“ସତ୍ୟାଗ୍ରହ ଆନ୍ଦୋଳନ ଜାରି ହେଲା ଗୋରା ବିରୋଧରେ ସାରା ଦେଶରେ ଅଂଟାଭିଡି ଠିଆ ହୋଇଗଲେ ଜଣେ ଏହି ଆନ୍ଦୋଳନ ପାଇଁ ଶେଷରେ । ସିଏ ଥିଲେ ଆମ ବଲ୍ଲଭ ପଟେଲ ନିଜକୁ ସଜେଇ ଦେଇ ସର୍ଦ୍ଦାର ଦୃଢ ସଂଗଠନ ଗଢିଦେଲେ ଦେଶେ ଗୋରା ସରକାର ହେଲେ କାତର ।” ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବେଳର କଥା । ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ସତ୍ୟାଗ୍ରହ ଚାଲିଥାଏ । ଠିକ୍ ସେତିକିବେଳେ ୧୯୧୭ ମସିହାରେ ଜଣେ ଯୁବ ଓକିଲ...
ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ ଅନୁରୋଧ କଲେ । ସୂତ କହିଲେ, “ମହର୍ଷିଗଣ, ପରୀକ୍ଷିତଙ୍କ ପୁତ୍ର...
ଆଜିକାଲି ଘରବର ଦେଖା କୁଣିଆ ଆଗକାଳପରି ଜମିବାଡି କେତେ କ’ଣ ଅଛି ପଚାରୁ ନାହାଁନ୍ତି, କି ବାଡିପଟ ପାଳଗଦାର ଉଚ୍ଚତା ମାପୁ ନାହଁନ୍ତି କି ଗୁହାଳର ଗୋରୁ ଖୁଂଟ ଗଣୁ ନାହାଁନ୍ତି । ସେମାନେ ଦାଣ୍ଡର କୁଣିଆ ଦାଣ୍ଡରୁ ଆସିଲେ, ଦାଣ୍ଡ ଘରେ ବସିଲେ, ଜ୍ୱାଇଁ କ’ଣ କରୁଛି? ଚାକିରି କରିଛି ନା ବ୍ୟବସାୟ କରୁଛି? ପଚରା ଉଚରା କଲେ । ଜ୍ୱାଇଁର ରୂପ ଦେଖିଲେ, ଗୁଣ ଦେଖିଲେ, ଜ୍ୱାଇଁ ମୁଲଚାଲ କଲେ, ଯଦି ଜ୍ୱାଇଁ କିଣିବାକୁ ସମର୍ଥ ଅର୍ଥାତ୍...
ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ ବଂଚିବ । ତେଣୁ ସେ ତାର ଝିଅ ରୂପାକୁ ପାଖକୁ ଡାକି ଚୁପ୍କରି...
ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ । ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ ପ୍ରଶ୍ନର ଉତ୍ତର ଖଣ୍ଡିଏ କାଗଜରେ ଲେଖି ପ୍ରଶ୍ନକର୍ତ୍ତାକୁ ଆଣି...
ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହୋଇ ଆସୁଛି । ତମେ ଏଠାରେ ବସିଥାଅ ।” ଏତିକି କହି ସେ...
ଆଗ୍ରା ସହର ନିକଟବର୍ତ୍ତୀ ଅଂଚଳର ଗ୍ରାମରେ ଜଣେ ବିଧବା ବାସ କରୁଥିଲେ । ବିବାହର କିଛି ଦିନ ପରେ ତାଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ । ବିଚାରୀ ସ୍ତ୍ରୀ ଲୋକଟିର ଆଗକୁ ପଛକୁ କେହି ନଥାନ୍ତି । ଗ୍ରାମର ଶେଷ ମୁଣ୍ଡରେ କୁଡିଆଟିଏ କରି ସେ ବାସ କରୁଥାଏ । ଧନୀ ବ୍ୟକ୍ତି ମାନଙ୍କର ଘରେ ବାସନ ମାଜିବା, ଘର ଝାଡୁ କରିବା, ଲୁଗା ସଫା କରିବା ଇତ୍ୟାଦି କାର୍ଯ୍ୟ କରି ଜୀବନ ବିତାଏ । ସେ ଯାହା ରୋଜଗାର କରୁଥିଲା ତାର କେହି ଖର୍ଚ୍ଚ...
ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ...
ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’ ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର ଭାରି ଇଚ୍ଛା ।’ ବାଳକଟି ଉତ୍ସାହିତ ହୋଇ ପଚାରିଲା – ‘କେଉଁ...
ଧନୁ ଭାଙ୍ଗିବା ପରେ କୃଷ୍ଣ ବଳରାମ ସେଠାରୁ ଅନ୍ୟତ୍ର ଗଲେ । ମହା କୋଳାହଳ ହେଲା । ଜନତା ଏକଜୁଟ ହୋଇ ପାଶ୍ୱର୍ସ୍ଥ ଶସ୍ତ୍ରାଗାର ମଧ୍ୟରେ ପଶିଲେ । କିନ୍ତୁ ରାଜକର୍ମଚାରୀମାନେ ସେମାନଙ୍କ ସେଠାରୁ ବାହାର କରି ଦେଇ କବାଟ ବନ୍ଦ କଲେ ଓ ରାଜାଙ୍କୁ ଖବର ଦେବାକୁ ଅଗ୍ରସର ହେଲେ । ଖବର ପାଇ କଂସ ଗଭୀର ଚିନ୍ତାରେ ମଗ୍ନ ହେଲା । ତା’ପରେ ସେ ଧନୁଉତ୍ସବ ପାଇଁ ସଜା ହୋଇଥିବା ମଣ୍ଡପ ଓ ମହଲ ଦେଖିବାକୁ ଗଲା । ନାନା ଶିଳ୍ପ ଓ ମୂଲ୍ୟବାନ୍...
ନଈ କୂଳରେ ଛୋଟ ଗାଁଟିଏ । ସେଇ ଗାଁରେ ବୁଢାବୁଢୀ ଦୁଇଜଣ ରହୁଥାଆନ୍ତି । ତାଙ୍କର ତ ଚାଷୀ ପରିବାର । ସୁଖେ ଦୁଃଖେ ତାଙ୍କର ସଂସାର ଡଙ୍ଗା ଚାଲିଥାଏ । ସେ ବୁଢାବୁଢୀଙ୍କର ତିନୋଟି ପୁଅ । ତାଙ୍କର ପ୍ରଥମ ଦୁଇପୁଅ ବେଶ୍ ଚତୁର । କାମ ଧନ୍ଦାରେ ସେମାନେ ଖୁବ୍ ନିପୁଣ । ସେମାନଙ୍କର ଘରକାମ, ବାହାରକାମ କେଉଁଥିରେ ବି କିଛି ଖୁଣିବାକୁ ନାହିଁ । ସକାଳୁ ସଞ୍ଜଯାଏଁ ସେମାନେ ଖାଲି ଖଟୁଥାଆନ୍ତି । ଏଥିପାଇଁ କେବଳ ଘରେ ତାଙ୍କ ବାପ ମାଆ...
ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ ଚକ୍ ହୋଇ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେହେଲେ ମଧ୍ୟ ସଙ୍କୋଚ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ । ତେବେ, ବୃକ୍ଷାରୋହଣ କରି ସେହି...
ଅନେକ ଦିନ ତଳର କଥା । ସୁବୁଦ୍ଧିପୁର ଗାଁରେ ଗୋବିନ୍ଦ ବୋଲି ବୁଦ୍ଧିମାନ୍ ତରୁଣଟିଏ ଥାଏ । କେହି କୌଣସି ସମସ୍ୟାରେ ପଡିଲେ ତା’ର ପରାମର୍ଶ ନେଇ ସମସ୍ୟାର ସମାଧାନ କରନ୍ତି । ତେବେ ଗୋବିନ୍ଦ କିଛି ଉପାର୍ଜନ କରେ ନାହିଁ । ସେ ଅତି ଛୋଟ ଥିଲାବେଳେ ତା’ ବାପା ମା ମରିଯାଇଥିଲେ । ବଡ ଭାଇ ତାକୁ ପୋଷୁଥିଲେ । ନିଜେ କେବେ କିଛି ଉପାର୍ଜନ କରିବା କଥା ତା’ ମୁଣ୍ଡକୁ ଆସି ନଥିଲା । ଦିନେ ତା’ ଭାଇ...
ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ । ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ । ସେ ଖାଲି ଈର୍ଷାରେ ଜଳିଲା । ଦିନେ ସେ ଯାଇ ଗ୍ରାମର...
