ଏକ ବଣରେ ଗୋଟିଏ ଛୋଟ ପୋଖରୀ ଥିଲା । ପୋଖରୀଟି ନିର୍ମଳ ପାଣିରେ ଭରିରହିଥିଲା । ସେଥିରେ ଅନେକ ପଦ୍ମଫୁଲ ଫୁଟିଥିବାରୁ ଭାରି ସୁନ୍ଦର ଦେଖାଯାଉଥିଲା । ପୋଖରୀ କୂଳରେ ବରଗଛଟିଏ ରହିଥିଲା । ଏଇ ଗଛଟିର ଦେବତା ଥିଲେ ବୋଧିସତ୍ୱ । ସେ ସେଇ ଗଛରେ ରହୁଥିଲେ । ଖରାଦିନ ହେଲା । ପୋଖରୀରୁ ପାଣି ଶୁଖିଆସିଲା । ପାଣି କମିଯାଉଥିବା ଦେଖି ମାଛମାନେ ବଡ ବିକଳ ହେଲେ । ସେମାନେ ଭାବିଲେ – ଯଦି ପାଣି ଶୁଖିଯାଏ, ତେବେ ଆମେ...
ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ...
ପ୍ରେମଚାନ୍ଦ ଥିଲେ ହିନ୍ଦୀ ସାହିତ୍ୟର ଜଣେ ଖ୍ୟାତନାମା ଲେଖକ । ଆମ ଦେଶରେ ତ ସେତେବେଳେ ଗୋରା ସରକାରର ଶାସନ ଚାଲିଥାଏ । ସେତେବେଳେ ଉତ୍ତର ପ୍ରଦେଶର ବଡଲାଟ୍ ଥାଆନ୍ତି – ସାର୍ ମାଲକମ୍ ହେଲି । ଥରେ ହେଲି ପ୍ରେମଚାନ୍ଦଙ୍କ ନିକଟକୁ ଖବର ପଠାଇଲେ ଯେ, ତାଙ୍କୁ ତାଙ୍କର ସାହିତ୍ୟକୃତି ପାଇଁ “ରାୟସାହେବ” ଉପାଧିରେ ସମ୍ମାନିତ କରାଯିବ । ଏ ସମ୍ବାଦ ପାଇବା କ୍ଷଣି ପ୍ରେମଚାନ୍ଦଜୀ ଅତ୍ୟନ୍ତ ଚିନ୍ତିତ ହୋଇପଡିଲେ ।...
ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଥା ଭୁଲିଯା’ନ୍ତି । ...
କୋଙ୍କଣ ରାଜ୍ୟର ସୀମାରେ ଏକ ପାହାଡ ଥାଏ । ତାକୁ ଭୂତ ପାହାଡ ବୋଲି କୁହାଯାଉଥାଏ । ଏହି ପାହାଡ ସମ୍ପର୍କରେ ଅନେକ ଗଳ୍ପ ଗୁଜ୍ଜବ ଥାଏ । ତେଣୁ ନିକଟବର୍ତ୍ତୀ ଗ୍ରାମବାସୀମାନେ ଭୟରେ ସେ ପାହାଡଠାରୁ ନିଜକୁ ସଦା ସର୍ବଦା ଦୂରରେ ରଖିଥା’ନ୍ତି । ପାର୍ଶ୍ଵବର୍ତ୍ତୀ ପ୍ରାନ୍ତରରେ ଗାଈ ଚରାଇବାକୁ ନେଲେ ଅକସ୍ମାତ୍ ଯଦି ଗାଈଟିଏ ସେ ଭୂତ ପାହାଡ ଆଡେ ଚାଲିଯାଏ, ତେବେ ଜାଣ ସେ ସବୁଦିନ ପାଇଁ ଗଲା । କେହି ଗାଈକୁ ଖୋଜିବାକୁ ମଧ୍ୟ ସେ ପଟକୁ...
“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି...
