ଏହା ପଢିବା ପୂର୍ବରୁ “କାହାଣୀରେ ଅବୋଲକରା” ପଢନ୍ତୁ ଏହି ପରି ଭାବରେ ବୋଲକରା ଉପଦେଷ୍ଟାଙ୍କ ସାଙ୍ଗରେ ପୁଣ୍ୟ ଇଣ୍ଡିଆ ବର୍ଷର ଚାରୋଟି ଧାମ ପରିଭ୍ରମଣ କଲା । ଯେଉଁ କାଳରେ ଆଜିପରି ଯାତ୍ରା ନିମନ୍ତେ ଯାତ୍ରୀଙ୍କ ଲାଗି କୌଣସି ଯାନ ବାହନ ନଥିଲା । ସେତେବେଳେ ତୀର୍ଥ ଯାତ୍ରୀ ମାନେ ଆବଶ୍ୟକ ଚୁଡା ଚାଉଳ ଡାଲିକୁ ଗଣ୍ଠିଲି କରି କାନ୍ଧରେ କାନ୍ଧେଇ ସାରା ଇଣ୍ଡିଆ ପାଦ ଚଲାରେ ପରିଭ୍ରମଣ କରୁ ଥିଲେ । ସେଥି ଯୋଗୁଁ...
ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ । ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...
ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଗୋଟିଏ ରାଜାଙ୍କର ମନ୍ତ୍ରୀ ହୋଇଥିଲେ । ରାଜା ତାଙ୍କ କାର୍ଯ୍ୟରେ ଓ ପାଣ୍ଡିତ୍ୟରେ ଅତି ଖୁସିଥିଲେ । ଦିନେ ରାଜା ବଣକୁ ବୁଲିବାହାରିଲେ । ତାଙ୍କ ସାଙ୍ଗରେ ଅନେକ ଅନୁଚର ଯାଇଥିଲେ । ନଅରର ରମଣୀମାନେ ଓ ରାଣୀ ମଧ୍ୟ ଯାଇଥାନ୍ତି । ରାଜା ବଣରେ ପରିଷ୍କାର ପାଣିଭରା ଗୋଟିଏ ପୋଖରୀ ଦେଖିଲେ । ସେ ସେହି ପୋଖରୀରେ ଗାଧୋଇବାପାଇଁ ମନ କଲେ । ରାଜାଙ୍କ ଅନୁଚରମାନେ ପୋଖରୀ କୂଳରେ ତମ୍ବୁ ପକାଇଲେ ।...
ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ ରାଜକୁମାରୀକୁ ତା’ର ଇଚ୍ଛା ବିରୁଦ୍ଧରେ ବିବାହ ଦିଆଯାଉଛି; ପୁଣି ସେ...
ବିଭାବସୁ ଜଣେ ବଡ ବୈଦ୍ୟ ଥିଲେ । ସମସ୍ତେ କୁହନ୍ତି କି ତାଙ୍କ ହାତରେ କୁହୁକ ଶକ୍ତି ଅଛି । ତାଙ୍କ ନିକଟରେ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରିବାକୁ ମଣିରାଜ ନାମକ ଜଣେ ଯୁବକ ଆସିଲେ, ସେ ଗୁରୁଙ୍କର ଗଭୀର ଜ୍ଞାନ ଦେଖି ତାଙ୍କୁ ଅତ୍ୟନ୍ତ ଭୟ କରୁଥିଲେ ଓ ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । ଏଥିସହ କିଛିଟା ଈର୍ଷ୍ୟା ମଧ୍ୟ ତାଙ୍କ ମନର ଗୋପନ ଅଂଶରେ ଥାଏ । ଥରେ ସେହି ଗ୍ରାମରେ ଓ ତା’ ପଡୋଶୀ ଗ୍ରାମରେ ଏକ ନୂଆ ରୋଗ ଦେଖା ଦେଲା । ସେ...
ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ ଅତି ସହଜରେ ସମାଧାନ କରି ଦେଉଥିଲେ । ...
ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁବାବା ରହୁଥିଲେ । ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା । ଗେରୁଆ ପିନ୍ଧାବସ୍ତ୍ର ବି ଖଣ୍ଡିକରୁ ଦିଖଣ୍ଡ ନ ଥିଲା, ଅନ୍ୟବସ୍ତୁ କଥା ପଚାରେ କିଏ? ଦିନକର କଥା, ରାତି ଅଧରେ ଚୋରଟିଏ ଆଶ୍ରମରେ ପହଁଚିଲା । ସେ ଆଶ୍ରମସାରା ଯେତେ ଖୋଜାଲୋଡା କଲେ ବି କିଛି ପାଇଲା ନାହିଁ । ସେ ଫେରି ଯିବାକୁ ବିଚାର କରୁଥିଲା ବେଳେ ସାଧୁବାବା ନିଦରୁ ଉଠିପଡିଲେ । ଚୋରର ମନ ଭାବ ଜାଣି...
ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ ପାଣି ଦେଖି ଏଠାକୁ ଚାଲିଆସିଛି । ତୁ ମଧ୍ୟ ଏଠାକୁ ଚାଲିଆ...
ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ ବିଭିନ୍ନ ପରାମର୍ଶ ନିଅନ୍ତି ଏଭଳିକି ସେ ନିଜେ ନଖାଇ ଅନ୍ୟକୁ...
ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୮୦୦ ଦ୍ୱୀପ ପୁଞ୍ଜ ସମୁହକୁ ୧୬୪୩ ଶତାଦ୍ଦୀରେ ଆବିଷ୍କାର କରାଯାଇଥିଲା; ତା’ର ନାମ ଫିଜି । ୧୮୭୪ ମସିହାରେ ଏହା ଏକ ବ୍ରିଟିଶ୍ ଉପନିବେଶରେ ପରିଣତ ହୋଇଥିଲା । ଏହାର କ୍ଷେତ୍ରଫଳ ୧୮,୩୭୬ ବର୍ଗ କିଲୋମିଟର; ଏହାର ଜନସଂଖ୍ୟା ହେଲେ ମାତ୍ର ସାଢେ ସାତ ଲକ୍ଷ । ଏହାର ରାଜଧାନୀ ହେଲା ଶୁଭା । ଉନବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ହଜାର ହଜାର ଭାରତୀୟ ଆଖୁଚାଷ ପାଇଁ ଫିଜିରେ ଯାଇ ବସବାସ କଲେ ।...
କେଉଟଟିଏ ମାଛଧରି ତା ପେଟ ପୋଷେ । ଯେଉଁଦିନ ସେ ମାଛ ଧରେ ନାହିଁ, ଜାଣ ସେଦିନ ତାର ରୋଜଗାର ବନ୍ଦ ରହେ । ତେଣୁ ସେଦିନ ସେ ଉପବାସରେ ଶୋଇଯାଏ । ଦିନେ ନଦୀରେ ମାଛ ଧରିବା ସମୟରେ ସେ କେଉଟର ଜାଲ ଭିତରେ କ’ଣ ପଡିଲା କେଜାଣି ସେ ତାକୁ କୂଳକୁ ଘୋଷାରି ଆଣିଲା ବେଳକୁ ତାହା ଖୁବ୍ ଓଜନିଆ ଲାଗିଲା । ଜାଲଟିକୁ କୂଳରେ ଆଣି ସେ କେଉଟଟି ଦେଖିଲା ବିରାଟ ଏକ କଇଁଛ ତା ଜାଲରେ ପଡିଛି । ତେଣୁ ସେ କଇଁଛଟିକୁ କାଢି ବିକିବା ପାଇଁ ନେବ ବୋଲି...
ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ । ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିଲା । ସୁତରାଂ ଦୁର୍ନୀତି...
ଗଜପୁର ଗ୍ରାମରେ ଶଙ୍କରଦାସ ନାମକ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥା’ନ୍ତି । ତାଙ୍କର ଯେତିକି ଧନ ଥିଲା ଯଶ ମଧ୍ୟ ଠିକ୍ ସେତିକି ଥିଲା । ଦିନେ ସେ ସଂଧ୍ୟାବେଳେ ପଡୋଶୀ ଗ୍ରାମରୁ ଫେରିବା ବେଳେ ବାଟରେ ତାଙ୍କ ଗୋଡ ଖସିଗଲା । ଯାହା ଦ୍ୱାରାକି ସେ ଗୋଟାଏ ପଙ୍କ ଗଡିଆରେ ପଡି ପ୍ରାୟ ଛାତି ପର୍ଯ୍ୟନ୍ତ ପଙ୍କରେ ବୁଡିଗଲେ । ସେ ତା’ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି ଓଲଟି ସେ ସେତେ ଆହୁରି ତା’ଭିତରକୁ ବୁଡିଲେ । ତେଣୁ ସେ ଆଉ...
