ବଦଭ୍ୟାସ

ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ । ସେ କହିଲେ, “ଆଛା ଏତେ ଖୋଜା ଖୋଜି କାହିଁକି...

Read More

ଆରୋଗ୍ୟ ରହସ୍ୟ

ସୁବର୍ଣ୍ଣପୁରୀର ରାଜା ବିକ୍ରମସେନ ଦୀର୍ଘକାଳ ଅସୁସ୍ଥ ରହି ପ୍ରାଣର ଆଶା ଛାଡି ଦେଇଥିଲେ । ସେ ଯେଉଁଦିନ ସୁସ୍ଥ ହୋଇ ନଅରର ସଭାକକ୍ଷ ଭିତରକୁ ଆସିଲେ, ସେଦିନ ଅନେକ ଅମାତ୍ୟ ଓ ସାମନ୍ତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ଆସି ପହଁଚିଲେ ।                 ହଠାତ୍ ସଭାଗୃହ ଭିତରକୁ ଜଣେ ମଳିମୁଣ୍ଡିଆ ପଶି ଆସିଲା । ତା’ ପଛେ ପଛେ ସଭାଗୃହ ଦ୍ୱାର ଜଗୁଥିବା ପ୍ରହରୀ ମଧ୍ୟ ଦୌଡି ଆସିଲା ଓ କହିଲା, “ମଣିମା! ମୁଁ ତିନିଦିନ...

Read More

ରେବତୀ

‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’ କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି ।...

Read More

କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା

ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ –                  ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା –                  ମଣିମା!                  ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ ପଠାଉ ଛନ୍ତି?                  ରାଜା ପୁଣି କହିଲେ –...

Read More

ପକ୍ଷ ଅପସରା

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା କରି ସେ ଯାହା ବି ରୋଜଗାର କରନ୍ତି, ତାହା ଚଳିବାକୁ ତାଙ୍କୁ...

Read More

ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ

କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ ।                 ଦିନକର କଥା । ରାଧାନାଥବାବୁ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଦ୍ୱି’ପ୍ରହର ବେଳେ ଜଣେ...

Read More

ରାଜପଦର ମହତ୍ୱ

ଥରେ ପ୍ରବାଳ ଦେଶର ରାଜା ସ୍ନାନ କରୁଥିବା ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡିଗଲେ । ତାଙ୍କ ପାଦରେ ଶକ୍ତ ଆଘାତ ବାଜିଲା ଯାହା ଫଳରେ କି ସେ ଆଉ ଚାଲବୁଲ କରି ପାରିଲେ ନାହିଁ । ରାଜ ବୈଦ୍ୟ ପାଦରେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଲେପନ କରି ପଟ୍ଟି ବାନ୍ଧିଦେଲେ ଏବଂ ଅତି କମ୍ରେ ପନ୍ଦର ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ରାଜାଙ୍କୁ ସେ ପରାମର୍ଶ ଦେଲେ ।                 ବୈଦ୍ୟଙ୍କ କଥାନୁସାରେ ରାଜା ମନ୍ତ୍ରୀଙ୍କୁ...

Read More

ମହାପୁରୁଷଙ୍କ ଜୀବନରୁ ପ୍ରେରଣା

ମହାପୁରୁଷମାନଙ୍କ ଜୀବନର ଗୋଟିଏ ଗୋଟିଏ ଘଟଣା ବେଳେବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ସେମିତି ସନ୍ଥ ତୁଳସୀ ଦାସଙ୍କ ଜୀବନୀ ତୁଳସୀ ଦାସ କାଶୀ କ୍ଷେତ୍ରରେ ରହୁଥିବା ସମୟରେ ଦିନେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ ସେ ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ଅସ୍ତ ବୃକ୍ଷମୂଳରେ ଢାଳି ଦେଉଥିଲେ । ସେହି ଅସ୍ତ ବୃକ୍ଷର ନିମ୍ନଭାଗରେ ଏକ ପ୍ରେତ ବାସ କରୁଥିଲା । ସେହି ଜଳ ପାନ...

