ପ୍ରିୟନାଥ ଓ ସୁପ୍ରିୟା ସ୍ୱାମୀ ସ୍ତ୍ରୀ ଥିଲେ । ସେମାନଙ୍କ ନାମରେ ଯେପରି ସାମଞ୍ଜସ୍ୟ ଥିଲା, ସ୍ୱଭାବରେ ବି ସେହିପରି ଥିଲା । ସେମାନଙ୍କ ସ୍ୱଭାବର ଯାହା ବିଶେଷତ୍ୱ, ତାହା ବିବାହ ପରେ ପରେ ଉଭୟଙ୍କ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା । ତାହା ଏହି ପ୍ରକାରେ ଘଟିଥିଲା; ସେଦିନ ପ୍ରିୟନାଥ ଓ ସୁପ୍ରିୟା ସେମାନଙ୍କର ଜଣେ ବନ୍ଧୁବାନ୍ଧବଙ୍କ ଘରେ ବାହାଘର ଯୋଗୁଁ ଉପହାର ରୂପେ ପଠାଇବା ନିମନ୍ତେ ଖଣ୍ଡିଏ ଶାଢୀ କିଣିବା...
ସଙ୍ଗୀତପୁରୀରେ କେହି ଜଣେ ହେଲେବି ସଙ୍ଗୀତବିଦ୍ୱାନ ନଥିଲେ । କିନ୍ତୁ ବାଦ୍ୟଯନ୍ତ୍ରର ବଡ ଦୋକାନଟିଏ ଥାଏ । ସମସ୍ତ ପ୍ରକାର ବାଦ୍ୟ ସେଠାରେ ମିଳୁଥାଏ । ରାମଚନ୍ଦ୍ର ହେଲେ ସେ ଦୋକାନର ମାଲିକ । ସେ ବୁଢା ହୋଇଯିବାରୁ ତାଙ୍କ ପୁଅ ମୁରଲୀ ଦୋକାନର ଦେଖାଶୁଣା କରୁଥାଏ । ଗ୍ରାମଟିର ଅନତିଦୂରରେ ଏକ ଜଙ୍ଗଲ ଓ ପାହାଡ ଥାଏ । ସେହି ଜଙ୍ଗଲରେ ନାନା ପ୍ରକାରର ଦ୍ରୁମ ସବୁ ଥାଏ । ବାଦ୍ୟଯନ୍ତ୍ର ସବୁ ବନାଇବାପାଇଁ ସେହି...
ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି । ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍...
କୌଣସି ଏକ ଗ୍ରାମରେ ଚିଦାମ୍ବର ନାମକ ଜଣେ ଧନୀ ଲୋକ ଥିଲା । ସେ ଅତ୍ୟନ୍ତ କଂଜୁସ ଥିଲା; କିନ୍ତୁ ତା’ର ସ୍ତ୍ରୀର ଦାନଧର୍ମ କରିବାରେହିଁ ବହୁତ ଶ୍ରଦ୍ଧା ଥିଲା । ଥରେ ସେହି ଗ୍ରାମରେ ସମସ୍ତେ ଚାନ୍ଦା କରି ଗୋଟିଏ ପର୍ବ ପାଳନ କରିବା ପାଇଁ ସ୍ଥିର କଲେ । ସେଥିପାଇଁ ବାହାରୁ ଭାଗବତ ଗୀତା ପାଠ କରିବା ପାଇଁ ଜଣେ ପଣ୍ଡିତଙ୍କୁ ଡକା ହେଲା । ଚିଦାମ୍ବରକୁ ଚାନ୍ଦା ମାଗିବାରୁ ସେ କହେ, “ଏସବୁ ବାଜେ କଥା ଉପରେ ମୋର ଆଦୌ...
ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ ପରିସ୍ଥିତି ଅଲଗା ହୋଇଗଲା । ସମୀରର ବୋଉ ଶ୍ରାଦ୍ଧର ପିଣ୍ଡ ପାଇଁ...
ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା । ଏହି କାରଣରୁ ସେ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ କରୁଛନ୍ତି । ସେ ମଧ୍ୟ ସେଠାରେ ଯାଇ ବସି ପଡିଲା ।...
ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି । ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ ।...
ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ...
ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ...
ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ – ଦେଖ ବୋଲକରା ହୋଇଲା ବେଳ ଆଉ କ୍ଷଣିକରେ ଅନ୍ଧାର କାଳ । ରାତି ହୋଇ ଗଲେ ଜାତି ଖୋଜିବୁ...
ଦୁର୍ବାସା ଓ ତାଙ୍କ ଏକ ହଜାର ଶିଷ୍ୟଙ୍କୁ କିପରି ଭୋଜନ ପ୍ରଦାନ କରିବେ, ଦ୍ରୌପଦୀ କିଛି ସ୍ଥିର କରି ପାରୁ ନ ଥାନ୍ତି । ଶେଷରେ କୌଣସି ଉପାୟ ନ ପାଇ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ସଂଗେ ସଂଗେ କୃଷ୍ଣ ଦ୍ରୌପଦୀଙ୍କ ସମ୍ମୁଖରେ ଦୃଶ୍ୟମାନ ହେଲେ । ତାଙ୍କର ପଦଯୁଗଳ ସ୍ପର୍ଶ କରି ଦ୍ରୌପଦୀ କହିଲେ, “ଦୁର୍ବାସା ମହାମୁନି ଏବେ ଗଙ୍ଗାସ୍ନାନ ସମାପ୍ତ କରି ଭୋଜନ କରିବା ପାଇଁ ଆସିବେ । ଏଣେ...
ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ । ଘରର ବାରଣ୍ଡାରେ ବାଛୁରୀଟି ଚାଷୀର ପୋଷାକୁକୁର ହଂଟର...
ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।...
ଇଣ୍ଡିଆର ମୁକ୍ତି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ବାଳକଙ୍କ ବିଶେଷ ସ୍ଥାନ ରହିଛି ଯାହାକି ଆମ ପାଇଁ ଗର୍ବ ଓ ଗୌରବ । ଯେପରି ଆମ ଓଡିଶାର ବାଜି ରାଉତ ଆମମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଓ ଇତିହାସ, ଠିକ୍ ସେହିପରି ପଞ୍ଜାବ ପ୍ରଦେଶର ସାତ ବର୍ଷର ପିଲାଟିଏ । ସେ ଅଭିମନ୍ୟୁ ପରି ବୀର ବାଳକର ମାନ୍ୟତା ପାଇଛି । ଗୁରୁ ରାମ ସିଂହଙ୍କର ଅନେକ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ ତାଙ୍କ ଗୁରୁଙ୍କ ଆରାଧନାରେ ଏତେ ମଜି ଯାଉଥିଲେ ଯେ ବାହାର...
ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ । ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ । ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ କି କୋଠାବାଡି ଉପରେ ମୋଟେ ଲୋଭ ନଥାଏ । ବସ୍ତୁତଃ ସେମାନେ...
ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା । ଲଢେଇରେ ଯିଏ ଜିଣିବ ସେ ହିଁ ଆଗ ପାଣି ପିଇବ ।...
ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି । ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ...
ବହୁତ ଦିନ ତଳର କଥା । ଗୋଟିଏ ଆଶ୍ରମରେ ଜଣେ ସାଧୁ ରହୁଥିଲେ । ଆଉ ସେହି ସାଧୁଙ୍କର ଅନେକ ଗୁଡିଏ ଶିଷ୍ୟ ଥିଲେ । ସେ ଶିଷ୍ୟମାନଙ୍କ ଭିତରେ ଏକ ଶବର ପିଲା ବି ଥିଲା । ସେ ଶବର ପିଲାଟି ସାଧୁଙ୍କ ଠାରୁ ସମସ୍ତ ଯୁଦ୍ଧବିଦ୍ୟା କଳା ବି ଶିଖିଥିଲା । ସେ ସାଧୁଙ୍କ ଆଶ୍ରମରେ ଜାତି ଭେଦ ଭାବ ଏମିତି କିଛି ବି ନ ଥିଲା । ଯେ କୌଣସି ଜାତିର ପିଲା ସେ ସାଧୁଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଯେ କୌଣସି ବିଦ୍ୟା ଶିକ୍ଷା ଲାଭ କରିପାରୁଥିଲା ।...
ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା । ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ । ସହରବାହାରେ ରହୁଥିଲେ ଜଣେ ସାଧୁବାବା । ସେ ଥିଲେ...
ସବୁଦିନ ପରି ମଦନ ସକାଳୁ ଉଠି, ତାର ଗୋରୁଗାଈଙ୍କୁ ଘାସ, ନଡା, କୁଣ୍ଡା, ତୋରାଣୀ ଖାଇବାକୁ ଦେଲା । ଗୁହାଳୁ ଗୋବର ଉଠେଇଲା । ଗାଈ ବଳଦଙ୍କୁ ହାତରେ ଆଉଁସୀ କାମ ପାଇଁ ପ୍ରସ୍ତୁତ ହେବାର ସୂଚନା ବି ମଦନ ଦେଲା । ଗୃହପାଳିତ କୁକୁର ରିଙ୍କି ମଧ୍ୟ ଭୋ, ଭୋ ରାବ କରି ସକାଳର ସୂଚନା ଦେଲା । ମଦନର ସ୍ତ୍ରୀ ଗାଧୋଇପାଧୋଇ, ପୂଜାପାଠ କରିସାରି ଚୁଲି ଲଗେଇଲା । ତାଉଆ ବସାଇ ମୁଠାଏ ବଡି, ଦି ଫଡା ବାଇଗଣ ଭାଜି, କଂସାଏ ପଖାଳ ବାଢି ଦେଲା ।...
ଗୋଟିଏ ଶାର୍ଗୁଣା ତା’ର କିଛି ଛୁଆ ସହିତ ତାଳ ଗଛ ଉପରେ ବସା ବନାଇ ରହି ଆସୁ ଥିଲା । ଦିନେ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ମିଳି ନଥିଲା । ସେମାନେ କେବଳ ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲେ । ଶାର୍ଗୁଣା ତାଙ୍କର ଭୋକ ମେଂଟାଇବାକୁ ଜଙ୍ଗଲର ସେପଟେ ଭୋଜନର ତଲାସ୍ରେ ଚାଲି ଗଲା । ହଠାତ୍ ଶାର୍ଗୁଣାର ନଜରରେ ଗୋଟିଏ ବିଲୁଆ ଛୁଆ ପଡିଲା । ମନକୁ ମନ ଶାର୍ଗୁଣାଟି କହିବାକୁ ଲାଗିଲା କେତେ ସୁନ୍ଦର ଏ ଛୁଆଟି ହୋଇଛି । ମୁଁ...
ଏକଦା ଦୈତ୍ୟରାଜ ପ୍ରହ୍ଲାଦ ରାଜସିଂହାସନରେ ବସିଥିବା ସମୟରେ ମହା ତେଜସ୍ୱୀ ଚ୍ୟବନ ଋଷି ତାଙ୍କ ରାଜ ଦରବାରରେ ଆସି ଉପସ୍ଥିତ ହେଲେ । ରାଜା ଋଷିଙ୍କୁ ଆସୁଥିବାର ଦେଖି ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣି ଯଥା ସ୍ଥାନରେ ନେଇ ବସାଇଲେ । ରାଜାଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଋଷି ପଚାରିଲେ, ‘ମହାରାଜ ! ଆପଣଙ୍କ ରାଜ୍ୟ ଭଲରେ ଚାଲିଛି ତ?’ ତହୁଁ ସେ ଦୈତ୍ୟରାଜ କହିଲେ, ମହାରାଜ ! ଆପଣ ତ ପୃଥିବୀର...
(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର କାରଣ ହେଉଛି ଏକ ରାକ୍ଷସ । ସେ ରାତ୍ରିରେ ସମୁଦ୍ର ମଧ୍ୟରୁ...
ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ...
ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।” ଥରେ ମହାରାଜ ବିକ୍ରମାଦିତ୍ୟ ରାଜ୍ୟ ତଥା ପ୍ରଜାମାନଙ୍କର ମଙ୍ଗଳ ପାଇଁ ଏକ ସତସଂଗ...
ଗୋଟିଏ ଗାଁ’ରେ ଜଣେ କୃଷକ ଓ ତା’ସ୍ତ୍ରୀ ରହୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ସେଥିପାଇଁ ସେମାନଙ୍କ ମନ ଭାରି କଷ୍ଟ ହେଉଥାଏ । ବହୁତ ଓଷାବ୍ରତ କଲାପରେ ସେ କୃଷକ ସ୍ତ୍ରୀର ଗୋଟିଏ ପିଲା ଜନ୍ମ ହେଲା । ହେଲେ ଏଥିରେ ସେମାନେ ମୋଟେ ଖୁସି ହେଲେ ନାହିଁ । କାରଣ ସେ ପିଲାଟି ଥିଲା ଗୋଟିଏ ବେଙ୍ଗ । ଏପରି ଏକ ଅଦ୍ଭୁତ ପିଲାକୁ ଦେଖି ସେ କୃଷକ କହିଲା, ‘ଏ ବେଙ୍ଗଟିକୁ ବିଲରେ...
ଆଜି ଅଙ୍କିତାର ପଂଚମ ଶ୍ରେଣୀ ବୃତି ପରୀକ୍ଷା ସରିଛି । ତେଣୁ ସେ ନିଶ୍ଚିନ୍ତ ହୋଇ ଶୋଇଚି ଗାଢ ନିଦରେ । ମାମା ସେ ମଶାରୀ ପକାଇବାକୁ ଆସି ଦେଖିଲେ ଅଙ୍କିତାର ଆଖି ପତା ତଳେ ଡୋଳା ଏପଟ ସେପଟ ହେଉଛି । ତା ମୁହଁରେ ପୁଣି ହସର ଛିଟା । ଏଥିରୁ ମାମା ଜାଣି ଗଲେ ଯେ, ଅଙ୍କିତା ସ୍ୱପ୍ନ ଦେଖୁଚି ଆଉ ସେ ପୁଣି, କିଛି ଗୋଟାଏ ଭଲ ସ୍ୱପ୍ନ । ନ ହେଲେ ତା’ ମୁହଁ ଏମିତି ହସ ହସ କାହିଁକି? ସ୍ୱପ୍ନ ବିଜ୍ଞାନ କୁହେ ଏଇଲେ ଯଦି ତାକୁ ନିଦରୁ...
ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ ଆଗ୍ରା ଅଭିମୁଖେ ଚାଲିଲେ । ଯେମିତି ଆଗ୍ରାରେ ପହଁଚିସାରିଛନ୍ତି...
ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି...
ଧନୁ ଭାଙ୍ଗିବା ପରେ କୃଷ୍ଣ ବଳରାମ ସେଠାରୁ ଅନ୍ୟତ୍ର ଗଲେ । ମହା କୋଳାହଳ ହେଲା । ଜନତା ଏକଜୁଟ ହୋଇ ପାଶ୍ୱର୍ସ୍ଥ ଶସ୍ତ୍ରାଗାର ମଧ୍ୟରେ ପଶିଲେ । କିନ୍ତୁ ରାଜକର୍ମଚାରୀମାନେ ସେମାନଙ୍କ ସେଠାରୁ ବାହାର କରି ଦେଇ କବାଟ ବନ୍ଦ କଲେ ଓ ରାଜାଙ୍କୁ ଖବର ଦେବାକୁ ଅଗ୍ରସର ହେଲେ । ଖବର ପାଇ କଂସ ଗଭୀର ଚିନ୍ତାରେ ମଗ୍ନ ହେଲା । ତା’ପରେ ସେ ଧନୁଉତ୍ସବ ପାଇଁ ସଜା ହୋଇଥିବା ମଣ୍ଡପ ଓ ମହଲ ଦେଖିବାକୁ ଗଲା । ନାନା ଶିଳ୍ପ ଓ ମୂଲ୍ୟବାନ୍...
