ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅସଲ ମିତ୍ର

ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...

Read More

ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ । କଲିକତାରୁ ମାଲ...

Read More

ମଧୁର ଅନୁଭୁତି

ମହୀଧର ଚକ୍ଷୁହୀନ ଅଟନ୍ତି । ତାଙ୍କ ପତ୍ନୀଙ୍କର ମୃତ୍ୟୁପରେ ତାଙ୍କର ଦେଖାଶୁଣା ଦାୟିତ୍ୱ ପୁତ୍ରମାନେ ବହନ କରୁଥାନ୍ତି । ଥରେ ତାଙ୍କର ଘରକୁ ଜଣେ ପ୍ରସିଦ୍ଧ ଚିତ୍ରକର ଆସିଲେ । ସେ ଏକ ସୁନ୍ଦରୀ ରମଣୀର ଚିତ୍ର ଅଙ୍କନ କରିବାକୁ ଚାହୁଁଥିଲେ । କିନ୍ତୁ ମହୀଧରଙ୍କ ତିନିଜଣ ଯାକ ବୋହୂ ସୌନ୍ଦର୍ଯ୍ୟରେ ଏକକୁ ଆରେକବଳି ଥିଲେ । ତେଣୁ ସେ ଚିତ୍ରକର ଦ୍ୱନ୍ଦ୍ୱରେ ପଡିଗଲେ । ଏବେ ସେ କାହାର ଚିତ୍ର ଅଙ୍କନ କରିବେ । ସନ୍ଦେହର ସମାଧାନ...

Read More

ପ୍ରତାପଙ୍କ ଉପବାସ

ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି...

Read More

ଗାରୁଡି ମନ୍ତ୍ର

ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି...

Read More

ସ୍ୱପ୍ନରୁ ବାସ୍ତବ

ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ...

Read More

ଭାଗ୍ୟ ଦେବତା

ଅନେକ ପୂର୍ବ କାଳର କଥା । ଚୀନ୍ର ଗୋଟିଏ ଗାଁରେ ବାଙ୍ଗ୍ ନାମକ ଗରୀବ ଚାଷୀଟିଏ ରହୁଥାଏ । ତା’ର ଆଉ ଏ ଦୁନିଆରେ ନିଜର ବୋଲି କେହିବି ନଥାଏ, ଉତ୍ତରାଧିକାରୀ ଭାବରେ ସେ ତା’ ବାପର ମାତ୍ର ଦେଢ ଏକର ଜମି ପାଇଥାଏ । ସେହି ଜମିରେ ସେ ଅନେକ ଫଳ ଚାଷ କରେ । ନିଜେ ଖାଏ ଓ ବଳକା ଫଳ ବିକି ପଇସା ଜମା କରିଥାଏ ।                 ତା’ ଜମିକୁ ଲାଗି କିଛି ଅନାବାଦୀ ଜମି ପଡିଆ ପଡିଥାଏ । ଇତିମଧ୍ୟରେ ସେ ଜଣେ ଭଲ ଚାଷୀ ଭାବରେ ପ୍ରମାଣିତ...

Read More

ମିଠା କଥାର ମହତ୍ୱ

ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ?          ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି । ସେଠାରେ ମଧ୍ୟ ମୋତେ କିଛି ଦିନ ରହିବାକୁ ପଡିବ ।...

Read More

ତିନୋଟି ଉପଦେଶ

ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ । ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ ପ୍ରଶ୍ନର ଉତ୍ତର ଖଣ୍ଡିଏ କାଗଜରେ ଲେଖି ପ୍ରଶ୍ନକର୍ତ୍ତାକୁ ଆଣି...

Read More

ଶକରକନ୍ଦ

ପୁରୁଣା କାଳର କଥା । ଜଣେ ରାଜା ଓ ଜଣେ ଚାଷୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଗାଁ ମୁଣ୍ଡରେ ଜଙ୍ଗଲ ପାଖରେ ସେ ଚାଷୀଟିର ଗୋଟିଏ କୁଡିଆ ଥାଏ । ରାଜା ଯେବେ ଯେବେ ଶୀକାର କରିବାକୁ ଯା’ନ୍ତି, ସେ ନିଶ୍ଚିତ ଭାବରେ ଚାଷୀର ଘରକୁ ଯା’ନ୍ତି । ଚାଷୀର ସ୍ତ୍ରୀ ତାଙ୍କୁ ଶକରକନ୍ଦ ଖୁଆଏ । ରାଜା ତାକୁ ବହୁତ ଆନନ୍ଦରେ ଖା’ନ୍ତି ।                 ଚାଷୀଟି ଦିନେ ତା’ର କୌଣସି ଏକ କାମ ଯୋଗୁଁ ସହରକୁ ଯିବାକୁ ବାହାରିଲା । ତା’ର...

