ପ୍ରାଚୀନ କାଳରେ ଉଜ୍ଜୟିନୀରେ ଅନେକ ବିଖ୍ୟାତ ରାଜା ସବୁ ରାଜତ୍ୱ କରୁଥିଲେ । କିନ୍ତୁ ଏକ ସମୟରେ ଏପରି ଜଣେ ରାଜା ଥିଲେ, ଯିଏକି ନିଜର ଅତ୍ୟାଚାର ଓ ବଦଗୁଣ ଯୋଗୁଁ କୁଖ୍ୟାତ ଥିଲେ । ଦିନକୁ ଦିନ ତାଙ୍କ ଅତ୍ୟାଚାରର ସୀମା ମଧ୍ୟ ରହିଲା ନାହିଁ । ତେଣୁ ସେ ରାଜ୍ୟର କେତେକ ଯୁବକ ପ୍ରଜାମାନଙ୍କୁ ନେଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କ୍ରମେ ସେହି ବିଦ୍ରୋହ ପ୍ରବଳରୂପ ଧାରଣ କଲା । ଅବଶେଷରେ...
ଦିନେ ମହାରାଜା କୃଷ୍ଣ ଚନ୍ଦ୍ର, ଗୋପାଳ ନିକଟରେ ଥିବା ସମୟରେ ଭୋଜନ କରୁ ଥିଲେ । ମହାରାଜା ପଚାରିଲେ –
‘ଗୋପାଳ ଆଗେ କ’ଣ ଖାଇବାକୁ ଭଲ ହୁଏ କୁହତ ।’ ତତ୍କ୍ଷଣାତ୍ ଗୋପାଳ କହିଲେ –
ମହାରାଜା ଆଗେ ପୋଡା ଖାଅ ।
ଆପଣଙ୍କର ସେହି ପୋଡା ମୁହଁରେ ଯାହା ଖାଇବେ ତାହା ଭଲ ଲାଗିବ ।
ମହାରାଜା ମନେ ମନେ ଲଜ୍ଜିତ ହେଲେ ।
ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ । କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରିଥିଲା ଜଣେ ବୃଦ୍ଧା ତା’ର ପୁଅର ଜୀବନଭିକ୍ଷା କରିବା ପ୍ରସଂଗରେ...
ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି । ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ ହୋଇପାରେ । ସେଭଳି ବ୍ୟକ୍ତିର ସୁରମ୍ୟ ନଭଶ୍ଚୁମ୍ବୀ...
ଦିନେ ରାଜ ଦରବାରରେ ରାଜାଙ୍କ ସହିତ ରାଜଗୁରୁ ଏବଂ ତେନାଲୀରାମା ବି ଉପସ୍ଥିତ ଥାଆନ୍ତି । ଶୀତ ଦିନ ଥାଏ । ସକାଳେ ତିନିଜଣ ଯାକ ଏକତ୍ରିତ ହୋଇ କୌଣସି ଏକ ବିଷୟରେ ଆଲୋଚନା କରୁଥାଆନ୍ତି । ସେହି ସମୟରେ ରାଜା କହିଲେ – ଶୀତ ଋତୁ ହେଉଛି ସବୁଠାରୁ ଉତ୍କୃଷ୍ଟ ସମୟ । ଏହି ସମୟରେ ଯାହା ଚାହିଁବ ତାହା ଖାଇବାକୁ ପାଇପାରିବ । ଖାଇବା କଥା ଶୁଣି ରାଜଗୁରୁଙ୍କ ପାଟିରେ ପାଣି ଆସିଗଲା । ସେ କହିଲେ – “ମହାରାଜ ...
