ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ

    ଜ୍ଞାନୀବ୍ୟକ୍ତିମାନେ କହିଥାନ୍ତି ସଦା ଧୈର୍ଯ୍ୟ ମଣିଷର ମହାନ ଗୁଣ     ଏହି ଗୁଣ ବଳେ ଅସାଧ୍ୟକାର୍ଯ୍ୟ ବି ଅତି ସହଜରେ ହୁଏ ସାଧନ ।     ଏଥିଲାଗି ଗୁରୁ ରାମଦାସଙ୍କର ଜୀବନୀରୁ କଥାଟିଏ ଶୁଣିଲେ     ଜାଣିଯିବା ଧୈର୍ଯ୍ୟଗୁଣର ମହତ୍ତ୍ୱ ରାମଦାସ ଯାହା ବୁଝାଇଥିଲେ ।                 ମାନବର ଅନେକ ସଦ୍ ଗୁଣ ମଧ୍ୟରେ ଧୈର୍ଯ୍ୟ ହେଉଛି ମହାନ୍ । ଏହି ଗୁଣଧାରୀ ବ୍ୟକ୍ତି ନିଶ୍ଚୟ ବଡମଣିଷରେ ଗଣା ହୋଇଥାଏ, ଅସାଧ୍ୟ କାର୍ଯ୍ୟକୁ...

Read More

ରାଜା ହାତୀ ନେଲେ, କଖାରୁ ଦେଲେ

ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ ଅତ୍ୟନ୍ତ ଈର୍ଷା କରନ୍ତି ଏପରିକି ସେ ତାଙ୍କର ସୁନାମକୁ ଆଦୌ...

Read More

ବିଫଳ କୌଶଳ

ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।                 ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ନିନ୍ଦା କରନ୍ତି । ଦିନେ ସେ...

Read More

ପିଉସୀ ମା ଓ ଗୋପାଳ

 ରାଜା କୃଷ୍ଣ ଚନ୍ଦ୍ରଙ୍କର ବିଧବା ପିଉସୀ ବୁଢୀଟିଏ ଥିଲା । ସେ ବଡ କୃପଣ । କାହାକୁ ଦେହର ମଳି ଟିକେ ଦେବାକୁ ସେ ନାରାଜ ଥାଏ । ଦାନ ଧ୍ୟାନତ ତାଙ୍କର ପାଞ୍ଜିରେ ନାହିଁ । ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ –                  ଗୋପାଳ ତୁମ୍ଭେ ତ ପ୍ରତ୍ୟେକ ଦିନ ଆମ୍ଭ ଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲି ଯାଅ । ଆଚ୍ଛା ଆଜି ଯାଅ ତ ଯେବେ ଆମ୍ଭର ପିଉସୀଙ୍କ ଠାରୁ କିଛି ଆଦାୟ କରି ପାରିବ ତେବେ...

Read More

ହଜାରେ ବାଲ୍ଟି ପାଣି

ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ କିତିକାତିଆ ହୋଇ ଧାଆଁନ୍ତି କୂଳକୁ । ଏହା ନିତି ଦିନିଆଁ ଖେଳ...

Read More

ଏହାପରେ କ’ଣ ହେଲା?

 ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...

Read More

ଅଭିନେତାଙ୍କ ଭିନ୍ନ ବିଚାର

ଏକଦା ଜଣେ ଅଭିନେତା ରାଜାଙ୍କ ଦରବାରରେ ଶଙ୍କରାଚାର୍ଯ୍ୟଙ୍କ ବେଶରେ ପହଁଚିଗଲେ । ସେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ରାଜଦରବାରରେ ଅନେକ ସମୟ ଧରି ଧର୍ମଚର୍ଚ୍ଚାରେ ବ୍ୟସ୍ତ ରହିଲେ । ଆଲୋଚନା ଅତ୍ୟନ୍ତ ଭାବଗର୍ଭକ ଓ ଉପାଦେୟ ଥିବାରୁ ରାଜା ଏକାବେଳକେ ଭାବବିହ୍ୱଳ ହୋଇ ପଡିଥାନ୍ତି ।         ଏବେ ରାଜା ଅତ୍ୟନ୍ତ ଖୁସିହୋଇ ଶଙ୍କରାଚାର୍ଯ୍ୟ ବେଶଧାରୀ ସେହି ଅଭିନେତାଙ୍କୁ ଥାଳିଏ ସୁନାମୋହର ଉପହାର ଦେବା ପାଇଁ ମନ୍ତ୍ରୀଙ୍କୁ...

