ସ୍ୱର୍ଗ ନର୍କ

ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ ।                 ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ...

Read More

ବଳୁଆ କିଏ, ଡରୁଆ କିଏ?

ଅଗନା ଅଗନି ବନସ୍ତ ଭିତରେ ଗୋଟିଏ ବିରାଟ ପାହାଡ ଥିଲା । ସେ ପାହାଡଟା ଏତେବଡ ଥିଲାଯେ ତା’ର ଅଗ୍ର ଭାଗକୁ ଚାହିଁଲେ ତା’ର ଅଗ୍ରଭାଗ ଦିଶେନି । ଦିନେ ବଣର ରାଜା ସିଂହ ବନସାରା ଘୋଷଣା କରିଦେଲାଯେ- କୀଟ, ପତଙ୍ଗ, ପଶୁ, ପକ୍ଷୀ ଯିଏ ହଉନା କାହିଁକି ଯିଏ ପାହାଡର ଅଗ୍ରଭାଗରେ ଯାଇ ପହଁଚି ପାରିବ ସିଏ ତା’ର ମନ୍ତ୍ରୀ ହେବ । ସେଥିପାଇଁ ପଶୁ, ପକ୍ଷୀ ଓ କୀଟ ପତଙ୍ଗଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।         ପକ୍ଷୀମାନେ ତ...

Read More

ବିରବଲଙ୍କ ଘରକୁ ରାସ୍ତା

 ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ...

Read More

ଇଣ୍ଡିଆର ନଦନଦୀ ସରସ୍ୱତୀ

ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ ବାହାରିଗଲେ । ଶିଷ୍ୟମାନେ ସେ ତିନିଜଣଙ୍କୁ ବହୁତ ଆଦର...

Read More

ବିଦ୍ୟା ଅଟଇ ମହାଧନ

ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ । ଅନ୍ୟମାନେ ସେମାନଙ୍କୁ ମୂର୍ଖ ବୋଲି କହି ଥଟ୍ଟା, ଉପହାସ...

Read More

ଦୁଇ ଅସୁର କଥା

ପୁରାଣ ଯୁଗର କଥା । ସେତେବେଳେ ଦକ୍ଷିଣ ଇଣ୍ଡିଆର ଗୋଟିଏ ଜଙ୍ଗଲରେ ଇଲୋଳ ଓ ବାତାପି ବୋଲି ଦୁଇଟି ଅସୁର ଥିଲେ । ସେମାନେ ଦୁହେଁ ଦୁଇଭାଇ । ମାୟାବଳରେ ସେମାନେ ଦୁହେଁ ନିଜ ନିଜ ରୂପ ବଦଳେଇ ଲୋକଙ୍କ ମନରେ ଲୋଭ ସୃଷ୍ଟି କରୁଥିଲେ । ବିଶେଷ କରି ଜଙ୍ଗଲ ଭିତରେ ତ ମୁନି ଋଷିମାନେ ରହୁଥିଲେ । ତେଣୁ ଏହି ଦୁଇ ଅସୁର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମାରି ଦେଇ ସେମାନଙ୍କର ମାଂସ ଖାଉଥିଲେ ।                 କୌଣସି ମୁନି ଋଷି...

Read More

ତିନୋଟି ଗଧଙ୍କର ବୋଝ

ଦିନେ ମହାରାଜ ଆକବର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧୋଇବା ପାଇଁ ମନ କଲେ । ସେଥିପାଇଁ ଦିନ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ଦିନ ଆକବର ଦୁଇ ପୁତ୍ର ଓ ବିରବଲଙ୍କୁ ସାଂଗରେ ନେଇ ଗାଧୋଇବା ପାଇଁ ବାହାରିଲେ । ନଦୀ କୂଳରେ ପହଁଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବିରବଲଙ୍କୁ ଧରିବା ପାଇଁ ଦେଲେ । ବିରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ ନଦୀ କୂଳରେ ଠିଆ ହୋଇଥାଆନ୍ତି ।          ମହାରାଜ୍ ଆକବର...

