ଶିବପୁରୀ ନାମକ ଏକ ଛୋଟ ସହରଟିରେ କିଷନ୍ ନାମକ ଯୁବକଟିଏ ଥାଏ । ସେ ନିଜକୁ ଖୁବ୍ ବୁଦ୍ଧିମାନ ମନେ କରେ । ତେଣୁ ସର୍ବଦା ସେ ଏଭଳି ଉପାୟ ଖୋଜୁଥାଏ ସେ କିପରି ଅଳ୍ପ ପରିଶ୍ରମ କରି ବେଶି ରୋଜଗାର କରିବ । ଦିନେ ସେ ତା’ଘରର ଚାବି ହଜାଇ ଦେଲା । ତେଣୁ ବିନୋଦ ନାମକ ଜଣେ ଲୋକକୁ ସେ ତାଲା ଖୋଲିବାକୁ ଡାକିଲା । ତା’ପାଖରେ ପେନ୍ଥାଏ ଚାବି ଥାଏ, ସେଥିରେ ସେ ଖୋଲିଦିଏ । ଏବେ ମଧ୍ୟ ଅନାୟାସରେ ତାଲାଟି ଖୋଲି ଗଲା ।...
ମାଳତୀ ନାମରେ ସୁନ୍ଦର ଝିଅଟିଏ ଶିବପୁରୀରେ ରହୁଥାଏ । ଦିନେ ସେ ବଗିଚାକୁ ଫୁଲ ତୋଳିବାକୁ ଯାଇଛି । ହଠାତ୍ ଗୋଟିଏ ଚୋର ଆସି ତାକୁ ଛୁରା ଦେଖାଇ କହିଲା, “ସବୁ ଗହଣା ଖୋଲି ଶୀଘ୍ର ଦେଇଦେ, ନହେଲେ ଛୁରା ମାରିଦେବି ।” ମାଳତୀର ବେକରେ ହାରଟିଏ ଥିଲା, ହାତରେ ଚାରିପଟ ଚୁଡି ଓ ପାଦରେ ରୂପା ପାଉଞ୍ଜି । ଜୀବନସାରା ପରିଶ୍ରମ କରି ସେତକ ଅଳଙ୍କାର ସେ କରିଛି । କ’ଣ କରିବ କିଛି ଭାବି ପାରିଲା ନାହିଁ । ଠିକ୍ ସେହି...
ଗୋଟିଏ ସହରରେ ଚିତ୍ରାଙ୍ଗ ନାମକ ଏକ କୁକୁର ରହୁଥିଲା । ଥରେ ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ମଣିଷମାନେ ଖାଇବା ବିନା ପୋକମାଛି ପରି ମଲେ । ଏପରି ଅବସ୍ଥାରେ ପଶୁମାନଙ୍କ କଥା କିଏ ବୁଝିବ । ଏହା ଦେଖି ଚିତ୍ରାଙ୍ଗ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଠିକ୍ କଲା । ସେଠାରେ ପହଁଚିବାପରେ ସେ ସଂଗେ ସଂଗେ ତାର କାର୍ଯ୍ୟ ଆରମ୍ଭ କରିଦେଲା । ଜଣେ ଗୃହସ୍ଥର ଘରଣୀଙ୍କର ଅସାବଧାନତାର ସୁଯୋଗ ନେଇ ତାଙ୍କ ଘରେପଶି ସମସ୍ତ ଖାଦ୍ୟ...
ନୀରଜା ସହରରୁ ପ୍ରଥମଥର ପାଇଁ ତା’ ପିଇସି ଝିଅର ବିବାହ ଦେଖିବାକୁ ତା’ ବାପା ନୀଳକଣ୍ଠଙ୍କ ସହ ଗ୍ରାମକୁ ଆସିଥାଏ । ତା’ର ବାପା ନୀଳକଣ୍ଠ ସହରର ଜଣେ ବିଖ୍ୟାତ ହୀରା ବ୍ୟବସାୟୀ । ବିବାହ ପରେ ନୀଳକଣ୍ଠ ସହର ଯିବାକୁ ବାହାରିଲେ । କିନ୍ତୁ ନୀରଜା ତା’ ବାପାଙ୍କୁ କହିଲା, “ଏଠାରେ ମୋତେ ବଡ ଭଲ ଲାଗୁଛି । ତେଣୁ ମୁଁ ଆଉ ସପ୍ତାହକ ପରେ ଫେରିବି ।” ନୀଳକଣ୍ଠ ତାକୁ ମନା କରିବାକୁ ଯାଉଛନ୍ତି...