ଗଙ୍ଗାପୁରର ଟୋକା ଦୁର୍ଯ୍ୟୋଧନ ଭାରି ଗପୁଡି, କିନ୍ତୁ କାମଦାମ ମୋଟେ ସେ କରେ ନାହିଁ । ଗାଁରେ ଯାହାର ଯେଉଁଦିନ ବିଶ୍ରାମ ଲୋଡାଥାଏ କିମ୍ବା ଯିଏ ଅସୁସ୍ଥ ଥାଏ, ତା’ ପାଖରେ ଦୁର୍ଯ୍ୟୋଧନ ବସି ଦୁନିଆଯାକର ଅଜବ କଥା ସବୁ ଗପେ । ସେମାନେ କିଛି ହେଲେ ବି ମନେ କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର କାମଦାମ ଅଛି, ସେମାନଙ୍କ ପାଖରେ ବସି ଗପସପ କରି ସେମାନଙ୍କ ସମୟ ନଷ୍ଟ କଲେ ସେମାନେ ବା ସେଥିରେ କିପରି ଖୁସି ହେବେ? ଅସୁବିଧା...
ପୂର୍ବକାଳର କଥା । ସୁବୋଧ ନାମକ ଗୁରୁଙ୍କ ପାଖରେ ବତ୍ସଳ ନାମରେ ଜଣେ ଶିଷ୍ୟ ଥାଏ । ତା’ର ଶିକ୍ଷା ସମାପ୍ତ ହୋଇଥିଲେ ମଧ୍ୟ ସେ ଗୁରୁଙ୍କ ପାଖରେ ରହି ସେବା କରିବା ପାଇଁ ଇଚ୍ଛା ପ୍ରକଟ କଲା । ବତ୍ସଳର ଏଭଳି ଗୁରୁଭକ୍ତି ଦେଖି ଗୁରୁ ତାକୁ ଦଶଜଣ ବିଦ୍ୟାର୍ଥିଙ୍କୁ ଶିକ୍ଷା ଦେବାର ଭାର ଦେଲେ । ଗୁରୁଙ୍କଠାରୁ ପ୍ରଶଂସା ପାଇବା ଇଚ୍ଛାରେ ସେ ଛାତ୍ରଙ୍କୁ ବଡ ଶ୍ରଦ୍ଧା ସହକାରେ ଶିକ୍ଷା ଦେଲା । ଅଳ୍ପ ସମୟ ମଧ୍ୟରେ ସେମାନେ ଶିକ୍ଷା...
ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା । ଲୋକେ ତ ଦେବତା ମାନିଲେ ନାହିଁ । ବ୍ରାହ୍ମଣମାନଙ୍କୁ କାହିଁକି ଖୋଜିବେ ବା ମାନିବେ, ଏଥିପାଇଁ ପଣ୍ଡିତେ ଧନ ରୋଜଗାର କରିବାରେ ବହୁତ ହଇରାଣ ହେଲେ । ଦୁଇଓଳି ଦୁଇ ମୁଠା ପରିବାରର...
ଜଣେ ଶେଠ୍ ତାଙ୍କର ଜୀବନ କାଳ ଭିତରେ ନାନା କୁକର୍ମ କରି ଅନେକ ଧନଠୁଳ କରିଥିଲେ । ମାତ୍ର ତାଙ୍କର ଶେଷ ଜୀବନରେ ସେ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବା ଲାଗି ଇଚ୍ଛା କଲେ । ଧର୍ମ ବିଶ୍ୱାସ ଅନୁସାରେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି କରି ତୀର୍ଥଯାତ୍ରାରେ ଯିବାକୁ ଶେଠ୍ ଚାହିଁଲେ । ସ୍ୱର୍ଗପ୍ରାପ୍ତି ହେବା କଥା ଶେଠ୍ ଶୁଣିଲେ । ତେଣୁ ସ୍ତ୍ରୀକୁ ସାଥୀରେ ନେବା ପାଇଁ କହିଲେ । ମାତ୍ର ଶେଠ୍ ସ୍ତ୍ରୀ କହିଲେ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି । ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?” ଶେଠ୍ ଜଣକ ଆତ୍ମହରା ହୋଇ କହି ଉଠିଲେ, “ପରମାତ୍ମାଙ୍କ କୃପାରୁ ଆଜି ମୋତେ...
ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ । ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ କାହାକୁ ବି ହେଲେ ଜଣା ପଡୁ ନଥାଏ । ଖାଇବାକୁ ନ ପାଇଲେ କ’ଣ କିଏ...
ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ । ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ । ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ...
ବାବୁ ଶିବପ୍ରସାଦ ଚୌଧୁରୀଏ କହିଲେ, “ଆଜି ଦିନ ଦୁଇପ୍ରହର ବେଳେ ସଭା ବସିବା କଥା, କାଲି ଓପରଓଳିଠୁଁ ମହାଜନମାନଙ୍କୁ ଜଣାଇ ଦିଆଯାଇଛି- ଦେଖନ୍ତୁ, ଉଛୁଣିକା ଚଉଦଘଡି ବେଳ ଟଳିବାକୁ ବସିଲାଣି । ସମସ୍ତଙ୍କର ଦେଖାସାକ୍ଷାତ୍ ନାହିଁ, ଭାରି ଦରକାରୀ କାମରେ ଏପରି ମଠ କଲେ କି ଚଳେ?” ବାବୁ ଜଗବନ୍ଧୁ ମଲ୍ଲେ କହିଲେ, “ହେଉ, ହେଉ, ଆହେ ମାଗୁଣି ମହାନ୍ତିଏ ଲେଖିପକାନ୍ତୁ ତ! କିଏ କିଏ ବାବୁ ଆସିଲେ, ଖଣ୍ଡେ କାଗଜରେ...
ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ । ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।” ଏକଥା ଶୁଣି ସେ ମାଙ୍କଡ ଗୋଟାଏ ଖଣ୍ଡା ଧରି...
ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ ସବୁ ଗଛ କାଟିବାକୁ ଆରମ୍ଭ କଲା । ଏହା ଦେଖି ଗୋଟିଏ ବୁଢାଗଛ...
ଆକବରଙ୍କ ଦରବାରରେ ଯେତେଜଣ ମନ୍ତ୍ରୀ ଥିଲେ, ସେମାନେ ମହାରାଜଙ୍କର ବିରବଲଙ୍କ ପ୍ରତି ଏକତରଫା ଆଦର ଦେଖି ବେଳେବେଳେ ଈର୍ଷା କରୁଥିଲେ । କେମିତି ସୁବିଧା ସୁଯୋଗ ଦେଖି ବିରବଲଙ୍କର କାର୍ଯ୍ୟରେ ତ୍ରୁଟି ବାହାର କରି ମହାରାଜଙ୍କୁ ଜଣାଇବା ପାଇଁ ସେମାନେ ଇଚ୍ଛା କରୁଥାଆନ୍ତି । ଆକବରଙ୍କ ଦରବାରରେ ‘ଅବ୍ଦୁଲ୍ କରିମ୍’ ନାମକ ଜଣେ ମନ୍ତ୍ରୀ ଥିଲେ । ତାଙ୍କର ଗୋଟେ ଆଖିକୁ ଦେଖାଯାଉନଥାଏ । ସେ ମନେ ମନେ ବିରବଲଙ୍କ ଉପରେ ଖୁବ୍...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ । ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି. ମାଂସ ଦେବା ପାଇଁ କହିଲେ । ମାଂସ ବିକାଳୀର ଟଙ୍କା ଥଳୀଟି...
