ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଦୁଃଶାସନ ଦ୍ୱାରା ପ୍ରେରିତ ହୋଇ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଯାଇ କହିଲେ, “ଜୁଆ ଖେଳରେ ଯାହାସବୁ ତ ଆମେ ଜିତିଲୁ ତାହାକୁ ସବୁ ମଧ୍ୟ ଆପଣ ଫେରାଇ ଦେଲେ । ଯୁଦ୍ଧ ହେଲେ ପାଣ୍ଡବମାନେ ତ ଅବଶ୍ୟ ଆମର ସର୍ବନାଶ କରିବେ । ତେଣୁ ପୁନର୍ବାର ପଶାଖେଳିବା ପାଇଁ ଆପଣ ତାଙ୍କୁ ଡାକନ୍ତୁ । ଏଥର ଆମେ ଯାହା ଜିତିବା ତାହା ଆମର ହୋଇ ରହିବ ।”                 ପୁନର୍ବାର ପଶା ଖେଳହେଲା । ଦରବାରର ସଭ୍ୟମାନେ ପୁନଶ୍ଚ ପଶା ଖେଳର...

Read More

ପରିବର୍ତ୍ତନ

ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ ।                 ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା...

Read More

ସୁନା ସଂଗ୍ରହ ପାଇଁ ଚାଲାକି

ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ ପଡିଥିଲା ଯେ ତାହା ଆଉ ମରାମତି କରିବା ଅବସ୍ଥାରେ ହିଁ ନ ଥିଲା...

Read More

ଚତୁର ପ୍ରଶ୍ନ

ପ୍ରତିଦିନ କିଛିନା କିଛି ଚତୁରତାପୂର୍ଣ୍ଣ ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ କରିବା ଆକବରଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦିନେ ଦରବାରରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଆକବର ହଠାତ୍ ବିରବଲଙ୍କୁ ପଚାରିଲେ, “ବିରବଲ କହିଲ ଦେଖି ସଂସାରରେ କେଉଁ ଶତ୍ରୁକୁ ମଣିଷ ଜୟ କରିପାରି ନାହିଁ?” ବିରବଲ ସଂଗେ ସଂଗେ ଉତ୍ତର ଦେଲେ ‘ମୃତ୍ୟୁ’ ।          ଏହାପରେ ପୁଣି ରଜା ଆଉ ଏକ ପ୍ରଶ୍ନ ପଚାରିଲେ – “କେଉଁ ଦୁଇଜଣ...

Read More

ଉକୁଣୀ ଓ ଛାରପୋକ କଥା

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ । ଗୋଟିଏ ଉକୁଣୀ କେଉଁଠାରୁ ଆସି ରାଜାଙ୍କ ଶେଯରେ ଲୁଚି ରହିଲା । ଦିନେ ଖଟର ବିଛଣା ଝାଡିବାବେଳେ ଟିଟିଉ ନାମରେ ଗୋଟିଏ ଛାରପୋକ କେଉଁଠାରୁ ଉଡିଆସି ସେହି ବିଛଣାରେ ଲୁଚିଗଲା । ଛାରପୋକ ଓ ଉକୁଣୀକୁ କେହି ଦେଖି ପାରିଲେ ନାହିଁ । ହେଲେ ଛାରପୋକ ଉକୁଣୀ ଆଖିରେ ପଡିଗଲା । ବିଛଣା ବିଛା ହେବା ପରେ ଉକୁଣୀ ଆସି ଛାରପୋକକୁ କହିଲା, “କିରେ, ତୁ କାହିଁକି ଆସି ମୋ ଘରେ ପଶିଗଲୁ? ଏ ଜାଗା ଛାଡି ଶୀଘ୍ର...

