ଅନେକ ଦିନ ତଳର କଥା । ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏ କାହାଣୀ । ସେଇଠି ରହୁଥାଆନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ । ସେମାନେ ତ ଭାରି ଗରିବ ଥିଲେ । ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା । ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ । ତାଙ୍କର କେବେ ବି କିଛି ବଳୁ ନ ଥିଲା କି କେବେବି କିଛି ଅଭାବ ମଧ୍ୟ ପଡୁ ନ ଥିଲା । ଦିନକର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ...
ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ । ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି ସେଥିରେ ଖୁଂଟିକୁ ଭର୍ତ୍ତି କରିଥିଲେ । ଯାହାଫଳରେ କି କାଠ ଗଣ୍ଡିଟି ଖୋଲା ନ ରହି...
ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି । ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ । ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି ଦେଶକୁ ଶାସନ କରନ୍ତି ସିନା ସେ ଗରିବ ଚଳଣି ତାଙ୍କର ଭାଇ । ଶୁଣିଲେ...
ନାମଦେବ ଜଣେ ବଡ କୃଷ୍ଣଭକ୍ତ ଥିଲେ । ସେ ଭଗବାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଆଉ ସେ ଭଗବାନଙ୍କର ଅତି ପ୍ରିୟ ବୋଲି ତାଙ୍କର ଖୁବ୍ ଅଭିମାନ ଓ ଅହଂକାର ଥିଲା । ଏହା ମଧ୍ୟ ନାମଦେବଙ୍କ ଶିଷ୍ୟମାନେ ପ୍ରଚାର କରୁଥିଲେ । ଗୋଟିଏ ସନ୍ଥସଭା ହେଉଥିଲା, ସେହି ସନ୍ଥସଭାରେ ନାମଦେବ ବି ଥିଲେ । ସନ୍ଥମାନଙ୍କୁ ପରୀକ୍ଷା କରିବାକୁ ସନ୍ଥ ଗୋରା କୁମ୍ଭାର ବାହାରିଲେ । ସେ ତ ଜାତିରେ କୁମ୍ଭାର । ମାଟି ହାଣ୍ଡି ଗଢିବା, ନିଆଁରେ ପୋଡିବା ଓ...
ବୋଧିସତ୍ୱ ଥରେ ଗୋଟିଏ ଠେକୁଆ ରୂପରେ ଜନ୍ମ ହୋଇଥିଲେ । ସେ ଏକ ବଣରେ ରହୁଥିଲେ । ତାଙ୍କର ତିନିଜଣ ମିତ ଥିଲେ । ସେମାନେ ହେଲେ ଗୋଟିଏ ମାଙ୍କଡ, ବିଲୁଆ ଓ ଗୋଟିଏ ଓଧ । ଚାରିମିତ ଏକ ଜାଗାରେ ରହୁଥିଲେ । ସେମାନେ ଦିନବେଳେ ନିଜନିଜର ଖାଦ୍ୟ ଖୋଜିବାକୁ ଚାଲିଯାଉଥିଲେ । ସଞ୍ଜହେଲେ ଫେରିଆସୁଥିଲେ । ତା’ପରେ ସେମାନେ ଗୋଟିଏ ଜାଗାରେ ଏକାଠି ବସୁଥିଲେ । ସେମାନେ ସେତେବେଳେ ଧର୍ମକଥା ଆଲୋଚନାକରୁଥିଲେ । ଚାରି ମିତଙ୍କ ଭିତରେ...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ...
ଇଣ୍ଡିଆର ମହାନ୍ ବୈଜ୍ଞାନିକ ସି.ଭି.ରମଣ ଜଣେ ଅତି ସରଳ ଓ କୋମଳ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଯେକୌଣସି ଲୋକ ସହିତ ମଧ୍ୟ ମିଶିଯାଉଥିଲେ । ସତେ ଯେମିତି ମନେ ହେଉଥିଲା ତାଙ୍କ ମନରେ ତିଳେ ହେଲେ ବି ଗର୍ବ ନ ଥିଲା । ମାତ୍ର ଅନ୍ୟମାନଙ୍କୁ ସତ୍ପଥକୁ ଆଣିବା ପାଇଁ ବେଳେବେଳେ ସେ କଟୁମନ୍ତବ୍ୟ ଦେବାକୁ ବି ପଛାଉନଥିଲେ । ଏକଦା ରମଣଙ୍କୁ ଏକ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥାଏ ।...
