ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଗର ଓ ନଦୀ କଥା

   ପାହାଡ ଧାରେ ଧାରେ ପାହାଡି ନଦୀଟି କୁଳୁକୁଳୁ ହୋଇ ଅବିରତ ବହି ଚାଲିଥାଏ । ପଥିକ ଜଣେ ସେଇ ନଈ କୂଳରେ ମନଫୁଲାଣିଆ ଗୀତ ଗାଇ ଚାଲିଥାଏ ଆଗକୁ ଆଗକୁ । ସତେଯେପରି ଧରାବୁକୁରେ ନଈର ନୈସର୍ଗିକ ଶୋଭା ତାକୁ ଆହ୍ଲାଦିତ କରିଦେଇଛି ।        ଏହିଭଳି ନଈକୂଳେ ସେ ଅନେକ ବାଟ ଚାଲିଗଲାଣି । ହଠାତ୍ ପଥିକଟି ତୃଷାର୍ତ ହୋଇ ପଡିଲା । ସେ ନଈ ଭିତରେ ପଶି ତା’ର କାଚକେନ୍ଦୁ ଜଳରୁ ପେଟଭରି ଜଳପିଇ ତୃଷା ନିବାରଣ କଲା । ନଈର ଜଳ ବେଶ୍ ମଧୁର...

Read More

ମନ୍ତ୍ରୀ ନୀତି

ଏକଦା ମଗଧରେ ରାଜା ଚନ୍ଦ୍ରସେନ୍ ରାଜୁତି କରୁଥା’ନ୍ତି । ତାଙ୍କର ଚାରିଜଣ କୁମାର ଥା’ନ୍ତି – ସେମାନେ ଯେତେବେଳେ ଗୁରୁକୁଳରେ ଶିକ୍ଷା ସମାପ୍ତ କରି ଫେରିଆସିଲେ, ରାଜା ସେମାନଙ୍କୁ ଆଦେଶ ଦେଲେ କି ସେମାନେ ଯେପରି ତାଙ୍କର ପ୍ରବୀଣ ମନ୍ତ୍ରୀଙ୍କଠାରୁ ବର୍ଷକ ପର୍ଯ୍ୟନ୍ତ ସମଗ୍ର ରାଜନୀତି ଶିକ୍ଷା କରିବେ ।                 ମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ଭେଟି କହିଲେ, “ପ୍ରଭୁ, ରାଜକୁମାରମାନେ ଗୁରୁକୁଳରେ ତ ସମସ୍ତ ବିଦ୍ୟା...

Read More

କ୍ରୋଧଜୟୀ ଭଗବାନ ମହାବୀର

କ୍ରୋଧକୁ ଯେ’ ଜୟ କରିଥାଏ ସିଏ ଅସଲ ସାଧୁରେ ହୁଏ ଗଣିତ     ଚଣ୍ଡାଳ ସାଥୀରେ ସମାନ ସେ ବ୍ୟକ୍ତି ଯାହାପାଶେ କ୍ରୋଧଥାଏ ସତତ ।     ତୀର୍ଥଙ୍କର ଭଗବାନ ମହାବୀର ଥିଲେ କ୍ରୋଧଜୟୀ ସାରା ଜୀବନେ     ତାଙ୍କ ଜୀବନୀରୁ ଶୁଣିଲେ କଥାଟେ ବିସ୍ମିତ ହୋଇବେ ଶୁଣିବା ଜନେ ।                 ଯେଉଁ ବ୍ୟକ୍ତି ପାଖରେ କ୍ରୋଧ ନଥାଏ, କେବଳ ସେ ହିଁ ଅସଲ ସାଧୁରେ ପରିଗଣିତ ହୋଇଥାଏ । ଅନେକ ଦୃଷ୍ଟାନ୍ତରୁ ଜଣାଯାଇଛି ଯେ, ବଡ ମଣିଷମାନେ...

Read More

ବିଦୂଷକଙ୍କ ମନ୍ତ୍ରଶକ୍ତି

ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ ।                 ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ ।                 ରାଜାଙ୍କ...

Read More

ନୂତନ ଦଣ୍ଡ

ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।” ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।”...

