ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ’ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?” ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ! ମୁଁ ଘରେ ନ ପଶୁଣୁ କ’ଣ ପଚାରିଲଣି – କେବେ ଯିବ? ମୁଁ କ’ଣ...
ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା ସିଂହ ରୋଗରୁ ମୁକ୍ତ ହେଲା ନା ସିଂହକୁ ଆରାମ୍ ମିଳିଲା ।...
ରାଜା କୃଷ୍ଣ ଦେବରାୟଙ୍କର ବଗିଚା ବିଭିନ୍ନ କିସମର ଫୁଲଫଳରେ ଭର୍ତ୍ତି ହୋଇଥାଏ । ତେଣୁ ସେ ବଗିଚା ଭିତରକୁ ଯିଏ ବି ବୁଲିବାକୁ ଗଲେ ସେଠାରୁ ଆସିବାକୁ ମୋଟେ ମନ କରେନାହିଁ । ଦିନେ ରାଜା ତାଙ୍କର ସେବକ ମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏହି ବଗିଚାକୁ ଆଜିଠାରୁ ଜଗିରହିବ । ଯେମିତି କେହି ବି ମୋ ବଗିଚାରେ ଫଳିଥିବା ବାଇଗଣ ଚୋରି ନ କରନ୍ତି । ରାଜାଙ୍କ ଏହି କଥା ତ ହଠାତ୍ ସେ ତେନାଲୀରାମାଙ୍କ କାନରେ ବାଜିଥିଲା । ବଗିଚାରେ...
ଶେଠ୍ ପ୍ରଭୁଦୟାଲ୍ ଜଣେ ବିଶିଷ୍ଟ ଧନୀ ବ୍ୟକ୍ତି ଥିଲେ । ଦୂର ଦେଶକୁ ଯାଇ ସେ ବଣିଜ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ । ସେମାନେ ବଡ ହେବାପରେ ପ୍ରଭୁଦୟାଲ୍ ନିଜେ ଆଉ କୁଆଡେ ବି ନ ଯାଇ ପୁଅମାନଙ୍କ ଉପରେ ସେ କାର୍ଯ୍ୟ ଛାଡିଦେଲେ । ନିଜେ ଘରେ ବସି କେବଳ ହିସାବକିତାବ ବୁଝିବାକୁ ଲାଗିଲେ । ଲୋକଙ୍କର ଧାରଣା ଶେଠ୍ ଅମାପ ଧନର ଅଧିକାରୀ । ପ୍ରକୃତରେ କଥାଟା ମିଛ ନୁହେଁ କାରଣ ଶେଠ୍ ନିଜେ ବି ଜାଣନ୍ତି ନାହିଁ...
ପୁରସ୍ତମପୁର ନାମରେ ଗାଆଁଟିଏ । ଆଉ ସେ ପୁରସ୍ତମପୁର ଗାଆଁରେ କୁବେର ନାୟକ ନାମରେ ଜଣେ ଯୁବକ, ନିହାତି ଗରିବ, ବିଧବା ମାଆଙ୍କର ଏକମାତ୍ର ସନ୍ତାନ । ତା’ ବାପ ମରିଯିବା ପରେ ମାଆ ପର ଘରେ ଦୁଃଖ କରି ଖୁବ୍ ଆଦର ଯତ୍ନରେ କୁବେରକୁ ପାଳି ପୋଷି ବଡ କରିଥିଲେ । ନିଜେ ପରିଶ୍ରମ କରି କୁବେରକୁ ଯଥାସମ୍ଭବ ସୁଖି ରଖିବାପାଇଁ ଚେଷ୍ଟା କରନ୍ତି ମାଆ । ତେଣୁ ମାଆ ଅତି ଗେହ୍ଲା କରିଥା’ନ୍ତି ପୁଅକୁ, କଥାରେ କହନ୍ତି – ଅତି ଗେହ୍ଲା...
