ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ

ନିକୁମ୍ଭ ନାମକ ଜଣେ ପଣ୍ଡିତ ଅନେକ ଦେଶ ଭ୍ରମଣ କରି ସେଠାକାର ପଣ୍ଡିତମାନଙ୍କୁ ନିଜ ପାଣ୍ଡିତ୍ୟ ବଳରେ ହରାଉଥିଲେ । ସେ ପ୍ରତ୍ୟେକ ଦେଶର ରାଜଧାନୀରେ ପହଁଚି ସେଠାକାର ରାଜାଙ୍କୁ ଦେଖା କରି କହୁଥିଲେ କି ସେ ଜଣେ ପଣ୍ଡିତ ଓ ସେ ସେହି ଦେଶର ପଣ୍ଡିତମାନଙ୍କ ସହିତ ତର୍କ କରିବାକୁ ଚାହାଁନ୍ତି । ରାଜା ପଣ୍ଡିତ ସଭା ଡାକନ୍ତି । ନିକୁମ୍ଭ ବାଜିରଖି ନାନା ତର୍କ ବିତର୍କ କରି ପଣ୍ଡିତମାନଙ୍କୁ ହରାଇ ଦିଅନ୍ତି ଓ କିଛି ପୁରସ୍କାର...

Read More

ନିର୍ଭିକ ଚ୍ୟାଙ୍ଗ୍

ଚୀନ ଦେଶର କଥା । ସେଇଠି ଗୋଟିଏ ଗାଁରେ ଚ୍ୟାଙ୍ଗ୍ ବୋଲି ପିଲାଟିଏ ଥିଲା । ପିଲାଦିନୁ ସେ ଭାରି ସାହସୀ । ତା ଗାଁ ଥିଏଟରରେ ସେ ବେଳେ ବେଳେ ଅଭିନୟ କରେ ବୋଲି ତାକୁ ସେ ଗାଁ ଲୋକ ଅତ୍ୟନ୍ତ ସୁଖ ପାଆନ୍ତି । ଡର କ’ଣ ସେ ଆଦୌ କିଛି ଜାଣିନାହିଁ । ଅନ୍ଧାର ରାତିରେ ଯେଉଁ ବାଟରେ କେହି କେବେ ଯାଆନ୍ତି ନାହିଁ, ଚ୍ୟାଙ୍ଗ୍ ସେଠାରେ ନିଧଡକ ଭାବରେ ବୁଲୁଥାଏ । ଗାଁର ନଈକୂଳ, ଶ୍ମଶାନ କିମ୍ବା ଅପନ୍ତରା ପଡିଆ ଉପରେ ସେ ଚ୍ୟାଙ୍ଗ୍...

Read More

ସ୍ୱର୍ଗ ଓ ନର୍କର କାହାଣୀ

ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିବା ।                 ପୁରୋହିତ ତାଙ୍କୁ...

Read More

ଷଡଯନ୍ତ୍ରର ସୁଫଳ

ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ...

Read More

ପକ୍ଷୀ ଏବଂ ମାଙ୍କଡ କଥା

       ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ ହଲାଇବାରେ ଲାଗିପଡିଲେ । ଏହି ଲାଲ୍ ରଂଗର ଫଳଟିକୁ ସେମାନେ...

Read More

ଶିବ ପୁରାଣ

ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ...

Read More

ମାନବ ଓ ଦାନବ

ଥରେ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ । ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟିଗଲେ ଓ...

