ହରି ଓ ନରି ଦୁଇଭାଇ । ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ । ହରି ଜଣେ କୁଶଳୀ କୁମ୍ଭକାର । ସେ ମାଟିରୁ ପ୍ରତ୍ୟହ ସୁନ୍ଦର ସୁନ୍ଦର ଖେଳନା ତିଆରି କରି ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରେ । ହେଲେ ନରି ଥିଲା ଜଣେ ମୂର୍ତ୍ତିକାର । ମୂର୍ତ୍ତିଗୁଡିକ ସତେଯେମିତି ଜୀବନ୍ତ । ବଜାରରେ ତା’ର ଚାହିଦା ବେଶୀ ଓ ଭଲ ରୋଜଗାର ସେମିତି । ଦୁହିଁଙ୍କ ଘର ଗାଁ ଭିତରେ, ସାମନା ସାମନି । ନରି ନିଃସନ୍ତାନ ଥିଲା । ଫଳରେ ସେ...
ଦୀପାବଳୀ ନିକଟ ହୋଇ ଆସୁଥାଏ । ରାଜା କୃଷ୍ଣଦେବରାୟ ତାଙ୍କ ରାଜ ଦରବାରରେ କହିଲେ – “ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୀପାବଳୀ ବଡ ଧୂମ୍ ଧାମ୍ରେ ପାଳନ କରାଯିବ । ଏପରି ଆୟୋଜନ କରାଯିବ ଯେପରି ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାଗ ନେଇପାରିବେ । ରାଜାଙ୍କ କଥା ଶୁଣି ମନ୍ତ୍ରୀ କହିଲେ– “ମହାରାଜ! ଆପଣଙ୍କର ଏହି ପ୍ରସ୍ତାବଟା ତ’ ବହୁତ ଭଲ । ତାପରେ ସମସ୍ତେ ନିଜ ନିଜର ମତ ପ୍ରଦାନ କଲେ । ପୁରୋହିତ...
ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’ ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ...
ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା । ଦିନେ ଠାକୁର ଦେଖିବାକୁ ଚାହିଁଲେ ଯେ, ସେ ଝିଅର ପୂର୍ବ ବିଲେଇ...
ଅତି ପ୍ରାଚୀନ କାଳର କଥା । ଚେଦୀ ରାଜ୍ୟରେ ‘ଧର୍ମଦତ’ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେ ହୃଷ୍ଟପୁଷ୍ଟ ଥିଲେ ସତ, ହେଲେ ଦେଖିବାକୁ ଖୁବ୍ ଅସୁନ୍ଦର ଥିଲେ । ସେଥିପାଇଁ ତାଙ୍କୁ କେହି ବିବାହ କରିବାକୁ ଇଚ୍ଛା କରୁନଥିଲେ । ଏଥିପାଇଁ ବ୍ରାହ୍ମଣ ମନେ ମନେ ଭାରି କଷ୍ଟ ପାଉଥାଆନ୍ତି । ଶେଷରେ ତାଙ୍କର ଏପରି ଅବସ୍ଥା ହେଲା ଯେ ଧର୍ମୀୟ କାଣ୍ଡରେ ମଧ୍ୟ ତାଙ୍କର ମନ ଲାଗିଲା ନାହିଁ । କେମିତି କାହାକୁ ସେ ବିବାହ କରିବେ ସବୁ...
ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି...
ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ । ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।...
ପ୍ରାଚୀନ କାଳରେ ଚଣକ ଗ୍ରାମରେ ଚଣି ନାମକ ଏକ ବ୍ୟକ୍ତି ଥିଲେ । ସେ ବ୍ୟକ୍ତି ଆଜୀବକମତାବଲମ୍ବୀ ଥିଲେ । ତାଙ୍କ ପତ୍ନୀଙ୍କ ନାମ ଚଣେଶ୍ୱରୀ ଥିଲା । ତାଙ୍କରି ପୁତ୍ର ହେଉଛନ୍ତି ଇତିହାସ ପ୍ରସିଦ୍ଧ ବ୍ୟକ୍ତି ଚାଣକ୍ୟ । ଚାଣକ୍ୟ ଜନ୍ମରୁହିଁ ଏକ ବ୍ୟତିକ୍ରମ ଥିଲେ । ସବୁଗୁଡିକ ଦାନ୍ତ ଥାଇ ସେ ଜନ୍ମ ହୋଇଥିଲେ । ମୁନିମାନେ କହିଲେ ଯେ ଦାନ୍ତ ଥାଇ ଜନ୍ମ ହେବା ବ୍ୟକ୍ତି ଭବିଷ୍ୟତରେ ରାଜା ହୁଅନ୍ତି । ଏକଥା ଶୁଣି...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...
