କାନ୍ଦୁରୀ ରିଙ୍କି

ଟିଟୁ ପଶୁପକ୍ଷୀମାନଙ୍କୁ ପୋଷିବାକୁ ଖୁବ୍ ଭଲପାଏ । ତାଙ୍କ ଘରେ ଗାଈ, ଗୋରୁତ ଚାଷବାସ ପାଇଁ ଥାଆନ୍ତି ତା’ ସହ ପିଲାଙ୍କର ଖେଳଣା କିଣାଯିବା ପରି ବାପା କେତେବେଳେ ଶୁଆଟିଏ, ତ କେବେ ଶାରୀଟିଏ ପୁଣି କେବେ ନେଉଳଟିଏ ଆଣିଦିଅନ୍ତି । ଟିଟୁ ତାର ସେଇ ନୂଆ ନୂଆ ସାଥୀମାନଙ୍କ ସହିତ ଧୀରେ ଧୀରେ ଖେଳୁ ଖେଳୁ ଏକଦମ ସେମାନଙ୍କର ସାଥୀ ବନିଯାଏ । ଏବେ ସେ ଟିଟୁର ଚିଡିଆଖାନାରେ କାହିଁ କେତେ ଜୀବଜନ୍ତୁଙ୍କ ମେଳ । କିଚିରିମିଚିରି, କକରେକ...

Read More

ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା

ସାମାନ୍ୟ କଥାରେ କ୍ରୋଧାନ୍ୱିତ ହୋଇ ହରାଏ ମଣିଷ ବିଚାରଶକ୍ତି     ଜାଣିପାରେ ନାହିଁ ଭଲମନ୍ଦ ସିଏ କରି-ବସେ ସଦା କୁକର୍ମ ଅତି ।     ସେହିପରି ଜଣେ ବଦ୍ରାଗୀ ପିଲା ପାଇ ମାଆଙ୍କର ପ୍ରେରଣା ଦିନେ     ସମାଜ ସେବକ ଭାବରେ ସେ ଖ୍ୟାତ ହୋଇଯାଇଥିଲେ ବିଶ୍ୱ ଭୁବନେ ।                 ଅନେକ ଦିନ ତଳର କଥା । ବିଶ୍ୱବିଖ୍ୟାତ ସମାଜସେବକ ବାବା ଆମ୍ତେଙ୍କର ପିଲାଦିନର ଘଟଣା । ସେ ପିଲାଦିନେ ଅତିମାତ୍ରାରେ ବଦ୍ରାଗୀ ଥିଲେ । ଟିକିଏ...

Read More

କଥା କୌଶଳ

ବହୁଦିନ ତଳର କଥା । ରାଜଦରବାରରେ ନାରାୟଣ ଭଟ୍ଟ ନାମକ ଜଣେ ବିଦୂଷକ ଥିଲେ । ରାଜା ତାଙ୍କୁ ରାଜନଅରର ଅପରପାଶ୍ୱର୍ରେ ଏକ ସୁନ୍ଦର ନିବାସ ଉପହାର ଦେଇଥାଆନ୍ତି ।                 ନାରାୟଣ ଭଟ୍ଟ ଏହି ଗୃହରେ, ଅନେକ ବର୍ଷ ବେଶ୍ ଆନନ୍ଦରେ କଟେଇଲେ । କିନ୍ତୁ ଅଳ୍ପଦିନ ତଳେ ସେହି ଗୃହର ସମୀପରେ ଅନ୍ୟ ଏକ ଗୃହ ବହୁମଲ୍ଲ ନାମକ ଜଣେ ମଲ୍ଲଯୋଦ୍ଧା କ୍ରୟ କଲେ । ସେ ସେଠାରେ ରହିବାକୁ ଆରମ୍ଭ କରିବା ଦିନଠାରୁ ଭଟ୍ଟଙ୍କ ଆଖିରୁ ନିଦ...

Read More

ଜମିଦାର ରାଜା

ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ ସେ ରାଜମହଲରେ ଫାଟକ ସବୁବେଳେ ଖୋଲା ଥାଏ । ଅସମୟରେ ମଧ୍ୟ...

