ଜୀବନରେ ହସ କ’ଣ ଜାଣିନଥିବା ଜ୍ଞାନ ବିଜ୍ଞାନ ରାଜ୍ୟର ଲୋକଙ୍କୁ ହସର ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ପରବର୍ତ୍ତୀ ମୁଲକରେ ଯାଇ ପହଁଚିଲା । ସେଠି ଏକଦା ଜଣେ ସନ୍ନ୍ୟାସୀଙ୍କ ବିଭୂତି ଯୋଗୁଁ ଲୋକେ ପ୍ରତ୍ୟହ ମନଇଚ୍ଛା ଆକାରର ତରଭୁଜଟିଏ ଉପୁଜାଇ ଖାଇପିଇ ସୁଖରେ ରହୁଥିଲେ, କିନ୍ତୁ ସନ୍ନ୍ୟାସୀ ସେମାନଙ୍କୁ ଦେଇଥିବା ସେ ସୁଯୋଗର ଉଦ୍ଧେଶ୍ୟ ପାଶୋରି ଦେଇଥିଲେ । ସନ୍ନ୍ୟାସୀ ଓ ରାଜୁ ଅଦୃଶ୍ୟ ଭାବରେ ଗୋଟିଏ ମନ୍ଦିର ଭିତରେ ପଶିଲେ...
ଧନୀ ସାହୁ ମହାଜନ ଚନ୍ଦନପୁର ଗାଁର ଜଣେ ବେଶ୍ ଜଣାଶୁଣା ଲୋକ । କେବଳ ଚନ୍ଦନପୁର ଗାଁ କାହିଁକି ଆଖପାଖର କୋଡିଏ ଖଣ୍ଡ ଗାଁର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି । ଅଉଲ ବାରମାଣ ଚାଷଜମି ସାଙ୍ଗକୁ ଭଲ ମହାଜନୀ କାରବାର ବି ରହିଛି । ସୁଧଟିକେ ଚଢାହେଲେ ବି ରାତିଅଧରେ ପହଁଚିଲେ ଧନୀ ସାହୁ କାହାରିକୁ ବି ନିରାଶ କରେନାହିଁ । ଆଜିକାଲି କାଳ ଯେମିତି ହେଲାଣି ଖାଲି କାଗଜ ଖଣ୍ଡକରେ ଦି’ଧାଡି ଲେଖା ରଖି କିଏ ବା କାହାକୁ କରଜ ଦେଉଛି? ଧନୀ...
ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି...
ପୁରୁଷୋତମପୁର ରାଜ୍ୟରେ ତିନି ଜଣ କୁଖ୍ୟାତ ଚୋର ରହୁଥିଲେ । ଚୋରି ବିଦ୍ୟାରେ ଏହି ତିନି ଚୋର ଏପରି ମହାରଥୀ ହାସଲ କରିଥିଲେ ଯେ, ଖାସ୍ ସେଇଥିପାଇଁ ହିଁ ସେମାନେ ବିଖ୍ୟାତ । ସେମାନଙ୍କ ଚୋରିର ପ୍ରଭାବ ଏପରି ଥିଲା ଯେ ସେ ରାଜ୍ୟର ପ୍ରଜାଗଣ ରାତି ଅନିଦ୍ରା ରହି ନିଜ ଘର ଜଗୁ ଥିଲେ । କାହିଁକିନା ସେହି ଚୋରମାନଙ୍କର ଅଭ୍ୟାସ ଥିଲା ଚୋରିକରିବା କେବଳ ଚୋରିକରିବା । ପ୍ରଥମ ଚୋରର ନାଁ ଥିଲା ଖଙ୍ଗଡ ସିଂ । ସେ ଯେ...
ମୋତିଲାଲ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ଶ୍ରୀରଙ୍ଗପତନରେ ରହୁଥିଲେ । ସେ ହୀରା ମାଣିକ୍ୟ ଇତ୍ୟାଦି ରତ୍ନରେ ବେପାର କରୁଥିଲେ । ଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସହରରୁ ସୁବୁଦ୍ଧି ରାଓ ନାମକ ଜଣେ ଜମିଦାର ଶ୍ରୀରଙ୍ଗପତନ ଆସିଥାନ୍ତି । ଖଣ୍ଡିଏ ଭଲ ହୀରା କିଣିବା ପାଇଁ ଏ ଜମିଦାରଙ୍କର ବିଶେଷ ଇଚ୍ଛା ଥାଏ । ସେ ମୋତିଲାଲଙ୍କ ଖ୍ୟାତି ଶୁଣି ତାଙ୍କ ପାଖରେ ଯାଇ ପହଁଚିଲେ । ତାଙ୍କ ପାଖରେ ଥିବା କେତେଖଣ୍ଡି...
ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି । ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ ପନିପରିବା କରୁଥିଲେ । ସେମାନେ ଦୁହେଁ ଅଳସୁଆ ସକାଶେ ତାଙ୍କ...
ଶ୍ରୀବିଷ୍ଣୁ ଆଦିଶେଷଙ୍କୁ ଆଦେଶ ଦେଇ କହିଲେ, “ଶେଷ, ମୁଁ ଦେବତାମାନଙ୍କର ସହାୟତା କରିବି । ତୁମେ ଯାଇ ମନ୍ଦର ପର୍ବତକୁ ଉପାଡି ନେଇ ତାହାକୁ କ୍ଷୀରସାଗରରେ ରଖ ।” ଆଦିଶେଷ ଶ୍ରୀବିଷ୍ଣୁଙ୍କ ଆଜ୍ଞା ପାଳନ କଲେ । କଥା ହେଲା ସାଗରମନ୍ଥନରୁ ଯେଉଁ ଅମୃତ ବାହାରିବ ସେଥିରୁ କିଛି ଅଂଶ କ୍ଷୀରସାଗରକୁ ଦିଆଯିବ ଓ ବାକିତକ ଦେବତାମାନେ ଖାଇବେ । ଅସୁରମାନଙ୍କୁ ଅନ୍ୟ କିଛି ଦେଇ ସନ୍ତୁଷ୍ଟ କରାଯିବ । କିନ୍ତୁ ମନ୍ଦର...
ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ । ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, “ମୋର ଅସଂଖ୍ୟ ଶିଷ୍ୟ ଅଛନ୍ତି । ହେଲେ ମୋ ଅନ୍ତେ ତୋତେ ଏ ଆଶ୍ରମର ଉତ୍ତରାଧିକାରୀ...
ଜଣେ ଲୋକର କଟକରେ ଘର । ଲୁହା କାରଖାନାରେ ସେ କାମ କରନ୍ତି । ମୋଟା ଦରମା ପାଆନ୍ତି । ତାଙ୍କର କେହିବି ପୁଅଝିଅ ନଥିଲେ । ସେ ଆଉ ତାଙ୍କର ସ୍ତ୍ରୀଙ୍କୁ ନେଇ ଛୋଟ ପରିବାରଟି ଗଢା । ସ୍ତ୍ରୀଙ୍କ ମନରେ କେବେବି ଦୁଃଖ ନ ଥାଏ । ସେ କହନ୍ତି, ମୋ’ପୁଅ ଜଗାକାଳିଆ । ସେ ନୀଳାଚଳରେ ଅଛି । ତାରି ମୁହଁକୁ ଚାହିଁ ମୁଁ ମୋ ଜୀବନର ଶେଷକାଳ କାଟିବି । ଲୋକଟି ଚାକିରିରୁ ଅବସର ନେଲାପରେ ବୁଢା ବୟସରେ କେଉଁଠି ରହିବେ ବୋଲି...
ଚନ୍ଦ୍ର ନାମକ ଜଣେ ଦରିଦ୍ର, ଶିକ୍ଷିତ ଓ ବେକାର ଯୁବକଟିଏ ଥାଏ । ସେ ଶୁଣିଲା ଧନୀ ମାୟା ରାମଙ୍କର ଗୁମାସ୍ତାଟିଏ ଲୋଡା । ସେ ସେହି ଚାକିରିଟି ପାଇବା ଆଶାରେ ମାୟା ରାମଙ୍କୁ ଯାଇ ଦେଖା କଲା । ମାୟାରାମ କହିଲେ, “ତୁମକୁ ରଖିବାରେ ମୋର ତ କୌଣସି ଆପତ୍ତି ନାହିଁ । କିନ୍ତୁ ତୁମ ପୂର୍ବରୁ ଦୁଇଟି ଗୁମାସ୍ତା ମୋତେ ବହୁତ ଠକିଛନ୍ତି । ସପ୍ତାହରେ ମାତ୍ର ଗୋଟିଏ ଦିନ ମୁଁ ସହରକୁ ଜିନିଷପତ୍ର କିଣିବାକୁ ଯାଉଥିଲି । ତେଣୁ ସେହି ଦିନଟି...