Read More

ଉପସ୍ଥିତ ବୁଦ୍ଧିର ବଳ

ଖରାଦିନ । ଉଦୁଉଦିଆ ଦ୍ୱିପ୍ରହର ବେଳ । ପ୍ରଚଣ୍ଡ ସୂର୍ଯ୍ୟତାପ ସତେ ଯେମିତି ଧରାପୃଷ୍ଠକୁ ଜାଳି ଦେଉଛି । ଉଦ୍ଭିଦଜଗତ ଝାଉଁଳି ପଡିଥିବା ବେଳେ ପ୍ରାଣୀମାନେ ମୁନ୍ଦିଏ ଜଳପାଇଁ ଡହଳ ବିକଳ ହେଉଥାନ୍ତି ।        ହଠାତ୍ ପାହାଡି ଝରଶାରୁ ଜଳ ମୁନ୍ଦିଏ ପିଇବା ଲାଗି ଠେକୁଆଟିଏ ଦୌଡିଆସିଲା । ସେ ଶୋଷ ମେଂଟାଇବା ପାଇଁ ପାଣିରେ ମୁହଁ ଲଗେଇଛି କି ନାହିଁ, ହଠାତ୍ ସିଂହର ଗର୍ଜନ ଶୁଣି ଚମକି ପଡିଲା । ମୁହଁ ଉଠାଇ ଚାହିଁଲା ବେଳକୁ ଝରଣା...

Read More

ବିଦ୍ୟା ଠାରୁ ବୁଦ୍ଧି ବଡ଼

ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି । ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ୍ ଥିଲା । ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା । ଉପାସ ଭୋକରେ ସମୟ ବିତାଇବା ଠାରୁ ଚାଲ ଆମେ ଚାରିଜଣଯାକ...

Read More

କିଏ ସମ୍ମାନର ଯୋଗ୍ୟ

ବେତାଳର ବାରମ୍ବାର ଏପରି କାର୍ଯ୍ୟକଳାପ ଦେଖି ରାଜା ବିକ୍ରମ ରାଗିଯାଇ ପୁଣିଥରେ ବୃକ୍ଷ ମୂଳକୁ ଆସିଲେ ଓ କହିଲେ- “ବେତାଳ! ତୁମେ ଏକ ବିଶ୍ୱାସ ଘାତକ ଅଟ । ମୁଁ ତୁମର ମସ୍ତକ ଚ୍ଛେଦନ କରିବି । ତୁମେ ଏମିତି ବାରମ୍ବାର କାହିଁକି ପଳାଇ ଆସୁଛ?” ଏହା କହି ବିକ୍ରମ ପୁଣିଥରେ ବେତାଳକୁ ଆଣି ନିଜ କାନ୍ଧ ଉପରେ ପକାଇ ଚାଲିବାକୁ ଆରମ୍ଭ କଲେ । ଏହାପରେ ପୁଣି ବେତାଳ ସବୁଥର ପରି ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା ।         ଅବନ୍ତୀ...

Read More

ବିଚିତ୍ର ପୁଷ୍ପ

(ଉତୁଙ୍ଗ ‘ଶତାଦ୍ଦିକା’ ପୁଷ୍ପ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ନାଗପୁର ଦେଶରେ ପହଁଚିଲେ । ପାହାଡୀ ପ୍ରଦେଶର ମୁଖ୍ୟ କାବୁଇ ତାଙ୍କୁ ବହୁତ ଆଦର କଲେ ଓ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ତାଙ୍କ ସାହସର ପ୍ରଶଂସା କରି କହିଲେ ତାଙ୍କର ସହାୟତା ସକାଶେ କେତେକ ସୈନ୍ୟ ସେ ଦେବେ । ରାଜକୁମାରୀଙ୍କ ଆଦେଶରେ ଜଣେ ଦେହରକ୍ଷୀ ଉତୁଙ୍ଗକୁ ରାଜକୁମାରୀଙ୍କ ପାଖକୁ ଡାକି ନେଲେ । ଏଣିକି ଆଗକୁ ପଢନ୍ତୁ )                ...