Read More

ଶକ୍ତି-ଯୁକ୍ତି

ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ...

Read More

ଶ୍ରେଷ୍ଠ ଉପହାର

ବହୁତ ଦିନ ତଳର କଥା । ଗୋଟିଏ ଆଶ୍ରମରେ ଜଣେ ସାଧୁ ରହୁଥିଲେ । ଆଉ ସେହି ସାଧୁଙ୍କର ଅନେକ ଗୁଡିଏ ଶିଷ୍ୟ ଥିଲେ । ସେ ଶିଷ୍ୟମାନଙ୍କ ଭିତରେ ଏକ ଶବର ପିଲା ବି ଥିଲା । ସେ ଶବର ପିଲାଟି ସାଧୁଙ୍କ ଠାରୁ ସମସ୍ତ ଯୁଦ୍ଧବିଦ୍ୟା କଳା ବି ଶିଖିଥିଲା । ସେ ସାଧୁଙ୍କ ଆଶ୍ରମରେ ଜାତି ଭେଦ ଭାବ ଏମିତି କିଛି ବି ନ ଥିଲା । ଯେ କୌଣସି ଜାତିର ପିଲା ସେ ସାଧୁଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଯେ କୌଣସି ବିଦ୍ୟା ଶିକ୍ଷା ଲାଭ କରିପାରୁଥିଲା ।...

Read More

ଚଢେଇର ପର

ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ...

Read More

ଘଂଟି ବନ୍ଧା ଓଟ କଥା

ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ଉଜ୍ଜଳକ ନାମକ ଏକ ବଢେଇ ବସବାସ କରୁଥାଆନ୍ତି । ସେ ବହୁତ ଗରୀବ ଥାଏ । ଯେତେ ଯାହା ରୋଜଗାର କଲେ ମଧ୍ୟ ତାକୁ ଅଂଟେ ନାହିଁ । ସହରରେ ସମସ୍ତେ ବିରାଟ ବିରାଟ ପ୍ରାସାଦ ନିର୍ମାଣ କରି ଅୟସରେ ଜୀବନ ବିତାଉଥିବାବେଳେ ଗରୀବ ବଢେଇଟି ବିଚରା ତା’ର ଛୋଟିଆ ଘରଟିରେ ରହୁଥାଏ । ଦିନେ ବଢେଇଟି ଠିକ୍ କଲା ତା’ର ପରିବାରକୁ ସାଥିରେ ନେଇ ଅନ୍ୟ ଏକ ସହରକୁ ଚାଲିଯିବ । ଏହା ଭାବି ସଂଗେ ସଂଗେ ଅନ୍ୟ ଏକ ସହର...

Read More

ବାବୁ କହିଥିଲେ

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ ଭାରି ଭଲ ପାଆନ୍ତି । ତା ପାଟି ଶୁଣିଲେ ପିଲାମାନେ ଗ୍ଲାସ...

Read More

ପରିପୂର୍ଣ୍ଣ ମାନବିକତା

ବିକ୍ରମପୁରର ରାଜାଙ୍କ ଆକସ୍ମିକ ମୃତ୍ୟୁ ହେବା ଯୋଗୁଁ ଅଳ୍ପ ବୟସରେ ରାଜକୁମାରଙ୍କ ରାଜ୍ୟାଭିଷେକ ହେଲା । ସଂସାର ଅନଭିଜ୍ଞ ନୂଆ ରାଜାଙ୍କୁ ରାଜଗୁରୁ କହିଲେ, “ଯିଏ ଶାସକ ହୁଏ, ତା’ର ପ୍ରଥମ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ମାନବ ମଧ୍ୟରେ ମାନବିକତା କେତେଦୂର ରହିଛି । ଯେତେବେଳେ ଆବଶ୍ୟକ ହେବ ମୁଁ ତୁମକୁ ଏସବୁ ବିଷୟରେ ଶିକ୍ଷା ଦେବି ।”                 ନୂଆରାଜା ରାଜଗୁରୁଙ୍କୁ ପଚାରିଲେ “ଏସବୁ ଜ୍ଞାନ ହେବାକୁ କେତେ ସମୟ...

