ଝଗଡା ଝାଟି

ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା । ଲଢେଇରେ ଯିଏ ଜିଣିବ ସେ ହିଁ ଆଗ ପାଣି ପିଇବ ।...

Read More

ପର ପାଇଁ ଗାତ ଖୋଳା

କୁକୁର ଆଉ ଗଞ୍ଜା କୁକୁଡ଼ା ଭିତରେ ଘନିଷ୍ଠ ବନ୍ଧୁତ୍ୱ ଗଢି ଉଠି ଥିଲା । ଦିନେ ଦୁଇ ଜଣ ବୁଲୁ ବୁଲୁ ଜଙ୍ଗଲ ଭିତରେ ପହଁଚି ବହୁତ ଗପ କରିବାକୁ ଲାଗିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ତା’ପରେ ରାତି ମଧ୍ୟ ହୋଇ ଆସିଲା । ଦୁଇ ଜଣ ବ୍ୟସ୍ତ ହୋଇଗଲେ ବର୍ତ୍ତମାନ କ’ଣ କରିବା? ସେମାନେ କଥାବାର୍ତ୍ତାରେ ଏତେ ଭୋଳ ହୋଇ ଯାଇ ଥିଲେ ଯେ କେତେ ବେଳେ ସୂର୍ଯ୍ୟ ବୁଡି ଚନ୍ଦ୍ର ଆକାଶରେ ଦେଖା ଦେଲେଣି ସେକଥା ସେମାନେ କିଛିବି ଜାଣି...

Read More

ଦାନୀ ଶ୍ରୀଧର

ମଧୁପୁର ଗ୍ରାମରେ ଶ୍ରୀଧର ରହୁଥାନ୍ତି; ସେ ବଡ ଦୟାଳୁ ଓ ଦାନୀ ଥିଲେ । ଦାନ କରି କରି ସେ ଧନୀ ଅବସ୍ଥାରୁ କାଙ୍ଗାଳ ଅବସ୍ଥା ପ୍ରାପ୍ତ କଲେ । ବିଶେଷତଃ ତାଙ୍କ ବନ୍ଧୁ ବାନ୍ଧବମାନେ ଯିଏ ମିଛ ସତ କହି ତାଙ୍କଠାରୁ ଲାଭ ଉଠାଇଛନ୍ତି, ସେହିମାନେହିଁ ଆଜି ତାଙ୍କର ଦୁର୍ଦ୍ଦିନରେ ନାନା କଥା ଫାନ୍ଦି ତାଙ୍କ ବିରୁଦ୍ଧରେ ପ୍ରଚାର କରି ଚାଲିଛନ୍ତି । କେତେକ ଇର୍ଷୁକ ଲୋକ କହିଲେ ଯେ ଶ୍ରୀଧରଙ୍କର ମହାଦାନୀ ବୋଲାଇବାର ଲୋଭ ହେତୁ ସେ ଅଂଧ...

Read More

ନେଳି ଟୋପି

ପଶ୍ଚିମଘାଟ ପର୍ବତମାଳାର ପାଦ ଦେଶରେ ଶଙ୍ଖଗ୍ରାମ ନାମକ ଏକ ପଲ୍ଲିରେ ଜୟକୁମାର ନାମକ ଯୁବକ ଥାଏ । ତା’ର ଗୋଟିଏ ନୌକା ଥାଏ । ସେହି ନୌକାରେ ସେ ଲୋକଙ୍କୁ ନଦୀ ପାରି କରାଏ । କିଏ ଗୋଟାଏ ପଇସା ଦିଏ ତ ପୁଣି କିଏ ତାକୁ ମୁଠିଏ ଚାଉଳ ଦିଏ । ଯାତ୍ରୀ ନଥିବା ବେଳେ ସେ ନୌକାରୁ ଜାଲ ପକାଏ । ମୋଟାମୋଟି ଜୟକୁମାର ସେଥିରେ ଚଳୁଥାଏ ।                 ଦିନେ ସେ ଦେଖିଲା, ତା’ ନୌକାର ତଳି ପଟାଟି ଧିରେ ଧିରେ ଘୋରି ହୋଇ ଗଲାଣି ।...