Read More

ଚାକରର ଯୁକ୍ତି

ଗୋଟିଏ ଗ୍ରାମରେ ଧ୍ରୁବ ନାମକ ଜଣେ ବ୍ୟକ୍ତି ଥାଏ । ତା’ର ନିଜର ବୋଲି ଏ ଦୁନିଆରେ ଆଉ କେହିବି ନଥାନ୍ତି; ବିବାହ ମଧ୍ୟ ସେ କରି ନଥାଏ ସେଥିପାଇଁ ଘର ଚଳାଇବା ପାଇଁ ଚାକରଟିଏ ସେ ରଖିଥାଏ । ସେ ଘରକାମ ଓ ରନ୍ଧାବଢା ସବୁ କରେ । ତା’ର ନାମ ଭୋଳା ।                 ଦିନେ ଧ୍ରୁବ ରାସ୍ତାରେ ଯାଉଛି । ଜଣେ ପରିଚିତ ବ୍ୟକ୍ତି ତାକୁ ଡାକି କହିଲେ, “ଆରେ ଧ୍ରୁବ, ବହୁଦିନ ପରେ ତତେ ମୁଁ ଦେଖୁଛି । ଏବେ ମୋ ଦୋକାନକୁ ବହୁତ ସ୍ୱାଦିଷ୍ଟ...

Read More

ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ ।                 ତୁମମାନଙ୍କ ଘରେ ତ ସୁନାଗହଣାମାନ ଥିବ । ଆମ ମାଆ ଭଉଣୀମାନେ ସୁନାଗହଣା ପିନ୍ଧିବାପାଇଁ...

Read More

ତିନୋଟି ପରୀକ୍ଷା

ପ୍ରାଚନ କାଳରେ କେକୟ ଓ ଗାନ୍ଧାର ଦେଶ ମଝିରେ କୌମୁଦି ନାମକ ଏକ ଦେଶ ଥିଲା । କୁହାଯାଏ ଯେ ବହୁ ପୂର୍ବରୁ କୌମୁଦି ଦେଶ ଏକ ବିରାଟ ଦେଶ ଥିଲା । କିନ୍ତୁ ବାରମ୍ବାର ପଡୋଶୀ ଦେଶ ଦ୍ୱାରା ପରାଜିତ ହେବା ଦ୍ୱାରା ଏହାର କେତେକ ପ୍ରଦେଶ ଅନ୍ୟ ଦେଶ ସହିତ ମିଳିତ ହେବାରୁ ଏବେ ଏହା ଅନେକ ଛୋଟ ହୋଇଯାଇଛି । କୌମୁଦି ଦେଶର ରାଜା ଚନ୍ଦ୍ରକାନ୍ତଙ୍କର ତ କେହି ବି ପୁତ୍ରସନ୍ତାନ ନଥିଲେ । ତେଣୁ ସେ ତାଙ୍କ ଏକମାତ୍ର କନ୍ୟା ଜ୍ୟୋତ୍ସ୍ନାକୁ...

Read More

ଭୂବନ ସୁନ୍ଦରୀ

(ଗ୍ରୀକ୍ମାନେ ଟ୍ରୋୟ ନଗରୀକୁ ଦଶବର୍ଷ ଧରି ଘେରି ରହିଥିଲେ । ଏହି ଦଶବର୍ଷ ମଧ୍ୟରେ ଦୁଇପକ୍ଷର ଅନେକ ଯୋଦ୍ଧା ମରିସାରିଥିଲେ । ଏହାର ମୂଳ କାରଣ ହେଉଛନ୍ତି ଭୂବନସୁନ୍ଦରୀ । ଗ୍ରୀକ୍ ପକ୍ଷର ମୃତ ପ୍ରସିଦ୍ଧ ଯୋଦ୍ଧା ହେଲେ ବଜ୍ରକାୟ ଓ ଭୂଧବ । ଟ୍ରୋଜନ୍ର ମୃତ ପ୍ରସିଦ୍ଧ ଯୋଦ୍ଧା ମାନଙ୍କ ମଧ୍ୟରେ ବୀରସିଂହ ଓ ମୋହନ; ମୋହନଙ୍କ ମୃତ୍ୟୁ ପରେ ଅରିଭୟଙ୍କର ଭୂବନସୁନ୍ଦରୀଙ୍କ ଇଚ୍ଛା ବିରୁଦ୍ଧରେ ସେ ତାଙ୍କୁ ବିବାହ କଲେ । ରୂପଧର ଗ୍ରୀକ୍...