Read More

ବୁଦ୍ଧି

ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି ସେମାନେ ମାତ୍ର ଦଶଟି ମୁଦ୍ରା ପାଇଲେ ।                ...

Read More

ଯାହାକୁ ଯେପରି ଶିକ୍ଷା

ଗୋଟିଏ ଲୋକର ଦୁଇଟି କୁକୁର ଥିଲା । ସେ ଲୋକଟି ଗୋଟିଏ କୁକୁରକୁ ଶିକାର କରିବାକୁ ସବୁଦିନ ପଠାଏ ଏବଂ ଅନ୍ୟ କୁକୁରଟିକୁ ନିଜ ପାଖରେ ବସେଇ ରଖିଥାଏ । ଶିକାରୀ କୁକୁର ସବୁଦିନେ ଯାଇ କିଛି ଜନ୍ତୁ ମାରିକରି ଆଣେ ଏବଂ ଶିକରୀ ସେଥିରୁ ଆର କୁକୁରକୁ ଅଧେ ଭାଗ ଦିଏ । ଏହା ଦେଖି ସେ ଶିକାରୀ-କୁକୁରର ମନରେ ଭାରି ଦୁଃଖ ହେଲା ଓ ସେ ଅନ୍ୟ କୁକୁରକୁ କହିଲା, “ମୁଁ କଷ୍ଟ କରି ଶିକାର କରୁଛି, ଆଉ ତୁ କିଛି ବି ନକରି ଏଇଠି ବସିଛୁ, କିନ୍ତୁ...

Read More

ଅଦୃଶ୍ୟ ପରୀ

ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି । ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ ପନିପରିବା କରୁଥିଲେ । ସେମାନେ ଦୁହେଁ ଅଳସୁଆ ସକାଶେ ତାଙ୍କ...

Read More

ସିଂହ ଓ ନିର୍ବୋଧ ଷଣ୍ଢମାନେ

ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ ସାଙ୍ଗ ବୋଲି ଭାବୁଛୁ ତୋ ବିରୁଦ୍ଧରେ ସେମାନେ ଲାଗିଛନ୍ତି । ଏ...

Read More

ଦୁଇ ଅସୁର କଥା

ପୁରାଣ ଯୁଗର କଥା । ସେତେବେଳେ ଦକ୍ଷିଣ ଇଣ୍ଡିଆର ଗୋଟିଏ ଜଙ୍ଗଲରେ ଇଲୋଳ ଓ ବାତାପି ବୋଲି ଦୁଇଟି ଅସୁର ଥିଲେ । ସେମାନେ ଦୁହେଁ ଦୁଇଭାଇ । ମାୟାବଳରେ ସେମାନେ ଦୁହେଁ ନିଜ ନିଜ ରୂପ ବଦଳେଇ ଲୋକଙ୍କ ମନରେ ଲୋଭ ସୃଷ୍ଟି କରୁଥିଲେ । ବିଶେଷ କରି ଜଙ୍ଗଲ ଭିତରେ ତ ମୁନି ଋଷିମାନେ ରହୁଥିଲେ । ତେଣୁ ଏହି ଦୁଇ ଅସୁର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମାରି ଦେଇ ସେମାନଙ୍କର ମାଂସ ଖାଉଥିଲେ ।                 କୌଣସି ମୁନି ଋଷି...

Read More

ଇଏତ ରାମଦାସ

ବହୁତ ଦିନ ପୁରୁଣା କଥା । ସମ୍ରାଟ୍ ଆକବରଙ୍କ ସାମ୍ରାଜ୍ୟ ମଧ୍ୟରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେହି ଦୁଇଜଣଙ୍କ ମଧ୍ୟରୁ ମୋତିଲାଲ୍ ଥିଲେ ବ୍ୟବସାୟୀ । ସେହିପରି ରାମଦାସ ମଧ୍ୟ ସାମାନ୍ୟ ନଥିଲେ, ତାଙ୍କର ମଧ୍ୟ ଅମାପ ଧନ ଥିଲା । ସେଥିଲାଗି ଏହି ଦୁଇ ମିତ୍ରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା ।          ଏମିତି ଏକ ସମୟ ଆସିଲା କି ରାମଦାସ ଓ ତାଙ୍କ ସ୍ତ୍ରୀଙ୍କର ଇଚ୍ଛା...

