ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ହସ୍ତିନାପୁର ସମୀପରେ ଥିବା ଜଙ୍ଗଲରେ ହିରଣ୍ୟଧନ୍ୱ ନାମକ ଜଣେ ଭୀଲରାଜା ବାସ କରୁଥିଲେ । ତାଙ୍କ ପୁତ୍ର ଏକଲବ୍ୟ ଶୁଣିଲେ କି ସାରା ଦେଶର ରାଜକୁମାରମାନେ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଧନୁର୍ବିଦ୍ୟା ଶିକ୍ଷା କରୁଛନ୍ତି ।                 ଏକଲବ୍ୟଙ୍କର ମଧ୍ୟ ଇଚ୍ଛା ହେଲା ଦ୍ରୋଣଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କରନ୍ତେ । ତେଣୁ ସେ ଯାଇ ଦ୍ରୋଣଙ୍କୁ ଦେଖାକଲେ । ଜଙ୍ଗଲ ବାସୀ ହୋଇଥିବାରୁ ବାହାର ସମାଜର ଜ୍ଞାନ ତାଙ୍କର ଏତେ...

Read More

ବିହଙ୍ଗ କଥା

ବିନ୍ଧ୍ୟ ପର୍ବତରେ ଗୋଟାଏ ଆକାଶଚୁମ୍ବୀ ଅର୍ଜୁନ ଗଛ ଥିଲା । ସେ ଗଛରେ ଏକ ବିଚିତ୍ର ପକ୍ଷୀ ବାସ କରୁଥିଲା । ଅତି ଉଜ୍ଜ୍ୱଳ ସୁନାରଙ୍ଗର ପର ଓ ନାଲି ଚଂଚୁ, ପ୍ରକୃତରେ ପକ୍ଷୀଟି ଅତି ସୁନ୍ଦରଦେଖା ଯାଉଥିଲା । ମୟୂର ପୁଚ୍ଛଭଳି ତା’ର ଦୀର୍ଘ ପୁଚ୍ଛ । ବିଭିନ୍ନ ରଙ୍ଗରେ ସୁନ୍ଦର ଦିଶୁଥିଲା । ବେଳେବେଳେ ସେ ପକ୍ଷୀ ଜନବସତିକୁ ଆସି କୌଣସି ଏକ ଉଚ୍ଚ ଗଛ ଶାଖାରେ ବସି ମଧୁର ସଙ୍ଗୀତ ଗାନ କରୁଥିଲା ଓ ସଦୁପଦେଶମାନ ଦେଉଥିଲା । ଲୋକେ ଅତି...

Read More

କୃଷ୍ଣାବତାର

ମେରୁପର୍ବତ ଉପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ଦେବତାମାନେ ମଧ୍ୟ ସଭା କରୁଥିଲେ । ସେତେବେଳେ ନାରଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସଭା ଶେଷ ହେବା ମାତ୍ରେ ନାରଦ ସିଧା ଯାଇ ମଥୁରା ନଗରୀରେ ପହଁଚିଲେ । କଂସ ରାଜା ନାରଦଙ୍କୁ ସ୍ୱାଗତ କରି ତାଙ୍କୁ ଭିତରକୁ ନେଲା ଓ ପାଦଦୋକ ଦେଇ ତାଙ୍କୁ ପୂଜା କଲା । ଏହାପରେ ନାରଦ କଂସକୁ ଆଶୀର୍ବାଦ କରି କହିଲେ, “ବତ୍ସ, ମୁଁ ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଦେବାକୁ ଆସିଛି । ତୁମେ ମୋର...

Read More

ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ ।                 ତୁମମାନଙ୍କ ଘରେ ତ ସୁନାଗହଣାମାନ ଥିବ । ଆମ ମାଆ ଭଉଣୀମାନେ ସୁନାଗହଣା ପିନ୍ଧିବାପାଇଁ...

Read More

କୁଶଳ ବୁଦ୍ଧି

ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ ।...