Read More

ଯାହା ପାଇଁ ଯିଏ

ପ୍ରଜାପତି ଘଟସୂତ୍ର କରାଇବାରେ ଦୀକ୍ଷିତ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ବରକନ୍ୟା ଯୁଟାଇବାରେ ସେ ବଡ ଦକ୍ଷ । ନିଜର ବାକ୍ ଚାତୁରୀରେ ସେ ବରପକ୍ଷ ବା କନ୍ୟାପକ୍ଷକୁ ଭଲ ଭାବରେ ପ୍ରଭାବିତ କରି ଦୁଇପକ୍ଷରୁ ନିଜର ପାଉଣା ଆଦାୟ କରୁଥିଲେ ।                 ସେହି ଗ୍ରାମର କମଳ ପଣ୍ଡାଙ୍କର ନୀଳାମ୍ବରୀ ନାମରେ ଝିଅଟିଏ ଥାଏ, ତା’ଲାଗି ନାନାଆଡୁ ବିବାହ ପ୍ରସ୍ତାବ ଆସୁଥାଏ । ପଣ୍ଡାଙ୍କର ଶାସ୍ତ୍ର ପୁରାଣରେ ଅଗାଧ ଜ୍ଞାନ । କିନ୍ତୁ...

Read More

ଆକାଶରେ ଶିଳପୁଆ

ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।” ଏହା ଶୁଣି...

Read More

ଇଏ ମଣିଷ ନା ଦେବତା

ହଜରତ୍ ଅବ୍ଦୁଲ୍ କାଦର ଜିଲାନୀ ଜଣେ ସମ୍ଭ୍ରାନ୍ତବଂଶୀୟ ପୁରୁଷ ଥିଲେ । ମାତ୍ର ତାଙ୍କର ଆଚରଣ ସାଧୁପ୍ରକୃତିର ଥିଲା ଓ ସେ ସମାଜର ମଙ୍ଗଳପାଇଁ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଉଥିଲେ । ସୁତରାଂ ତାଙ୍କଠାରୁ ସୁଚିନ୍ତିତ ପରାମର୍ଶପାଇଁ ମଧ୍ୟ ଲୋକମାନେ ସବୁବେଳେ ଆସୁଥିଲେ ।                 ଥରେ ଜିଲାନୀଙ୍କ ପାଖକୁ କେତେକ ଲୋକ ଆସି ତାଙ୍କଠାରୁ ଧର୍ମୋପଦେଶ ଓ ପ୍ରବଚନ ଶୁଣିବା ପାଇଁ ଇଚ୍ଛା ପ୍ରକଟ କଲେ । ମାତ୍ର ହଜରତ୍ ନିଜେ ଉପଦେଶ...

Read More

ବିକ୍ରମାଦିତ୍ୟଙ୍କ ବନଗମନ

ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ ମୋ କ’ଥା ରଖିବେ । ରାଜା ବିକ୍ରମାଦିତ୍ୟ କହିଲେ ପ୍ରିୟେ...

Read More

ଅସଦିସ ଜାତକ

ଏକ ସମୟରେ ବୋଧିସତ୍ୱ ବାରାଣସୀରେ ରାଜା ବ୍ରହ୍ମଦତଙ୍କ ପଟ୍ଟମହିଷୀଙ୍କ ଗର୍ଭରୁ ତାଙ୍କର ପ୍ରଥମ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ନବଜାତ ପୁତ୍ରଟିର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା । ତାଙ୍କ ସଦୃଶ ସୁନ୍ଦର ଶିଶୁ ଦେଖାନଥିବାରୁ ତାଙ୍କର ନାମ ରଖାଯାଇଥିଲା ଅସଦୃଶ କୁମାର । କ୍ରମେ ଶିଶୁଟି ବୃଦ୍ଧି ପ୍ରାପ୍ତ ହୋଇ ପିତାମାତାଙ୍କର ମନୋହରଣ କରିବାକୁ ଲାଗିଲା । ଶିଶୁଟିର ବୟସ ଚାରିବର୍ଷ ହେଲାବେଳକୁ ରାଣୀ ଅନ୍ୟ ଏକ ପୁତ୍ରରତ୍ନ ଲାଭ...

