ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଣିଷ ପ୍ରକୃତି

ଥରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ । ଅନେକ ବାଟ ଗଲା ପରେ ଖୁବ୍ କ୍ଳାନ୍ତ ହୋଇ ସେ ଏକ ଗଛ ତଳେ ବସିଗଲେ । ଏହି ସମୟରେ ହଠାତ୍ ତାଙ୍କର ନଜର ପଡିଥିବା ଏକ ବୋତଲ ଉପରେ ପଡିଲା । ଏଣେ ତେଣେ ଅନାଇ ସେ ବ୍ୟକ୍ତି ଜଣକ ବୋତଲଟିକୁ ଉଠାଇଲେ । ସେ ବୋତଲଟି ବି ଭାରି ସୁନ୍ଦର ଲାଗୁଥାଏ । ତେଣୁ ଏ ବ୍ୟକ୍ତି ଜଣକ ଅତି ଆଗ୍ରହରେ ବୋତଲଟିକୁ ଦେଖୁ ଦେଖୁ ସେହି ବୋତଲଟିର ଠିପି ଖୋଲି ଦେଲେ । ଠିପି ଖୋଲିଦେଲା ପରେ, ସେ ସମଗ୍ର...

Read More

ବିଚିତ୍ର ଏ ଦୁନିଆ

ଅଫିସ୍ ବାରଣ୍ଡାରେ ଶଶୀକାନ୍ତ ନାୟକ ଅନେକ ସମୟ ଧରି ଅପେକ୍ଷା କରିଛି । ହଠାତ୍ ଅଫିସ୍ ଭିତରକୁ ପଶି ଆସିଲେ ଦେବକାନ୍ତ ପଟ୍ଟନାୟକ । ତାଙ୍କୁ ଦେଖି ହଠାତ୍ ଚମକି ପଡି ଶଶୀକାନ୍ତ କହିଲା, ଆଜ୍ଞା ନମସ୍କାର । ନମସ୍କାରର ପ୍ରତି ନମସ୍କାର ବି ଜଣାଇଲେ ଦେବକାନ୍ତ ପଟ୍ଟନାୟକ । ଶଶୀକାନ୍ତ ନାୟକ କୋଡିଏ ଏକୋଇଶି ବର୍ଷ ବୟସର ଶାନ୍ତ, ସରଳ ସୁନ୍ଦର ଯୁବକ । ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ ତ ଆଉ ଜାଣି ନାହାଁନ୍ତି । ଉଭୟଙ୍କ ପରିଚୟ...

Read More

ସାପ ଓ ବେଙ୍ଗ

ଜଙ୍ଗଲରେ ଗୋଟାଏ ସାପ ବୁଢା ହୋଇଗଲା । ତେଣୁ ସେ ଆଉ ଶିକାର କରି ଜିବଜନ୍ତୁ ଧରି ପାରିଲା ନାହିଁ । ଶେଷରେ ସେ ବୁଢା ସାପ ଖାଇବା ପାଇଁ ଗୋଟିଏ ଉପାୟ ବାଛିଲା ।                 ପାଖ ପୋଖରୀରେ ତ ବହୁତ ବେଙ୍ଗ ରହୁଥିଲେ । ତେଣୁ ସେ ବୁଢାସାପ ସେ ପୋଖରୀ ପାଖରେ ପଡିରହିଲା । ଏହା ଦେଖି ବେଙ୍ଗ ମାନଙ୍କ ରଜା ସେ ସାପକୁ ଏଠି ପଡି ରହିବାର କାରଣ ପଚାରିଲା । ବେଙ୍ଗ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ସାପ କହିଲା ଯେ ତାର...

Read More

ଅନୁତାପର ନିଆଁ

ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ...

Read More

ଦଣ୍ଡବିଧି

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି...

Read More

ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି

ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ । ଚାକିରି କ୍ଷେତ୍ରରେ ମଧ୍ୟ ସମାନ...

