“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ ବାପାଙ୍କ ସହିତ ଜମିବାଡି କାର୍ଯ୍ୟ କରିବାକୁ ଯାଉଥିଲେ । ଫଳରେ...
ମାଣ୍ଡବ ଦେଶର ରାଜା ତାଙ୍କ କନ୍ୟା ରାଜକୁମାରୀ ରତ୍ନମାଳାଙ୍କର ସ୍ୱୟମ୍ବର କରିବା ପାଇଁ ମନସ୍ଥ କରି ସମସ୍ତ ରାଜ୍ୟକୁ ନିମନ୍ତ୍ରଣ ଦେଲେ । ମାଣ୍ଡବ ରାଜ୍ୟର ପଡୋଶୀ ତ୍ରିଶାମ୍ବି ରାଜ୍ୟର ଯୁବରାଜ ସଂଦୀପ ତ ବହୁ ପୂର୍ବରୁ ରତ୍ନମାଳାଙ୍କର ସୌନ୍ଦର୍ଯ୍ୟ ଓ ଗୁଣ ବିଷୟରେ ଶୁଣିଥିଲେ । ସେ ମନସ୍ଥ କଲେ ସ୍ୱୟମ୍ବରକୁ ଯିବେ । କିନ୍ତୁ ସମସ୍ତେ ଏକଥା ଜାଣନ୍ତୁ ବୋଲି ସେ ଚାହୁଁ ନଥିଲେ । ତେଣୁ ସ୍ୱୟମ୍ବର ଆଗରୁ ସେ ଯାଇ ଅତିଥି ଭବନରେ ରହିଲେ...
ଯଦି କେବେ ମୋତିପୁର ଗାଁକୁ ଯାଇ ଦୁଇ ଚାରିଦିନ ରହିବ, ତେବେ ବାୟାଣୀ ବାସନ୍ତୀ କଥା ନିଶ୍ଚୟ ଶୁଣିବ । ବାସନ୍ତୀକୁ ଲୋକେ ବାୟାଣୀ ବାସନ୍ତୀ ବୋଲି କହିବାର କାରଣ, ସେ ଏଡେ ବୋକୀ ଯେ ତା’ କଥାରେ ଲୋକେ ଯେତେ ହସନ୍ତି, ତା’ପ୍ରତି ସେତିକି ଦୟା ବି କରନ୍ତି । ପ୍ରଥମେ ଯେଉଁଦିନ ସେ ବୋହୁ ହୋଇ ଆସିଲା, ସେଦିନ କଥା ତା’ ଶାଶୁ କେବେ ବି ଭୁଲିପାରିବେ ନାହିଁ । ଶାଶୁଙ୍କର ଭଲ ଭାବରେ ସେବା...
ଦିନେ ଗୋଟିଏ ହରିଣ ପାଣି ପିଉ ପିଉ ସେ ତା’ର ଛବି ପାଣିରେ ଦେଖିଲା । ଶିଙ୍ଗ ଦୁଇଟି ତାର ମୁଣ୍ଡ ଉପରେ ମୁକୁଟ ପରି ରହି ତାକୁ ବଡ ସୁନ୍ଦର ଦିଶୁଛି । ତେଣୁ ସେ ହରିଣ ଭାବିଲା, “ମୋର ଦେହର ସବୁ ଅଂଶଠାରୁ କେବଳ ଏହି ଶିଙ୍ଗ ଦୁଇଟି ହିଁ ସବୁଠାରୁ ଭଲ ।” ହରିଣକୁ ଶିକାରୀ ତ କେବେବି ମାରିପାରେ ନାହିଁ । କାରଣ ହରିଣ ବହୁତ ଜୋର୍ରେ ଦୌଡି ଚାଲିଯାଏ । ଦିନେ ସେ ହରିଣର ଶିଙ୍ଗ ଜଙ୍ଗଲର ଗୋଟିଏ ଗଛରେ ଲାଗିଗଲା, ଯେତେ...