Read More

ଅସୀମ ସାହସ ଓ ତ୍ୟାଗର ଫଳ

ବିଶ୍ୱରେ ବିଭିନ୍ନ ସମୟରେ ଅନେକଥର ଯୁଦ୍ଧ ସଂଘଠିତ ହୋଇଥିବା କଥା ଇତିହାସ ପୃଷ୍ଠାରୁ ହିଁ ଜଣାପଡେ । ସେଥି ମଧ୍ୟରୁ ଟ୍ରଫଲ୍ଗାର୍ ନାମକ ଯୁଦ୍ଧ ବେଶ୍ ପ୍ରଖ୍ୟାତ ଥିଲା । ଏହି ଯୁଦ୍ଧ ହୋଇଥିଲା ୧୮୦୫ ମସିହା ଅକ୍ଟୋବର ୨୧ ତାରିଖରେ । ଏହି ଯୁଦ୍ଧରେ ନେପୋଲିୟନ୍ ବୋନାପାର୍ଟ ପରାସ୍ତ ହୋଇଯିବାରୁ ତାଙ୍କର ଇଂଲଣ୍ଡ ବିଜୟ କରିବାର ଲକ୍ଷ୍ୟ ଧୂଳିସାତ ହୋଇଗଲା । ଏହି ଯୁଦ୍ଧରେ ସ୍ପେନ୍ ଓ ଫ୍ରାନ୍ସର ମିଳିତ ନୌସେନା ଇଂଲଣ୍ଡର ନୌବାହିନୀ...

Read More

ମଣିଷପଣିଆ

ସମାଜରେ ଯିଏ ସାହାଯ୍ୟ ଲୋଡନ୍ତି ସାହା ହୁଅ ସେହିମାନଙ୍କୁ ଏକା     ତାଙ୍କ ବ୍ୟତିରେକେ ଆନେ ସାହା ନୁହେଁ ମଣିଷପଣିଆ ଗୁଣରେ ଲେଖା ।     ଏହିକଥା ସନ୍ଥ କବୀର ଏକଦା କହିଥିଲେ ଉପଦେଶ ଛଳରେ     ତାଙ୍କୁ ସାହା ହେବାପାଇଁ ଯାଇଥିବା ଶେଠମାନେ ମନଦୁଃଖେ ଫେରିଲେ ।                 ସନ୍ଥ କବୀର ଦାସଙ୍କ ଜୀବନ କାଳର କଥା । ସେତେବେଳକୁ ତ ତାଙ୍କର ଖ୍ୟାତି ଅନେକ ବଢିଯାଇଥାଏ । ସୁତରାଂ ପ୍ରତିଦିନ ଅଧିକରୁ ଅଧିକ ବ୍ୟକ୍ତି ତାଙ୍କୁ...

Read More

ଭଗବାନ ସାକ୍ଷୀ

କୁନ୍ଦନପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ବଡ ଡାକୁ ଥାଏ । ତା’ର ବାପା, ଜେଜେବାପା ମଧ୍ୟ ସେହି ବିଦ୍ୟାରେ ଖୁବ୍ ଦୁର୍ନାମ ଅର୍ଜ୍ଜନ କରିଥିଲେ । ମନେହୁଏ ଡାକୁବିଦ୍ୟା ତାଙ୍କର ବଂଶଗତ ହୋଇଗଲାଣି । ଗୋବିନ୍ଦର ଭଉଣୀର ପୁଅଟିଏ ଥାଏ, ତା’ ନାମ ଭଗବାନ । ସିଏ ତ ଜନ୍ମରୁ ସେ ବିଦ୍ୟାରେ ସିଦ୍ଧ । ଯେତେବେଳେ ସେ ଟିକିଏ ବଡ ହୋଇଗଲା ତା’ ମା’ ଭଗବାନକୁ ତା’ ମାମୁଁ ପାଖକୁ ଡାକୁ ବିଦ୍ୟାକୁ କରାୟତ କରିବାକୁ ପଠାଇଦେଲା । କିନ୍ତୁ...

