କୁଆ ଗଣତି

ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ।...

Read More

ଉତ୍ତରାଧିକାରୀର ଅଧିକାର

 “ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ ଲାଗିଲେ । ସେମାନେ ସେମାନଙ୍କର କାମରେ ମଜ୍ଜିଥିବା ସମୟରେ ଜଣେ...

Read More

ତମାଖୁ ଶରୀର ପାଇଁ କ୍ଷତିକାରକ

ବିରବଲଙ୍କର ଏକ ବଦଭ୍ୟାସ ଥିଲା । ସେ ତମାଖୁ ସେବନ କରିବାପାଇଁ ଭଲ ପାଉଥିଲେ । ଦିନରେ ଥରେ ଦୁଇଥର ସେ ତମାଖୁ ସେବନ କରୁଥିଲେ । ଆକବର କିନ୍ତୁ ବିରବଲଙ୍କର ଏପରି ଅଭ୍ୟାସକୁ ଆଦୌ ପସନ୍ଦ କରୁନଥିଲେ । କେମିତି ବିରବଲ ଏହି ଅଭ୍ୟାସ ଛାଡିବେ ସେ ମନେ ମନେ ଭାବୁଥାଆନ୍ତି । ଦିନେ ଆକବର ଏବଂ ବିରବଲ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । ବାଟରେ ଯାଉ ଯାଉ ତମାଖୁ କରାଯାଇଥିବା ସ୍ଥାନଟି ପଡିଲା । ସେହି ସମୟରେ ଗୋଟିଏ ଗଧ ରାସ୍ତା ଆର ପଟୁ...

Read More

ନମ୍ରଭାବ ଶ୍ରେଷ୍ଠ କରାଏ

ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ ।          ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ...

Read More

ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ

     ରାଜାଙ୍କ ଘରେ ନୀଳ ରଙ୍ଗର ପିଆଲାଟିଏ ଥିଲା । ଏହା ଅତି ସୁନ୍ଦର ଦେଖାଯାଉଥିଲା । ସୁତରାଂ ରାଜା ତାକୁ କେବଳ ଅତିଥିମାନଙ୍କୁ ଦେଖାଇବା ପାଇଁ ରଖିଥିଲେ । ଏହା ରାଜାଙ୍କର ସତେଯେମିତି ଅମୂଲ୍ୟ ସମ୍ପତି ଭାବରେ ଗଣା ଯାଉଥିଲା । ଏହାକୁ ଜଗିବା ପାଇଁ ସିପାହୀ ନିଯୁକ୍ତ ହୋଇଥିଲାବେଳେ ରାଜକର୍ମଚାରୀମାନେ ଯତ୍ନ ନେବାରେ ବି ହେଳା କରୁନଥାନ୍ତି ।        ଥରେ ରାଜା ଅନ୍ୟ ଦେଶ ଜୟକରି ବାହାରିଲେ । କିଛି ଦିନ ପରେ ବିଜୟୀ ହୋଇ ବି...

Read More

ସମସ୍ତେ ସୁଖରେ ରହନ୍ତୁ

ଚିନୁ ତା’ ଜେଜେମାଆଙ୍କୁ କୁଣ୍ଢାଇ ପକାଇ ପଚାରିଲା “ଜେଜେମାଆ, ତୁମେ ଚିଂଟୁକୁ ମୋଠାରୁ ଅଧିକ ଭଲପାଅ । ଏ କଥା ସତ ନା?” ତହୁଁ ଜେଜେମାଆ କହିଲେ “ତୁମେ କାହିଁକି ଏପରି କଥା କହୁଛ, ଚିନୁ? ତୁମେ ମୋର ଯେତିକି ପ୍ରିୟ ତୁମର କାକା ପୁଅ ଭାଇ ଚିଂଟୁ ମଧ୍ୟ ମୋର ସେତିକି ପ୍ରିୟ । ତୁମେ ଦୁହେଁ ମୋର ଦୁଇ ଆଖି ପରି । ସମସ୍ତେ ମୋ ପାଇଁ ସମାନ ।”                 ଚିନୁ ଯୁକ୍ତି କରି କହିଲା “ତେବେ ତୁମେ କାହିଁକି କହୁଛ ଯେ ତୁମେ...