Read More

ବାନର ମକର କଥା

                ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।                 ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ...

Read More

ଅପାତ୍ର ଦାନ

ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି ।                 ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’...

Read More

ଦୟାଳୁ ଈଶ୍ୱର, ଠକ ବଣିକ

ପୂର୍ବ କାଳରେ ଆମ ଉତ୍ତର ଇଣ୍ଡିଆର ବଣିକମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ମସଲା, ନେଇ ସମୁଦ୍ର ପଥରେ ବିଦେଶକୁ ବେପାର କରିବାକୁ ଯାଉଥିଲେ । ସେଠାରେ ଆମ ଦେଶ ଜିନିଷ ବିକ୍ରି କରି ସେ ଦେଶରେ ମିଳୁଥିବା ସୌଖୀନ ଜିନିଷ ସବୁ ଆଣି ଆମ ଦେଶର ଲୋକଙ୍କୁ ବିକ୍ରି କରୁଥିଲେ । ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକମାନଙ୍କୁ ବଣିକ ବୋଲି କୁହାଯାଉଥିଲା । ଅହମଦାବାଦ ସହର ହେଉଛି ଗୋଟିଏ ପୁରାତନ ସହର । ଏହି ସହରରେ ପୂର୍ବରୁ ବହୁ ବଣିକ...

Read More

ମହତ୍ତ୍ୱ ପରୀକ୍ଷା

ଯେତେବେଳେ ବ୍ରହ୍ମଦତ କାଶୀରାଜ୍ୟର ରାଜା ଥିଲେ, ସେତେବେଳେ ବୋଧିସତ୍ୱ ତାଙ୍କରି ପୁତ୍ର ରୂପେ ଜନ୍ମ ନେଲେ । ସେ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ତକ୍ଷଶିଳାକୁ ଯାଇ ସେଠାରେ ସମସ୍ତ ବିଦ୍ୟା ଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁଥିରେ ପାରଦର୍ଶିତା ଲାଭ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଶୀ ସିଂହାସନ ଆରୋହଣ କଲେ ।                 ତାଙ୍କ ଶାସନକାଳରେ କାଶୀର ପ୍ରଜାବର୍ଗଙ୍କୁ କୌଣସି ପ୍ରକାର କଷ୍ଟ, ଅନିଷ୍ଟ, ଅନ୍ୟାୟ ଓ...

Read More

ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ

“ବିଦ୍ୟାଳୟ ଦିନେ ଉଠୁଛିପଡୁଛି ମାରୁଛନ୍ତି ଡିଆଁ ଖୁସିରେ ପିଲେ ଏତିକିବେଳରେ ଅତିଥିପ୍ରବର ମୁଖ୍ୟମନ୍ତ୍ରୀ ଆସି ପହଁଚିଗଲେ । ଦେଖିଲେ ନାହାଁନ୍ତି ପିଲାଏ ସେଠାରେ ଶିକ୍ଷକ ହୁଅନ୍ତି ବ୍ୟସ୍ତବିବ୍ରତ ଅତିଥି କହିଲେ ଆସନ୍ତୁ ପିଲାଏ ଅପେକ୍ଷା କରିବା ସେହି ପର୍ଯ୍ୟନ୍ତ । ଶିଶୁବତ୍ସଳ ସେ ଅତିଥିପ୍ରବର ହରେକୃଷ୍ଣ ମହତାବ ଏକଥା କହିଥିଲେ ବୋଲି ଭାବିଲା ବେଳକୁ ତାଙ୍କ ପାଶେ ନଇଁ ଯାଉଛି ମଥା ।” ସାରା ଦେଶରେ ଶିଶୁ ଦିବସର ମାହୋଲ ।...

