ପ୍ରାଚୀନ କାଳରେ ଉଜ୍ଜୟିନୀରେ ଅନେକ ବିଖ୍ୟାତ ରାଜା ସବୁ ରାଜତ୍ୱ କରୁଥିଲେ । କିନ୍ତୁ ଏକ ସମୟରେ ଏପରି ଜଣେ ରାଜା ଥିଲେ, ଯିଏକି ନିଜର ଅତ୍ୟାଚାର ଓ ବଦଗୁଣ ଯୋଗୁଁ କୁଖ୍ୟାତ ଥିଲେ । ଦିନକୁ ଦିନ ତାଙ୍କ ଅତ୍ୟାଚାରର ସୀମା ମଧ୍ୟ ରହିଲା ନାହିଁ । ତେଣୁ ସେ ରାଜ୍ୟର କେତେକ ଯୁବକ ପ୍ରଜାମାନଙ୍କୁ ନେଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କ୍ରମେ ସେହି ବିଦ୍ରୋହ ପ୍ରବଳରୂପ ଧାରଣ କଲା । ଅବଶେଷରେ...
ମାଧବ ନାମରେ ଜଣେ ଘିଅ ବେପାରୀ କାଳୀଘାଟ ନାମକ ଏକ ଗ୍ରାମରେ ରହୁଥାଏ । ସେ ବହୁତ ଯତ୍ନର ସହିତ ଘିଅ ତିଆରି କରେ, ତେଣୁ ଏହା ଅନେକଦିନ ପର୍ଯ୍ୟନ୍ତ ଭଲ ହୋଇ ରହେ; ବିଶୁଦ୍ଧ ଘୃତ କାହାର ଆବଶ୍ୟକ ହେଲେ ସେ ମାଧବ ପାଖକୁହିଁ ଆସନ୍ତି । ତେଣୁ ତା’ର ବ୍ୟବସାୟ ବଡ ସୁରଖୁରୁରେ ଚାଲୁଥାଏ । ମାଧବ ସର୍ବଦା ସତର୍କ ଥାଏ ଯେପରି ତା’ର ଘିଅ ସର୍ବଦା ବିଶୁଦ୍ଧ ରହେ । ପାପକୁ ସେ ବହୁତ ଭୟ କରୁଥିଲା । ଭଗବାନ୍ଙ୍କ ପ୍ରତି...
ଗୋଟିଏ ଗ୍ରାମରେ ସୁଶୀଳ ନାମକ ଜଣେ ବ୍ୟକ୍ତି ଥାନ୍ତି । ସେ ଖୁବ୍ ପରୋପକାରୀ । ଯାହାର ଯାହା ସମସ୍ୟା ପଡିଲେ ମଧ୍ୟ ସେ ତାହା ଅନାୟାସରେ ସମାଧାନ କରି ଦିଅନ୍ତି । ତାଙ୍କର ସେହି କ୍ଷମତା ପାଇଁ ସେ ବଡ ଗର୍ବିତ ଥିଲେ । ଏବେ ତାଙ୍କର ବୟସ ପଚାଶ । ତଥାପି ମଧ୍ୟ ଏହି ବୟସରେ ତାଙ୍କର ଶକ୍ତି, ଉତ୍ସାହ ଓ ସହନଶୀଳତା ଯଥେଷ୍ଟ ଥିଲା । କିନ୍ତୁ ଗ୍ରାମବାସୀମାନେ ଏବେ ନୂତନ ହୋଇ ଗ୍ରାମକୁ ଆସିଥିବା ବ୍ୟକ୍ତି ନାଗରାଜଙ୍କ...
ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ...
ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ...
ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...
ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ ପାଣି ଦେଖି ଏଠାକୁ ଚାଲିଆସିଛି । ତୁ ମଧ୍ୟ ଏଠାକୁ ଚାଲିଆ...
ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ...
ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...
ଚିତ୍ରପୁର ଗ୍ରାମର ଜମିଦାର ଭାନୁ ଚୌଧୁରୀଙ୍କର ସଉକ ହେଲା ସେ ଲୋକଙ୍କୁ ଡାକି ଛୋଟ ଛୋଟ ପ୍ରଶ୍ନ ପଚାରନ୍ତି ଓ ସେଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଲୋକଙ୍କୁ ପୁରସ୍କାର ଦିଅନ୍ତି । ଥରେ ସେ ଜାଣିବାକୁ ଚାହିଁଲେ ଗ୍ରାମରେ ସବୁଠାରୁ ବୋକା କିଏ? ଦିନେ ଚୌଧୁରୀ କେତେକ ଲୋକଙ୍କୁ ଡାକି ପଚାରିଲେ ଯେ ତାଙ୍କ ଗ୍ରାମରେ ସବୁଠାରୁ ବୋକା କିଏ । ସମସ୍ତେ ଉତ୍ତରରେ କହିଲେ, “ଆମ ଗ୍ରାମରେ ରାମ ଭୀମ ଓ ସୋମ ନାମକ ତିନିଜଣ...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...