Read More

ପ୍ରକୃତ ଜ୍ଞାନ

ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା ସେ ପିଲାଟି, ତା ବାପାଙ୍କର କୌଣସି କଥାକୁ ଆଦୌ ଗୁରୁତ୍ୱ...

Read More

ତୋଫାନ ଆଗରେ ନଇଁ ପଡିବ

ନଈ କୂଳରେ ଗୋଟିଏ ବଡ ଶାଳଗଛ ଥିଲା । ଯେତେ ତୋଫାନ ହଉ ବା ନଈବଢି ଆସୁ ସେ ଗଛ ସେସବୁକୁ ମୋଟେ ଖାତିର କରେ ନାହିଁ । ସେହିପରି ଛିଡା ହୋଇ ରହିଥାଏ । ଥରେ ବହୁତ ଜୋର୍ରେ ତୋଫାନ ଓ ନଈ ବଢି ଆସିଲା । ଚେଷ୍ଟା କରି ବହୁତ ସମୟ ଧରି ସେ ଶାଳଗଛ ସେଠାରେ ଛିଡା ହୋଇ ରହିଲା । କିନ୍ତୁ ଶେଷରେ ଉପୁଡି ଯାଇ ନଈରେ ପଡିଗଲା । ନଈରେ ଭାସି ଭାସି ଯାଉଥିବାବେଳେ ନଈ କୂଳରେ ଥିବା ଛୋଟ ଛୋଟ ଘାସ ଗଛ ସବୁ ଆରାମରେ ଛିଡା ହୋଇଥିବାର ସେ ଶାଳଗଛ...

Read More

କ’ଣ ଲୋଡା

“ଆଉ ଏ ଜୀବନରେ କିଛିବି ହେବ ନାହିଁ!”                 ଶ୍ରୀଧର ସେଦିନ ରାଗିଯାଇ ଘର ଭିତରେ ଚିତ୍କାର କରି ଏହା କହିଲା ।                 ଆଜିକାଲି ସେ ମଧ୍ୟେ ମଧ୍ୟେ ଏଭଳି ମନ୍ତବ୍ୟ ଦେଉଥିଲା । ସେ ଯେ କାହାରି ବିରୁଦ୍ଧରେ ଏଭଳି କହୁଥିଲା, ତାହା ନୁହେଁ, ଖାଲି ନିଜ ଅସନ୍ତୋଷକୁ ପ୍ରକାଶ କରିବା ତାହାର ଉଦ୍ଧେଶ୍ୟ ଥିଲା । ତେବେ ସେ ଏଭଳି କହିବା ଫଳରେ ତା’ ପରିବାରର ଅନ୍ୟମାନେ ବି ବିଷର୍ଣ୍ଣ ବୋଧ କରୁଥିଲେ । ବିଶେଷତଃ ତା’...

Read More

ଅସନ୍ତୋଷରେ ଲାଭ କ’ଣ?

ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା । ଦିନେ ସେ ଈଶ୍ୱରଙ୍କ ପାଖରେ ଯାଇ ପହଁଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି । ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ମୁଁ ଥରେ ଧରେ, ସେ ପ୍ରାଣୀ ମୋ କବ୍ଜାରୁ ଆଉ ଚାଲି ଯାଇ ପାରେ ନାହିଁ । ଉକ୍ତ ସବୁ କାରଣରୁ ମୁଁ ବଣର ଏକ ଛତ୍ରବାଦୀ ରାଜା ହୋଇ ବୁଲୁଛି । ସମସ୍ତ ପ୍ରାଣୀ ମାନେ ମୋତେ ଦେଖିଲେ ଛାନିଆରେ ସେଠାରୁ...

Read More

ଅଳିଆ

ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ ।       ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର ବିବାହ ଜଣେ ସାଧାରଣ ଗରୀବ, ଅସୁନ୍ଦର ଓ ମୂର୍ଖ ସହିତ ହେଉ । ଥରେ ସେପରି...

Read More

କରଜ ଅସୁଲ

ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ ।...