ପଶ୍ଚିମ ଘାଟର ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାରରେ ପରିପୂର୍ଣ୍ଣ ଛୋଟିଆ ଗାଁଟିଏ ଥିଲା । ସେହି ଗାଁର ନାମ ଆନନ୍ଦଗିରି ଥିଲା । ଏହି ଗ୍ରାମରେ ପ୍ରକୃତିର ଅପରୂପ ଶୋଭା ସହିତ କେତେକ ବିରଳ ଔଷଧୀୟ ବୃକ୍ଷ ଓ ଚେରମୂଳି ରହିଥିଲା । ଚରକନ୍ଥ ନାମକ ଜଣେ ଚିକିତ୍ସକ ଏହି ଗ୍ରାମରେ ବାସ କରିବାକୁ ମନସ୍ଥ କଲେ । ତାଙ୍କର ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଅନେକ ଉପାଦାନ ସେ ସହଜରେ ପାଇପାରୁଥିଲେ । ଏଠାରେ ମଧ୍ୟ ଚିକିତ୍ସାର ସୁବିଧା ନ ଥିଲା...
ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର ହେଉଥାଆନ୍ତି । ଏହି କାରଣରୁ କୌଣସି ରାଜା ବୈରୀଗଞ୍ଜନଙ୍କ...
ପୂର୍ବକାଳରେ ବର୍ଷାର କୌଣସି ଠିକ୍ ଠିକଣା ନଥିଲା । ଯେତେବେଳେ ଇଚ୍ଛା ସେତେବେଳେ ବର୍ଷା ହେଉଥିଲା । ଫଳରେ ଚାଷକରି ଫସଲ ଉପୁଜାଇବା କାଠିକର ପାଠ ହୋଇଯାଉଥିଲା । ବିଶେଷକରି କଠିନ ମାଟିକୁ ଚାଷକରିବା ପାଇଁ ବଳଦମାନେ ବହୁ କଷ୍ଟ ଭୋଗୁଥିଲେ । ତଥାପି ଯେତେ କଷ୍ଟ ହେଲେ ବି ଚାଷ କାମ ଚାଲିଥାଏ । ମର୍ତ୍ତ୍ୟରେ ବଳଦମାନେ ଚାଷ କଲାବେଳେ ଯେଉଁ କଷ୍ଟ ହେଉଥିଲା ତାକୁ ସ୍ୱର୍ଗର ପବିତ୍ର ଗୋମାତା ସୁରଭି ସ୍ୱର୍ଗଲୋକରେ ଦେଖି...
ଏକଦା ରାଜା କୃଷ୍ଣଦେବ ରାୟ ଶୁଣିବାକୁ ପାଇଲେ ଯେ- ତାଙ୍କ ରାଜ୍ୟରେ ମୂଷା ମାନଙ୍କର ଉପଦ୍ରବ ବଢିଚାଲିଛି । ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଜା ଏକହଜାର ବିରାଡି ପାଳିବାପାଇଁ ନିଷ୍ପତି ନେଲେ । ସଂଗେ ସଂଗେ ଏକ ହଜାର ବିରାଡି ଧରା ହୋଇ ଆସିଲେ । ସେମାନଙ୍କୁ ରାଜ୍ୟ ବାସୀଙ୍କ ମଧ୍ୟରେ ବାଂଟିଦିଆଗଲା । ଯେଉଁମାନଙ୍କୁ ବିରାଡି ପାଳିବାକୁ ଦିଆଗଲା, ସେମାନଙ୍କୁ ଏକ ଏକ ଗାଈ ମଧ୍ୟ ଦିଆଗଲା । କାରଣ ବିରାଡି ମାନଙ୍କର...