Read More

ଗୋପାଳ ଓ ତାହାର ସ୍ତ୍ରୀ

 ଗୋପାଳ ଏକ ଦିନେ ଗୋଟିଏ ଗଉଡୁଣୀ ସଙ୍ଗରେ ଥଟ୍ଟା ପରିହାସର କଥା ହେଉ ଥିଲା । ଏଣେ ଜଳା କବାଟି ବାଟେ ତା ଭାର୍ଯ୍ୟା ଦେଖି କ୍ରୋଧରେ ଗୋପାଳକୁ ବହୁତ ଗାଳି ଦେଲା । ଗୋପାଳ କିଛି ନ କହି ମନେ ମନେ ଭାର୍ଯ୍ୟାକୁ ଜବତ କରିବା ସକାଶେ ରାଗଟି ରଖିଲା । ଅକସ୍ମାତ୍ ଦିନେ ତାହାର ମଝିଆଁ ଜୋଇଁ ଆପଣା ମନକୁ ବୁଲିବାକୁ ଆସି ଥିଲା । ତାହାକୁ ଗୋପାଳ ଗୌରବ କରି ବସାଇଲା । ବୋଇଲା ବାବୁ ।                  ଏହି ବୈଠକ ଖାନା ଘରେ ବସ ମୁଁ ଘରୁ...

Read More

ବିଷ୍ଣୁଭକ୍ତ ଗଜରାଜ

ତ୍ରିକୂଟ ନାମକ ଏକ ପର୍ବତରେ ଏକ ବିଶାଳ ଉଦ୍ୟାନ ଥିଲା । ଏହା ଯେତିକି ସୁନ୍ଦର ସେତିକି ମନ ମୁଗ୍ଧକର ମଧ୍ୟ ଥିଲା । ଫଳରେ ସେଠାକୁ ସବୁଦିନ ସ୍ୱର୍ଗରୁ ଅପ୍ସରା ଓ ଅପ୍ସରୀ ମାନେ ଆସି କିଛି ସମୟ ଅତିବାହିତ କରୁଥିଲେ । ପୁନଃଶ୍ଚ ସେହି ଉଦ୍ୟାନ ମଧ୍ୟରେ ଏକ ବିଶାଳ ପୁଷ୍କରିଣୀ ବି ଥିଲା । ଯେଉଁଠି ସେହି ଅପ୍ସରା, ଅପ୍ସରୀମାନେ ସମୟେ ସମୟେ ଜଳକ୍ରୀଡା କରି ଆନନ୍ଦରେ ନିଜ ନିଜ ସ୍ଥାନକୁ ଫେରି ଯାଉଥିଲେ ।                 ଦିନକର...

Read More

ଉଦାସୀନ ରାଜପୁତ୍ର

ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି...

Read More

ରାଜନୀତି

ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ ।                 ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ କହିଲେ, “ପୁନର୍ବାର ଯେପରି ମିଛସତ ନ ଲେଖିବ–ଲେଖିଲେ ତୁମକୁ...

Read More

ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ

ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ ।                 ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ ଦେଇ ଶୁଣେ । ଫଳରେ ତା’ ମନରେ ବି କରୁଣା ଜାଗ୍ରତ ହୁଏ ।...

Read More

ପୋଖରୀର ଛୋଟ ମାଛ

ଜଣେ ଲୋକ ପୋଖରୀରୁ ମାଛ ଧରୁଥିଲା । ହଠାତ୍ ଗୋଟିଏ ଛୋଟ ମାଛ ତାଙ୍କ ଜାଲରେ ପଡିଲା । ଛୋଟ ମାଛଟି ସେ ଲୋକଙ୍କୁ କହିଲା “ମୋତେ ତୁ ପାଣିରେ ଛାଡି ଦେ କିଛି ଦିନ ପରେ ମୁଁ ବଡ ହେଲେ ମୋତେ ଧରି ତୁ ଖାଇବୁ ।”                 ଲୋକଟି କହିଲା ମୁଁ ତେତେ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର ତ କିଛି ବି ଠିକ୍ ଠିକଣା ନାହିଁ । ଏଣୁ ଯାହା ମିଳିଛି ତାକୁ ଛାଡିବି କାହିଁକି । ଯାହା ହାତରେ ପଡିଛି ଯେତେ ଛୋଟ ହେଉନା...