Read More

ଦୁଇଟି ବୃକ୍ଷର କଥା

       ଅତି ପ୍ରାଚୀନ କାଳର କଥା । ଗୋଟିଏ ଜଙ୍ଗଲରେ ଦୁଇଟି ବୃକ୍ଷ ପାଖା ପାଖି ଥାଆନ୍ତି । ପାଖାପାଖି ଥିବାରୁ ସୂର୍ଯ୍ୟ କିରଣ ଭୂମି ଉପରେ ପଡୁ ନଥାଏ । ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ସେହି ଗଛ ଛାଇ ତଳେ ପ୍ରତିଦିନ ଆସି ବସନ୍ତି ଏବଂ ଜଙ୍ଗଲରୁ ଶିକାର କରି ଆଣିଥିବା ଜୀବଜନ୍ତୁ ମାନଙ୍କୁ ଖାଆନ୍ତି । ଖାଇ ସାରିବା ପରେ ହାଡ ଗୁଡିକୁ ସେହି ଗଛ ମୂଳରେ ପକାଇ ଦିଅନ୍ତି । ହାଡ ଗୁଡିକ ସେଠାରେ କିଛି ଦିନ ପଡିବା ପରେ ଦୁର୍ଗନ୍ଧ ହୁଏ...

Read More

ବଳୁଆ ପଡୋଶୀ

ଥରେ ନଈରେ ଗୋଟିଏ ମାଟିହାଣ୍ଡି ଏବଂ ଗୋଟିଏ କଂସାହାଣ୍ଡି ଭାସି ଭାସି ଯାଉଥିଲେ । କଂସାହାଣ୍ଡି ମାଟିହାଣ୍ଡିକୁ କହିଲା, “ତୁ ଏତେ ଦୂରରେ କାହିଁକି ଭାସୁଛୁ, ମୋ ପାଖକୁ ଆ, ସାଙ୍ଗ ହୋଇ ଯିବା । ଏହା ଶୁଣି ସେ ମାଟିହାଣ୍ଡି କହିଲା, “ସେହି ତ ମୋର ଡର, ପାଖ ପାଖ ହୋଇ ଭାସିଲେ ଯଦି ଆମେ ଦୁଇଜଣ ବାଡେଇ ହୋଇଯିବା, ମୁଁ ତ ଫାଟି ଯିବି; କିନ୍ତୁ ତୁମର ତ କିଛି ବି କ୍ଷତି ହେବ ନାହିଁ । ତେଣୁ ମୋର ଭଲ ପାଇଁ ମୋତେ ତୁମଠାରୁ ଦୂରରେ ଭାସି...

Read More

ତିଳୋତମା ବିବାହ

କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ...

Read More

ଦେବୀଙ୍କ ଶାଢୀ

ଅବନୀ ନାମକ ଏକ ଯୁବକ ଜଣେ ସୁନାରୂପା ବ୍ୟବସାୟୀଙ୍କ ପାଖରେ ରହି ଚାକିରୀ କରୁଥାଏ । ହଠାତ୍ ସେ ବ୍ୟବସାୟୀଙ୍କର ଇଚ୍ଛା ହେଲା କି ସେ ସମୁଦ୍ରରେ ବାଣିଜ୍ୟ କରିବେ । ଯଦ୍ୱାରା ଦେଶବିଦେଶରେ ଜିନିଷ ବିକ୍ରି କରି ସେ ଖୁବ୍ ଅଳ୍ପ ସମୟରେ ବିପୁଳ ଧନ ପ୍ରାପ୍ତ କରିପାରିବେ । ତେଣୁ ସେ ଏ ବ୍ୟବସାୟ ଛାଡି ନିଜର ଧନସମ୍ପତ୍ତି ଓ ପିଲାପିଲିଙ୍କୁ ନେଇ ଅନ୍ୟ ସହରକୁ ଚାଲିଗଲେ । ସେଠାରୁ ଯିବାବେଳେ ସେ ଅବନୀ ହାତରେ ଏକହଜାର ଟଙ୍କା ଦେଇ କହିଲେ...

