ଏକାଦଶଦିନ ପ୍ରଭାତରେ ନିତ୍ୟ କର୍ମାଦି ଶେଷକରି ସିଂହାସନ ପାଖରେ ଉପସ୍ଥିତ ହୋଇ ଉପବେଶନ କରିବାପାଇଁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ତ୍ରିଲୋଚନା ତାଙ୍କ ସାମ୍ନାକୁ ଆସି କହିଲା, “ମହାରାଜ! ମୁଁ ତ୍ରିଲୋଚନା । ଦୀର୍ଘକାଳ ଧରି ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛି । ତାଙ୍କଭଳି ଜଣେ ଦାନୀ, ତ୍ୟାଗୀ, ମହାଜ୍ଞାନୀ, ବିବେକବାନ୍ ଶାସକ ଏ ଧରଣୀ ବକ୍ଷରେ ମିଳିବା ସମ୍ଭବ ନୁହେଁ । ତାଙ୍କ...
ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା’ର ଦୁଷ୍ଟାମୀ ଯୋଗୁଁ ତା’ମା ତାକୁ ଖୁବ୍ ଗାଳି ଦେଲା । ତେଣୁ ସେ ରାଗିଯାଇ ନିଜର ଘରଦ୍ୱାର ଛାଡି ଗୋଟିଏ ଗାଁକୁ ଚାଲିଆସିଲା । ସେଠାରେ ସେ ଗୋଟିଏ ଘରପାଖ ନିମଗଛରେ ଥାଏ । ଲକ୍ଷ୍ମଣ ନାମକ ଚାଷୀ ହେଉଛନ୍ତି ସେ ଘରର ମାଲିକ । ତା’ର ବଡଝିଅର ନାମ ହେଉଛି ଲକ୍ଷ୍ମୀ । ସେ ବିବାହିତା, କିନ୍ତୁ ତା’ର ଶାଶୁଘର ଲୋକେ ଅଧିକ...
ଦିନକର କଥା । ସମ୍ରାଟଙ୍କର ସେଦିନ ଖୁବ୍ ଇଚ୍ଛା ହେଲା ଯେ, ଅରଣ୍ୟକୁ ଶିକାର କରିବାକୁ ଯିବେ । ସାଙ୍ଗରେ ବିରବଲଙ୍କୁ ମଧ୍ୟ ନେଇଗଲେ । କାରଣ ବିରବଲଙ୍କୁ ସଙ୍ଗରେ ନ ନେଲେ ସମ୍ରାଟଙ୍କର କୌଣସି କାର୍ଯ୍ୟ ସହଜ ଆଉ ଆନନ୍ଦରେ ହୋଇନଥାଏ । ସେଦିନ ଅରଣ୍ୟରେ ପହଁଚିବା ପରେ କୌଣସି କାରଣରୁ ସମ୍ରାଟ୍ ନିଜର ଅସାବଧାନତା ଯୋଗୁଁ ନିଜର ଖଣ୍ଡା ଧାରରେ ନିଜ ହାତର କାଣି ଆଙ୍ଗୁଠି ଗୋଟିକ କାଟି ପକାଇଲେ । ଅଙ୍ଗୁଳିଟି କଟିଯିବାରୁ...
ଗୋଟିଏ ଗ୍ରାମରେ ଜଣେ ଧୋବା ଗଧଟିଏ ପାଳିଥିଲା । ଧୋବା ଦିନ ତମାମ୍ ଗଧକୁ ଖଟାଏ । ରାତିରେ ଛାଡିଦିଏ । ରାତି ସମୟରେ ଗଧ ଏଣେ ତେଣେ କ୍ଷେତରେ ବୁଲି ଫସଲ ଖାଏ । ରାତି ପାହିବା ପାହିବା ହେଲେ ଗଧ ଧୋବା ନିକଟକୁ ଫେରିଆସେ । ଦିନେ ରାତିରେ ଗଧ କ୍ଷେତରେ ଚରିବା ସମୟରେ ତାର ଏକ ଶୃଗାଳ ସହିତ ଦେଖା ହେଲା । ସଂଗେ ସଂଗେ ଦୁଇଜଣ ଯାକ ସାଂଗ ହୋଇ ଜଣକର କାକୁଡି କ୍ଷେତରେ ପଶିଲେ । ପେଟ ପୂରିବା ପର୍ଯ୍ୟନ୍ତ କାକୁଡି ଭାଂଗି ଖାଇଲେ । କାକୁଡି...
ଦୁର୍ବାସା ଓ ତାଙ୍କ ଏକ ହଜାର ଶିଷ୍ୟଙ୍କୁ କିପରି ଭୋଜନ ପ୍ରଦାନ କରିବେ, ଦ୍ରୌପଦୀ କିଛି ସ୍ଥିର କରି ପାରୁ ନ ଥାନ୍ତି । ଶେଷରେ କୌଣସି ଉପାୟ ନ ପାଇ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ସଂଗେ ସଂଗେ କୃଷ୍ଣ ଦ୍ରୌପଦୀଙ୍କ ସମ୍ମୁଖରେ ଦୃଶ୍ୟମାନ ହେଲେ । ତାଙ୍କର ପଦଯୁଗଳ ସ୍ପର୍ଶ କରି ଦ୍ରୌପଦୀ କହିଲେ, “ଦୁର୍ବାସା ମହାମୁନି ଏବେ ଗଙ୍ଗାସ୍ନାନ ସମାପ୍ତ କରି ଭୋଜନ କରିବା ପାଇଁ ଆସିବେ । ଏଣେ...