Read More

ଚୋର ସାଧୁ ପାଲଟିଲା

ଏକଦା ଗୋସ୍ୱାମୀ ତୁଳସୀ ଦାସ ରାତିରେ କୌଣସି ଏକ ସ୍ଥାନରୁ ଫେରୁଥିଲେ । ସେ ଏକୁଟିଆ ଆସୁଥିବା ବେଳେ ବାଟରେ ଜଣେ ଚୋରକୁ ଭେଟିଲେ । ଅନ୍ଧାର ରାତିରେ ଚୋରଟି ତୁଳସୀ ଦାସଙ୍କୁ ଦେଖି ପଚାରିଲା କିଏ ତୁମେ? ତୁଳସୀ ଦାସ ଉତ୍ତର ଦେଲେ, ଭାଇ ତୁମରି ପରି ମଣିଷଟିଏ । ଚୋରଟି ନିଜ ବୁଦ୍ଧିରେ ବିଚାର କଲା ଇଏ ମୋ ଭଳି ଗୋଟାଏ ଚୋର ନିଶ୍ଚୟ । ସେ ଖୁସି ହୋଇ କହିଲା – “ହଁ ବୁଝିଗଲି, ତୁମେ ବୋଧେ ଏ କାମରେ ନୂଆ । ଏବେ ମୋତେ ଟିକିଏ ସାହାଯ୍ୟ...

Read More

ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ

କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ ହୋଇଥାନ୍ତି । ସେ ଅଧିବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ...

Read More

ବୁଦ୍ଧିଆ ମହାଜନ

ଅନେକ ବର୍ଷ ତଳର କଥା । ଗୋଟିଏ ଗାଆଁରେ ଜଣେ ମହାଜନ ଥିଲେ । ତାଙ୍କର ତିନୋଟି ପୁଅ ଥିଲେ । ତନ୍ମଧ୍ୟରୁ ବଡ ପୁଅର ନାମ ସୁରେଶ, ମଝିଆଁ ପୁଅର ନାମ ଦିନେଶ ଏବଂ ସାନ ପୁଅର ନାମ ଅବିନାଶ । ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା । ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ । କିନ୍ତୁ, ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇମାନଙ୍କ ମଧ୍ୟରେ କାହାର ବି କାହା ସହିତ ଭଲ ଭାବରେ ପଡୁନଥିଲା । ସେ ଯାହାବିହେଉ, ସେ...

Read More

ଯେ ପାଂଛେ ପର ମନ୍ଦ

ଗୋଟିଏ ଗାଁରେ ବୁଢୀଟିଏ ବାସ କରେ । ତା’ର ଆପଣାର ବୋଲି କେହି ନଥାନ୍ତି । ସେ ଦୁଃଖେ କଷ୍ଟେ କେମିତି କେମିତି ଚଳିଯାଉଥାଏ ।        ବୁଢୀର ସମ୍ପତି ବାଡି ବୋଲି ଝଙ୍କାଳିଆ ଫଳନ୍ତି ଆମ୍ବଗଛଟିଏ । ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ତାକୁ ବିକି ବୁଢୀ ଭଲ ଦି’ପଇସା ପାଏ । ଟଙ୍କା ଭବିଷ୍ୟତ ପାଇଁ ସଂଚୟ ବି କରୁଥାଏ । ହେଲେ ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ନାହିଁ ସେ ବର୍ଷ ବୁଢୀର ଦୁଃଖ ବଢିଯାଏ । ସେ କେତେବେଳେ କ’ଣ ଖାଏ କି ଉପବାସ ରହେ...

Read More

ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ

ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ     ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ ।     କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ     ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରିଥିଲା ଜଣେ ବୃଦ୍ଧା ତା’ର ପୁଅର ଜୀବନଭିକ୍ଷା କରିବା ପ୍ରସଂଗରେ...

Read More

ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ

“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ     ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ ।     ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ     ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ ।     ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ     ନ ଥିଲା ତା’ ମୁହେଁ ଆଉ ପଦେ କଥା, ସତେ କି ପାଲଟି ଗଲା ସେ ମୂକ?”                ...