Read More

ଆମ ସଂସ୍କୃତି

ଶିକ୍ଷା ଲାଭକଲେ ଶିକ୍ଷିତ ହୁଅନ୍ତି । ବହୁତ ଅଜଣା ପଦାର୍ଥ ବିଷୟରେ ଜ୍ଞାନଲାଭ ହୁଏ । ଦେଶବିଦେଶ କଥା ଶିକ୍ଷିତ ଲୋକ ସହଜରେ ଜାଣିପାରନ୍ତି । ଶିକ୍ଷାରୁ ଜନ୍ମନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ କରେ । ତେଣୁ ସଭ୍ୟତା ଓ ସଂସ୍କୃତି ପରସ୍ପର ନିର୍ଭରଶୀଳ ଓ ପରିପୂରକ ।                 ସାମାଜିକତା ମଣିଷର ସହଜାତ ପ୍ରବୃତ୍ତି । ସମାଜର ବ୍ୟତିରେକେ ସେ ଆଦୌ ବଂଚିରହିପାରେ ନାହିଁ । ବାପା, ମା’, ଭାଇ, ଭଉଣୀ...

Read More

ପୁଷ୍ପାକୁମାରୀ କାହାଣୀ

ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ସେହି ମନ୍ଦିର ଦ୍ୱାରେ ସେମିତି ରହିଥାଏ । ଆପଣା ଛାଏଁ ସେଥିରେ ଫୁଲ ଫୁଟେ ପୁଣି ଝଡି ପଡେ ମଧ୍ୟ । ଯଦି ଭଅଁର କି ମହୁମାଛି କେହି ସେ ବୃକ୍ଷ ନିକଟକୁ ଆସନ୍ତି ତେବେ ସେ ସଙ୍ଗେ ସଙ୍ଗେ ତା ଫୁଲକୁ ଲୁଚାଇ ଦିଏ । ସେମାନେ ପୁଷ୍ପକୁ ନଦେଖି ସେହି ଗଛଠାରୁ ନିରାଶରେ ଫେରନ୍ତି । ସେଦିନ କାହିଁକି କେଜାଣି ଜଣେ ବାଟୋଇ ରାଜାପୁଅ ହଠାତ୍ ଆସି ସେହି ଗଛମୁଳେ ଦଣ୍ଡେ ବିଶ୍ରାମ କଲା । ତା’ପରେ ମନ୍ଦିର ଫିଟାଇ...

Read More

ସାଧୁକୃପା

ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ ।...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି...

Read More

ମହା ଠକ

ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”                 ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?”...

Read More

ଇଣ୍ଡିଆର ନଦନଦୀ ସରସ୍ୱତୀ

ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ ବାହାରିଗଲେ । ଶିଷ୍ୟମାନେ ସେ ତିନିଜଣଙ୍କୁ ବହୁତ ଆଦର...

Read More

କୁର୍ମାବତାର

କୃଷ୍ଣପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା’ନ୍ତି । ତାଙ୍କ ଘରର ପଛପଟେ ଏକ ଗଭୀର କୁଅ ଥାଏ, ତାକୁ ସମସ୍ତେ ପାତାଳ ଗଙ୍ଗା କହୁଥାନ୍ତି । ସେ କୁଅରେ ଥାଏ ଏକ କଚ୍ଛପ । କୁହାଯାଏ କୃଷ୍ଣଶାସ୍ତ୍ରୀଙ୍କ ଜେଜେବାପା ତାକୁ ସେଥିରେ ଆଣି ଛାଡିଥିଲେ ।                 କୃଷ୍ଣଶାସ୍ତ୍ରୀଙ୍କ ଘର ପଛପଟେ ଏକ ବିରାଟ ଖୋଲା ସ୍ଥାନ ଥାଏ । ସେଠାରେ ଗ୍ରାମର ଲୋକମାନେ ଆସି ଏକତ୍ରିତ ହୁଅନ୍ତି । କୃଷ୍ଣଶାସ୍ତ୍ରୀ ସେଠାରେ ପୁରାଣ ପଢି...

Read More

ବେଙ୍ଗ ରାଜକୁମାର

ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ । ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା । ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି ହାତରେ ଗୋଟିଏ ସୁନାର ବଲ୍ ଧରି ଖେଳୁଥିଲା । ଛୋଟ ରାଜକୁମାରୀର...

Read More

ପରୀ ରାଇଜର ପରୀରାଣୀ

ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି । ସେ ଅନେକ ଦିନ ତଳର କଥା । ଆକାଶର ଏହି ଛାୟା ପଥ ଆରପଟେ ହେଉଛି...