ଦିନେ ଗୋଟେ ବିଦ୍ୟାଳୟକୁ ଜଣେ ପରିଦର୍ଶକ ଆସିଥାନ୍ତି । ସେ ପ୍ରତ୍ୟେକ ଶ୍ରେଣୀ ବୁଲି ପିଲାଙ୍କର ପାଠ ପରୀକ୍ଷା କରୁଥାନ୍ତି । ସେତେବେଳେ ତ ଗୋଟିଏ ଶ୍ରେଣୀରେ ପରୀକ୍ଷା ଚାଲିଥାଏ । ଶିକ୍ଷକ ବି ପରିଦର୍ଶକଙ୍କ ସାଥିରେ ଥାଆନ୍ତି । ହଠାତ୍ ପରିଦର୍ଶକଙ୍କର ପଛ ବେଂଚ ଆଡକୁ ନଜର ପଡିଗଲା । ସେଠାରେ ଗୋଟିଏ ପିଲା ବସି ଖୁଜୁରୁ ମୁଜୁରୁ ହେଉଛି । ପାଖ ପିଲାଙ୍କ ସହିତ ବେଳେବେଳେ ସେ ଟୁପୁରୁ ଟାପର ହେଉଛି । ସେହି ପିଲାଟିକୁ ଚାହିଁ...
ନିଶା ଗରଜୁଥାଏ । ତେଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟବି ଶୁଭୁଥାଏ । ଭୟାଭହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ...
ଗୋଟିଏ ଜଙ୍ଗଲରେ ଗଛ ଡାଳରେ କପୋତଟିଏ ବସା ବାନ୍ଧି ରହିଥାଏ । ଥରେ ସେ ବସାରେ କେତୋଟି ଅଣ୍ଡା ଦେଲା । ମାଆ କପୋତ ମନରେ ଆନନ୍ଦ କହିଲେ ନସରେ । ଅଣ୍ଡାରୁ ଛୁଆ ବାହାରିବେ, ସେମାନଙ୍କର ଲାଳନ ପାଳନ କରି ବାତ୍ସଲ୍ୟ ମମତା ବାଂଟିଦେବ ଆଦି ଭାବନା ମନରେ ନେଇ ଖୁସି ହେଉଥାଏ ସେ । ହେଲେ ଦିନେ ମାଆ କପୋତର ସମସ୍ତ ଆଶା ମଉଳିଗଲା । ସେହି ଜଙ୍ଗଲରେ ରହୁଥିବା ହାତୀଟି କପୋତ ବସା ବାନ୍ଧିଥିବା ଡାଳକୁ ଭାଙ୍ଗି ପକାଇଲା ।...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ବି ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ...
ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।” ...
ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ ପ୍ରକୃତି ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ପ୍ରଜାଙ୍କର ଧନ ସବୁ ସେ...
ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ । ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ...
“ଆୟରଲ୍ୟାଣ୍ଡର ଘଟଣାଟି ଥିଲା ଚକିତ ଲାଗିବ ଶୁଣିଲେ କାନେ ପୁରସ୍କାର ବିତରଣ ଚାଲିଥାଏ ଏକ ବିଦ୍ୟାଳୟ ପ୍ରାଙ୍ଗଣେ ଦିନେ । ଉତ୍ସବ ଶେଷରେ ଅତିଥି କହିଲେ ପିଲା ମଧ୍ୟେ ଯିଏ ଖରାପ ଅତି ଖରାପ ନ ଭାବି ମୋ’ ପାଖକୁ ଆସି ପୁରସ୍କାର ନେଇଯାଅ ଝଟତି । ଶୁଣୁ ଶୁଣୁ ଏହା ଦୁଷ୍ଟ ପିଲାଟିଏ ଅତି ନିର୍ଭୟରେ ଚଢିଲା ମଂଚ କହିଲା ସ୍କୁଲର ବଡ ଦୁଷ୍ଟ ମୁହିଁ କହୁ ନାହିଁ ଜମା ତିଳେ ହେଁ ମିଛ । ଅତିଥି କହିଲେ ଏହିଭଳି ସତ୍ୟ କହିଲେ ହୁଅନ୍ତି ବଡମଣିଷ...
ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’ କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା । ସେତେବେଳେ ବିଲରେ କାମକରି ସେ ତ ଖୁବ୍ ହାଲିଆ ହୋଇପଡିଥାଏ...
ଅନେକ ବର୍ଷ ତଳର କଥା । ଗୋଟିଏ ଗାଆଁରେ ଜଣେ ମହାଜନ ଥିଲେ । ତାଙ୍କର ତିନୋଟି ପୁଅ ଥିଲେ । ତନ୍ମଧ୍ୟରୁ ବଡ ପୁଅର ନାମ ସୁରେଶ, ମଝିଆଁ ପୁଅର ନାମ ଦିନେଶ ଏବଂ ସାନ ପୁଅର ନାମ ଅବିନାଶ । ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା । ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ । କିନ୍ତୁ, ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇମାନଙ୍କ ମଧ୍ୟରେ କାହାର ବି କାହା ସହିତ ଭଲ ଭାବରେ ପଡୁନଥିଲା । ସେ ଯାହାବିହେଉ, ସେ...
ରାଜସ୍ଥାନରେ ଜୟପୁର ଗୋଟିଏ ବଡ ସହର । ସେହିଠାରେ ଜଣେ ଧନୀ ସୌଦାଗର ବାସ କରୁଥାଆନ୍ତି । ସହରରେ ତାଙ୍କର ବିରାଟ କୋଠା; ଦାସଦାସୀ, ଯାନବାହନ ଯାହାକୁ ଯେତେ । ତାଙ୍କ ପିଲାମାନେ ଅତ୍ୟନ୍ତ ବାଧ୍ୟ ଏବଂ ଯୋଗ୍ୟ । ଏତେ ବଡ ବ୍ୟବସାୟକୁ ସେମାନେ ସମ୍ଭାଳି ଥାଆନ୍ତି । ସଂସାରରେ ସୁଖସମ୍ପତ୍ତି କହିଲେ ଯାହା କୁହାଯାଏ, ସେ ଧନୀବଣିକଙ୍କର ସେହି ସବୁ ଭରପୁର ହୋଇ ରହିଥିଲା । ଧନସମ୍ପତ୍ତିର ଦେବୀ ହେଉଛନ୍ତି ଲକ୍ଷ୍ମୀ । ତାଙ୍କ ନାମ ଚଂଚଳା ।...
ବିଦ୍ୟାଧରପୁରରେ ଜଣେ ଖୁବ୍ ଥିଲାବାଲା ଲୋକଥିଲେ, ତାଙ୍କ ନାମ ସୁରେନ୍ଦ୍ର ମହାରାଣା । ତାଙ୍କର ଦୁଇ ପୁଅ, ସୁରେଶ ଓ ସୂର୍ଯ୍ୟକାନ୍ତ । ମହାରଣାଙ୍କ ମୃତ୍ୟୁ ପରେ ଦୁଇଭାଇ ଭିନେ ହୋଇଗଲେ । କିନ୍ତୁ ସେହି ପୈତୃକ ଘରକୁ ଦୁଇଭାଗ କରି ଦୁଇଭାଇ ସେଠାରେ ରହିଥାନ୍ତି । ସେଯାଏଁ କାହାରି ମଧ୍ୟ ବାହାଘର ହୋଇ ନଥାଏ । ଯିଏ ଯାହାର ନିଜ ପାଇଁ ରୋଷେଇ କରି ଖାଉଥାନ୍ତି । ସୁରେଶର ଭାରି ଇଚ୍ଛା, ସେ ପଇସାପତ୍ର ସଂଚୟ କରି...