ଶ୍ୱେତାମ୍ବର ନାମକ ଜଣେ ବୈଦ୍ୟ ମଧୁପୁର ଗ୍ରାମରେ ରହୁଥିଲେ । ସେ ଦେହର ଘା’ ଘଉଡ ଚିକିତ୍ସା କରିବାରେ ସୁଦକ୍ଷ ଥିଲେ । ଥରେ ସେହି ଦେଶର ରାଜାଙ୍କର ଏକ ବଡ ଘା’ ହେଲା । ଘା’ଟି ସାଧାରଣ ବା ବିଷାକ୍ତ ଜଣାପଡୁ ନଥାଏ । ବହୁ ଚିକିତ୍ସକ ଆସି ତାଙ୍କୁ ଚିକିତ୍ସା କଲେଣି ହେଲେ ଫଳ କିଛି ହେଉନାହିଁ । ଏପରି ଅବସ୍ଥାରେ ରାଜାଙ୍କୁ କେହି ଶ୍ୱେତାମ୍ବରଙ୍କ ବିଷୟରେ କହିଲେ । ସୁତରାଂ ସେ ମନ୍ତ୍ରୀଙ୍କୁ କହିଲେ “ମଣିଷ ଜାଣିପାରେ ନାହିଁ ।...
ପରଦିନ ପୁଣି ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ଦ୍ୱିତୀୟ ପୁତ୍ତଳିକା ଚିତ୍ରଲେଖା ମୁର୍ତିମତୀ ହୋଇ ଆଗରେ ପଥ ଓଗାଳି କହିଲା “ମହାରାଜ! ଟିକିଏ ରୁହନ୍ତୁ, ଆଗ ମୋ କଥା ଶୁଣନ୍ତୁ ତାପରେ ବିଚାର କରି ଦେଖନ୍ତୁ ଆପଣ ଏଥିପାଇଁ ଉପଯୁକ୍ତ କି ନୁହେଁ । ତାପରେ ଯାହା କରିବେ । ଭୋଜରାଜଙ୍କ ପାଦ ଅଟକି ଗଲା । ଚିତ୍ରଲେଖା କହି ଚାଲିଲା; ଚମତ୍କାରୀ ସିଂହାସନ ପ୍ରାପ୍ତିପରେ ମହାରାଜା...
ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ ଆଗ୍ରା ଅଭିମୁଖେ ଚାଲିଲେ । ଯେମିତି ଆଗ୍ରାରେ ପହଁଚିସାରିଛନ୍ତି...
ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା ସୁବୁଦ୍ଧିଙ୍କୁ ବିଦାୟ ଦେବେ । ବହୁତ ଖୋଜିବା ପରେ ରାଜା ଖବର ପାଇଲେ ଯେ...
ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି । ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା...
ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ । ସେ କହିଲେ, “ଆଛା ଏତେ ଖୋଜା ଖୋଜି କାହିଁକି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...
ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...
ସଂଚୟରେ ନୁହେଁ ଦାନରେ ମର୍ଯ୍ୟାଦା ବୃଦ୍ଧିପାଇଥାଏ ଧନର ସଦା ମନେ ଭାବି ଦେଖ କୃପଣମାନେ ଏ ସମାଜେ କିପରି ପାଆନ୍ତି ନିନ୍ଦା? ସତ୍ପାତ୍ରେ ଧନ ଦାନ କରି ଦାନୀ ଅରଜି ପାରଇ ଯଶ ଅପାର ଏଥିଲାଗି ଏକ ଗଳ୍ପଶୁଣି ସର୍ବେ ବେଳଥାଉଁ ଠିକ୍ ବାଟଟି ଧର । ଧନର ମର୍ଯ୍ୟାଦା ସଂଚୟରେ ନୁହେଁ ବରଂ ଦାନରେ ହିଁ ବୃଦ୍ଧି ପାଇଥାଏ । ସେଇଥିଲାଗି ଜଗତରେ ଧନ ସମ୍ପତ୍ତି ଠୁଳ କରୁଥିବା କୃପଣ ବ୍ୟକ୍ତିମାନେ ସର୍ବଦା...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ । ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।” ଦୁଷ୍ଟ କହିଲା “ଆରେ ଏହା ବଡ ମଜା କଥା ତ । ମୁଁ ମଧ୍ୟ କାଲି ରାତିରେ ଏକ ସ୍ୱପ୍ନ ଦେଖିଛି ଜମି...
ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି । ସେ ଅନେକ ଦିନ ତଳର କଥା । ଆକାଶର ଏହି ଛାୟା ପଥ ଆରପଟେ ହେଉଛି...
ଯେତେବେଳେ ବାରମ୍ବାର ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ, ସେତେବେଳେ ଯୁଦ୍ଧରେ ନିହତ ଅସୁରମାନଙ୍କୁ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମୃତସଞ୍ଜିବନୀ ମନ୍ତ୍ର ପଢି ସେମାନଙ୍କୁ ପୁନର୍ଜୀବନ ଦେଉଥାନ୍ତି । ଏଣୁ ଦେବତାମାନେ ମଧ୍ୟ ସ୍ଥିର କଲେ, ଯେ କୌଣସି ପ୍ରକାରେ ହେଉ ପଛେ ସେମାନଙ୍କୁ ବି ମୃତସଞ୍ଜିବନୀ ଶିଖିନେବାକୁ ହେବ । ଏପରି ଭାବି ସେମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚକୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ...
ଜଙ୍ଗଲର ବହୁତ ଜନ୍ତୁ ଠେକୁଆର ସାଙ୍ଗ । ତେଣୁ ସେ ଠେକୁଆର ଭାରି ଗର୍ବ ଯେ ତା’ର ଏମିତି ବହୁତ ସାଙ୍ଗ ଅଛନ୍ତି । ଥରେ ସେଇ ଠେକୁଆର କୁକୁର ସାଙ୍ଗରେ ଟିକେ କଳି ହେଲା । ଏପରିକି କୁକୁର ଠେକୁଆକୁ ମାରିବାକୁ ବାହାରିଲା । ତା’ପରେ ସେ ଠେକୁଆ ପ୍ରଥମେ ଯାଇ ତା’ର ସାଙ୍ଗ ଘୋଡାକୁ କହିଲା, “ମୋତେ ତୋ ପିଠିରେ ବସାଇ ସେ କୁକୁରଠାରୁ ବହୁତ ଦୂରକୁ ନେଇଯା” । ମାତ୍ର ଏକଥା ଶୁଣି ଘୋଡା କହିଲା, “ତୁ ତ ମୋର ସବୁଠୁ ବଡ ସାଙ୍ଗ, ତୋତେ ତ ମୁଁ...
ବେଦର ସଂକଳନ ଓ ମହାଗାଥା ମହାଭାରତର ରଚୟିତା ଋଷିଶ୍ରେଷ୍ଠ ବ୍ୟାସଦେବଙ୍କର ପୁତ୍ର ହେଉଛନ୍ତି ଶୁକଦେବ । ଦେବଗୁରୁ ବୃହସ୍ପତିଙ୍କ ନିକଟରେ ସେ କିଛିକାଳ ବିଦ୍ୟାଧ୍ୟନ କଲେ । ଅନେକ ବିଷୟରେ ଜ୍ଞାନଲାଭ କରି ସେ ପିତାଙ୍କ ପାଖକୁ ଫେରିଲେ । ଦିନେ ଶୁକ ପିତା ବ୍ୟାସଙ୍କ ନିକଟରେ ପ୍ରକାଶ କଲେ, “ପିତାଶ୍ରୀ, ବେଦ ବେଦାନ୍ତ ଅଧ୍ୟୟନ କଲି, ନିରନ୍ତର ଧ୍ୟାନରତ ରହି, ସର୍ବସଂଗ ପରିହାର କରି, ନିର୍ବିକାର ଚିତରେ ତପସ୍ୱୀବତ୍ ଜୀବନଧାରଣ କରୁଛି...