Read More

ଚୂଡିର ସଂଖ୍ୟା

 ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାଆନ୍ତି । ରାଜ୍ୟର ସୁବିଧା ଅସୁବିଧା ସଂପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାଆନ୍ତି । ରାଜ୍ୟ ସଂପର୍କରେ ଆଲୋଚନା ସରିବା ପରେ ଆକବର ବିରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ । ବିରବଲଙ୍କୁ ପଚାରିଲେ – “ବିରବଲ! ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତା’ହେଲେ ମୋର ଏଇ ସାଧାରଣ ପ୍ରଶ୍ନଟିର ଉତ୍ତର ଦିଅ । ପ୍ରଶ୍ନଟି ହେଲା ତୁମ ପତ୍ନୀ ତାଙ୍କ...

Read More

ତିନି ସାଧୁ ଓ ଭଗବାନ

ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ ସେ ହିଁ ଶ୍ରେଷ୍ଠ ସାଧୁ । ଏଣେ ସାଧୁ ଆତ୍ମାନନ୍ଦ ମଧ୍ୟ...

Read More

ଝଗଡା ଝାଟି

ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା । ଲଢେଇରେ ଯିଏ ଜିଣିବ ସେ ହିଁ ଆଗ ପାଣି ପିଇବ ।...

Read More

ନଳପାନ ଜାତକ

ଏକ ବଣରେ ଗୋଟିଏ ବଡ ପୋଖରୀ ଥିଲା । ସେଇ ପୋଖରୀରେ ଗୋଟିଏ ରାକ୍ଷସ ରହୁଥିଲା । କୌଣସି ଜୀବ ପାଣି ପିଇବାକୁ ପୋଖରୀକୁ ଗଲେ ରାକ୍ଷସ ତାକୁ ଧରି ଖାଇଯାଉଥିଲା ।        ସେତେବେଳେ ବୋଧିସତ୍ୱ ଗୋଟିଏ ମାଙ୍କଡରୂପେ ଜନ୍ମହୋଇଥିଲେ । ସେ ମାଙ୍କଡମାନଙ୍କର ଦଳପତି ଥିଲେ । ଦଳର ମାଙ୍କଡମାନେ ତାଙ୍କ କଥା ମାନି ଚଳୁଥିଲେ ।        ଦିନେ ଦଳପତି ବୋଧିସତ୍ୱ ମାଙ୍କଡମାନଙ୍କୁ କହିଲେ – “ତୁମେମାନେ ବଣରେ ବୁଲି ଫଳ ଖାଉଚ ଓ ପୋଖରୀରୁ ପାଣି...

Read More

ନ୍ୟାୟ ବିଚାର

ଗୋଟିଏ ଗଛରେ କାଉଟିଏ ଓ ବଗଟିଏ ବସାକରି ରହିଥାନ୍ତି । କାଉ ଦେଖିବାକୁ କଳା; ଏବଂ ବଗଟି ଦେଖିବାକୁ ଧଳା । ସେଥିପାଇଁ ବଗ ସବୁବେଳେ ସେ କାଉକୁ ଡାକୁଥାଏ ‘କାଳିଆ’ । ଫଳରେ ସେ କାଉ ମନରେ ଭୀଷଣ କଷ୍ଟ ହେଉଥାଏ । ସୁବିଧା ଜୁଟିଲେ ବଗକୁ ସେ କିପରି ଉଚିତ୍ ଶିକ୍ଷା ଦେବ ବୋଲି କାଉ ଭାବୁଥାଏ ।                 ଥରେ କାଉ ଓ ବଗ ଏକ ସମୟରେ ନିଜ ନିଜ ବସାରେ ଅଣ୍ଡା ଦେଲେ । କାଉ କ’ଣ କଲାନା ବଗ ତା’ ବସାରେ ନଥିବା ବେଳେ ବଗର ଅଣ୍ଡାସବୁ...

