ଇଣ୍ଡିଆ ପରାଧୀନ ଥିବା ବେଳର ଘଟଣା । ସେତେବେଳେ ଗୋରା ଶାସନ କବଳରୁ ଇଣ୍ଡିଆକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ଏକ ପକ୍ଷରେ ଚରମପନ୍ଥୀ ଓ ଅନ୍ୟ ପକ୍ଷରେ ନରମପନ୍ଥୀ । ସଶସ୍ତ୍ର ଆନ୍ଦୋଳନ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ତଡିବା ଚରମପନ୍ଥୀମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଗାନ୍ଧିଜୀ ଥିଲେ ନରମପନ୍ଥୀ ନେତା, ଯିଏ କି ଅହିଂସା ଆନ୍ଦୋଳନ ମାଧ୍ୟମରେ ହିଁ ଦେଶକୁ ସ୍ୱାଧୀନ କରିବାକୁ ଚାହୁଁଥିଲେ । ମହାନ୍ ବିପ୍ଳବୀ...
ଗୋଟିଏ ରାଜ୍ୟରେ ଜଣେ କୃପଣ ମହାଜନ ରହୁ ଥିଲା । ସେ ନ ଖାଇ ନ ପିଇ କେବଳ ଧନ ଜମା କରିବାରେ ବ୍ୟସ୍ତ ଥାଏ । ପେଟ କାଟି କାଟି ଧନ ଜମା ରଖୁ ଥିଲା । ଧୀରେ ଧୀରେ ତା’ଘରେ ଧନ ଜମା ହେବାକୁ ଲାଗିଲା । ଏତେ ଧନ ହୋଇ ଗଲା ଯେ ତା’କୁ ରଖିବାକୁ ତା’ପାଖରେ ଜାଗା ନ ଥିଲା । କାରଣ ସେତେ ବେଳେ ତ ଆଜି କାଲି ଭଳିଆ ବ୍ୟାଙ୍କ ନଥିଲା । ତେଣୁ ଯାହା ଧନ ସମ୍ପତ୍ତିକୁ ହିଁ କେବଳ ଘର ଭିତରେ ରଖା ଯାଉ ଥିଲା । ସେ ଭାବିଲା ଏତେ ଧନ ଯଦି ଚୋର ଆଖିରେ...
ବୋଧିସତ୍ୱ ବାରାଣସୀରେ ଥରେ ଗୋଟିଏ କପୋତ ରୂପରେ ଜନ୍ମ ହୋଇଥିଲେ । ସେତେବେଳେ ଲୋକମାନେ ନିଜ ଘରର ଏକ ଉଚ୍ଚ ଜାଗାରେ ଗୋଟିଏ ଟୋକେଇ ରଖିଦେଉଥିଲେ । ଚଢେଇମାନେ ସେଇ ଟୋକେଇ ଭିତରେ ଆଶ୍ରା ନେଉଥିଲେ । ସେ ସମୟରେ ଜଣେ ସେଠ୍ ଥିଲେ । ତାଙ୍କର ରାନ୍ଧୁଣିଆ ରନ୍ଧାଘର ଉପରେ ଟୋକେଇଟିଏ ଥୋଇଦେଇଥିଲା । କପୋତ ବୋଧିସତ୍ୱ ସେଇ ଟୋକେଇରେ ରହୁଥିଲେ । ନିତି ସକାଳେ ସେ ଖାଇବା ଜିନିଷ ଖୋଜିବା ପାଇଁ ଚାଲି ଯାଉଥିଲା । ସଞ୍ଜ ହେଲେ ଫେରିଆସି...
ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି । ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି । ବାଟରେ ଥକା ହୋଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲେ ।...