ଜଣେ ଜମିଦାର ଥିଲେ । ତାଙ୍କର ଧନସମ୍ପତ୍ତି ବି କିଛି କମ୍ ନଥିଲା । କିନ୍ତୁ ସେ ନ୍ୟାୟବନ୍ତ ହେବା ପରିବର୍ତ୍ତେ ଥିଲେ ଅହଂକାରୀ, ନିଷ୍ଠୁର ତଥା ସଂସ୍କାର ଶୂନ୍ୟ । ଅପର ପକ୍ଷରେ ତାଙ୍କ ପତ୍ନୀ କିନ୍ତୁ ଥିଲେ ବୁଦ୍ଧିମତୀ, ଦୟାଶୀଳା ଓ କ୍ଷମାଶୀଳା । ତେଣୁ ସେ ଦୁହିଁଙ୍କ ଚରିତ୍ରରେ ଆଦୌ ମେଳ ଖାଉ ନଥିଲା । ଅମାପ ଧନସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁହେଁ ନିଃସନ୍ତାନ ଥିଲେ । ଦିନକର କଥା । ଜଣେ ଗରିବ ପଣ୍ଡିତ ବ୍ରାହ୍ମଣ...
ଚନ୍ଦ୍ରସେନ ଥିଲେ କାଂଚନପୁର ରାଜ୍ୟର ସବୁଠାରୁ ଦକ୍ଷ ଶାସକ । ତାଙ୍କ ପିତାଙ୍କ ଆକସ୍ମିକ ମୃତ୍ୟୁ ହେତୁ ସେ ଖୁବ୍ କମ୍ ବୟସରେ ରାଜସିଂହାସନ ଆରୋହଣ କରିଥିଲେ । ସେ ଯୁବକ ଓ ଶିକ୍ଷିତ ଥିଲେ । କେବଳ ଶାସନ-ପଦ୍ଧତି ନୁହେଁ, ବରଂ ସାମାଜିକ କ୍ଷେତ୍ରରେ ବି ସେ ଅନେକ ପରିବର୍ତ୍ତନ ଆଣିଲେ । ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ କେତେକ ସଂସ୍କାର ଆଣିବା ପାଇଁ ତାଙ୍କ ମନରେ ତୀବ୍ର ଇଚ୍ଛା ଥିଲା । ରାଜା ଚନ୍ଦ୍ରସେନ ନିଜ ଇଚ୍ଛାକୁ ସାକାର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି...
ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର ବ୍ୟକ୍ତି ଠିଆ ହୋଇଥିଲେ ଓ ଏସମସ୍ତ କଥା ଶୁଣୁଥିଲେ । ସେ...
ଜଣେ ବଣିକ ତା’ର ଘୋଡା ଏବଂ ଗଧକୁ ଧରି ବାହାରକୁ ଗଲା । ସେ ବଣିକ ତ ଗଧ ପିଠିରେ ବହୁତ ଗୁଡାଏ ଜିନିଷ ଲଦି ଦେଇଥିଲା, ଯାହାଦ୍ୱାରା କି ସେ ଗଧ ଭାର ବୋହି ବୋହି ଥକିଗଲା । ତେଣୁ ସେ ଗଧ ଘୋଡାକୁ କହିଲା, “ଭାଇ ମୁଁ ଆଉ ଏତେ ଭାର ନେଇପାରୁ ନାହିଁ, ମୋଠାରୁ ଅଳ୍ପ କିଛି ଭାର ତୁ ତୋ ପିଠିରେ ନେଇଗଲେ, ମୁଁ ବାକିତକ ବୋଝ ନେଇ ଖୁସିରେ ଚାଲିପାରନ୍ତି ।” ମାତ୍ର ଘୋଡା ଏଥିରେ ମୋଟେ ରାଜି ହେଲା ନାହିଁ । କାହିଁକି ନା...