Read More

ଚମ୍ପା ଓ ଚୁନ୍ନି

ମଧୁପୁରର ଜଙ୍ଗଲରେ ଗୋଟିଏ କାଠୁରିଆ ଥିଲା । ତା’ର ଦୁଇଟି ଝିଅ – ଚମ୍ପା ଓ ଚୁନ୍ନି । ଚମ୍ପା ବର୍ଷକର ହେବାବେଳେ ତା’ ମା’ ମରି ଯିବାରୁ କାଠୁରିଆ ଦୁର୍ଗା ନାମକ ଜଣେ ଯୁବତୀକୁ ବିବାହ କଲା – ତା’ ଝିଅର ନାଁ ହେଲା ଚୁନ୍ନି ।                 ଦୁର୍ଗା ବଠୋର ସ୍ୱଭାବର ଥିଲା । ଚମ୍ପାକୁ ସେ ବହୁତ କାମ କରିବାକୁ ଦିଏ ଓ ସବୁବେଳେ ତାକୁ ଖାଲି ସେ ଗାଳି ଦିଏ । ଦିନେ ପୂର୍ଣ୍ଣିମା ରାତିରେ ଚମ୍ପାର ହଠାତ୍ ନିଦ ଭାଙ୍ଗିଗଲା ।...

Read More

ଅଲକ୍ଷଣା ମୁହଁ କାହାର

ମହାରାଜା କୃଷ୍ଣ ଚନ୍ଦ୍ରଙ୍କର ହୁକୁମ୍ ଥିଲା, ସକାଳୁ ଉଠି ସେ ଯାହାର ମୁହଁକୁ ଚାହିଁ ଥିବେ ସେଦିନ ରାଜାଙ୍କୁ କିଛି କଷ୍ଟ ହେଲେ ତାହାକୁ ଶାସ୍ତି ଦେବେ । ଦିନେ ମହାରାଜା ବଡି ସକାଳୁ ଉଠି ବାହାରକୁ ଆସି ଛନ୍ତି ସେ ସମୟରେ ଗୋପାଳ ଭାଣ୍ଡକୁ ସମ୍ମୁଖରେ ଦେଖିଲେ । ସେହି ଦିନ ରାଜାଙ୍କର ନଖ ଭଣ୍ଡାରୀ କାଟୁ କାଟୁ ଟିକେ ନଖରେ ନହୁରୁଣିଟା ନାଗିଗଲା । ଏଥିରେ ରାଜାଙ୍କୁ ଟିକେ କଷ୍ଟ ହେଲା । ସେଥି ସକାଶେ ରାଜା ଗୋପାଳକୁ ତଲବ କରିଲେ ।...

Read More

ସିଂହ ଜାତକ

ବୋଧିସତ୍ୱ ଏକ ଜନ୍ମରେ ସିଂହ ରୂପରେ ଜନ୍ମ ହୋଇଥିଲେ । ସେ ବାରାଣସୀ ରାଜ୍ୟରେ ଥିବା ଏକ ବଣରେ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅର ନାମ ମନୋହର । ପୁଅ ବଡ ହେଲା । ବୋଧିସତ୍ୱ ତା’ର ବାହାଘର କରିଦେଲେ ।        ପୁଅ ମନୋହର ନିତି ବଣକୁ ଯାଉଥିଲା । ମଇଁଷି, ହରିଣ ଓ ଶମ୍ବର କ’ଣ ହେଲେ ମାରି ଆଣୁଥିଲା । ପରିବାରର ସମସ୍ତେ ମିଶି ସେ ମାଂସ ଖାଉଥିଲେ । ଦିନକର କଥା । ସେ ଶିକାର ପାଇଁ ବଣକୁ ଯାଉଥିଲା ।...

Read More

ଅପରାଧୀ କିଏ?