Read More

ଚାରୀ ସୁନ୍ଦରୀ ଓ ମେଣ୍ଢା କଥା

ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜ କୁମାର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିବ ନାହିଁ ।         ଦିନକର କଥା ପାରିଧି କରିବାକୁ ରାଜା...

Read More

ନେତ୍ରଦର୍ଶୀ

ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।”                 “ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି ଦରକାର ନାହିଁ । ମୁଁ କେବଳ ରୋଗୀର ଆଖିକୁ ଭଲଭାବରେ ଦେଖିବି ଆଉ...

Read More

ସିଦ୍ଧୁର ଅହଂକାର

ରାଜାପୁର ଗ୍ରାମରେ ସିଦ୍ଧୁ ନାମକ ଜଣେ ରାଗୀ ଲୋକ ରହୁଥାଏ । ସେ ପର ଆପଣା ନ ମାନି ରାଗିଯାଇ ଯାହା ଇଚ୍ଛା କହିବ । ବେଳେବେଳେ ସେ ମାରପିଟ ମଧ୍ୟ କରେ । ଗ୍ରାମବାସୀ ତାକୁ ଯେତେ ବୁଝାଇଲେ ମଧ୍ୟ ସେ ମୋଟେ ବୁଝେ ନାହିଁ; ଏଣୁ ସମସ୍ତେ ତା’ଠାରୁ ଦୂରେଇ ରହନ୍ତି । ଥରେ ଚନ୍ଦରା ନାମକ ବ୍ୟକ୍ତିର ମଇଁଷି ସିଦ୍ଧୁର ଖେତ କିଛି ଖାଇଗଲା । ସିଦ୍ଧୁ ତାକୁ ପିଟି ପିଟି ଅଧାମରା କଲା ପରେ ଚନ୍ଦରା ଘରକୁ ଯାଇ ଚିତ୍କାର କରି ସେ କହିଲା, “ଆରେ...

Read More

ଅକୃତଜ୍ଞକୁ ଶାସ୍ତି

ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା ।                 ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା । ଏଥିରେ ରାଗିଯାଇ ସେ ଲୋକଟି କୁକୁରକୁ ପୁଣି ପାଣିରେ ପକାଇ ଦେଲା ।...

Read More

ଅବିଶ୍ୱାସି ବନ୍ଧୁ

ପ୍ରାଚୀନ କାଳର କଥା । ଗୁରୁଗୃହରେ ରହି ଶିଷ୍ୟମାନେ ବିଦ୍ୟାଶିକ୍ଷା କରିବାର ପ୍ରଥା ଥାଏ । ଗୋଟିଏ ସହରରେ ‘ବର୍ଷ’ ନାମରେ ଜଣେ ଗୁରୁ ଥିଲେ । ସବୁ ବିଦ୍ୟାରେ ସେ ଥିଲେ ପଣ୍ଡିତ । ନାନା ଦେଶରୁ ଶିଷ୍ୟମାନେ ଆସି ତାଙ୍କ ପାଖରେ ବିଦ୍ୟାଶିକ୍ଷା କରୁଥାଆନ୍ତି । ଥରେ ବ୍ୟାଡି, ବରୁରୁଚି ଓ ଇନ୍ଦ୍ରଦତ ନାମରେ ତିନିଜଣ ବନ୍ଧୁ ପାଠ ପଢିବା ପାଇଁ ଇଚ୍ଛା କଲେ । ସେମାନେ ତ ଗୁରୁ ବର୍ଷଙ୍କ ନାମ ଆଗରୁ ଶୁଣିଥିଲେ । ତେଣୁ ତାଙ୍କରି ପାଖରେ...

