ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ ନିକଟକୁ ସାକ୍ଷାତ ପାଇଁ ଆସୁଥିବା ବ୍ୟକ୍ତିମାନଙ୍କୁ ସେ...
ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ । ହେଲେ ଏଭଳି କଥା ଉଡିଯାଉଥିବା ପ୍ରଥମ କାଉଟି କାନକୁ ନେଲା...
ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ ବାଧ୍ୟ । ସେମାନଙ୍କ ଅଜ୍ଞାତରେ ହେଲେ ମଧ୍ୟ କିଛି ସମୟ ପାଇଁ...
ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର । ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର ପାଠପଢା ନଈକୂଳରେ । ଘରେ କି ବିଦ୍ୟାଳୟରେ କେହି ତାକୁ...
ଛଅଦିନ କାଳ ଯେତେ ଚେଷ୍ଟା କଲେ ମଧ୍ୟ ମହାରାଜ ଭୋଜ ବିକ୍ରମାଦିତ୍ୟଙ୍କ ସେଇ ତଥାକଥିତ ଚମତ୍କାରୀ ସିଂହାସନରେ ବସିବାତ ଦୂରର କଥା ସେଥିରେ ଥିବା ପାହାଚରେ ପାଦ ଥାପିବା ମାତ୍ରେ କଣ୍ଢେଇମାନଙ୍କର କାହାଣୀ ଶୁଣି ନିଜକୁ ଅସହାୟ ମଣି ଫେରି ଆସିଲେ । ଦୁଃଖ ଅବଶୋଷରେ ମନ ତାଙ୍କର ଘାଂଟି ହେଲା । ମନ୍ତ୍ରୀ, ପାରିଷଦମାନେ ଚିନ୍ତିତ ହୋଇପଡିଲେ । ରାଜ ପରାମର୍ଶ ଦାତାଙ୍କୁ ଡକାଇ ସବୁ କଥା କହିଲେ । ମହାରାଜ କହିଲେ; “ମୁଁ ଏ ରାଜ୍ୟର...
ସଂନ୍ଧ୍ୟା ହେବା ଆଗରୁ କଳା ହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା । ଚାରି ଆଡେ ପାଣି ହିଁ ପାଣି । ଏହି ସମୟରେ ଜଙ୍ଗଲରେ ଛେଳି ଚରାଇବାକୁ ନେଇ ଥିବା ଛେଳି ଚରାଳି ବ୍ୟସ୍ତ ହୋଇ ଗଲା ଯେ ସେ କିଭଳି ଛେଳି ମାନଙ୍କୁ ନେଇ ଗାଁରେ ପହଁଚିବ । ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଁଚି ଗଲା । ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ ସେଠାରେ ଆଗରୁ କିଛି ମେଣ୍ଢା ତାଙ୍କର ଛୁଆ ମାନଙ୍କୁ ନେଇ ରହିଛି...
ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ । ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର...
ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି । ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଗଲେ ସେ ବଡ ଆନନ୍ଦ ପାଏ । କାହାକୁ ନାନା କଥା କହି...
ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍ ନ କରିବାକୁ ଯଥେଷ୍ଟ ସଚେତନ ହୁଏ, କିନ୍ତୁ ପାରେନାହିଁ ।...
ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଘନ ଘନ ବର୍ଷା ହେଉଥାଏ । ଗଛଲତାଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...
ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ ।...
ଆକବରଙ୍କ ପୁତ୍ର ସଲିମ୍ଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ରାଜାଙ୍କର ନାତି ହୋଇଥିବାରୁ ରାଜା ଖୁସିରେ ପାଗଳ ହୋଇଗଲେ । ରାଜା ସବୁ ସମୟ ନାତି ସହିତ କଟାଉଥିଲେ । ସବୁ ସମୟରେ ରାଜା ନାତିକୁ ଆଦରରେ ଗେହ୍ଲା କରିବା, ତା’ସହିତ ଖେଳିବାରେ କଟୁଥାଏ । ରାଜା ଏତେ ସମୟ କଟାଇଲେ ଯେ, ରାଜ୍ୟ ଖବର ବୁଝିବା ମଧ୍ୟ ଭୁଲିଗଲେ । ଯେତେବେଳେ ସେ ଦରବାରକୁ ଆସିଲେ, ସେତେବେଳେ ତାଙ୍କ ନାତି ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେଲେ । ଦିନେ କହୁ...