Read More

ବିପଦର ବାନ୍ଧବୀ ଅପ୍ସରା

ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା...

Read More

ଶିଆଳ ଓ ଠେକୁଆ

ଜଙ୍ଗଲରେ ସମସ୍ତ ପଶୁ ସଭା କରି ଏହା ସ୍ଥିର କଲେ ଯେ ଜଙ୍ଗଲ ପାଖରେ ଥିବା ଜମିକୁ ଚାଷ କରିବେ । ତେଣୁ ଛୋଟରୁ ବଡ ସମସ୍ତେ ଯାଇ କ୍ଷେତରେ କାମ କଲେ; ହଳ କଲେ, ମାଟି ହାଣିଲେ ଓ ନାନା ପ୍ରକାରର କାମ କଲେ ।                 ସମସ୍ତେ କାମରେ ଲାଗିଥାନ୍ତି । ଖରା ତ ଖୁବ୍ ଟାଣ । ବିଚାରା ଠେକୁଆ ବଡ କ୍ଳାନ୍ତ ହୋଇ ପଡିଲା । କିନ୍ତୁ ଭୟରେ ସେ କାମ ବନ୍ଦ କରୁ ନ ଥାଏ । କାହିଁକିନା କାମ ବନ୍ଦ କଲେ ଅନ୍ୟ ଜନ୍ତୁମାନେ ତାକୁ ନିନ୍ଦା କରି...

Read More

ପ୍ରକୃତ ବନ୍ଧୁ

ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୁଏ ।...

Read More

ଗୁରୁ ସନ୍ଦିପନୀ

ପ୍ରାଚୀନ କାଳର କଥା ।                 ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ସେହି ମୁନି ସନ୍ଦିପନୀଙ୍କ ପିଲାଦିନର କଥା । ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସେ ସନ୍ଦିପନୀ ଆଗପଛ କିଛି ବି ବିଚାର ନ କରି କାର୍ଯ୍ୟ କରିବାକୁ ଖୁବ୍...

Read More

ସାଗର ଓ ନଦୀ କଥା

   ପାହାଡ ଧାରେ ଧାରେ ପାହାଡି ନଦୀଟି କୁଳୁକୁଳୁ ହୋଇ ଅବିରତ ବହି ଚାଲିଥାଏ । ପଥିକ ଜଣେ ସେଇ ନଈ କୂଳରେ ମନଫୁଲାଣିଆ ଗୀତ ଗାଇ ଚାଲିଥାଏ ଆଗକୁ ଆଗକୁ । ସତେଯେପରି ଧରାବୁକୁରେ ନଈର ନୈସର୍ଗିକ ଶୋଭା ତାକୁ ଆହ୍ଲାଦିତ କରିଦେଇଛି ।        ଏହିଭଳି ନଈକୂଳେ ସେ ଅନେକ ବାଟ ଚାଲିଗଲାଣି । ହଠାତ୍ ପଥିକଟି ତୃଷାର୍ତ ହୋଇ ପଡିଲା । ସେ ନଈ ଭିତରେ ପଶି ତା’ର କାଚକେନ୍ଦୁ ଜଳରୁ ପେଟଭରି ଜଳପିଇ ତୃଷା ନିବାରଣ କଲା । ନଈର ଜଳ ବେଶ୍ ମଧୁର...