Read More

ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା

ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ପିଲା ଦିନରୁ ଘନିଷ୍ଠ ବନ୍ଧୁ ଥିଲେ । ଦିନେ ସେମାନେ ଠିକ୍ କଲେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ ଅଧିକ ବିଦ୍ୟା ଶିକ୍ଷା କରିବେ ଏବଂ ଏହି ବିଦ୍ୟାକୁ ଉପଯୋଗ କରି କିଛି ଧନ ଉପାର୍ଜ୍ଜନ କରିବେ । ଏହା ଚିନ୍ତା କରି ସେମାନେ “ପଡୋଶୀ ରାଜ୍ୟକୁ” ଯିବାପାଇଁ ବାହାରି ପଡିଲେ । ସେଠାରେ ସେ ଏକ ବିଦ୍ୟାଳୟରେ ବିଦ୍ୟା ଆରମ୍ଭ କଲେ । ସେଠାରେ ସେମାନେ କାଳ କଠିନ ପରିଶ୍ରମ କଲେ ।...

Read More

ରାଜକୁମାରୀ ଓ ଶିମ୍ବମଞ୍ଜି

ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛାକରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ । ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ, ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ । ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସଂଧାନ ପାଇଲେ ନାହିଁ । ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ କାରଣ ସେ ଜଣେ ପ୍ରକୃତ ରାଜକୁମାରୀର ଗୁଣଥିବା ଏକ ପତ୍ନୀ ଚାହୁଁଥିଲା । ହଠାତ୍...

Read More

ଠକ ସହିତ ଠକାମୀ

ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।”                 ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା...

Read More

ଯମୁନା ନଦୀର କାନ୍ଦ

ଥରେ ରାତିରେ ଆକବର ଏବଂ ବିରବଲ ଲାଲ୍କିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସଂପର୍କରେ ଆଲୋଚନା କରୁଥାଆନ୍ତି । ଯମୁନା ନଦୀ କଳକଳ ନାଦ କରି ବହିଯାଉଥାଏ । ରାତିରେ ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ ।          ଏହି ସମୟରେ ଆକବର ବିରବଲଙ୍କୁ କହିଲେ – “ବିରବଲ! ଯମୁନା ନଦୀ ଏପରି କାନ୍ଦୁଛି କାହିଁକି?” ଆକବର ଭାବିଥିଲେ ବିରବଲ ଏ କଥା ଜାଣି ନାହିଁ ବୋଲି କହିବେ ।          କିନ୍ତୁ କାଳ...

Read More

ମା ଆସନ୍ତି ନାହିଁ ବାପା ଆସନ୍ତି

 ରାଜ୍ୟର ଜଣେ ଧନୀ ଲୋକ ତାଙ୍କ ଘରେ ମହୋତ୍ସବ କରୁ ଥାନ୍ତି । ବହୁ ମାନ୍ୟ ଗଣ୍ୟ ଲୋକ ସେଥିରେ ଆମନ୍ତ୍ରିତ ହୋଇ ଯୋଗ ଦେଇ ଥାଆନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଆମନ୍ତ୍ରିତ ହୋଇ ସେହି ମହୋତ୍ସବରେ ଯୋଗ ଦେଲେ । ମହାରାଜା ଯେଉଁ ଆଡେ ଯାଉ ଥାନ୍ତି ସାଥିରେ ଗୋପାଳ ରହି ଥାନ୍ତି । କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି । କାରଣ ରାଜା ତାଙ୍କୁ ବେଶୀ ଭଲ ପାଉ ଥାନ୍ତି ଓ ପାଖରୁ କ୍ଷଣେ ସୁଦ୍ଧା ଛାଡୁ ନଥିଲେ ।                ...

Read More

ଭିନ୍ନ ବିଦ୍ୟା

ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବ ।                 କାଳେ ଏଥିରେ ଘରେ...