Read More

ଯୋଗୀ ଗୁଣିଆ କଥା

ଏତେ କଥା ପରେ ସାନ ଭଉଣୀର ମନ କେଉଁଠାରେ ସ୍ଥିର ହୋଇ ରହି ପାରିଲା ନାହିଁ । ସନ୍ନ୍ୟାସୀଙ୍କର କଥା ମଧ୍ୟ ତା’ର ମନକୁ ଆସିଲା ନାହିଁ । ସାନ ରାଜା ପୁଅକୁ ଛାଡି ଦେଲେ ତା’ର ଯେ ଏ ସଂସାରରେ କେହି ଆପଣାର ନାହାଁନ୍ତି । ଏହି କଥା ଭାବି ଭାବି ସାନ ଭଉଣୀ ସନ୍ନ୍ୟାସୀଙ୍କର ଆଶ୍ରମ ପରିତ୍ୟାଗ କଲା । ପୁଣି କାନ୍ଦି କାନ୍ଦି ଅରଣ୍ୟକୁ ପଳାଇଲା । ଜୀବନ ପ୍ରତି ଯାହାର ମୋହ ନାହିଁ, ମମତା ନାହିଁ ତାର ପୁଣି ଭୟ କାହାକୁ । ଭଗବାନଙ୍କୁ ପାଇବା...

Read More

ବହ୍ନି ଦ୍ୱୀପ

ରାକ୍ଷସ ଉଗ୍ରାକ୍ଷର ଅତିଥି ଭାବରେ ଥିବା ବେଳେ ରାତିରେ ରାଜା ଚିତ୍ରସେନ ଅଗ୍ନିଦ୍ୱୀପର ଭୟଙ୍କର ପକ୍ଷୀମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଗଲେ । ଉଗ୍ରାକ୍ଷର ଅନୁଚରମାନଙ୍କ ସହ ସେ ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଆସିଥିବା ଲୋକଙ୍କର ଲଢେଇ ହେଲା । ଉଗ୍ରାକ୍ଷ ଆହତ ହେଲା । ତା’ପରେ… ଉଗ୍ରାକ୍ଷ ନିଜ ସେବକ କାନ୍ଧରେ ଭରାଦେଇ ଠିଆ ହେଲା । ଯନ୍ତ୍ରଣା ଯୋଗୁଁ ଥରେ ସେ ଚିତ୍କାର କଲା । କିଛି ସମୟ ଚିନ୍ତା କରି ସେ...

Read More

ସୁନାବୋହୁ

ରବିଚନ୍ଦ୍ର ନାମକ ଜଣେ ଅବିବାହିତ ଯୁବକ ସରକାରୀ ଚାକିରୀ ପାଇ ସହରରେ ରହୁଥାଏ । ଦିନେ ସେ ତା’ର ବନ୍ଧୁର ବିଭା ଘରକୁ ଯାଇଥାଏ । ସେଠାରେ ସେ ଦେଖିଲା ଅନେକ ଅବିବାହିତ ଝିଅ ବିବାହ ଉତ୍ସବରେ କାମ କରୁଥା’ନ୍ତି । ରବି ଲକ୍ଷ୍ୟ କରି ଦେଖିଲା ସେମାନଙ୍କ ମଧ୍ୟରେ ସ୍ୱାତୀ ନାମକ ଝିଅଟିଏ ଯେମିତି ସୁନ୍ଦର, ଠିକ୍ ସେପରି ଗୁଣର, ତା’ର ବ୍ୟବହାର ଅତ୍ୟନ୍ତ ସୁସସ୍କୃତ । ସେ ତାପରେ ସେ ଝିଅଟିର ବାପମା’ଙ୍କ ପାଖରେ ପହଁଚି ବିବାହ ପ୍ରସ୍ତାବ...