ଥରେ ପାରସ୍ୟର ସମ୍ରାଟ୍ ଆକବରଙ୍କ ନିକଟକୁ ପତ୍ର ମାଧ୍ୟମରେ ଏକ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଥିଲା ଯେ – “ଆଗ୍ରା ନଗରୀର ରାସ୍ତାରେ କେତୋଟି ବାଙ୍କ ଅଛି?” ପତ୍ରଟି ପାଇବା ପରେ ଆକବର ବିବ୍ରତ ହୋଇପଡିଲେ କି ଉତ୍ତର ଲେଖି ପଠାଇବେ କିଛି ଚିନ୍ତା କରିପାରିଲେ ନାହିଁ । ମନ୍ତ୍ରୀ ମାନସିଂଙ୍କୁ ଡାକି ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂ ସଂଗେ ସଂଗେ ଦରବାରର ଅନ୍ୟ...
ଜଙ୍ଗଲ ଭିତରେ ସିଂହ ରାଜା ଥରେ ସେଠାରେ ଥିବା ପୁରୁଷ ମଈଁଷି କୁ ଦେଖି ତା’ର ଜିଭରେ ପାଣି ଆସି ଗଲା । ସେ ଭାବିଲା ଯେଣ ତେଣ ଉପାୟରେ ସେହି ମଈଁଷିର ମାଂସକୁ ସେ ଖାଇବ । କିନ୍ତୁ ସେ ଆକାରରେ ଏତେ ବଡ ଥିଲା ଯେ ସିଂହ ପକ୍ଷରେ ତା’କୁ ଶିକାର କରିବା କଷ୍ଟକର ପାଠ ହୋଇ ପଡି ଥିଲା । ସେ ଚିନ୍ତା କଲା ମୁଁ ଯଦି ତାକୁ ଆକ୍ରମଣ କରି ଦେବି; ଯଦି ସେ ମୋତେ ତାର ବିରାଟକାୟ ଶିଙ୍ଘରେ ଭୂଷି ଦିଏ ତେବେ ତ ମୋର ସେଇଠି ସଇଲା ପାଠ । ମୁଁ ଏକଦମ୍...
ଶ୍ରୀକୃଷ୍ଣ ଦୂରରୁ ଥାଇ ବାଣାସୁରର ନଗରୀକୁ ଅବଲୋକନ କରିବାକୁ ଲାଗିଲେ । ଠିକ୍ ସେତିକିବେଳେ ନାରଦ ଆସି ସେଠାରେ ପହଁଚିଲେ ଓ କହିଲେ, “ପ୍ରଭୁ, ଆପଣ ଏକଥା ଲକ୍ଷ୍ୟ କରିଛନ୍ତି କି ପାର୍ବତୀଙ୍କ ସହିତ ସ୍ୱୟଂ ପରମେଶ୍ୱର ମଧ୍ୟ ଏହି ନଗରୀକୁ ରକ୍ଷା କରୁଛନ୍ତି? ତେଣୁ ଆପଣଙ୍କ କାର୍ଯ୍ୟ ସଫଳ ହେବାକୁ ବହୁତ କଷ୍ଟ ହେବ । ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବା ତ କିଛି ସହଜ କଥା ନୁହେଁ । ଏବେଠାରୁ ଭାବି ରଖନ୍ତୁ ଶିବ ଯେତେବେଳେ ବିରୋଧ...
ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?
ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।
ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।” ବୀର କହିଲା “ଆଜ୍ଞା ହଁ...
