ପେଟେଂଟ ମେଡିସିନ୍

ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ ସଡକରେ ବୁଲିପାରିବେ । ତା’ ବି ବହୁତ ଦୂରକୁ ଯାଇପାରିବେ...

Read More

ଓସ୍ତାଦଙ୍କ ଓସ୍ତାଦ

ଏକଦା ଗୋଟିଏ ନଗରରେ ପଂଚୁ ଦାଦା ନାମକ ଜଣେ ଯୁବକ ରହୁ ଥିଲା । ପିତୃପୁରୁଷଙ୍କ ଠାରୁ ତାଙ୍କୁ କିଛି ସମ୍ପତ୍ତି ମିଳି ଥିଲା । କିନ୍ତୁ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣାର ଅଭାବରେ ତାହାକୁ ସେ ଅତି ଶୀଘ୍ର ନିଜ ପେଟ ପାଇଁ ମୂଳ ପୋଛ କରି ଦେଇ ଥିଲା । ଅର୍ଥାତ୍ ତାହାକୁ ସବୁ ବିକ୍ରି କରି ଦେଇ ଥିଲା ସେହି ପଂଚୁ ଦାଦା । ସେ ବହୁତ କର୍ମ କୋଢିଆ ଥିଲା । ତେଣୁ କାମ କରି ଚଳିବା ତାର ଉଦ୍ଧେଶ୍ୟ ନଥିଲା । ସେ ଭାବିଲା ଯେ ପେଟ ପୋଷିବା...

Read More

ପ୍ରକୃତ ଜ୍ଞାନ

ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା ସେ ପିଲାଟି, ତା ବାପାଙ୍କର କୌଣସି କଥାକୁ ଆଦୌ ଗୁରୁତ୍ୱ...

Read More

ବୁଧିଆ ଶିଆଳ

ଗୋଟିଏ ସିଂହ, ଗଧ ଓ ଶିଆଳ ଏକାଠି ହୋଇ ଶିକାର କରିବାକୁ ଗଲେ । ଶିକାରରେ ସେମାନେ ବହୁତ ଜନ୍ତୁ ମାରିଲେ, ସେଠାରୁ ଫେରିଆସି ସିଂହ କହିଲା, “ଆମେ ସମସ୍ତେ ଖାଇବା, ଜନ୍ତୁ ସବୁ ବାଂଟି ଦିଅ ।”                 ଶିକାରରେ ମରିଥିବା ସମସ୍ତ ଜନ୍ତୁଙ୍କୁ ଗଧ ସମାନ ତିନି ଭାଗରେ ବାଂଟିଦେଲା । ଏହା ଦେଖି ସିଂହ ହଠାତ୍ ଖୁବ୍ ରାଗିଯାଇ ଗଧକୁ ମାରିଦେଲା ଓ ଶିଆଳକୁ ଆଉ ଥରେ ଭାଗ କରିବାକୁ କହିଲା । ଶିଆଳ ନିଜ ଭାଗରେ ଅଳ୍ପ ରଖି ବାକି ସବୁ...

Read More

ମାନବତୀ କଥା

ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ ହେବ । ଆଉ ଚାରିଜଣଙ୍କ ପରେତ କେହି ପ୍ରଶ୍ନ ପଚାରିବାକୁ...

Read More

ଧନ ରତ୍ନ ଠାରୁ ବିଶ୍ୱାସ ବଡ

ରାଜା ସଲୋମନ୍ ଙ୍କ ଶାସନ କାଳରେ, ଚୋରଟିଏ ଚୋରି କରିବାକୁ ତା’ର କୌଳିକ ବୃତି ଧରି ନେଇଥାଏ । ସେ ଚୋରି କରିବାରେ ଖୁବ୍ ଧୂରନ୍ଦର ଥିଲା । ସେ ପ୍ରତ୍ୟହ ଚୋରି କରୁଥିଲା ସତ, ହେଲେ ତା’ର ଚୋରି ଦ୍ରବ୍ୟକୁ ନିଜ ଘରେ ନ ରଖି ତା’ର ଜଣେ ବନ୍ଧୁଙ୍କ ଘରେ ରଖୁଥିଲା ।        ବନ୍ଧୁଜଣକ ବି ସେହି ଚୋରାଧନକୁ ଖୁସିରେ ରଖୁଥିଲା । ସେ ମନେ ମନେ ଭାବୁଥିଲା ଏତେଗୁଡିଏ ମୂଲ୍ୟବାନ ଜିନିଷର ଗୁରୁଦାୟିତ୍ୱ ବହନକରି ଜଗାରଖା କରୁଥିବାରୁ...