Read More

ପ୍ରତ୍ୟେକ ଜିନିଷ କାମରେ ଆସେ

ଜଣେ ମେଷ ପାଳକର ଅନେକ ମେଷ (ମେଣ୍ଢା) ଥିଲା । ତାଙ୍କୁ ଦେଖା ଶୁଣା କରିବା ଲାଗି ଅନେକ ଗୁଡିଏ କୁକୁର ମଧ୍ୟ ଥିଲେ । ସେମାନେ ମେଣ୍ଢା ମାନଙ୍କୁ ଦିନ ସାରା ଜଙ୍ଗଲରେ ଘାସ ଚରାଉ ଥିଲେ ଆଉ ସଂଜ ନଇଁବା ଆଗରୁ ସେମାନଙ୍କୁ ନେଇ ସେହି ଗୋଠରେ ପହଁଚାଇ ଦେଉ ଥିଲେ । ଗୋଠରେ ପହଁଚାଇବା ପରେ କବାଟ କିଳି ଦେଉ ଥିଲେ । ତା’ପରେ ମାଲିକ ସେମାନଙ୍କର କୌଣସି ପ୍ରକାର ଖବର ଅନ୍ତର ନେଉ ନଥିଲା । କିନ୍ତୁ କୁକୁର ମାନଙ୍କର ଆରାମ୍, ଖାଇବା ପିଇବା...

Read More

ପରୀକ୍ଷା

ମୁକୁନ୍ଦ ନାମକ ଏକ ଯୁବକ କିଛି ସଉଦା କିଣିବାକୁ ଦୋକାନକୁ ଗଲା । ସେତେବେଳେ ତ ସେଠାରେ ଗ୍ରାହକମାନେ ଭିଡ କରିଥିଲେ । ତେଣୁ ସେ ସେଠାରେ କିଛି ସମୟ ଅପେକ୍ଷା କଲା, ଅନ୍ୟାନ୍ୟ ଗ୍ରାହକମାନେ ଯିବା ପରେ ସେ ଦୋକାନୀକୁ ସଉଦାର ତାଲିକା ଧରାଇ ଦେଲା । ତା’ପରେ ଦୋକାନୀ ସେ ତାଲିକା ମୁତାବକ ସବୁକିଛି ଦେଇ ସେସବୁର ମୂଲ୍ୟ ମଧ୍ୟ କହିଦେଲା । ମୁକୁନ୍ଦ ଟଙ୍କା ଦେଲା । ଦୋକାନୀ ତା’ର ମୂଲ୍ୟ ରଖି ବାକି ଟଙ୍କା ମୁକୁନ୍ଦକୁ ଫେରାଇ ଦେଲା ।...

Read More

ସନ୍ଦେହ

ବହୁବର୍ଷ ପୂର୍ବର କଥା । ବିନ୍ଧ୍ୟପର୍ବତ ଅଂଚଳରେ ଜଣେ ମୁନି ସର୍ବଦା ତପସ୍ୟାରତ ଥା’ନ୍ତି । ଲୋକମାନେ ଏକଥା ଜାଣିବା ମାତ୍ରେ ସେଠାକୁ ଯିବା ଆସିବା କରନ୍ତି, ନିଜର ଦୁଃଖ କଷ୍ଟ ଶୁଣାନ୍ତି ଓ ଆଶୀର୍ବାଦ ଭିକ୍ଷା କରନ୍ତି । ମୁନି ମଧ୍ୟ ଯଥାସାଧ୍ୟ ଲୋକଙ୍କର ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି । ମୁନି ବଡ ଶାସ୍ତ୍ରଜ୍ଞ ଓ ଜ୍ଞାନୀ ଥିଲେ; ତେଣୁ ଲୋକମାନଙ୍କୁ ବହୁତ ତାତ୍ତ୍ୱିକ ବିଷୟରେ ସେ ବୁଝାନ୍ତି । କିନ୍ତୁ ନିତିଦିନର...