ଦିନେ ରାଜା କୃଷ୍ଣ ଚନ୍ଦ୍ର ତାଙ୍କର ମନ୍ତ୍ରୀ ଓ ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ବୁଲିବାକୁ ଯାଇ ଥିଲେ । ବୁଲିବା କାର୍ଯ୍ୟ ଶେଷ କରି ରାଜା ଓ ମନ୍ତ୍ରୀ ଉଆସକୁ ଫେରିଲେ । କୌଣସି ପ୍ରୟୋଜନୀୟ କାମ ନେଇ ଗୋପାଳ ଭାଣ୍ଡ ତାଙ୍କ ସଙ୍ଗରେ ନଆସି ଅନ୍ୟବାଟେ ଚାଲି ଗଲା । ସେ ଯିବା ବାଟରେ ରାଜାଙ୍କ ପୁଅ, ମନ୍ତ୍ରୀଙ୍କ ପୁଅ ସଙ୍ଗରେ ଭେଟ ହେଲା । ରାଜାଙ୍କ ପୁଅ ତାକୁ ଦେଖି ପଚାରିଲା ତୁମେ କୁଆଡେ ଯାଇ ଥିଲ ଭାଣ୍ଡ? ଗୋପାଳ ଉତ୍ତର ଦେଲା –...
ମାଣିକପୁରୀରେ ଯେଉଁ ବସନ୍ତୋତ୍ସବ ସମ୍ପନ୍ନ ହେଲା, ସେଥିରେ ଉତୁଙ୍ଗ ନାମକ ପାହାଡି ଜାତିର ଜଣେ ଯୁବକ ଭାଗ ନେଇଥିଲା । ସେ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଉପହାର ସ୍ୱରୂପ ଏକ ଫୁଲତୋଡା ଦେଲା । ରାଜକୁମାରୀଙ୍କ ଇଚ୍ଛା ଅନୁସାରେ ରାଜା ପ୍ରତାପବର୍ମା ସେହି ଫୁଲର ଗଛ ଆଣିବାକୁ ସୈନିକମାନଙ୍କୁ ପଠାଇଲେ । କିନ୍ତୁ ସେମାନେ ଅଧିକ କିଛି ଫୁଲ ଧରି ସେଠାରୁ ଫେରି ଆସିଲେ । ରାଜଗୁରୁ ଗୌରୀନାଥ କହିଲେ ଯେ ଏ ଫୁଲ ଅଶୁଭସୂଚକ । ଏଣିକି ଆଗକୁ...
ଶ୍ରୀପୁର ଗ୍ରାମରେ ଭୂଷଣ ନାମକ ଜଣେ ଚାଷୀ ରହୁଥାଏ । ତା’ସ୍ତ୍ରୀ ରେବତୀ ବଡ କଟୁ ସ୍ୱଭାବର ଥିଲା । ଭୂଷଣ ତା’ ସ୍ତ୍ରୀକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା । କିନ୍ତୁ ରେବତୀ ତା’ର ନରମ ସ୍ୱଭାବର ଲାଭ ଉଠାଇଲା ଓ ସଦା ସର୍ବଦା ହୁକୁମ ଦେଇ ଚାଲିଲା । ବିଚାରା ଭୂଷଣ କ’ଣ କରିବ? ଚୁପ୍ ରହିଥାଏ । ସେମାନଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ । ବଡ ଦୁଇଝିଅ ଓ ପୁଅ ମା’ କଥାରେ ଚାଲନ୍ତି । ସେମାନେ ପଦେବି କଥା...
ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, “ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା ଦରକାର । ପ୍ରଥମେ ମୋଠାରୁ ତାଙ୍କ ସମ୍ପର୍କରେ ଏକ କାହାଣୀ...
ଅନେକ ବର୍ଷ ପୂର୍ବେ ଗୋଟିଏ ରାଜ୍ୟର ସମୁଦ୍ର ଉପକୂଳରେ ବୁଢାବୁଢୀ ଦୁଇଜଣ ବାସ କରୁଥିଲେ । ସେ ବୁଢାବୁଢୀଙ୍କର କିଛି ବି ପିଲାପିଲି ନଥିଲେ ଓ ବୁଢାଟି ମାଛଧରି ତାର ଗୁଜୁରାଣ ମେଂଟାଉଥିଲା । ଦିନେ ବୁଢାଟି ସମୁଦ୍ରରୁ ମାଛ ଧରୁଧରୁ ତା ଜାଲରେ ଗୋଟିଏ ଛୋଟ କଡମାଛଟିଏ ପଡିଲା । ସେ ଛୁଆ କଡମାଛଟିକୁ ବୁଢାଟି ଯେମିତି ମାରିବାକୁ ବସିଛି ସେ କଡମାଛଟି କହିଲା ‘ମୋତେ ମାର ନାହିଁ’ ମୋ ଜୀବନ ରକ୍ଷାକଲେ ମୁଁ ତୁମର ପୁଅହୋଇ ରହିବି ।’ ଏପରି...