Read More

ରାଜ କୁମାରଙ୍କର ପରିବର୍ତ୍ତନ

ପ୍ରାଚୀନ କାଳରେ ଭୀମସିଂହ ନାମରେ ଜଣେ ରାଜା ଥିଲେ । ସେ ଜଣେ ଆଦର୍ଶ ଶାସକ ଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥାଆନ୍ତି । ଏହି କାରଣରୁ ଭୀମ ସିଂହଙ୍କ ଉପରେ ପ୍ରଜାମାନେ ସନ୍ତୁଷ୍ଟ ଥିଲେ । ହେଲେ ରାଜାଙ୍କ ମନରେ ସବୁ ସମୟରେ ଗୋଟିଏ ଦୁଃଖ । ଦୁଃଖର କାରଣ ହେଉଛି ରାଜା ନିଃସନ୍ତାନ ଥିଲେ । ପ୍ରଜାମାନେ ରାଜାଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ ପ୍ରତ୍ୟେକ ଜନତା ପ୍ରତିଦିନ ମନ୍ଦିର ଯାଇ ରାଜାଙ୍କ ପାଇଁ...

Read More

ପର୍ସିଅସ୍ ଓ ଆଣ୍ଡ୍ରେମିଡା

ସାହସୀ ପର୍ସିଅସ୍ ମେଡୁସାକୁ ମାରି ତା’ର ମୁଣ୍ଡ ନିଜ ପାଖରେ ରଖିଥା’ନ୍ତି । ଫେରିବା ସମୟରେ ସେ ସୁନ୍ଦରୀ ରାଜକୁମାରୀ ଆଣ୍ଡ୍ରେମିଡାଙ୍କୁ ଭୟଙ୍କର ସାମୁଦ୍ରିକ ପଶୁ କବଳରୁ ରକ୍ଷା କରିବାରୁ ତାଙ୍କ ପିତାମାତା ଏଥିରେ ଅତ୍ୟନ୍ତ ଖୁସି ହୋଇ ପର୍ସିଅସ୍ଙ୍କ ସହିତ ତାଙ୍କ ଝିଅ ତଥା ଆଣ୍ଡ୍ରେମିଡାର ବିବାହ କରାଇ ଦେଲେ । ସେମାନଙ୍କ ବିବାହ ବଡ ଆଡମ୍ବର ସହକାରେ ଅନୁଷ୍ଠିତ ହେଲା । ସେ ବାହାଘରରେ ସମସ୍ତେ ଖୁସି ଥିଲେ ମଧ୍ୟ, ଫିନିୟସ୍ ନାମକ...

Read More

ତୋପଠାରୁ ବଳି

ଶିବପୁରୀ ନଗରୀକୁ ସବୁଦିନ ସକାଳେ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ଅଭିପ୍ରାୟରେ ରାଜା ଚତୁର୍ଦ୍ଦିଗରେ ଗୋଟାଏ ମଜ୍ବୁତ୍ ପ୍ରାଚୀର ନିର୍ମାଣ କଲେ । ପ୍ରାଚୀରର ଯେଉଁ ଦ୍ୱାର ରଖାଗଲା, ତାହା ଲୁହାରେ ନିର୍ମିତ ହେଲା । ତହିଁ ଉପରକୁ ତୋପ ଚଳାଗଲା । ସେଥିରେ ପ୍ରାଚୀର ଓ ଲୌହ କବାଟର ମୋଟେ କିଛି କ୍ଷତି ହେଲାନାହିଁ । ଏସବୁ ଘଟଣା ଦେଖି ସେ ରାଜା ଖୁବ୍ ଆନନ୍ଦରେ କହିଲେ, “ଆମର ଏ ନଗରୀ ଦୁର୍ଭେଦ୍ୟ ।”                 ରାଜାଙ୍କ...

Read More

ରାଜକୁମାରୀ ବିଚିତ୍ରା

ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର ରାଜାମାନେ କରପତ୍ର ଯୋଡନ୍ତି । ଭୟରେ ତାଙ୍କୁ କେହି କେବେବି...