Read More

ପିତୃଭକ୍ତିର ପରାକାଷ୍ଠା

ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ ପ୍ରଥମରୁ ଅନ୍ୟର ସୁଖକୁ ଆଦୌ ସହି ପାରୁ ନଥିଲେ । ପୁନଶ୍ଚ ସେ ଜଣେ...

Read More

ଅସମ୍ଭବ ତର୍କ

                ସମୃଦ୍ଧିଶାଳୀ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟରେ ଜୀର୍ଣ୍ଣାଧନ ନାମକ ଗୋଟିଏ ବଣିଆ ଥିଲା । ଭାଗ୍ୟକଥା, ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ସେ ଫକୀର । କୌଣସି କାରଣରୁ ବଣିଆଟି ଗରୀବ ହୋଇଯିବାରୁ ସେ ଚିନ୍ତାକଲା ଯେ କିଛି ଧନ ରୋଜଗାର ନିମନ୍ତେ ସେ ବିଦେଶ ଯିବ । ତେବେ ବିଦେଶ ଯିବା ଲାଗି ତ ପୁଣି ଧନର ଆବଶ୍ୟକତା ଅଛି । ଏଥିଲାଗି ତା’ ମୁଣ୍ଡରେ ପଶିଲା ଯେ ତା’ର ଯେଉଁ ସୁନ୍ଦର ନିକିତି ଗୋଟିଏ ଅଛି...

Read More

କୃତଘ୍ନର ଶାସ୍ତି

ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ । ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ ଯାହା ମନ ହେଉଥାଏ, ତାହା ସେ କରୁଥାନ୍ତି । ଦିନେ ଆକାଶରେ ମେଘ...

Read More

ପାଞ୍ଚ ପ୍ରଶ୍ନ

ଦ୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ, “ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍ ଦିଶୁଛି । ଏହାର କାରଣ କ’ଣ? ଏହାହିଁ ମୋର ଦ୍ୱିତୀୟ ପ୍ରଶ୍ନ ।”...

Read More

ଶ୍ରୀଜଗନ୍ନାଥଙ୍କ କାହାଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି ପ୍ରଜାବତ୍ସଳ, ଠିକ୍ ସେହିପରି ଧର୍ମପ୍ରାଣ ମଧ୍ୟ ଥିଲେ । ତାଙ୍କ ମହତ୍ୱ ବର୍ଣ୍ଣନା କରି କେତେ କବି କବିତା ଲେଖିଥିଲେ, କେତେ ଗାୟକ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ କରୁଥିଲେ ।                 ସେ ରାଜା ବି କିଛି କମ୍ ଗୁଣଗ୍ରାହୀ ନଥିଲେ । ଦେଶର ଶିଳ୍ପୀ, ଭାସ୍କର, କବି, ନାଟ୍ୟକାର–ଏମିତିକି ତାଙ୍କ ପୃଷ୍ଠପୋଷକତାରୁ କେହି ବି ବଂଚିତ ହେଉନଥିଲେ । ସମସ୍ତେ ସୁଖୀ ଥିଲେ ।                 କିନ୍ତୁ...

Read More

ବର୍ଷା ରାତିର ଚୋର

ବସ୍ତରର ଅମୀର ଶେଖ ହସନ୍ ଜଣେ କୁଶଳୀ ଶାସକ ଥିଲେ । ଦିନେ ସହରର କଟୁଆଳ ଜଣେ ଯୁବକକୁ ଧରି ଆଣି ତାଙ୍କ ପାଖରେ ପହଁଚି କହିଲା, “ହଜୁର! ଏଇ ସଲୀମ ନାମକ ଯୁବକ ଜଣେ ବୁଦ୍ଧିମାନ ଚୋର । ଖୁବ୍ ଯୋର ବର୍ଷା ହେଉଥିବା ବେଳେ ସେ ଆମ ସହରର ଧନୀ ବ୍ୟକ୍ତି ଦାଉଦ୍ ଖାଁ ଘରେ ପଶି ଚୋରୀ କରୁଥିଲା । ଧରା ପଡିଛି ।”                 ଅମୀର ଯୁବକ ଆଡକୁ ଚାହିଁ ଦେଖିଲେ ଯେ ତା’ ଚେହେରାରେ ଚୋରର କୌଣସି ଲକ୍ଷଣ ନାହିଁ । ବରଂ ଖୁବ୍ ସୁସଂସ୍କୃତ...