ବିରବଲଙ୍କର ଏକ ବଦଭ୍ୟାସ ଥିଲା । ସେ ତମାଖୁ ସେବନ କରିବାପାଇଁ ଭଲ ପାଉଥିଲେ । ଦିନରେ ଥରେ ଦୁଇଥର ସେ ତମାଖୁ ସେବନ କରୁଥିଲେ । ଆକବର କିନ୍ତୁ ବିରବଲଙ୍କର ଏପରି ଅଭ୍ୟାସକୁ ଆଦୌ ପସନ୍ଦ କରୁନଥିଲେ । କେମିତି ବିରବଲ ଏହି ଅଭ୍ୟାସ ଛାଡିବେ ସେ ମନେ ମନେ ଭାବୁଥାଆନ୍ତି । ଦିନେ ଆକବର ଏବଂ ବିରବଲ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । ବାଟରେ ଯାଉ ଯାଉ ତମାଖୁ କରାଯାଇଥିବା ସ୍ଥାନଟି ପଡିଲା । ସେହି ସମୟରେ ଗୋଟିଏ ଗଧ ରାସ୍ତା ଆର ପଟୁ...
ଅନେକ ଦିନ ତଳେ ବୋଧିସତ୍ୱ ଜଣେ ସୁଦ୍ରର ପୁଅ ହୋଇ ଜନ୍ମହୋଇଥିଲେ । ସେତେବେଳେ ସେ ସେହି ରାଜ୍ୟରେ ଜଣେ ବଡ ବିଦ୍ବାନ ଥିଲେ । ବୋଧିସତ୍ୱ ତାଙ୍କର ଶିଷ୍ୟ ଥିଲେ । ସେ ଗୁରୁଙ୍କ ପାଖରେ ରହି ନାନା ଜ୍ଞାନ ଆହରଣ କଲେ । ସେ ଅସ୍ତ୍ରଶସ୍ତ୍ରର ମଧ୍ୟ ଶିକ୍ଷାପାଇଲେ । ଧନୁଶର ଚଳାଇବାରେ ସେ ବଡ ଧୁରନ୍ଧର ଥିଲେ । ଏତେ ଗୁଣ ଥିଲେ କ’ଣ ହବ – ସେ ଦେଖିବାକୁ ବଡ ଅସୁନ୍ଦର ଥିଲେ । ବୋଧିସତ୍ୱ ଥିଲେ ବାମନ । ତାଙ୍କ ଦେହଟା ବଙ୍କା ଥିଲା...
ବହୁତ ଦିନ ତଳେ ଗୋଟିଏ ଗଛରେ ଗୋଟିଏ ଦି ମୁଣ୍ଡିଆ ଚଢେଇ ରହୁଥିଲା । ତାର ଦୁଇଟି ମୁହଁ ଏବଂ ଗୋଟିଏ ପେଟ, ଦିନେ ଗୋଟା ପାଚିଲା ଆମ୍ବ ଦେଖି ଚଢେଇର ଗୋଟାଏ ମୁହଁ ତାକୁ ପୁରା ଖାଇଦେଲା । ଏଥିରେ ଦ୍ୱିତୀୟ ମୁଣ୍ଡ ପ୍ରଥମ ମୁଣ୍ଡକୁ ଗାଳି ଦେଲା । ଏକଥା ଶୁଣି ପ୍ରଥମ ମୁଣ୍ଡ କହିଲା ଯିଏ ଖାଇଲେ କ’ଣ ହେଲା ସବୁ ତ ସେଇ ଗୋଟିଏ ପେଟକୁ ଯାଉଛି । କିଛିଦିନ ପରେ ଦ୍ୱିତୀୟ ମୁହଁ ଗୋଟିଏ ବିଷାକ୍ତ ଫଳ ଦେଖି ତାକୁ ଖାଇବାକୁ...
ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଥା ଭୁଲିଯା’ନ୍ତି । ...
ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି । ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’...
ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ । ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ କର୍ମ କରୁଛନ୍ତି ବୋଲି ଗର୍ବ ଅନୁଭବ କରି ଖୁସିରେ ବିଭୋର ହୋଇ...
ଥଜୟନଗରର ସାମନ୍ତ ରଜା ଶଙ୍କର ବର୍ମା କନକଦୁର୍ଗାଙ୍କ ସୁବର୍ଣ୍ଣ ବିଗ୍ରହ ହସ୍ତାନ୍ତର କରିବାକୁ ରାଜି ନହେବାରୁ ବୀରସିଂହର ସେନାପତି ଜବର୍ସେନ୍ ତାକୁ ଯୋର୍ କରି ନେଇଗଲା । ନୌକାରେ ପ୍ରତିମାକୁଧରି ବସିଥାନ୍ତି କେତେଜଣ ସୈନିକ । ଦୁଇ କୂଳରେ ସୈନ୍ୟମାନେ ଯାଉଥାନ୍ତି । ହଠାତ୍ ଗୋଟିଏ ବରଗଛରୁ ଦଉଡି ଯୋଗେ ଝୁଲି ଆସି କେହି ଜଣେ ଦୁଃସାହସିକ ରୀତିରେ ପ୍ରତିମାଟି ଟେକିନେଇ ଅନ୍ୟକୂଳରେ ପହଁଚି ଘୋଡା ଯୋଗେ ଚମ୍ପଟ ଦେଲା । ...
ଗୋଟିଏ ଖଚର ସବୁବେଳେ ଜୋର୍ରେ ଦୌଡିବାକୁ ଚେଷ୍ଟା କରେ କିନ୍ତୁ ସେ ପାରେ ନାହିଁ । ସେଥିପାଇଁ ତାର ମନରେ ଭାରି ଦୁଃଖ ଥାଏ । ଦିନେ ତାର ଶିଆଳ ସାଙ୍ଗରେ ଦେଖାହେଲା । ସେ ଖଚର ଶିଆଳକୁ କହିଲା, ଦେଖ ଭାଇ, ମୋ ମାଆର ଦୌଡିବାରେ ଚାରିଆଡେ ନାଁ ଥିଲା କିନ୍ତୁ ମୁଁ ଆଜି ଭଲକରି ଦୌଡି ପାରୁନାହିଁ । ଏହା ଶୁଣି ଶିଆଳ କହିଲା “ହଁ ଭାଇ ତା ତ ମୁଁ ବୁଝିଲି, କିନ୍ତୁ ତୁ ଭୁଲି ଯାଉଛୁ ଯେ, ଗଧ ତୋର ବାପ ଥିଲା ଏବଂ ସେ...
ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ । ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ । ରାଜାଙ୍କ...
ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ...
ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ । ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା । ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ ଆବିଷ୍କାର କରି ‘ରେଡିୟମ୍’ ଦିନେ ନୋବେଲ ପ୍ରାଇଜ ହେଲା ପ୍ରାପତ । ଆଜିକୁ...
ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।” ଧୀରାଜ ପଇସା ପକାଉଥାଏ । ଦିନେ କିଛି ଦରକାର ହେବାରୁ ମାଟି ଘଡିଟାକୁ ଭାଙ୍ଗି ଦେଇ ପଇସା...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ନିକଟକୁ ଲେଉଟି ଆସିଲେ ଓ...
ୱାଲ୍ଟର ସ୍କଟ୍ ସ୍କଟଲ୍ୟାଣ୍ଡ୍ର ରାଜଧାନୀ ଏଡିନ୍ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଉଚ୍ଚ ମାନବିକ ଚିନ୍ତାଧାରାର ସୁପ୍ରସିଦ୍ଧ ଲେଖକ ଥିଲେ । ସେ ନିଜର ଅଧ୍ୟବସାୟ ବଳରେ ଏଡିନ୍ବର୍ଗ ସହରର ସେରିଫ୍ (ପ୍ରଶାସନିକ ଅଧିକାରୀ) ହୋଇପାରିଥିଲେ । ତାଙ୍କ ସମୟରେ ୱାଲ୍ଟର ସ୍କଟ୍ ସେଇ ସହରର ଲୋକଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେଇଥିଲେ । ସ୍କଟ୍ଙ୍କର କର୍ମମୟ ଜୀବନ ବେଶ୍ ଚଳଚଂଚଳ ଥିଲା । ସେ ଦିନବେଳା...