Read More

ବୁଦ୍ଧିମାନ ବିଶୁ

କଂଚନପୁରର ଧନୀ ବ୍ୟବସାୟୀ ବିଶାଳଙ୍କର ଏକମାତ୍ର ପୁତ୍ର ବିଶୁ ତା’ ପିଲାଟିଦିନରୁ ବଡ ଆଦରରେ ମଣିଷ ହୋଇଥାଏ । ତା’ର ଯେତିକି ଇଚ୍ଛା ସେ ସେତିକି ପଢେ, ତାକୁ କେହିବି ଗାଳି ଦିଅନ୍ତି ନାହିଁ । ଏମିତି ସବୁଥିରେ ଅତ୍ୟଧିକ ସ୍ୱାଧିନତା ପାଇ ସେ ସରଳ ଭାବରେ ବଢୁଥାଏ । କ୍ରମେ ଯୁବକ ବୟସ ହେବାରୁ ତା’ର ପିତା ତାକୁ ବ୍ୟବସାୟରେ ରଖିବାକୁ ଚାହିଁଲେ । ହେଲେ ବିଶୁର ସାଂସାରିକ ଜ୍ଞାନ ଆଦୌ ନଥାଏ । ବ୍ୟବସାୟ ପାଇଁ ପ୍ରଖର ବୁଦ୍ଧି ଦରକାର;...

Read More

ଛୁଆ କୁକୁଡା

ଥରେ ଗୋଟିଏ କୁକୁଡାଛୁଆ ବଗିଚାରେ ଖୋଲା ଆକାଶ ତଳେ ବୁଲୁଥିଲାବେଳେ ଗୋଟିଏ ଗୋଲାପ ଗଛରୁ ପତ୍ରଟିଏ ତା ଲାଞ୍ଜ ଉପରେ ପଡିଗଲା । ହଠାତ୍ ସେ ଚମକି ପଡିଲା ଏବଂ ଭାବିଲା ଆକାଶରୁ ଖଣ୍ଡେ ତା ଲାଞ୍ଜ ଉପରେ ଖସି ପଡିଛି । ଏକଥା ଭାବି ସେ ଦୌଡିବାକୁ ଲାଗିଲା । ସେ ଦୌଡି ଯାଉଯାଉ ବାଟରେ ‘ହେନିପେନି’ ନାମକ ଏକ କୁକୁଡାକୁ ଭେଟିଲା । ସେ ବଡପାଟିରେ ଚିତ୍କାରକରି କହିଲା ‘ହେ ହେନିପେନି! ଆକାଶ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି ।’ ହେନିପେନି...

Read More

କାରଣ

ରଘୁନନ୍ଦନ ମିଶ୍ର, ଆନନ୍ଦପୁର ଗ୍ରାମର ଅନ୍ୟ ଅଧିବାସୀମାନଙ୍କ ଅପେକ୍ଷା ବେଶ୍ ସ୍ୱଚ୍ଛଳ । ପନ୍ଦର ଏକର ଉର୍ବର ଚାଷଜମି ସାଙ୍ଗକୁ ଦୁଇ ଏକର ଆମ୍ବ ତୋଟାରୁ ତାଙ୍କର ଭଲ ଆୟ ହୁଏ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର କନ୍ୟା – ରୁକ୍ମିଣୀ ।                 ରୁକ୍ମିଣୀ ଏବେ ବିବାହ-ଯୋଗ୍ୟ ବୟସରେ ଉପନୀତା । ମିଶ୍ରେ ନିଜ କନ୍ୟାର ବିବାହ ଆୟୋଜନରେ ଲାଗି ଥାଆନ୍ତି । ମନେ ମନେ ସ୍ଥିର କରି ଥାଆନ୍ତି, ଜଣେ ସୁନ୍ଦର ଅଥଚ...

Read More

ଦରିଦ୍ର ରାଜା

ଏକଦା ବୁନ୍ଦେଲଖଣ୍ଡ ରାଜ୍ୟକୁ ଠାକୁରବଂଶୀୟ ରାଜା ଶାସନ କରୁଥିଲେ । ରୂପାସିଂହ ହେଲେ ସେହି ବିଖ୍ୟାତ ବଂଶର ଯୁବକଟିଏ । ସେ ଦେଖିବାକୁ ଖୁବ୍ ସୁନ୍ଦର, ସମସ୍ତ ସଦଗୁଣରେ ପରିପୂର୍ଣ୍ଣ । କିନ୍ତୁ ଜନ୍ମରୁ ସେ ଦରିଦ୍ର, ହେଲେ ମନଟି ତାଙ୍କର ଉଚ୍ଚ । ନିଜର ବୋଲି ତା’ର ଏ ପୃଥିବୀରେ କେହିବି ନାହିଁ । କୁରାଢୀଟିଏ ଜାଣ ତାଙ୍କର ସାଥୀ । ସକାଳୁ ଦ୍ୱିପହର ପର୍ଯ୍ୟନ୍ତ ଜଙ୍ଗଲରେ ସେ କାଠ କାଟନ୍ତି । ସେତକ ବିକି ତିନି ଟଙ୍କାରୁ ପାଞ୍ଚ...

