହିଁ । ତା’ର ସ୍ୱଭାବ ଅତି ଧୀର । ଜୟଦାସ ତା’ ପାଇଁ ବର ଖୋଜୁଥାନ୍ତି । ସୁକୁମାରୀର ଭାରି ଇଚ୍ଛା ସେ ଚମ୍ପେଇ ଗାଁର ସୁବ୍ରତକୁ ବିଭା ହେବ ବୋଲି । ଚମ୍ପେଇରେ ସୁକୁମାରୀର ମାମୁଁ ଘର । ଠିକ୍ ତା’ ମାମୁଁ ଘର ପାଖରେ ସୁବ୍ରତର ଘର । ସେଇଠି ସେ ଦୁହିଁଙ୍କର ଭେଟ ହୋଇଥାଏ ।...
ଗୋଟିଏ ରାଜ୍ୟରେ ‘ଚନ୍ଦ୍ରଦେବ’ ନାମକ ରାଜାଥିଲେ । ତାଙ୍କର ପୁତ୍ର ଉପବନରେ ଦଳେ ମାଙ୍କଡ ରଖିଥିଲେ । ରାଜକୁମାର ପ୍ରତିଦିନ ସେହି ମାଙ୍କଡ ମାନଙ୍କୁ ଖାଇବାକୁ ଦେଇ ପୋଷା ମନାଇ ଥାଆନ୍ତି । ସମୟ ପାଇଲେ ଉପବନରେ ସେମାନଙ୍କ ସହିତ ନାନାଦି ଖେଳ ଖେଳନ୍ତି । ମାଙ୍କଡ ମାନଙ୍କ ବ୍ୟତୀତ ରାଜକୁମାର କେତେଗୁଡିଏ ମେଣ୍ଢାଙ୍କୁ ମଧ୍ୟ ପାଳିଥାଆନ୍ତି । ମେଣ୍ଢାପଲ ମଧ୍ୟରେ ଗୋଟିଏ ଦୁଷ୍ଟ ମେଣ୍ଢା ଥାଏ । ସେ ପ୍ରତିଦିନ ରାଜାଙ୍କର ରୋଷେଇ ଶାଳରେ...
ସୁମତି ଶାଶୁଘରକୁ ଆସିବା ଏକ ସପ୍ତାହ ହୋଇଗଲାଣି । ସେ ଇତିମଧ୍ୟରେ ଘରର ଚାଲିଚଳଣି ସବୁ କ୍ରମେ ବୁଝିଗଲାଣି । ସେ ଦେଖିଲା ସେ ଘରେ ତା’ ଶାଶୁ ହିଁ ମୁରବି । ଶଶୁର ନାମକୁ ମାତ୍ର ମୁରବି । ଦିନେ ସୁମତି ଦେଖିଲା ତା’ର ନଣନ୍ଦ ରାଧା ଥାଳିରେ ଖାଦ୍ୟ ଧରି କୁଆଡେ ଯାଉଛି । ତହୁଁ ସେ ପଚାରିଲା, “ରାଧା, ଏ ଖାଦ୍ୟ କାହାପାଇଁ ନେଉଛ?” ରାଧା ତା’ ଭାଉଜ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା“ଭାଉଜ, ଏ ଖାଦ୍ୟ ମୁଁ ଜେଜେମା ପାଇଁ ନେଉଛି...
ଗୁମ୍ଫା ଦ୍ୱାରରୁ ରକ୍ତଧାରା ନିର୍ଗତ ହେବାର ଦେଖି ସୁଗ୍ରୀବ ଭାବିଲେ କି ବାଳୀଙ୍କର ମୃତ୍ୟୁ ହୋଇଛି । ତେଣୁ ସେ ଭୀଷଣ ଦୁଃଖ ଓ ଭୟରେ ସେ ଗୁମ୍ଫାଦ୍ୱାର ବନ୍ଦ କରିଦେଇ କିସ୍କିନ୍ଧ୍ୟାକୁ ଲେଉଟି ଆସିଲେ । କିନ୍ତୁ ପ୍ରକୃତରେ ବାଳୀ ସେ ମାୟାବୀକୁ ମାରିଥିଲେ ଓ କିଛିଦିନ ପରେ କିସ୍କିନ୍ଧ୍ୟାକୁ ସେ ଫେରି ଆସିଲେ । ସୁଗ୍ରୀବ ବାଳୀଙ୍କୁ ଜୀବିତ ଅବସ୍ଥାରେ ଦେଖି ଆନନ୍ଦ ଓ ଚକିତ ହୋଇ ତାଙ୍କ ପାଦତଳେ ରାଜମୁକୁଟ ରଖି ତାଙ୍କୁ ସେ...
ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ ମୋ କ’ଥା ରଖିବେ । ରାଜା ବିକ୍ରମାଦିତ୍ୟ କହିଲେ ପ୍ରିୟେ...
ନିଶା ଗରଜୁଥାଏ । ତୁହାକୁ ତୁହା ଝିପିଝିପି ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ଥରି ଯାଉଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ ପୂର୍ବକ ସେହି...