ଚନ୍ଦନପୁର ଗ୍ରାମରେ ସତ୍ୟବ୍ରତ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବାସ କରୁଥିଲେ । ଲୋକମାନେ ତାଙ୍କୁ ଧନ୍ୱନ୍ତରୀଙ୍କ ଏକ ଅବତାର ରୂପେ ମାନୁଥିଲେ । ତାଙ୍କର ଏକମାତ୍ର ପୁତ୍ର, ତା’ର ନାଁ ଦେବବ୍ରତ । ପିତା, ମାତାଙ୍କର ଅଶେଷ ସ୍ନେହ, ଯତ୍ନରେ ସେ ଲାଳିତ ପାଳିତ । ସେ ବୁଦ୍ଧିମାନ ହେଲେ ମଧ୍ୟ, ଅତି ମାତ୍ରାରେ ଜିଦ୍ଖୋର । ଏସବୁ ଦେଖି ତା’ ପିତାମାତା ଭାବୁଥିଲେ ଯେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ, ତା’ର ଏହି ଦୁର୍ଗୁଣ ମଧ୍ୟ ଦୂରେଇ...
ସିପାହୀଟି ବହୁତ ବଳବାନ୍, ବହୁତ ବାହାଦୂର, ବହୁତ ଯୁଦ୍ଧଖୋର ମଧ୍ୟ ଥିଲା । ତାର ଘୋଡା ମଧ୍ୟ ସେହି ଭଳି ବଳବାନ୍, ବାହାଦୂର୍, ନିର୍ଭୀକ ତଥା ଯୁଦ୍ଧଖୋର ଥିଲା । ଏକଦା ସିପାହୀ ଜଣକ ନିଜ ଘୋଡାରେ ନିଜେ ବସି କୌଣସି ଏକ ପାହାଡୀ ରାସ୍ତାରେ ଯାଉ ଥିଲା ।ଅଚାନକ ଘୋଡାର ଗୋଡ ଗୋଟିଏ ପଥର ଉପରେ ବାଜି ଘୋଡାର ନାଲ ଛିଣ୍ଡି ଗଲା । ନାଲ ବାହାରି ଯିବାରୁ ଘୋଡାକୁ ବହୁତ କଷ୍ଟ ହେଲା ଆଉ ସେ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା । ସିପାହୀ ଜଣକ...
ଗୋଟିଏ ଗଛରେ କାଉଟିଏ ଓ ବଗଟିଏ ବସାକରି ରହିଥାନ୍ତି । କାଉ ଦେଖିବାକୁ କଳା; ଏବଂ ବଗଟି ଦେଖିବାକୁ ଧଳା । ସେଥିପାଇଁ ବଗ ସବୁବେଳେ ସେ କାଉକୁ ଡାକୁଥାଏ ‘କାଳିଆ’ । ଫଳରେ ସେ କାଉ ମନରେ ଭୀଷଣ କଷ୍ଟ ହେଉଥାଏ । ସୁବିଧା ଜୁଟିଲେ ବଗକୁ ସେ କିପରି ଉଚିତ୍ ଶିକ୍ଷା ଦେବ ବୋଲି କାଉ ଭାବୁଥାଏ । ଥରେ କାଉ ଓ ବଗ ଏକ ସମୟରେ ନିଜ ନିଜ ବସାରେ ଅଣ୍ଡା ଦେଲେ । କାଉ କ’ଣ କଲାନା ବଗ ତା’ ବସାରେ ନଥିବା ବେଳେ ବଗର ଅଣ୍ଡାସବୁ...