ଶ୍ରୀପୁର ସହରରେ ଜଣେ ବିଶିଷ୍ଟ ଅଳଙ୍କାର ବ୍ୟବସାୟୀ ଥିଲେ । ତାଙ୍କ ନାମ ଧନଗୁପ୍ତ । ଶ୍ରୀଧର ତାଙ୍କ ପାଖରେ କାମ କରୁଥିଲା । ସେଭଳି ସଚ୍ଚୋଟ ସହକାରୀ ପାଇବା ଏତେ ସହେଜ ନୁହେଁ । ସେ ଯେପରି ନିଷ୍ଠାବାନ୍, ଠିକ୍ ସେହିପରି ସତ୍ ମଧ୍ୟ । ତା’ ଉପରେ ଧନଗୁପ୍ତ ପୁରାପୁରି ନିର୍ଭର କରି ପାରୁଥିଲେ । ଦୋକାନର ସମ୍ପୂର୍ଣ୍ଣ ଦାୟିତ୍ୱ ତା’ ଉପରେ ଛାଡିଦେଇ ସେ ଥରେ ଥରେ ବଡ ସହରକୁ ସୁନା ଖରିଦ୍ କରିବାକୁ ଚାଲିଯାଉଥିଲେ ।...
ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର ରାଜାମାନେ କରପତ୍ର ଯୋଡନ୍ତି । ଭୟରେ ତାଙ୍କୁ କେହି କେବେବି...
ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ । ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ...
ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ...
ଶେଠ୍ ହରିତ୍ କିଶୋର ବେମାର ପଡିଥାନ୍ତି । ଅନେକ ଦିନଯାଏଁ ସେ ଶଯ୍ୟାଶାୟୀ ରହିଲେ । ତାଙ୍କ ଲୋକେ ଜଣେ ନୂଆ ବୈଦ୍ୟଙ୍କୁ ଡକାଇଲେ । ଶେଠ୍ କହିଲେ, “ବୈଦ୍ୟଜୀ! ଅସୁସ୍ଥତା ଯୋଗୁଁ ମୋ ମନ ବି ଆଉ ଠିକ୍ କାମ କରୁନାହିଁ । ମୁଁ ଯାହା କହିବା ଠିକ୍ ନୁହେଁ, ତାହା କହିଦେଉଛି । ମାତ୍ର ଯାହା କହିବା ଠିକ୍, ତାହା କହି ପାରୁନାହିଁ ।” ବୈଦ୍ୟ କହିଲେ “ଚିନ୍ତା ନାହିଁ । ଆପଣଙ୍କ ରୋଗର ଅମୋଘ ଔଷଧ ମୋତେ ଜଣାଅଛି । ଆପଣ...
ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ...
ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା । ଏବେ କ’ଣ କରାଯିବ ସେମାନେ କିଛି ବି ଜାଣିପାରିଲେ ନାହିଁ ।...
ହରିପୁର ଗ୍ରାମରେ ଦୁଇ ଭାଇ ଥା’ନ୍ତି । ସେମାନେ ହେଲେ ଗୋବିନ୍ଦ ଓ ମୁକୁନ୍ଦ । ସେମାନେ ତାଙ୍କ ପିତାଙ୍କ ଅନ୍ତେ ନିଜ ନିଜର ଘର ତୋଳାଇଲେ । ଗୃହପ୍ରବେଶ ଦିନ ଜ୍ୟୋତିଷ ଶିବଶାସ୍ତ୍ରୀ ସେମାନଙ୍କୁ କହିଲେ ଯେ ଗୃହନିର୍ମାଣଶାସ୍ତ୍ର ଅନୁସାରେ ଗୃହ ଦୁଇଟି ନିର୍ମାଣ କରାଯାଇଛି ସତ, କିନ୍ତୁ ବଡ ପୁଅ ଗୋବିନ୍ଦ ପାଇଁ ଦକ୍ଷିଣ ପଟ ଗୃହ ଓ ସାନ ପୁଅ ମୁକୁନ୍ଦ ପାଇଁ ବାମପଟର ଗୃହ ବାସ କରିବା ପାଇଁ ଅତ୍ୟନ୍ତ ଉତ୍ତମ । କିନ୍ତୁ...