Read More

ରାଜା ମଦନ ସେନ କଥା

ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ ମଦନ ସେନକୁ ବାହାର କରି ଦେବା ପାଇଁ ଆଦେଶ ଦେଲେ । ଏହି କଥା...

Read More

ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ

ସେତେବେଳେ ରୁଜ୍ଭେଲ୍ଟ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ଦିନେ ଜଣେ ରାଷ୍ଟ୍ରଦୂତ ତାଙ୍କୁ ଭେଟିଲେ । ସେ ତ ରାଷ୍ଟ୍ରପତିଙ୍କର ଅସାଧାରଣ ପ୍ରତିଭା ବିଷୟରେ ଆଗରୁ ଜାଣିଥିଲେ ଓ ତାଙ୍କ ପ୍ରତି ପ୍ରଭାବିତ ମଧ୍ୟ ହୋଇଥିଲେ । ସୁତରାଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଅବସରରେ ସେ ଏକ ପ୍ରଶ୍ନ ପଚାରିବା ପାଇଁ ଇଚ୍ଛା ପ୍ରକଟ କଲେ ।                 ଏବେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ପାଇବା ପରେ ସେ ରାଷ୍ଟ୍ରଦୂତ ପଚାରିଲେ...

Read More

ବନ୍ଧ୍ୟା

ହରିପୁର ଗ୍ରାମରେ ରାମ ଓ ଜାନକୀ ନାମକ ସ୍ୱାମୀ ସ୍ତ୍ରୀ ରହୁଥା’ନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ ମାଧବ । ଜାନକୀର ଭଉଣୀ, ଝିଅଟିଏ ଜନ୍ମ କରି ମରିଗଲା । ଜାନକୀ ସେ ଛୁଆକୁ ନିଜ ଘରକୁ ଆଣି ତା’ର ପାଳନ ପୋଷଣ କଲା । ସେ ଝିଅଟିର ନାମ ମଲ୍ଲିକା ରଖାଗଲା ।                 ମଲ୍ଲିକା ତା’ବାଳୁତ କାଳରୁ ମାତୃହୀନା ବୋଲି ରାମ ଓ ଜାନକୀ ଦୁହେଁ ତାକୁ ଅଧିକ ସ୍ନେହ ଦେଇ ରଖିଥା’ନ୍ତି । ଜାନକୀ ଯେତେ ବଡ ହେଉଥାଏ ବହୁତ...

Read More

ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ

ଆଉ ଦିନକର କଥା । ସେଦିନ ସମ୍ରାଟ୍ ଆକବରଙ୍କ ଦରବାର ପାରିଷଦ ଓ ଅନ୍ୟ ସଭ୍ୟମାନଙ୍କ ଦ୍ୱାରା ପୂରି ଉଠୁଥାଏ । ପରସ୍ପରଙ୍କ ଆଳାପ ଆଲୋଚନା ଦ୍ୱାରା କେହି କାହାରି କଥା ଶୁଣି ପାରୁନଥାନ୍ତି । ସମ୍ରାଟଙ୍କର ନିଜର ଅତି ପ୍ରିୟ ବିରବଲଙ୍କ ସହିତ ଅନ୍ୟ ଆଠଜଣ ପଣ୍ଡିତ ମଧ୍ୟ ଦରବାରରେ ନିଜ ନିଜ ଆସନରେ ବସି ଢୋଳେଇବାରେ ବ୍ୟସ୍ତ । ସେପରି ଅବସରରେ ସମ୍ରାଟ୍ ନିଜର ଆସନ ପରିତ୍ୟାଗ କରି ଦଣ୍ଡାୟମାନ ହେଲେ ଏବଂ ବିରବଲଙ୍କୁ ଚାହିଁ ତାଙ୍କୁ...