Read More

ଦୂର ଦୃଷ୍ଟି ର ଫଳ

ସୁନ୍ଦର ପୋଖରୀଟିଏ ଥିଲା । ସେଥିରେ ଗୁଡାଏ ପଦ୍ମଫୁଲ ଫୁଟିଥାଏ । ସେହି ପୋଖରୀରେ ଦୁଇଟି ମାଛ ଓ ଗୋଟିଏ ବେଙ୍ଗ ନିଜ ନିଜ ମଧ୍ୟରେ ମିତ୍ରତା ସ୍ଥାପନ କରି ରହୁଥାଆନ୍ତି । ଆଉ ମଧ୍ୟ ନିଜ ନିଜ ମଧ୍ୟରେ ଦୁଃଖ ସୁଖ ସହ କାଳାତିପାତ କରୁଥାନ୍ତି । ଏହିପରି ଭାବରେ ବେଙ୍ଗଟି ସେମାନଙ୍କ ସହିତରେ କିଛିଦିନ ରହିବା ମଧ୍ୟରେ ସେ ଜାଣିବାକୁ ପାଇଲା ଯେ ଏହି ଦୁଇସାଙ୍ଗଙ୍କ ମଧ୍ୟରୁ ଜଣେ ସାଙ୍ଗ ମନ୍ଦ ବୁଦ୍ଧିର ଓ ଅନ୍ୟ ସାଙ୍ଗ ଜଣକ ଖୁବ୍ ଅହଂକାରୀ...

Read More

ବିଚାରପତିଙ୍କ ନ୍ୟାୟାଦେଶ

ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ ।        ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିଲା । ସୁତରାଂ ଦୁର୍ନୀତି...

Read More

ମଧୁମତିଙ୍କ ପସନ୍ଦ

ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।”                 ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ବଡ ପୁଅ ହେଲେହିଁ...

Read More

ସାହାସୀ ହେନେରୀ

ଫରାସୀ ଦେଶର ପରୀକାହାଣୀରେ ‘ହେନେରୀ’କୁ ସମସ୍ତେ ମନେ ରଖିଛନ୍ତି । ମାତ୍ର ସାତ ବର୍ଷର ପିଲା ହେଉଛି ସେ ହେନେରୀ । ତା’ର ମାଆ ଥିଲେ ଅତ୍ୟନ୍ତ ଦୁଃଖିନୀ । ମାଆ ଥିଲେ ହେନେରୀର ଏକମାତ୍ର ଭରସା । କାରଣ ପିଲାଟିଦିନରୁ ସେ ତା ବାପାକୁ ହରାଇଥିଲା । ଗାଁ ବାହାରେ ଛୋଟ କୁଡିଆ ଘରେ ମାଆ ପୁଅ ଦୁହେଁ ରହୁ ଥାଆନ୍ତି । ମା’ ପ୍ରତିଦିନ କିଛି କିଛି ସିଲେଇକାମ କରନ୍ତି ଓ ତାକୁ ନେଇ ହାଟରେ ବିକି ଯାହା ରୋଜଗାର କରନ୍ତି, ସେଇଥିରେ କୌଣସି...

Read More

ମିଠା କଥାର ମହତ୍ୱ

ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ?          ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି । ସେଠାରେ ମଧ୍ୟ ମୋତେ କିଛି ଦିନ ରହିବାକୁ ପଡିବ ।...

Read More

ବନଦେବୀଙ୍କ କୃପା

ସୀତାପୁର ଗ୍ରାମରେ ଗୋଟିଏ ଗରିବ ପରିବାର ଥିଲା । ଶିବ ଓ ତା’ ସ୍ତ୍ରୀ ରାଧା, ପୁଅଟିଏ, ତା’ର ନାମ ଭରତ । ତାଙ୍କର ଛୋଟ ବଗିଚାଟିଏ ଥାଏ । ସେଥିରେ ଫଳଫୁଲ ଲଗାଇ ତାକୁ ସେ ବିକନ୍ତି, ଆଉ ଅଳ୍ପ କିଛି ଜମିବାଡି, ସେଥିରେ ସେମାନେ ବେଶ୍ ଚଳିଯା’ନ୍ତି । ରାଧା ହାତର ସ୍ପର୍ଶରେ ସେହି ବଗିଚାଟି ଅତି ସୁନ୍ଦର ଓ ଜୀବନ୍ତ ହୋଇ ଉଠିଥାଏ । ରାଧା ସବୁବେଳେ କହୁଥାଏ “ଇଏ ବନଦେବୀଙ୍କ କୃପା ।”                 ରାଧା ଥରେ ଅସୁସ୍ଥ ହୋଇ...

