ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ । ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା । ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି ହାତରେ ଗୋଟିଏ ସୁନାର ବଲ୍ ଧରି ଖେଳୁଥିଲା । ଛୋଟ ରାଜକୁମାରୀର...
ଗଙ୍ଗାପୁର ଗାଁ ବାହାରେ ଗୋଟିଏ ମନ୍ଦିର ଥାଏ । ଗାଁ ଭିତରୁ ମନ୍ଦିରକୁ ଯିବାକୁ ହେଲେ ଗୋଟିଏ ଅପନ୍ତରା ଅଂଚଳ ପାରି ହୋଇ ଯିବାକୁ ହେଉଥାଏ । ଲୋକେ ସବୁଦିନ ସକାଳେ ଓ ସନ୍ଧ୍ୟାବେଳେ ମନ୍ଦିରକୁ ଯାଇ ପୂଜା ପ୍ରାର୍ଥନା କରୁଥାନ୍ତି । ସେ ଅପନ୍ତରା ଭିତରେ, ଗୋଟାଏ ଗଛରେ ଏକ ପିଶାଚ ରହିଥାଏ । ସେ ଭାବୁଥାଏ, “ଲୋକେ ଏମିତି ଭାବରେ ସେ ଦେଉଳକୁ ଦୌଡୁଛନ୍ତି, ଦେଉଳରେ ଥିବା ଦିଅଁ କ’ଣ ସେମାନଙ୍କର କିଛି ଉପକାର...
ଦିନେ ମହାରାଜା କୃଷ୍ଣ ଚନ୍ଦ୍ର, ଗୋପାଳ ନିକଟରେ ଥିବା ସମୟରେ ଭୋଜନ କରୁ ଥିଲେ । ମହାରାଜା ପଚାରିଲେ –
‘ଗୋପାଳ ଆଗେ କ’ଣ ଖାଇବାକୁ ଭଲ ହୁଏ କୁହତ ।’ ତତ୍କ୍ଷଣାତ୍ ଗୋପାଳ କହିଲେ –
ମହାରାଜା ଆଗେ ପୋଡା ଖାଅ ।
ଆପଣଙ୍କର ସେହି ପୋଡା ମୁହଁରେ ଯାହା ଖାଇବେ ତାହା ଭଲ ଲାଗିବ ।
ମହାରାଜା ମନେ ମନେ ଲଜ୍ଜିତ ହେଲେ ।
ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ । ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା ।...
ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ । ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା । ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ ଭାବୁଥାଏ...
(“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ।”) ଏହି ସବୁ ଘଟଣା...
ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା ।...
ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଗୋଟିଏ ରାଜାଙ୍କର ମନ୍ତ୍ରୀ ହୋଇଥିଲେ । ରାଜା ତାଙ୍କ କାର୍ଯ୍ୟରେ ଓ ପାଣ୍ଡିତ୍ୟରେ ଅତି ଖୁସିଥିଲେ । ଦିନେ ରାଜା ବଣକୁ ବୁଲିବାହାରିଲେ । ତାଙ୍କ ସାଙ୍ଗରେ ଅନେକ ଅନୁଚର ଯାଇଥିଲେ । ନଅରର ରମଣୀମାନେ ଓ ରାଣୀ ମଧ୍ୟ ଯାଇଥାନ୍ତି । ରାଜା ବଣରେ ପରିଷ୍କାର ପାଣିଭରା ଗୋଟିଏ ପୋଖରୀ ଦେଖିଲେ । ସେ ସେହି ପୋଖରୀରେ ଗାଧୋଇବାପାଇଁ ମନ କଲେ । ରାଜାଙ୍କ ଅନୁଚରମାନେ ପୋଖରୀ କୂଳରେ ତମ୍ବୁ ପକାଇଲେ ।...