ସେଠ୍ଜୀ ରୋଗରେ ପଡି ଥିଲେ, ଭଲ ଭଲ ନାମଯାଦା ବୈଦ୍ୟ, ଡାକ୍ତର ମାନଙ୍କର ଔଷଧ ଦେଉ ଥିଲେ କିନ୍ତୁ ରୋଗ ଭଲ ହେବ କ’ଣ ଓଲଟି ବଢି ବଢି ଚାଲି ଥିଲା । ଯେତେ ବେଳେ ବୈଦ୍ୟ ମାନେ ଔଷଧ ଦେଇ ଦେଇ ଥକି ଗଲେ ସେତେ ବେଳେ ଦିନେ ସେମାନେ ସେଠ୍ଜୀଙ୍କୁ ସଫା ସଫା କହି ଦେଲେ କି – ଆପଣଙ୍କ ରୋଗ ଆଉ କେବେ ଭଲ ହେବ ନାହିଁ । ଔଷଧ ପତ୍ର ସବୁ ଆପଣଙ୍କ ରୋଗ ନିମନ୍ତେ ବୃଥା ହେଉଛି । ତେଣୁ ଆପଣ ଆଉ ବେଶୀ ଦିନ ବଂଚିବେ ନାହିଁ । ବୈଦ୍ୟମାନଙ୍କର ଏଭଳି...
ବୀରମହାରାଜପୁର ବୋଲି ଗୋଟିଏ ଛୋଟିଆ ଗାଁ ଥିଲା । ସେହି ଗାଁରେ ଗୋଟିଏ ସାପୁଆ କେଳାର ପରିବାର ରହୁଥିଲା । ସାପୁଆ କେଳା ରାସ୍ତା ଘାଟରେ ସାପ ଖେଳ ଦେଖାଇ ଯାହା ପଇସା ଆଣେ ସେତିକି ପଇସାରେ ତା ଘର ଚଳେ । ସେ ସାପୁଆ କେଳାର ଗୋଟିଏ ସୁନ୍ଦର ଝିଅ ଥିଲା । ତେଣୁ ସେ ସାପୁଆ କଳା ସର୍ବଦା ତା ଝିଅର ବାହାଘର କଥା ଭାବି ଚିନ୍ତା କରୁଥିଲା । ଦିନକର କଥା । ଗାଁ ଜମିଦାରଙ୍କ ଘରେ ଡକାୟତି ହେଲା । ଶହେ ଡକାୟତ ଜମିଦାରଙ୍କ ଘରୁ ସବୁ ଟଙ୍କା...
ମଣିରାମ ସୋନପୁର ଗ୍ରାମରେ ରହୁଥାଏ । ସେ ତା’ ଘର ପଛପଟରେ ପୋଇଶାଗ ଲଗାଇଥାଏ । ସବୁଦିନେ ସେଥିରେ ସେ ପାଣି ଦେଉଥାଏ ଓ କିଛି କିଛି ଖତ ବି ଦେଉଥାଏ । ବଡ ସୁନ୍ଦର ଭାବରେ ଗାଢସବୁଜ ରଙ୍ଗର ବଡ ବଡ ପତ୍ର ସହ ପୋଇଲଟା ଖୁବ୍ ଲଟାଇଲା ଓ ପାଚିରୀ ଉପରକୁ ମଧ୍ୟ ମାଡିଗଲା । ସେଇ ଗାଁର ଚାଷୀ ଭୀମର ଛେଳି ସବୁଦିନେ ପାଚିରି ଚଢି ପୋଇଲଟା ଖାଇଯାଏ । ଏକଥା ଦେଖି ମଣି ଦିନେ ଦିନେ ପଥର ଫୋପାଡି ତାକୁ ସେଠାରୁ ଘଉଡାଇ ଦିଏ ।...