Read More

ଯେମିତି ଅନ୍ନ ସେମିତି ମନ

ଏକଦା ରାଜା ଶିବିଙ୍କ ଦରବାରରେ ପରମହଂସ ନାମକ ଜଣେ ସାଧୁ ଥିଲେ । ସେ ସର୍ବଦା ରାଜା ଶିବିଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଉଥିଲେ । ରାଜା ଶିବିଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ । ସେହି ବ୍ରାହ୍ମଣଙ୍କର କନ୍ୟାର ବିବାହ ନିମନ୍ତେ ସେହି ନଗରରେ ଥିବା ଜଣେ ସ୍ୱର୍ଣ୍ଣକାର (ବଣିଆ) ଙ୍କୁ ଗହଣା ତିଆରି କରିବା ପାଇଁ କିଛି ପରିମାଣରେ ସୁନା ଦେଲେ ।          ଚତୁର ସ୍ୱର୍ଣ୍ଣକାର ପିତଳର ଗହଣା ତିଆରି କରି ତା’ ଉପରେ...

Read More

ବିଷ୍ଣୁଭଟ୍ଟ ବିରଚିତ

ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ...

Read More

ଭୁବନସୁନ୍ଦରୀ

(ଟ୍ରୋୟ ରାଜାଙ୍କ ପୁତ୍ର ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଆସିଲେ, ଗ୍ରୀକମାନେ ସେମାନଙ୍କର ନିଜ ଜାହାଜରେ ସୈନ୍ୟ ଓ ବୀରମାନଙ୍କୁ ଧରି ଆସି ଟ୍ରୋୟ ନଗରୀରେ ପହଁଚିଲେ ଓ ଟ୍ରୋୟ ନଗରୀକୁ ଘେରାଉ କଲେ; ପାଖ ପଡୋଶୀ ରାଜ୍ୟମାନଙ୍କୁ ଅଧିକାର କରି, ସେମାନେ ସେଠାରୁ ଲୁଣ୍ଠନ କରିଚାଲିଲେ । ନଅବର୍ଷ ଧରି ସେମାନେ ଘେରି ରହିଲେ । ବଡ ଯୁଦ୍ଧ ପ୍ରାୟ ହେଉ ନଥିଲା । କିନ୍ତୁ ଏମାନଙ୍କ ପକ୍ଷରୁ ଓ ସେମାନଙ୍କ ପକ୍ଷରୁ ବହୁ ଛୋଟ ଛୋଟ ଯୁଦ୍ଧ ହେଉଥାଏ...

Read More

ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ

ଜଣେ ପ୍ରକୃତ ଶିକ୍ଷକ ଯିଏ ଦୋଷୀକୁ ଦଣ୍ଡବଦଳରେ ପୁରସ୍କାର ଦେଇଥାନ୍ତି । ଏହି ନୀତି ଅବଲମ୍ବନରେ ଜଣେ ଦୁଷ୍ଟ ପିଲାର ଆଚରଣ ଅତି ସହଜରେ ବଦଳି ଯାଇଥାଏ । ଏହି କହାଣୀଟି ଜଣେ ପ୍ରକୃତ ଗୁଣିବାନ୍ ଶିକ୍ଷକଙ୍କ ଜୀବନର ଏକ ସତ୍ୟ ଘଟଣା ।        ସେଇ ଶିକ୍ଷକ ଜଣକ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ଥରେ ସେହି ବିଦ୍ୟାଳୟର ପିଲାଙ୍କୁ ନେଇ ଏକ ପତ୍ରିକା ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ପିଲାମାନଙ୍କୁ ଏଥିପାଇଁ...

Read More

ଧର୍ମ ସହିବ ନାହଁ

ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ...

Read More

ଚୋର ଓ ବ୍ରହ୍ମରାକ୍ଷାସ କଥା

ଅତି ପ୍ରାଚୀନ କାଳର କଥା । କୌଣସି ଏକ ପ୍ରାଚୀନତମ ନଗରୀ ଥିଲା । ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ । କେବଳ ଦାନ ଗ୍ରହଣ ପୂର୍ବକ, ସେ ତା’ର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା । ଏହା ବ୍ୟତୀତ ବ୍ରାହ୍ମଣ ଅନ୍ୟ କୌଣସି ଜୀବିକା ନଥିଲା । ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା । ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ କୌଣସି ଭୋଗ୍ୟବସ୍ତୁ ସ୍ୱପ୍ନରେ ମଧ୍ୟ ସେ ଦେଖିବାକୁ...