ସୀତା ଅଶୋକ ବନରେ ନିରତ ଅଶ୍ରୁମୋଚନ କରି କରି ଓ ଶ୍ରୀରାମଙ୍କ କଥା ଭାବି ଭାବି ଦୁଃଖରେ ବସି ରହିଥିଲେ । ରାକ୍ଷସୀମାନେ ତାଙ୍କୁ ଘେରି ରହିଥା’ନ୍ତି । ଏତିକିବେଳେ ରାବଣ ଆସି ସେଠାରେ ପହଁଚିଲା । ହସି ହସି ବଡ ଉତ୍ସାହର ସହିତ ସେ କହିଲା, “ସବୁ ନାଟକ ଶେଷ ହୋଇଗଲା; ରାମ ଯୁଦ୍ଧରେ ମରିଗଲା । ଏବେ ବିନା ଦ୍ୱିଧାରେ ତୁମେ ମୋତେ ନିଜ ସ୍ୱାମୀ ରୂପରେ ବରଣ କର । ତୁମେ ମୋର ରାଣୀମାନଙ୍କ ମଧ୍ୟରେ ପାଟରାଣୀ ହେବ । ଏଥର ଶୁଣ ରାମ କିପରି...
ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି । ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ ।...
ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ...
ଜଣେ ଭାରି କଡା ଓ ରାଗି ମିଞ୍ଜାସର ଗୁରୁ ଥାଆନ୍ତି । ସବୁବେଳେ ବହିପାଠକୁ ମୁଖସ୍ଥ କରିବାକୁ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥାନ୍ତି । କାହାରିକୁ ବୁଲିବା କି ପାଠ ବିଷୟରେ ଚିନ୍ତା କରିବାକୁ ପ୍ରଶ୍ରୟ ଦେଉନଥିଲେ । ଏହାଦ୍ୱାରା କେବଳ ସମୟ ଅପଚୟ ହେଉଛି ବୋଲି କହି ଏଭଳି କରୁଥିବା ଶିଷ୍ୟଙ୍କ ଉପରେ ବିଗୁଡୁଥିଲେ । ଯେଉଁ ଶିଷ୍ୟ କୌଣସି ବିଷୟ ଠିକ୍ ରେ ବୁଝିପାରୁ ନଥିଲା, ତାକୁ ପୁନର୍ବାର ନ ବୁଝାଇ ବହିରେ ଅଛି ପଢିଲେ...
ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି । ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?” ଶେଠ୍ ଜଣକ ଆତ୍ମହରା ହୋଇ କହି ଉଠିଲେ, “ପରମାତ୍ମାଙ୍କ କୃପାରୁ ଆଜି ମୋତେ...
ରାଜା କୃଷ୍ଣଦେବ ରାୟ ଥରେ ଶିକାର କରିବାକୁ ବାହାରିଲେ । ଯାଉ ଯାଉ ସେ ଜଙ୍ଗଲ ବାଟ ହୁଡିଗଲେ । ଏଣେ ରାଜାଙ୍କର ଫେରିବାରେ ବିଳମ୍ବ ହେବାରୁ ସିପାହୀମାନେ ମଧ୍ୟ ତାଙ୍କୁ ଖୋଜିବାକୁ ବାହାରିଲେ । ପୁଣି ସଂନ୍ଧ୍ୟା ତ ହୋଇ ଆସିଲାଣି । ତେଣୁ ରାଜା ତାଙ୍କ ଘୋଡାକୁ ଏକ ଗଛରେ ବାନ୍ଧି ଦେଲେ । ତାପରେ ସେ ଜଙ୍ଗଲ ପାଖରେ ଥିବା ଏକ ଗ୍ରାମରେ ରାତି କଟାଇବାକୁ ଠିକ୍ କଲେ ସେ ରାଜା । ଏହିପରି ଭାବି ସଂଗେ ସଂଗେ ରାଜା ତାଙ୍କ ବେଶ ପୋଷାକ...