ଗୋଟିଏ ବଣରେ ଜଣେ ବୁଢା ଶିକାରି ବାସ କରୁଥିଲା । ତା’ର ଗୋଟିଏ ପୁଅ ଥିଲା । ଶିକାରି ପୁଅଟି ବଣ ସାରା ବୁଲି ବୁଲି ଗୋଟିଏ ମଧ୍ୟ ଶିକାର ପାଇଲା ନାହିଁ । ତେଣୁ ମନରେ ବହୁତ କଷ୍ଟ ଅନୁଭବ କଲା । ଏଣେ ସଞ୍ଜବେଳ ହୋଇଯାଇଥାଏ । ଶିକାରି ପୁଅ ତ ଘରକୁ ଫେରିବାକୁ ମନସ୍ଥ କଲାବେଳକୁ ନିକଟରେ ଘଷର ଘଷର ଶବ୍ଦ ଶୁଣାଗଲା । ଗୋଟିଏ ବନ୍ୟଶୁକର ଆସି ଶିକାରି ପୁଅଟିକୁ ଭୁଷିଦେଲା । ସାଧାରଣ ବନ୍ୟ ଶୁକରଠାରୁ ପରାଜିତ ହେବାକୁ ତାକୁ ଭଲ ଲାଗିଲା...
ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ । ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ ଫୁଙ୍ଗୁଳା ଦେହରେ ବସିଥିବା ସାଧୁଙ୍କୁ ଦେଖି ରାଜା ନିର୍ଦ୍ଧେଶ ଦେଲେ...
ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ । ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...
ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...
ଦୁଇଶହ ବର୍ଷ ପୂର୍ବର କାହାଣୀ – କେରଳରେ ତାଲଙ୍ଗୋଡୁ ଗ୍ରାମରେ ପାର୍ବତୀ ଆମ୍ମା ନାମକ ଏକ ମହିଳା ଥା’ନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଥିଲା ରାମକୁଟ୍ଟି । ରାମକୁଟ୍ଟି ରାଜାଙ୍କ ଦରବାରରେ କାମ କରୁଥିଲେ । ତେଣୁ ସେ ଏତେ ବ୍ୟସ୍ତ ଥା’ନ୍ତି ଯେ ତାଙ୍କର ଘରକୁ ଫେରିବା ସମୟର କୌଣସି ସଠିକତା ନଥାଏ । ପାର୍ବତୀ ଆମ୍ମାଙ୍କର ଅଧିକାଂଶ ସମୟ ଭଗବାନ୍ ସୁବ୍ରହ୍ମଣ୍ୟମ୍ଙ୍କ ପୂଜା ପ୍ରାର୍ଥନାରେ କଟେ । ସେ ଅତି ଭକ୍ତିରେ...
ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ ।...
ଶ୍ରୀପୁର ଗ୍ରାମରେ ଭୂଷଣ ନାମକ ଜଣେ ଚାଷୀ ରହୁଥାଏ । ତା’ସ୍ତ୍ରୀ ରେବତୀ ବଡ କଟୁ ସ୍ୱଭାବର ଥିଲା । ଭୂଷଣ ତା’ ସ୍ତ୍ରୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା । କିନ୍ତୁ ରେବତୀ ତା’ର ନରମ ସ୍ୱଭାବର ଲାଭ ଉଠାଇଲା ଓ ସଦା ସର୍ବଦା ହୁକୁମ ଦେଇ ଚାଲିଲା । ବିଚାରା ଭୂଷଣ କ’ଣ କରିବ? ଚୁପ୍ ରହିଥାଏ । ସେମାନଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ । ବଡ ଦୁଇଝିଅ ଓ ପୁଅ ମା’ କଥାରେ ଚାଲନ୍ତି । ସେମାନେ ପଦେବି କଥା...
ପୂଝାରି ସ୍ତ୍ରୀଲୋକଟି ବିଜୟ-ରୂପୀ ଜୟସିଂହଙ୍କୁ ସ୍ନେହଭାବ କଣ୍ଠରେ ଡାକିଲା “ପୁଅ, ତୁ ତ ଆଜି ଅଧାପେଟରେ ଚାଟଶାଳି ଯାଇଥିଲୁ । ତେଣୁ ଆ, ଭଲକରି ମୁଠେ ଖାଇବୁ ଆ ।” ଜୟସିଂହଙ୍କୁ ତାଙ୍କ ଆଜ୍ଞାବହ ପୂଝାରିର ଏଭଳି ସମ୍ବୋଧନ ଶୁଣି ବଡ ଅଡୁଆ ଲାଗିଲା । ତେବେ ସେ ଯାଇ ଚୁପ୍ଚାପ୍ ଖାଇବାକୁ ବସିଲେ । ତାଙ୍କୁ ପୂଝାରି ଯେତିକି ଖାଇବାକୁ ଦେଇଥାଏ, ତାହା ଜଣେ ବଡ ମଣିଷ ପାଇଁ ଆଦୌ ଯଥେଷ୍ଟ ନୁହେଁ । କାହିଁକିନା...
ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି । ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ...
ଗୋଟିଏ ଗାଁରେ ଦୁଇଟି କୁକୁଡା ଦାନା ଖାଉଥିଲେ । ଦାନା ଖାଉ ଖାଉ ଗୋଟିଏ କୁକୁଡା ସେଠାରେ ଖଣ୍ଡେ ସୁନା ପଡିଥିବାର ଦେଖିଲା । ଏହା ଦେଖି ଆର କୁକୁଡାଟି କହିଲା ସୁନା କେଉଁଠୁ ମିଳେ ତୁ ସେ ସୁନାଟିକୁ ଖାଇଦେ । ତେଣୁ ଆର କୁକୁଡାଟି କହିଲା ମୋର ସୁନା କ’ଣ ହେବ ମୋ ପାଇଁ ତ ଧାନ ହିଁ ଭଲ ।
ଯାହା ଦରକାର ନାହିଁ ତା ପାଇଁ କାହିଁକି ଲୋଭ କରିବା ।
ବୁଦ୍ଧିମାନ୍ କହିଲେ, “ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ । ସେଥିପାଇଁ ସମସ୍ତେ ନୀରବ । ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳସବୁ ଶିଖାଇବେ । ଏଠାରେ ଆମେ ମଧ୍ୟ ଯତ୍ନର ସହିତ ଆପଣଙ୍କୁ ରଖାଇଛୁ । ଆନନ୍ଦ ଓ ଖୁସିରେ ରହନ୍ତୁ । ଆପଣ ଦେଶକୁ...
ଗୋଟିଏ ସହରରେ ଚିତ୍ରାଙ୍ଗ ନାମକ ଏକ କୁକୁର ରହୁଥିଲା । ଥରେ ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ମଣିଷମାନେ ଖାଇବା ବିନା ପୋକମାଛି ପରି ମଲେ । ଏପରି ଅବସ୍ଥାରେ ପଶୁମାନଙ୍କ କଥା କିଏ ବୁଝିବ । ଏହା ଦେଖି ଚିତ୍ରାଙ୍ଗ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଠିକ୍ କଲା । ସେଠାରେ ପହଁଚିବାପରେ ସେ ସଂଗେ ସଂଗେ ତାର କାର୍ଯ୍ୟ ଆରମ୍ଭ କରିଦେଲା । ଜଣେ ଗୃହସ୍ଥର ଘରଣୀଙ୍କର ଅସାବଧାନତାର ସୁଯୋଗ ନେଇ ତାଙ୍କ ଘରେପଶି ସମସ୍ତ ଖାଦ୍ୟ...
ଗୋଟିଏ ଗାଁରେ ଚାଷୀ ପରିବାରଟିଏ ଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତାର ନାମ ହେଉଛି ମାଳତୀ । ବାପା, ମା’ ନିରକ୍ଷର ଥିଲେ । ତେଣୁ ସେମାନେ ଚାହିଁଲେ ମାଳତୀକୁ ପାଠ ପଢାଇ ମଣିଷ କରିବେ । ତାଙ୍କ ଗାଁରେ ତ ସ୍କୁଲ୍ ନଥିଲା ତେଣୁ ମାଳତୀ ପାଖ ଗାଁ ସ୍କୁଲ୍କୁ ପାଠ ପଢିବାକୁ ଯାଉଥିଲା । ନିଜ ଗାଁ ଠାରୁ ଆର ଗାଁଟି ଟିକିଏ ଦୂର । ମାଳତୀ ପ୍ରତିଦିନ ସକାଳେ ପଖାଳ ଗଣ୍ଡେ ଖାଇ ଦେଇ ସ୍କୁଲ୍କୁ ଯାଏ ଓ ଚାରିଟାବେଳକୁ ପୁଣି ଫେରି ଆସେ ।...