ରଙ୍ଗପୁରର ମାଧବ ଜଣେ ଉଦୀୟମାନ ଯୁବକ; ପିଲାବେଳଠୁଁ ନାନା ଶାସ୍ତ୍ର ପଢି ସେ ଅନେକ ଜ୍ଞାନ ଅର୍ଜନ କରିଥାଏ । ଏଣୁ ସେ ଗ୍ରାମସାରା ତା’ର ଖାଲି ପ୍ରଶଂସା । ଯିଏ ଯାହା ପ୍ରଶ୍ନ କରୁ ପଛେ, ସେ ତତ୍କ୍ଷଣାତ୍ ତା’ର ଉତ୍ତର ଦିଏ; ସେଥିପାଇଁ ସେ ବଡ ଲୋକପ୍ରିୟ ହୋଇଥାଏ । ଏତେ ପ୍ରଶଂସା ପାଇବା ଯୋଗୁଁ ତା’ ମନ ମଧ୍ୟରେ କ୍ରମେ ଗର୍ବ ଓ ଅହଂକାର ସୃଷ୍ଟି ହେଲା । ଥରେ ସେହି ଗ୍ରାମକୁ ଜଣେ ତେଜସ୍ୱୀ ସାଧୁ ଆସିଥିଲେ ।...
ଦୁଃଶାସନ ଦ୍ୱାରା ପ୍ରେରିତ ହୋଇ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଯାଇ କହିଲେ, “ଜୁଆ ଖେଳରେ ଯାହାସବୁ ତ ଆମେ ଜିତିଲୁ ତାହାକୁ ସବୁ ମଧ୍ୟ ଆପଣ ଫେରାଇ ଦେଲେ । ଯୁଦ୍ଧ ହେଲେ ପାଣ୍ଡବମାନେ ତ ଅବଶ୍ୟ ଆମର ସର୍ବନାଶ କରିବେ । ତେଣୁ ପୁନର୍ବାର ପଶାଖେଳିବା ପାଇଁ ଆପଣ ତାଙ୍କୁ ଡାକନ୍ତୁ । ଏଥର ଆମେ ଯାହା ଜିତିବା ତାହା ଆମର ହୋଇ ରହିବ ।” ପୁନର୍ବାର ପଶା ଖେଳହେଲା । ଦରବାରର ସଭ୍ୟମାନେ ପୁନଶ୍ଚ ପଶା ଖେଳର...
ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା । ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ ବିସ୍ତୃତ ଘାସ ପଡିଆ । ଭୈରବ ସବୁଦିନ ତା’ ମେଣ୍ଢା ପଲକୁ...
ମାଣ୍ଡବ ଦେଶର ରାଜା ତାଙ୍କ କନ୍ୟା ରାଜକୁମାରୀ ରତ୍ନମାଳାଙ୍କର ସ୍ୱୟମ୍ବର କରିବା ପାଇଁ ମନସ୍ଥ କରି ସମସ୍ତ ରାଜ୍ୟକୁ ନିମନ୍ତ୍ରଣ ଦେଲେ । ମାଣ୍ଡବ ରାଜ୍ୟର ପଡୋଶୀ ତ୍ରିଶାମ୍ବି ରାଜ୍ୟର ଯୁବରାଜ ସଂଦୀପ ତ ବହୁ ପୂର୍ବରୁ ରତ୍ନମାଳାଙ୍କର ସୌନ୍ଦର୍ଯ୍ୟ ଓ ଗୁଣ ବିଷୟରେ ଶୁଣିଥିଲେ । ସେ ମନସ୍ଥ କଲେ ସ୍ୱୟମ୍ବରକୁ ଯିବେ । କିନ୍ତୁ ସମସ୍ତେ ଏକଥା ଜାଣନ୍ତୁ ବୋଲି ସେ ଚାହୁଁ ନଥିଲେ । ତେଣୁ ସ୍ୱୟମ୍ବର ଆଗରୁ ସେ ଯାଇ ଅତିଥି ଭବନରେ ରହିଲେ...
ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି । ତାଙ୍କ ମନରେ ନିଜ-ପର...
ପରଦିନ ମଧ୍ୟ ସେଇ ଏକା ଅବସ୍ଥା । ଭୋଜରାଜ ଯେମିତି ସିଂହାସନ ନିକଟରେ ପହଁଚିଛନ୍ତି, ଚତୁର୍ବିଂଶ ପୁତ୍ତଳିକା ଆଗେଇ ଆସି କହିଲା, “ମଣିମା! ପ୍ରଥମେ ମୋଠାରୁ ଏ କାହାଣୀ ଶୁଣନ୍ତୁ । ତା’ପରେ ନିଜ ବିଚାର ଅନୁସାରେ ଯଦି ଯୋଗ୍ୟ ବିବେଚିତ ମନେ କରନ୍ତି ତେବେ ସିଂହାସନରେ ବସନ୍ତୁ । ମୋର କିଛି କରିବାର ନାହିଁ । ମହାରାଜ ବିକ୍ରମାଦିତ୍ୟ ଥିଲେ ପ୍ରଜାନୁରଞ୍ଜକ, ନ୍ୟାୟବାଦୀ, ଦାନୀ, ସହାନୁଭୂତି ସଂପନ୍ନ ଜଣେ ବିରଳ ଦୃଷ୍ଟାନ୍ତର...
ଦିନକର କଥା । ସମ୍ରାଟ୍ ଆକବରଙ୍କର ସଭା ସେଦିନ ଖୁବ୍ ଧୁମ୍ ଧାମ୍ ରେ ଚାଲିଥାଏ । କିନ୍ତୁ ସେଦିନ ଦରବାରରେ ବିରବଲ ଉପସ୍ଥିତ ହୋଇନଥିଲେ । ସେ ଯାହା ହେଉ, ବିରବଲଙ୍କ ବିହୀନରେ ସମ୍ରାଟ୍ ସଭାକାର୍ଯ୍ୟ ଆରମ୍ଭ କରିବାକୁ ଚାହିଁଲେ । ଆଉ ସେଦିନ ଟିକେ ମଜା କରିବାକୁ ସମ୍ରାଟଙ୍କ ଇଚ୍ଛା ହେଲା । ସେଥିଲାଗି ସେ ଆଗରୁ ମନସ୍ଥ କରିଥିବା ପାଂଚ ଗୋଟି ପ୍ରଶ୍ନ ଦରବାରରେ ଉପସ୍ଥାପନ କଲେ । ସେହି ଗୁଡିକ ହେଲା – ୧/...
ପୌରାଣିକ ଗାଥା ଅନୁଯାଇ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ସରସ୍ବତୀ ପୁରାଣ ଅନୁଯାଇ ବ୍ରହ୍ମା ସିଧା ନିଜ ଶୂକ୍ରାଣୁ ବା ବୀର୍ଯ୍ୟ ଦ୍ୱାରା ନିଜ ସୁନ୍ଦରୀ ଝିଅ ସରସ୍ବତୀଙ୍କ ଜନ୍ମଦାତା ପିତା । କିଛି ଲେଖନୀ ମଧ୍ୟ ପ୍ରମାଣ କରନ୍ତି ଯେ ବ୍ରହ୍ମା ଯେତେବେଳେ କାମାତୁର ହୋଇ ଉର୍ବଶୀ ରୁପକୁ ଉପଭୋଗ କରି ହସ୍ତ ମୈଥୁନ କରୁଥିଲେ ସତେବେଳେ ଏକ ପାତ୍ର ଦ୍ୱାରା ନିଜ ଶୂକ୍ରାଣୁ ବା ବୀର୍ଯ୍ୟକୁ ସଂଗ୍ରହ କରିଥିଲେ । ସେହି ବ୍ରହ୍ମାଙ୍କ...