ଯେତେବେଳେ ଇନ୍ଦୋର ରାଜ୍ୟରେ ରାଣୀ ଅହଲ୍ୟାବାଇ ରାଜୁତି କରୁଥିଲେ ସେତେବେଳେ ବିନାୟକ ରାଓ ମଧ୍ୟେକର ନାମକ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେଠାରେ ରହୁଥିଲେ । ସେ ଜଣେ ବହୁତ ବଡ କବି ଥିଲେ । ଭକ୍ତ ମଧ୍ୟ ଥିଲେ । ସେ ନିଜେ ଗୀତ ଲେଖୁଥିଲେ, ତାହା ସ୍ୱର ସଂଯୋଜନା କରୁଥିଲେ ଏବଂ ନିଜେ ବି ଗାଇ ଅନ୍ୟମାନଙ୍କୁ ଶୁଣାଉଥିଲେ । କବି ଏବଂ ଗାୟକ ଭାବରେ ସେ ମଧ୍ୟେକରଙ୍କର କୀର୍ତ୍ତି ସର୍ବତ୍ର ବ୍ୟାପି ଯାଇଥିଲା । ଭକ୍ତ ତ...
ଗୋଟିଏ ବଡ ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ‘ଶତବୁଦ୍ଧି’ ଏବଂ ‘ସହସ୍ରବୁଦ୍ଧି’ ନାମକ ଦୁଇଟି ମାଛ ବାସ କରୁଥାଆନ୍ତି । ସେମାନେ ‘ଏକବୁଦ୍ଧି’ ନାମକ ଏକ ବେଙ୍ଗ ସହିତ ବନ୍ଧୁତା ସ୍ଥାପନ କଲେ । ତିନିବନ୍ଧୁ ପୋଖରୀ ମଧ୍ୟରେ ସୁଖରେ ସମୟ କଟାଉଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ରିତ ହୁଅନ୍ତି । ଦିନେ ସନ୍ଧ୍ୟା ସମୟରେ ତିନିବନ୍ଧୁ ଏକାଠି କଥାବାର୍ତ୍ତା କରୁଥିବା ସମୟରେ ଦଳେ କେଉଟ ସେହି ରାସ୍ତାଦେଇ ଗଲେ । ପୋଖରୀକୁ...
“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ ସାବ୍ୟସ୍ତ ହେଲେ । ନିୟମାନୁସାରେ ଅଦାଲତଦ୍ୱାରା ଦୋଷୀକୁ ତ...
ହନୁମାନ ଲଙ୍କା ନଗରୀରେ ପ୍ରବେଶ କରି ନିଜ ମନ ଖୁସିରେ ବୁଲୁଥା’ନ୍ତି । ସେତେବେଳେ ତାଙ୍କର ଶରୀରଟି ଏତେ ଛୋଟ ଥିଲା ଯେ ତାଙ୍କୁ କେହି ବି ଜାଣିପାରବା ବଡ କଠିନ । ସେ ଦେଖିଲେ କେତେକ ରାକ୍ଷସଙ୍କର ଜଟା ତ ଆଉ କେତେକଙ୍କର ସମ୍ପୂର୍ଣ୍ଣ ଲଣ୍ଡା ମୁଣ୍ଡ, କେତେକଙ୍କର ଲମ୍ବା ବାଳ ଗାଲ ମୁଚ୍ଛ ତ ପୁଣି କେତେକ ଭୟଙ୍କର ନିଶ ସବୁ ରଖିଛନ୍ତି । କିଏ ହତିଆର ନେଇ ଖେଳ ଖେଳୁଛି ତ ଆଉ କିଏ ମଦ୍ୟପାନ କରୁଛି । କିଏ ବା ନୃତ୍ୟଗୀତରେ ବିଭୋର ।...
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...
ଜଙ୍ଗଲରେ ରାଜା ସିଂହ ଥରେ ଗଛମୂଳେ ଶୋଇଥିଲା । ଏହି ସମୟରେ ହଠାତ୍ ସେ ଗଛ ଉପରୁ ଗୋଟିଏ ମୂଷା ସିଂହ ଉପରେ ପଡିଗଲା । ତାପରେ ସେ ମୂଷାକୁ ଧରି ସିଂହ ଖାଇ ଦେବାକୁ ବାହାରିଲା । ମୂଷା ଡରିଯାଇ ସିଂହକୁ କହିଲା, “ରାଜା! ମୋତେ ଆପଣ ଏଥରକ ଛାଡି ଦିଅନ୍ତୁ, ମୁଁ କେବେ ନା କେବେ ତମ କାମରେ ନିଶ୍ଚୟ ଆସିବି, ଏକଥା ଶୁଣି ସେ ସିଂହ କହିଲା “ତୁ ତ ଦୁର୍ବଳ ଆଉ ଏଡେଟିକେ ଜୀବ ମୋ କାମରେ କ’ଣ ଆସିବୁ? ତଥାପି ବି ମୁଁ ତୋତେ ଛାଡି ଦେଉଛି...