କ୍ରୋଧର ଅନ୍ୟନାମ ରାଗ । ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା – ଏହା ଏକ ଦୈନନ୍ଦିନ ଘଟଣା । ଏହା ଯେ କେବଳ ମଣିଷମାନଙ୍କଠାରେ ରହିଛି ତାହା ନୁହେଁ; ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କଠାରେ ମଧ୍ୟ ଏହି କ୍ରୋଧାବସ୍ଥା ରହିଛି । କିନ୍ତୁ ମଣିଷର ଅଧିକ ବୌଦ୍ଧିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରିହୁଏ । ସାପ ଉପରେ ଗୋଡ ପଡିଗଲେ ସେ ହଠାତ୍ ଫଁ ଫଁ ଶବ୍ଦ କରି କାମୁଡିବା ପାଇଁ ଗୋଡାଏ । ମହୁଫେଣାରେ ଆଘାତ...
ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ । ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି...
ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା । ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର ସଂପୂର୍ଣ୍ଣ ଡର ଛାଡିଗଲା । ଦିନେ ସେ କୋକିଶିଆଳଟି ଡର ଭୟ ଛାଡି ସିଂହ...
ଚିତ୍ରସେନ ଆକସ୍ମିକ ଭାବରେ ବଣ ଭିତରେ ଗୋଟିଏ ଅଜବ ଉଆସର ଅଧିକାରୀ ହେଲେ । ତାଙ୍କ ପିତା ମହାରାଜା ତାରକେଶ୍ୱର ସେ ସମ୍ବାଦ ପାଇ ସେଠାକୁ ଆସି ତାଙ୍କ ସହ ସାକ୍ଷାତ୍ କଲେ । କେବେ କୌଣସି ପ୍ରକାର ଦରକାର ପଡିଲେ ତତ୍କ୍ଷଣାତ୍ ତାଙ୍କୁ ଖବର ଦେବାକୁ ପରାମର୍ଶ ଦେଇ ସେ ତାଙ୍କଠାରୁ ବିଦାୟ ନେଲେ । ତା’ପରେ– ପିତା ମହାରାଜ ତାରକେଶ୍ୱରଙ୍କୁ ବିଦାୟ ଦେଇ ଚିତ୍ରସେନ ନିଜ ମନ୍ତ୍ରୀମାନଙ୍କ ସହ ପ୍ରାସାଦକୁ ଫେରି ଆସି...
ପ୍ରାଚୀନ କାଳର କଥା । ହସ୍ତିନାପୁର ନାମରେ ଏକ ନଗର ଥିଲା । ଏହା ଥିଲା ରାଜ୍ୟର ରାଜଧାନୀ । ତାର ଚାରିଆଡେ ଖାଲି ସଉଧମାଳା । ସେଠାକାର ରାଜାଙ୍କ ନଅର ସବୁଠାରୁ ସୁନ୍ଦର । ରାଜାଙ୍କର ପାରିଷଦଗଣ ଏବଂ ସାଧବମାନଙ୍କର ଅଟ୍ଟାଳିକା ଦେଖିଲେ ଯେପରି ଜଣକର ମନ ପୂରି ଉଠିବ । ସେଠାକାର ନଗରର ଛକମାନଙ୍କରେ ସୁନ୍ଦର ପ୍ରମୋଦ ଉଦ୍ୟାନମାନ ଥାଏ । ସେ ରାଜ୍ୟର ଲୋକମାନଙ୍କର କୋଉଥିରେ କିଛିବି ଅଭାବ ନ ଥାଏ । କଠୋର ଶାସନ ହେତୁ ଚୋର ତସ୍କରମାନେ...