ଅଞ୍ଜନା ଦେବୀ, ଆଗତ ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କଲେ । ଭୋଜନ ପରେ ଶ୍ରୀରାମଙ୍କ ସହିତ ଅନ୍ୟମାନେ ଅଯୋଧ୍ୟା ଫେରିଗଲେ । ରାସ୍ତାରେ ସୀତା ଯଶୋଧାରାଙ୍କୁ କହିଲେ, “ଦେଖ, ମୁଁ କହିଥିଲି ନା ତୁମ ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡି ନ ପାରେ । ହନୁମାନଙ୍କର ଶରଣ ଗଲେ ଜୀବନ ସାର୍ଥକ ହୁଏ ।” ଯଶୋଧାରା କୃତଜ୍ଞତା ପ୍ରକଟ କରି କହିଲେ, “ସବୁକିଛି ତ ସୀତାରାମଙ୍କ କୃପା । ହନୁମାନଙ୍କ ହୃଦୟରେ ପ୍ରଭୂଙ୍କ ସହିତ...
ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ ନାହିଁ, ତେଣୁ ସେଥିପାଇଁ ସେ ଅନ୍ୟ ଏକ ପନ୍ଥା ଖୋଜିଲେ ।...
(ରାଜଗୁରୁ ଗୌରୀନାଥ ରାଜାଙ୍କୁ ଓ ରାଜକୁମାରୀଙ୍କୁ ଅଭିଶପ୍ତ ‘ଶତାଦ୍ଦୀକା’ ପୁଷ୍ପ ବିଷୟରେ କିଛି କହିଲେ । ସେନାପତି ଗମ୍ଭୀରବର୍ମା ରାଜାଙ୍କୁ କହିଲେ ଯେ ଦକ୍ଷିଣ ପ୍ରାନ୍ତରେ ଥିବା ସମୁଦ୍ର କୂଳବର୍ତ୍ତୀ ଗ୍ରାମଗୁଡିକ ଧରାଶାୟୀ ହୋଇଛି । ପ୍ରଜାମାନେ ଭୟଭୀତ ହୋଇ ପ୍ରାଣବଞ୍ଚାଇବାକୁ ଇତଃସ୍ତତ ଦୌଡୁଛନ୍ତି । ତା’ପରେ ପଢନ୍ତୁ) କେହି ବୁଝିପାରିଲେ ନାହିଁ ଯେ ସମୁଦ୍ର କୂଳରେ ଥିବା ଗ୍ରାମ ଗୁଡିକ କାହିଁକି ଏପରି...
ଥରେ ଜଣେ ସାଧୁ ଏକ ନଦୀରେ ସ୍ନାନ କରୁଥାନ୍ତି । ପ୍ରତିଦିନ ସ୍ନାନ କରିସାରିବା ପରେ ସେ ସାଧୁ ଜଣକ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସାଧୁ ଜଣକ ଧ୍ୟାନ କରିବା ସମୟରେ ହିଁ ଗୋଟିଏ ଲାଲ୍ ବେଙ୍ଗୁଲି ଜୋର୍ରେ ରାବ କରେ । ତେଣୁ ସେ ସାଧୁଙ୍କ ଧ୍ୟାନ ଭଗ୍ନ ହୋଇଯାଏ । ଦିନେ ସାଧୁ ଠିକ୍ କଲେ ସେ ଲାଲ୍ ବେଙ୍ଗୁଲିକୁ ଧରି ଉପଯୁକ୍ତ ଶିକ୍ଷା ଦେବେ । ଏପରି ଚିନ୍ତା କରି ଦିନେ ସେ ସାଧୁ ଗୋଟିଏ ସୁନା କଳସ ସାଙ୍ଗରେ ନେଇଗଲେ...
ଅରବିନ୍ଦପୁର ଗ୍ରାମରେ ଅତୁଲ ନାମରେ କୋଡିଏ ବର୍ଷ ବୟସର ଯୁବକଟିଏ ଥାଏ; ସେ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଥିଲା । ଦିନେ ତା’ର ବାପା ତାକୁ କିଛି ଧନ ଦେଇ କହିଲେ, “ପୁଅ, ଏତକ ଧନ ନେଇ ତୋର ବୁଦ୍ଧି ଓ ପ୍ରତିଭା ବଳରେ ଧନ ଅର୍ଜ୍ଜନ କରିବୁ ।” ଅତୁଲ ପିତାଙ୍କର ଆଶିର୍ବାଦ ନେଇ ସହରକୁ ଗଲା । ଯାଉଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେଠାରେ ଗୋଟିଏ ବଡଗଛ ଛାଇରେ ସେ ବିଶ୍ରାମ ନେଲା । କିଛି ସମୟ ପରେ ସେଠାରେ ଆଉ ଜଣେ ଯୁବକ ଆସି...