ପ୍ରାଚୀନ କାଳର କଥା । ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ । ମାଆଙ୍କ କଥାନୁସାରେ ସେ କାର୍ଯ୍ୟ କରୁଥିଲେ । ମାଆଙ୍କୁ ସେ...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି...
ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ । ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା...
ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ ଗୁଣ ତାହାଙ୍କଠିଁ ଥାଏ ବୋଲି ତାଙ୍କର ଖୁବ୍ ନାମଡାକ । ସେ ଥରେ...
ଆଜକୁ ଚାଳିଶ ବର୍ଷ ପୂର୍ବ କଥା । ବାଲେଶ୍ୱର ଜିଲ୍ଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଣ୍ୱର ଜିଲ୍ଲାର ପୂର୍ବାଂଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରା ନଦୀକୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଂଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ ପୋକ୍ତାନ । କେହି ଲୁଣ ମାରେ, କେହି ତହିଁରେ ନାନା ପ୍ରକାର...
ଗୋଟିଏ ପୋଖରୀରେ ବହୁତ ବେଙ୍ଗ ଥିଲେ । ସେମାନେ ସବୁ ପୋଖରୀରେ ଭାଷି ଭାଷି ଖେଳୁଥିଲେ । ଦିନେ ପାଖରୁ କିଛି ପିଲା ବେଙ୍ଗ ମାନଙ୍କୁ ଢେଲା ମାଡ କଲେ ଫଳରେ କେତେ ଗୁଡିଏ ବେଙ୍ଗ ମରିଗଲେ । ଏହା ଦେଖି ପିଲାମାନେ ଭାରି ଖୁସି ହେଲେ । ତାପରେ ସେ ପିଲାମାନେ ସବୁବେଳେ ଏପରି ପୋଖରୀକୁ ଢେଲାମାରି ବେଙ୍ଗମାନଙ୍କୁ ମାରିବା ଆରମ୍ଭ କଲେ । ଦିନେ ସେ ବାଟରେ ଜଣେ ସନ୍ୟାସୀ ଯାଉଥିଲେ । ଏହା ଦେଖି ପିଲାମାନଙ୍କୁ ସେ ସନ୍ୟାସୀ...
ପାଠକେ! ଗୋପାଳର ସ୍ତ୍ରୀ ମଧ୍ୟ ସ୍ୱାମୀର ଚତୁରତା ଦେଖି ଶୁଣି ସେ ମଧ୍ୟ ବଡ ଚତୁରୀ ହୋଇ ଯାଇ ଥିଲା । ରସିକତା କଥା ବେଶ୍ ଜାଣେ । ଦିନେ ଗୋପାଳର ସ୍ତ୍ରୀ ତାର ପାଂଚ ବର୍ଷର ପୁଅକୁ ସାଙ୍ଗରେ ନେଇ ଗଙ୍ଗାକୁ ଯାଇ ପୁଅକୁ ସ୍ନାନ କରାଇ ଦେଉଛି, ଏହି ସମୟରେ ଆହୁରି ଅନେକ ସ୍ତ୍ରୀ ସେଠି ସ୍ନାନ କରୁଛନ୍ତି । ତାଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଗୋପାଳ ଭାଣ୍ଡ ପୁଅକୁ ଦେଖି ଆଉ ଜଣେ ସ୍ତ୍ରୀକୁ ଡାକି କହିଲା, ଦେଖ ଦିଦି ଏ ପିଲାଟି ଠିକ୍...
ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡିଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା – “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ ଏହି ଦୁଇ ନାତିଙ୍କୁ ଦେଖିଲାପରେ ପୂର୍ବର ରାଗ ଭୁଲିଯିବେ ।” ...