Read More

ପ୍ରକୃତ ପ୍ରତିନିଧି

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...

Read More

ଭୁଲାମନ

ରାମକୁମାର, ପାଟଣା ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ ।...

Read More

ଯଶହିଁ ମାନବର ଅତୁଳନୀୟ ସଂପଦ

       ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ ।        ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ ଫୁଙ୍ଗୁଳା ଦେହରେ ବସିଥିବା ସାଧୁଙ୍କୁ ଦେଖି ରାଜା ନିର୍ଦ୍ଧେଶ ଦେଲେ...

Read More

ନିଃସ୍ୱାର୍ଥପର ଲୋକ

ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର ।          ବାଳକଟି କହିଲା – “ସାଧୁ ମହାଶୟ ! କ’ଣ ହେଲା?”...

Read More

ଚିକିତ୍ସା

ଯଦୁପୁର ଗ୍ରାମରେ ଶିବରାଜ ନାମରେ ଜଣେ କୃଷକ ଥାଏ । ତା’ର ପାର୍ବତୀବାଈ ନାମରେ ସ୍ତ୍ରୀ ଓ ଜୟଦେବ ନାମରେ ପୁଅଟିଏ ଥାଏ । ଜୟଦେବକୁ ଭଲଭାବରେ ପଢାଇବା ପାଇଁ ତା’ ବାପାର ବହୁତ ଇଚ୍ଛା ଥାଏ । ପନ୍ଦରବର୍ଷ ବୟସରେ ସେ ଗ୍ରାମର ଶିକ୍ଷା ଶେଷ କରି ସହରକୁ ଉଚ୍ଚଶିକ୍ଷା ପାଇଁ ଗଲା ।                 ପୁଅକୁ ଟଙ୍କା ଯୋଗାଇବାରେ କିଛି କଷ୍ଟ ହେଲା । ତଥାପି ମଧ୍ୟ ସେ ସ୍ୱାମୀସ୍ତ୍ରୀ ଦୁହେଁ ବଡ କଷ୍ଟରେ ଚଳି ପୁଅ ପାଇଁ ଟଙ୍କା...

Read More

ଅଦ୍ଭୁତ ମଣିଚୁଳ କଥା

ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ  ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ...

Read More

ପରିବର୍ତ୍ତନ

ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ ।                 ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା...

Read More

ପ୍ରାର୍ଥୀ ମନୋନୟନ

ଦୁର୍ଗାପୁରର ଜମିଦାର ଲକ୍ଷ୍ମୀକାନ୍ତଙ୍କ ମାଳୀ ଭୋଳା ବୁଢା ହୋଇଯିବାରୁ ତା’କାମରୁ ସେ ଏଥର ଅବସର ନେବାକୁ ଚାହିଁଲା । ତେଣୁ ଜମିଦାର ତା’ର ଦରମା ବ୍ୟତୀତ ତାକୁ ଆଉ ଅଧିକ କିଛି ଧନ ଦେଇ କାମରୁ ଛୁଟି ଦେଲେ । ମାତ୍ର ଯିବା ପୂର୍ବରୁ ଜମିଦାର ସେ ଭୋଳାକୁ କହିଲେ, “ଦେଖ, ଭୋଳା, ତୁ ଯିବା ପୂର୍ବରୁ ତୋ ସ୍ଥାନରେ ତୋ ପରି ଜଣେ ଭଲ ମଣିଷକୁ ରଖାଇଦେଇ ଯିବୁ ।”                 ଏଣେ ଭୋଳାର ସ୍ଥାନ ଖାଲି ହେଉଛି ବୋଲି ଶୁଣି ତିନିଜଣ...