କର୍ଣ୍ଣାଟକରେ ଶ୍ରୀନିବାସ ନାମକ ସ୍ୱର୍ଣ୍ଣକାର ସଂପ୍ରଦାୟର ଜଣେ ଶେଠ୍ ଥିଲେ । ସେ ଅତି କୃପଣ ଥିଲେ । ଦିନେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ଝିଅ ବିଭାଘର ନିମନ୍ତେ କିଛି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ଶ୍ରୀନିବାସ ବହୁ ଚିନ୍ତା କଲା ପରେ ଦୁଇ ଥାଳିରେ ରଖାଯାଇଥିବା କିଛି ଅର୍ଥ ଆଣି ବ୍ରାହ୍ମଣଙ୍କ ସମ୍ମୁଖରେ ରଖି ଉଭୟରୁ ଗୋଟିଏ ଲେଖା ଟଙ୍କା ନେବାପାଇଁ ନିର୍ଦେଶ ଦେଲେ । ବ୍ରାହ୍ମଣ ଏଥିରେ ସନ୍ତୁଷ୍ଟ ନହୋଇ...
ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି । ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’...
ରାଜା ବଳବନ୍ତ ସିଂହ ମଧ୍ୟବୟସ୍କ ବ୍ୟକ୍ତି ଥିଲେ । ସେ ଭାଷ୍ୟଗ୍ରନ୍ଥର ସହାୟତାରେ ଶ୍ରୀମଦ୍ଭାଗବତ୍ ଗୀତା ପଢିଲେ ଓ କାବ୍ୟ ରୂପରେ ସେ ତାହାର ଅନୁବାଦ କଲେ । କାବ୍ୟ ସମ୍ପୂର୍ଣ୍ଣ ହେବା ପରେ ସେ ଭାବିଲେ ଯେ ସେ ଜଣେ ମହାନ୍ କବି । ସେତେବେଳେ ବିଷ୍ଣୁ ଶର୍ମା ତାଙ୍କ ରାଜ୍ୟର ବଡ ପଣ୍ଡିତ ଥା’ନ୍ତି । ତାଙ୍କ ପାଖକୁ ରାଜା କହି ପଠାଇଲେ କି ଯଦି କେହି ରାଜାଙ୍କ ସମାନ ପଣ୍ଡିତ ଅଛନ୍ତି ବୋଲି ସେ ଭାବନ୍ତି ତେବେ ସେ ତାଙ୍କୁ ଦରବାରକୁ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ ଥିଲେ । କିନ୍ତୁ ଏହାର କୌଣସି ସମାଧାନ ହେଉ ନଥିଲା ।...
ପାରସ୍ୟ ଦେଶରେ ହୁସେନ ନାମକ ଏକ ଗରୀବ ଲୋକ ରହୁଥାଏ । ଅଳ୍ପ କିଛି ଜିନିଷ ବିକ୍ରିକରି ସେ ତା’ ପେଟ ପୋଷେ । ଦିନେ ତା’ର ସ୍ତ୍ରୀ ସ୍ନାନ କରିବା ପାଇଁ ସେ ନଗରୀର ସ୍ନାନାଗାରକୁ ଗଲା । ଠିକ୍ ସେଇ ସମୟରେ ଜଣେ ଧନୀ ସ୍ତ୍ରୀ ଆସି ପହଁଚି ଜଗୁଆଳୀକୁ କହିଲେ, “ଏହିକ୍ଷଣି ମୁଁ ସ୍ନାନ କରିବି, ତେଣୁ ସମଗ୍ର ସ୍ନାନାଗାର ଖାଲି କରିବା ଦରକାର ।” “ଯେ ଆଜ୍ଞା” କହି ଜଗୁଆଳୀଟି ଅନ୍ୟାନ୍ୟ ସ୍ତ୍ରୀ ଲୋକମାନଙ୍କୁ କିଛି ସମୟ...
ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।” ବୀର କହିଲା “ଆଜ୍ଞା ହଁ...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା...
ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୂର୍ଖଙ୍କ ସଂଖ୍ୟା ମଧ୍ୟ ଶହେ ବାର ।” ଏହା ଶୁଣି...
ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା, ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ ଚାଲିବା ଏବେ ତୀର୍ଥ ମାରଗେ ସବୁରି କାମ ଥାଉ । ଉପଦେଷ୍ଟାଙ୍କ ମୁଖରୁ ଏପରି...
ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି । ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?” ଶେଠ୍ ଜଣକ ଆତ୍ମହରା ହୋଇ କହି ଉଠିଲେ, “ପରମାତ୍ମାଙ୍କ କୃପାରୁ ଆଜି ମୋତେ...
ଆକବରଙ୍କର ଯେଉଁ ସବୁ ସମସ୍ୟା ଦେଖାଯାଉଥାଏ, ବିରବଲ ସବୁ ସମସ୍ୟାର ସହଜ ସମାଧାନ କରିଦେଉଥାଆନ୍ତି । ତେଣୁ ବିରବଲ ମହାରାଜାଙ୍କର ଏକାନ୍ତ ପ୍ରିୟ ହୋଇ ଉଠୁଥିଲେ । ବିରବଲଙ୍କ ପ୍ରତି ରାଜାଙ୍କର ଶ୍ରଦ୍ଧା ଦେଖି ଅନ୍ୟ ମନ୍ତ୍ରୀଗଣ ଈର୍ଷାପରାୟଣ ହୋଇପଡୁଥିଲେ । ଏକଥା ଆକବର ଜାଣିବାକୁ ପାଇଲେ । ମହାରାଜ ମନେ ମନେ ଠିକ୍ କଲେ କିପରି ଏହି ମନ୍ତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବେ । ଯାହାଦ୍ୱାରା ସେମାନେ ଉପଲବଧି କରିପାରିବେ ଯେ...
ଥରେ ନଈରେ ଗୋଟିଏ ମାଟିହାଣ୍ଡି ଏବଂ ଗୋଟିଏ କଂସାହାଣ୍ଡି ଭାସି ଭାସି ଯାଉଥିଲେ । କଂସାହାଣ୍ଡି ମାଟିହାଣ୍ଡିକୁ କହିଲା, “ତୁ ଏତେ ଦୂରରେ କାହିଁକି ଭାସୁଛୁ, ମୋ ପାଖକୁ ଆ, ସାଙ୍ଗ ହୋଇ ଯିବା । ଏହା ଶୁଣି ସେ ମାଟିହାଣ୍ଡି କହିଲା, “ସେହି ତ ମୋର ଡର, ପାଖ ପାଖ ହୋଇ ଭାସିଲେ ଯଦି ଆମେ ଦୁଇଜଣ ବାଡେଇ ହୋଇଯିବା, ମୁଁ ତ ଫାଟି ଯିବି; କିନ୍ତୁ ତୁମର ତ କିଛି ବି କ୍ଷତି ହେବ ନାହିଁ । ତେଣୁ ମୋର ଭଲ ପାଇଁ ମୋତେ ତୁମଠାରୁ ଦୂରରେ ଭାସି...
ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ ମଦନ ସେନକୁ ବାହାର କରି ଦେବା ପାଇଁ ଆଦେଶ ଦେଲେ । ଏହି କଥା...
ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର ପତ୍ନୀ ଦୁଇଜଣଙ୍କୁ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥାଆନ୍ତି...
ଜଙ୍ଗଲର ଗୋଟିଏ ଜାଗାରେ ଗୋଟିଏ ଘୋଡା ଘାସ ଖାଇ ରହିଥାଏ । ଦିନେ ସେ ଘୋଡା ଦେଖିଲା ଯେ ଗୋଟିଏ ହରିଣ ବି ଆସି ସେଠାରେ ଘାସ ଖାଉଛି । ଏପରି ପରିସ୍ଥିତିରେ ସେ ଘୋଡା ଯେତେ ଚେଷ୍ଟା କଲେ ବି ହରିଣକୁ ସେଠାରୁ ମୋଟେ ବାହାର କରି ପାରିଲା ନାହିଁ । କିଛି ଦିନ ପରେ ଦିନେ ସେ ବାଟେ ଗୋଟିଏ ଲୋକ ଯାଉଥିଲା । ଠିକ୍ ଏତିକିବେଳେ ଘୋଡା ସେ ଲୋକକୁ ଡାକିଲା ଏବଂ ସେ ହରିଣକୁ ମାରି ଦେବାକୁ କହିଲା । ତହୁଁ ସେ ଲୋକଟି ଘୋଡାକୁ...