ଜଳଦସ୍ୟୁ କପ୍ତାନର ଜାହାଜକୁ ଅନ୍ୟ ଗୋଟିଏ ଦସ୍ୟୁ ଜାହାଜ ଆକ୍ରମଣ କରିବାକୁ ବସିବାରୁ କପ୍ତାନ ପିଙ୍ଗଳ ସମେତ ନିଜର ସବୁ ଗୁଲାମଙ୍କୁ ମୁକ୍ତ କରିଦେଲା । ଗୁଲାମମାନେ ତା’ ପାଇଁ ଯୁଦ୍ଧ କରିବେ, ଏଇଆ ତା’ର ଉଦ୍ଧେଶ୍ୟ ଥିଲା । କିନ୍ତୁ ପିଙ୍ଗଳର ନେତୃତ୍ୱରେ ଗୁଲାମମାନେ ବିଦ୍ରୋହ କଲେ । କପ୍ତାନର ମୃତ୍ୟୁ ହେଲା । ଦୁଇ ଜାହାଜ ଭୀଷଣ ଭାବରେ ପରସ୍ପର ଧକ୍କା ଖାଇଲେ । ପିଙ୍ଗଳ ଛିଟିକି ଅଥଳ ସମୁଦ୍ରରେ ପଡିଲା । ତା’ପରେ –...
ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି । ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ କୂଳକୁ ବଗ ଆସେ । କାହାକୁ କିଛି ନକହି ମଉନ ହୋଇ ବସେ । ସକାଳୁ...
ଗୋଟିଏ ଗ୍ରାମରେ ଜଣେ ସ୍ତ୍ରୀ ଲୋକ ବାସ କରୁଥିଲା । ସେ ପ୍ରତିଦିନ ଅପରାହ୍ନରେ ତା’ର ସ୍ୱାମୀକୁ ଦଶଥର ଜୋତାରେ ମାରୁଥିଲା । ସେହି ସ୍ତ୍ରୀଲୋକର ଏକ ଝିଅ ମଧ୍ୟ ଥିଲା । ସେ ବିବାହ ଯୋଗ୍ୟା ହେବା ପରେ ତା’ପାଇଁ ବରପାତ୍ର ଖୋଜା ଚାଲିଲା । ସେ ଝିଅଟି ରୂପରେ ଖୁବ୍ ସୁନ୍ଦର ଥିଲା । କିନ୍ତୁ ମା’ ଯେମିତି ଜୋତା ପ୍ରହାର କରେ ସେ ମଧ୍ୟ ଠିକ୍ ସେମିତି କରିପାରେ ବୋଲି ସେଥିପାଇଁ ଯେତେ ପ୍ରସ୍ତାବ ଆସିଲେ ମଧ୍ୟ କେହି...
ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ...
ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ । ସେ କହିଲେ, “ଆଛା ଏତେ ଖୋଜା ଖୋଜି କାହିଁକି...
ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି ସମୟ ପରେ ସେମାନେ ବେହୋସ୍ ହୋଇ ପଡନ୍ତି । ଏପରିକି କେତେକ...
ପାଠକେ! ଗୋପାଳର ସ୍ତ୍ରୀ ମଧ୍ୟ ସ୍ୱାମୀର ଚତୁରତା ଦେଖି ଶୁଣି ସେ ମଧ୍ୟ ବଡ ଚତୁରୀ ହୋଇ ଯାଇ ଥିଲା । ରସିକତା କଥା ବେଶ୍ ଜାଣେ । ଦିନେ ଗୋପାଳର ସ୍ତ୍ରୀ ତାର ପାଂଚ ବର୍ଷର ପୁଅକୁ ସାଙ୍ଗରେ ନେଇ ଗଙ୍ଗାକୁ ଯାଇ ପୁଅକୁ ସ୍ନାନ କରାଇ ଦେଉଛି, ଏହି ସମୟରେ ଆହୁରି ଅନେକ ସ୍ତ୍ରୀ ସେଠି ସ୍ନାନ କରୁଛନ୍ତି । ତାଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଗୋପାଳ ଭାଣ୍ଡ ପୁଅକୁ ଦେଖି ଆଉ ଜଣେ ସ୍ତ୍ରୀକୁ ଡାକି କହିଲା, ଦେଖ ଦିଦି ଏ ପିଲାଟି ଠିକ୍...
ବୁଢୀଟିଏ ଥାଏ; ସେ ବହୁତ ଧନସମ୍ପତ୍ତିର ମାଲିକାଣୀ । କିନ୍ତୁ ନାତୁଣୀଟି ବ୍ୟତୀତ ତା’ର ଏ ସଂସାରରେ ନିଜର ବୋଲି ଆଉ କେହି ବି ନଥିଲେ । ବୁଢଟି ତା ନାତୁଣୀକୁ ସର୍ବଦା କଡା ଶାସନ ଭିତରେ ରଖିଥାଏ । ତାକୁ ସେ ବାହାରକୁ କେବେବି ଖେଳିବାକୁ ଛାଡେନାହିଁ ବା ବାହାରୁ କିଏ ସାଙ୍ଗଝିଅ ଆସିବାକୁ ଚାହିଁଲେ ସେ ବୁଢୀ ମନା କରିଦିଏ । ଏହିପରି ଭାବେ ସେ ନାତୁଣୀଟି ତା’ ଜେଜେମା ପାଖରେ ଡରିମରି ଥାଏ । ଯେପରିକି ନାତୁଣୀ...