Read More

ବିଚିତ୍ର ପୁଷ୍ପ

(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର କାରଣ ହେଉଛି ଏକ ରାକ୍ଷସ । ସେ ରାତ୍ରିରେ ସମୁଦ୍ର ମଧ୍ୟରୁ...

Read More

ବେକା ନା ଭଦ୍ର?

ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ ।                 ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।”                 ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ ରହିବ, ତେବେ ତାଙ୍କ ପୁଅ ରବିଶଙ୍କର ସହ ପ୍ରସ୍ତାବ କାହିଁକି...

Read More

ସ୍ୱର୍ଗ ରାଜାଙ୍କ ଶୁଆ

ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ ।                 ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।...

Read More

ଘୃତଦାନ

ମାଧବ ନାମରେ ଜଣେ ଘିଅ ବେପାରୀ କାଳୀଘାଟ ନାମକ ଏକ ଗ୍ରାମରେ ରହୁଥାଏ । ସେ ବହୁତ ଯତ୍ନର ସହିତ ଘିଅ ତିଆରି କରେ, ତେଣୁ ଏହା ଅନେକଦିନ ପର୍ଯ୍ୟନ୍ତ ଭଲ ହୋଇ ରହେ; ବିଶୁଦ୍ଧ ଘୃତ କାହାର ଆବଶ୍ୟକ ହେଲେ ସେ ମାଧବ ପାଖକୁହିଁ ଆସନ୍ତି । ତେଣୁ ତା’ର ବ୍ୟବସାୟ ବଡ ସୁରଖୁରୁରେ ଚାଲୁଥାଏ ।                 ମାଧବ ସର୍ବଦା ସତର୍କ ଥାଏ ଯେପରି ତା’ର ଘିଅ ସର୍ବଦା ବିଶୁଦ୍ଧ ରହେ । ପାପକୁ ସେ ବହୁତ ଭୟ କରୁଥିଲା । ଭଗବାନ୍ଙ୍କ ପ୍ରତି...

Read More

କହିବା, କରିବା

ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ ।                 ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ ଚାଷୀ ଶସ୍ୟ ବିକୁଛି । ତୁ ପ୍ରଥମେ ଯାଇ ଦେଖି ଆସ ତାହା ଭଲ ନା...

Read More

ଦୁଃସାହସର ଫଳ

ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା ।                 ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର ସଂପୂର୍ଣ୍ଣ ଡର ଛାଡିଗଲା । ଦିନେ ସେ କୋକିଶିଆଳଟି ଡର ଭୟ ଛାଡି ସିଂହ...

Read More

ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ

 ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ ତାଙ୍କର ଗଭୀର ଜ୍ଞାନ ଥିଲା । ବିକ୍ରମାଦିତ୍ୟ ଜଣେ ଧୀଶକ୍ତି...

Read More

ଲୋଭର ଫଳ

ବାଗଦାଦ୍ ସହର ନିକଟରେ ଏକ ଛୋଟ ସହରରେ ଇସ୍ମାଇଲ୍ ନାମରେ ଜଣେ କଂସେଇ ରହୁଥାଏ । ତା’ ଦୋକାନ ପାଖରେ ଅନ୍ୟ କୌଣସି ମାଂସ ଦୋକାନ ନଥାଏ ବୋଲି ତା’ର ବ୍ୟବସାୟ ବହୁତ ଭଲ ଭାବରେ ଚାଲୁଥାଏ । ଦିନେ ବୁଢାଟିଏ ତା’ ଦୋକାନରେ ଆସି ପହଁଚିଲା । ଜଣା ପଡୁଥାଏ ସେ ଲୋକଟି ବିଦେଶୀ । ସେ ଇସ୍ମାଇଲ୍କୁ କହିଲା, “ଭାଇ, ମୋତେ ସେରେ ନରମ ମାଂସ ଦିଅ ।” ଇସ୍ମାଇଲ୍ କହିଲା “ନରମ ମାଂସ ପାଇଁ ତୁମକୁ ରୂପା ମୋହରଟିଏ ଦେବାକୁ ହେବ ।” “କ’ଣ, ସେରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