ବଳୀଙ୍କ ପୁତ୍ରର ନାମ ବାଣାସୁର ଥିଲା । ତା’ର ରାଜଧାନୀ ଶୋଣପୁର ନଗରୀ ଥିଲା । କୁହାଯାଏ ଯେ, ତା’ର ଅନେକ ଗୁଡିଏ ହାତ ଥିଲା; ସେ ତା’ ପିଲାଦିନରୁ ଭାରି ଦୁଷ୍ଟ ଓ ଉଦ୍ଦଣ୍ଡ ଥିଲା । ସେ ଦିନେ ଦେଖିଲା ଯେ ମଣିମାଣିକ୍ୟ ତଥା ସୁବର୍ଣ୍ଣରେ ପୂର୍ଣ୍ଣ ଏକ ଗୁମ୍ଫା ଭିତରେ ଭଗବାନ୍ କାର୍ତ୍ତିକେୟ ଖେଳୁଛନ୍ତି । ସେ ବାଳସୁଲଭ ଉତ୍ସାହର ସହିତ ଖେଳୁଥାନ୍ତି ଆଉ ତାଙ୍କର ପିତାମାତା ତାଙ୍କର ସେ ବାଳଲୀଳା ଅବଲୋକନ କରି ଅତ୍ୟନ୍ତ ମୁଗଧ...
ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ...
ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ । ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି...
କୁବେରପୁରୀରେ ନାଗରାଜ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଅପର୍ଯ୍ୟାପ୍ତ ଧନ, କିନ୍ତୁ ସେ ସର୍ବଦା ଅସୁସ୍ଥ ଥା’ନ୍ତି । ଅନେକ ବୈଦ୍ୟ ଆସି ଅନେକ ଧନ ଖର୍ଚ୍ଚ ହେଲା । ତଥାପି ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ବୈଦ୍ୟମାନେ କହିଲେ, “ଆମର ଔଷଧ ଶାସ୍ତ୍ରରେ ଯେତିକି ଜ୍ଞାନ ଥିଲା ସବୁକିଛି ଉପଯୋଗ କଲୁ । ରୋଗ କ’ଣ ଆମେ ସଠିକ୍ ନିର୍ଣ୍ଣୟ ନ କରିବାରୁ ଏଇ ଦଶା ।” ଠିକ୍ ସେହି ସମୟରେ ଯୋଗାନନ୍ଦ ନାମକ ଜଣେ ସାଧୁ...
ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ତା’ସାଙ୍ଗକୁ ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରୀର ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...
ଦିନେ ହେଟାବାଘ ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ମେଣ୍ଢା ଛୁଆକୁ ଝରଣାରେ ପାଣି ପିଉଥିବାର ଦେଖିଲା । ତା’ପରେ ଏ ହେଟାର ସେ ମେଣ୍ଢା ଛୁଆକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଭାବିଲା ପ୍ରଥମେ ଏ ମେଣ୍ଢା ଛୁଆର ଗୋଟିଏ କିଛି ଭୁଲ୍ ଦେଖାଇବି ଏବଂ ତା’ପରେ ଯାଇ ତାକୁ ଖାଇବି । ଏହା ଭାବି ସେ ହେଟାବାଘ ମେଣ୍ଢା ଛୁଆକୁ କହିଲା, “ତୁ ଏ ପାଣି କାହିଁକି ଗୋଳିଆ କରୁଛୁ, ଏବେ ମୁଁ ତାକୁ ପିଇବି କେମିତି?” ...
ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି...
ଯେତେବେଳେ ରାଜା ବ୍ରହ୍ମଦତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ଵ ଗୋଟିଏ ଶ୍ୟାମଳ ରଙ୍ଗର ବାଛୁରୀ ରୂପରେ ଜନ୍ମ ଗ୍ରହଣ କରିଥିଲେ । ସେହି ବାଛୁରୀଟି ଦେଖିବାକୁ ଏଡେ ଡଉଲଡାଉଲ ଓ ସୁନ୍ଦର ହୋଇଥାଏ ଯେ ତା’ ଆଡକୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ଏତେ ସହଜ ହେଉ ନଥାଏ । ସମସ୍ତେ ତା’କୁ ମୁଗ୍ଧ ହୋଇ ଦେଖୁଥାନ୍ତି । ସେ ବାଛୁରୀର ଯିଏ ମାଲିକ କୌଣସି କାରଣରୁ ତା’କୁ ସେ ଗାଁ ଛାଡି ଚାଲିଯିବାକୁ ପଡିଲା । ଜଣେ ବୁଢୀଠାରୁ...
ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି...
ଜୟସିଂହ ରାଜାଙ୍କ ସୈନ୍ୟ ବାହିନୀର ଏକ ନାମକରା ସୈନ୍ୟ ଥିଲେ । ମଧ୍ୟବୟସରେ ସେ ସୈନ୍ୟବାହିନୀରୁ ଛୁଟି ପାଇ ଘରେ ବସି ରାଜାଙ୍କଠାରୁ ମାସିକ ଖର୍ଚ୍ଚ ପାଇ ଅତି ଆନନ୍ଦରେ ଚଳୁଥାଆନ୍ତି । ଦିନେ ସେ କିଛି କାର୍ଯ୍ୟବଶତଃ ରାଜଧାନୀକୁ ଯାଇଥିଲେ । ସେଠାରେ ଗୋଟିଏ ଚିତ୍ର ଦୋକାନରେ ସେ ଜଣେ ବୀର ସୈନିକଙ୍କର ତୈଳଚିତ୍ର ଦେଖିଲେ । ସେ ବଡ ଆନନ୍ଦରେ ସେହି ଚିତ୍ରଟିକୁ ନିରେଖି ଦେଖିଲେ । ତାଙ୍କର ଏ ଭାବ ଦେଖି ଦୋକାନୀ କହିଲା, “ଇଏ ଜଣେ ଛଶହ...
ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ । ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଗୋଟିଏ ସିଂହ ହରିଣକୁ ଖାଇ ସାରିବା ପରେ ହରିଣ ଜିଭରେ ମୁହଁକୁ ଚାଟି ଚୁଟି କହିଲା – ଯେତେ ବେଳେ ମୁଁ କୌଣସି ହରିଣକୁ ଧରି ନିଏ । ସର୍ବଦା ମୋତେ କିଛି ନା କିଛି ନୂତନ କୌଶଳ ଖୋଜି ବାହାର କରିବାକୁ ପଡେ । କିଛି ଦିନ ପରେ ସିଂହଟି ନଦୀ ତଟରେ ଗୋଟିଏ ହରିଣକୁ ଦେଖିଲା ସିଂହଟି ଗର୍ଜନ କରି କହିଲା – ଏଁ ସେଇଠି କ’ଣ କରୁଛ? ହରିଣ କହିଲା ହଜୁର୍ – ପାଣି ପିଉଛି । ସିଂହ କହିଲା – ପାଣି ପିଉଛ! ତୁମକୁ...
ପ୍ରାଚୀନ କାଳର କଥା । ଜଣେ ଅସାଧାରଣ ଯୋଦ୍ଧା ମଳୟ ସମୁଦ୍ର ତଟରେ ରହୁଥିଲେ । ତାଙ୍କର ସାହସ, ପରାକ୍ରମ ଓ ବୀରତ୍ୱର କାହାଣୀ ଦେଶ ବିଦେଶର ଲୋକେ ଜାଣୁଥିଲେ । କିନ୍ତୁ ସେ ନିଜ ବାହାଦୁରୀ କେବେବି ଜାହିର୍ କରୁ ନଥିଲେ । ଦିନେ ସେ ସମୁଦ୍ର ତଟରେ ବୁଲୁଥା’ନ୍ତି । ଦେଖିଲେ ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ଚାଲି ଚାଲି ଏକ ବିରାଟକାୟ ବ୍ୟକ୍ତି ଆସିଲା । ତାକୁ ଯୋଦ୍ଧା ପଚାରିଲେ, “ତୁମେ କିଏ? ଏଠାକୁ କାହିଁକି ବା...