Read More

ଭୁଲ୍ ବୁଝିଲା ବିନୟ

ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା । ଏବେ କ’ଣ କରାଯିବ ସେମାନେ କିଛି ବି ଜାଣିପାରିଲେ ନାହିଁ ।...

Read More

ନାଇଟ୍ ଇଗଲ

ଏକଦା ଚୀନ ଦେଶରେ ଜଣେ ସମ୍ରାଟ ଥିଲେ ଏବଂ ତାଙ୍କର ସମସ୍ତ ପାରିଷଦ ଗଣ ମଧ୍ୟ ସେହି ଚୀନ ଦେଶର ହିଁ ଥିଲେ । ଥରେ ସେଠି ଏମିତି ଏକ ଘଟଣା ଘଟିଲା ଯାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି । ସେ ସମ୍ରାଟଙ୍କ ରାଜପ୍ରସାଦ ଅତି ମନୋହର ଥିଲା । ଏହି ରାଜ ପ୍ରାସାଦଟି ଚିନାମାଟିରେ ତିଆରି ହୋଇଥିବାରୁ ଏହା ଏତେ ଭଙ୍ଗୁର ଥିଲା ଯେ ତାକୁ ସମସ୍ତେ ଅତି ଯତ୍ନରସହ ସ୍ପର୍ଶ କରୁଥିଲେ । ସମ୍ରାଟଙ୍କର ଉଦ୍ୟାନଟି ଖୁବ୍ ସୁନ୍ଦର ଥିଲା ଏବଂ ସେଇ...

Read More

ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ

       ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...

Read More

ଅସମ୍ଭବ କିଛି ନାହିଁ ଏ ଜଗତେ

ଆମେରିକାର ନ୍ୟୁୟର୍କ ସହରର ଘଟଣା । ସେଠାକାର ବଡ ବିସ୍ମୟ ହେଲା – ବ୍ରୁକ୍ଲିନ୍ ପୋଲ । ଏହି ପୋଲଟି ନ୍ୟୁୟର୍କରୁ ଲଙ୍ଗ୍ ଥାଇଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ସେହି ପୋଲ ନିର୍ମାଣ ଏକ ସ୍ୱପ୍ନସଦୃଶ ଥିଲା । ଏହାକୁ ନିର୍ମାଣ କରିବା ପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବା ସହିତ କଠୋର ପରିଶ୍ରମ ବି କରିବାକୁ ପଡିଥିଲା ।                 ୧୮୮୩ ମସିହାରେ ଜନ୍ ରେବ୍ଲିଂ ନାମକ ଜଣେ ବ୍ୟକ୍ତି ଏହି ପୋଲ ନିର୍ମାଣର ସ୍ୱପ୍ନ...

Read More

ସର୍ପ – ମନ୍ତ୍ର

କାଶୀପୁର ଗ୍ରାମରେ ଶ୍ରୀଧର ନାମକ ଜଣେ ସାଧାରଣ କୃଷକ ବାସ କରନ୍ତି । ତାଙ୍କର ସ୍ୱଳ୍ପ ଭୂସମ୍ପତ୍ତିରୁ ଯାହା କିଛି ଆୟ ହୁଏ, ତାକୁ ସମ୍ବଳ କରି ସେ ନିଜର ଜୀବିକା ସୁଖେ ଦୁଃଖେ ନିର୍ବାହ କରନ୍ତି । ବହୁ ଦିନରୁ ସର୍ପମନ୍ତ୍ର ଶିକ୍ଷା କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥାଏ । କିନ୍ତୁ ମନ୍ତ୍ର ଶିଖାଇବା ପାଇଁ ଗୁରୁ ମିଳୁ ନଥିବାରୁ ତାଙ୍କର ଆଶା ପୂରଣ ହୋଇ ପାରୁ ନଥାଏ ।                 ଥରେ ସେ ତାଙ୍କର ଜଣେ...