Read More

ଗୁପ୍ତଦଲିଲ୍

ପାଂଚ, ଛ ଶହ ବର୍ଷ ତଳର କଥା । ଚୀନର ଏକ ରାଜ୍ୟର ରାଜ-ପ୍ରତିନିଧି ଥିଲେ “ନି ଚିୟେନ୍” । ତାଙ୍କର ଅଗାଧ ସମ୍ପତ୍ତି । ଏକମାତ୍ର ପୁତ୍ର ତାଙ୍କର ଥାଏ । ତା’ ନାମ “ସାନ୍ ଚି” । ସାନ୍ ଚିର ବିବାହ ପରେ ତା’ର ମା’ ମରିଗଲେ । ପତ୍ନୀଙ୍କର ମୃତ୍ୟୁ ପରେ ନି ଚିୟେନ୍ଙ୍କର ଆଉ ରାଜକାର୍ଯ୍ୟରେ ମନ ଲାଗିଲା ନାହିଁ । ତେଣୁ ସେ ତାଙ୍କ କାର୍ଯ୍ୟରୁ ଇସ୍ତଫା ଦେଇ ଜମିବାଡି ଦେଖାଶୁଣା କରି ଘରେ ରହିଥା’ନ୍ତି । କିଛିଦିନ ପରେ ଜମି ପାଖରେ ଛୋଟ...

Read More

ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍

“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ । ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।” ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ଥିଲେ ମଦର ଟେରେସା, ଯିଏ କି ଦୁଃସ୍ଥ ଦରିଦ୍ରଙ୍କ...

Read More

ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ

କଥାଟା ସୃଷ୍ଟି ସର୍ଜନା ବେଳର । ସେତେବେଳେ ସାପ ଓ ମଣିଷ ଭିତରେ ପ୍ରଗାଢ ବନ୍ଧୁତ୍ୱ ରହିଥିଲା । କେହି କାହାକୁ ନ ଦେଖିଲେ ଦଣ୍ଡେ ରହିପାରୁ ନ ଥିଲେ । ସୃଷ୍ଟି ଆରମ୍ଭରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଜିନିଷ ବାଂଟିଲେ । ତହୁଁ ପ୍ରାଣୀମାନେ ପହଁଚି ନିଜ ନିଜକୁ ସୁହାଇଲା ଭଳି ଦ୍ରବ୍ୟ ମାଗିନେଲେ ।        ବଂଟାବଂଟି ଶେଷ ହେଲା ବେଳକୁ ମଣିଷ ଓ ସାପ ସାଙ୍ଗ ହୋଇ ପହଁଚିଲେ । ହେଲେ ସେତେବେଳକୁ ଭଗବାନଙ୍କ ପାଖରେ ବୁଦ୍ଧି ଓ...

Read More

ଜମିଦାର ରାଜା

ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ ସେ ରାଜମହଲରେ ଫାଟକ ସବୁବେଳେ ଖୋଲା ଥାଏ । ଅସମୟରେ ମଧ୍ୟ...

Read More

ଚିରୁଗୁଣୀ

ସତୁରା ଗାଁ ପାଖ ସାହିକୁ ପ୍ରତିଦିନ ଟିଉସନ୍ ହେବାକୁ ଯାଏ । ସକାଳୁ ଉଠି ସ୍କୁଲ୍ରେ ଯାହା ପାଠ ଦିଆ ଯାଇ ଥାଏ ତାକୁ ସେ ଶେଷ କରେ । ଗଣିତ କସେ । ଜ୍ୟାମିତି କରେ । ପାଠ ପଢୁ ପଢୁ ଆସି ଘଂଟାରେ ବାଜି ଯାଏ ନଅଟା । ତାପରେ ସେ ଉଠି ପଡି ରୁଟିନ୍ ଅନୁସାରେ ବହି ଖାତା ସବୁ ସଜାଡି ବ୍ୟାଗ୍ରେ ରଖି ଦିଏ । ଗାଧୁଆ ପାଧୁଆ ସାରି ତାକୁ ତା ମାଆ ଯାହା ଦିଅନ୍ତି ତାହାକୁ ସେ ମନ ଲଗାଇ ଖାଇ ଦିଏ । ତାପରେ ଟିଫିନ୍ ଓ ବହି ପତ୍ର ଧରି ସେ ତା...

Read More

ମଧୁମତିଙ୍କ ପସନ୍ଦ

ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।”                 ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ବଡ ପୁଅ ହେଲେହିଁ...

