ହେଲାପୁରୀ ହାଟରେ ଜଣେ ଲୋକ ଗୋଟିଏ କୁକୁର ବିକିବାକୁ ଆଣିଲା । ସେଠାରେ ଜମିଥିବା ଲୋକମାନଙ୍କୁ କୁକୁରର ଗୁଣ ବିଷୟରେ ସେ କହିଲା, “ଏହି କୁକୁରକୁ ଆପଣ ଯାହାବି କହିବେ ସେ ତାହା ଶୁଣିବ ଏବଂ ମାନିବ । ତାକୁ ଯାହା କାମ ବତେଇବେ ଯେତେ କଷ୍ଟ ହେଲେ ବି ସେ ତାହା ଅବଶ୍ୟ କରିବ ।” ତାଙ୍କ କଥା ଶୁଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ପଚାରିଲା – “ଏହି କୁକୁରଟି ସବୁକଥା ଶୁଣୁଛି ଏବଂ ମାନୁଛି, କଷ୍ଟରୁ କଷ୍ଟତର କାମ...
ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ । ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି...
ଜଣେ ଚାଷୀର ଜମିରେ ଚଢେଇ ପଡି ବହୁତ ଫସଲ ନଷ୍ଟ କଲେ । ଶେଷରେ ଚାଷୀ ଫାଶ ବସାଇବାକୁ ବାଧ୍ୟ ହେଲା । ଆଉ ସେ ଫାଶରେ ବହୁତ ଚଢେଇ ପଡିଲେ । କିନ୍ତୁ ସେମାନଙ୍କ ସଙ୍ଗରେ ଗୋଟିଏ ବଡ ଗେଣ୍ଡାଳିଆ ମଧ୍ୟ ଧରାପଡିଲା । ଗେଣ୍ଡାଳିଆ ଚାଷୀକୁ ଦେଖି କାନ୍ଦି କାନ୍ଦି କହିଲା, “ମୋତେ ମାର ନାହିଁ, ମୁଁ ଅନ୍ୟ ଚଢେଇଙ୍କ ପରି ଆଦୌ ଲୋଭୀ ନୁହେଁ । ମୁଁ ଏମାନଙ୍କ ସଙ୍ଗରେ ଏମିତି ଚାଲି ଆସିଥିଲି, ଏଥର ମୋତେ ଛାଡିଦିଅ ।” ଏକଥା...
ହେମଗିରି ନାମରେ ଛୋଟିଆ ଗାଁଟିଏ ଥାଏ । ଦଶଜଣ ଡାକୁ ମିଶି ସେଠାରେ ଗୋଟିଏ ଡାକୁଦଳ ଗଢିଥା’ନ୍ତି । ଗାଁ ପାଖରେ ଥିବା ବଣ ଭିତରେ ସେ ଡାକୁମାନେ ରହୁଥାନ୍ତି । ହେମଗିରି ଗାଁ ସେମାନଙ୍କର ଶୀକାର କ୍ଷେତ୍ର ହୋଇଯାଇଥାଏ । ସେମାନେ ମଝିରେ ମଝିରେ ଏଇ ଗାଁକୁ ଆକ୍ରମଣ କରି ଗ୍ରାମବାସୀଙ୍କର ଧନସମ୍ପତ୍ତି ନେଇ ଯା’ଆନ୍ତି; ତା’ ଛଡା ଜଣେ ଦୁଇଜଣ ସୁନ୍ଦରୀ ଝିଅ ଓ ଗୋଟିଏ ଦୁଇଟି ପିଲା ମଧ୍ୟ ଜବରଦସ୍ତି ନେଇ ଯା’ଆନ୍ତି । ସେମାନଙ୍କ ଏଭଳି...