Read More

ଅମୂଲ୍ୟ ହୀରା

ଧନଗିରି ରାଜ୍ୟର ରାଜକନ୍ୟାଙ୍କ ବିବାହ ସ୍ଥିର ହୋଇଗଲା । ବିବାହ ଦିନ ସେ ପିନ୍ଧିବା ନିମନ୍ତେ ରାଜା ଗୋଟିଏ ଅତ୍ୟନ୍ତ ମୁଲ୍ୟବାନ ହାର ଗଢାଇଲେ । ସେ ହାରଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ଖାଲି ସେଥିରେ ହୀରାର ଲକେଟ୍ ଖଣ୍ଡିଏ ଖଞ୍ଜିବାର ସ୍ଥିର ହେଲା ।                 “ଝିଅ! ତୁ ନିଜେ ହୀରା ଖଣ୍ଡିକ ପସନ୍ଦ କର ।” ଏହା କହି ରାଜା ଧନଗିରି ରାଜ୍ୟର ରାଜଧାନୀରେ ଥିବା ସବୁ ହୀରା ବେପାରୀଙ୍କର ଭଲ ଭଲ ହୀରା ଆଣି ତାଙ୍କୁ...

Read More

ସ୍ୱର୍ଗ ରାଜାଙ୍କ ଶୁଆ

ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ ।                 ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।...

Read More

ବିଦ୍ୟାର ଅଧିକାର

କୋଶଳ ଦେଶରେ ଅବସ୍ଥିତ ଗୋଟିଏ ଅରଣ୍ୟ ଭିତରେ ବିମଳାନନ୍ଦ ନାମକ ଜଣେ ଆଚାର୍ଯ୍ୟ ରହୁଥିଲେ । ତାଙ୍କ ଆଶ୍ରମରେ ଯୋଗଠୁଁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନାନା ବିଦ୍ୟା ଶିକ୍ଷା ଦେବା ନିମନ୍ତେ ଉପଯୁକ୍ତ ଶିକ୍ଷକମାନେ ରହିଥିଲେ । ବଣ ଭିତରେ ଗୋଟିଏ ବିଶାଳ ଅଂଚଳ ବ୍ୟାପୀ ତାଙ୍କ ଆଶ୍ରମର ଭିନ୍ନ ଭିନ୍ନ ବିଭାଗ ପ୍ରସାରିତ ହୋଇ ରହିଥିଲା । ସୁଦାସ ଓ ମୋହନ ନାମକ ଦୁଇ ବାଳକ ଦିନେ ସହରରୁ ଯାଇ ଆଚାର୍ଯ୍ୟ ବିମଳାନନ୍ଦଙ୍କୁ ଭେଟିଲେ ।...

Read More

ମହାଭାରତ

ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ ।                ...

Read More

ପଡୋଶୀ ରାଜା

ଇଣ୍ଡିଆର ଦକ୍ଷିଣରେ ‘ବିଜୟ ନଗର’ ନାମକ ଏକ ରାଜ୍ୟ ଥିଲା । ଏକଦା ସେହି ରାଜ୍ୟ କୃଷ୍ଣଦେବ ରାୟ ନାମକ ଜଣେ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ବିଜୟନଗର ରାଜ୍ୟର ତା ପଡୋଶୀ ରାଜ୍ୟ ସହିତ ସର୍ବଦା କଳହ ଲାଗି ରହୁଥିଲା । ଏହାର ସୁଯୋଗ ନେଇ କେତେକ ଖଳ ବ୍ୟକ୍ତି ରାଜା କୃଷ୍ଣଦେବରାୟଙ୍କ ସହିତ ତେନାଲୀରାମାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ । ଦିନେ କୃଷ୍ଣଦେବ ରାୟ ତାଙ୍କ ବଗିଚାରେ ବସି ପଡୋଶୀ ରାଜ୍ୟ...