ଥରେ ଗୋଟିଏ କୁକୁଡାଛୁଆ ବଗିଚାରେ ଖୋଲା ଆକାଶ ତଳେ ବୁଲୁଥିଲାବେଳେ ଗୋଟିଏ ଗୋଲାପ ଗଛରୁ ପତ୍ରଟିଏ ତା ଲାଞ୍ଜ ଉପରେ ପଡିଗଲା । ହଠାତ୍ ସେ ଚମକି ପଡିଲା ଏବଂ ଭାବିଲା ଆକାଶରୁ ଖଣ୍ଡେ ତା ଲାଞ୍ଜ ଉପରେ ଖସି ପଡିଛି । ଏକଥା ଭାବି ସେ ଦୌଡିବାକୁ ଲାଗିଲା । ସେ ଦୌଡି ଯାଉଯାଉ ବାଟରେ ‘ହେନିପେନି’ ନାମକ ଏକ କୁକୁଡାକୁ ଭେଟିଲା । ସେ ବଡପାଟିରେ ଚିତ୍କାରକରି କହିଲା ‘ହେ ହେନିପେନି! ଆକାଶ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି ।’ ହେନିପେନି...
ଗୋଟିଏ ବିରୁଡି ସାପର ମୁଣ୍ଡ ଉପରେ ବସି ସେ ସାପକୁ ବହୁତ ହଇରାଣ କଲା । ଏଥିରେ ସେ ସାପ ରାଗିଯାଇ ତାର ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ଗୋଟିଏ ଶଗଡ ଆସୁଥିବା ଦେଖି ଭାବିଲା, ଶଗଡ ତଳେ ମୁଣ୍ଡ ଦେଇ ଦେଲେ ବିରୁଡିଟା ପେଷିହୋଇ ମରିଯିବ । ଏହା ଭାବି ସେ ସାପ ଶଗଡ ତଳେ ମୁଣ୍ଡ ଦେଇ ଦେଲା । ମୁଣ୍ଡ ଉପରେ ଯେଉଁ ବିରୁଡି ବସିଥିଲା ସେ ତ ଚାପି ହୋଇଗଲା, ତା’ ସାଙ୍ଗରେ ସାପର ମୁଣ୍ଡ ଚାପି ହୋଇ ସେ ସାପ ବି...
ପଦନପୁର ଗାଆଁରେ ଜଣେ ବ୍ରାହ୍ମଣ ଓ ବ୍ରାହ୍ମଣର ସ୍ତ୍ରୀ ବାସ କରୁଥିଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ନ ହେବାରୁ ସେମାନେ ବହୁତ ମନଦୁଃଖରେ ସମୟ ଅତିବାହିତ କରୁଥାନ୍ତି । ବ୍ରାହ୍ମଣୀ ନାନାପ୍ରକାର ବ୍ରତ କରେ । ବ୍ରାହ୍ମଣ ମଧ୍ୟ ପ୍ରତିଦିନ ଠାକୁରକୁ ଡାକି କହେ, “ ହେ ପ୍ରଭୁ ! ଆମ କୋଳରେ ଗୋଟିଏ ପିଲା ଦିଅ । ” ଠାକୁର ସେମାନଙ୍କର ଦୁଃଖ ଶୁଣିଲେ । ବ୍ରାହ୍ମଣୀ ଗର୍ଭବତୀ ହେଲା । କିଛିଦିନ ପରେ ବ୍ରାହ୍ମଣୀ...
ତିନ୍ନଡୁ ସେହିଠାରେ ହିଁ ରହିଗଲେ, ତାଙ୍କ ସହିତ ଆସିଥିବା ଶବରମାନେ ସେଠାରୁ ଫେରିଗଲେ । ସେ ଭାବିଲେ, “ଆହା, କେତେଦିନ ହେବ ମୋର ପ୍ରଭୁ ଉପବାସରେ ରହିଛନ୍ତି, ଯାଏଁ ମୁଁ କିଛି ଖାଦ୍ୟର ଯୋଗାଡ ତାଙ୍କ ପାଇଁ କରେ ।” ତା’ପରେ ତିନ୍ନଡୁ ନିଜର ଧନୁଷବାଣ ଧରି ଜଙ୍ଗଲକୁ ଗଲେ । ଜଙ୍ଗଲରୁ ଜନ୍ତୁଟିଏ ଶିକାର କରି ତାକୁ ସେ ନିଆଁରେ ସିଝାଇ ନେଇ ଆସିଲେ ଓ ନଦୀରୁ କିଛି ପାଣି ମଧ୍ୟ ଆଣିଲେ । ସ୍ନାନ କରାଇବା ପରେ ସେହି ସିଝା ମାଂସକୁ...