ତ୍ରୟୋବିଂଶ ଦିନ ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ଶୁଭଲଗ୍ନ ଦେଖି ସିଂହାସନ ପାଖରେ ଯାଇ ପହଁଚିଲେ । ଆରୋହଣ କରିବାତ ଦୂରର କଥା ସେଥିରେ ପାଦ ଥାପିବା ମାତ୍ରେ ତ୍ରୟୋବିଂଶତମା ପୁତ୍ତଳିକା ଧର୍ମବତୀ ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ହେ ଭୋଜରାଜ! ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ପୁତ୍ତଳିକା ଧର୍ମବତୀ । ସେ କିପରି ନୀତିନିଷ୍ଠ ଏବଂ ତତ୍ୱଜ୍ଞ ଥିଲେ ସେ ସଂପର୍କରେ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ...
ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆପଣମାନେ ଅତ୍ୟନ୍ତ ଧନ୍ୟ । ଭଗବାନ୍ କ୍ଷମତାଶୀଳ ଓ କରୁଣାମୟ । ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପାବର୍ଷଣ କରନ୍ତି । ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ । ସକଳ ପରିସ୍ଥିତି ଓ ସବୁ ସମସ୍ୟାରେ କୌଣସି ପ୍ରକାରେ ବ୍ୟସ୍ତ ନ ହୋଇ ପ୍ରଭୁଙ୍କ ପାଖରେ...
ରାଜଗଡର ରାଜକୁମାରୀ ରୂପମତୀ ଥିଲେ । ସେ ନିଜର ନାମକୁ ସାର୍ଥକ କରିଛନ୍ତି; ସେ ଦେଖିବାକୁ ଅତ୍ୟନ୍ତ ରୂପବତୀ । କିନ୍ତୁ ଏକମାତ୍ର କନ୍ୟା ବୋଲି ଶିଶୁକାଳରୁ ଅତିବେଶି ଆଦର ପାଇ ସେ ନଷ୍ଟ ହୋଇଛନ୍ତି । ଅତି ଯିଦ୍ଖୋର, ହଠାତ୍ କିଛି ଅବାନ୍ତର କଥା ମନରେ ଆସିଲା ତ ସେ ତାହା ନକରି କେବେବି ଛାଡିବେ ନାହିଁ । ସଖୀଗଣଙ୍କ ମଧ୍ୟରେ ବିମଳା ଥିଲା ତାଙ୍କର ଅତି ପ୍ରିୟ ଓ ଘନିଷ୍ଠ । କାହାକୁ କିଛି ନକହି ହଠାତ୍ ବିମଳାକୁ ନେଇ ସେ ଜଙ୍ଗଲକୁ...
ମହର୍ଷି ଅଗସ୍ତ୍ୟ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ – ସୁକେଶର ପୁତ୍ର ମାଲ୍ୟବନ୍ତ, ମାଳୀ ଓ ସୁମାଳୀ ଲଙ୍କାକୁ ଯାଇ ସେଠାରେ ଅବସ୍ଥାନ କଲେ । ସେଠାରେ ସେମାନଙ୍କ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କର ମଧ୍ୟ ବସବାସର ବ୍ୟବସ୍ଥା କଲେ । ବରପ୍ରାପ୍ତ ହୋଇଥିବାରୁ ସେ ତିନିଭାଇଯାକ ଅତ୍ୟନ୍ତ ଅହଂକାରୀ ଓ ପ୍ରଜାଙ୍କ ଉପରେ ଇଚ୍ଛା ମୁତାବକ ଅତ୍ୟାଚାର କରିବାରେ ଲାଗିଲେ । ପ୍ରଥମେ ପ୍ରଥମେ ମୁନିଋଷି ଓ ଦେବତାମାନେ ଚୁପ୍...