Read More

ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା

    ବିଜ୍ଞାନଯୁଗରେ ମିଳିପାରେ ସବୁ ମଣିଷର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ     ମାତ୍ର ସ୍ନେହଶ୍ରଦ୍ଧା ନଥାଏ ଟିକିଏ ମଣିଷ ମଣିଷ ଭିତରେ ଭାଇ ।     ମଣିଷ ଭିତରେ ମଣିଷପଣିଆ ଥିଲେ ସୃଷ୍ଟି ହୁଏ ସେନେହ ପ୍ରୀତି     ମାତ୍ର ଏହା ଦେଇ ପାରେନା ବିଜ୍ଞାନ ଅସାଧ୍ୟ ସାଧନ ତା’ କରାମତି ।     ଆଇନଷ୍ଟାଇନ୍ ଏହିକଥା ଦିନେ କହିଥିଲେ ଜଣେ ସଜ୍ଜନ ଜନେ     ବିଜ୍ଞାନ ନୁହଁଇ ମଣିଷପଣିଆ ଲୋଡା ସିନା ସ୍ନେହପ୍ରୀତିକାରଣେ । ଏକଦା ଜଣେ ବିଶିଷ୍ଟ...

Read More

ଦିବା ସ୍ୱପ୍ନ

ରତନପୁର ଗ୍ରାମର ଜଣେ ସାଧାରଣ କୃଷକଙ୍କର ପୁତ୍ର-ଶ୍ରୀମୟ । ତାଙ୍କର ଚେହେରା ବଳିଷ୍ଠ ଓ ସେ ଦେଖିବାକୁ ବେଶ୍ ଆକର୍ଷଣୀୟ । କିନ୍ତୁ ସେ ତା’ପିତାଙ୍କୁ କୃଷିକାର୍ଯ୍ୟରେ ଆଦୌ ସହଯୋଗ କରନ୍ତି ନାହିଁ । ସର୍ବଦା ଦିବାସ୍ୱପ୍ନରେ, କଳ୍ପନା-ବିଳାସରେ ବୁଡିରହିଥାନ୍ତି ଯେ କିପରି ସେ ରାଜକୁମାରୀଙ୍କୁ ବିବାହ କରିବେ ଓ ନିଜେ ରାଜା ହେବେ । ତାଙ୍କର ଏପରି ଆଚରଣ ଓ ଖିଆଲକୁ ତାଙ୍କ ପିତା ଆଦୌ ପସନ୍ଦ କରନ୍ତି ନାହିଁ । ଶେଷରେ ଦିନେ ବାଧ୍ୟ...

Read More

ଉଦାରତା

ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି । ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ଦେବାର ଶୁଣାଯାଉଥିଲା କାରଣ ରାଜା...

Read More

ଗଧର ପାଠ ପଢା

        ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି ଏକ ଆକର୍ଷଣୀୟ କଥା ଥିଲା, ତାହା ହେଲା ଗୋଟାଏ ଯୁବକ ଗଧ...

Read More

ଲକ୍ଷ୍ମୀଛଡା ରାଜା କଥା

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।                 ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି...

Read More

ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା

ଇତିହାସ ପ୍ରମାଣ ଅନୁଯାଇ ଓଡ଼ିଶା ହେଉଛି ବୌଦ୍ଧ ଜନପଦ ବା ବୌଦ୍ଧ ରାଜ୍ୟ ବା ବୌଦ୍ଧ ସଭ୍ୟତା କିନ୍ତୁ ସମୟାନୁକ୍ରମେ ତାହା ଏବେ ଏଠାରେ ବିଧ୍ୱସ୍ତ ଏବଂ ବିଲୁପ୍ତ । ମୋର୍ଯ୍ୟ ସାମ୍ରାଜ୍ୟର ରାଜା ଚଣ୍ଡାଶୋକ କଳିଙ୍ଗ ଯୁଦ୍ଧରେ ( ଖ୍ରୀଷ୍ଟ ପୂର୍ବ ୨୬୨– ୨୬୧) ଜିତିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ଦେଖି ଅନୁତପ୍ତ ହେଲେ, ସେତେବେଳେ ଓଡିଶାର ପ୍ରଚଳିତ ଥିବା ବୌଦ୍ଧ ଧର୍ମ ଦ୍ୱାରା ପ୍ରଭାବିତ ହୋଇ ସେ ବୌଦ୍ଧ ଧର୍ମ ଗ୍ରହଣ କରି...