Read More

ବନ୍ଧ୍ୟା

ହରିପୁର ଗ୍ରାମରେ ରାମ ଓ ଜାନକୀ ନାମକ ସ୍ୱାମୀ ସ୍ତ୍ରୀ ରହୁଥା’ନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ ମାଧବ । ଜାନକୀର ଭଉଣୀ, ଝିଅଟିଏ ଜନ୍ମ କରି ମରିଗଲା । ଜାନକୀ ସେ ଛୁଆକୁ ନିଜ ଘରକୁ ଆଣି ତା’ର ପାଳନ ପୋଷଣ କଲା । ସେ ଝିଅଟିର ନାମ ମଲ୍ଲିକା ରଖାଗଲା ।                 ମଲ୍ଲିକା ତା’ବାଳୁତ କାଳରୁ ମାତୃହୀନା ବୋଲି ରାମ ଓ ଜାନକୀ ଦୁହେଁ ତାକୁ ଅଧିକ ସ୍ନେହ ଦେଇ ରଖିଥା’ନ୍ତି । ଜାନକୀ ଯେତେ ବଡ ହେଉଥାଏ ବହୁତ...

Read More

କାଉର ଦୁଃସାହସ

ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ ।                 ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ ତା’ର ଗୋଡରେ ଉଠାଇବାକୁ ଚେଷ୍ଟା କଲା । ଏଥିରେ ଓଲଟି ସେ କାଉର...

Read More

ସୁବର୍ଣ୍ଣ ଫୁଲର ରହସ୍ୟ

ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ ।                 ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ...

Read More

ଦସ୍ୟୁ ରାଜକୁମାର

ସୁମେଧ ରାଜ୍ୟର ସୁନ୍ଦର ରାଜଧାନୀ ଶାନ୍ତିପୁର । ସେଠିକାର ରାଜା ଶାନ୍ତିଦେବ ସୁଖରେ ପ୍ରଜା ପାଳୁଥିଲେ । ଦିନେ ଉତ୍ସବମୁଖର ରାତିରେ ତାଙ୍କର ସ୍ୱାର୍ଥପର ସେନାପତି ବୀରସିଂହ ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା । ରାଣୀ ଶିଶୁ ରାଜପୁତ୍ରଙ୍କୁ ଧରି ସୁଡଙ୍ଗ ପଥରେ ଖସି ଚାଲିଗଲେ । ରାଜା ବୀରତ୍ୱର ସହ ଲଢେଇ କରି ନଈ ଭିତରକୁ ଡେଇଁ ପଡି କେଉଁଆଡେ ଅଦୃଶ୍ୟ ହୋଇଗଲେ । ସେ ମୃତ କି ଜୀବିତ, ତାହା କେହି ବି...

Read More

ଭୁଲାପଣ

ରାଜାପୁର ଗ୍ରାମରେ  ରଙ୍ଗନାଥ ନାମରେ ଜଣେ ଲୋକ ଥିଲା । ସେ ସବୁକଥା ଭୁଲି ଯାଉଥାଏ ଓ ସେଥିପାଇଁ ସେ ତା’ ସ୍ତ୍ରୀ ଜାନକୀଠାରୁ ଗାଳି ଖାଏ । ଦିନେ ଜାନକୀ ତା’ ସ୍ୱାମୀକୁ କହିଲା, “ଯାଅ ତ ପାଖ ସହରରୁ କିଛି ଜିନିଷ ନେଇଆସ ।” ରଙ୍ଗନାଥ ଏହାଶୁଣି କହିଲା, “ଶୁଣ, ତମେ ତ ଜାଣିଛ ମୁଁ ସବୁକିଛି ଭୁଲିଯାଏ; ତମେ ପୁଣି ଏତେଗୁଡାଏ ଜିନିଷ ବରାଦ କରିଛ । ତେଣୁ କାଗଜରେ ଲେଖିଦିଅ କ’ଣ କ’ଣ ଦରକାର, ସେହି ଅନୁସାରେ ମୁଁ ସଉଦା କରି ଆଣିବି ।”...