Read More

ଯମୁନା ନଦୀର କାନ୍ଦ

ଥରେ ରାତିରେ ଆକବର ଏବଂ ବିରବଲ ଲାଲ୍କିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସଂପର୍କରେ ଆଲୋଚନା କରୁଥାଆନ୍ତି । ଯମୁନା ନଦୀ କଳକଳ ନାଦ କରି ବହିଯାଉଥାଏ । ରାତିରେ ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ ।          ଏହି ସମୟରେ ଆକବର ବିରବଲଙ୍କୁ କହିଲେ – “ବିରବଲ! ଯମୁନା ନଦୀ ଏପରି କାନ୍ଦୁଛି କାହିଁକି?” ଆକବର ଭାବିଥିଲେ ବିରବଲ ଏ କଥା ଜାଣି ନାହିଁ ବୋଲି କହିବେ ।          କିନ୍ତୁ କାଳ...

Read More

ଆଗେ ଘରର ପଛେ ଅନ୍ୟର

       ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ ।        ଦିନେ ସରପଂଚଙ୍କ ଗାଁକୁ ଅନ୍ୟ ଗାଁର କିଛି ବ୍ୟକ୍ତି...

Read More

ବହ୍ନି ଦ୍ୱୀପ

ଭଲ୍ଲୁକଚର୍ମଧାରୀମାନେ ଉଗ୍ରଦତଙ୍କୁ ସୁଡଙ୍ଗ ମାର୍ଗରେ ନିଜ ସର୍ଦ୍ଦାର କନ୍ଧ ପାଖକୁ ନେଇଗଲେ । କନ୍ଧ କହିଲା, ବ୍ୟାଘ୍ରଚର୍ମଧାରୀ ଦଳର ନେତା ଏକପାଦକୁ ସଂହାର କରିବା ନିମନ୍ତେ ସେ ରାକ୍ଷସମାନଙ୍କ ସହାୟତା କାମନା କରେ । ସେ ଉଗ୍ରଦତଙ୍କୁ ଚେତାଇଦେଲା କି ଏକପାଦକୁ ମାରିବା ଏତେ ସହଜ ନୁହେଁ । କାରଣ ସିଏ ଯାହାର ରକ୍ତ ଦେଖିବ, ସିଏ ମରିଯିବ । ଆଉ ଯିଏ ତା’ର ରକ୍ତ ଦେଖିବ, ସିଏ ବି ମରିଯିବ । ତା’ପରେ… ବ୍ୟାଘ୍ରଚର୍ମଧାରୀଙ୍କ...

Read More

କୃତଜ୍ଞ ଓ କୃତଘ୍ନ

ଜଣେ ରାଜା ଥିଲେ । ସେ ଭାରି ଅହଙ୍କାରୀ । ଅନ୍ୟର ପ୍ରଶଂସାକୁ ସେ ଆଦୌ କେବେବି ସହଜରେ ଗ୍ରହଣ କରିପାରୁ ନଥିଲେ । ସେହି ରାଜ୍ୟରେ ଜଣେ ସାଧୁ ଥିଲେ । ପ୍ରଜାଗଣ ସେ ସାଧୁଙ୍କୁ ବହୁତ ପ୍ରଶଂସା କରୁଥିଲେ ଓ ତାଙ୍କର ଆଦର ମଧ୍ୟ କରୁଥିଲେ । ସାଧୁଙ୍କ ଏପରି ପ୍ରଶଂସା ଶୁଣି ଦିନେ ରାଜା ସେ ସାଧୁଙ୍କୁ ଦେଖା କରିବାକୁ ଗଲେ । ସେହି ସମୟରେ ସେ ସାଧୁ ଜଣକ ଗୋଟିଏ କୁକୁର ଉପରେ ହାତ ବୁଲାଇ ତାକୁ ଖୁବ୍ ଆଦର କରୁଥିଲେ । ରାଜା ଆସି ସେ...

Read More

ଶୃଗାଳ ଚତୁରକ କଥା

       ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା ।...