ଚନ୍ଦ୍ରଗିରିର ରାଜା ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ସେ ତାଙ୍କ ମନ୍ତ୍ରୀ ଓ ସଭାସଦ୍ମାନଙ୍କୁ ଡାକି କହିଲେ, “ମୋର ତ ସନ୍ତାନସନ୍ତତି କେହି ବି ନାହାଁନ୍ତି । ମୋର ମୃତ୍ୟୁ ପରେ ମୋର ଜ୍ଞାତି କୁଟୁମ୍ବଙ୍କ ଭିତରୁ ବୋଧହୁଏ ଆପଣମାନେ ଜଣେ ଯୁବକକୁ ରାଜଗାଦିରେ ବସାଇବେ । ସେମାନଙ୍କ ଭିତରେ ସେଭଳି ଯୋଗ୍ୟ ଯୁବକ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ଖାଲି ମୋର ଆତ୍ମୀୟ ବୋଲି ଯୋଗ୍ୟତା ନଥାଇ ମଧ୍ୟ ଜଣେ ରାଜା ହେବ, ଏକଥା...
କୃଷ୍ଣ କ୍ରମେ ବଡ ହେଉଥା’ନ୍ତି ଓ ତାଙ୍କର ଦୁଷ୍ଟାମୀ ମଧ୍ୟ ବଢି ଚାଲିଥାଏ । ତାଙ୍କର ଚଂଚଳ ସ୍ୱଭାବ, ଚାପଲ୍ୟ ଓ ଦୁଷ୍ଟାମୀ ଯୋଗୁଁ ଗୋପପୁରର ଲୋକ ଅନେକ ହଇରାଣ ହରକତ ହେଲେ । କିନ୍ତୁ ତାଙ୍କ ଭିତରେ ଏପରି ଏକ ଶକ୍ତି ଥିଲା ଯାହା ଯୋଗୁଁ ସମସ୍ତେ ହଇରାଣ ହୋଇଥିବାର କଷ୍ଟ ଭୁଲିଯାଇ ପୁଣି କୃଷ୍ଣଙ୍କ ସହିତ ଖେଳନ୍ତି । ଏସବୁ ସତ୍ତ୍ୱେ ତାଙ୍କର ଏକ ଦୁର୍ବାର ଆକର୍ଷଣ ବି ଥିଲା । ସେ ଆକର୍ଷଣକୁ ଏଡେଇ ଯିବା ଭାରି କଷ୍ଟକର ଥିଲା ।...
ଯଶଗ୍ରାମରେ ଯୁଗଳ ଯାଇ ପହଁଚିଲା । ସେତେବେଳେ ତା’ ସହିତ କୌଣସି ଜିନିଷପତ୍ର ମଧ୍ୟ ନଥିଲା । ଗ୍ରାମାଧିକାରୀଙ୍କ ସହ କଥା ହୋଇ ସେ କହିଲା, “ମୁଁ ଏକବସ୍ତ୍ର ହୋଇ ଚାଲି ଆସିଲି । କେହି ହେଲେ ମୋତେ ଆଶ୍ରୟ ଦେବ ଏହି ବିଶ୍ୱାସ ରଖି ମୁଁ ଏଠାକୁ ଆସିଛି ।” ତାଙ୍କ କଥା ଶୁଣି ଗ୍ରାମାଧିକାରୀ କହିଲେ, “ଏଇ ଦେଖ ଭୂଷଣଙ୍କର ଏହି ଘରଟି ଖାଲି । ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବ, ସେତେବେଳେହିଁ ଯୁଆଡେ...
ବାରାଣସୀରେ ବ୍ରହ୍ମଦତ ନାମରେ ଜଣେ ରାଜା ଥିଲେ । ତାଙ୍କର ପାଟରାଣୀଙ୍କ ଗର୍ଭରେ ବୋଧିସତ୍ୱ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବୋଧିସତ୍ୱ ବୟଃପ୍ରାପ୍ତ ହେବାରୁ ଗୁରୁଙ୍କ ନିକଟରୁ ବିବିଧ ଶାସ୍ତ୍ର ଶିକ୍ଷାକରି ପାରଙ୍ଗମ ହେଲେ ଓ ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନ ଆରୋହଣ କଲେ । ତାଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ରାଜ୍ୟରେ ସର୍ବତ୍ର ସୁଖଶାନ୍ତି ବିଦ୍ୟମାନ ଥିଲା । ପଶାଖେଳ ବୋଧିସତ୍ୱଙ୍କର ଅତି ପ୍ରିୟ ଥିଲା ଓ ପ୍ରାୟ...