କରୁଣା ତିନି ଚାରିବର୍ଷ ବୟସରେ ନିଜ ମା’କୁ ହରାଇଥିଲା । ତା’ ବାପା ନିଜ ଗାଁ ମଙ୍ଗଳପୁର ଓ ସହର ମଝିରେ ଥିବା ଗୋଟିଏ କାଚ କାରଖାନାରେ କାମ କରୁଥାନ୍ତି । କରୁଣା ଟିକି ଝିଅଟିଏ ହେଲେ ମଧ୍ୟ କ’ଣ ହେଲା, ସେ ତା’ ବାପାର ଏପରି ତତ୍ତ୍ୱ ନେଉଥାଏ, ସତେ ଅବା ସେ ଗୋଟିଏ ଟିକି ମା! କରୁଣା ତା’ ଘର ପାଖରେ ଥିବା ଗୋଟିଏ ଚାହାଳିରେ ପାଠ ପଢେ । ସେ ଯେତିକି ଯେତିକି ବଡ ହେଉଥାଏ, ଘର କାମକୁ ବି ସେତିକି ସେତିକି ସେ ନିଜେ...
ରାଜା କୃଷ୍ଣ ଚନ୍ଦ୍ରଙ୍କର ପୁତ୍ର ଜନ୍ମ ହୋଇ ଥିବା କଥା ଶୁଣି ଖୁସି ହୋଇ ରାଜା ଗୋପାଳ ଭାଣ୍ଡକୁ ପଚାରିଲେ, “ଗୋପାଳ! ଆମ୍ଭର ପୁତ୍ର ଜନ୍ମ ହେବା କଥା ଶୁଣି ତୁମ୍ଭ ମନରେ କିପରି ଆନନ୍ଦ ହୋଇଛି କହିଲ? ଗୋପାଳ କହିଲେ – “ଆଜ୍ଞା କୋଷ୍ଠ ସାଫ୍ (ଅର୍ଥାତ୍ ପରିଷ୍କାର ଝାଡା) ହେଲେ ଯେପରି ସୁଖ ଅନୁଭବ ହୁଏ, ଠିକ୍ ସେହି ପରି ଆନନ୍ଦ ହୋଇଛି ।” ରାଜା ଏଭଳି କଥା ଶୁଣି ଗୋପାଳ ଉପରେ କ୍ରୋଧ କରିଲେ । ଏହି କଥାରୁ ରାଜା...
ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି...
ବୀରସିଂହର ଅମୃତପୁର ଅଭିଯାନ ବ୍ୟର୍ଥ ହେଲା । ଆକସ୍ମିକ ବନ୍ୟାରେ ସୈନ୍ୟଦଳ ଭାସିଗଲେ । ନୂଆ ସୈନ୍ୟବାହିନୀ ଗଠନ କରିବା ମାନସରେ ଓ ଚନ୍ଦ୍ରହାଟରୁ ଅସ୍ତ୍ରଶସ୍ତ୍ର କିଣିବା ନିମନ୍ତେ ସେ ନିଜ ରାଜ୍ୟରେ ଉତ୍ପାଦିତ ଧାନ ଚାଉଳ ବାହାରକୁ ରପ୍ତାନୀ କରିବାକୁ ଚେଷ୍ଟା କଲା । ବିଦ୍ରୋହୀ ଯୁବକ ଦଳ ସେଥିରେ ବାଧା ଦେଲେ । ତା’ପରେ.. ବସନ୍ତ ଋତୁରେ ସାରା ବଣ ସ୍ୱର୍ଗୋପମ ପୁଷ୍ପରାଜ୍ୟରେ ପରିଣତ ହେଉଥାଏ । ଗଛଲତା ଉପରେ ଢେଉ ଢେଉ ରଙ୍ଗ...
ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି । ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ । ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ ମଧ୍ୟେ ସେ ସହରକୁ ଆସୁଥାନ୍ତି । ମୁସ୍ତାଫା ବୁଦ୍ଧିମାନ ଓ...