ଥରେ କୁକୁଡାର ଦେହ ବହୁତ ଖରାପ୍ ହେଲା । ଏହା ଶୁଣି ତା’ ସାଙ୍ଗମାନେ ତାକୁ ଦେଖିବାକୁ ଆସିଲେ । ଦିନେ ବିଲେଇ ସେ କୁକୁଡାକୁ ଦେଖିବାକୁ ଆସି କହିଲା, “କୁକୁଡା ଭାଇ, ତୁମର ଦେହ ଖରାପ କଥା ଶୁଣି ମୋର ମନ ବି ଭାରି ଖରାପ୍ ହେଲା । ତୁମ ଦେହ ଭଲ ହେବାଯାଏଁ ମୁଁ ସବୁଦିନେ ଏମିତି ତୁମପାଖକୁ ଆସୁଥିବି । ତୁମର କିଛି ଦରକାର ଥିଲେ ମୋତେ ନିଶ୍ଚୟ କହିବ ।” ଏହା ଶୁଣି ସେ କୁକୁଡା କହିଲା, “ମୋର...
ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ । ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ । ଠିକ୍ ସେତିକିବେଳେ ପଛରୁ କେହି ତାଙ୍କୁ କହିଲା...
ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’...
ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ । ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ ତାପରେ ସେମାନଙ୍କୁ ଛାଡି ଦେଇ ନିଜେ ଅଶ୍ୱରେ ବସି ଶୁଆ ସହିତ ନିଜ ରାଜ୍ୟକୁ ଫେରି ଗଲେ । ଏହା ପରେ ରାଜ କନ୍ୟା ଛଇଳାକୁ ବିବାହ କରି ପିତାଙ୍କ...
ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?” ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।” ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ ନାହିଁ?” ତହୁଁ ଲକ୍ଷ୍ମଣସେଠ୍ କହିଲେ...
ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।” “ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି ଦରକାର ନାହିଁ । ମୁଁ କେବଳ ରୋଗୀର ଆଖିକୁ ଭଲଭାବରେ ଦେଖିବି ଆଉ...
ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା । ବରଂ ତା ଲାଗି କାନ୍ଦି କାନ୍ଦି ସନ୍ନ୍ୟାସିନୀ ବେଶରେ...
ହେଲାପୁରୀର ଧନୀ ଗଙ୍ଗାରାମ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ତାଙ୍କର ଅନେକ ବ୍ୟବସାୟ, ତେଣୁ ଅନେକ ରୋଜଗାର । ସେ ପୁଅ ହାତରେ ସବୁ କିଛି ସମର୍ପି ଦେଇ ନିଜେ ଶାନ୍ତିରେ ଜୀବନ ବିତାଇବାକୁ ଚାହିଁଲେ । ଦିନେ ଦୁଆର ପାଖରେ ପଡିଯାଇ ସେ ତାଙ୍କ ଗୋଡ ଭାଙ୍ଗିଲେ । ଶଯ୍ୟାଶାୟୀ ହୋଇ ସେ ପଡିଥା’ନ୍ତି; ତାଙ୍କ ବାଲ୍ୟବନ୍ଧୁ ଗୋବିନ୍ଦ ଏକଥା ଶୁଣି ଦେଖିବାକୁ ଆସିଲେ । ସେ ପଚାରିଲେ, “କିଓ ଏ ବୟସରେ ତମେ କ’ଣ ଡିଆଁ ଡେଇଁ କରି...
ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ...
ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି । ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ...
ସେତେବେଳେ ଗ୍ରୀଷ୍ମଋତୁ ଅଧା କଟିଗଲାଣି, ନଈ, ନାଳ, ପୋଖରୀ, ସବୁ ଶୁଖି ଯାଇଥାଏ । ପଥିକଟିଏ ଚାଲୁ ଚାଲୁ ବହୁତ ଥକି ଯାଇ ଗୋଟିଏ ଗାଁରେ ଆସି ପହଁଚିଲା । ଶୋଷରେ ତା’ ପ୍ରାଣ ଛଟପଟ କରୁଛି । ପ୍ରଥମ ଘରଟି ଦେଖି ସେ ପାଣି ମାଗିଲା । ବଡପାଟିରେ ଘର ମାଲିକକୁ ସେ ଡାକୁଥାଏ । ଭିତରୁ ଉତ୍ତର ଆସିଲା, “ଟିକିଏ ରୁହ, ମୁଁ ଏଇ ପୂଜା ଶେଷ କରି ଆସୁଛି ।” ଭିତରୁ ଘଂଟି ଶବ୍ଦ ଶୁଭିଲା । ଏଥର ପଥିକଟି ଭାବିଲା ପାଣି ମିଳିବ...