Read More

ସିଂହ ଏବଂ ମୂଷା

ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ ମୂଷାଟିକୁ ଧରିବାପାଇଁ ଚେଷ୍ଟା କଲା । ସିଂହଟି ତାକୁ ଗୋଡାଇବାରୁ...

Read More

ପୁରସ୍କାର

ଜମିଦାର ପ୍ରତାପ ବର୍ଦ୍ଧନଙ୍କ ଧୋବା ଆସି ଟଙ୍କା ଥଳିଟିଏ ଧରାଇଦେଇ କହିଲା, “ହଜୁର୍! ଆପଣଙ୍କ କୁର୍ତା ମୁଣିରେ ଏ ଥଳି ଥିଲା । ଠିକ୍ ପାଣିରେ ବୁଡାଇବାକୁ ଯାଉଛି, ମୋ ହାତରେ ଏସବୁ ଲାଗିଲା ।”                 ଜମିଦାର ସଙ୍ଗେ ସଙ୍ଗେ ସେହି ଥଳୀଟି ଖୋଲି ଦେଖିଲେ । ସେଥିରେ କୋଡିଏଟି ଟଙ୍କା ଥିଲା । ତାଙ୍କର ମନେ ପଡିଲା ଗତ ରାତ୍ରିରେ କୁର୍ତା ମୁଣିରୁ ସେ ଟଙ୍କା ବାକ୍ସରେ ନ ରଖି ଶୋଇ ଯାଇଥିଲେ । ଜମିଦାର ସେହି ଲୋକଟିର...

Read More

ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।

୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ କାବ୍ୟସମ୍ପଦ ଉପରେ ଲାଟିନ୍ ଭାଷାରେ ଏକ ବିଶାଳ ଗ୍ରନ୍ଥ...

Read More

ବନଲତା କୁମାରୀ ଚରିତ

ବନଲତା ଯାଇ ଯେଉଁ କିନ୍ନର ରଥରେ ପଡିଲା ତା’ର ନାମ  ସୁନନ୍ତକ । ସେ ଏଭଳି ମୋହିନୀ ବିଦ୍ୟା ଜାଣେ ଯେ ଯାହାକୁ ପାରେ ତାକୁ ସେ ଆଖି ପିଛୁଳା ମାତ୍ରେ ବଶ କରିଦିଏ । ଘରେ ତା’ର ସ୍ତ୍ରୀ ଅଛି । ସତୀ ମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠା ନାରୀ ସେ । ସେ ମାଛିକୁ ମ ବୋଲି କହେନି କି ହଲିଲା ପାଣିରେ ଗୋଡ ମଧ୍ୟ ପୁରାଏନି । ପରର ଦୁଃଖ ଦେଖିଲେ ସତେ ଯେମିତି ତା’ ଆଖିରୁ ଲୁହ ଗଡି ପଡେ । ନ୍ୟାୟ ଛଡା ଅନ୍ୟାୟ ଦିଗକୁ ସେ ମୋଟେ ତା’ ପାଦ...

Read More

ଠକ ଦଣ୍ଡ ପାଇଲା

 ମହାରାଜ ଆକବର ପ୍ରତିଦିନ ଦରବାରକୁ ଆସି ରାଜ୍ୟର ଭଲ ମନ୍ଦ ଖବର ଗୁପ୍ତଚରମାନଙ୍କ ଠାରୁ ବୁଝନ୍ତି ଓ ସମସ୍ୟାର ଉଚିତ୍ ପଦକ୍ଷେପ ନିଅନ୍ତି । ଏଥିରେ ବିରବଲ ତାଙ୍କର ସହାୟତା କରନ୍ତି । ସେଥିପାଇଁ ବିରବଲଙ୍କୁ ପ୍ରତିଦିନ ଦରବାରକୁ ଆସିବାକୁ ପଡେ । ଦିନେ ଦରବାରରେ ଏପରି ଏକ ସମସ୍ୟା ଦେଖା ଦେଲା ଯାହାର ସମାଧାନ ବିରବଲ ଖୁବ୍ କମ୍ ସମୟ ମଧ୍ୟରେ କରିଦେଇଥିଲେ । ସମସ୍ୟାଟି ହେଉଛି ଜଣେ ଠକ ଏବଂ ଜଣେ ଧନୀ ବଣିକଙ୍କ ମଧ୍ୟରେ ଦେଖାଦେଇଥିବା...