Read More

ବ୍ରହ୍ମଜ୍ଞାନୀ ଶୁକମୁନି

ଏକଦା ପାର୍ବତୀମାତା ଈଶ୍ୱରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କଲେ । ତେଣୁ ଈଶ୍ୱର, ପାର୍ବତୀଙ୍କୁ ନିଜ ସାଙ୍ଗରେ ନେଇ ନୈମିଷ୍ୟାରଣରେ ପହଁଚିଲେ । ନୈମିଷ୍ୟାରଣ ହେଉଛି ଗୋଟିଏ ସୁନ୍ଦର ଓ ପବିତ୍ର ସ୍ଥାନ । ସେଠାରେ ମୁନି ଋଷିମାନେ ବାସ କରନ୍ତି । ଈଶ୍ୱର ଓ ପାର୍ବତୀ ଦୁହେଁ ସେହି ଅରଣ୍ୟର ଏକ ନିକାଂଚନ ସ୍ଥାନରେ ଯାଇ ଉପସ୍ଥିତ ହେଲେ । ସେଠାରେ ଗୋଟିଏ ବିରାଟ ଚମ୍ପାଗଛ ଥାଏ । ସେହି ଚମ୍ପାଗଛରେ...

Read More

ରେଶମୀ ବସ୍ତ୍ର

ତିନିହଜାର ବର୍ଷ ତଳର କଥା । ଚୀନ୍ର ସମ୍ରାଟ ଚଉଦ ବର୍ଷର ସୁନ୍ଦର ଝିଅଟିଏ ବାହା ହେଲେ । ତା’ର ନାମ ସଲିଙ୍ଗସି ଥିଲା । ସେ ବଡ ଲଜ୍ଜାଶୀଳା ଥିଲା । ତାକୁ ଖୁସି ରଖିବା ପାଇଁ ସମ୍ରାଟ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥା’ନ୍ତି ।                 ସବୁ ସତ୍ତ୍ୱେ ମଧ୍ୟ ସିଲିଙ୍ଗସି ସର୍ବଦା ଉଦାସ ରହିଥାଏ । କେବେ ବା ତା’ଆଖିରୁ ଅଶ୍ରୁବିନ୍ଦୁ ସବୁ ଝରିଯା’ନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସେ ଖୁସି ହୁଏ ନାହିଁ । ପ୍ରଥମ କାରଣ...

Read More

ମହାଭାରତ

ମୂଳ ମହାଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ହେଲେ ମଧ୍ୟ ସେଥିରେ ଅନେକ ବିଷୟ ଅନ୍ୟମାନଙ୍କ ଦ୍ୱାରା ଲିଖିତ ହୋଇଥାଏ । ଏଠାରେ ଥିବା ବିଷୟ ମଧ୍ୟ ଠିକ୍ ସେହିପରି ପ୍ରକ୍ଷିପ୍ତ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ।                 ସମସ୍ତ ଯାଦବ ଅନ୍ତର୍ଦୀପରେ ମହୋତ୍ସବ କରିବାକୁ ଚାଲିଯିବା ପରେ ଅର୍ଜୁନଙ୍କର ସୁଭଦ୍ରାଙ୍କ ସହ ବିବାହ ଶ୍ରୀକୃଷ୍ଣ ବଡ ଗୁପ୍ତରେ କରାଇଥିଲେ । ପ୍ରଥମେ ଅର୍ଜୁନ ସୁଭଦ୍ରାଙ୍କୁ ବିବାହ ପ୍ରସ୍ତାବ ଦେବାରୁ...