Read More

ରାଜକୁମାରୀ ଓ ଶିମ୍ବମଞ୍ଜି

ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛାକରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ । ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ, ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ । ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସଂଧାନ ପାଇଲେ ନାହିଁ । ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ କାରଣ ସେ ଜଣେ ପ୍ରକୃତ ରାଜକୁମାରୀର ଗୁଣଥିବା ଏକ ପତ୍ନୀ ଚାହୁଁଥିଲା । ହଠାତ୍...

Read More

ପିମ୍ପୁଡି ଓ ଝିଂଟିକା

ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ ।                 ଯେମିତି ବର୍ଷାଦିନ ଆସିଲା, ଚାରିଆଡେ ଖାଲି...

Read More

ଧୂସର ଦୁର୍ଗ

ମହିଷ୍ମତୀ ନଗରୀର ରାଜା ଯଶୋବର୍ଦ୍ଧନ ନିଜର ଦୁଇ ପୁଅଙ୍କ ଭିତରୁ ସାନ ପୁଅ ଗୁଣବର୍ଦ୍ଧନକୁ ରାଜ୍ୟଭାର ଦେବାକୁ ମନସ୍ଥ କରିବାରୁ ବୀରପୁରର ସାମନ୍ତରଜା ସୂର୍ଯ୍ୟବର୍ମା ଏହାର ବିରୋଧ କଲେ । ସର୍ପକେତୁ ନାମକ ଦୁଷ୍ଟ ସାମନ୍ତ ଗୁଣବର୍ଦ୍ଧନ ସହ ଷଡଯନ୍ତ୍ର କରି ସୂର୍ଯ୍ୟବର୍ମାକୁ ମାରିଦେବା ସକାଶେ ସେ ଗିରିପଥ ଦେଇ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କଲେ । ତାପରେ… “ସୂର୍ଯ୍ୟବର୍ମାଙ୍କୁ ଯେପରି ହେଲେ ମାରିଦିଅ! ସେ ଯଦି ଖସିଯିବେ...

Read More

ଜାଦୂର ଥଳି

ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ ଛଦ୍ମବେଶରେ ଏକା ଏକା ତାଙ୍କ ରାଜ୍ୟରେ ବୁଲି ବାହାରୁଥିଲେ ।...

Read More

କୃଷ୍ଣାବତାର

ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପରେ ଗୋକୁଳର ଲୋକେ ଯେତିକି ପୁଲକିତ ହେଉଥାନ୍ତି, ତେଣେ ମଥୁରାର ରାଜା କଂସ ସେତିକି ବିସ୍ମିତ ଓ ଭୟଭୀତ ହେଉଥାଏ । କିଏ ଏହି ବାଳକ? ସେ ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ କିପରି କରି ପାରୁଛି? ଦିନେ କ’ଣ ସେ ବାଳକଟି ସତରେ ବଳରେ, ବୁଦ୍ଧିରେ ତାକୁ ବଳିଯିବ? ସେ ଯେ ଜଗତରେ ନିଜକୁ ସବୁଠାରୁ ବଳି ପରାକ୍ରମୀ ବୋଲି ଜାହିର୍ କରୁଥିଲା, ତା’ର ସେ ଗର୍ବ କ’ଣ ଗୋଟାଏ ସାମାନ୍ୟ ବାଳକ ଖର୍ବ କରିବ ଏବଂ ତାକୁ...