Read More

ନମ୍ରତା ଶ୍ରେଷ୍ଠ ଭୂଷଣ

ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ ନିକଟକୁ ସାକ୍ଷାତ ପାଇଁ ଆସୁଥିବା ବ୍ୟକ୍ତିମାନଙ୍କୁ ସେ...

Read More

ଚତୁର ମହାପାତ୍ରେ

ଦୀନବନ୍ଧୁ ମହାପାତ୍ରଙ୍କୁ ଲୋକେ ଚତୁର ମହାପାତ୍ରେ ବୋଲି କହିବାର ଅନେକ କାରଣ ଥିଲା । ସେଦିନ ମହାପାତ୍ରେ ଚୌକିରେ ଆରାମ୍ କରି ବସିଥିଲେ । ସ୍ତ୍ରୀ ଲକ୍ଷ୍ମୀ ଆସି କହିଲେ, “ଶୁଣ, ଆଗାମୀ ମାସ ଆମ ଗାଁରୁ ଦଳେ ଲୋକ ବାରାଣସୀ ଯାଉଛନ୍ତି । ଆଉ କେଇଦିନ ପରେ ଆମେ ବୁଢାବୁଢୀ ହୋଇଯିବା । ବାଟ ଚାଲିବା ଆମ ପକ୍ଷରେ ଆଉ ସମ୍ଭବ ହେବ ନାହିଁ । ଚାଲ, ତୀର୍ଥ ଭ୍ରମଣ କରି ଆସିବା ।”                 ମହାପାତ୍ରେ ଚମକି ପଡି କହିଲେ, “ଏ ଘର...

Read More

ବୁଦ୍ଧି ପରୀକ୍ଷା

ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ ଅତି ସହଜରେ ସମାଧାନ କରି ଦେଉଥିଲେ ।                ...

Read More

ବୀର ହନୁମାନ

ଦ୍ୱାପର ଯୁଗରେ ଯଦୁବଂଶରେ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କଲେ । ସେତେବେଳେ ତ ପୃଥିବୀ କଂସ ପ୍ରଭୃତି ଅନେକ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ବଧ କରି ପୃଥିବୀ ଭାର ନିବାରଣ କଲେ । ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ବଡ ଯୋଦ୍ଧା ଥିଲେ  । ଶ୍ରୀକୃଷ୍ଣ ନରକାସୁରକୁ ବଧ କଲେ । ସତ୍ୟଭାମା ସେ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ସାହାଯ୍ୟ କରିଥିଲେ । ସେହିଦିନଠାରୁ ସେ ଭାବନ୍ତି ଯେ ଶ୍ରୀକୃଷ୍ଣଙ୍କ...