ମୂଳ ମହାଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ହେଲେ ମଧ୍ୟ ସେଥିରେ ଅନେକ ବିଷୟ ଅନ୍ୟମାନଙ୍କ ଦ୍ୱାରା ଲିଖିତ ହୋଇଥାଏ । ଏଠାରେ ଥିବା ବିଷୟ ମଧ୍ୟ ଠିକ୍ ସେହିପରି ପ୍ରକ୍ଷିପ୍ତ ବିଷୟମାନଙ୍କ ମଧ୍ୟରୁ ଗୋଟିଏ । ସମସ୍ତ ଯାଦବ ଅନ୍ତର୍ଦୀପରେ ମହୋତ୍ସବ କରିବାକୁ ଚାଲିଯିବା ପରେ ଅର୍ଜୁନଙ୍କର ସୁଭଦ୍ରାଙ୍କ ସହ ବିବାହ ଶ୍ରୀକୃଷ୍ଣ ବଡ ଗୁପ୍ତରେ କରାଇଥିଲେ । ପ୍ରଥମେ ଅର୍ଜୁନ ସୁଭଦ୍ରାଙ୍କୁ ବିବାହ ପ୍ରସ୍ତାବ ଦେବାରୁ...
ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା । ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ । ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା । ସେତେବେଳେ ଏ ଦୁଇଜଣଙ୍କର ସେ ବିଲୁଆକୁ ଗୋଡେଇବାକୁ ଆଉ ବଳ ନଥିଲା । ଦୁଇଜଣଙ୍କ କଳିରେ ତୃତୀୟର...
ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି । ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ...
ଏଇପର୍ଯ୍ୟନ୍ତ ଗଳ୍ପଟି କହି ସୌଦାମିନୀ ତା’ର ପିତାଙ୍କୁ କହିଲା, “ବାବା ଏ କ୍ଷେତ୍ରରେ କନକପ୍ରଭା କାହାକୁ ବିବାହ କରିବେ? କୌଣ୍ଡିନ୍ୟ ଦେଶର ଯୁବରାଜଙ୍କୁ ନା ରାଜଶେଖରଙ୍କୁ ନା ଗନ୍ଧର୍ବଙ୍କୁ? ଏହାହିଁ ଏହି ଗଳ୍ପର ସମସ୍ୟା । ମୋତେ ବିବାହ କରିବାକୁ ଆସୁଥିବା ଯୁବକମାନଙ୍କୁ ଆପଣ ଏହି ପ୍ରଶ୍ନହିଁ ପଚାରିବେ, ଯିଏ ଏ ଗଳ୍ପ ଶୁଣିବା ପରେ ନ୍ୟାୟସଙ୍ଗତ ଭାବରେ ସମାଧାନ କରିଦେବ ମୁଁ ତାକୁହିଁ ବିବାହ କରିବି ।” ...
ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ ସଡକରେ ବୁଲିପାରିବେ । ତା’ ବି ବହୁତ ଦୂରକୁ ଯାଇପାରିବେ...
ବହୁ ପୁରା କାଳର କଥା । ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମରେ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ମହାଦେବ ମନ୍ଦିର ଥିଲା । ଏହି ମନ୍ଦିରରେ ତାମ୍ରଚୂଡ ନାମକ ଏକ ସାଧୁ ବାବା ବାସ କରୁଥିଲେ । ପ୍ରତ୍ୟେକ ଦିନ ସେ ବିଭିନ୍ନ ସ୍ଥାନକୁ ଭିକ୍ଷା କରିବାକୁ ଯାଆନ୍ତି ଏବଂ ଯାହା ମାଗିଯାଚି ଆଣନ୍ତି ସେଇଥିରେ ଗୁଜୁରାଣ ମେଂଟାନ୍ତି । ପ୍ରତିଦିନ ସାଧୁ ତାଙ୍କ ରାତ୍ରୀ ଭୋଜନ ସାରିବା ପରେ ଯାହା ଖାଦ୍ୟ ପଦାର୍ଥ...
ଗୋଟିଏ ଚଢେଇ ଶିକାରୀ ଜାଲରେ ଧରାପଡିଥାଏ । ତାକୁ ଛାଡି ଦେବାକୁ ଚଢେଇଟି ସେ ଶିକାରୀକୁ ଖୁବ୍ ଅନୁନୟ ହେଲା । କହିଲା, ଯଦି ଶିକାରୀ ତାକୁ ମୁକ୍ତି ଦିଅନ୍ତି ତେବେ ତା ଜାତିଭାଇଙ୍କୁ ଭୁଲେଇଆଣି ସେ ତାଙ୍କ ଜାଲରେ ନିଶ୍ଚୟ ପକାଇଦେବ । ଏ କଥା ଶୁଣି ସେ ଶିକାରୀ ଜଣକ ହଠାତ୍ ଟାଣ କରି କହିଲା – ଯିଏ ନିଜ ସ୍ୱାର୍ଥ ପାଇଁ ଜାତିଭାଇଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଚାହେଁ, ତାକୁ ମୃତ୍ୟୁଠାରୁ ବି କଠୋର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...