ଏ ଦେଶରେ ଦେବତା ମାନଙ୍କର ଅବତାର ଗ୍ରହଣ ହେବା କଥା ସମସ୍ତେ ଜାଣନ୍ତି । ସେଥିପାଇଁ ଭାରତ ଦେଶକୁ ଦେବ ଭୂମି ଭାରତ ବର୍ଷ କହନ୍ତି । ଏହି ଭାରତ ଦେଶରେ କାଶୀ ନାମକ ଏକ ସହର ଥିଲା । ହିନ୍ଦୁ ମାନଙ୍କ ଲାଗି ତାହା ଥିଲା ତୀର୍ଥ ଭୂମି । କାଶୀ ନଗରରେ ହଜାର ହଜାର ମଠ ମନ୍ଦିର ଥିଲା । ଯାତ୍ରୀ ମାନଙ୍କ ଲାଗି ଭାରତର ଧନାଢ୍ୟ ବ୍ୟକ୍ତି ମାନେ ବଡ ବଡ ଧର୍ମଶାଳା ମାନ ନିର୍ମାଣ କରିଥିଲେ । ସେହିଠାରେ ଯାଇ ଦୂର ଦୂରାନ୍ତରରୁ ଆସୁଥିବା...
ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ । ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ ପହଁଚିଲେ । ସୁଗନ୍ଧପୁର ଗ୍ରାମର ବିଶ୍ୱାସ ନାମକ ଜଣେ ଯୁବ ଶିଳ୍ପୀ...
ରଙ୍ଗପୁରର ମାଧବ ଜଣେ ଉଦୀୟମାନ ଯୁବକ; ପିଲାବେଳଠୁଁ ନାନା ଶାସ୍ତ୍ର ପଢି ସେ ଅନେକ ଜ୍ଞାନ ଅର୍ଜନ କରିଥାଏ । ଏଣୁ ସେ ଗ୍ରାମସାରା ତା’ର ଖାଲି ପ୍ରଶଂସା । ଯିଏ ଯାହା ପ୍ରଶ୍ନ କରୁ ପଛେ, ସେ ତତ୍କ୍ଷଣାତ୍ ତା’ର ଉତ୍ତର ଦିଏ; ସେଥିପାଇଁ ସେ ବଡ ଲୋକପ୍ରିୟ ହୋଇଥାଏ । ଏତେ ପ୍ରଶଂସା ପାଇବା ଯୋଗୁଁ ତା’ ମନ ମଧ୍ୟରେ କ୍ରମେ ଗର୍ବ ଓ ଅହଂକାର ସୃଷ୍ଟି ହେଲା । ଥରେ ସେହି ଗ୍ରାମକୁ ଜଣେ ତେଜସ୍ୱୀ ସାଧୁ ଆସିଥିଲେ ।...
ରାତି ପାହି ସକାଳ ହେଲା, ରାଜା ଦିୱାନ୍କୁ ତୁରନ୍ତ ଆସିବାକୁ କହିଲେ । ସମ୍ବାଦ ପାଇ ଦିୱାନ୍ ସଙ୍ଗେ ସଙ୍ଗେ ଆସି ଛାମୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଗଲା । ଦିୱାନ୍ଙ୍କୁ ଦେଖି ରାଜା ତାଙ୍କୁ ଆଦେଶ ଦେଲେ – ଦେଖ ଆଜି ରାତ୍ରିର ଦ୍ୱିତୀୟ ଘଡି ପରେ ଏକ ସାପ ଆସି ମୋତେ ଦଂଶନ କରିବ । ସେଥି ଲାଗି ତୁମେ ମୁଁ ଯାହା କହୁଛି ପାଳନ କର । ଦିୱାନ୍ କହିଲା – ତାହା ହେଲେ ଆଦେଶ କରନ୍ତୁ ଛାମୁ । ଆଦେଶ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଯାହା...