Read More

ଚୁଲ୍ଲଧନୁଗ୍ଗହ ଜାତକ

ଏକ ସମୟରେ ବୋଧିସତ୍ୱ ଶକ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିଲେ । ସେହି ବାରାଣସୀରେ ଜଣେ ବ୍ରାହ୍ମଣଙ୍କର ଗୋଟିଏ ପୁତ୍ର ଥିଲା । ବ୍ରାହ୍ମଣ ପୁତ୍ରଟିକୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରସିଦ୍ଧ ତକ୍ଷଶିଳାକୁ ପଠାଇଦେଲେ । ସେଠାରେ ସେ ବିବିଧ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିବା ସଂଗେ ସଂଗେ ଜଣେ ଆଚାର୍ଯ୍ୟଙ୍କଠାରୁ ଧନୁର୍ବିଦ୍ୟା ଶିକ୍ଷାକଲେ ଏବଂ ଏହି ବିଦ୍ୟାରେ ସେ ଅସାଧାରଣ...

Read More

ଶୁକ ପକ୍ଷୀ ପ୍ରାପ୍ତି

ରାଜା ବିକ୍ରମାଦିତ୍ୟ ମନେକଲେ ଦିନେ ମୃଗୟାକୁ ଯିବା ନିମିତ୍ତ ଆଦେଶ ପାଇ ସୈନ୍ୟମାନେ ପ୍ରସ୍ତୁତ ହେଲେ । ଶିକାରୀ ବେଶଧରି ରାଜା ବିକ୍ରମାଦିତ୍ୟ ଅଶ୍ୱପୃଷ୍ଠରେ ବସି ଚାଲନ୍ତେ ସୈନ୍ୟମାନେ ତାଙ୍କର ଅନୁଗମନ କଲେ । ନାନା ପ୍ରକାର ବାଦ୍ୟ ବଜାଇଣ ଅରଣ୍ୟ ମଧ୍ୟରେ ପ୍ରବେଶିଲେ । ବିକ୍ରମାଦିତ୍ୟଙ୍କ ଲକ୍ଷ୍ୟ ଅବ୍ୟର୍ଥ । ସମ୍ମୁଖରୁ ଭୟଭୀତ ହୋଇ ମୃଗଟିଏ ପବନ ବେଗରେ ପଳାଇଲା । ରାଜା ବାରମ୍ବାର ଶର ପ୍ରହାର କଲେ ମାତ୍ର ତା’ ଦେହରେ ଶର...

Read More

ମହାନ୍ କିଏ?

ପ୍ରାଚୀନ କାଳରେ ବାରଣାଶୀରେ ‘ବ୍ରାହ୍ମଦତ୍ତ’ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ବଳବାନ୍ ଏବଂ ଶକ୍ତିଶାଳୀ ଥିଲେ । କେବଳ ସେତିକି ନୁହେଁ ଦୟା, ପରୋପକାର ପ୍ରଭୃତି ମହନୀୟ ଗୁଣର ମଧ୍ୟ ଅଧିକାରୀ ଥିଲେ । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ କାଳାତିପାତ କରୁଥିଲେ । ପ୍ରଜାମାନେ ସୁଖରେ କାଳାତିପାତ କରୁଥିବାରୁ ରାଜା ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେଣୁ ଚାରିଆଡେ ରାଜାଙ୍କର ପ୍ରଶଂସା ବ୍ୟାପିବାରେ ଲାଗିଥାଏ ।...

Read More

ଦୁଃଶ୍ଚରିତ୍ରା ନାରୀ

ରାଜା ବିକ୍ରମ! ମୁଁ ତୁମକୁ ବର୍ତ୍ତମାନ ଏକ ସତ୍ୟ ଘଟଣା ସଂପର୍କରେ କହିବାକୁ ଯାଉଛି । ସ୍ୱର୍ଣ୍ଣ ଦେଶରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ସେ ସବୁ ସମୟରେ ଗରୀବମାନଙ୍କର ସହାୟତା କରୁଥିଲେ । ତେଣୁ ତାଙ୍କର ପ୍ରଶଂସା ସବୁଆଡେ ବ୍ୟାପୁଥାଏ । ସ୍ୱର୍ଣ୍ଣ ଦେଶର ରାଜା ମଧ୍ୟ ଧନୀ ବ୍ୟକ୍ତିକୁ ଖୁବ୍ ପ୍ରଶଂସା କରୁଥାଆନ୍ତି । ସେହି ଧନୀ ବ୍ୟକ୍ତିଙ୍କର ଗୋଟିଏ ବୋଲି ପୁତ୍ରଥାଏ । ଏକମାତ୍ର ସନ୍ତାନ ହୋଇଥିବାରୁ ଧନୀ ସେଠ୍ ଏବଂ ତାଙ୍କର...