ସପ୍ତଦଶଦିନ ପ୍ରଭାତ ହେବାକ୍ଷଣି ନିତ୍ୟକର୍ମ ଶେଷ କରି ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଶୁଭ ମୁହୂର୍ତ ଦେଖି ସେଥିରେ ଆରୋହଣ କରିବାକୁ ଉଦ୍ୟତ ହୁଅନ୍ତେ ପରବର୍ତ୍ତି ପୁତ୍ତଳିକା ବିଦ୍ୟାବତୀ ତାଙ୍କର ପଥ ଓଗାଳି କହିଲା, “ଆପଣ କ’ଣ ମହାରାଜା ବିକ୍ରମାଦିତ୍ୟଙ୍କ ପରି ତ୍ୟାଗୀ, ତପୀ, ପ୍ରଜାପାଳକ? ତାଙ୍କ ପରି ଆପଣଙ୍କର ଧର୍ମ, କର୍ମ, ଯଶ, ଖ୍ୟାତି ସମଗ୍ର ଜଗତରେ ପ୍ରସାରିତ? ତାଙ୍କ ସମ୍ପର୍କରେ ଏଇ କାହାଣୀଟି ଶୁଣନ୍ତୁ ।...
ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ । ଉଠ ଅବଲୋକରା ପାହିଲା ରାତି ଯିବା ତୀର୍ଥ ଜାଣ ଚଂଚଳ ମତି । ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା । ...
କୃଷ୍ଣପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ଥା’ନ୍ତି । ତାଙ୍କ ଘରର ପଛପଟେ ଏକ ଗଭୀର କୁଅ ଥାଏ, ତାକୁ ସମସ୍ତେ ପାତାଳ ଗଙ୍ଗା କହୁଥାନ୍ତି । ସେ କୁଅରେ ଥାଏ ଏକ କଚ୍ଛପ । କୁହାଯାଏ କୃଷ୍ଣଶାସ୍ତ୍ରୀଙ୍କ ଜେଜେବାପା ତାକୁ ସେଥିରେ ଆଣି ଛାଡିଥିଲେ । କୃଷ୍ଣଶାସ୍ତ୍ରୀଙ୍କ ଘର ପଛପଟେ ଏକ ବିରାଟ ଖୋଲା ସ୍ଥାନ ଥାଏ । ସେଠାରେ ଗ୍ରାମର ଲୋକମାନେ ଆସି ଏକତ୍ରିତ ହୁଅନ୍ତି । କୃଷ୍ଣଶାସ୍ତ୍ରୀ ସେଠାରେ ପୁରାଣ ପଢି...
ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା । ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି ଶିକ୍ଷାର୍ଥୀଙ୍କୁ ନିଜ ପାଖରେ ରଖୁ ନଥିଲେ । ଜଣେ ଦୁଇଜଣ କରି ରହିଲେ...
ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେ ବାଟରେ ସେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡେ ଅନାଇ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେସବୁର ପରିମାଣ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, “ବାଃ, କେଡେ ଚମତ୍କାର ଆମ୍ବ ବଗିଚା!” ଏହି କଥାରେ ତାଙ୍କ ଗୁମାସ୍ତା...
ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ । ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର ଦୁଃଖ ତାଙ୍କ ଆଗରେ ପ୍ରକାଶ କଲେ । ...
କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ ଭାରି ଭଲ ପାଆନ୍ତି । ତା ପାଟି ଶୁଣିଲେ ପିଲାମାନେ ଗ୍ଲାସ...
କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ଭାଣ୍ଡ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା । ଏକ ସଙ୍ଗରେ ବସି କଥା ବାର୍ତ୍ତା ହେଉ ଥିଲେ । ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟ ବଶତଃ ଗୋପାଳ ଭାଣ୍ଡ ଅଲ୍ଲୀ ଘରକୁ ଗଲା । ସେତେ ବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉ ଥାଏ । ଗୋପାଳ ତାକୁ ଦେଖି ହସି ହସି କହିଲା – କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ? ଭାତ ଗୁଣ୍ଡାଟା ଗର୍ଭସାତ କରି ଅଲ୍ଲୀମିଆଁ ଉତ୍ତର ଦେଲା –...
ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ । ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ...
ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା ।...
ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ । ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ...
ଗ୍ରାମ ମୁଣ୍ଡକୁ ଲାଗି ବିସ୍ତାରିତ ଗୋଟେ ପଡ଼ିଆ । ସେହି ପଡ଼ିଆ ମୁଣ୍ଡରେ ଥାଏ ଏକ ବଡ଼ ବରଗଛ । ବରଗଛ ମୂଳକୁ ଲାଗି ଗୋଟିଏ ବଡ଼ ହୁଙ୍କା । ହୁଙ୍କାକୁ ଲାଗି ରହିଥାଏ ଗୁଡାଏ ଛୋଟିଆ ବୁଦୁବୁଦିଆ ଘଞ୍ଚ କଞ୍ଚାଗଛ । ତାରି ମଧ୍ୟରେ ଗୋଟିଏ ଟିକି ଚଢ଼େଇ ଆସି ବସା ବାନ୍ଧି ରହିଲା । ସେଠାରେ କିଛିଦିନ ରହିବାପରେ ସେ ଦେଖିଲଯେ ଆଉ ଗୋଟେ ଛୋଟ ଚଢ଼େଇ ଆସି ବରଗଛର ଉପରେ ବସା ବାନ୍ଧି ରହିଲା । ତଳ ଟିକି ଚଢ଼େଇ କହିଲା – ଯାହା ହେଉ ଭଲ ହେଲା...
ଭୀମ ଯେମିତି ବଳୁଆ, ଠିକ୍ ସେମିତି ସେ ସାହସୀ ମଧ୍ୟ । ଗାଁ ଲୋକେ ତାକୁ ବଡ ଭଲ ପାଉଥିଲେ । ଯାହା ଘରେ ପିଠାପଣା ହେଲେ ସେଥିରୁ ତାକୁ ଭାଗ ମିଳୁଥିଲା । କାରଣ, ତା’ର ନିଜର ବୋଲି କେହିବି ନଥିଲେ । ସେ ଶିଶୁଥିବା ସମୟରେ ତା’ର ମା ବାପା ଏ ସଂସାର ଛାଡି ଚାଲି ଯାଇଥିଲେ । କକା ଘରେ ରହି ସେ ମଣିଷ ହୋଇଥିଲା । କକା ବି ଆଉ ଇହଧାମରେ ନଥିଲେ । ଭୀମ ସବୁବେଳେ ଉଦାସ ରହୁଥାଏ । ଲୋକେ ଭାବୁଥାନ୍ତି, ସଂସାରରେ ତା’ ନିଜ ଲୋକ ଆଉ କେହି...
ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ । ବୟସରେ ସେ ଯୁବକ ହେଲେ କ’ଣ ହେବ ଦେଖିବାକୁ ସେ ଠିକ୍ ବୁଢା ଭଳି, ହାତଗୋଡ ସରୁ, ବେକ ପାଖରୁ ନଇଁ ପଡିଛି । ରୋଗୀଣାଟିଏ ପରି ସେ ଲାଗେ । ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡେ କଷ୍ଟରେ ଅଛି । ଦୁନିଆରେ ତା’ର ନିଜର ବୋଲି ଆଉ କେହିବି ନାହିଁ । ଲୋକେ ତା’ଠାରୁ ଦୂରେଇ ରହନ୍ତି । ଜନ୍ମ ହେଉ ହେଉ ତା’ର ମା’ ମଲା । ସାତବର୍ଷର ସେ ହୋଇଥିଲା...
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...