Read More

ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ

ସନ୍ଥ ରାମତୀର୍ଥ ପିଉଥିଲେ କ୍ଷୀର ଦୋକାନରୁ ପାଠ ପଢିଲା ବେଳେ     ମାସକର ଟଙ୍କା ବାକି ରହିଗଲା ପଢାଶେଷେ ଯେବେ ଚାକିରି କଲେ ।     ଦରମାଟଙ୍କାରୁ ପଠାଇ ଚାଲିଲେ ମାସପରେ ମାସ ଛ’ମାସ ଯାଏଁ     ଏହାର ରହସ୍ୟ ବୁଝି ନପାରି ସେ ଦୋକାନୀ ଲାହୋର ସହର ଧାଏଁ ।     ପଚାରିଲା ବାବୁ ଏତେ କାହିଁ ଦେଲେ ବାକିଥିଲା ମାସକର ପଇସା ।     କ୍ଷୀର ପିଇ ସ୍ୱାସ୍ଥ୍ୟବାନ ହେଲି ଯେଣୁ ଚିରଋଣୀ ତୁମଠାରେ ମଉସା ।                 ଏହା ସନ୍ଥ...

Read More

ବିଚିତ୍ର ପୁଷ୍ପ

(ଉତୁଙ୍ଗ ‘ଶତାଦ୍ଦିକା’ ପୁଷ୍ପ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ନାଗପୁର ଦେଶରେ ପହଁଚିଲେ । ପାହାଡୀ ପ୍ରଦେଶର ମୁଖ୍ୟ କାବୁଇ ତାଙ୍କୁ ବହୁତ ଆଦର କଲେ ଓ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ତାଙ୍କ ସାହସର ପ୍ରଶଂସା କରି କହିଲେ ତାଙ୍କର ସହାୟତା ସକାଶେ କେତେକ ସୈନ୍ୟ ସେ ଦେବେ । ରାଜକୁମାରୀଙ୍କ ଆଦେଶରେ ଜଣେ ଦେହରକ୍ଷୀ ଉତୁଙ୍ଗକୁ ରାଜକୁମାରୀଙ୍କ ପାଖକୁ ଡାକି ନେଲେ । ଏଣିକି ଆଗକୁ ପଢନ୍ତୁ )                ...

Read More

ମହତ ଦାନ

ଏକଦା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କୋଲକାତାର ଏକ ରାସ୍ତାରେ ଯାଉଥାନ୍ତି । ଏହି ସମୟରେ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ତା’ ମୁଣ୍ଡରେ ହାତ ରଖି ରାସ୍ତାକଡ ଗଛମୂଳରେ ବସିଥିବାର ସେ ଦେଖିଲେ । ପରଦୁଃଖରେ ଦୁଃଖୀ ମଣିଷ ବିଦ୍ୟାସାଗର ସେ ବୃଦ୍ଧର ଦୁଃଖ ଦେଖି ଅତ୍ୟନ୍ତ ବିଚଳିତ ହୋଇଗଲେ । ତେଣୁ ସେହି ବୃଦ୍ଧବ୍ୟକ୍ତି ପାଖରେ ଅଟକିଯାଇ ସେ ତା’ର ସମସ୍ୟା କଥା ପଚାରି ବୁଝିଲେ ।                 ବିଦ୍ୟାସାଗରଙ୍କ କଥାରେ ସେ ବୃଦ୍ଧଜଣକ...

Read More

କୃପଣ ଧନୀ କଥା

ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଖର୍ଚ୍ଚ କରୁନଥିଲା ।        ଧନୀ ଲୋକଟିର ସବୁବେଳେ ଧନ ବଢେଇବାର ଚିନ୍ତାଥାଏ । ଦିନେ ସେ ରାତିରେ ଶୋଇଲା ବେଳେ...

Read More

ଏକ କୁମ୍ଭାରର କାହାଣୀ

ଗୋଟିଏ ସହରରେ ଯୁଧିଷ୍ଠିର ନାମକ ଏକ କୁମ୍ଭାର ବାସ କରୁଥିଲା । ସେ ସବୁ ସମୟରେ ମଦ୍ୟପାନ କରୁଥାଏ । ଦିନେ ସେ ମଦ୍ୟପାନ କରି ମାତାଲ୍ ହୋଇ ଗଢିଥିବା ହାଣ୍ଡିତକ ସବୁ ଭାଙ୍ଗିଦେଲା । ମଦ ନିଶାରେ ହାଣ୍ଡି ଉପରେ ପଡିବାରୁ ଖପରା ମୁଣ୍ଡରେ ଗଳି ମୁଣ୍ଡକୁ ଚିରିଦେଲା । କ୍ଷତ ସ୍ଥାନରୁ ରକ୍ତ ବାହାରି ଦେହସାରା ହୋଇଗଲା । ଖୁବ୍ କଷ୍ଟରେ ସେ ସେହି ହାଣ୍ଡି ଗଦା ମଧ୍ୟରୁ ଉଠିଲା । ଉପଯୁକ୍ତ ଯତ୍ନର ଅଭାବରୁ କ୍ଷତ ସ୍ଥାନ ଗୁଡିକ ଶୀଘ୍ର ଭଲ...