Read More

ଦୁଇଜଣଙ୍କ କଳିରେ ତୃତୀୟର ଲାଭ

ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା । ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।                 ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା । ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା । ଦୁଇଜଣଙ୍କ କଳିରେ ତୃତୀୟର...

Read More

କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା

 “ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି । ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।”                 ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ ସ୍ୱାମିଜୀଙ୍କର ନାଁ ବିଶ୍ୱବିଖ୍ୟାତ ହୋଇ ସାରିଥାଏ । ସେ...

Read More

ଗୁରୁ ମହାଶୟ ଗୋପାଳ

ଗୋପାଳ ଭାଣ୍ଡର ପ୍ରତିବାସୀ ଜଣେ ବ୍ରାହ୍ମଣ ଗୁରୁ ଥାଆନ୍ତି । ଦିନେ ସେ ତାଙ୍କର ଶିଷ୍ୟ ଘରକୁ ଗଲେ । ସାଙ୍ଗରେ ଗୋପାଳକୁ ମଧ୍ୟ ନେଇ ଯାଇ ଥିଲେ । ଶିଷ୍ୟ ଗୁରୁଙ୍କୁ ଦେଖି ବଡ କଉ ମାଛ ଖୋଜି ଆଣି ରୋଷେଇ କରିବାର ଯୋଗାଡ କରି ଦେଲେ ।                  ଗୁରୁ ମହାଶୟ ଯତ୍ନର ସହିତ ରନ୍ଧନ କରି ଭୋଜନର ବ୍ୟବସ୍ଥା କଲେ । ନିଜ ସକାଶେ ଓ ଗୋପାଳ ସକାଶେ ଦୁଇ ଖଣ୍ଡ ପତ୍ର ପକାଇ ବାଢିଲେ, କିନ୍ତୁ ଗୁରୁ ମହାଶୟ ନିଜ ପତ୍ରରେ ବଡ ବଡ କଉ...

Read More

ନ୍ୟାୟପୀଠ

ମିତ୍ରପୁର ରାଜ୍ୟର ଶାସକ ଚନ୍ଦନଦେବଙ୍କର ଇଚ୍ଛା ଥିଲା ଯେ ତାଙ୍କ ରାଜ୍ୟରେ ସମସ୍ତ ବିଚାର ଯେପରି ନ୍ୟାୟପୂର୍ବକ ହୁଏ । କିନ୍ତୁ ମଣିଷତ ଆଉ ସମ୍ପୂର୍ଣ୍ଣ ନ୍ୟାୟ କେବେବି କାହାକୁ ଦେଇପାରିବ ନାହିଁ । ତେଣୁ କୌଣସି ଦୈବୀଶକ୍ତି ପ୍ରାପ୍ତ କରିବା ନିମନ୍ତେ ସେ ଘୋର ଜଙ୍ଗଲକୁ ଯାଇ ଧର୍ମଦେବୀଙ୍କୁ ପାଇବା ପାଇଁ ତପସ୍ୟା କଲେ ।                 ଧର୍ମଦେବୀ ଆବିର୍ଭୂତା ହେଲେ । ରାଜା କହିଲେ, “ମା’ ମୋତେ ଏପରି ଏକ ନ୍ୟାୟପୀଠ ଦେବେ ଯେ...

Read More

ପୁରୁଣା ଅଭ୍ୟାସ

ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା ।                 ଦିନେ ଠାକୁର ଦେଖିବାକୁ ଚାହିଁଲେ ଯେ, ସେ ଝିଅର ପୂର୍ବ ବିଲେଇ...