ଉଷା ଅନିରୁଦ୍ଧଙ୍କ ଚିତ୍ରପଟକୁ ଧରି ଏକଲୟରେ ଚାହିଁ ରହିଥା’ଏ; ସତେ ଯେମିତି ତା’ର ସମଗ୍ର ଶରୀର ପୁଲକିତ ହୋଇ ଉଠୁଥାଏ । ସଖୀ ଚିତ୍ରରେଖା ଏକଥା ଦେଖି ହସି ହସି କହିଲା, “ଉଷା, ମୁଁ ବୁଝିଗଲି ତୁମେ ସ୍ୱପ୍ନରେ କାହାକୁ ଦେଖିଥିଲ । ସେ ଯେଉଁଠି ଥିଲେ ମଧ୍ୟ ମୁଁ ତାଙ୍କୁ ନିଶ୍ଚୟ ଖୋଜି ଆଣି ତୁମ ହାତରେ ସମର୍ପଣ କରିବି । ତୁମ ଉପରେ ଯେହେତୁ ଦେବୀ ପାର୍ବତୀଙ୍କର ଆଶୀର୍ବାଦ ରହିଛି, ତେଣୁ ମୁଁ ଅବଶ୍ୟ ଏଥିରେ ସଫଳ ହେବି, ସେଥିଲାଗି...
ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି । ଭଦ୍ରାଙ୍କର ଏ ଚିନ୍ତା...
ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ...
ଅନେକ ଦିନ ତଳର କଥା । ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏ କାହାଣୀ । ସେଇଠି ରହୁଥାଆନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ । ସେମାନେ ତ ଭାରି ଗରିବ ଥିଲେ । ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା । ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ । ତାଙ୍କର କେବେ ବି କିଛି ବଳୁ ନ ଥିଲା କି କେବେବି କିଛି ଅଭାବ ମଧ୍ୟ ପଡୁ ନ ଥିଲା । ଦିନକର...
ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା । ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା । ଏଥିରେ ରାଗିଯାଇ ସେ ଲୋକଟି କୁକୁରକୁ ପୁଣି ପାଣିରେ ପକାଇ ଦେଲା ।...
ଅଷ୍ଟବିଂଶ ଦିନ ଭୋଜରାଜ ଶୁଭ ଅନୁକୂଳ କରି ଯାଇ ସିଂହାସନ ପାଖରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ବୈଦୈହୀ ଉଠି କହିଲା, “ହେ ଭୋଜରାଜ! ଆପଣ ତ ଏଇ ସିଂହାସନରେ ବସିବା ପାଇଁ ଏକାନ୍ତ ଆଗ୍ରହୀ । ହେଲେ ଦେବରାଜ ଇନ୍ଦ୍ରକ’ଣ ଆପଣଙ୍କୁ କେବେ ଏଥିରେ ବସିବାପାଇଁ ଆମନ୍ତ୍ରିତ କରିଛନ୍ତି? ତଥାପି ମୋଠାରୁ ଏକ କାହାଣୀ ଶୁଣନ୍ତୁ ଏବଂ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ତୁଳନା କରି ଦେଖନ୍ତୁ । ଦିନେ ରାତିରେ ମହାରାଜ...
ଗୋଟିଏ ଗ୍ରାମରେ ଶ୍ରୀପତି ନାମକ ଜଣେ ଗାଈରଖୁଆଳ ଯୁବକ ଥିଲା । ତା’ର ସ୍ୱାସ୍ଥ୍ୟ ଭଲ, ତତ୍ସହିତ ତା’ର ମନବଳ ମଧ୍ୟ ବହୁତ । ତେଣୁ ସେ ଚାହୁଁଥାଏ ଯେ ଦେଶଭ୍ରମଣ କରନ୍ତା ଓ ଯୁଦ୍ଧ ବି କରନ୍ତା । ଏହିପରି ଦିନେ ଭାବୁ ଭାବୁ ସେ ଗୋଟିଏ ଗଛ ମୂଳରେ ଯାଇ ଶୋଇ ପଡିଲା ଓ ଏକ ବିଚିତ୍ର ସ୍ୱପ୍ନ ଦେଖିଲା । ସ୍ୱପ୍ନରେ ସେ ଦେଖିଲା ଯେ ସେ ପାହାଡ ଉପରେ ଚଢିଚଢି କୌଣସି ଏକ ସ୍ଥାନରେ ଯାଇ ପହଁଚିଛି । ସେଠାରେ ଏକ ଶୂନ୍ୟ...