Read More

ବିରେଇ ବିଶାଳ

ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ...

Read More

ମହାଭାରତ

ନିଃସନ୍ତାନ ଦ୍ରୁପଦ ସନ୍ତାନ ପ୍ରାପ୍ତିର ଇଚ୍ଛା ନେଇ ଅନେକ ଆଶ୍ରମ ବୁଲିଲେ । ଅନେକ ମୁନିଙ୍କର ସେ ସେବାକଲେ । ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ପ୍ରାପ୍ତ କରିବାର ଆକାଂକ୍ଷା ଥିଲା । ଦ୍ରୋଣଙ୍କ ସହ ପୂର୍ବ ଶତ୍ରୁତା ଯୋଗୁଁ ସେ ଚାହିଁଥିଲେ କି ତାଙ୍କର ଏପରି ଏକ ପୁତ୍ର ହେବ ଯିଏକି ଦ୍ରୋଣଙ୍କୁ ମାରି ପାରିବ । ପାଣ୍ଡବମାନଙ୍କର ଅସ୍ତ୍ରଗୁରୁ ଦ୍ରୋଣ ଅର୍ଜୁନଙ୍କ ନିକଟରୁ ଗୁରୁଦକ୍ଷିଣା ସ୍ୱରୂପ ଦ୍ରୁପଦଙ୍କର ଅର୍ଦ୍ଧରାଜ୍ୟ...

Read More

ବର ନିର୍ବାଚନ

ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ ।                 ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା ।...

Read More

ଜାଦୂର ଥଳି

ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ ଛଦ୍ମବେଶରେ ଏକା ଏକା ତାଙ୍କ ରାଜ୍ୟରେ ବୁଲି ବାହାରୁଥିଲେ ।...

Read More

ଚନ୍ଦରା ଚନ୍ଦିରୀ ଫାର୍ସ

ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ ଗୁହାଳ ଖାଲି । ଖ୍ୟାତନାମା ଚାଷୀ ଭାବରେ ଆଖ ପାଖ ସାତଖଣ୍ଡ...

Read More

ରବିଭାମା କଥା

ପରଦିନ ଯେତେବେଳେ ମହାରାଜ ଭୋଜ ସିଂହାସନ ଉପରେ ପାଦ ଥାପିଲେ ସେତେବେଳେ ଷଷ୍ଠ ପୁତ୍ତଳିକା ରବିଭାମା ତାଙ୍କର ରାସ୍ତା ଅବରୋଧ କରି କହିଲା, “ମଣିମା! ଆଗ ମୋ କଥା ଶୁଣନ୍ତୁ । ତା’ପରେ ନିଷ୍ପତି ନେବେ ଯେ ଆପଣ ଏ ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ଆପଣ କେଉଁ ଗୁଣରେ ସମକକ୍ଷ ।”        “ମୋ ନାମ ରବିଭାମା । ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କର ବଳ ବିକ୍ରମ, ଧୈର୍ଯ୍ୟ ଏବଂ...

Read More

ଗୁଣ

ଜଣେ ଗୁରୁଙ୍କର ଦୁଇ ଜଣ ଶିଷ୍ୟ ଥିଲେ । ସେମାନେ ହେଲେ ବ୍ରଜାନନ୍ଦ ଓ ଆଲୋକାନନ୍ଦ । ସେମାନଙ୍କର ବହୁ ଦିନ ହେଲା ଭେଟ ହୋଇ ନଥିଲା । ଦିନେ ସେ ଦୁହେଁ ବିପରୀତ ଦିଗରୁ ଆସୁ ଆସୁ ବାଟରେ ପରସ୍ପର ପରସ୍ପରକୁ ହାବୁଡିଲେ ।                 ଗପସପ ହେଉ ହେଉ ବ୍ରଜାନନ୍ଦ କହିଲେ, “ମୁଁ ଦେଖୁଛି ପ୍ରତ୍ୟେକ ମଣିଷ ଭିତରେ କୌଣସି ନା କୌଣସି ଗୁଣ ରହିଛି ।”                 “ବାଜେ କଥା । ପ୍ରତି ମଣିଷ ଭିତରେ ସେମିତି କିଛି ଗୁଣ ଥିବ...