ଆନନ୍ଦ ଗୋଟେ ଗରିବ ପିଲା ଥିଲା । କିନ୍ତୁ ତା’ ବାପା ତାକୁ ଆଦର କରି ନଷ୍ଟ କଲା । ବାପା ବହୁତ ଦିନ ପର୍ଯ୍ୟନ୍ତ ତାକୁ ପାଳିଲା, କିନ୍ତୁ ବଡ ହେଲେ ବି ସେ କିଛି କାମ କରେନି, ଅଳସୁଆ ହୋଇ ଘରେ ସେମିତି ବସିଥାଏ । ଏଥର ତା’ ବାପା ଭାବିଲା ତାକୁ କୌଣସି କାମରେ ଲଗାଇଦେବ । ଚାକିରୀ ଖୋଜି ଖୋଜି ମିଳିଲା ନାହିଁ । କେହି ତାକୁ ରଖିବାକୁ ଚାହିଁଲେ ନାହିଁ । ଶେଷକୁ ତା’ ବାପା ତାକୁ ଗ୍ରାମର ମୁଖିଆଙ୍କ ପାଖକୁ ନେଇଗଲା...
ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି । ଭଦ୍ରାଙ୍କର ଏ ଚିନ୍ତା...
ମହାରାଜା ସଙ୍କର୍ଷଣ ରାୟ ଦିନେ ରାଜସଭାରେ କହିଲେ, “ରାଜାମାନେ ନିଜ ଗୁଣଗାନ ଶୁଣି କାହିଁକି ବହୁତ ମୁଗ୍ଧ ହୋଇଯା’ନ୍ତି, ମୁଁ କାହିଁ ସେକଥା ବୁଝି ପାରୁନାହିଁ । ଯିଏ ମୋର ଯେତେ ଖୋସାମୋଦି କଲେ ବି ମୁଁ ସେଥିରେ ତୁଷ୍ଟ ହେବା ଲୋକ ନୁହେଁ । କେହି ମୋତେ ସେଭଳି ଭାବରେ ଖୁସି କରି ପାରିଲେ ମୁଁ ତାକୁ ହଜାରେ ଟଙ୍କା ପୁରସ୍କାର ଦେବି ।” ସେଦିନ ରାଜସଭାରେ ଜଣେ ଆଶୁକବି ଉପସ୍ଥିତ ଥିଲେ । ଯେତେବେଳେ ତାଙ୍କ କବିତା...
(ମହେନ୍ଦ୍ରନାଥ ତାଙ୍କ ବନ୍ଧୁ ଦରବାନ୍ ଠାରୁ ଖବର ପାଇଲେ ଯେ ବିଦ୍ୟାବତୀଙ୍କୁ ସେଠାରୁ ସ୍ଥାନାନ୍ତରିତ କରିବାପାଇଁ ପାଲିଙ୍କି ସଜା ହୋଇଛି । ସେ ସେଦିନ ରାତିରେ ମହଲରେ ପ୍ରବେଶ କରି ଏ ଖବର ରାଜକୁମାରୀଙ୍କୁ କହିଲେ । ବିଦ୍ୟାବତୀ ମହେନ୍ଦ୍ରଙ୍କ ସହିତ ଚାଲିଯିବାକୁ ସ୍ଥିର କଲେ । ବହୁତ ସାବଧାନର ସହିତ ସେ ଦୁହେଁ ଠିକ୍ ଅଧରାତି ବେଳକୁ ମହଲରୁ ବାହାରି ଗଲେ । ଏଥର ଆଗକୁ ପଢନ୍ତୁ) କମଳା ପରି ଦେଖିବାକୁ ବୃଦ୍ଧା...