ଦାମୋଦରଙ୍କର ଜଣେ ବିଶ୍ୱାସୀ ଚାକର ଥିଲା । ତା’ର ନାମ ଗଙ୍ଗାରାମ । କିନ୍ତୁ ଦଶବର୍ଷ କାମ କରିବା ପରେ ଯେତେବେଳେ ତା’ର ଦରମା ନ ବଢିଲା, ସେତେବେଳେ ସେ ସେହି କାମ ଛାଡି ଦେଇ ଯାଇ କମଲଙ୍କ ପାଖରେ କାମ କଲା । କମଲ ପୂର୍ବବେତନର ଦୁଇ ଗୁଣ ବେତନ ତାକୁ ଦେଲେ । ଦାମୋଦର, ସୀତାରାମ ନାମକ ଜଣେ ବ୍ୟକ୍ତିକୁ ଚାକର କରି ରଖିଲେ । ତାକୁ ସେ କହିଲେ, “ଶୁଣ, ଗଙ୍ଗାରାମ ମୋ ପାଖରେ ଦଶବର୍ଷ କାମ କଲା । ତଥାପି ମଧ୍ୟ ତାହାର...
ଏକଦା ମଗଧରେ ରାଜା ଚନ୍ଦ୍ରସେନ୍ ରାଜୁତି କରୁଥା’ନ୍ତି । ତାଙ୍କର ଚାରିଜଣ କୁମାର ଥା’ନ୍ତି – ସେମାନେ ଯେତେବେଳେ ଗୁରୁକୁଳରେ ଶିକ୍ଷା ସମାପ୍ତ କରି ଫେରିଆସିଲେ, ରାଜା ସେମାନଙ୍କୁ ଆଦେଶ ଦେଲେ କି ସେମାନେ ଯେପରି ତାଙ୍କର ପ୍ରବୀଣ ମନ୍ତ୍ରୀଙ୍କଠାରୁ ବର୍ଷକ ପର୍ଯ୍ୟନ୍ତ ସମଗ୍ର ରାଜନୀତି ଶିକ୍ଷା କରିବେ । ମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ଭେଟି କହିଲେ, “ପ୍ରଭୁ, ରାଜକୁମାରମାନେ ଗୁରୁକୁଳରେ ତ ସମସ୍ତ ବିଦ୍ୟା...
“ସତ୍ୟାଗ୍ରହ ଆନ୍ଦୋଳନ ଜାରି ହେଲା ଗୋରା ବିରୋଧରେ ସାରା ଦେଶରେ ଅଂଟାଭିଡି ଠିଆ ହୋଇଗଲେ ଜଣେ ଏହି ଆନ୍ଦୋଳନ ପାଇଁ ଶେଷରେ । ସିଏ ଥିଲେ ଆମ ବଲ୍ଲଭ ପଟେଲ ନିଜକୁ ସଜେଇ ଦେଇ ସର୍ଦ୍ଦାର ଦୃଢ ସଂଗଠନ ଗଢିଦେଲେ ଦେଶେ ଗୋରା ସରକାର ହେଲେ କାତର ।” ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବେଳର କଥା । ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ସତ୍ୟାଗ୍ରହ ଚାଲିଥାଏ । ଠିକ୍ ସେତିକିବେଳେ ୧୯୧୭ ମସିହାରେ ଜଣେ ଯୁବ ଓକିଲ...
ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ ନାମ ଦିଲ୍ଲୀପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ...
ଦିନେ ଗୋଟିଏ ଗଧ ନିଜର ପିଠି ଉପରେ ସିଂହର ଚମଡା ପକାଇ ବୁଲି ବାହାରିଲା, ଏହାପରେ ତାକୁ ବାଟରେ ଯିଏ ବି ଦେଖିଲା, ସିଂହ ଆସୁଛି ଭାବି ଭୟରେ ଦଉଡି ପଳାଇଲା । ଏହା ଦେଖି ସେ ଗଧ ଲୋକଙ୍କୁ ଆହୁରି ଡରାଇବା ଲାଗି ସେମାନଙ୍କ ପଛରେ ଗୋଡାଇବାକୁ ଆରମ୍ଭ କଲା । ସେ ଗଧ ଦଉଡିଲା ବେଳେ ହଠାତ୍ ତା’ ପିଠିରୁ ସିଂହର ଚମଡାଟି ଖସି ପଡିଲା । ଯେମିତି ସିଂହ ଚମଡାଟି ଖସିପଡିଛି ଲୋକମାନେ ସେ ଗଧକୁ ଚିହ୍ନି ପାରିଲେ ଏବଂ ତାକୁ ବହୁତ ବାଡେଇଲେ ।...
ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି ମେଣ୍ଢାକୁ ପିଟି ଦେବାରୁ ତା’ ଦେହରେ ଥିବା ଲୋମରେ ନିଆଁ ଲାଗିଗଲା...