ଯଦି କୌଣସି ଏକ ମିଥ୍ୟା କଥାକୁ ବାରମ୍ବାର ସତ୍ୟ ବୋଲି ଅଭିହିତ କରାଯାଏ କିମ୍ବା ବହୁବ୍ୟକ୍ତି ମିଥ୍ୟାକୁ ସତ୍ୟର ଆଖ୍ୟା ଦିଅନ୍ତି । ତା’ହେଲେ ମିଥ୍ୟା ସତ୍ୟରେ ପରିଣତ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ତେନାଲୀରାମାଙ୍କ ବିରୋଧୀମାନେ ଏକ ଷଡଯନ୍ତ୍ର ଆରମ୍ଭ କଲେ ଯେ – ତେନାଲୀରାମାଙ୍କ ବିରୋଧରେ ରାଜାଙ୍କୁ କିଛି କହିବା ପାଇଁ । ସେଥିପାଇଁ ଦରବାରରେ ଥିବା ପ୍ରତ୍ୟେକ କର୍ମଚାରୀ ଜଣ ଜଣ କରି ପ୍ରତିଦିନ...
ଗୋଟିଏ ଗାଁରେ ଅଦ୍ଦୁଲ ରସୁଲ୍ ନାମକ ଯୁବକଟିଏ ଥାଏ । ସେ ଗରୀବ ଓ ବାପମାଙ୍କର ଏକମାତ୍ର ସନ୍ତାନ । ତା’ର ବାପା ପରିଶ୍ରମ କରି ପଇସା ଆଣୁଥାଏ । କିଛି ଦିନ ପରେ ପ୍ରଥମେ ମା’ ଓ ଛମାସ ପରେ ତା’ ବାପା ମରିଗଲେ । ବାପମା’ଙ୍କ ମୃତ୍ୟୁ ପରେ ରସୁଲ୍ର ଆଉ ସେ ଗାଁରେ ରହିବାକୁ ଇଚ୍ଛା ହେଲା ନାହିଁ । ପୁଣି ଗାଁରେ ସେ ଯଥେଷ୍ଟ ପଇସା ମଧ୍ୟ ରୋଜଗାର କରିପାରିଲା ନାହିଁ । ତେଣୁ ଦିନେ ଗାଁ ଛାଡି ସେ ପାଖ ସହରକୁ ଚାଲିଗଲା...
କୁମାର ଥିଲା ରାଘବର ପୁଅ । ବାପ ତା’ ପୁଅକୁ ଟିକିଏ ହେଲେ ମଧ୍ୟ ଭଲପାଏ ନାହିଁ । କୁମାର ଯେତେ କାମ କରେ, ରାଘବ ଅଧିକରୁ ଅଧିକ କାମ ତା’ ମୁଣ୍ଡରେ ଲଦିଦିଏ । କୁମାର ବିଚରା ଖଟି ଖଟି ସବୁ କାମ କରେ, କିନ୍ତୁ ଥରେ ହେଲେ ମଧ୍ୟ ସେ ତା’ ବାପାଠାରୁ କେବେବି ପ୍ରଶଂସା ପାଏ ନାହିଁ । ତାଙ୍କ ଗ୍ରାମରେ କାନ୍ତା ନାମକ ଗରିବ ଝିଅଟିଏ ଥାଏ । ସେ ଝିଅଟି ବଡ ଭଲ ଓ ସୁନ୍ଦର କାମ ଦାମ କରେ । କୁମାର ଭାବିଲା ଏଇ ଝିଅଟିକୁ ବିବାହ କଲେ ତା’ର...