Read More

ତିଳୋତମା ବିବାହ

କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ...

Read More

ମାତୃ – ଋଣ

ଯେତେବେଳେ ରାଜା ବ୍ରହ୍ମଦତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ଵ ଗୋଟିଏ ଶ୍ୟାମଳ ରଙ୍ଗର ବାଛୁରୀ ରୂପରେ ଜନ୍ମ ଗ୍ରହଣ କରିଥିଲେ । ସେହି ବାଛୁରୀଟି ଦେଖିବାକୁ ଏଡେ ଡଉଲଡାଉଲ ଓ ସୁନ୍ଦର ହୋଇଥାଏ ଯେ ତା’ ଆଡକୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ଏତେ ସହଜ ହେଉ ନଥାଏ । ସମସ୍ତେ ତା’କୁ ମୁଗ୍ଧ ହୋଇ ଦେଖୁଥାନ୍ତି । ସେ ବାଛୁରୀର ଯିଏ ମାଲିକ କୌଣସି କାରଣରୁ ତା’କୁ ସେ ଗାଁ ଛାଡି ଚାଲିଯିବାକୁ ପଡିଲା । ଜଣେ ବୁଢୀଠାରୁ...

Read More

ସୁନାର ଘୋଡା

ସୁନା ଠୁଳ କରିବା ବିଷୟରେ ଖାନ୍ ବାଟୁଙ୍କୁ ନେଇ ରହିଛି ଏକ ମଜା କଥା । ବିଭିନ୍ନ ରାଜ୍ୟ ଜୟକରି ଖାନ୍ ବାଟୁ ବହୁ ପରିମାଣର ସୁନା ଲୁଣ୍ଠନ କରି ଆଣିଥିଲେ । ସେହି ସୁନାକୁ ବ୍ୟବହାର କରି ସେ ତିଆରି କରାଇଥିଲେ ବିରାଟ ଦୁଇଟି ଘୋଡା ମୂର୍ତ୍ତି । ପ୍ରତ୍ୟେକ ସୁନାଘୋଡାର ଓଜନ ଥିଲା ୧୫୦୦ କିଲୋଗ୍ରାମ୍ । ଘୋଡା ଦୁଇଟିକୁ ସେ ସ୍ଥାପନ କରିଥିଲେ ନିଜ ରାଜଧାନୀ ସାରାଇବାଟୁରେ । ଏହା ଥିଲା ତାଙ୍କ ରାଜ୍ୟ ବିଜୟର ସ୍ମୃତି ଚିହ୍ନ ।...

Read More

ବୁଦ୍ଧିମାନ ଗୁରୁନାଥ

ଗୁରୁନାଥ ନାମକ ବୁଦ୍ଧିମାନ ଯୁବକଟିଏ ଥାଏ । ସେ ଚାହିଁଲା ଗ୍ରାମ ଛାଡି ସହରରେ ବସବାସ କରିବ । ସହରରେ ବୁଲୁବୁଲୁ ରାମରାଜ ନାମକ ଜଣେ ବ୍ୟକ୍ତିଙ୍କ ସହ ତା’ର ଦେଖା ହେଲା । କଥା ହେଉହେଉ ସେ ରାମରାଜ କହିଲେ, “ମୁଁ ବାହାରେ ସ୍ୱାସ୍ଥ୍ୟବାନ୍ ଦେଖା ଗଲେ ମଧ୍ୟ ଭିତରେ ଶ୍ୱାସ ବେମାରୀ ଯୋଗୁଁ ବଡ କଷ୍ଟପାଉଛି । ଡାକ୍ତର କହିଛି ଜଳବାୟୁ ପରିବର୍ତ୍ତନ ନକଲେ ମୋ ବେମାରୀର କିଛି ବି ଉପଶମ ହେବ ନାହିଁ । ତେଣୁ ମୁଁ ଚାହେଁ ଭଲ ଘରଟିଏ କୌଣସି...