Read More

ସ୍ତ୍ରୀ ପ୍ରେମୀ ଅରଫିଅସ

ଗ୍ରୀସ୍ ଗୋଟିଏ ପ୍ରାଚୀନ ଦେଶ । ଏହି ଦେଶରେ କେଉଁ କାଳରେ ଅରଫିଅସ ନାମରେ ଜଣେ ଅଦ୍ଭୁତ ଲୋକ ବାସ କରୁଥିଲେ । ସେ ରାଜ୍ୟରେ ତାଙ୍କ ପରି ଆଉ କେହିବି ଏତେ ମଧୁର ସ୍ୱରରେ ବୀଣା ବଜାଇ ପାରୁନଥିଲେ । ବୀଣା ବଜାଇବା ଥିଲା ତାଙ୍କର ଏକ ସଉକ । ବୀଣା ବଜାଇ ସେ ଗୀତ ଗାଇଲେ ଗଛ ଲତା ବି ଜୀଇଁ ଉଠୁଥିଲେ । ମଣିଷ ଅବା କେତେ ମାତର । ଏହି ସଙ୍ଗୀତ ଶୁଣିଲେ ମଣିଷ ନିଜର ସମସ୍ତ ଦୁଃଖ ଶୋକ ଭୁଲି ଯାଉଥିଲେ । ସେ ଅରଫିଅସଙ୍କର ସ୍ତ୍ରୀ ଭାରି...

Read More

କର୍ମ ହିଁ ଜୀବନର ମାନଦଣ୍ଡ

ବଡଲୋକଙ୍କର ଜୀବନୀ ପୁସ୍ତକ ପଢି ପ୍ରଭାବିତ ହେଲା ବାଳକ     ଆମେରିକା ରାଷ୍ଟ୍ରପତି ପଦ ଦିନେ ସେ ବାଳକ କରିଲା ଅଳଙ୍କୃତ ।     ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାରେ ଜାତ ଆଣେ ନାହିଁ ଜୀବନେ ସାର୍ଥକତା     ସତ୍କର୍ମବଳେ ନିଃସ୍ୱ ମାନବ ବି ହୋଇପାରେ ଦିନେ ଜଗତଜିତା ।                 ସମ୍ଭ୍ରାନ୍ତ, ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଦେଲେ ଜଣେ କଦାପି ମଧ୍ୟ ବଡ ମଣିଷ ହୋଇପାରେ ନାହିଁ । ଜଣେ ନିଃସ୍ୱ ମଣିଷ ବି ତା’ର ସତ୍କର୍ମ...

Read More

ଦେବୀଙ୍କ ଅଳଙ୍କାର

କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ ।                 ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ...

Read More

ଯେସାକୁ ତେସା

କୌଣସି ଗୋଟିଏ ବଡ ସହରରେ ଗୋପାଳ ନାମକ ଜଣେ ଧନୀ ଲୋକ ବାସ କରିଥିଲେ । ତା’ ବାପା ବାଣିଜ୍ୟ ବ୍ୟବସାୟ କରି ବହୁତ ଧନସମ୍ପଦ ରଖି ଯାଇଥିଲେ । ଗୋପାଳ କିନ୍ତୁ ବାପାଙ୍କ ବ୍ୟବସାୟ ଚଳାଇପାରିଲା ନାହିଁ । ବ୍ୟବସାୟରେ କ୍ଷତି ହେବାରୁ ସେ ସାଙ୍ଗମାନଙ୍କଠାରୁ ବହୁତ ଟଙ୍କା କରଜ କରି ପକାଇଲା । ସେ ଭାବିଥିଲା କରଜ ଟଙ୍କାରେ ବ୍ୟବସାୟ ଚଳାଇ ଲାଭ କରିବ । କିନ୍ତୁ ସେକଥା ହେଲା ନାହିଁ । ସାଙ୍ଗମାନେ ବାରମ୍ବାର ଟଙ୍କା ମାଗିଲେ । ତେଣୁ...