ଜଣେ ଚୋର ରାତିରେ ଚୋରି କରିବା ପାଇଁ ଯାଉଥାଏ । ବାଟରେ ଦେଖିଲା ଏକ ମନ୍ଦିର ପ୍ରାଙ୍ଗଣରେ ଅନେକ ଲୋକ ରୁଣ୍ଢ ହୋଇଥାନ୍ତି ଓ ଏକ ଉଚ୍ଚସ୍ଥାନରେ ବସି ଜଣେ ସାଧୁ ଉପଦେଶ ଦେଉଥାନ୍ତି । ଏବେ ଚୋରଟି ସେହି ଲୋକଙ୍କ ମେଳରେ ବସି ସାଧୁଙ୍କ ଉପଦେଶ ଶୁଣିଲା । ସେଦିନ ଚୋରକୁ ଉପଦେଶଗୁଡିକ ବହୁତ ଭଲଲାଗିବାରୁ ସତ୍ସଙ୍ଗ ଶେଷ ହୋଇଗଲେ ବି ସେଠାରେ ବସି ରହିଲା । ଯିଏ ଯୁଆଡେ ଚାଲିଗଲେଣି । ଚୋରକୁ ଏକୁଟିଆ ଦେଖି ସାଧୁବାବା ବସିବାର କାରଣ...
ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତା’ର ନାମ ସୁପ୍ରିୟା । ସେ ଝିଅଟି ଅତି ସାନ ହୋଇଥିଲା ବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକଗମନ କଲେ । ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢାଇଥିଲେ । ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଧାବି କହିବ ନାହିଁ, ତେଣେ କିଛି ଅନ୍ୟାୟ କରିବ ନାହିଁ କି ସହିବ ନାହିଁ । ସେ ଯେତିକି ସତ୍, ସେତିକି ସାହସୀ...
ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି...
ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ । ସେତିକିବେଳେ ସମ୍ରାଟଙ୍କର ଏପରି ଅବସ୍ଥା ଦେଖି ବିରବଲ କିଛି ପଚାରିବେ...
ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ଖୁବ୍ ଗରିବ ହୋଇଥିଲେ ମଧ୍ୟ ଏକଥା କେବେ...
ରାମରାଜ୍ୟରେ ନ୍ୟାୟ ସମସ୍ତିଙ୍କ ପାଇଁ ସମାନ ଥିଲା । କାହାକୁ ଅଧିକ ବା କାହାକୁ କମ୍ ନ୍ୟାୟ ଦିଆ ହେଉ ନଥିଲା । ଯେକୌଣସି ସାଧାରଣ ପ୍ରଜା କୌଣସି ଅଭିଯୋଗ ନେଇ ରାଜାଙ୍କୁ ଭେଟି ପାରୁଥିଲା ଓ ଉପଯୁକ୍ତ ନ୍ୟାୟ ପାଉଥିଲା । ଥରେ ରାତିରେ କୁକୁରଟିଏ ରାଜପ୍ରାସାଦକୁ ଚାହିଁ ଭୁକିଲା, ମନେ ହେଲା ତା’ର ଶେଷ ସମୟ ଅବସ୍ଥିତ । ଶ୍ରୀରାମ ନିଦ୍ରାରୁ ଜାଗ୍ରତ ହୋଇ କୁକୁରଟିକୁ ସ୍ନେହରେ ଆଉଁସି ଦେବାରୁ, କୁକୁରର ସବୁ କ୍ଷତ ଦୂର ହୋଇଗଲା । ସେ...
ବିବାହ ପରେ ବରକନ୍ୟା ନେଇ ଶ୍ରୀକୃଷ୍ଣ ଓ ବଳରାମ ବାହୁଡି ଯିବା କଥା । କିନ୍ତୁ ରୁକ୍ମୀଙ୍କ ସାଥି ରାଜାମାନେ ରୁକ୍ମୀକୁ କହିଲେ “ଏ ଭାବରେ ନ ହରେଇଲେ ମଧ୍ୟ ଅନ୍ୟ ଭାବରେ ଆମେ ତାଙ୍କୁ ହରାଇ ଅପମାନ ଦେବା । ସେଥିପାଇଁ ଅନେକ ଉପାୟ ଅଛି ।” ରୁକ୍ମୀ ପଚାରିଲେ “ଆଚ୍ଛା କି ଉପାୟ ଅଛି କହିଲ?” “ଆପଣ କ’ଣ ଜାଣନ୍ତି ନାହିଁ ବଳରାମ ଦ୍ୟୁତ କ୍ରୀଡାରେ ଧୂରନ୍ଧର ଓ ସେଥିପାଇଁ ସେ ବି ସଦା ସର୍ବଦା...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...
ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ । ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ ତା’ର ଗୋଡରେ ଉଠାଇବାକୁ ଚେଷ୍ଟା କଲା । ଏଥିରେ ଓଲଟି ସେ କାଉର...
ପାଠକେ! ଗୋପାଳର ସ୍ତ୍ରୀ ମଧ୍ୟ ସ୍ୱାମୀର ଚତୁରତା ଦେଖି ଶୁଣି ସେ ମଧ୍ୟ ବଡ ଚତୁରୀ ହୋଇ ଯାଇ ଥିଲା । ରସିକତା କଥା ବେଶ୍ ଜାଣେ । ଦିନେ ଗୋପାଳର ସ୍ତ୍ରୀ ତାର ପାଂଚ ବର୍ଷର ପୁଅକୁ ସାଙ୍ଗରେ ନେଇ ଗଙ୍ଗାକୁ ଯାଇ ପୁଅକୁ ସ୍ନାନ କରାଇ ଦେଉଛି, ଏହି ସମୟରେ ଆହୁରି ଅନେକ ସ୍ତ୍ରୀ ସେଠି ସ୍ନାନ କରୁଛନ୍ତି । ତାଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଗୋପାଳ ଭାଣ୍ଡ ପୁଅକୁ ଦେଖି ଆଉ ଜଣେ ସ୍ତ୍ରୀକୁ ଡାକି କହିଲା, ଦେଖ ଦିଦି ଏ ପିଲାଟି ଠିକ୍...
ରାମକୁମାର, ପାଟଣା ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ ।...
ଜଙ୍ଗଲ ଭିତରେ ସିଂହ ରାଜା ଥରେ ସେଠାରେ ଥିବା ପୁରୁଷ ମଈଁଷି କୁ ଦେଖି ତା’ର ଜିଭରେ ପାଣି ଆସି ଗଲା । ସେ ଭାବିଲା ଯେଣ ତେଣ ଉପାୟରେ ସେହି ମଈଁଷିର ମାଂସକୁ ସେ ଖାଇବ । କିନ୍ତୁ ସେ ଆକାରରେ ଏତେ ବଡ ଥିଲା ଯେ ସିଂହ ପକ୍ଷରେ ତା’କୁ ଶିକାର କରିବା କଷ୍ଟକର ପାଠ ହୋଇ ପଡି ଥିଲା । ସେ ଚିନ୍ତା କଲା ମୁଁ ଯଦି ତାକୁ ଆକ୍ରମଣ କରି ଦେବି; ଯଦି ସେ ମୋତେ ତାର ବିରାଟକାୟ ଶିଙ୍ଘରେ ଭୂଷି ଦିଏ ତେବେ ତ ମୋର ସେଇଠି ସଇଲା ପାଠ । ମୁଁ ଏକଦମ୍...
ଗୁରୁନାଥପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ଗୃହସ୍ଥ ବାସ କରୁଥିଲେ । ତାଙ୍କର ଦୁଇ ଜଣ ବନ୍ଧୁ ଥିଲେ । ସେମାନେ ହେଲେ ଶୋଭନ ଏବଂ ବୋଧନ । ଗୋବିନ୍ଦରାଜ ଧନବାନ୍ ବ୍ୟକ୍ତି ଥିଲେ । ଏହା ଜାଣି ଶୋଭନ ଏବଂ ବୋଧନ ତାଙ୍କର ବନ୍ଧୁ ପାଲଟିଗଲେ– ‘ଟଙ୍କା ପେଟିରେ ବନ୍ଦ କରି ରଖୁଛ!’ ‘ଏହା ଦ୍ୱାରା କଣ ଲାଭ ମିଳିବ? ଯଦି ତୁମେ ସେଗୁଡିକୁ କୌଣସି ବ୍ୟବସାୟରେ ଲଗାଇ ଦିଅନ୍ତ ତେବେ ଗୋଟିଏ ଟଙ୍କା ଦଶ ଟଙ୍କା ହୋଇପାରନ୍ତା...
ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା । ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ୱଚ୍ଛ କରିଦେବ । ପ୍ରକୃତରେ ସେତେବେଳେ ସେ ପୁରୋହିତଙ୍କର କଥାଟି ଗ୍ରହଣଯୋଗ୍ୟ ଥିଲା ।...
ଅନେକ ଦିନ ତଳେ ଜର୍ମାନର ହାମେଲିନ୍ ସହରରେ ମୂଷାମାନେ ଉପଦ୍ରବ ଆରମ୍ଭ କଲେ । ସେ ସହରରେ ମୂଷାମାନଙ୍କର ଏପରି ଉପଦ୍ରବ ପୂର୍ବରୁ କେବେ ବି ଦେଖାଯାଉନଥିଲା କିମ୍ବା ଏବେ ମଧ୍ୟ ଆଉ କେବେ ଦେଖାଯାଉ ନାହିଁ । ସେଇ କଳାରଙ୍ଗର ମୂଷାମାନେ ଦିନବେଳା ଆଲୋକରେ ପଦାକୁ ବାହାରି କାହାରିକୁ ଭୟ ନକରି ରାସ୍ତାଘାଟ ଓ ଘରଦ୍ୱାରରେ ଦଳଦଳ ହୋଇ ଦୌଡାଦୌଡି କରୁଥିଲେ । ଏମାନଙ୍କ ସଂଖ୍ୟା ଏତେ ଥିଲାଯେ ସହରର ଲୋକମାନେ ଚଲାବୁଲା କରିବାକୁ ଜାଗାମଧ୍ୟ...
କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ । ସେ ଯାହା ଖୋଜୁଥାଏ ତାହା ତାକୁ ମିଳିଯାଏ । ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡି ଦିଅନ୍ତି । ସବୁପ୍ରକାର ସୁଖସୁବିଧା ଆପେ ଆପେ ହାତରେ ଧରାଦିଏ । ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ, ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ କର୍ମକୁ ହିଁ ବିଶ୍ୱାସ କରନ୍ତି, କିନ୍ତୁ ଅଳସୁଆ ଦୁଃଖପାଏ ।...
ଦିନେ ଜଙ୍ଗଲରେ ବୁଲୁ ବୁଲୁ କୁଆ ଦେଖିଲା ଯେ ମୟୂରମାନଙ୍କର ବହୁତ ପର ପଡିଛି । ସେ ମୟୂର ପରସବୁକୁ କୁଆ ନିଜ ଦେହରେ ଖୋସି ଦେଲା ଓ ଭାବିଲା ଏ ପରସବୁ ଲଗାଇ ସେ ଠିକ୍ ମୟୂର ପରି ଦିଶୁଛି । ସେହି ଦିନଠାରୁ ସେ ଅନ୍ୟ କୁଆମାନଙ୍କ ସାଙ୍ଗରେ ଆଉ ମିଶିଲା ନାହିଁ । ଖାଲି ସେ ମୟୂରମାନଙ୍କ ସାଙ୍ଗରେ ବୁଲିଲା । କିଛି ଦିନ ପରେ ମୟୂରମାନେ ତା’ର ପ୍ରକୃତ ସ୍ୱରୂପ ଜାଣିପାରି ତା’ ଦେହରେ ଲଗାହୋଇଥିବା ମୟୂର ପର ଗୁଡିକୁ ବାହାର କରି କୁଆକୁ...
ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି...
ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ ଶିଙ୍ଘ, କେତେ ସୁନ୍ଦର ବଡ ବଡ କାନ । ବଡ ବଡ ଆଖି, ପୁଣି କଳା...