Read More

କଖାରୁ ଓ ରାଜାଝିଅ

ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।                 ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’                 କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା । ସେତେବେଳେ ବିଲରେ କାମକରି ସେ ତ ଖୁବ୍ ହାଲିଆ ହୋଇପଡିଥାଏ...

Read More

ଧୂଳିଆବାବା

 ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି...

Read More

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।                 ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା କାର୍ଯ୍ୟ ସେଠାରେ ଆରମ୍ଭ କରିଦେଲେ । ତାଙ୍କର ସାଙ୍ଗମାନେ ସେଠାରେ...

Read More

ସାହସୀ

ଗୋଟିଏ ଛୋଟ ରାଜ୍ୟ ଥିଲା । ଏହି ରାଜ୍ୟର ଗୋଟିଏ କୋଣରେ ଥିବା ଏକ ଗ୍ରାମରେ ରଙ୍ଗଦେବ ଓ ସୋମଦେବ ନାମରେ ଦୁଇଭାଇ ରହୁଥିଲେ । ସେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ସେମାନେ ଗୋଟିଏ ଘରେ ବାସ କରୁଥିଲେ । ସେମାନଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ସେମାନେ ମିଳିମିଶି ଚଳୁଥିଲେ । ତେଣୁ ସେ ଦୁଇ ଭାଇଙ୍କର କୌଣସି ସମସ୍ୟା ନ ଥିଲା ।                 ଦିନେ ସଂନ୍ଧ୍ୟାବେଳେ ସେ ଦୁଇ ଭାଇ ଆରାମରେ ବସି...

Read More

ରାଜାଙ୍କର ଶୁଆ

ଦିନେ ରାଜା କୃଷ୍ଣ ଦେବରାୟଙ୍କୁ ଜଣେ ଆଣି ଏକ ଶୁଆ ଉପହାର ସ୍ୱରୂପ ଦେଲେ । ସେ ଶୁଆଟି ମଧ୍ୟ ମିଠା ମିଠା କଥା କହିବା ସଂଗେ ସଂଗେ ଯିଏ ଯାହା ପ୍ରଶ୍ନ କଲେ ମଧ୍ୟ ତା ପ୍ରଶ୍ନର ଉତ୍ତର ଦେଇଦିଏ । ତେଣୁ ରାଜାଙ୍କୁ ସେ ଶୁଆଟି ବହୁତ ଭଲ ଲାଗିଲା ।                 ନିଜର ଜଣେ ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ଶୁଆର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ମହାରାଜ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ତୁମ ଉପରେ ତା’ର ରକ୍ଷଣା...

Read More

ବୁଦ୍ଧି ଓ ବିବେକ

ଅନେକ ଦିନ ତଳର କଥା । ସୁବୁଦ୍ଧିପୁର ଗାଁରେ ଗୋବିନ୍ଦ ବୋଲି ବୁଦ୍ଧିମାନ୍ ତରୁଣଟିଏ ଥାଏ । କେହି କୌଣସି ସମସ୍ୟାରେ ପଡିଲେ ତା’ର ପରାମର୍ଶ ନେଇ ସମସ୍ୟାର ସମାଧାନ କରନ୍ତି ।                 ତେବେ ଗୋବିନ୍ଦ କିଛି ଉପାର୍ଜନ କରେ ନାହିଁ । ସେ ଅତି ଛୋଟ ଥିଲାବେଳେ ତା’ ବାପା ମା ମରିଯାଇଥିଲେ । ବଡ ଭାଇ ତାକୁ ପୋଷୁଥିଲେ । ନିଜେ କେବେ କିଛି ଉପାର୍ଜନ କରିବା କଥା ତା’ ମୁଣ୍ଡକୁ ଆସି ନଥିଲା ।                 ଦିନେ ତା’ ଭାଇ...