Read More

ଦୁଷ୍ଟ ଚିଲ ଓ ଚତୁର କଙ୍କଡା

ଗୋଟିଏ ପଦ୍ମ ପୋଖରୀରେ ବହୁତ ପ୍ରକାରର ମାଛ ରହୁଥିଲେ । ଆଉ ସେହି ପୋଖରୀର ପାଣି ବି ଭାରି ମିଠା । ଗୋଟିଏ ବଗ ସବୁଦିନ ସକାଳୁ ଆସି ପୋଖରୀ କୂଳେ କୂଳେ ବୁଲି ଛୋଟ ଛୋଟ ମାଛ ଖାଏ । ସେହି ପୋଖରୀକୁ ଲାଗି ଏକ ବଡ ବରଗଛ ଥିଲା । ସେହି ବରଗଛ ଉପରେ ଆସି ଏକ ଚିଲ ବସାକଲା । ଦିନେ ସେ ଚିଲକୁ ବହୁତ ଶୋଷ ଲାଗିଲା । ତେଣୁ ସେ ଯାଇ ପଦ୍ମ ପୋଖରୀରୁ ପାଣି ପିଇଲା । ଭାବିଲା ଏହି ପୋଖରୀର ପାଣି ଯଦି ଏତେ ମିଠା ତାହେଲେ ଏହି ପୋଖରୀର ମାଛ...

Read More

ମାଛ କଡେଇରେ ଶଗଡିଆର ଆଶା

ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳର କଥା । ସେ ସମୟରେ ଆଉ ଆଜିକାଲି ଭଳି ଟ୍ରକ୍, ମଟର, ବସ୍ ଆଦି ଯାନବାହନ ନଥିଲା । ତେଣୁ ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଶଗଡ ବଳଦ ଗାଡିରେ ଯାଉଥିଲେ । ଯେଉଁଠି ରାତି ହେଉଥିଲା ସେଇଠି ହିଁ ବିଶ୍ରାମ ନେଉଥିଲେ । ଶଗଡ ଚାଳକକୁ ତ ଶଗଡିଆ କହନ୍ତି । ହରିସାମନ୍ତପୁର ନାମକ ଏକ ଗାଆଁରେ ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଅଛି । ସେମାନେ ସକାଳେ ଗାଧୋଇ ପାଧୋଇ ଖାଇ ନିଜ ନିଜର ଶଗଡରେ ବଳଦ...

Read More

ଯାଦୁ ମହଲ

(ଯାଦୁ ମହଲରୁ ବାହାରି ରାଜକୁମାରୀ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ସଂଧ୍ୟା ପୂର୍ବରୁ ଆସି ମୁନି ଜିତେନ୍ଦ୍ରନାଥଙ୍କ କୁଟୀରରେ ପହଁଚିଲେ । ମୁନି ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଓ ସେମାନଙ୍କୁ ନିଜ ଜୀବନ କାହାଣୀ ଶୁଣାଇଲେ । ସେଥିରୁ ଜଣାଗଲା ଯେ, ସେ ମୁନି ଜଣକ ହେଉଛନ୍ତି ମହେନ୍ଦ୍ରଙ୍କର ଖୋଦ୍ ନିଜ କାକା, ଯାହାଙ୍କର କି ବହୁ ଦିନରୁ କୌଣସି ଆତାପତା ମିଳୁ ନଥିଲା । ବିଦ୍ୟାବତୀ ମଧ୍ୟ ଜାଣିଲେ ଯେ ସେ ମହେନ୍ଦ୍ରନାଥ ଜଣେ...

Read More

ଗାରୁଡି ମନ୍ତ୍ର

ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି...

Read More

ଦୁଇ ଉତ୍ତର

ଆଚାର୍ଯ୍ୟ ଜଗନ୍ନାଥ ଦେବ ଥରେ ତାଙ୍କ ଶିଷ୍ୟ ସହ ମଳୟବତୀ ନଗରୀ ଆଡେ ଯାଉଥାନ୍ତି । କାହିଁକିନା ନଗରୀର ରାଜସଭାରେ ବେଦବିଦ୍ ପଣ୍ଡିତମାନଙ୍କର ସଭା ହେବାର ଥାଏ । ସେ ସେଥିରେ ସଭାପତିତ୍ତ୍ୱ କରିବା କଥା । ଆଚାର୍ଯ୍ୟ ତାଙ୍କ ଯୁବା ବୟସରେ ଥରେ ମଳୟବତୀ ଯାଇଥିଲେ । ମଳୟବତୀ ସେ ରାଜ୍ୟର ରାଜଧାନୀ । କିନ୍ତୁ ରାଜାଙ୍କ ପାଖରେ ବା ରାଜଧାନୀରେ ଆଚାର୍ଯ୍ୟଙ୍କର କିଛି କାମ ନଥାଏ । ସେ କେବଳ ଶିକ୍ଷାଦାନ ଓ ଗବେଷଣାରେ ମଗ୍ନ ଥାନ୍ତି ।...