Read More

ଭୂତ ଏବଂ ଅସଲ ଭୂତ

ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଘନ ଘନ ବର୍ଷା ହେଉଥାଏ । ଗଛଲତାଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...

Read More

ଯଥାର୍ଥ ଦାନ

ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଉଥିଲେ । ଏସବୁ ତାଙ୍କ ମନରେ ଅପାର ଗର୍ବ ଆଣି ଦେଇଥିଲା ।       ...

Read More

ଭବିଷ୍ୟତ ବାଣୀ

ଯାମୁନଗରର ରାଜା ହରିକାନ୍ତ ଭୋଗବିଳାସରେ ଥାଇ ଅତି ନିଶ୍ଚିନ୍ତ ମନରେ ଶାସନ କାର୍ଯ୍ୟ ଚଲାଉଥା’ନ୍ତି । କାରଣ ଏକେ ତ ତାଙ୍କର ଶତୃଭୟ ପ୍ରାୟ ନଥିଲା; ଦ୍ୱିତୀୟରେ ମନ୍ତ୍ରୀମାନେ ଅତ୍ୟନ୍ତ ବିଶ୍ୱସ୍ତ ଓ କାର୍ଯ୍ୟଦକ୍ଷ ।                 କିଛିଦିନ ପରେ ଦେଖାଗଲା କ୍ରମଶଃ ରାଜା ଅଧିକରୁ ଅଧିକ ମୋଟା ହେବାକୁ ଲାଗିଲେ । ଶେଷରେ ସେ ଏତେ ମୋଟା ହେଲେ ଯେ ଗୋଟିଏ ସ୍ଥାନରୁ ଉଠିବା ତାଙ୍କ ପକ୍ଷେ ଖୁବ୍ କଷ୍ଟସାଧ୍ୟ ହୋଇ ପଡିଲା । ସେ...

Read More

ପ୍ରକୃତ ପ୍ରତିନିଧି

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...

Read More

ପ୍ରକୃତ ଶିଷ୍ୟ

ଗୁରୁକୁଳ ଆଶ୍ରମରେ ଅନେକ ଶିଷ୍ୟ ଜୀବନ ଭିତିକ ଶିକ୍ଷାଲାଭ କରୁଥାନ୍ତି । ବହୁ ବିଜ୍ଞ ଲୋକ ସେମାନଙ୍କ ପିଲାମାନଙ୍କୁ ସେହି ଆଶ୍ରମକୁ ଛାଡୁଥିଲେ । ଶିକ୍ଷାଦାନ କରୁଥିବା ଋଷି ଥିଲେ ମହାନ ଜ୍ଞାନୀ, ପରମତ୍ୟାଗୀ ଓ ଅତ୍ୟନ୍ତ ଛାତ୍ରବବତ୍ସଳ । ନିଜର ଆଦର୍ଶ ବଳରେ ସେ ତାଙ୍କ ଛାତ୍ରମାନଙ୍କୁ ବହୁ ନୂଆ ନୂଆ କଥା କାହାଣୀ ପ୍ରଦାନ କରୁଥିଲେ । ସେଠାକାର ଦିନଚର୍ଯ୍ୟା ଥିଲା ମାର୍ଜିତ ତଥା ସମୟୋପଯୋଗୀ । ଦିନେ ଗୁରୁଜୀ ଘୋଷଣା କଲେ ବତ୍ସ ...

Read More

ସନ୍ଦେହ ନିବାରଣ

ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ । ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା...

Read More

ହିଂସାର ଫଳ ଖରାପ

ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା ।                 ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି ଭାବରେ ଗଧ ଉପରେ ମାଲିକର ବିତୃଷ୍ଣା ଭାବ ସୃଷ୍ଟି କରି ପାରିବ...

Read More

ଡାକିନୀ ଝିଅ

କୋହ୍ଲାପୁର ଜଙ୍ଗଲ ପାଖରେ ଏକ ଛୋଟ ପାହାଡ ଉପରେ ଜଣେ ତାନ୍ତ୍ରିକ ବୁଢୀ ଘର କରିଥାଏ । ତାକୁ ସେ ଗାଁ ଲୋକେ ସମସ୍ତେ ଡାକିନୀ ବୋଲି କୁହନ୍ତି । ସେ ବୁଢୀ ପାଖରେ ବହୁତ ତନ୍ତ୍ରମନ୍ତ୍ରର ଶକ୍ତି ଥାଏ । ତେଣୁ ସେ କାହାରିକୁ ବି ଆଦୌ ଡରେ ନାହିଁ । ଦୁନିଆରେ ତା’ର ଗୋଟିଏ ବୋଲି ନିଜର ଲୋକ ଥାଏ । ସେ ହେଉଛି ତା’ର ଏକମାତ୍ର ଝିଅ କମଳା । ବୁଢୀ କମଳା ପାଇଁ ମନେ ମନେ ବର ଖୋଜୁଥାଏ । କିନ୍ତୁ ଡରରେ କେହି ମଧ୍ୟ ସେ ଅଂଚଳ ଯମା ମାଡନ୍ତି...