 ଅତି ପ୍ରାଚୀନ କାଳର କଥା । ଚେଦୀ ରାଜ୍ୟରେ ‘ଧର୍ମଦତ’ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେ ହୃଷ୍ଟପୁଷ୍ଟ ଥିଲେ ସତ, ହେଲେ ଦେଖିବାକୁ ଖୁବ୍ ଅସୁନ୍ଦର ଥିଲେ । ସେଥିପାଇଁ ତାଙ୍କୁ କେହି ବିବାହ କରିବାକୁ ଇଚ୍ଛା କରୁନଥିଲେ । ଏଥିପାଇଁ ବ୍ରାହ୍ମଣ ମନେ ମନେ ଭାରି କଷ୍ଟ ପାଉଥାଆନ୍ତି । ଶେଷରେ ତାଙ୍କର ଏପରି ଅବସ୍ଥା ହେଲା ଯେ ଧର୍ମୀୟ କାଣ୍ଡରେ ମଧ୍ୟ ତାଙ୍କର ମନ ଲାଗିଲା ନାହିଁ । କେମିତି କାହାକୁ ସେ ବିବାହ କରିବେ ସବୁ...

Read More

ବୁଦ୍ଧିମାନ୍ ବୈଦ୍ୟ

ଶ୍ୱେତାମ୍ବର ନାମକ ଜଣେ ବୈଦ୍ୟ ମଧୁପୁର ଗ୍ରାମରେ ରହୁଥିଲେ । ସେ ଦେହର ଘା’ ଘଉଡ ଚିକିତ୍ସା କରିବାରେ ସୁଦକ୍ଷ ଥିଲେ । ଥରେ ସେହି ଦେଶର ରାଜାଙ୍କର ଏକ ବଡ ଘା’ ହେଲା । ଘା’ଟି ସାଧାରଣ ବା ବିଷାକ୍ତ ଜଣାପଡୁ ନଥାଏ । ବହୁ ଚିକିତ୍ସକ ଆସି ତାଙ୍କୁ ଚିକିତ୍ସା କଲେଣି ହେଲେ ଫଳ କିଛି ହେଉନାହିଁ । ଏପରି ଅବସ୍ଥାରେ ରାଜାଙ୍କୁ କେହି ଶ୍ୱେତାମ୍ବରଙ୍କ ବିଷୟରେ କହିଲେ । ସୁତରାଂ ସେ ମନ୍ତ୍ରୀଙ୍କୁ କହିଲେ “ମଣିଷ ଜାଣିପାରେ ନାହିଁ ।...

Read More

ଚଢେଇର ପର

ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ...

Read More

ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ

ଏକ ବିରାଟ ଜଙ୍ଗଲକୁ ଲାଗି ଗାଁଟିଏ । ଗାଁଟିର ନାମ ତଳବରାଦ । ସେଇ ଜଙ୍ଗଲ ମଝିରେ ବିରାଟ ପାହାଡଟିଏ । ସେଇ ପାହାଡରେ ଗୋଟିଏ ମହାବଳ ବାଘ ରହେ । ରାତି ହେଲେ ବାଘଟି ପାହାଡରୁ ଓହ୍ଲାଇ ଆସି ଗାଁ ଲୋକ ମାନଙ୍କର ଛେଳି, ବାଛୁରୀ, ମେଣ୍ଢା ପ୍ରଭୃତି ଗୁହାଳରେ ପଶି ଖାଇଯାଏ । ଗାଁ ଲୋକଙ୍କ ମନରେ ଭାଳେଣି ପଡିଲା, ବାଘକୁ କେମିତି ମାରିବେ । ସନ୍ଧ୍ୟା ହେବା ମାତ୍ରେ ଗାଁଟିରେ ତାଟି କବାଟ ପଡିଯାଏ । ଲୋକମାନେ ବାଘ ଭୟରେ କବାଟ କିଳି ଘରେ...