ମାଧବ ଓ ମଙ୍ଗଳ ଦୁଇ ବନ୍ଧୁ ଥିଲେ । ବହୁ ଦିନରୁ ସେ ଉଭୟଙ୍କର କୌଣସି ଦେଖା ସାକ୍ଷାତ ହୋଇ ନ ଥାଏ । ଦିନେ ମାଧବକୁ ଦେଖା କରିବା ପାଇଁ ମଙ୍ଗଳ ଯାଇ ତାଙ୍କ ଗ୍ରାମରେ ପହଁଚିଲେ । ମାଧବ ଜଣେ ସ୍ୱଚ୍ଛଳ କୃଷକ । ତା’ ସହିତ ପିତାଙ୍କର ଚାଉଳ, ଗହମ ବ୍ୟବସାୟରୁ ମଧ୍ୟ ଭଲ ଆୟ ହେଉଥାଏ । ମାଧବଙ୍କର ଗୋଟିଏ ମାତ୍ର ପୁତ୍ର । ପାଠପଢାରେ ତା’ର ତ ଆଦୌ କୌଣସି ରୁଚି ନ ଥାଏ । ଛୋଟ ଛୋଟ ଦାୟିତ୍ୱ ମଧ୍ୟ ସେ ଠିକ୍ ରୂପେ...
ଥରେ ସିଂହର ପେଟ ଖାଲି ଭୋକରେ ଜଳୁଥାଏ । କେଉଁଠି କିଛି ଶିକାର ନ ପାଇ ସେ ସିଂହ ରାସ୍ତାକଡ ଗଛମୂଳେ ଛପିକରି ବସିଥାଏ । ହଠାତ୍ ସେ ସିଂହଟି ଦେଖିଲା ଘୋଡାଟାଏ ଦଉଡି ଦଉଡି ଆସୁଚି । ତେଣୁ ସେ ତା’ ମନେ ମନେ ଭାବିଲା ଭଲ ଭୋଜନଟାଏ ମିଳିଗଲା । ଘୋଡାକୁ ଦେଖି ସିଂହ ଡାକିଲା-ଆରେ, ମୁଁ ଗୋଟାଏ ଭଲ ଡାକ୍ତର । ତୋର କିଛି ବେମାରି ଅଛି? ସିଂହକୁ ଦେଖିଦେଇ ଘୋଡା ତ ଧୀରେ ଚାଲୁଥିଲା । କହିଲା...
ଚାରି ଆଡେ ଶୁନ୍ ଶାନ୍ । ସହର ଠାରୁ କିଛି ଦୂରରେ ଠିଆ ହୋଇଛି ସେହି ପୁରାତନ ଘର । ପ୍ରାୟ ଦୁଇ ଏକର ଜାଗା ମଝିରେ କାହିଁ କେଉଁ ବ୍ରିଟିସ୍ ଅମଳରୁ ମୁଣ୍ଡ ଟେକି ଠିଆ ହୋଇଛି ସେହି ପ୍ରାସାଦଟି । କେଉଁ ରାଜା ରାଜୁଡା ସେ ଘର ତିଆରି କରିଥିଲେ କେଜାଣି । ବର୍ତ୍ତମାନ ତା ମଧ୍ୟରେ କମିସନର ସାହେବ୍ ନିଜେ ରହୁଛନ୍ତି । ଘର ଗୁଡିକ କେବଳ ରଙ୍ଗ ବୋଳା ହୋଇ ଆଧୁନିକ ଦେଖା ଯାଉ ଥିଲେ କ’ଣ ହେବ । ପୁରାତନ ସ୍ମୃତି ତା ମଧ୍ୟରେ ଉଦ୍ଜୀବିତ ଥିଲା...
ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । ଉଜ୍ଜୟିନୀ ନଗରରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ ।...
ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ...