ରାମ ସୁଗ୍ରୀବଙ୍କୁ ସଙ୍ଗରେ ନେଇ କିସ୍କିନ୍ଧ୍ୟାକୁ ଗଲେ । ସେତେବେଳେ ସୁଗ୍ରୀବଙ୍କ ବେକରେ ବଣମଲ୍ଲୀର ହାର ଥିଲା । ସୁଗ୍ରୀବ ଓ ଲକ୍ଷ୍ମଣ ଦୁହେଁ ଆଗେ ଆଗେ ଚାଲୁଥିଲେ । ପଛରେ ରାମ, ହନୁମାନ, ନଳ, ନୀଳ ଇତ୍ୟାଦି ଚାଲୁଥିଲେ । ବାଟରେ ଏକ ଘନ ଅରଣ୍ୟ ଦେଖାଗଲା । ଶ୍ରୀରାମ ସେହି ଅରଣ୍ୟ ବିଷୟରେ ସୁଗ୍ରୀବଙ୍କୁ କିଛି ପଚାରିଲେ । ସୁଗ୍ରୀବ କହିଲେ, “ଏକଦା ଏହି ଅରଣ୍ୟ ମୁନିମାନଙ୍କ ଆଶ୍ରମରେ ପୂର୍ଣ୍ଣ ଥିଲା । ସର୍ବଦା ଯଜ୍ଞ ଅଗ୍ନିର...
ଅରବିନ୍ଦପୁର ଗ୍ରାମରେ ଅତୁଲ ନାମରେ କୋଡିଏ ବର୍ଷ ବୟସର ଯୁବକଟିଏ ଥାଏ; ସେ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଥିଲା । ଦିନେ ତା’ର ବାପା ତାକୁ କିଛି ଧନ ଦେଇ କହିଲେ, “ପୁଅ, ଏତକ ଧନ ନେଇ ତୋର ବୁଦ୍ଧି ଓ ପ୍ରତିଭା ବଳରେ ଧନ ଅର୍ଜ୍ଜନ କରିବୁ ।” ଅତୁଲ ପିତାଙ୍କର ଆଶିର୍ବାଦ ନେଇ ସହରକୁ ଗଲା । ଯାଉଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେଠାରେ ଗୋଟିଏ ବଡଗଛ ଛାଇରେ ସେ ବିଶ୍ରାମ ନେଲା । କିଛି ସମୟ ପରେ ସେଠାରେ ଆଉ ଜଣେ ଯୁବକ ଆସି...
“ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି । ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।” ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ ସ୍ୱାମିଜୀଙ୍କର ନାଁ ବିଶ୍ୱବିଖ୍ୟାତ ହୋଇ ସାରିଥାଏ । ସେ...
ଲକ୍ଷ୍ମୀ, ନାରାୟଣଙ୍କର ଆଳାପ ଚାଲିଛି ଅଳକାପୁରୀରେ । ଏହି ସମୟରେ ଅତର୍କିତ ଭାବରେ ଦେବର୍ଷି ନାରଦ ସେଠାରେ ପହଁଚିଗଲେ । ଦେଖିଲେ ଲକ୍ଷ୍ମୀ, ନାରାୟଣଙ୍କର ଯୁଗଳ ମୂରତି । ଉଭୟେ ଖୁସି ଗପ ହେଉଛନ୍ତି । ନାରାୟଣ, ନାରାୟଣ ନାରଦ କହିଲେ, ପ୍ରଭୁ, ସବୁଠି ଦେଖିଲି ସବୁ ମାୟାରେ ବାୟା । ବାୟା ନୁହେଁ କେବଳ ଏ ଦେବର୍ଷି ନାରଦ । ନାରଦଙ୍କ ମନରେ ଅହଂକାର ଆସିଛି । ଏହି କଥା ଜାଣିପାରିଲେ ନାରାୟଣ । ନାରାୟଣ, ନାରଦକୁ କହିଲେ, କାଳବିଳମ୍ବ...