Read More

ଶୃଗାଳ ଏବଂ ବାଦ୍ୟ କଥା

       ଅନେକ ଦିନ ତଳେ ‘ଗୋମୟ’ ନାମକ ଏକ ଶୃଗାଳ ଅରଣ୍ୟ ମଧ୍ୟରେ ବସବାସ କରୁଥିଲା । ଏକଦା ସେ ନିଜକୁ ଭାରି ଭୋକିଲା ମନେ କଲା । ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲିଲା । ଶେଷରେ ସେ ଏକ ଯୁଦ୍ଧ କ୍ଷେତ୍ରରେ ଯାଇ ପହଁଚିଲା । ଯୁଦ୍ଧରତ ସୈନିକ ମାନେ ଯୁଦ୍ଧ କ୍ଷେତ୍ରରେ ଏକ ବାଦ୍ୟ ଛାଡି ଚାଲିଯାଇଥାଆନ୍ତି । ସେହି ବାଦ୍ୟଟି ଏକ ଲତାଗହଳ ମଧ୍ୟରେ ପଡି ରହିଥାଏ । ବାଦ୍ୟଯନ୍ତ୍ର ସହିତ ଲତା ପତ୍ରଗୁଡିକ ଘସି ହେବାଫଳରେ ଏକ ଅଦ୍ଭୁତ...

Read More

ଲୋଭୀ ବୈଦ୍ୟ

ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ଗଙ୍ଗାଦାସ ନାମକ ଜଣେ ବୈଦ୍ୟ ବାସ କରୁଥିଲେ । ସେ ଜଣେ ଦକ୍ଷ ଚିକିତ୍ସକ ଥିଲେ କିନ୍ତୁ ସେ ବଡ ଲୋଭୀ ପ୍ରକୃତିର ଥିଲେ । ଗରିବ ଲୋକଙ୍କ ପ୍ରତି ତାଙ୍କ ମନରେ ତିଳେ ମଧ୍ୟ ଦୟାଭାବ ନଥିଲା । ଚିକିତ୍ସା ପାଇଁ ତାଙ୍କ ପାଖରେ ଯିଏ ପହଁଚୁଥିଲା, ସେ ତା’ ପାଖରୁ ପ୍ରଚୁର ଅର୍ଥ ଆଦାୟ କରୁଥିଲେ ।                 ସେଥିପାଇଁ ଲୋକମାନେ ତାଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯିବାକୁ ଭୟ କରୁଥିଲେ ।...

Read More

ମହାଭାରତ

ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ ।                ...

Read More

ତିନି ତାନ୍ତ୍ରିକ

ଜଳଦସ୍ୟୁ କପ୍ତାନର ଜାହାଜକୁ ଅନ୍ୟ ଗୋଟିଏ ଦସ୍ୟୁ ଜାହାଜ ଆକ୍ରମଣ କରିବାକୁ ବସିବାରୁ କପ୍ତାନ ପିଙ୍ଗଳ ସମେତ ନିଜର ସବୁ ଗୁଲାମଙ୍କୁ ମୁକ୍ତ କରିଦେଲା । ଗୁଲାମମାନେ ତା’ ପାଇଁ ଯୁଦ୍ଧ କରିବେ, ଏଇଆ ତା’ର ଉଦ୍ଧେଶ୍ୟ ଥିଲା । କିନ୍ତୁ ପିଙ୍ଗଳର ନେତୃତ୍ୱରେ ଗୁଲାମମାନେ ବିଦ୍ରୋହ କଲେ । କପ୍ତାନର ମୃତ୍ୟୁ ହେଲା । ଦୁଇ ଜାହାଜ ଭୀଷଣ ଭାବରେ ପରସ୍ପର ଧକ୍କା ଖାଇଲେ । ପିଙ୍ଗଳ ଛିଟିକି ଅଥଳ ସମୁଦ୍ରରେ ପଡିଲା । ତା’ପରେ –...