Read More

ମାତୃଭକ୍ତ ପରଶୁରାମ

ପ୍ରାଚୀନ କାଳର କଥା ।                 ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ । ମାଆଙ୍କ କଥାନୁସାରେ ସେ କାର୍ଯ୍ୟ କରୁଥିଲେ । ମାଆଙ୍କୁ ସେ...

Read More

ବୁଦ୍ଧି

ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି ସେମାନେ ମାତ୍ର ଦଶଟି ମୁଦ୍ରା ପାଇଲେ ।                ...

Read More

ଶାଶୁ ବୋହୁ

ଶ୍ରୀପୁର ଗ୍ରାମରେ ଭୂଷଣ ନାମକ ଜଣେ ଚାଷୀ ରହୁଥାଏ । ତା’ସ୍ତ୍ରୀ ରେବତୀ ବଡ କଟୁ ସ୍ୱଭାବର ଥିଲା । ଭୂଷଣ ତା’ ସ୍ତ୍ରୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା । କିନ୍ତୁ ରେବତୀ ତା’ର ନରମ ସ୍ୱଭାବର ଲାଭ ଉଠାଇଲା ଓ ସଦା ସର୍ବଦା ହୁକୁମ ଦେଇ ଚାଲିଲା । ବିଚାରା ଭୂଷଣ କ’ଣ କରିବ? ଚୁପ୍ ରହିଥାଏ ।                 ସେମାନଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ । ବଡ ଦୁଇଝିଅ ଓ ପୁଅ ମା’ କଥାରେ ଚାଲନ୍ତି । ସେମାନେ ପଦେବି କଥା...

Read More

ଅପୂର୍ବ ଯୁକ୍ତି

ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି  ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ ।                 ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର ଗୁଣ୍ଡାମୀକୁ ଡରି ସେ ମଧ୍ୟ କିଛି କହିବେ ନାହିଁ । ତେଣୁ ସେ ସିଧା...

Read More

ଝିଅର ବିବେକ

ସିପ୍ରା ନଦୀ କୂଳରେ ଛୋଟ ଗାଁଟିଏ ଥାଏ । ସେହି ଗାଁଟିର ନାଁ ରାୟପୁର । ଅନେକ ପୁରାକାଳରୁ ସେ ଗାଁରେ ଗୋଟିଏ ମହାଦେବ ମନ୍ଦିର ଥାଏ । ଶିବରାତ୍ରୀବେଳେ ସେଠାରେ ଗୋଟାଏ ବଡ ମେଳା ବସୁଥାଏ । ତେଣୁ ପ୍ରାୟ ଆଠ ଦଶଦିନ କାଳ ଗାଁ ଲୋକେ ନିଜ ନିଜ ସୁଖ ଦୁଃଖ ସବୁ ଭୁଲିଯାଇ ସେହି ମେଳାରେ ମଶ୍ଗୁଲ୍ ରହୁଥାନ୍ତି । ମେଳା ଦେଖିବା ଲାଗି ଦୂର ଗାଁ ଗଣ୍ଡାରୁ ବହୁତ ଲୋକ ଆସୁଥାନ୍ତି । ସହରର ବେପାରୀମାନେ ବି ଆସି ସେହି ମନ୍ଦିର ପାଖରେ ଦୋକାନ...

Read More

କୁଜାର ଅଦ୍ଭୁତ ଭେଳିକି

କେତେଦିନ ପରେ ମହାରାଜ ବିକ୍ରମାଦିତ୍ୟ ନିଜ ରାଇଜକୁ ଫେରିଲେ । ଉଆସରେ ସମସ୍ତଙ୍କ ମୁହଁରେ କୁଜାର ପରଶଂସା ଶୁଣି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏହି କୁଜାକୁ ଦେଖିଲେ ଉଆସ ଲୋକେ ମୁହଁରେ ଲୁଗାଦେଇ ବସୁଥିଲେ । ଟାହିଟାପରା ରଙ୍ଗ ରହସ୍ୟ କରି ତାହାକୁ ବାଟ ଚଲାଇ ଦେଉନଥିଲେ । ସେ ସବୁ କଥା କେମିତି ଓଲଟିଗଲା । ଏବେତ ତାହାକୁ ଭା’ରି ଆଦର, ଭା’ରି ସେନେହ, ଭା’ରି ମନମିଶାରେ ସମସ୍ତେ ଗୋଟାପଣେ ତା’କୁ ଆପଣାର କରି ନେଲେଣି । କଥା କ’ଣ...