ଶ୍ରୀପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ବିଦ୍ୱାନ ପଣ୍ଡିତ ଓ ବକ୍ତା ରହୁଥାନ୍ତି । ପ୍ରତିବର୍ଷ ନବରାତ୍ର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ଏକ ବଡ ଧାର୍ମିକ ସଭା ହୁଏ । ସେଥିରେ କୃଷ୍ଣଶାସ୍ତ୍ରୀ ପୋରହିତ୍ୟ କରନ୍ତି; ଭଗବାନଙ୍କୁ ଧ୍ୟାନ କରିବା ବିଷୟରେ ଓ ନାନା ଧାର୍ମିକ ଉପଦେଶ ଦେଇ ସେ ବକ୍ତୃତାମାନ ଦିଅନ୍ତି । ଲୋକେ ତାଙ୍କ ଭାଷଣକୁ ଖୁବ୍ ପସନ୍ଦ କରନ୍ତି । ତାଙ୍କ ପୁତ୍ର ହରିଦାସ ମଧ୍ୟ ପିତାଙ୍କ ପରି ବିଦ୍ୟା...
ପୁରାକାଳର କଥା; ଚୁବାଙ୍ଗ ରାଜ୍ୟରେ ଏକ ମହାନ୍ ଶିଳ୍ପୀ ବାସ କରୁଥିଲେ । ଦିନେ ଜଣେ ଧନୀ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଶିଳ୍ପୀ ଧନୀଙ୍କର ବୈଭବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ଜଣେ ଧନୀ ବ୍ୟକ୍ତି ବନାଇ ଦେବାକୁ । ଦେବୀ ତାଙ୍କର ଇଛା ପୂରଣ କଲେ । ଅବିଳମ୍ବେ ସେ ହୋଇଗଲେ ଏକ ବଡ ଧନୀ । ତା’ପରେ ସେ କିଛିଦିନ ବେଶ୍ ଆନନ୍ଦରେ ବିଳାସବ୍ୟସନରେ ବୁଡି ରହି ଜୀବନ ବିତାଇଲେ । ହଠାତ୍ ଦିନେ ସେ...
ଶ୍ୟାମ ଶାସ୍ତ୍ରୀ ଜଣେ ସଚ୍ଚା ପଣ୍ଡିତ ଥିଲେ । ସେ ବହୁକାଳ ଧରି ନାନା ଶାସ୍ତ୍ର ଅଧ୍ୟୟନ କଲେ । ଲୋକେ କାହିଁକି ଧର୍ମ ନାମରେ ପରସ୍ପର କନ୍ଦଳ କରନ୍ତି, ସେ ଏଇକଥା ବୁଝିବାକୁ ଚାହୁଁଥିଲେ । ସେ ଦେଖିଲେ ହିନ୍ଦୁ ଧର୍ମଶାସ୍ତ୍ରର ପ୍ରଧାନ ସତ୍ୟ ହେଲା, ଧର୍ମ ମଣିଷ ସହ ଭଗବାନଙ୍କର ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ । ମଣିଷ ମଣିଷ ଭିତରେ ଝଗଡା ଉପୁଜାଇବା ଧର୍ମଶାସ୍ତ୍ରର ଉଦ୍ଧେଶ୍ୟ ନୁହେଁ । ଶ୍ୟାମ ଶାସ୍ତ୍ରୀ ଭାବିଲେ, ହୁଏତ...


