ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ । ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ କର୍ମ କରୁଛନ୍ତି ବୋଲି ଗର୍ବ ଅନୁଭବ କରି ଖୁସିରେ ବିଭୋର ହୋଇ...
ଗୋଟିଏ ସିଂହ ହରିଣକୁ ଖାଇ ସାରିବା ପରେ ହରିଣ ଜିଭରେ ମୁହଁକୁ ଚାଟି ଚୁଟି କହିଲା – ଯେତେ ବେଳେ ମୁଁ କୌଣସି ହରିଣକୁ ଧରି ନିଏ । ସର୍ବଦା ମୋତେ କିଛି ନା କିଛି ନୂତନ କୌଶଳ ଖୋଜି ବାହାର କରିବାକୁ ପଡେ । କିଛି ଦିନ ପରେ ସିଂହଟି ନଦୀ ତଟରେ ଗୋଟିଏ ହରିଣକୁ ଦେଖିଲା ସିଂହଟି ଗର୍ଜନ କରି କହିଲା – ଏଁ ସେଇଠି କ’ଣ କରୁଛ? ହରିଣ କହିଲା ହଜୁର୍ – ପାଣି ପିଉଛି । ସିଂହ କହିଲା – ପାଣି ପିଉଛ! ତୁମକୁ...
ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା । ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି ଶିକ୍ଷାର୍ଥୀଙ୍କୁ ନିଜ ପାଖରେ ରଖୁ ନଥିଲେ । ଜଣେ ଦୁଇଜଣ କରି ରହିଲେ...
ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ ନିଶ୍ଚୟ ଆସିଥାଏ । ତେଣୁ ତା’ର ଯାହା ଯାହା ସବୁ ଦରକାର ଶାଶୁଙ୍କୁ...
ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ । ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା । ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...
ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ । ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା...
ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା । ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି ଭାବରେ ଗଧ ଉପରେ ମାଲିକର ବିତୃଷ୍ଣା ଭାବ ସୃଷ୍ଟି କରି ପାରିବ...
ପ୍ରାଚୀନ କାଳର କଥା । ଥରେ ଲକ୍ଷ୍ମଣପୁର ଗ୍ରାମରେ ବର୍ଷା ହେଲା ନାହିଁ । ବର୍ଷା ନହେବାରୁ ନଈ, ନାଳ, ପୋଖରୀ, କୂଅ ସବୁ ଶୁଖିଗଲା । ଫସଲ ମଧ୍ୟ ନଷ୍ଟ ହୋଇଗଲା । ଏହା ଦେଖି ଗ୍ରାମବାସୀମାନେ ଚିନ୍ତାରେ ପଡିଗଲେ । ସମସ୍ତେ ଏକତ୍ରିତ ହୋଇ ଗ୍ରାମର ମୁଖିଆଙ୍କ ପାଖରେ ପହଁଚିଲେ । ମୁଖିଆଙ୍କୁ କହିଲେ – “ମୁଖିଆ ମହାଶୟ! ଆପଣ ତ ଜାଣୁଛନ୍ତି କିଛି ଦିନ ହେବ ଏଠାରେ ବର୍ଷା ହେଉନାହିଁ । ଆମ୍ଭେମାନେ ଯଦି ଏହି ଗାଁରେ ରହିବୁ ତା’ ହେଲେ...
ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ । ରାଜାଙ୍କର ଚାରିଜଣ ଅମାତ୍ୟ ଚାରିଜଣ...
“ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ ଲାଗିଲେ । ସେମାନେ ସେମାନଙ୍କର କାମରେ ମଜ୍ଜିଥିବା ସମୟରେ ଜଣେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ନିକଟକୁ...
ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ ଗୁହାଳ ଖୋଲି ସେ ସିଂହକୁ ବାହାର କରିଦେଲା । ...
ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ ପଠାଇଲେ । ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଥିଲା ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ ଲାଗୁନଥିଲା । ଆଚାର୍ଯ୍ୟ ଦ୍ୱୟ ଅନ୍ୟତ୍ର କାର୍ଯ୍ୟ ବ୍ୟସ୍ତ...
ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।” ଏକଥା ଶୁଣି ସ୍ୱାମିଜୀଙ୍କ ହୃଦୟ କୋହରେ ଭରିଗଲା । ତା’ପରେ ସେ ହଠାତ୍ କାନ୍ଦି...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି...
ବିଜୟପୁରରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ । ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର । ଯୁବକ ଥିବା ବେଳେ ସେ ଲୋକଟି ରାଜାଙ୍କ ସୈନ୍ୟ ବିଭାଗରେ ଥିଲା ।...
ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ । ବୈଜ୍ଞାନିକ ଏଡିସନ୍ ତ ସର୍ବଦା ତାଙ୍କ ଗବେଷଣାଗାରରେ କାର୍ଯ୍ୟବ୍ୟସ୍ତ ଥାଆନ୍ତି ।...