Read More

ଜୀବେ ଦୟା

ସବୁଦିନ ପରି ମଦନ ସକାଳୁ ଉଠି, ତାର ଗୋରୁଗାଈଙ୍କୁ ଘାସ, ନଡା, କୁଣ୍ଡା, ତୋରାଣୀ ଖାଇବାକୁ ଦେଲା । ଗୁହାଳୁ ଗୋବର ଉଠେଇଲା । ଗାଈ ବଳଦଙ୍କୁ ହାତରେ ଆଉଁସୀ କାମ ପାଇଁ ପ୍ରସ୍ତୁତ ହେବାର ସୂଚନା ବି ମଦନ ଦେଲା । ଗୃହପାଳିତ କୁକୁର ରିଙ୍କି ମଧ୍ୟ ଭୋ, ଭୋ ରାବ କରି ସକାଳର ସୂଚନା ଦେଲା । ମଦନର ସ୍ତ୍ରୀ ଗାଧୋଇପାଧୋଇ, ପୂଜାପାଠ କରିସାରି ଚୁଲି ଲଗେଇଲା । ତାଉଆ ବସାଇ ମୁଠାଏ ବଡି, ଦି ଫଡା ବାଇଗଣ ଭାଜି, କଂସାଏ ପଖାଳ ବାଢି ଦେଲା ।...

Read More

ଦୁଇ ଦ୍ୱୀପ

ବିଜୟ ନାମକ ଏକ ଯୁବକ ଜଣେ ଧନୀ ସୌଦାଗରଙ୍କ ପାଖରେ କର୍ମଚାରୀ ରୂପେ କାମ କରୁଥିଲା । ବିଜୟର ବୁଦ୍ଧି ଓ ପରିଶ୍ରମ ଯୋଗୁଁ ସେ ସୌଦାଗର ଜଣକ ବିପୁଳ ଲାଭ କଲେ । ସେ ବିଜୟ ଉପରେ ଅତ୍ୟନ୍ତ ପ୍ରୀତ ହୋଇ ଦିନେ ତାକୁ ସେ ଡାକି କହିଲେ, “ବିଜୟ! ତୁମେ ଆଉ ମୋର କର୍ମଚାରୀ ହୋଇ ରହିବ ନାହିଁ । ନିଜେ ଜଣେ ସୌଦାଗର ରୂପେ ଉନ୍ନତି କର ।” ଏହା କହି ସେ ବିଜୟକୁ ଗୋଟିଏ ବୋଇତ ଏବଂ ଏକ ଲକ୍ଷ ମୁଦ୍ରା ଦେଲେ । ବିଜୟ ସୌଦାଗରଙ୍କୁ କୃତଜ୍ଞତା ଜଣାଇ...

Read More

ତାଜା ମିଠାଇ

ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।” ବୀର କହିଲା “ଆଜ୍ଞା ହଁ...

Read More

ମାନସିକ ବ୍ୟାଧି

ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ । ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ ତା’ର ମନଜାଣି, ତା’ର ସମସ୍ୟାର ସମାଧାନ କରି ଦେଇଥା’ନ୍ତି ।...

Read More

ସଦାନନ୍ଦ

ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ । ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ...

Read More

ହସରେ ହସରେ ଚାପୁଡା

“କାହା ସାଥେ ଯୁଦ୍ଧ କରିବାକୁ ହାତେ ନ ଥିଲା ତାଙ୍କର ଗୁଳିକମାଣ     କଥାରେ କଥାରେ ଗୀତରେ ଗୀତରେ ହସିହସି କହୁଥିଲେ ବଚନ ।     ସେତିକିରେ କଥା ସରିଯାଉଥିଲା ବୁଝାପଡିବାରୁ ମରମ କଥା     ଫେଡୁଥିଲେ ରାଜା ସେହି ଗଣକବି ବୈଷ୍ଣବ ପାଣିଙ୍କ ସକଳ ବ୍ୟଥା ।”                 ଗଣକବି ବୈଷ୍ଣବ ପାଣି ତ ଅନେକ ଗୀତିନାଟ୍ୟ ରଚନା କରିଥିଲେ । ଏହାକୁ ଯାତ୍ରା ମାଧ୍ୟମରେ ଗାଁକୁ ଗାଁ ବୁଲି ସେ ପରିବେଷଣ କରି ଜନସଚେତନତା ସୃଷ୍ଟି କରୁଥିଲେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