Read More

ଚନ୍ଦ୍ର ଜ୍ୟୋତି କଥା

ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।”        ଥରେ ମହାରାଜ ବିକ୍ରମାଦିତ୍ୟ ରାଜ୍ୟ ତଥା ପ୍ରଜାମାନଙ୍କର ମଙ୍ଗଳ ପାଇଁ ଏକ ସତସଂଗ...

Read More

ଜ୍ଞାନ ଓ ଭାଷଣ

ଜଣେ ଶାସ୍ତ୍ରବିଦ୍ ପଣ୍ଡିତ ଥିଲେ । ତାଙ୍କ ନାମ ଲକ୍ଷ୍ମଣ ଆଚାର୍ଯ୍ୟ । ସେ ଆଚାର୍ଯ୍ୟଙ୍କର ତ ଅନେକ ଶିଷ୍ୟ ଥିଲେ । ଯେଉଁମାନେ ତାଙ୍କର ଶିଷ୍ୟ ନଥିଲେ, ସେମାନେ ବି ତାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ । କାରଣ ଆଚାର୍ଯ୍ୟଙ୍କର ଯେପରି ଶାସ୍ତ୍ରଜ୍ଞାନ ଥିଲା, ସେହିପରି ଲୋକଙ୍କୁ ସରଳ ଭାବରେ ବୁଝାଇବାର ଶକ୍ତି ମଧ୍ୟ ତାଙ୍କର ଥିଲା । ଜଟିଳ ସମସ୍ୟା ସବୁର ସେ ଅତ୍ୟନ୍ତ ସରଳ ବ୍ୟାଖ୍ୟା ଦେଇପାରୁଥିଲେ ।                 ସେ...

Read More

ସୋମିଲାକ୍ ତନ୍ତ୍ରୀ କଥା

       ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର ପୋଷାକ ପ୍ରସ୍ତୁତ କରୁଥିଲେ ମଧ୍ୟ ସେମାନେ ଅଧିକ ପାରିଶ୍ରମିକ...

Read More

ସାହାଯ୍ୟ କଲେ ସାହାଯ୍ୟ ମିଳେ

ଅନେକ ଦିନ ତଳର ଘଟଣା । ବନାରସ ସହରରେ ଦିଗମ୍ବର ନାମରେ ଜଣେ ଯୁବକ ରହୁଥିଲେ । ସେ ବହୁତ ପାଠ ପଢିଥିଲେ କିନ୍ତୁ ଚାକିରି ଆଦୌ ପାଇ ନ ଥିଲେ । ପିଲାଦିନରୁ ତାଙ୍କର ବାପ ମାଆ ତ ମରିଯାଇଥିଲେ । ତେଣୁ ସେ ନିଜେ ଟିଉସନ୍ କରି ପାଠ ପଢିଥିଲେ । କାହା ପାଖରେ ହାତ ପାତିବାକୁ ତାଙ୍କୁ ଭାରି ଲାଜ ମାଡୁଥିଲା । ଥରେ ଝଡ ବର୍ଷା ଲାଗି ରହିଲା ତେଣୁ ସେ ଆଉ କୁଆଡକୁ ଯାଇପାରିଲେ ନାହିଁ । ପୂରା ଦୁଇଦିନ ଉପବାସ ରହିଲେ । ତୃତୀୟ ଦିନ ଝଡ ବର୍ଷା...