Read More

ବୁଦ୍ଧିହୀନ କୁଆ

ଦିନେ ଜଙ୍ଗଲରେ ବୁଲୁ ବୁଲୁ କୁଆ ଦେଖିଲା ଯେ ମୟୂରମାନଙ୍କର ବହୁତ ପର ପଡିଛି । ସେ ମୟୂର ପରସବୁକୁ କୁଆ ନିଜ ଦେହରେ ଖୋସି ଦେଲା ଓ ଭାବିଲା ଏ ପରସବୁ ଲଗାଇ ସେ ଠିକ୍ ମୟୂର ପରି ଦିଶୁଛି । ସେହି ଦିନଠାରୁ ସେ ଅନ୍ୟ କୁଆମାନଙ୍କ ସାଙ୍ଗରେ ଆଉ ମିଶିଲା ନାହିଁ । ଖାଲି ସେ ମୟୂରମାନଙ୍କ ସାଙ୍ଗରେ ବୁଲିଲା । କିଛି ଦିନ ପରେ ମୟୂରମାନେ ତା’ର ପ୍ରକୃତ ସ୍ୱରୂପ ଜାଣିପାରି ତା’ ଦେହରେ ଲଗାହୋଇଥିବା ମୟୂର ପର ଗୁଡିକୁ ବାହାର କରି କୁଆକୁ...

Read More

ବାଲେଶ୍ୱରୀ ରାହାଜାନି

(ସତ୍ୟ ଘଟନା)                 ରେଳ ତ କାଲିକା କଥା, କଲିକତାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିର ଚିହ୍ନ ସୁଦ୍ଧା ବି ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ଉତ୍ତର-ପଶ୍ଚିମାଂଚଳସ୍ଥ ଜଗନ୍ନାଥଦର୍ଶନାର୍ଥୀ ଯାତ୍ରୀମାନେ ଭୁଜଙ୍ଗଗତିବତ୍ କୁଟିଳ, ଶ୍ୱାପଦସଙ୍କୁଳ, ଅରଣ୍ୟମୟ, ବନ୍ଧୁର, କଦାଚିତ୍ ପ୍ରାନ୍ତର ମଧ୍ୟଗତ ଅପ୍ରସ୍ତୁତ...

Read More

ରୂପାନ୍ତର

ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା । ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା ହେଉଛନ୍ତି ସାକ୍ଷାତ୍ ଭଗବାନ୍ । ସେଥିରେ ସେ ରାଜା ଅତ୍ୟନ୍ତ ଗର୍ବରେ...

Read More

ପ୍ରକୃତ ଶୁଭେଚ୍ଛୁ

ମହାକବି ସନ୍ଦୀପନ ରାଜଦରବାରର କବି ଥିଲେ । କବି ଭାବରେ ତାଙ୍କର ସୁଖ୍ୟାତି ଚତୁର୍ଦ୍ଦିଗରେ ଏପରି ବ୍ୟାପୀଥିଲା ଯେ ଲୋକେ କହୁଥିଲେ ତାଙ୍କ ମୁହଁରୁ କଥା ବାହାରିଲେ ତାହା କବିତା ଆକାରରେହିଁ ଆସେ ।                 କିନ୍ତୁ ସେ ସ୍ୱଭାବରେ ଅତି ଗର୍ବୀ ଥିଲେ । ସାଧାରଣ ଲୋକ କେହି ତାଙ୍କୁ ଦେଖାକଲେ ସେ ନିଜକୁ ଅପମାନିତ ବୋଧ କରନ୍ତି ।                 ରାଜଧାନୀରୁ କିଛି ଦୂରରେ ଗୋଟିଏ ଗ୍ରାମରେ ବ୍ରାହ୍ମଣ ଯୁବକଟିଏ ଥାଏ ।...

Read More

ଶୂନ୍ୟ ଉପଦେଶ

ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି ଏକୁଟିଆ ସେ ଏ ନଈରେ ଗାଧୋଉଥିଲା ଓ ଏତେ ପାଣିରେ ସେ କାହିଁକି...

Read More

ଅନ୍ୟକୁ ଉପଦେଶ

ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର ବ୍ୟକ୍ତି ଠିଆ ହୋଇଥିଲେ ଓ ଏସମସ୍ତ କଥା ଶୁଣୁଥିଲେ । ସେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