Read More

ଦୁଃଖର ଅଶ୍ରୁ

 ଗୋଟିଏ ରାଜ୍ୟରେ ଥିଲେ ଜଣେ ରାଜା । ସେ ଥିଲେ ଭାରି ଖିଆଲି । ଥରେ ତାଙ୍କ ମୁଣ୍ଡରେ ସବାର ହେଲା ଗୋଟିଏ ନିଶା । ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ । ତେବେ ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରି ପାରିଲେ ନାହିଁ । ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି ରହି ପାରିଲେ ନାହିଁ । କିଛି ଦିନ ପରେ ପୁଣି ତାଙ୍କର ପୁରୁଣା...

Read More

ଫୁଲ ଝଡିପଡେ କାହିଁକି?

ବନବାସ କାଳରେ ଥରେ ରାମ ତାଙ୍କ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଏକ ସୁନ୍ଦର ଫୁଲ ବଗିଚାରେ ଯାଇ ପହଁଚିଲେ । ଫୁଲଗୁଡିକର ସୌନ୍ଦର୍ଯ୍ୟରେ ସୀତା ଏପରି ମୋହିତା ହୋଇ ପଡିଲେ ଯେ, ସେ ସେତକ ଫୁଲସବୁ ତୋଳିବାରେ ଲାଗିପଡିଲେ । ଏହାଦେଖି ସେ ବଗିଚାର ମାଳି ଆସି ସୀତାଙ୍କୁ ଫୁଲ ତୋଳିବାକୁ ବାରଣ କଲା । ସାମାନ୍ୟ ଜଣେ ମାଳିର ଏପରି ଆସ୍ପର୍ଦ୍ଧା ଦେଖି ସୀତା ଆଗ ହଠାତ୍ ରାଗିଗଲେ ଏବଂ ଅଭିଶାପ ଦେଇ କହିଲେ – “ଫୁଲ ବଗିଚା ପାଇଁ ତୋ...

Read More

କୁକୁର ଶିଖେଇଲା ବୁଦ୍ଧି

ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର କରି ଘରକୁ ଫେରନ୍ତି । ତେଣୁ ସେ ଆସିଲା ବେଳକୁ ରୀମା...

Read More

ଶ୍ରୀ ରାମକୃଷ୍ଣ ପରମହଂସ

ସେ ସମୟରେ ବେଙ୍ଗଲ୍ର ପ୍ରଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ୍ ଥିଲେ ଅନ୍ୟତମ । ସେ ବ୍ରାହ୍ମସମାଜର ସ୍ଥାପନ କରିଥିଲେ । ଥରେ ଶ୍ରୀ ରାମକୃଷ୍ଣ ତାଙ୍କ ପାଖରେ ଥିବାବେଳେ ହଠାତ୍ ସମାଧି ଅବସ୍ଥାକୁ ଚାଲିଗଲେ; କେଶବଚନ୍ଦ୍ର ଓ ବିଦ୍ୱାନ ମଣ୍ଡଳୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଦିନେ ଶ୍ରୀ ରାମକୃଷ୍ଣଙ୍କ ମନରେ ଏକ ବିଚିତ୍ର ଅଭୀପ୍ସା ଜାଗ୍ରତ ହେଲା, “ଥରେ ସେ ଶ୍ରୀଚୈତନ୍ୟଙ୍କୁ ନିଜର ଭକ୍ତ...

Read More

ଦିବ୍ୟଦୃଷ୍ଟି

ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ ।                 ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ...

Read More

ଅସୁସ୍ଥ ବଳଦ ସଂଜୀବକ କାହାଣୀ

       ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।        ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ ସବୁ କିଛି କରିପାରିବ । ସେ ଚିନ୍ତା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