Read More

ପକ୍ଷୀପାଗଳ ବାଳକ

“ପିଲାଟିଏ ଯା’ର ବୟସ ଏଗାର ମାରିଲା ବନ୍ଧୁକେ ବିଚିତ୍ର ପକ୍ଷୀ     କେଉଁ ଜାତି ପକ୍ଷୀ ଚିହ୍ନିବା ପାଇଁ ସେ ପଚାରିଲା ନାନା ଲୋକଙ୍କୁ ଦେଖି ।     ପିଲାଟିକୁ ଦେଖି ଲୋକମାନେ କେତେ ଥଟ୍ଟାମଜା କଲେ ପାଗଳ ବୋଲି     ପ୍ରକୃତରେ ସିଏ ପାଗଳ ନ ଥିଲେ, ଥିଲେ ପକ୍ଷୀପ୍ରେମୀ ସଲ୍ଲିମ୍ ଅଲ୍ଲି ।”                 ଅନେକ ଦିନ ତଳର କଥା, ଦଶକି ଏଗାର ବର୍ଷର ପିଲା ହାତରେ ବନ୍ଧୁକ । ହେଲେ ଏହା ଖେଳନା ବନ୍ଧୁକ ନଥିଲା, ସତରେ ଗୁଳି ଫୁଟା...

Read More

ହାଡବାଇ କଥା

ଭାରତର ଭଦ୍ରପୁର ନାମକ ଗୋଟିଏ ନଗର ଥିଲା । ସେହି ନଗରରେ ଜଣେ ବଡ ଧନୀ ମହାଜନ ଥିଲା । ସେହି ମହାଜନର ନାମ ପ୍ରେମଚାନ୍ଦ ।          ମହାଜନ ପ୍ରେମଚାନ୍ଦର ସାତ ପୁଅକୁ ସାତ ବୋହୂ । ରୂପରେ ଗୁଣରେ କେହି କାହାକୁ ଊଣା ନଥିଲେ ।          ଦଇବ ଯୋଗ, କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣିବ ତେଣିକି ଯାଇ । ଦଇବ ଯୋଗକୁ ସେ ଘରେ ଆସି ହାଡବାଇଟିଏ ବାସ କଲା । ସେ ପୁଣି ଖୁବ୍ ଦୁଷ୍ଟ ଥିଲା । ସେ ଘରେ ଥାଇ ଖୁବ୍...

Read More

ଭିନ୍ନ ବିଦ୍ୟା

ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବ ।                 କାଳେ ଏଥିରେ ଘରେ...

Read More

ବାହାଘର ପାଇଁ ତିନୋଟି ସର୍ତ୍ତ

ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା । ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି ସାଇପଡିଶା ଖାଲି ଟୁପ୍ଟାପ୍ ହେଲେ । ବନ୍ଧୁବାନ୍ଧବ ଦେଖେଇ ଶିଖେଇ...

Read More

ଅପରାଧୀ କିଏ?

 ଅତି ପ୍ରାଚୀନ କାଳର କଥା । ଚେଦୀ ରାଜ୍ୟରେ ‘ଧର୍ମଦତ’ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେ ହୃଷ୍ଟପୁଷ୍ଟ ଥିଲେ ସତ, ହେଲେ ଦେଖିବାକୁ ଖୁବ୍ ଅସୁନ୍ଦର ଥିଲେ । ସେଥିପାଇଁ ତାଙ୍କୁ କେହି ବିବାହ କରିବାକୁ ଇଚ୍ଛା କରୁନଥିଲେ । ଏଥିପାଇଁ ବ୍ରାହ୍ମଣ ମନେ ମନେ ଭାରି କଷ୍ଟ ପାଉଥାଆନ୍ତି । ଶେଷରେ ତାଙ୍କର ଏପରି ଅବସ୍ଥା ହେଲା ଯେ ଧର୍ମୀୟ କାଣ୍ଡରେ ମଧ୍ୟ ତାଙ୍କର ମନ ଲାଗିଲା ନାହିଁ । କେମିତି କାହାକୁ ସେ ବିବାହ କରିବେ ସବୁ...

Read More

ବୈରାଗ୍ୟ

ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି...

Read More

ବିଷ୍ଣୁଭଟ୍ଟ ବିରଚିତ

ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ...