Read More

ମହୁମାଛିର ପ୍ରାର୍ଥନା

ଥରେ ମହୁମାଛିର ବହୁତ ଇଚ୍ଛା ହେଲା, ସେ ଭଗବାନଙ୍କୁ କିଛି ମହୁ ଦେବ । ତା’ପରେ ସେ ସ୍ୱର୍ଗରେ ଯାଇ ପହଁଚିଗଲା ଏବଂ ସବୁଠାରୁ ଭଲ ଭାବରେ ତିଆରି କରିଥିବା ମହୁତକ ଭଗବାନଙ୍କୁ ଦେଲା । ଭଗବାନ ବି ତା’ର ଭକ୍ତିରେ ଖୁସି ହୋଇ ତାକୁ ବର ମାଗିବାକୁ କହିଲେ । ଏକଥା ଶୁଣି ମହୁମାଛି କହିଲା, “ମୋ ଠାରୁ ଲୋକମାନେ ତ ମହୁ ଚୋରାଇ ନେଇଯାଉଛନ୍ତି । ତେଣୁ ମୋତେ ଗୋଟିଏ ଶୁଣ୍ଢ ଦିଅନ୍ତୁ । ମୁଁ ଏଥିରେ ଏମିତି ମାରିବି ଯେ ଯେମିତିକି ଲୋକମାନେ...

Read More

ମାଟି ଓ ଆଖୁ

ବିନୟଭୂଷଣ କବି ଥିଲେ । ସେ ଦିନେ ରଘୁ ପ୍ରଧାନର ତେଜରାତି ଦୋକାନ ଆଗଦେଇ ଯାଉଛନ୍ତି, ଠିକ୍ ସେତିକିବେଳେ ପ୍ରଧାନେ ଗାଁ ଅବଧାନଙ୍କୁ କହୁଥିବାର ସେ ଶୁଣିଲେ, “ଅବଧାନେ, ମୁଁ ମୋ ସାରା ଜୀବନ କିଣାବିକାହିଁ କରି ଚାଲିଛି!”                 ବାସ୍! ଘରକୁ ଯାଇ କବି ବିନୟଭୁଷଣ ଗୋଟିଏ କବିତା ଲେଖିଲେ । ତା’ର ପ୍ରଥମ ପାଦ:                 ଜୀବନ ବିତିଲା କେତେ ଯେ ସଉଦା କରି,                 ଏତେ ବୋଝ ନେଇ କିପରି ମୁଁ ଯିବି...

Read More

ଗୁରୁଦକ୍ଷିଣା

ପୁରାଣ ଯୁଗର କଥା ।                 ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି ଶ୍ରୀକୃଷ୍ଣ ଆଉ ବଳରାମ ମଧ୍ୟ ମୁନିଙ୍କ ଆଶ୍ରମରେ ରହି ଶିକ୍ଷାଲାଭ...

Read More

ଅସୁନ୍ଦର ସୁନ୍ଦର ଅଟେ

 ଆକବରଙ୍କ ପୁତ୍ର ସଲିମ୍ଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ରାଜାଙ୍କର ନାତି ହୋଇଥିବାରୁ ରାଜା ଖୁସିରେ ପାଗଳ ହୋଇଗଲେ । ରାଜା ସବୁ ସମୟ ନାତି ସହିତ କଟାଉଥିଲେ । ସବୁ ସମୟରେ ରାଜା ନାତିକୁ ଆଦରରେ ଗେହ୍ଲା କରିବା, ତା’ସହିତ ଖେଳିବାରେ କଟୁଥାଏ । ରାଜା ଏତେ ସମୟ କଟାଇଲେ ଯେ, ରାଜ୍ୟ ଖବର ବୁଝିବା ମଧ୍ୟ ଭୁଲିଗଲେ । ଯେତେବେଳେ ସେ ଦରବାରକୁ ଆସିଲେ, ସେତେବେଳେ ତାଙ୍କ ନାତି ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେଲେ । ଦିନେ କହୁ...