ଏକଦା ଭରତ ନାମରେ ଜଣେ ରାଜା ଥିଲେ । ପରିଣତ ବୟସରେ ସେ ରାଜ୍ୟଭାର ପୁତ୍ରମାନଙ୍କୁ ଦେଇ ତପସ୍ୟା ନିମନ୍ତେ ବଣକୁ ଚାଲିଗଲେ । ଦିନେ ସେ ନଈରେ ସ୍ନାନ କରୁଛନ୍ତି, ହଠାତ୍ ଦେଖିଲେ ଗୋଟିଏ ମା ହରିଣ ତା’ ଶାବକକୁ ଛାଡି ମରିଗଲା । ଏହାପରେ ଭରତ ସେ ଛୁଆ ହରିଣକୁ ନିଜ କୁଡିଆକୁ ନେଇଯାଇ ପାଳିଲେ । କ୍ରମେ ସେ ହରିଣ ଛୁଆ ତାଙ୍କୁ ଏମିତି ମାୟାଡୋରିରେ ବାନ୍ଧିଲା ଯେ ସେ ଆଉ ସବୁ କଥା ଭୁଲିଯାଇ କେବଳ ତାହାରି ଯତ୍ନ...
ଚନ୍ଦ୍ରପୁର ନାମକ ନଗରରେ ଚକ୍ରଦତ ନାମକ ରାଜା ରାଜୁତି କରୁଥିଲେ । କୌଣସି କାରଣ ବଶତଃ ସେ ନିଜ ପୁତ୍ର ମଦନପାଳକୁ ରାଜ୍ୟରୁ ବାହାର କରି ଦେଲେ । ରାସ୍ତାରେ ଖର୍ଚ୍ଚ ପାଇଁ କିଛି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଦେଇଥାନ୍ତି । ପୁତ୍ର ପିତାଙ୍କ ଆଜ୍ଞା ପାଳି ସେଠାରୁ ବାହାରି ଗଲା । କେତେ ଦିନ ପରେ ଜଣେ ସାଧୁ ଆଶ୍ରମରେ ଯାଇ ପହଁଚିଲା । ସାଧୁଙ୍କୁ ନିଜର ପରିଚୟ ଦେଲା । ମହାତ୍ମା ରାଜ କୁମାରଙ୍କୁ ସ୍ୱାଗତ କଲା । ଭବିଷ୍ୟତରେ କାମରେ...
ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି । ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ । ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ । ସମୟାନୁବର୍ତ୍ତିତା ଉପରେ ଅଧିକ ଗୁରୁତ୍ୱ ଦେଇ ସାଧାରଣ ସ୍ତରରୁ ସେ...
ରାଜା ସମରସେନ ସେଦିନ ଶିକାର କରୁକରୁ ଏକ ନିଘଂଚ ଅରଣ୍ୟ ମଧ୍ୟରେ ଯାଇ ପ୍ରବେଶ କଲେ । ତାଙ୍କ ସହିତ ଆସିଥିବା ତାଙ୍କର ଅନୁଚରମାନେ କେଉଁଆଡେ ରହିଗଲେ? ଏଣେ ଏ ରାଜାଙ୍କୁ ଖୁବ୍ ଶୋଷ ହେଲା । ସେ ଖୋଜିଖୋଜି ଯାଇ ଗୋଟିଏ କ୍ଷୁଦ୍ର କୁଟୀର ଦେଖିବାକୁ ପାଇଲେ । ବାହାରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ । ସେ ଏକ ଚିତ୍ରପଟ ଆଙ୍କୁଥିଲେ । ରାଜା ଜାଣିପାରିଲେ ଯେ ସେ ଜଣେ କଳାକାର ବୋଲି । ରାଜା ତାଙ୍କ ପାଖରେ ଯାଇ...
ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ସେଇଟା...
ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି । ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା କମ୍ ପଡିଲା ।...
ଦିନେ ପବନ ଓ ସୂର୍ଯ୍ୟଙ୍କ ଭିତରେ ଭାରି ଝଗଡା ହେଲା । ସେମାନେ ଜାଣିବାକୁ ଚାହିଁଲେ ଯେ, ତାଙ୍କ ଦୁଇଜଣଙ୍କ ଭିତରେ ବଳୁଆ କିଏ? ପବନ କହିଲା ମୁଁ ବଳୁଆ ତ ସୂର୍ଯ୍ୟ କହିଲା ମୁଁ ବଳୁଆ । ଠିକ୍ ଏହି ସମୟରେ ସେମାନେ ରାସ୍ତାରେ ଗୋଟିଏ ଲୋକ କୋଟପିନ୍ଧି ଯାଉଥିବାର ଦେଖିଲେ । ଶେଷରେ ସିଦ୍ଧାନ୍ତ ନେଲେ ଯିଏ ସେ ଲୋକର କୋଟଟା ବାହାର କରିଦେବ ସେ ହିଁ ବଳୁଆ ବୋଲି ଧରାଯିବ । ପ୍ରଥମେ ପବନ ଚେଷ୍ଟା କଲା । ପବନ ଖୁବ୍...
ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ ଗୁହାଳ ଖାଲି । ଖ୍ୟାତନାମା ଚାଷୀ ଭାବରେ ଆଖ ପାଖ ସାତଖଣ୍ଡ...
ଥରେ ବିଜୟନଗର ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଲା । ତେଣୁ ଚାରିଆଡେ ଖାଲି ପାଣି ଠିଆ ହୋଇଗଲା । ନଦୀରେ ବନ୍ୟା ଆସିଗଲା । ବନ୍ୟା ଜଳ ଗ୍ରାମରେ ପଶିବାରୁ ଝାଟିମାଟି ଘର ଗୁଡିକ ବି ଭାଙ୍ଗିଗଲା । ତା’ ସହିତ ଶହ ଶହ ପଶୁ ବର୍ଷା ପାଣିରେ ଭାସିଗଲେ । ଏମିତିକି ରାସ୍ତାରେ ପାଣି ସୁଅ ବି ଚାଲିଲା । ରାଜା କୃଷ୍ଣଦେବ ରାୟଙ୍କୁ ଏହି ସବୁ ଖବର ମଧ୍ୟ ମିଳିଲା । ତେଣୁ ରାଜା ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ...
(ଟ୍ରୋୟ ନଗରୀ ଉପରେ ବିଜୟ ହାସଲ କରିବା ପରେ ରୂପଧର ତାଙ୍କର ସୈନିକମାନଙ୍କୁ ଧରି ସମୁଦ୍ରରେ ବୋଇତ ମେଲି ଦେଲେ । ସେତେବେଳେ ତାଙ୍କର ଲକ୍ଷ୍ୟ ଥିଲା ନିଜ ଦେଶକୁ ବାହୁଡି ଯିବା । ସମୁଦ୍ର – ଝଡରେ ବୋଇତଗୁଡିକ ଯାଇ ଏକ ଅଜଣା ଦ୍ୱୀପରେ ଲାଗିଲେ । ସେଠାରେ ଏକଆଖିଆ ରାକ୍ଷସ କେତେ ସୈନ୍ୟ ଖାଇଗଲା । ରୂପଧର କୌଶଳ କରି ବହୁକଷ୍ଟରେ ସେହି ରାକ୍ଷସ କବଳରୁ ମୁକ୍ତ ହୋଇ ନିଜ ବୋଇତକୁ ଫେରି ଆସିଲେ । ତା’ପରେ ସେମାନେ ପୁଣି ବୋଇତ ବାହି...