Read More

ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ

    “ପର ଉପକାରେ ଅଂଟା ଭିଡି ଠିଆ ହେବା ହିଁ ମଣିଷ ବଡପଣିଆ     ଏହି ଗୁଣ ରହିଥାଏ ଯା’ ପାଶରେ ଜଗତରେ ଖ୍ୟାତ ହୁଏ ତା’ ନାଆଁ ।     ଜର୍ଜ ୱାଶିଂଟନ୍ ଥିଲେ ସେହିଭଳି ଅତି ସାଧାରଣମଣିଷ ଜଣେ     ସରଳ, ବିନୟ ଗୁଣ ତାଙ୍କୁ ଦିନେ ବସାଇଲା ରାଷ୍ଟ୍ରପତି ଆସନେ ।”                 ଜଣେ ସଫଳ ରାଷ୍ଟ୍ରପତି ଭାବରେ ଜର୍ଜ ୱାଶିଂଟନ୍ ଥିଲେ ବେଶ୍ ଜଣାଶୁଣା । ଏହି ପଦବୀରେ ଥିଲାବେଳେ ସେ ଏକଦା ନଗରବାସୀଙ୍କ ସ୍ଥିତି ଅନୁଧ୍ୟାନ କରିବା...

Read More

ଇର୍ସା ଅନର୍ଥର ମୂଳ କାରଣ

ପୂର୍ବ କାଳର କଥା । ଇରାବତୀ ନାମରେ ରାଜ୍ୟଟିଏ ଥିଲା । ସେହିଠାରେ ରାଜୁତି କରୁଥାଆନ୍ତି ରାଜା ପରିତ୍ୟାଗସେନ । ତାଙ୍କ ପ୍ରଜାମାନେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ରାଜା ଥିଲେ ପ୍ରବଳ ପ୍ରତାପୀ । ତେଣୁ ପାଖପଡୋଶୀ ରାଜାମାନେ ଆଦୌ ସାହସ କରୁ ନ ଥିଲେ ରାଜା ପରିତ୍ୟାଗସେନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ଆଚରଣ କରିବା ପାଇଁ । ସେ ରାଜାଙ୍କର ଦୁଇରାଣୀ । ବଡରାଣୀ ମନୋରମା ଏବଂ ସାନରାଣୀ କାବ୍ୟାଳଙ୍କାରା । ସେ ଦୁଇରାଣୀ ରୂପରେ...

Read More

ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ବିନୋବାଭାବେଙ୍କ ନିକଟକୁ ଥରେ ଜଣେ ମଦ୍ୟପ ଯୁବକ ଆସିଲା । ସେତେବେଳେ ସେ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ଜଣାପଡୁଥିଲା । ଯୁବକକୁ ଦେଖି ବିନୋବା ଭାବେ ତା’ର ଚିନ୍ତାର କାରଣ ପଚାରିଲେ । ତହୁଁ ସେ ଯୁବକ ଜଣକ କହିଲା, “ମୋ’ ପିଛା ମଦ ମୋଟେ ଛାଡୁ ନାହିଁ । ଆପଣ କିଛି ଉପାୟ ବତାଇ ଦିଅନ୍ତୁ, ଯାହା ଫଳରେ କି ମୁଁ ଆଉ ମଦ କେବେବି ପିଇବି ନାହିଁ ।” ଏହା ଶୁଣି ବିନୋବା କିଛି ସମୟ ନିରବ ରହିଲା ପରେ ସେ ଯୁବକକୁ କହିଲେ, “ତୁମେ କାଲି...

Read More

ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