Read More

ପରୋପକାରୀ

ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ କୁଟୁମ୍ବଙ୍କୁ ଚଳିଲା ଭଳି ଭିକ୍ଷା ସଂଗ୍ରହ କରି ଘରକୁ ଫେରିବା ବାଟରେ...

Read More

ଶୂନ୍ୟ ଉପଦେଶ

ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି ଏକୁଟିଆ ସେ ଏ ନଈରେ ଗାଧୋଉଥିଲା ଓ ଏତେ ପାଣିରେ ସେ କାହିଁକି...

Read More

ଗୁରୁଦକ୍ଷିଣା

ପୁରାଣ ଯୁଗର କଥା ।                 ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି ଶ୍ରୀକୃଷ୍ଣ ଆଉ ବଳରାମ ମଧ୍ୟ ମୁନିଙ୍କ ଆଶ୍ରମରେ ରହି ଶିକ୍ଷାଲାଭ...

Read More

ନିରକ୍ଷର ସେନାପତି

ସ୍ପେନ୍ରେ ଜଣେ ନିରକ୍ଷର ସେନାପତି ଥିଲେ; ସେ ଭାବୁଥିଲେ ତାଙ୍କର ଯଥେଷ୍ଟ ଜ୍ଞାନ ଅଛି; ତେଣୁ ପଢାପଢିର ଆବଶ୍ୟକତା କେଉଁଠି?                 ଦିନେ ରାଜା ତାଙ୍କ ପାଖକୁ ଆଦେଶ ଦେଇ ଲେଖି ପଠାଇଲେ କି ରାଜ୍ୟର କୌଣସି ସ୍ଥାନରେ ଯୁଦ୍ଧ ହେଉଛି, ସେ ଯେପରି ଶୀଘ୍ର ତାଙ୍କ ସୈନ୍ୟମାନଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ସିଧା ଯାଇ ଯୁଦ୍ଧ କରିବେ ।                 ସେନାପତି ତୁରନ୍ତ ସୈନ୍ୟମାନଙ୍କୁ ନେଇ ଯୁଦ୍ଧ କ୍ଷେତ୍ରକୁ ଗଲେ, ସର୍ବଦା...

Read More

ଅସୀମ ସାହସ ଓ ତ୍ୟାଗର ଫଳ

ବିଶ୍ୱରେ ବିଭିନ୍ନ ସମୟରେ ଅନେକଥର ଯୁଦ୍ଧ ସଂଘଠିତ ହୋଇଥିବା କଥା ଇତିହାସ ପୃଷ୍ଠାରୁ ହିଁ ଜଣାପଡେ । ସେଥି ମଧ୍ୟରୁ ଟ୍ରଫଲ୍ଗାର୍ ନାମକ ଯୁଦ୍ଧ ବେଶ୍ ପ୍ରଖ୍ୟାତ ଥିଲା । ଏହି ଯୁଦ୍ଧ ହୋଇଥିଲା ୧୮୦୫ ମସିହା ଅକ୍ଟୋବର ୨୧ ତାରିଖରେ । ଏହି ଯୁଦ୍ଧରେ ନେପୋଲିୟନ୍ ବୋନାପାର୍ଟ ପରାସ୍ତ ହୋଇଯିବାରୁ ତାଙ୍କର ଇଂଲଣ୍ଡ ବିଜୟ କରିବାର ଲକ୍ଷ୍ୟ ଧୂଳିସାତ ହୋଇଗଲା । ଏହି ଯୁଦ୍ଧରେ ସ୍ପେନ୍ ଓ ଫ୍ରାନ୍ସର ମିଳିତ ନୌସେନା ଇଂଲଣ୍ଡର ନୌବାହିନୀ...

Read More

ମହାଭାରତ

ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...

Read More

ଶାଶୁଙ୍କ ଜୋଇଁ ଡାକରା

 ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ  । ଯାହା ହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା ।...