Read More

ଭୁଲାମନ

ରାମକୁମାର, ପାଟଣା ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ ।...

Read More

ସୁନ୍ଦରୀ ଗଣିକା

ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ ।  ଚତୁର ବ୍ୟଙ୍ଗକାର କହିଲେ –                 ଦେଖ ବୋଲକରା ହୋଇଲା ବେଳ                 ଆଉ କ୍ଷଣିକରେ ଅନ୍ଧାର କାଳ ।                 ରାତି ହୋଇ ଗଲେ ଜାତି ଖୋଜିବୁ...

Read More

ଭୂତତାନ୍ତ୍ରିକ

ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ । ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ କହିଲେ, “ଅନ୍ନପୂର୍ଣ୍ଣା, ଆମେ ବହୁ ଦୂରରୁ ଚାଲି ଚାଲି ଏଠାକୁ...

Read More

ତିନୋଟି ଉପଦେଶ

ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ । ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ ପ୍ରଶ୍ନର ଉତ୍ତର ଖଣ୍ଡିଏ କାଗଜରେ ଲେଖି ପ୍ରଶ୍ନକର୍ତ୍ତାକୁ ଆଣି...

Read More

ବୃକ୍ଷର ଜୀବନ

       ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ...

Read More

ଯାହାକୁ ଯେପରି ଶିକ୍ଷା

ଗୋଟିଏ ଲୋକର ଦୁଇଟି କୁକୁର ଥିଲା । ସେ ଲୋକଟି ଗୋଟିଏ କୁକୁରକୁ ଶିକାର କରିବାକୁ ସବୁଦିନ ପଠାଏ ଏବଂ ଅନ୍ୟ କୁକୁରଟିକୁ ନିଜ ପାଖରେ ବସେଇ ରଖିଥାଏ । ଶିକାରୀ କୁକୁର ସବୁଦିନେ ଯାଇ କିଛି ଜନ୍ତୁ ମାରିକରି ଆଣେ ଏବଂ ଶିକରୀ ସେଥିରୁ ଆର କୁକୁରକୁ ଅଧେ ଭାଗ ଦିଏ । ଏହା ଦେଖି ସେ ଶିକାରୀ-କୁକୁରର ମନରେ ଭାରି ଦୁଃଖ ହେଲା ଓ ସେ ଅନ୍ୟ କୁକୁରକୁ କହିଲା, “ମୁଁ କଷ୍ଟ କରି ଶିକାର କରୁଛି, ଆଉ ତୁ କିଛି ବି ନକରି ଏଇଠି ବସିଛୁ, କିନ୍ତୁ...

Read More

ଗଜମୂର୍ଖ

ଗୋଟିଏ ଗ୍ରାମରେ ତିନୋଟି ଭାଇ ରହୁଥାନ୍ତି, ସେମାନେ ହେଲେ ରାମ, ଶ୍ୟାମ ଓ ମୋହନ । ସେମାନଙ୍କ ବାପା ମରିଯିବା ପରେ ବଡ ଦୁଇଭାଇ ସବୁ ସମ୍ପତ୍ତି ଭାଗ କରିନେଲେ । ସାନ ମୋହନ ଥିଲା ଗଜମୂର୍ଖ । ତାକୁ ଗୋଟାଏ ବଳଦ ଓ କାଠ ବାକ୍ସଟିଏ ଦେଇ ତା’ର ବଡଭାଇମାନେ ତାକୁ ଠକିଦେଲେ ।                 ଦିନେ ମୋହନ ଦେଖିଲା ରାମ ଓ ଶ୍ୟାମ ହାଟକୁ ଯାଉଛନ୍ତି ଓ ବ୍ୟବସାୟ କରି ପଇସା ରୋଜଗାର କରୁଛନ୍ତି । ଏହା ଦେଖି ସେ ଭାବିଲା, “ମୁଁ ମଧ୍ୟ...

Read More

ବିଦୂଷକଙ୍କ ମନ୍ତ୍ରଶକ୍ତି

ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ ।                 ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ ।                 ରାଜାଙ୍କ...

Read More

ମହାଭାରତ

ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