Read More

ଭିନ୍ନ ମତ

       ଥରେ ଜଣେ ଭଦ୍ରବ୍ୟକ୍ତି ଏକ ଦେଉଳ ନିର୍ମାଣ କାର୍ଯ୍ୟ ଦେଖିବାକୁ ଗଲେ । ସେଠାରେ ଅନେକ ଶିଳ୍ପୀ କାମ କରୁଥାନ୍ତି ।        ସେଇ ଭଦ୍ରବ୍ୟକ୍ତି ଜଣକ ଜଣେ ଶିଳ୍ପୀକୁ ପଚାରିଲେ, “ଭାଇ, ଏଠାରେ କ’ଣ କରୁଛ?” ମୁଁ ପରା ପଥର ଖୋଦେଇ କାର୍ଯ୍ୟରେ ନିଯୁକ୍ତି ପାଇ ସେହି କାମ କରୁଛି? ଆଉ କ’ ଣ କରନ୍ତି?”        ସେହି ଭଦ୍ରବ୍ୟକ୍ତି ଜଣକ ପୁଣି ଆଗକୁ ଚାଲିଲେ । ସେ ଆଉ ଜଣେ ପଥର ଖୋଦେଇ ଶିଳ୍ପୀକୁ ପଚାରିବାରୁ ସେ କହିଲା, “କ’ଣ...

Read More

ବୁଦ୍ଧି ଦାତା ଗୋପାଳ

ରାଜା କୃଷ୍ଣ ଚନ୍ଦ୍ରଙ୍କର ଫୁଲ ବଗିଚାରେ ଗୋଟିଏ ଖାଲ ହୋଇ ଥିବାରୁ ଦିନେ ରାଜା ଦୁଇ ଜଣ ମାଳିକୁ ଡାକି ଗୋଟିଏ ଜାଗା ଦେଖାଇ ଦେଇ କହିଲେ – ତୁମ୍ଭେ ମାନେ ଏହି ଜାଗାଟିରୁ ମାଟି ନେଇ ସେଠି ଯେଉଁ ଖାଲଟି ଅଛି ତାକୁ ପୋତି ଦେଇ ସମାନ କରି ଦିଅ । ବଗିଚାରେ ଯେପରି କୌଣସି ଖାଲ ନରହେ । ରାଜା ଏହା କହି ଚାଲି ଗଲେ । ମାଳି ଦୁଇ ଜଣ ମାଟି କାଢି ଖାଲଟିରେ ପକାଇଲେ ।                  ରାଜା ମାଳି ମାନଙ୍କୁ କାମ ବରାଦ କରି ଥିବା ବେଳେ...

Read More

ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର

“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା । ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।” ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ କରୁଥିଲେ । ଆଉ ସେଠାରେ ପାଠପଢାଉଥିବା ଶିକ୍ଷକଙ୍କୁ ‘ଅବଧାନ’...

Read More

ଭାଗ୍ୟବିଧାତା

ବହୁଦିନ ପୂର୍ବେ କାଶୀ ନଗରୀରେ ରାଜପାଳ ନାମକ ଯୁବକଟିଏ ଥାଏ । ପିଲାଟି ଦିନରୁ ତା’ର ବାପମା’ ମରିଯାଇଥାନ୍ତି । ସେ ନଗରୀର ଦୁଇଜଣ ବିଶିଷ୍ଟ ବ୍ୟକ୍ତି ତାକୁ ପାଳିପୋଷି ମଣିଷ କଲେ ଓ ଶିକ୍ଷାର ବ୍ୟବସ୍ଥା କଲେ । ସେ ସମସ୍ତ ବିଦ୍ୟା ଲାଭ କରିବା ପରେ ତାକୁ ରାଜଦରବାରରେ ଚାକିରୀଟିଏ ମଧ୍ୟ ଦେଲେ ।                 ଏବେ ସେ ଭାବିଲା ବିବାହ କଲେ ଜଣେ ଜୀବନରେ ସହାୟତା କରନ୍ତା । କେତେଦିନ ଆଉ ସେ ଏମିତି ଏକୁଟିଆ ରହିବ । ବାପମା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