Read More

ମୃଗନୟନୀ କଥା

ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଅଙ୍ଗୀକାର କଲେ ଯେମିତି ହେଉ ସେ ସିଂହାସନ ଆରୋହଣ କରିବେ । ପୁତ୍ତଳିକା ମାନଙ୍କର କଥା ଶୁଣିବେନାହିଁ ଯିଏ ବାଧା ଦେବ ବର୍ଦାସ୍ତ କରିବେ ନାହିଁ । ଜର୍ବଦସ୍ତ ସେ ସିଂହାସନରେ ବସିବେ ହିଁ ବସିବେ । ସେ ସିଂହାସନ ପାଖରେ ପହଁଚି ପ୍ରଥମ ପାହାଚରେ ପାଦଦେବା କ୍ଷଣି ଷଡବିଂଶ ପୁତ୍ତଳିକା ମୃଗନୟନୀ ଆସି ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ମଣିମା! ଆପଣଙ୍କ ମନରେ କ’ଣ ଅଛି ମୁଁ ଜାଣେ । ତେବେ...

Read More

କିଏ ଚୋର?

ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତା’ର ନାମ ସୁପ୍ରିୟା । ସେ ଝିଅଟି ଅତି ସାନ ହୋଇଥିଲା ବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକଗମନ କଲେ । ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢାଇଥିଲେ ।                 ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଧାବି କହିବ ନାହିଁ, ତେଣେ କିଛି ଅନ୍ୟାୟ କରିବ ନାହିଁ କି ସହିବ ନାହିଁ । ସେ ଯେତିକି ସତ୍, ସେତିକି ସାହସୀ...

Read More

ମଣିଷର ବୁଦ୍ଧି ରାକ୍ଷାସର ବଳ

ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ । ମଝିରେ ମଝିରେ କୌଣସି ମଣିଷକୁ ଏକୁଟିଆ ପାଇଲେ ତାକୁ ବି ମାରି...

Read More

ପିଣ୍ଡଦାନ

ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ ଚାହିଁବାରୁ ସେ ଦେଖିଲା ଜଣେ କିଏ ଠିଆ ହୋଇଛି । ସେ ଡରିଯାଇ ତାକୁ...

Read More

ସତୀ ସଉତୁଣୀ ମନ୍ଦିର କଥା

ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର ପଛେ ପଛେ ବୋଲକରା ନିଜ ମୁଣ୍ଡରେ ଗଣ୍ଠିଲି କାନ୍ଧରେ କମ୍ବଳ ଆଉ...

Read More

ଯାଦୁ ମହଲ

(ରାଜକୁମାରୀଙ୍କୁ ଠାବ କରିବା ପାଇଁ ମହେନ୍ଦ୍ରନାଥ ପ୍ରଥମେ ହ୍ରଦ ଭିତରେ ଥିବା ପ୍ରାସାଦକୁ ଯାଇ ସେଠାରେ ଭଲ ଭାବରେ ସବୁ ଦେଖିଲେ; ହ୍ରଦରେ ଚଳପ୍ରଚଳ ହେଉଥିବା ନାବିକ ସହିତ ସେ କଥାବାର୍ତ୍ତା ହୋଇ ନିଜର ଲକ୍ଷ୍ୟ ବିଷୟରେ କହିଲେ । ନାବିକଟି ସବୁ ଶୁଣି ତାଙ୍କର ସାଫଲ୍ୟ କାମନା କଲା । ଏଥର ଆଗକୁ ପଢନ୍ତୁ)                 ନାବିକଠାରୁ ବିଦାୟ ନେବା ପରେ ମହେନ୍ଦ୍ର ହ୍ରଦର କୂଳେ କୂଳେ ଚାଲିବାକୁ ଲାଗିଲେ । ଅଳ୍ପ ଜଙ୍ଗଲିଆ...

Read More

କୃପଣ ଧନୀ କଥା

ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଖର୍ଚ୍ଚ କରୁନଥିଲା ।        ଧନୀ ଲୋକଟିର ସବୁବେଳେ ଧନ ବଢେଇବାର ଚିନ୍ତାଥାଏ । ଦିନେ ସେ ରାତିରେ ଶୋଇଲା ବେଳେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