Read More

ଅରିଷ୍ଟନେମି

ପୁରା କାଳରେ ଜଣେ ରାଜା ଥରେ ଶୀକାର କରିବା ନିମନ୍ତେ ବଣ ଭିତରକୁ ଯାଇଥାନ୍ତି । ଅନେକ ସମୟ ପର୍ଯ୍ୟନ୍ତ କିଛି ଶୀକାର ନପାଇ ସେ ହତାଶ ହୋଇ ପଡିବା ବେଳକୁ ଦୂରରେ ଗୋଟିଏ ହରିଣ ଚାଲିଯାଉଥିବାର ସେ ଦେଖିଲେ । ରାଜା ତା’ ଆଡକୁ ତୀର ମାରିଲେ ।                 କିନ୍ତୁ ହଠାତ୍ ସେ ଶୁଣିଲେ ମନୁଷ୍ୟ କଣ୍ଠର ଆର୍ତ୍ତନାଦ । ସୁତରାଂ ସେ ଦୌଡିଯାଇ ଦେଖିଲେ, ସେଟା ହରିଣ ନୁହେଁ, ବରଂ ହରିଣ ଛାଲ ଯୋଡି ହୋଇଥିବା ଜଣେ ତରୁଣ ମରି ପଡିଛି ।...

Read More

ବାଘ

ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ । ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି...

Read More

ଭାଗ୍ୟର ବିଡମ୍ବନା

ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା ।                 ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ ବିସ୍ତୃତ ଘାସ ପଡିଆ । ଭୈରବ ସବୁଦିନ ତା’ ମେଣ୍ଢା ପଲକୁ...

Read More

ମଣିଷର ବୁଦ୍ଧି ରାକ୍ଷାସର ବଳ

ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ । ମଝିରେ ମଝିରେ କୌଣସି ମଣିଷକୁ ଏକୁଟିଆ ପାଇଲେ ତାକୁ ବି ମାରି...

Read More

ବୁଢୀଟି କାନ୍ଦୁଥିଲା କାହିଁକି?

ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା । ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା । ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା । ସେ ବଣିଆଟି ସାଧାରଣ ମଣିଷ ନଥିଲା । ଅମାପ ଧନର ଧନ ପତି ସେ । ଟଙ୍କା ଲଗାଣ ପୋତାଣରେ ସେ ଆଖ ପାଖ ପଚାଶ ଖଣ୍ଡି ଗ୍ରାମରେ ବଡ ଧନୀ ଲୋକ । ଆଜି କାଲି ଯା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେହି ହିଁ ବେଦଜ୍ଞାନୀ । ମହା ଜ୍ଞାନୀ, ତେଣୁ ବଣିଆର ଆଧିପତ୍ୟ ଥିଲା ସହରଠାରୁ ଗ୍ରାମ ଯାଏଁ ।...

Read More

କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା

ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ –                  ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା –                  ମଣିମା!                  ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ ପଠାଉ ଛନ୍ତି?                  ରାଜା ପୁଣି କହିଲେ –...

Read More

ଲୋଭୀ ବୁଢୀର କୁକୁଡା

ଜଣେ ବୁଢୀ ଗୋଟିଏ କୁକୁଡା ପୋଷିଥାଏ । ଆଉ ସେ କୁକୁଡାଟି ପ୍ରତିଦିନ ଗୋଟିଏ ଅଣ୍ଡା ଦିଏ । ବୁଢୀ ସେ ଅଣ୍ଡାକୁ ଭାଜି ବେଶ୍ ଆନନ୍ଦରେ ଜଳଖିଆ କରେ । ଥରେ ବୁଢୀ ଭାବିଲା, କୁକୁଡାକୁ ଅଧିକା ଦାନା ଦେଲେ ସେ ଦିଟା ଅଣ୍ଡା ଦିଅନ୍ତା । ସେପରି ହେଲେ ତା’ର ଜଳଖିଆଟା ଖୁବ୍ ଜମନ୍ତା । ତାପରଦିନ ସକାଳୁ ବୁଢୀ କୁକୁଡାକୁ ଅଧିକା ଦାନା ଦେଲା । ପେଟେ ଲେଖା ଖାଇ କୁକୁଡା ମୋଟେଇଲା । ଫଳରେ କିଛିଦିନ ପରେ ସେ କୁକୁଡାଟି ଆଉ ଅଣ୍ଡା ଦେଲା ନାହିଁ...