କୌଣସି ଗୋଟିଏ ବଡ ସହରରେ ଗୋପାଳ ନାମକ ଜଣେ ଧନୀ ଲୋକ ବାସ କରିଥିଲେ । ତା’ ବାପା ବାଣିଜ୍ୟ ବ୍ୟବସାୟ କରି ବହୁତ ଧନସମ୍ପଦ ରଖି ଯାଇଥିଲେ । ଗୋପାଳ କିନ୍ତୁ ବାପାଙ୍କ ବ୍ୟବସାୟ ଚଳାଇପାରିଲା ନାହିଁ । ବ୍ୟବସାୟରେ କ୍ଷତି ହେବାରୁ ସେ ସାଙ୍ଗମାନଙ୍କଠାରୁ ବହୁତ ଟଙ୍କା କରଜ କରି ପକାଇଲା । ସେ ଭାବିଥିଲା କରଜ ଟଙ୍କାରେ ବ୍ୟବସାୟ ଚଳାଇ ଲାଭ କରିବ । କିନ୍ତୁ ସେକଥା ହେଲା ନାହିଁ । ସାଙ୍ଗମାନେ ବାରମ୍ବାର ଟଙ୍କା ମାଗିଲେ । ତେଣୁ...
ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି । ବାବା ଗମ୍ଭୀର କଣ୍ଠରେ...
ସେତେବେଳେ ରୁଜ୍ଭେଲ୍ଟ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ଦିନେ ଜଣେ ରାଷ୍ଟ୍ରଦୂତ ତାଙ୍କୁ ଭେଟିଲେ । ସେ ତ ରାଷ୍ଟ୍ରପତିଙ୍କର ଅସାଧାରଣ ପ୍ରତିଭା ବିଷୟରେ ଆଗରୁ ଜାଣିଥିଲେ ଓ ତାଙ୍କ ପ୍ରତି ପ୍ରଭାବିତ ମଧ୍ୟ ହୋଇଥିଲେ । ସୁତରାଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଅବସରରେ ସେ ଏକ ପ୍ରଶ୍ନ ପଚାରିବା ପାଇଁ ଇଚ୍ଛା ପ୍ରକଟ କଲେ । ଏବେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ପାଇବା ପରେ ସେ ରାଷ୍ଟ୍ରଦୂତ ପଚାରିଲେ...
ପ୍ରାୟ ଚାରି ଶହ ବର୍ଷ ତଳେ ମହିଶୂର ରାଜ୍ୟରେ ପୁରୁଷୋତ୍ତମ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଗଂଗବଂଶରେ ଜନ୍ମ ହୋଇଥିଲେ ଏବଂ ବେଶ୍ ପ୍ରସିଦ୍ଧ ଶାସକ ଥିଲେ । ସେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ପାଇଁ ଯୋଗ୍ୟ କନ୍ୟା ନ ମିଳିବା ଯାଏଁ ସେ ବିବାହ ଆଦୌ କରିବେ ନାହିଁ । ସେତେବେଳେ କାଞ୍ଚିପୁରର ରାଜାଙ୍କର ଝିଅଟିଏ ଥିଲା । ସେ ତ୍ରିଲୋକ ସୁନ୍ଦରୀ ଭାବରେ ପ୍ରସିଦ୍ଧ ଥିଲେ । ବାସ୍ତବରେ ତାଙ୍କ ସମାନ...
“ବ୍ରିଟିଶ୍ ଶାସନ କାଳର କଥାଏ ଶୁଣିବାକୁ ଲାଗେ ଭାରି ଡର ଗୋରା କର୍ଣ୍ଣେଲଙ୍କ ବିରୋଧରେ ଥରେ ଅଭିଯୋଗ ଥିଲା ଗୁରୁତର । ସରକାରୀ ମାଜିଷ୍ଟ୍ରେଟ୍ ପଦେ ଥାଇ ଇଣ୍ଡିଆନ ଜଣେ ଦେଲେ ଶିକ୍ଷା ଅଭିଯୋଗ ଯେବେ ବିଚାର ସରିଲା କର୍ଣ୍ଣେଲ୍ ମାଗିଲେ କ୍ଷମା ଭିକ୍ଷା ।” ଦେଶପ୍ରେମୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ମାତରଂ’ କାନରେ ବାଜିଲେ ଦେହରେ ଯେପରି ଶିହରଣ ସୃଷ୍ଟି ହୁଏ । ସେଇ...
ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ...
ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା ପାଶୋରି ଯାଇଥିଲେ । ସେ ଯୋଗ୍ୟତା ହେଉଛି “ମୁଁ ” ଅର୍ଥାତ୍ ମୋହ...
ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ...
ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ । ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ...
ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ । ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।...
ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ । ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର ଗୁଣ୍ଡାମୀକୁ ଡରି ସେ ମଧ୍ୟ କିଛି କହିବେ ନାହିଁ । ତେଣୁ ସେ ସିଧା...
କୃପାଚାର୍ଯ୍ୟ କର୍ଣ୍ଣଙ୍କୁ କହିଲେ, “ବତ୍ସ ଅର୍ଜୁନଙ୍କ ସହିତ ଦ୍ୱନ୍ଦ୍ୱଯୁଦ୍ଧ କରିବାକୁ ହେଲେ ତୁମେ ରାଜବଂଶସମ୍ଭୁତ ହୋଇଥିବା ଆବଶ୍ୟକ ।” ହେଲେ କର୍ଣ୍ଣ ନିଜର ବଂଶ ଓ ମାତାପିତାଙ୍କର ନାମ କହିବାକୁ ଟିକେ ସଙ୍କୋଚ କଲେ । ତାଙ୍କର ଏହି ଦୂରବସ୍ଥା ଦେଖି ଦୁର୍ଯ୍ୟୋଧନ ଆସି କୃପାଚାର୍ଯ୍ୟଙ୍କୁ କହିଲେ, “କ୍ଷତ୍ରିୟ ଓ ରାଜା କେବଳ ରାଜକୁମାରମାନଙ୍କ ସହିତ ଦ୍ୱନ୍ଦ୍ୱ ଯୁଦ୍ଧ କରିପାରିବ । କର୍ଣ୍ଣଙ୍କର ରାଜ୍ୟ ନାହିଁ ବୋଲି ଆପଣ ଏପରି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ମଧ୍ୟରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ସୁଶୀଳ ଦେଶର ରାଜା ସର୍ବୋତ୍ତମ ଥିଲେ । ଥରେ ତାଙ୍କର ସନ୍ଦେହ ହେଲା କି ନିଜର ପ୍ରିୟ ସେବକମାନଙ୍କ ମଧ୍ୟରୁ କେହି ଗୁପ୍ତଚର ଅଛି । କାରଣ ଅନ୍ତଃପୁରରେ ଯାହା ଘଟୁଛି ତାହା ତୁରନ୍ତ କିପରି ପଡୋଶୀ ରାଜ୍ୟର ରାଜା ନିଦ୍ରାପ୍ରିୟଙ୍କୁ ଜଣାପଡୁଛି? ଶତ୍ରୁକୁ ନିଜ ରାଜ୍ୟ ବିଷୟରେ ଖବର ଦେବା ଏକ ବିଶ୍ୱାସଘାତକତାର କାର୍ଯ୍ୟ । ଏହାକୁ ଅତିଶୀଘ୍ର ବନ୍ଦ କରିବାକୁ ହେବ । କାରଣ ନିଦ୍ରାପ୍ରିୟ ବେଶି ବଳଶାଳୀ ରାଜା ନଥିଲେ ମଧ୍ୟ ହଠାତ୍ ଯଦି...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ...
କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର ମୂର୍ତ୍ତିଙ୍କ ପ୍ରାଧାନ୍ୟକୁ ଗ୍ରହଣ କରିପାରୁ ନଥିଲେ ।...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ମଝିରେ ମଝିରେ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ...