Read More

କ୍ଷତିରୁ ଲାଭ

ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି...

Read More

ଧୂସର ଦୁର୍ଗ

ଥତାନ୍ତ୍ରିକ ଶଂଖୁ ରହୁଥିବା ନିର୍ଜନ ଅଂଚଳରେ ଚନ୍ଦ୍ରବର୍ମାଙ୍କ ସହ ହଠାତ୍ କାପାଳିନୀର ସାକ୍ଷାତ୍                 ହେଲା । ଶଂଖୁକୁ ଦମନ କରିବାର ଉପାୟ ଉଭୟେ ଚିନ୍ତା କଲେ । ସୂର୍ଯ୍ୟୋଦୟ ବେଳେ ଗୋଟିଏ                 ପାହାଡ ଉପରେ ଥିବା ଯେଉଁ ଶିଳା ଉପରେ ଠିଆ ହୋଇ ଶଂଖୁ ମନ୍ତ୍ର ପଢୁଥାଏ, ସେହି ଶିଳା ଦେହରେ ଦଉଡି ବାନ୍ଧି ରଖାଗଲା । ଶଂଖୁ ଆସି ତାହା ଉପରେ ଠିଆ ହେବା ମାତ୍ରେ ଦଉଡି ଝିଙ୍କି ଦିଆଗଲା । ତା’ପରେ…...

Read More

ପ୍ରକୃତ ସାହାଯ୍ୟ

ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର ଦୁଇଜଣ ପୁତ୍ର ଥିଲେ । ସେମାନେ ହେଲେ ହରି ଓ ଗିରି । ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ ଦୁଇ ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଂଟି ଦେଇଥିଲେ । ତାଙ୍କର ଅକଳନ ସମ୍ପତ୍ତି, ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା । ହରି ପୈତୃକ ସମ୍ପତ୍ତି ପାଇ ମହା ଆଡମ୍ବରରେ ତାଙ୍କ ଜୀବନ ବିତାଉଥାଆନ୍ତି । ମନ ଇଚ୍ଛା ଅର୍ଥ ଖର୍ଚ୍ଚ କରି, ପ୍ରତି ଦିନ ଜାକଜମକରେ ଘରେ ଉତ୍ସବ...

Read More

ବୁଦ୍ଧିମାନ୍ ବୈଦ୍ୟ

ଶ୍ୱେତାମ୍ବର ନାମକ ଜଣେ ବୈଦ୍ୟ ମଧୁପୁର ଗ୍ରାମରେ ରହୁଥିଲେ । ସେ ଦେହର ଘା’ ଘଉଡ ଚିକିତ୍ସା କରିବାରେ ସୁଦକ୍ଷ ଥିଲେ । ଥରେ ସେହି ଦେଶର ରାଜାଙ୍କର ଏକ ବଡ ଘା’ ହେଲା । ଘା’ଟି ସାଧାରଣ ବା ବିଷାକ୍ତ ଜଣାପଡୁ ନଥାଏ । ବହୁ ଚିକିତ୍ସକ ଆସି ତାଙ୍କୁ ଚିକିତ୍ସା କଲେଣି ହେଲେ ଫଳ କିଛି ହେଉନାହିଁ । ଏପରି ଅବସ୍ଥାରେ ରାଜାଙ୍କୁ କେହି ଶ୍ୱେତାମ୍ବରଙ୍କ ବିଷୟରେ କହିଲେ । ସୁତରାଂ ସେ ମନ୍ତ୍ରୀଙ୍କୁ କହିଲେ “ମଣିଷ ଜାଣିପାରେ ନାହିଁ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