ଅବନୀ ନାମକ ଏକ ଯୁବକ ଜଣେ ସୁନାରୂପା ବ୍ୟବସାୟୀଙ୍କ ପାଖରେ ରହି ଚାକିରୀ କରୁଥାଏ । ହଠାତ୍ ସେ ବ୍ୟବସାୟୀଙ୍କର ଇଚ୍ଛା ହେଲା କି ସେ ସମୁଦ୍ରରେ ବାଣିଜ୍ୟ କରିବେ । ଯଦ୍ୱାରା ଦେଶବିଦେଶରେ ଜିନିଷ ବିକ୍ରି କରି ସେ ଖୁବ୍ ଅଳ୍ପ ସମୟରେ ବିପୁଳ ଧନ ପ୍ରାପ୍ତ କରିପାରିବେ । ତେଣୁ ସେ ଏ ବ୍ୟବସାୟ ଛାଡି ନିଜର ଧନସମ୍ପତ୍ତି ଓ ପିଲାପିଲିଙ୍କୁ ନେଇ ଅନ୍ୟ ସହରକୁ ଚାଲିଗଲେ । ସେଠାରୁ ଯିବାବେଳେ ସେ ଅବନୀ ହାତରେ ଏକହଜାର ଟଙ୍କା ଦେଇ କହିଲେ...
ପିତା ରୂପୀ ପୁତ୍ର ବିଜୟ ବଜାରରୁ ଘରକୁ ଫେରିବା ବେଳକୁ ମେଘ ଘୋଟି ଚାରିଦିଗ ଅନ୍ଧାରୁଆ ହୋଇଥାଏ । ସେ ଦେଖିଲା ତା’ ଘର ଆଗରେ ପିଲାଟିଏ ଠିଆ ହୋଇ ସିଟି ମାରୁଛି । ତାକୁ ଦେଖି ବିଜୟର ଆନନ୍ଦ ହଠାତ୍ ବହୁତ ବଢିଗଲା । ସେ ତା’ ସାଙ୍ଗ ରଙ୍ଗନାଥ । ବିଜୟ ବି ତା’ ସିଟିର ଉତ୍ତରରେ ସିଟି ବଜାଇବାକୁ ଚେଷ୍ଟା କଲା । କିନ୍ତୁ କୌଣସି ମତେ ତା’ ଅଧରୋଷ୍ଠରୁ ସିଟି ବାହାରିଲା ନାହିଁ । ଏଣୁ ସେ ତା’ ନିଜ ଉପରେ ଖୁବ୍ ରାଗିଗଲା । ଆଉ ଚିତ୍କାର...
ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ । ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।” ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ ରହିବ, ତେବେ ତାଙ୍କ ପୁଅ ରବିଶଙ୍କର ସହ ପ୍ରସ୍ତାବ କାହିଁକି...
ପ୍ରାଚୀନ କାଳର କଥା । ବୈରୀଗଞ୍ଜନ ମାନଧାତା ନାମରେ ଜଣେ ରାଜା ରାଜୁତି କରୁଥିଲେ । ସେ ଦେଖିବାକୁ ଭାରି ସୁନ୍ଦର । ଚାଲିଗଲା ଲୋକେ ବି ସେ ରାଜାଙ୍କୁ ଘଡିଏ ଠିଆ ହୋଇ ଚାହିଁ ରହୁଥିଲା । ସେ ରାଜାଙ୍କର ରୂପ ଯେମିତି, ଗୁଣ ବି ଠିକ୍ ସେମିତି । ସେ ରାଇଜର ଲୋକେ ତାଙ୍କ ଶାସନରେ ବେଶ୍ ସୁଖରେ ଥାଆନ୍ତି । ତାଙ୍କର କରାମତି ଯୋଗୁଁ ଆଖପାଖର ପଡୋଶୀ ରାଜାମାନେ ବି ଖାଲି ଥରହର ହେଉଥାଆନ୍ତି । ଏହି କାରଣରୁ କୌଣସି ରାଜା ବୈରୀଗଞ୍ଜନଙ୍କ...
ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ । ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ କାହାକୁ ବି ହେଲେ ଜଣା ପଡୁ ନଥାଏ । ଖାଇବାକୁ ନ ପାଇଲେ କ’ଣ କିଏ...