ଦିନେ ପ୍ରଭାତ ସମୟରେ ଶ୍ରୀକୃଷ୍ଣ, ସାତ୍ୟକି ଓ ଉଦ୍ଧବଙ୍କ ସହ ଆଲୋଚନା କରୁଥିବା ବେଳେ ଜଣେ ଅତିଥି ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀକୃଷ୍ଣଙ୍କୁ ନିବେଦନ କରି ସେ କହିଲେ, “ମହାତ୍ମନ୍, ଦୁଷ୍ଟ ଜରାସନ୍ଧ ପ୍ରାୟ କୋଡିଏ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି । ସେମାନଙ୍କୁ ସେ କିଛି ହେଲେବି ଖାଇବାକୁ ଦେଉ ନାହିଁ । ଭାରି ହଇରାଣ କରି କଷ୍ଟ ଦେଇ ଅତ୍ୟାଚାର କରି ସେମାନଙ୍କୁ ସେଠି ସେ ରଖିଛି । ଜରାସନ୍ଧ ହାତରେ ସେମାନଙ୍କ...
ସଂପାତିଙ୍କଠାରୁ ମାତା ସୀତାଙ୍କର କିଛିଟା ଖବର ସଂଗ୍ରହ କରିବା ପରେ ବାନରମାନେ ଅତ୍ୟନ୍ତ ଆନନ୍ଦରେ ନାଚିଲେ, କୁଦିଲେ; ଡିଆଁ ମାରି ମାରି ଯାଇ ସମୁଦ୍ର କୂଳରେ ପହଁଚିଲେ । ହେଲେ ସମୁଦ୍ରର ଭୟଙ୍କର ରୂପ ଦେଖି ସେମାନଙ୍କ ଆନନ୍ଦ ଆଉ ରହିଲା ନାହିଁ । ସେମାନଙ୍କର ମୁହଁ ହଠାତ୍ ଶୁଖିଗଲା । ଅସୀମ ନୀଳ ସମୁଦ୍ରର ଉତାଳ ତରଙ୍ଗମାଳା । ଦିଗ୍ବଳୟ ବ୍ୟାପୀ ରହିଛି, ତା’ର ଶେଷ ନାହିଁ, କୂଳ କିନାରା ବି ନାହିଁ । ପୁଣି ତାହା ଭୟଙ୍କର...
ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି । ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା କାର୍ଯ୍ୟ ସେଠାରେ ଆରମ୍ଭ କରିଦେଲେ । ତାଙ୍କର ସାଙ୍ଗମାନେ ସେଠାରେ...
ଅନେକ ବର୍ଷ ତଳର କଥା । ଗରିବ କୃଷକଟିଏ ଥାଏ । ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ ସାତଟି ରୁଟି ଗୋଟିଏ ପୁଡିଆରେ ନେଇଥାଏ । ସେଥିପାଇଁ ସମସ୍ତେ ତାକୁ ଡାକୁଥା’ନ୍ତି ‘ରୁଟିଖିଆ’ । ଦିନେ ସେ କୃଷକ ବିଲରେ କାମ କରୁଛି, ହଠାତ୍ ତାକୁ ଭାରି ଭୋକ ହେଲା । ତେଣୁ ସେ ରୁଟିତକ ପୁଡିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ଗଣିସାରି ମନକୁ ମନ...
ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ ଆଜି ଠାରୁ ତୁମ ରାସ୍ତା ଆମ ରାସ୍ତା ଅଲଗା ଅଲଗା ହେବ ।...
ବହୁଦିନ ତଳର କଥା । ମହାଦେବଶାସ୍ତ୍ରୀ ନାମକ ଜଣେ ମହାନ୍ ପଣ୍ଡିତ ଗୋଟିଏ ଗୁରୁକୂଳ ପ୍ରତିଷ୍ଠା କରି ସେଠାରେ ତାଙ୍କ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥାନ୍ତି । ଶାସ୍ତ୍ରୀ ଅନେକ ପ୍ରକାର ମନ୍ତ୍ରତନ୍ତ୍ରରେ ସିଦ୍ଧି ଲାଭ କରିଥିବା କଥା ତ ସମସ୍ତଙ୍କୁ ଜଣାଥିଲା । ତେବେ ଶାସ୍ତ୍ରୀ କେବେବି ମନ୍ତ୍ରଚର୍ଚ୍ଚା କରୁ ନଥିଲେ କି ନିଜ ସିଦ୍ଧିର ପରିଚୟ କାହାରିକୁ ବି ଦେଉ ନଥିଲେ । ସେ କହୁଥାନ୍ତି, “ଆଜିକାଲି ଲୋକେ ମନ୍ତ୍ର ଶିଖି ତା’ର...
ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ ।...
ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ ।...
ଧନୁ ଭାଙ୍ଗିବା ପରେ କୃଷ୍ଣ ବଳରାମ ସେଠାରୁ ଅନ୍ୟତ୍ର ଗଲେ । ମହା କୋଳାହଳ ହେଲା । ଜନତା ଏକଜୁଟ ହୋଇ ପାଶ୍ୱର୍ସ୍ଥ ଶସ୍ତ୍ରାଗାର ମଧ୍ୟରେ ପଶିଲେ । କିନ୍ତୁ ରାଜକର୍ମଚାରୀମାନେ ସେମାନଙ୍କ ସେଠାରୁ ବାହାର କରି ଦେଇ କବାଟ ବନ୍ଦ କଲେ ଓ ରାଜାଙ୍କୁ ଖବର ଦେବାକୁ ଅଗ୍ରସର ହେଲେ । ଖବର ପାଇ କଂସ ଗଭୀର ଚିନ୍ତାରେ ମଗ୍ନ ହେଲା । ତା’ପରେ ସେ ଧନୁଉତ୍ସବ ପାଇଁ ସଜା ହୋଇଥିବା ମଣ୍ଡପ ଓ ମହଲ ଦେଖିବାକୁ ଗଲା । ନାନା ଶିଳ୍ପ ଓ ମୂଲ୍ୟବାନ୍...
ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ । କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରିଥିଲା ଜଣେ ବୃଦ୍ଧା ତା’ର ପୁଅର ଜୀବନଭିକ୍ଷା କରିବା ପ୍ରସଂଗରେ...
ହେଟା ବାଘଟିଏ ବହୁତ ଦିନଯାଏଁ ଖାଇବାକୁ ନ ପାଇ ଉପାସରେ ଥାଏ । ଦିନେ ସେ ଦେଖିଲା କିଛି ଦୂରରେ ଦଳେ ମେଣ୍ଢା ଚରୁଛନ୍ତି; କିନ୍ତୁ ଜଣେ ଜଗୁଆଳ ତାଙ୍କୁ ଭଲ କରି ଜଗାରଖା କରୁଛି । ଯେତେ ଚେଷ୍ଟା କଲେ ବି ଏ ହେଟାବାଘ ସେ ମେଣ୍ଢାପଲ ଭିତରୁ ଗୋଟିଏ ହେଲେ ବି ମେଣ୍ଢା ଖାଇ ପାରିଲା ନାହିଁ । ବହୁତ ଭାବି ସେ ହେଟାବାଘ ଶେଷରେ ଗୋଟିଏ ଉପାୟ ପାଂଚିଲା ଯେ, ଯଦି ସେ ଗୋଟିଏ ମଲା ମେଣ୍ଢାର ଚମଡା ତା’ ପିଠିରେ ପକାଇ ସେ...
ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା । ପାଣି ଭିତରେ ଡେଇଁ ପଡିବା ପରେ ସେ ଦେଖିଲା ଯେ ତାଭିତରେ କୁକୁର ନାହିଁ କି ମାଂସଖଣ୍ଡ ମଧ୍ୟ...