ପ୍ରାଚୀନ କାଳର କଥା । ଥରେ ଲକ୍ଷ୍ମଣପୁର ଗ୍ରାମରେ ବର୍ଷା ହେଲା ନାହିଁ । ବର୍ଷା ନହେବାରୁ ନଈ, ନାଳ, ପୋଖରୀ, କୂଅ ସବୁ ଶୁଖିଗଲା । ଫସଲ ମଧ୍ୟ ନଷ୍ଟ ହୋଇଗଲା । ଏହା ଦେଖି ଗ୍ରାମବାସୀମାନେ ଚିନ୍ତାରେ ପଡିଗଲେ । ସମସ୍ତେ ଏକତ୍ରିତ ହୋଇ ଗ୍ରାମର ମୁଖିଆଙ୍କ ପାଖରେ ପହଁଚିଲେ । ମୁଖିଆଙ୍କୁ କହିଲେ – “ମୁଖିଆ ମହାଶୟ! ଆପଣ ତ ଜାଣୁଛନ୍ତି କିଛି ଦିନ ହେବ ଏଠାରେ ବର୍ଷା ହେଉନାହିଁ । ଆମ୍ଭେମାନେ ଯଦି ଏହି ଗାଁରେ ରହିବୁ ତା’ ହେଲେ...
ଏହି ପରି ଭାବରେ ବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ତୀର୍ଥ ଭ୍ରମଣରେ ଥାଆନ୍ତି । ସେମାନେ ଗୋଟିଏ ବର୍ଷ ପରେ ଯାଇ କାଶ୍ମୀର ରାଜ୍ୟରେ ପହଁଚିଲେ । ଚତୁର ବ୍ୟଙ୍ଗକାର କହିଲେ ଏଠାରେ ଭଲ ସୁସ୍ୱାଦୁ ଫଳ ମିଳେ । ପାଖରେ ଥିବା ବଜାରକୁ ଯାଇ ସେଠୁ କିଛି ଫଳ କିଣି ଆଣ । ଅବୋଲକରା ଫଳ କିଣି ଆଣି ଉପଦେଷ୍ଟାଙ୍କୁ ଦିଅନ୍ତେ ଚତୁର ବ୍ୟଙ୍ଗକାର ସେହି ଫଳରୁ କିଛି ଖାଇଲେ ଓ ଆଉ କିଛି ଖାଇବା ନିମନ୍ତେ ସେହି ବୋଲକରାକୁ ମଧ୍ୟ...
ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା । ଏବେ କ’ଣ କରାଯିବ ସେମାନେ କିଛି ବି ଜାଣିପାରିଲେ ନାହିଁ ।...
ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ ପଡିଥିଲା ଯେ ତାହା ଆଉ ମରାମତି କରିବା ଅବସ୍ଥାରେ ହିଁ ନ ଥିଲା...
ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।” “ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି ଦରକାର ନାହିଁ । ମୁଁ କେବଳ ରୋଗୀର ଆଖିକୁ ଭଲଭାବରେ ଦେଖିବି ଆଉ...
ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ । ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ ଶ୍ରାଦ୍ଧ ଦେଉ ନାହୁଁ କାହିଁକି?” ସ୍ୱପ୍ନ ଦେଖିସାରିଲା ବେଳକୁ...
ଥରେ ଜଙ୍ଗଲକୁ ଘର ଚଟିଆ ଚଢେଇ ବୁଲିବାକୁ ଯାଇଥିଲା । ସେ ଦେଖିଲା ଛଂଚାଣଟି ଗୋଟିଏ ଠେକୁଆ ଧରି ଉଡିଚାଲିଗଲା । ଏହା ଦେଖି ସେ ଘରଚଟିଆକୁ ଭାରି ଭଲ ଲାଗିଲା ଏବଂ ସେ ବି ଚାହିଁଲା ଗୋଟିଏ ଠେକୁଆ ଧରି ଉଡିଯିବା ପାଇଁ । ଠେକୁଆଟି ଚଟିଆ ଠାରୁ ବଡ ହୋଇଥିବାରୁ ଯେତେ ଚେଷ୍ଟା କଲେ ବି ଠେକୁଆକୁ ଉଠାଇ ଉଡି ପାରିଲା ନାହିଁ ସେ ଚଟିଆ । ଚଟିଆର ଏଇ ଉଠାଇବାର ପରିଶ୍ରମ ଭିତରେ ବିଲୁଆ ଆସି ସେ ଚଟିଆଟିକୁ ଖାଇଦେଲା । ନିଜର ଶକ୍ତି ଅନୁସାରେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟି ମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣପୂର୍ବକ...
ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି ଏକ ଆକର୍ଷଣୀୟ କଥା ଥିଲା, ତାହା ହେଲା ଗୋଟାଏ ଯୁବକ ଗଧ...