Read More

ଇଏ ମଣିଷ ନା ଦେବତା

ହଜରତ୍ ଅବ୍ଦୁଲ୍ କାଦର ଜିଲାନୀ ଜଣେ ସମ୍ଭ୍ରାନ୍ତବଂଶୀୟ ପୁରୁଷ ଥିଲେ । ମାତ୍ର ତାଙ୍କର ଆଚରଣ ସାଧୁପ୍ରକୃତିର ଥିଲା ଓ ସେ ସମାଜର ମଙ୍ଗଳପାଇଁ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଉଥିଲେ । ସୁତରାଂ ତାଙ୍କଠାରୁ ସୁଚିନ୍ତିତ ପରାମର୍ଶପାଇଁ ମଧ୍ୟ ଲୋକମାନେ ସବୁବେଳେ ଆସୁଥିଲେ ।                 ଥରେ ଜିଲାନୀଙ୍କ ପାଖକୁ କେତେକ ଲୋକ ଆସି ତାଙ୍କଠାରୁ ଧର୍ମୋପଦେଶ ଓ ପ୍ରବଚନ ଶୁଣିବା ପାଇଁ ଇଚ୍ଛା ପ୍ରକଟ କଲେ । ମାତ୍ର ହଜରତ୍ ନିଜେ ଉପଦେଶ...

Read More

ଛିଟିକିଣି

ରାମଚନ୍ଦ୍ର ସ୍ନାନ କରିବା ପାଇଁ ଯାଇ ସ୍ନାନାଗାରରେ ପଶିଲେ । ଏହାପରେ ଭିତରୁ ଛିଟିକିଣି ଲଗାଇ ଦେଇ ବହୁତ ଆରାମରେ ସେ ସ୍ନାନ କଲେ । ତା’ପରେ ସେ ବାହାରକୁ ଆସିବାକୁ ଚାହିଁବାରୁ ଛିଟିକିଣି ତ ଆଉ ଖୋଲୁ ନାହିଁ । ବହୁତ ଚେଷ୍ଟା କରି କିଛି ବି ଫଳ ହେଲା ନାହିଁ । ଭାଗ୍ୟକୁ ସେହି ସ୍ନାନାଗାରର କଣରେ ହାତୁଡିଟିଏ ପଡିଥିଲା । ସେଥିରେ ବାଡେଇ ବାଡେଇ ଛିଟିକିଣି କୌଣସି ମତେ ଖୋଲିଲା ।       ବାହାରକୁ ଆସି ସେ ତାଙ୍କ ପତ୍ନୀ ଓ...

Read More

ଯକ୍ଷର ଅଟ୍ଟହାସ୍ୟ

ଯକ୍ଷସ୍ଥଳ ନାମକ ରାଜ୍ୟରେ ନନ୍ଦୁ ନାମରେ ଜଣେ ଚାଷୀ ଥାଏ । ଦିନେ ସକାଳୁ ସେ ଗାଈମାନଙ୍କୁ ଖାଇବାକୁ ଦେଇ ନିଜ କ୍ଷେତଆଡକୁ ଯାଉଥିଲା; ବାଟରେ ଛୋଟ ଛୋଟ ବଣବୁଦା ପାଖରେ ଯିବାବେଳେ ସେ ଘୁଙ୍ଗୁଡି ଶବ୍ଦ ଶୁଣିବାକୁ ପାଇଲା । ସେ କୌତୁହଳୀ ହୋଇ ବଣବୁଦା ଭିତରେ ଖୋଜି ଖୋଜି ଶେଷକୁ ଏକ ବିରାଟ ଛତୁଟିଏ ଫୁଟିଥିବାର ଓ ସେହି ଛତୁକୁ ଆଉଜି ଯକ୍ଷଟିଏ ମହା ଆରାମରେ ଶୋଇଥିବାର ଦେଖିଲା । ଦେଖିବାକୁ ସେ ଠିକ୍ ମଣିଷ ପରି, ମାତ୍ର ଚାଖଣ୍ଡେ ତା’ର...