ଦିନେ ଜଙ୍ଗଲରେ ଗୋଟିଏ ବିଲୁଆର କୁକୁର ସହିତ ଦେଖା ହୋଇଗଲା । କୁକୁର କହିଲା, ‘ବିଲୁଆ ଭାଇ, ଆମେ ଦୁହେଁ ଗୋଟିଏ ଘରେ ସାଙ୍ଗ ହୋଇ ରହିଲେ କେମିତି ହୁଅନ୍ତା?’ ବିଲୁଆ କୁକୁର କଥାଟାକୁ ଖୁବ୍ ପସନ୍ଦ କଲା । ତା’ପରେ ସେ ଦୁହେଁ ଜଙ୍ଗଲ ଭିତରେ ଘର ଖୋଜି ଖୋଜି ଶେଷରେ ଗୋଟିଏ ପାହାଡର ଗୁମ୍ଫା ପାଖରେ ଯାଇ ପହଁଚିଲେ । ସେତେବେଳେ ତ ସେ ଗୁମ୍ଫା ଭିତରେ କେହି ବି ନଥିଲେ । ତେଣୁ ଏ କୁକୁର ଓ ବିଲୁଆ ସେଇ ଗୁମ୍ଫାରେ ରହିଲେ । ସେ ବିଲୁଆର...
ଅନେକ ଦିନ ତଳେ, ଏକ ନିକାଂଚନ ସ୍ଥାନରେ ‘ଦେବଶର୍ମା’ ନାମକ ଜଣେ ସାଧୁ ମଠ ସ୍ଥାପନ କରିଥିଲେ । ତାଙ୍କର ଏହି ମଠକୁ ଅନେକ ସାଧାରଣ ଜନତା ବୁଲିବାକୁ ଆସୁଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ହାତବୁଣା ଦ୍ରବ୍ୟ ପ୍ରଦାନ କରଥିଲେ । ଯାହାକୁ କି ସେ ବିକ୍ରୀ କରି ଦିନକୁ ଦିନ ଧନୀ ହେବାକୁ ଲାଗିଲେ । ସେ ଯେତେ ଧନୀ ହେଲେ ମଧ୍ୟ କାହାପ୍ରତି ଦିନେ ବିଶ୍ୱାସ ଘାତକତା କରି ନଥିଲେ । ଦିନ, ରାତି ସବୁ ସମୟରେ ସେ ସଂଚିତ ଧନର...
ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ । ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ ତା’ର ମନଜାଣି, ତା’ର ସମସ୍ୟାର ସମାଧାନ କରି ଦେଇଥା’ନ୍ତି ।...
ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି ହୋଇ, ଏହି ପ୍ରସ୍ତାବରେ ରାଜି ହୋଇଗଲେ । ହେଲେ ସବୁ...
ଗୋଟିଏ ଗାଁରେ ଦୁଇଜଣ ବନ୍ଧୁ ଥା’ନ୍ତି, ଜଣକ ନାମ ଶିବ ଓ ଅନ୍ୟର ନାମ ଶଙ୍କର। ଦୁଇଜଣଙ୍କ ବନ୍ଧୁତା ଏତେ ନିବିଡ ଥିଲା ଯେ ଅନ୍ୟମାନେ ସେମାନଙ୍କୁ ଦେଖିଲେ ଇର୍ଷା କରୁଥିଲେ । ଶିବ ଥିଲା ଟିକିଏ ଚିଡିଚିଡା ସ୍ୱଭାବର । ଟିକିଏ କଥା ହେଲେ ବି ସେ ସହିପାରେ ନାହିଁ । କିନ୍ତୁ ଶଙ୍କରର ସ୍ୱଭାବ ଥିଲା ଅତି ଶାନ୍ତ । ଦିନେ ଶିବର ଘରେ ଭୋଜି ହେଉଥାଏ । ଅନେକ ବ୍ୟକ୍ତି ନିମନ୍ତ୍ରିତ ହୋଇ ଆସିଥାନ୍ତି । ତନ୍ମଧ୍ୟରେ ଅଶୋକ ନାମକ ବ୍ୟକ୍ତି...
ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।” ...
ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ...
ଏକଦା ଜଣେ ଅଭିନେତା ରାଜାଙ୍କ ଦରବାରରେ ଶଙ୍କରାଚାର୍ଯ୍ୟଙ୍କ ବେଶରେ ପହଁଚିଗଲେ । ସେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ରାଜଦରବାରରେ ଅନେକ ସମୟ ଧରି ଧର୍ମଚର୍ଚ୍ଚାରେ ବ୍ୟସ୍ତ ରହିଲେ । ଆଲୋଚନା ଅତ୍ୟନ୍ତ ଭାବଗର୍ଭକ ଓ ଉପାଦେୟ ଥିବାରୁ ରାଜା ଏକାବେଳକେ ଭାବବିହ୍ୱଳ ହୋଇ ପଡିଥାନ୍ତି । ଏବେ ରାଜା ଅତ୍ୟନ୍ତ ଖୁସିହୋଇ ଶଙ୍କରାଚାର୍ଯ୍ୟ ବେଶଧାରୀ ସେହି ଅଭିନେତାଙ୍କୁ ଥାଳିଏ ସୁନାମୋହର ଉପହାର ଦେବା ପାଇଁ ମନ୍ତ୍ରୀଙ୍କୁ...
ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ । ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ ।...
ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି । ଦିନେ ରାଜହଂସ ନିଜର ଦଳବଳ ନେଇ ଏକ ବିରାଟ ହ୍ରଦରେ ବିହାର...
ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା: ବହୁ ପୁରୁଣା କାଳର କଥା । ଆର୍ଯ୍ୟାବର୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି...
ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ । ଅନ୍ୟମାନେ ସେମାନଙ୍କୁ ମୂର୍ଖ ବୋଲି କହି ଥଟ୍ଟା, ଉପହାସ...
ମାଧ ମହାନ୍ତିଙ୍କ ଘର ମଧୁପୁର । ