ଦୁଇବନ୍ଧୁ ଏକ ମରୁଭୂମିରେ ଯାଉଥାନ୍ତି । ଏମାନଙ୍କ ଭିତରେ ମରୁଭୂମିରେ ଯିବା ଆସିବା କରିବାରେ ଜଣେ ପୁରୁଣା ଓ ଜଣେ ନୂଆ ଥିଲେ । ସେମାନେ ବାଟରେ ଯାଉ ଯାଉ ନୂଆ ବନ୍ଧୁଟିକୁ ଶୋଷ ଲାଗିଲା । ମରୁଭୂମିରେ ଯାତ୍ରା, ଜଳ କେଉଁଠୁ ଅବା ମିଳିବ? ସୁତରାଂ ପୁରୁଣା ବନ୍ଧୁ ଜଣକ ଉପାୟଶୂନ୍ୟ ହୋଇଗଲା । କାରଣ ସିଏ ବି ସାଥୀରେ ପାଣି ନେବାକୁ ଭୁଲିଯାଇଥିଲେ । ମାତ୍ର ପୁରୁଣା ବନ୍ଧୁ ଜଣକ ଈଶ୍ୱରବିଶ୍ୱାସୀ ଥିଲେ । ସୁତରାଂ...
ଗୋଟିଏ ଅଜଣାଦ୍ୱୀପରେ ଅସୁରୁଣୀଟିଏ ରହୁଥିଲା । କେହି ହେଲେ ଜଣେ ସେହି ଦ୍ୱୀପର ସନ୍ଧାନ କେବେବି ନେଇ ନଥିଲେ । ସେ ଦ୍ୱୀପର ଚାରିପଟେ ଘଂଚ ବନାନୀର ଅନ୍ଧକାରରେ ଯେପରି ରାତ୍ର ଆଗମନ ହୋଇଛି । ସେହି ଜଙ୍ଗଲର ବଡ ଗଛଟିରେ ଗୋଟିଏ କୋରଡ ଥାଏ । ସେଠାରେ ନାଗୁଣୀଟିଏ ତାର କୁନି ଛୁଆଙ୍କୁ ଧରି ରହୁଥାଏ । ସଂନ୍ଧ୍ୟାବେଳେ ପଦାକୁ ବାହାରି ସେ ପବନ ଖାଏ ଏବଂ ଟିକେ ଶାନ୍ତିରେ ବୁଲେ । ସେଠାରେ ଅସୁରୁଣୀ ଥିବା କଥା ସେ ଜାଣିଥାଏ କିନ୍ତୁ...
ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ...
ମହେନ୍ଦ୍ର ମହାରଣା ଦେବପୁରୀରେ ରହୁଥିଲେ । ସେ ଅଳଙ୍କାର ବ୍ୟବସାୟ କରୁଥିଲେ । ଭିନ୍ନ ଭିନ୍ନ ପ୍ରକାର ରତ୍ନ ଚିହ୍ନିବାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ଥିଲା । ଜୀବନରେ ସେ ନ୍ୟାୟସଙ୍ଗତ ମାର୍ଗରେ ବେଶ କିଛି ଉପାର୍ଜନ କରିଥିଲେ । ଥରେ ସେ ତାଙ୍କ ସ୍ତ୍ରୀ ଲୀଳାବତୀଙ୍କୁ ନେଇ ତୀର୍ଥ ପର୍ଯ୍ୟଟନରେ ବାହାରିଲେ । ବାହାରିବା ବେଳେ ସେ ତାଙ୍କ ଗୁରୁଙ୍କୁ ପ୍ରଣାମ କରିବାକୁ ଗଲେ । ଗୁରୁ ଆଶୀର୍ବାଦ ଦେବାବେଳେ ହସି...
ଜଳଦସ୍ୟୁ କପ୍ତାନର ଜାହାଜକୁ ଅନ୍ୟ ଗୋଟିଏ ଦସ୍ୟୁ ଜାହାଜ ଆକ୍ରମଣ କରିବାକୁ ବସିବାରୁ କପ୍ତାନ ପିଙ୍ଗଳ ସମେତ ନିଜର ସବୁ ଗୁଲାମଙ୍କୁ ମୁକ୍ତ କରିଦେଲା । ଗୁଲାମମାନେ ତା’ ପାଇଁ ଯୁଦ୍ଧ କରିବେ, ଏଇଆ ତା’ର ଉଦ୍ଧେଶ୍ୟ ଥିଲା । କିନ୍ତୁ ପିଙ୍ଗଳର ନେତୃତ୍ୱରେ ଗୁଲାମମାନେ ବିଦ୍ରୋହ କଲେ । କପ୍ତାନର ମୃତ୍ୟୁ ହେଲା । ଦୁଇ ଜାହାଜ ଭୀଷଣ ଭାବରେ ପରସ୍ପର ଧକ୍କା ଖାଇଲେ । ପିଙ୍ଗଳ ଛିଟିକି ଅଥଳ ସମୁଦ୍ରରେ ପଡିଲା । ତା’ପରେ –...
ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା । କିନ୍ତୁ ରାଜା କିଛି ବି ଶୁଣିଲେ ନାହିଁ । ସେ ଏପରି ଛୋଟିଆ...
ଗୋଟିଏ ବେଙ୍ଗ ତା’ ପିଲାଙ୍କ ସାଙ୍ଗରେ ପଡିଆରେ ବୁଲୁଥିଲା । ସେ ବେଙ୍ଗ ଦେଖିଲା ପାଖରେ ଗୋଟିଏ ବଡ ବଳଦ ଚରୁଛି । ତାପରେ ସେ ବେଙ୍ଗ ଭାବିଲା – ମୁଁ କାହିଁକି ବଳଦ ପରିକା ବଡ ନ ହୋଇ ପାରିବି । ସେଇ ବିଶ୍ୱାସ ନେଇ ବେଙ୍ଗ ନିଜ ଛାତି ଫୁଲାଇ ତା’ ପିଲାଙ୍କୁ ପଚାରିଲା, “ମୁଁ କ’ଣ ସେ ବଳଦଠାରୁ ବଡ ହେଲି? ତା’ ପିଲାମାନେ କହିଲେ, “ନା ବଳଦ ତୁମଠାରୁ ବହୁତ ବଡ । ଏଥିରେ ସେ ବେଙ୍ଗ ରାଗିଯାଇ ଆହୁରି ଜୋର୍ରେ...
କଇଁଚ ତ ବହୁତ ଆସ୍ତେ ଆସ୍ତେ ଚାଲେ । ସେଥିପାଇଁ ଠେକୁଆ ତାକୁ ସବୁବେଳେ ଥଟ୍ଟା କରେ । ଥରେ ସେ କଇଁଚ ଓ ଠେକୁଆର ଗୋଟିଏ ଦୌଡ ଖେଳ ହେବ ବୋଲି ସ୍ଥିର କରାଗଲା । ଦୌଡ ଆରମ୍ଭ ହେଲା ମାତ୍ରେ ଠେକୁଆ କୁଦାମାରି ବହୁତ ଆଗକୁ ଚାଲିଗଲା । ମାତ୍ର ଏଣେ କଇଁଚ ତା’ର ସେଇ ମନ୍ଥର ଗତିରେ ହିଁ ଚାଲିଥାଏ । ଠେକୁଆ ଦେଖିଲା ଯେ କଇଁଚଟା ତ ବହୁତ ପଛରେ ପଡିଛି । ତେଣୁ ସେ ଭାବିଲା, କିଛି ସମୟ ଶୋଇପଡି ପୁଣି ଦଉଡିବା ଆରମ୍ଭ କଲେ...
ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି...
କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ । ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ...
(ଗ୍ରୀକ୍ମାନେ ଟ୍ରୋୟ ନଗରୀକୁ ଦଶବର୍ଷ ଧରି ଘେରି ରହିଥିଲେ । ଏହି ଦଶବର୍ଷ ମଧ୍ୟରେ ଦୁଇପକ୍ଷର ଅନେକ ଯୋଦ୍ଧା ମରିସାରିଥିଲେ । ଏହାର ମୂଳ କାରଣ ହେଉଛନ୍ତି ଭୂବନସୁନ୍ଦରୀ । ଗ୍ରୀକ୍ ପକ୍ଷର ମୃତ ପ୍ରସିଦ୍ଧ ଯୋଦ୍ଧା ହେଲେ ବଜ୍ରକାୟ ଓ ଭୂଧବ । ଟ୍ରୋଜନ୍ର ମୃତ ପ୍ରସିଦ୍ଧ ଯୋଦ୍ଧା ମାନଙ୍କ ମଧ୍ୟରେ ବୀରସିଂହ ଓ ମୋହନ; ମୋହନଙ୍କ ମୃତ୍ୟୁ ପରେ ଅରିଭୟଙ୍କର ଭୂବନସୁନ୍ଦରୀଙ୍କ ଇଚ୍ଛା ବିରୁଦ୍ଧରେ ସେ ତାଙ୍କୁ ବିବାହ କଲେ । ରୂପଧର ଗ୍ରୀକ୍...
ଗୋଟିଏ ଜଙ୍ଗଲରେ ସିଂହଟିଏ ସିଂହୀଟିଏ ବାସ କରୁଥାନ୍ତି । ଦିନେ ସିଂହୀଟି ଦୁଇଟି ସୁନ୍ଦର ଛୁଆ ଜନ୍ମ ଦେଲା । ତେଣୁ ସିଂହ ପ୍ରତିଦିନ ଯାଇ ବଣରୁ ଶିକାର ସଂଗ୍ରହ କରି ଆଣି ସିଂହୀକୁ ଦିଏ । ସମସ୍ତେ ମିଳିମିଶି ଖାଆନ୍ତି । ଦିନକର କଥା, ସିଂହ ଜଙ୍ଗଲ ସାରା ବୁଲିଲେ ମଧ୍ୟ ତାକୁ କୌଣସି ଖାଦ୍ୟ ମିଳିଲା ନାହିଁ । ତେଣୁ ସେ ମନ ଦୁଃଖରେ ଘରକୁ ଫେରୁଥାଏ । ଫେରିବା ବାଟରେ ଏକ ବିଲୁଆ ଛୁଆ ପଡିଥିବାର ଦେଖିଲା । ଛୁଆଟିକୁ ଦେଖି ଯତ୍ନ...
ପ୍ରତିଦିନ ବିରବଲଙ୍କୁ ନାନାଦି ଅଜବ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବା ଆକବରଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଦିନେ ବିରବଲ ଭାବିଲେ, ମହାରାଜ ତ’ ସବୁଦିନ ମୋତେ ପ୍ରଶ୍ନ ପଚାରୁଛନ୍ତି । ଦିନେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି । ଦେଖିବା ମହାରାଜ କେମିତି ଉତ୍ତର ଦେଉଛନ୍ତି । ଏହା ଭାବି ବିରବଲ ଦିନେ ଦରବାର ବସିଥିବା ସମୟରେ ମହାରାଜାଙ୍କୁ ପଚାରିଲେ, “ମହାରାଜ! ଆଜି ଗୋଟାଏ ଅଦ୍ଭୁତ କଥା ମୋ ମନକୁ ବାରମ୍ବାର ଗ୍ରାସ କରୁଛି ।...
ଅନେକ ବର୍ଷ ତଳର କଥା । ସୁବର୍ଣ୍ଣପୁର ରାଜ୍ୟରେ ଏକ ପାବନୀ ହ୍ରଦ ଥିଲା । ଆଉ ସେହି ହ୍ରଦର ପାଣି ଭାରି ଲୁଣିଆ ଥିଲା । ଲୁଣି ପାଣି ଯୋଗୁଁ ସେହି ପାବନୀ ହ୍ରଦକୁ କେହି ବି ଯାଆନ୍ତି ନାହିଁ । ଦିନକୁ ଦିନ ସେହି ହ୍ରଦପାଣି ବିଷାକ୍ତ ହୋଇଗଲା । ସେହି ହ୍ରଦରେ ଏକ ବିଷାକ୍ତ ନାଗସାପ ପରିବାର ରହିବାକୁ ଲାଗିଲେ । ସେ ବିଷାକ୍ତ ନାଗସାପ ଭୟରେ ସେହି ହ୍ରଦକୁ କେହି ବି ପଶିବାକୁ ଆଦୌ ସାହସ କଲେ ନାହିଁ । ଯଦି ବା କୌଣସି କାରଣରୁ କିଏ ସେ...
ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’ ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର ଭାରି ଇଚ୍ଛା ।’ ବାଳକଟି ଉତ୍ସାହିତ ହୋଇ ପଚାରିଲା – ‘କେଉଁ...
ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...
ବୀରଭଦ୍ର ନାମକ ଜଣେ ବଣିକ ସହରରୁ ଘରକୁ ଫେରୁଥାନ୍ତି । ସେତେବେଳକୁ ତ ରାତି ହୋଇଯାଇଥାଏ । ଅଳ୍ପବାଟ ଯିବା ପରେ ଜଣେ ଦାଢିବାଲା ବ୍ୟକ୍ତି ଗାଡି ଅଟକାଇ କହିଲେ, “ମହାଶୟ, ମୁଁ ଏକଘଂଟା ଧରି ଏଠାରେ ଗାଡିଟିଏ ପାଇଁ ଅପେକ୍ଷା କରିଛି, କିନ୍ତୁ ପାଉନାହିଁ । ମୁଁ ଗାଜିପୁର ଯିବି । ଦୟାକରି ଆପଣଙ୍କ ଗାଡିରେ ମୋତେ ଟିକିଏ ଜାଗା ଦିଅନ୍ତୁ ।” ଗାଡିବାଲା ଏଥିରେ ଆପତ୍ତି କଲା । କିନ୍ତୁ ବୀରଭଦ୍ର ଗମ୍ଭୀର ହୋଇ କହିଲେ...
“ଅଳପ ହେଲେ ବି ଖୋଲା ମନେ ଦାନ ସୁମହତ ମଣି ଆପଣା ମନ ମଦର ଟେରେସା ପିଲାଟି ହାତରୁ ଏକ କପ୍ ଚିନି କଲେ ଗ୍ରହଣ । ଭିକାରିଠୁ ମଧ୍ୟ ଦିନକର ଭିକ୍ଷା ଗ୍ରହଣ କରି ସେ ଖୁସି ମନରେ କହିଲେ ଏଭଳି ଦାନହିଁ ଅସଲ ଅଟଇ ନିଶ୍ଚୟ ମହୀମଣ୍ଡଳେ ।” ଦାନ ଅଳପ ହେଲେ ବି ଖୋଲାମନରେ ତାହା ଦାନ କଲେ, ତାକୁ ସୁମହତ ଦାନ କୁହାଯିବ । ଏକଥା ଦୟା ଓ କ୍ଷମାର ଅବତାର ନୋବେଲ ପୁରସ୍କାର ବିଜେତା ମା’ ଟେରେସା କହିଥିଲେ । ଏ ସମ୍ବନ୍ଧରେ ତାଙ୍କ ଜୀବନର ଦୁଇଟି...
ଦିନକର କଥା । ସମ୍ରାଟ୍ ଆକବରଙ୍କ ସଭା ଖୁବ୍ ଜୋରସୋର୍ରେ ଚାଲିଥାଏ । ସେହି ସମୟରେ ଦରବାରରେ ହଠାତ୍ ଜଣେ ପ୍ରବେଶ ହୋଇ ସମ୍ରାଟଙ୍କ ନିକଟରେ ଆପତ୍ତି କଲା ଯେ, ସାତବର୍ଷ ଧରି ମୁଁ ଗୋଟିଏ ଆମ୍ବଗଛ ଆଜ୍ଞା ରୋପଣ କରିଥିଲି । ଏଥର ସେହି ଆମ୍ବ ବୃକ୍ଷରେ ଖୁବ୍ କରି ଆମ୍ବ ହୋଇଛି । ସେହି ବୃକ୍ଷର ଫଳ ସବୁକୁ ଦେଖି ମୋର ପାଖ ପଡୋଶୀ ହଟ ନାମକ ବ୍ୟକ୍ତି କହୁଛି, ସେହି ଆମ୍ବ ବୃକ୍ଷଟି ତାହାର । ହେ ହଜୁର୍, ଏତେ ଯତ୍ନ, ଏତେ ପରିଶ୍ରମ କରି...
ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...
ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି । ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ । ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି ଦେଶକୁ ଶାସନ କରନ୍ତି ସିନା ସେ ଗରିବ ଚଳଣି ତାଙ୍କର ଭାଇ । ଶୁଣିଲେ...
ବିଳାସପୁରରେ ଗୁରୁଦତ ନାମକ ଜଣେ ଧନୀବ୍ୟକ୍ତି ଥା’ନ୍ତି । ଥରେ ସେ ରୋଗରେ ପଡି ଶଯ୍ୟାଶାୟୀ ହେଲେ । ଅନେକ ବୈଦ୍ୟ ଚେଷ୍ଟା କଲେ ମଧ୍ୟ କୌଣସି ଫଳ ହେଲା ନାହିଁ । ଦିନେ ସେ ବୈଦ୍ୟ ଜଗଦୀଶଙ୍କୁ ପାଖକୁ ଡାକି କହିଲେ, “ବୈଦ୍ୟରାଜ, ମୁଁ ତ ଆଜିପର୍ଯ୍ୟନ୍ତ କୌଣସି ପୁଣ୍ୟକାର୍ଯ୍ୟ କରିନାହିଁ । ଏବେ ମୁଁ ଉପଲବ୍ଧି କରୁଛି ଯେ, ମୃତ୍ୟୁ ପରେ ମୋର ନରକ ଭୋଗହିଁ ଯାହା ସାର ହେବ ।” ବୈଦ୍ୟ ଜଗଦୀଶ ସବୁ...
ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର...
ଥରେ ଗୋଟିଏ ଚିଲ ଗୋଟିଏ ମୂଷାଛୁଆକୁ ଥଂଟରେ ଧରି ଉଡିଯାଉଥିବା ସମୟରେ, ମୂଷାଛୁଆଟି କୌଣସି ପ୍ରକାରେ ଚିଲ ଥଂଟରୁ ଖସି ଆସି ଋଷି ତର୍ପଣ କରୁଥିବା ସମୟରେ ଆଞ୍ଜୁଳାରେ ପଡିଗଲା । ମୂଷାଛୁଆର ଅବସ୍ଥା ଦେଖି ଋଷିଙ୍କ ମନରେ ଦୟା ହେଲା । ସେ ତାକୁ ମନ୍ତ୍ରପାଣି ଛିଂଚି ଗୋଟିଏ ସୁନ୍ଦରୀ ଝିଅରେ ପରିଣତ କରିଦେଲେ । ତା’ ପରେ ନିଜ ଆଶ୍ରମକୁ ନେଇ ଲାଳନ ପାଳନ କଲେ । ଆଶ୍ରମରେ ରହି ଝିଅଟି କ୍ରମେ କ୍ରମେ ଯୁବତୀରେ ପରିଣତ ହେଲା । ସେ ଝିଅଟିର...
ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି...
ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ । ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ ଶ୍ରାଦ୍ଧ ଦେଉ ନାହୁଁ କାହିଁକି?” ସ୍ୱପ୍ନ ଦେଖିସାରିଲା ବେଳକୁ...
ଏହି ଘଟଣାଟି ଅନେକ ବର୍ଷ ତଳର । ସମ୍ଭବତଃ ନବମ ଶତାଦ୍ଦୀର । ଚୀନଦେଶରେ ତାଙ୍ଗ୍ମାଙ୍ଗ୍ ପ୍ରଦେଶରେ ଦଳେ ସୈନିକ କ’ଣ ଗୋଟିଏ କାମରେ ଏଣେତେଣେ ବୁଲୁଥାନ୍ତି । ନିକଟରେ ପାହାଡଟିଏ । ସୈନିକମାନଙ୍କ ଭିତରୁ ଜଣେ ହାଲିଆ ହୋଇ ସେହି ପାହାଡତଳି ଗଛ ଛାଇରେ ବସିଗଲା । ସୈନିକଟି ଗଛଛାଇରେ ବସି ଏଣେତେଣେ ଚାହୁଁଚାହୁଁ କିଛି ଦୂରରେ ଦେଖିଲା ହଳଦିଆ ରଙ୍ଗର ମାଟି ଗଦା ହୋଇଛି । ସତେ ଯେପରି ମୂଷାଗାତରୁ ମାଟି ଗାଳିଲା ଭଳି ତାହା ଦେଖାଯାଉଥିଲା...
ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା । ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି ସାଇପଡିଶା ଖାଲି ଟୁପ୍ଟାପ୍ ହେଲେ । ବନ୍ଧୁବାନ୍ଧବ ଦେଖେଇ ଶିଖେଇ...
ସାମାନ୍ୟ କଥାରେ କ୍ରୋଧାନ୍ୱିତ ହୋଇ ହରାଏ ମଣିଷ ବିଚାରଶକ୍ତି ଜାଣିପାରେ ନାହିଁ ଭଲମନ୍ଦ ସିଏ କରି-ବସେ ସଦା କୁକର୍ମ ଅତି । ସେହିପରି ଜଣେ ବଦ୍ରାଗୀ ପିଲା ପାଇ ମାଆଙ୍କର ପ୍ରେରଣା ଦିନେ ସମାଜ ସେବକ ଭାବରେ ସେ ଖ୍ୟାତ ହୋଇଯାଇଥିଲେ ବିଶ୍ୱ ଭୁବନେ । ଅନେକ ଦିନ ତଳର କଥା । ବିଶ୍ୱବିଖ୍ୟାତ ସମାଜସେବକ ବାବା ଆମ୍ତେଙ୍କର ପିଲାଦିନର ଘଟଣା । ସେ ପିଲାଦିନେ ଅତିମାତ୍ରାରେ ବଦ୍ରାଗୀ ଥିଲେ । ଟିକିଏ...
ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି । ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ । ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ ପୁନରାୟ ଚେଷ୍ଟା କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ ।...
ଗୋଟିଏ କୁକୁର ତା’ମାଲିକର ମେଣ୍ଢାପଲ ଜଗିଥାଏ । ହେଟାବାଘ ଆସିଲେ ସେ କୁକୁର ଭୋ’ ଭୋ’ ରଡି କରି ମାଲିକକୁ ଜଣାଇ ଦିଏ । ଏକଦା ହେଟାବାଘ ସେ କୁକୁରକୁ ବାଟରେ ଦେଖି କହିଲା, “ଭାଇ ତୁ ବଡ ଖରାପ ଅବସ୍ଥାରେ ଅଛୁ, ତୋ ମାଲିକ ତୋତେ କ’ଣ ଦି’ଟା ଖାଇବାକୁ ଦେଉଛି ଯେ ତୁ ଦିନରାତି କେବଳ ତା’ର ହିଁ କାମ କରୁଛୁ । ତୁ ଯଦି ମୋ କଥା ଶୁଣିବୁନା ଆମେ ଦୁଇଜଣଯାକ ଖାଇପିଇ ବେଶ୍ ଆରାମରେ ରହିବା । ଖାଲି ମୁଁ ଯେତେବେଳେ...
ଏକ ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ନ୍ୟାସୀ ବାସ କରୁଥାନ୍ତି । ତାଙ୍କ ଜୀବନସାରା ସେ କେବଳ ଜପତପ ସାଧନା କରି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲେ । ଦିନକର କଥା । ସ୍ନାନ ଶୌଚାଦି କର୍ମ ଶେଷ କରି ସନ୍ନ୍ୟାସୀ ଠାକୁର ପୂଜାରେ ବ୍ୟସ୍ତ ଥାଆନ୍ତି । ଠିକ୍ ଏତିକିବେଳେ ସେହି ରାଜ୍ୟର ସେନାପତି ଆଶ୍ରମରେ ପହଂଚି ତାଙ୍କର ସୈନ୍ୟଦଳ ପାଇଁ ଆତିଥ୍ୟ ଲୋଡିଲେ । ନାନା କଟୁକଥା କହି ସନ୍ନ୍ୟାସୀଙ୍କୁ ଧମକଚମକ ବି ଦେଲେ ।...