Read More

ରୂପଧରଙ୍କ ଯାତ୍ରା

(ଧୀରମତି ଘରକୁ ଫେରି ତାର ମା’ ପଦ୍ମମୁଖୀଙ୍କୁ ଯାତ୍ରାସମ୍ବନ୍ଧୀୟ ସମସ୍ତ କଥା ଜଣେଇଲେ । ମାତ୍ର ନିଜର ପିତାଙ୍କ ସମ୍ପର୍କରେ ସମସ୍ତ ବିଷୟ ସେ ଗୋପନ ରଖିଲେ । ପୈଲାସ୍ରୁ ତାଙ୍କ ସହିତ ଆସିଥିବା ଜଣେ ଗୁଣୀ ବ୍ୟକ୍ତି ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ସେହି ଅତିଥିଙ୍କର ଭୋଜନ ସମାପନ ହେବା ପରେ, ଘରେ ବସି ରହି ଖାଇଥିବା ଦୁଷ୍ଟମାନେ ଏକ ବିଶାଳ କକ୍ଷରେ ଭୋଜନ କରିବାକୁ ଲାଗିଲେ । ସେହି ସମୟରେ ସେଠାରେ, ଜଣେ ବୁଢା ଭିଖାରୀ...

Read More

ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି

ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି     ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି ।     ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ     ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ ।     ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି     ଦେଶକୁ ଶାସନ କରନ୍ତି ସିନା ସେ ଗରିବ ଚଳଣି ତାଙ୍କର ଭାଇ ।                 ଶୁଣିଲେ...

Read More

ମହାଭାରତ

ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...

Read More

ମିଜାଜ୍

ଚନ୍ଦ୍ରପୁର ଓ ତା’ ପାର୍ଶ୍ଵବର୍ତ୍ତୀ ରାଜ୍ୟ ଚକ୍ରଗିରି ଭିତରେ ବିବାଦ ଲାଗି ରହିଥାଏ । ଚନ୍ଦ୍ରପୁରର ରାଜା ଏ ବିବାଦର ସବୁଦିନିଆ ସମାଧାନ କରିବା ନିମନ୍ତେ ବହୁତ ଚେଷ୍ଟା କଲେ । କିନ୍ତୁ ଚକ୍ରଗିରିର ରାଜା ତାଙ୍କ ନିବେଦନ ପ୍ରତି ଆଦୌ କାନ ଦେଲେ ନାହିଁ । ଶେଷକୁ ଦିନେ ହଠାତ୍ ଚକ୍ରଗିରିର ସୈନ୍ୟବାହିନୀ ପୂର୍ବରୁ ଯୁଦ୍ଧ ଘୋଷଣା ନକରି ଚନ୍ଦ୍ରପୁର ଭିତରକୁ ମାଡି ଆସିଲେ । ଚନ୍ଦ୍ରପୁରର ରାଜା, ସେନାପତି ଓ ସୈନ୍ୟମାନେ...

Read More

ଦୂରଦ୍ରଷ୍ଟା ବଣିକ

ବହୁଦିନ ତଳେ ବାରାଣସୀ ନଗରୀରେ ମୋହନ ଓ ସୋହନ ନାମରେ ଦୁଇଜଣ ବଣିକ ବାସ କରୁଥିଲେ । ମୋହନ ଯେମିତି ବିଜ୍ଞ ଥିଲା, ସେ ସେମିତି ବୁଦ୍ଧିମାନ ବି ଥିଲା । ସୁଯୋଗର ସଦ୍ବ୍ୟବହାର କିପରି କରିବାକୁ ହୁଏ, ସେ କଥା ସେ ଠିକ୍ ଜାଣିଥିଲା । ତେଣୁ ସେ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇ ପାରିଥିଲା । ଅନ୍ୟ ପକ୍ଷରେ ସୋହନ ନିଜକୁ ଖୁବ୍ ବିଜ୍ଞ ବୋଲି କହୁଥିଲା ସିନା, ହେଲେ ପ୍ରକୃତରେ ସେ ବୋକା ଥିଲା । ମୋହନ ଥରେ ବଣିଜ କରିବା ଉଦ୍ଧେଶ୍ୟରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