Read More

ଗୋପାଳର ଚଣ୍ଡୀ ପାଠ

ଦିନେ ରାଜା କୃଷ୍ଣ ଚନ୍ଦ୍ର କୌଣସି କାର୍ଯ୍ୟ ଉପଲକ୍ଷେ ପଣ୍ଡିତ ମାନଙ୍କୁ ଡକାଇ ଚଣ୍ଡୀ ପାଠ କରାଉ ଛନ୍ତି, ଏହି ସମୟରେ ଗୋପାଳ ଆସି ଦେଖା କଲେ । ମହାରାଜା କହିଲେ –                  ଗୋପାଳ ତୁମ୍ଭେ ତ ସବୁ ଜାଣ କିନ୍ତୁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣ କି ନା?                  ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଆଜ୍ଞା ହଁ, ମୁଁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣେ, ଆହୁରି ମଧ୍ୟ ଦୁର୍ଗା ସ୍ୱରୂପିଣୀ । ନୂତନ ଚଣ୍ଡୀ...

Read More

ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା

ଅନେକ ଦିନ ତଳର କଥା । ଉଗ୍ରସେନ ନାମକ ଜଣେ ରାଜା ପ୍ରତାପଗଡରେ ଶାସନ କରୁଥିଲେ । ତାଙ୍କର ଏକ ବିଶାଳ ସେନା ଥିଲା । ଏହି ଶକ୍ତିଶାଳୀ ସେନା ବଳରେ ରାଜା ଉଗ୍ରସେନ ଅନେକ ରାଜ୍ୟ ଜୟ କରିଥିଲେ । ତଥାପି ରାଜାଙ୍କର ଯୁଦ୍ଧଖୋର ପ୍ରକୃତି ଯୋଗୁଁ ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହିଁଲେ । ସେ ରାଜାଙ୍କ ଶକ୍ତିଶାଳୀ ସେନାରେ ବିଚିତ୍ର ମୋହନ ନାମକ ଏକ ସୈନ୍ୟ ଥିଲା । ଏହି ସୈନିକ ଜଣକ ସବୁ ଯୁଦ୍ଧରେ ରାଜାଙ୍କ ସହିତ ରହି...

Read More

ହଜାରେ ବାଲ୍ଟି ପାଣି

ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ କିତିକାତିଆ ହୋଇ ଧାଆଁନ୍ତି କୂଳକୁ । ଏହା ନିତି ଦିନିଆଁ ଖେଳ...

Read More

ଭଗବାନ କାହାର

ଥରେ ମହାଦେବ ଓ ବିଷ୍ଣୁ ସେମାନଙ୍କ ଭକ୍ତମାନଙ୍କ ପାଖକୁ ବୁଲିଯିବାକୁ ବିଚାର କଲେ । ତେବେ ପ୍ରଥମେ କାହା   ଭକ୍ତଙ୍କ ପାଖକୁ ଯିବେ? ଶେଷରେ ଦୁହେଁ ବିଚାର କଲେ ଯେ ମହାଦେବଙ୍କ ଭକ୍ତଙ୍କ ପାଖରୁ ଭ୍ରମଣ ଆରମ୍ଭ କରିବେ । ତେଣୁ ଦେବତା ରୂପ ଛାଡି ସେମାନେ ଗରିବ ବ୍ରାହ୍ମଣ ବେଶ ଧାରଣ କଲେ ଓ ଭକ୍ତଙ୍କ ଘର ଆଡେ ଚାଲିଲେ । ମହାଦେବଙ୍କ ଭକ୍ତମାନେ ଥିଲେ ଅପେକ୍ଷାକୃତ ଧନଶାଳୀ । ତେଣୁ ଜଣେ ଧନିକ ଭକ୍ତଙ୍କ ଦ୍ୱାରସ୍ଥ ହେଲେ ସେ ଦୁଇ...

Read More

ରାଜା ହାତୀ ନେଲେ, କଖାରୁ ଦେଲେ

ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ ଅତ୍ୟନ୍ତ ଈର୍ଷା କରନ୍ତି ଏପରିକି ସେ ତାଙ୍କର ସୁନାମକୁ ଆଦୌ...

Read More

ଅନ୍ଧବିଶ୍ୱାସ

ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।       ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