ପୁରୁଣା କାଳ କଥା । ଛତ୍ରପତି ଶିବାଜୀ ରାଜା ହୋଇ ଶାସନ ଭାର ସମ୍ଭାଳିଥାନ୍ତି । ରାଜ୍ୟ ପରେ ରାଜ୍ୟ ଜୟ କରୁଥାନ୍ତି । ଥରେ ଏକ ରାଜ୍ୟ ଜୟ କରିବା ପାଇଁ ସେନାପତିଙ୍କୁ ଶିବାଜୀ ନିର୍ଦ୍ଧେଶ ଦେଲେ । ଶିବାଜୀଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ ହେଲା । ସେନାପତି ତାଙ୍କ ସେନା ଧରି ରାଜ୍ୟ ଜୟ କରିବାକୁ ବାହାରିଗଲେ । ଅନେକ ଦିନ ବିତିଗଲା । ଦିନେ ସିଂହାସନରେ ଶିବାଜୀ ବସିଥାନ୍ତି । ପାଖରେ ତାଙ୍କ ମନ୍ତ୍ରୀ ଓ ଅନ୍ୟ ସୁଯୋଗ୍ୟ...
ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ ପରୀକ୍ଷା କରିବା ଲାଗି ଚିନ୍ତା କରୁଥିବା ସମୟରେ ମୁନିଶ୍ରେଷ୍ଠ ନାରଦ...
ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି ଯାଉଥାଆନ୍ତି । ଦିବସର ଅନ୍ତିମ ଭାଗକୁ ଯଜ୍ଞ କାର୍ଯ୍ୟ ଶେଷ ହେବାକୁ...
ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ । ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...
ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି । କାହିଁକିନା ତାଙ୍କ ଜିନିଷରେ ଭେଜାଲ୍ ମୋଟେ ନଥାଏ । ଠିକ୍...
ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର ବ୍ୟକ୍ତି ଠିଆ ହୋଇଥିଲେ ଓ ଏସମସ୍ତ କଥା ଶୁଣୁଥିଲେ । ସେ...
ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା । ଏହି କାରଣରୁ ସେ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ କରୁଛନ୍ତି । ସେ ମଧ୍ୟ ସେଠାରେ ଯାଇ ବସି ପଡିଲା ।...
ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି । ଦିନେ ରାଜହଂସ ନିଜର ଦଳବଳ ନେଇ ଏକ ବିରାଟ ହ୍ରଦରେ ବିହାର...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ । ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ । ସେ ଖାଲି ଈର୍ଷାରେ ଜଳିଲା । ଦିନେ ସେ ଯାଇ ଗ୍ରାମର...
ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର କରି ଘରକୁ ଫେରନ୍ତି । ତେଣୁ ସେ ଆସିଲା ବେଳକୁ ରୀମା...
(ରାଜଗୁରୁ ଗୌରୀନାଥ ରାଜାଙ୍କୁ ଓ ରାଜକୁମାରୀଙ୍କୁ ଅଭିଶପ୍ତ ‘ଶତାଦ୍ଦୀକା’ ପୁଷ୍ପ ବିଷୟରେ କିଛି କହିଲେ । ସେନାପତି ଗମ୍ଭୀରବର୍ମା ରାଜାଙ୍କୁ କହିଲେ ଯେ ଦକ୍ଷିଣ ପ୍ରାନ୍ତରେ ଥିବା ସମୁଦ୍ର କୂଳବର୍ତ୍ତୀ ଗ୍ରାମଗୁଡିକ ଧରାଶାୟୀ ହୋଇଛି । ପ୍ରଜାମାନେ ଭୟଭୀତ ହୋଇ ପ୍ରାଣବଞ୍ଚାଇବାକୁ ଇତଃସ୍ତତ ଦୌଡୁଛନ୍ତି । ତା’ପରେ ପଢନ୍ତୁ) କେହି ବୁଝିପାରିଲେ ନାହିଁ ଯେ ସମୁଦ୍ର କୂଳରେ ଥିବା ଗ୍ରାମ ଗୁଡିକ କାହିଁକି ଏପରି...
ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।” “ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଗୁଣଗ୍ରାହୀ ବ୍ୟକ୍ତି । ଗୁଣର ଆଦର କରୁଥିଲେ ।...