ଥରେ ମର୍ତ୍ତ୍ୟରେ ଖବର ମିଳିଲା ଯେ, ସୂର୍ଯ୍ୟଦେବଙ୍କର ବାହାଘର ହେଉଛି । ଏ ଖବର ପାଇ ଜୀବଜନ୍ତୁ ସବୁ ଖୁସି ହୋଇଗଲେ । ଜୀବଜନ୍ତୁ ଭାବିଲେ ସୂର୍ଯ୍ୟଙ୍କ ସ୍ତ୍ରୀ ଆସିବେ, ତାପରେ ତାଙ୍କର ବହୁତ ପିଲାଛୁଆ ହେବ । ଏବଂ ଏହିପରି ବହୁତ ସୂର୍ଯ୍ୟ ହୋଇଯିବେ । ବହୁତ ସୂର୍ଯ୍ୟ ହୋଇଗଲେ ଖରା ବଢିଯିବ ଏବଂ ବର୍ଷାଦିନେ ଓ ଶୀତଦିନେ ଜମି ଆଉ ସନ୍ତସନ୍ତିଆ ରହିବନାହିଁ । ଏମିତି ଖୁସିରେ ଅନ୍ୟାନ୍ୟ...
ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ ମଦନ ସେନକୁ ବାହାର କରି ଦେବା ପାଇଁ ଆଦେଶ ଦେଲେ । ଏହି କଥା...
ରୁଦ୍ରପୁରରେ ଗୁରୁଦାସ ନାମକ ଜଣେ ଧନୀ ଥିଲେ । ତାଙ୍କୁ କିଏ କିଛି ପଚାରିଲେ, ସିଏ ଏପରି କଥା ତାଙ୍କୁ ବତେଇ ଦିଅନ୍ତି ଯେ ଫଳ ସର୍ବଦା ଖରାପ ହୁଏ । ଥରେ ତାଙ୍କର ପଡୋଶୀ ଜଗନ୍ନାଥ କୌଣସି ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ । ବୈଦ୍ୟ ଆସି ରୋଗ ପରୀକ୍ଷା କରି କହିଲେ, “କୃଷ୍ଣତୁଳସୀର ରସରେ ଏ ରୋଗର ଚିକିତ୍ସା ହୁଏ । କେବଳ ଗୁରୁଦାସ ବାଡିରେହିଁ ଏହି କୃଷ୍ଣତୁଳସୀ ଗଛ ଅଛି ।” ବୈଦ୍ୟଙ୍କ କଥା...
ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ ସେ ବଗିଚା ପାଖରେ ପୋଖରୀଟିଏ । ପୁଣି ସେ ପୋଖରୀ କୂଳରେ ଗୋଟାଏ...
ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ । ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ । ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ କି କୋଠାବାଡି ଉପରେ ମୋଟେ ଲୋଭ ନଥାଏ । ବସ୍ତୁତଃ ସେମାନେ...
ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ । ସେହି ବଗିଚାର ଫୁଲଗଛଗୁଡିକ କ୍ରମେ କ୍ରମେ ବଡ ହେବାକୁ ଲାଗିଲା । ଗୋଟିଏ ଫୁଲଭରା ଗଛ...
ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି ଲାଭ କ’ଣ? ବରଂ ଏପରି ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା...
ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ...
ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ...
ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ସାଇଁ ସାଇଁ ପବନ ଓ ଘଡଘଡି ସାଙ୍ଗକୁ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ...
ରାଜା ବ୍ରହ୍ମଦତ ସେତେବେଳେ କାଶୀ ରାଜ୍ୟରେ ରାଜୁତି କରୁଥା’ନ୍ତି । ବୋଧିସତ୍ୱ ସେହି ରାଜ୍ୟର ଜଣେ ପ୍ରତିପତିଶାଳୀ ନାଗରିକ ଥିଲେ । ତାଙ୍କର ଅଚଳାଚଳ ସମ୍ପତ୍ତି ଥିଲା । ଥରେ ସେ ଯାଇ ରାଜାଙ୍କୁ କହିଲେ ଯେ ସେ ସନ୍ନ୍ୟାସ ହୋଇ ଚାଲିଯିବାକୁ ଚାହାଁନ୍ତି ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଜା ଯେପରି ଗ୍ରହଣ କରନ୍ତି । ରାଜା ଖୁବ୍ ଖୁସି ହେଲେ ଓ କହିଲେ, “ମୋର ତ ରାଜକୋଷ ଧନରେ ଭର୍ତ୍ତି, ମୁଁ ତୁମ ସମ୍ପତ୍ତି ନେଇ କ’ଣ କରିବି, ତମେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...
ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ । ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ ଆଖିରେ ଦେଖିଛି । ପୁଣି ସେହି ଥିରୁ ସୃଷ୍ଟି ହୁଏ ସଂସାର ।...
ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ । ଧନୀ ମହିଳାଙ୍କ ପରିବାର ସହରରେ ରହି ବ୍ୟବସାୟ କରୁଥାନ୍ତି । ଗାଁରେ...