ଦିନେ ରାଜା ଘରର ବାରିକକୁ ଗୋପାଳ କହିଲା – ବଡ ବେଶୀ ରୁଢ ହୋଇ ଗଲାଣି, ଆଜି ଭାଇ ମୋତେ ଖିଅର କରି ଦେବୁ । କିନ୍ତୁ ବାରିକ ତ ଧୂର୍ତ, ସେ ଜାଣେ ଯେ, ଗୋପାଳ ଭାଣ୍ଡ ପଇସା ଟିଏ ତ ମୋତେ ଦେବ ନାହିଁ, ସେ ତାକୁ କହିଲା କାଲି ଖିଅର କରି ଦେବି । ପର ଦିନ ଗୋପାଳ ପୁଣି ଖିଅର କରିବା କଥା କହିବାରୁ ସେ କହିଲା କାଲି କ’ଣ ହେଲାଣି କି? ଏପରି କହିବାରୁ ଗୋପାଳ ଜାଣିଲା ଏ ମୋତେ ଠକିଲା, ମୁଁ ପଇସା ନ ଦେଇ ଖିଅର ହୋଇ...
ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷରେ ଏକ କୋରଡ କରି କୁଆ ଦମ୍ପତି ବସବାସ କରୁଥାନ୍ତି । ସେହି ବଟବୃକ୍ଷ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆର ବସାରେ ପଶି ତାର ଡିମ୍ବକୁ ନଷ୍ଟ କରିଦେଲା । ଏହି ବଟ ବୃକ୍ଷର ପାଖରେ ଆଉ ଗୋଟିଏ ବଟ ବୃକ୍ଷ ଥାଏ । ସେଠାରେ ଗୋଟିଏ ଶୃଗାଳ ବାସ କରୁଥାଏ...
ବହୁବର୍ଷ ପୂର୍ବର କଥା । ବିନ୍ଧ୍ୟପର୍ବତ ଅଂଚଳରେ ଜଣେ ମୁନି ସର୍ବଦା ତପସ୍ୟାରତ ଥା’ନ୍ତି । ଲୋକମାନେ ଏକଥା ଜାଣିବା ମାତ୍ରେ ସେଠାକୁ ଯିବା ଆସିବା କରନ୍ତି, ନିଜର ଦୁଃଖ କଷ୍ଟ ଶୁଣାନ୍ତି ଓ ଆଶୀର୍ବାଦ ଭିକ୍ଷା କରନ୍ତି । ମୁନି ମଧ୍ୟ ଯଥାସାଧ୍ୟ ଲୋକଙ୍କର ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି । ମୁନି ବଡ ଶାସ୍ତ୍ରଜ୍ଞ ଓ ଜ୍ଞାନୀ ଥିଲେ; ତେଣୁ ଲୋକମାନଙ୍କୁ ବହୁତ ତାତ୍ତ୍ୱିକ ବିଷୟରେ ସେ ବୁଝାନ୍ତି । କିନ୍ତୁ ନିତିଦିନର...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା...
ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।...
ଥରେ ବିଜୟନଗର ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ତେଣୁ ସେ ନଗର ଭିତରେ ଏବଂ ବାହାରେ ଥିବା ସମସ୍ତ ଗଛ ଶୁଖି ଥୁଂଟା ହୋଇଗଲା । ତେନାଲୀରାମାଙ୍କର ଘର ତୁଙ୍ଗଭଦ୍ରା ନଦୀ କୂଳରେତ’ ଅବସ୍ଥିତ । ତେନାଲୀରାମାଙ୍କ ବଗିଚା ମଧ୍ୟ ଶୁଖି ଶ୍ରୀହୀନ ହୋଇଗଲା । ସେ ବଗିଚା ମଧ୍ୟରେ ଏକ କୂପଟିଏ ମଧ୍ୟ ଥିଲା । ସେହି କୂପରେ ପାଣିଥିଲା । କିନ୍ତୁ ପାଣି ଏତେ ତଳେ ଥିଲା ଯେ କୂପରୁ ପାଣି ଆଣି ତାକୁ ବଗିଚାରେ ସିଂଚନ କରିବା ଏକ ପ୍ରକାର ଅସମ୍ଭବ ଥିଲା...
ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ ପଡିଥିଲା ଯେ ତାହା ଆଉ ମରାମତି କରିବା ଅବସ୍ଥାରେ ହିଁ ନ ଥିଲା...
ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ ପ୍ରଶଂସା କରି କହିଲେ, “ଆହା, ମୁଁ ତ ଜାଣିନଥିଲି ଯେ ମୁଁ ମହାକାବ୍ୟ...
କଥାଟି ଅନେକ ଦିନ ତଳର, ସେତେବେଳେ ତ ଆଉ ଇଣ୍ଡିଆ ସ୍ୱାଧୀନ ହୋଇ ନ ଥାଏ । ଆମ ଓଡିଶାକୁ ଲାଗି ପଶ୍ଚିମବଙ୍ଗଳା । ସେହି ରାଜ୍ୟର ଛୋଟ ଗାଁଟିଏ । ଗାଁ ପାଶ୍ୱର୍ରେ ବହି ଯାଇଥିବା ନଦୀ ଯୋଗୁଁ ତା’ର ମାଟି ବି ବେଶ୍ ଉର୍ବର । ଶସ୍ୟଶାମଳା ଫସଲ କ୍ଷେତ ଓ ବାଡିବଗିଚାରେ ଭରା ସେହି ଗାଁଟି ସତେ ଯେମିତି ଖାଲି ହସି ଉଠୁଥାଏ । ସେଇ ଗାଁର ବୁଢୀଟିଏ, ତା’ର ତ ଆଗକୁ କି ପଛକୁ କେହି ବି ନ ଥାନ୍ତି । ଗାଁ ଲୋକଙ୍କ ଘରେ...
ପୁରାକାଳରେ ଜଣେ ରାଜା ଥିଲେ । ଯିଏ ଗୋଟାଏ କିଛି ଭଲ କଥା କହିଦେଲା କି ରାଜାଙ୍କ ପ୍ରତି ସୌଜନ୍ୟ ଦେଖାଇଲା ତ ତାକୁ ପୁରସ୍କାର! ଦିନେ ରାଜା ରାଜଧାନୀଠାରୁ କିଛି ଦୂରରେ ଥିବା ତାଙ୍କର ଗୋଟିଏ ଉଦ୍ୟାନକୁ ବୁଲି ଯାଇଥାନ୍ତି । ତାଙ୍କ ଆଖିରେ ଗୋଟାଏ ନୂଆ ପକ୍ଷୀ ପଡିଲା । ସେ ତାକୁ ଧରି ଆଣିଲେ । ପକ୍ଷୀର ନାମ ପଚାରିବାରୁ କେହି କହି ପାରିଲେ ନାହିଁ । ଜଣେ ସେବକ କହିଲା, “ଏ ପକ୍ଷୀ ନୂଆ । ସେ ନିଜେ ସିନା ତା’ ନାମ କହିବ ।” ରାଜା ଏ...
ଗୋଟିଏ ଗ୍ରାମରେ ପୂର୍ଣ୍ଣ ଓ କିଶୋର ନାମକ ଦୁଇ ବନ୍ଧୁ ଥା’ନ୍ତି । ପିଲାକାଳରୁ ସେ ଦୁହେଁ ନିରାଶ୍ରୟ; ଏତେ ବଡ ସଂସାରରେ ସେମାନଙ୍କର ନିଜର ବୋଲି ଆଉ କେହିବି ନାହିଁ । ଦୁହେଁ ଦିନସାରା କାମ କରନ୍ତି । ରାତିରେ ଗୋଟିଏ ବରଗଛ ଛାଇରେ ସେମାନେ ରହନ୍ତି । ବରଗଛରେ ଗୋଟିଏ ବଡ କୋରଡ ଥାଏ ସେଇଠି ଅଳ୍ପ କିଛି ଜିନିଷପତ୍ର ରଖିଥା’ନ୍ତି । ପାଖରେ ପୋଖରୀଟିଏ ଥାଏ । ଚଳିବାରେ କିଛି ଅସୁବିଧା ହୁଏନାହିଁ । ଏକଦିଗରୁ ଦେଖିଲେ ସେହି...
ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ । ଏକଦା ରମଣଙ୍କୁ ଏକ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥାଏ ।...