Read More

ଚୋର ବୁଦ୍ଧି ଶିଖିଲା

ଥରେ ବିଜୟନଗର ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତେଣୁ ସେ ନଗର ଭିତରେ ଏବଂ ବାହାରେ ଥିବା ସମସ୍ତ ଗଛ ଶୁଖି ଥୁଂଟା ହୋଇଗଲା । ତେନାଲୀରାମାଙ୍କର ଘର ତୁଙ୍ଗଭଦ୍ରା ନଦୀ କୂଳରେତ’ ଅବସ୍ଥିତ । ତେନାଲୀରାମାଙ୍କ ବଗିଚା ମଧ୍ୟ ଶୁଖି ଶ୍ରୀହୀନ ହୋଇଗଲା । ସେ ବଗିଚା ମଧ୍ୟରେ ଏକ କୂପଟିଏ ମଧ୍ୟ ଥିଲା । ସେହି କୂପରେ ପାଣିଥିଲା । କିନ୍ତୁ ପାଣି ଏତେ ତଳେ ଥିଲା ଯେ କୂପରୁ ପାଣି ଆଣି ତାକୁ ବଗିଚାରେ ସିଂଚନ କରିବା ଏକ ପ୍ରକାର ଅସମ୍ଭବ ଥିଲା...

Read More

କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ

ୱାଲ୍ଟର ସ୍କଟ୍ ସ୍କଟଲ୍ୟାଣ୍ଡ୍ର ରାଜଧାନୀ ଏଡିନ୍ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଉଚ୍ଚ ମାନବିକ ଚିନ୍ତାଧାରାର ସୁପ୍ରସିଦ୍ଧ ଲେଖକ ଥିଲେ । ସେ ନିଜର ଅଧ୍ୟବସାୟ ବଳରେ ଏଡିନ୍ବର୍ଗ ସହରର ସେରିଫ୍ (ପ୍ରଶାସନିକ ଅଧିକାରୀ) ହୋଇପାରିଥିଲେ । ତାଙ୍କ ସମୟରେ ୱାଲ୍ଟର ସ୍କଟ୍ ସେଇ ସହରର ଲୋକଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେଇଥିଲେ ।                 ସ୍କଟ୍ଙ୍କର କର୍ମମୟ ଜୀବନ ବେଶ୍ ଚଳଚଂଚଳ ଥିଲା । ସେ ଦିନବେଳା...

Read More

ସାପ ଓ ନେଉଳ

ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’...

Read More

ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ

ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ‘ନରେନ୍ଦ୍ରନାଥ’, ତାଙ୍କ ଜନ୍ମ କଲିକତା ନଗରୀରେ ହୋଇଥିଲା । ସେଠାରେ ସୁବିଖ୍ୟାତ ରାମକୃଷ୍ଣ ମିଶନର ସଂସ୍ଥାପକ ହିସାବରେ ସେ ବେଶ୍ ଜଣାଶୁଣା ହୋଇଯାଇଥିଲେ । ସେତେବେଳେ ଇଣ୍ଡିଆନ ସଂସ୍କୃତିର ଅଗ୍ରଦୂତ ରାମକୃଷ୍ଣ ପରମହଂସଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବାଳକ ନରେନ୍ଦ୍ର ସଦାଚାରୀ ହୋଇଯାଇଥିଲେ ।                 ଶେଷରେ ନରେନ୍ଦ୍ର ନାଥ ପରମହଂସଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।...

Read More

ବୁଦ୍ଧି ଓ ସିଦ୍ଧି

ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ ।                 ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ ।...

Read More

ସମାଧାନ

ଯଶୋବର୍ମା ବିମଳପୁରୀ ରାଜ୍ୟର ଶାସକ ଥା’ନ୍ତି । ରାଜା ପ୍ରଜାଙ୍କର ମଙ୍ଗଳ ପାଇଁ ସଦା ସର୍ବଦା ଚେଷ୍ଟା କରିଥା’ନ୍ତି । ପ୍ରଜାଙ୍କର କିଛି ସମସ୍ୟା ପଡିଲେ ରାଜା ଆହାରନିଦ୍ରା ଭୁଲି ତାକୁ ସମାଧାନ କରନ୍ତି । ରାଜାଙ୍କ ପାଖଲୋକମାନେ ଓ ମନ୍ତ୍ରୀଗଣ ଯେତେବେଳେ ଏ ବିଷୟରେ ରାଜାଙ୍କୁ କିଛି ପଚାରନ୍ତି, ସେ କହନ୍ତି, “ପ୍ରଜାଙ୍କ ସମସ୍ୟାକୁ ନେଇ ମୁଁ ତ ଶାନ୍ତିରେ ଆହାର ନିଦ୍ରା କରିପାରିବି ନାହିଁ । ବରଂ ସମସ୍ୟାର ମୂଳ ଉତ୍ସ ବାହାର କରି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