ଅତି ପୁରାକାଳରେ ବ୍ରହ୍ମଦତ ବାରାଣସୀରେ ରହି ରାଜ୍ୟ ଶାସନ କରୁଥିଲେ । ବାରାଣସୀଠାରୁ କିଛି ଦୂରରେ ଗଙ୍ଗାତୀରରେ ଗୋଟିଏ ଗ୍ରାମ ଥିଲା । ଏଥିରେ ପାଂଚଶତ ସୂତ୍ରଧର ବାସ କରୁଥିଲେ । ସେମାନେ ଗୃହ ନିର୍ମାଣର ଉପକରଣମାନ ପ୍ରସ୍ତୁତ କରୁଥିଲେ । ଏହି ଉଦ୍ଧେଶ୍ୟରେ ସେମାନେ ନୌକାରେ ବସି କିଛି ଦୂରରେ ଥିବା ଗୋଟିଏ ବନକୁ ଯାଉଥିଲେ । ବନରୁ କାଠ ଆଣି ସେଥିରେ ଗୃହର ବିଭିନ୍ନ ଜିନିଷ ତିଆରି କରୁଥିଲେ । ପରେ ସେଗୁଡିକ ନୌକାରେ ଲଦି...
ଜଗଦୀଶ ପାଖ ଗ୍ରାମରେ ଥିବା ତା’ର ବନ୍ଧୁ ରମେଶକୁ ଦେଖା କରିବାକୁ ଯାଉଥିଲା । ବାଟରେ ହାଟ ପଡିଲା । ସେ ସେଠାରୁ ଦୁଇଟି ଚିତ୍ର କିଣିଲା, ଗୋଟିଏ ବିଷ୍ଣୁଙ୍କର ଓ ଅନ୍ୟଟି ଶିବଙ୍କର । ସେଠାରେ ପହଁଚି ଜଗଦୀଶ କହିଲା, “ଆରେ ରମେଶ, ତୁମକୁ ଉପହାର ଦେବାକୁ ମୁଁ କ’ଣ ଆଣିଛି ଦେଖ ତ ।” ଏତିକି କହି ସେ ଦୁଇଟି ଚିତ୍ର ତାକୁ ଦେଲା । ରମେଶ ଖୁସି ହୋଇ ସେ ଚିତ୍ର ଦୁଇଟିକୁ ଧରିଲା । ତା’ପରେ ତା’ର...
ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ ତାଙ୍କ ରାତ୍ରୀ ଭୋଜନ ସାରିବା ପରେ ଯାହା ଖାଦ୍ୟ ପଦାର୍ଥ...
ସୁଖପାଳ ଗାଁର ପ୍ରଭାକରର ନିଜର ବୋଲି କେହିବି ନଥାନ୍ତି । ଘର ଛଣ୍ଡିକ ଛଡା ତା’ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା । ତେବେ ଲୋକେ ତାକୁ ଖୁବ୍ ଭଲ ପାଊଥାନ୍ତି । କାରଣ, ସେ ସାଧୁ ଓ ପରୋପକାରୀ । ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ । ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢିଥିଲା । ତା’ପରେ ନିଜେ ଅଭ୍ୟାସ କରି ଲେଖିପଢି ସେ ଶିଖିଥିଲା । ତେଣୁ ମଧ୍ୟେ ମଧ୍ୟେ ସେ ଗାଁର କେହି କେହି ଲୋକଙ୍କର...
ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି । ବରଂ କୁଆଡୁ କେମିତି ଧନ ଆସି ତାଙ୍କ ଭଣ୍ଡାର...
କୁନ୍ଦନପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ବଡ ଡାକୁ ଥାଏ । ତା’ର ବାପା, ଜେଜେବାପା ମଧ୍ୟ ସେହି ବିଦ୍ୟାରେ ଖୁବ୍ ଦୁର୍ନାମ ଅର୍ଜ୍ଜନ କରିଥିଲେ । ମନେହୁଏ ଡାକୁବିଦ୍ୟା ତାଙ୍କର ବଂଶଗତ ହୋଇଗଲାଣି । ଗୋବିନ୍ଦର ଭଉଣୀର ପୁଅଟିଏ ଥାଏ, ତା’ ନାମ ଭଗବାନ । ସିଏ ତ ଜନ୍ମରୁ ସେ ବିଦ୍ୟାରେ ସିଦ୍ଧ । ଯେତେବେଳେ ସେ ଟିକିଏ ବଡ ହୋଇଗଲା ତା’ ମା’ ଭଗବାନକୁ ତା’ ମାମୁଁ ପାଖକୁ ଡାକୁ ବିଦ୍ୟାକୁ କରାୟତ କରିବାକୁ ପଠାଇଦେଲା । କିନ୍ତୁ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ...
ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି ମେଣ୍ଢାକୁ ପିଟି ଦେବାରୁ ତା’ ଦେହରେ ଥିବା ଲୋମରେ ନିଆଁ ଲାଗିଗଲା...
ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି ଯାଉଥାଆନ୍ତି । ଦିବସର ଅନ୍ତିମ ଭାଗକୁ ଯଜ୍ଞ କାର୍ଯ୍ୟ ଶେଷ ହେବାକୁ...
ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ? ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ ଭକ୍ତମାନେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱାମୀଜୀଙ୍କୁ ଏକ...
ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ । ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି...
ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ । ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ । ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ କି କୋଠାବାଡି ଉପରେ ମୋଟେ ଲୋଭ ନଥାଏ । ବସ୍ତୁତଃ ସେମାନେ...
ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।...
ଯେଉଁ ସମୟର କଥା କୁହା ଯାଉଛି, ସେତେବେଳେ ସୀତାପୁର ରାଜ୍ୟରେ ରାଜା ମିହିର ବର୍ମା ରାଜୁତି କରୁଥିଲେ । ତାଙ୍କ ରାଜଧାନୀରେ ଜଣେ ସାଧୁ ଆସି ଦେଖା ଦେଲେ । ନିଜକୁ ସେ ସାଧୁ ସ୍ୱାମୀ ନିର୍ମଳାନନ୍ଦ ବୋଲି ପରିଚୟ ଦେଉଥାନ୍ତି । ତାଙ୍କ ସହ ତାଙ୍କର ଦୁଇଜଣ ଶିଷ୍ୟ ବି ଥିଲେ । କ୍ରମେ ପ୍ରଚାର ହୋଇଗଲା ଯେ ସାଧୁଜୀଙ୍କର ଗୁଣ ବହୁତ । ସେ ଲୋକଙ୍କୁ ଧନୀ କରିଦେଇ ପାରନ୍ତି, ମକଦ୍ଦମାରେ ବିଜୟ ଲାଭ କରାଇ ଦେଇ ପାରନ୍ତି...
(ସତ୍ୟ ଘଟନାମୂଳକ) ଅଜା ରାମ ଦ୍ୱିବେଦୀଏ – ଆରେ ଗଣି! ଆମ ଜମିର ରୋଡସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଲି ସଞ୍ଜବେଳେ ଘରକୁ ଫେରିଆସିଛି । ଆମ ମୁକ୍ତାର ରାମ ମିଶ୍ରେ, ଆଉ ଦି’ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ! ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ...
ମହିଷ୍ମତୀ ନଗରୀର ରାଜା ଯଶୋବର୍ଦ୍ଧନ ନିଜର ଦୁଇ ପୁଅଙ୍କ ଭିତରୁ ସାନ ପୁଅ ଗୁଣବର୍ଦ୍ଧନକୁ ରାଜ୍ୟଭାର ଦେବାକୁ ମନସ୍ଥ କରିବାରୁ ବୀରପୁରର ସାମନ୍ତରଜା ସୂର୍ଯ୍ୟବର୍ମା ଏହାର ବିରୋଧ କଲେ । ସର୍ପକେତୁ ନାମକ ଦୁଷ୍ଟ ସାମନ୍ତ ଗୁଣବର୍ଦ୍ଧନ ସହ ଷଡଯନ୍ତ୍ର କରି ସୂର୍ଯ୍ୟବର୍ମାକୁ ମାରିଦେବା ସକାଶେ ସେ ଗିରିପଥ ଦେଇ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କଲେ । ତାପରେ… “ସୂର୍ଯ୍ୟବର୍ମାଙ୍କୁ ଯେପରି ହେଲେ ମାରିଦିଅ! ସେ ଯଦି ଖସିଯିବେ...
ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ ।...
ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ । ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ । ଠିକ୍ ସେତିକିବେଳେ ପଛରୁ କେହି ତାଙ୍କୁ କହିଲା...