Read More

ମନ ଭୂତ

ସେଦିନ ଥିଲା ଶୀତୁଆ ସଂନ୍ଧ୍ୟା । ଶୀତର ପ୍ରକୋପ ସଂନ୍ଧ୍ୟାଠାରୁ ଆସ୍ତେ ଆସ୍ତେ ବଢି ବଢି ଚାଲି ଥାଏ । ତାସାଙ୍ଗକୁ କାକର ପଡିବା ମଧ୍ୟ ଆରମ୍ଭ କରି ଥାଏ । ଗଛ ପତ୍ରର ଉପରେ କାକର ଟପ୍ ଟପ୍ ହୋଇ ପଡୁ ଥାଏ । ନିଛାଟିଆ ଜଙ୍ଗଲିଆ ଯାଗାରେ ଭୟାକୁଳ ପରିସ୍ଥିତି ସୃଷ୍ଟି  କରୁଥାଏ । ସେଦିନ ଦେବ ବାବୁ ଶେଷ ଗାଡିରେ ପ୍ରାୟ ସାଢେ ସାତଟା ସଂନ୍ଧ୍ୟା ସମୟରେ ବାହାରି ପଡିଲେ ତାଙ୍କ ଘରକୁ । କାରଣ ସେଦିନ ସାମ୍ବ ଦଶମୀ ଥାଏ । କ’ଣ ଗୋଟାଏ...

Read More

ଯାଦୁ ମହଲ

(ରାଜକୁମାରୀ ବିଦ୍ୟାବତୀଙ୍କର ଅପହରଣ ହୋଇଗଲା । ଏଣେ ରାଜଜ୍ୟୋତିଷ ବାଚଷ୍ପତି ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ ତାଙ୍କ ନିକଟକୁ ଅନ୍ୟ ଜ୍ୟୋତିଷ ଜଗତପତି କାହିଁକି ଆସୁନାହାଁନ୍ତି; ସେ ତାଙ୍କ ସନ୍ଦେହ କଥା ରାଜାଙ୍କୁ କହିଲେ । ତା’ପରେ ଯୁବକ ମହେନ୍ଦ୍ରନାଥ ରାଜାଙ୍କ ଆଜ୍ଞାନେଇ ନିଜେ ଖୋଜି ଖୋଜି ଯାଦୁ ମହଲରେ ଯାଇ ପହଁଚିଲେ; ଯେଉଁଠାରେକି ବିଦ୍ୟାବତୀ ନଜର ବନ୍ଦୀ ଥା’ନ୍ତି । ମହେନ୍ଦ୍ରନାଥ ସେଠାରେ ଦରବାନ କାମ ପାଆନ୍ତି । ତଦ୍ୱାରା ସେ...

Read More

ଭୂତୁଣୀର ସାହାଯ୍ୟ

ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ୍ । ବଡ ହୋଇ ସେ ବାହାଦୁରକୁ ବିବାହ କଲା । ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ ।                 ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବରାବର ତା’ ସ୍ୱାମୀକୁ ନୂଆ ଅଳଙ୍କାର ପିନ୍ଧିବା ପାଇଁ କହେ । ବାହାଦୁର ଅଳ୍ପ ହସି ଚୁପ୍ ରହେ । କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଯିଦି କରିବାରୁ; ସେ କହିଲା, “ତୁମର ତ ଯଥେଷ୍ଟ ଅଳଙ୍କାର ଅଛି । ମୁଁ କ’ଣ ଧନୀ ଜମିଦାର ଯେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