କନକପୁରୀର ଲୋକେ କହୁଥା’ନ୍ତି ଯେ ନିକଟସ୍ଥ ବିନ୍ଧ୍ୟାଚଳର ବନରେ ସୁନାରଙ୍ଗର ଏକ ମୟୁରୀ ଘୂରି ବୁଲୁଛି । ରାଜା ବିଚିତ୍ରସେନଙ୍କର ତ ସମସ୍ତ ଅଦ୍ଭୁତ ଜିନିଷ ରଖିବାର ଅଭ୍ୟାସ ଥିଲା । ସେ ଏକଥା ଶୁଣିବା ମାତ୍ରେ ନିଜର ସୈନ୍ୟସାମନ୍ତ ନେଇ ଅରଣ୍ୟକୁ ଗଲେ । ସେଠାରେ ବିନ୍ଧ୍ୟ ପର୍ବତମାଳାର ପାଦଦେଶରେ ଏକ ଶବର ପଲ୍ଲୀ ଥିଲା । ସେହି ପଲ୍ଲୀର ମୁଖିଆଙ୍କ ସହିତ ରାଜାଙ୍କର ଦେଖା ହେଲା । ସେ ରାଜାଙ୍କୁ ସ୍ୱାଗତ କରି...
ରାଜା ତ୍ରିଗୁଣସେନ ବିଜୟପୁର ରାଜ୍ୟରେ ରାଜୁତି କରୁଥାନ୍ତି । ତାଙ୍କ ପିତା ଓ ପିତାମହ ଖୁବ୍ ଦାନୀ ଓ ସୁଶାସକ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କ ସୁନାମ ଯୋଗୁଁ ରାଜା ତ୍ରିଗୁଣସେନଙ୍କୁ ବି ଆଖପାଖ ରାଜ୍ୟର ରାଜାମାନେ ବହୁତ ସମ୍ମାନ କରୁଥିଲେ । ନିଜ ରାଜ୍ୟରେ ବି କବି ଓ ଗାୟକମାନେ ଆସି ବାରମ୍ବାର ରାଜାଙ୍କ ପ୍ରଶସ୍ତିଗାନ କରି ଯାଉଥିଲେ । ରାଜା ସେଥିରେ ବହୁତ ଖୁସି । ସେ ଦରବାରର ଦଳେ...
ରଥିପୁରର ଭୂପତିଙ୍କର ଜଣେ ଚାକର ଦରକାର ଥିଲା । ସେ ଏକଥା ତାଙ୍କ ବନ୍ଧୁ କିଶୋରଙ୍କୁ କହିଥିଲେ । କିଶୋର କହିଲେ, “ମୋ ପାଖରେ ଦୁଇ ଜଣ ଚାକର ଅଛନ୍ତି । ସେ ଦୁହେଁ ଭାରି ବିଶ୍ୱାସୀ । ସେ ଦୁହିଁଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ । ସେମାନଙ୍କ ମଧ୍ୟରୁ ଜଣେ ଭାରି ଚତୁର । କାମରେ ବେଶି ମନ ଦିଏ ନାହିଁ କିନ୍ତୁ ବେଶି ବେତନ ମାଗେ । ଅନ୍ୟଟି ଟିକିଏ ବୋକା, ହେଲେ ସେ ଖୁବ୍ ମନପ୍ରାଣ ଦେଇ କାମ କରେ । ବେତନ ମଧ୍ୟ ବେଶି ଦାବୀ କରେ ନାହିଁ ।...
ପୁରାଣ ଯୁଗର କଥା । ସେତେବେଳେ ଦକ୍ଷିଣ ଇଣ୍ଡିଆର ଗୋଟିଏ ଜଙ୍ଗଲରେ ଇଲୋଳ ଓ ବାତାପି ବୋଲି ଦୁଇଟି ଅସୁର ଥିଲେ । ସେମାନେ ଦୁହେଁ ଦୁଇଭାଇ । ମାୟାବଳରେ ସେମାନେ ଦୁହେଁ ନିଜ ନିଜ ରୂପ ବଦଳେଇ ଲୋକଙ୍କ ମନରେ ଲୋଭ ସୃଷ୍ଟି କରୁଥିଲେ । ବିଶେଷ କରି ଜଙ୍ଗଲ ଭିତରେ ତ ମୁନି ଋଷିମାନେ ରହୁଥିଲେ । ତେଣୁ ଏହି ଦୁଇ ଅସୁର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମାରି ଦେଇ ସେମାନଙ୍କର ମାଂସ ଖାଉଥିଲେ । କୌଣସି ମୁନି ଋଷି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।...


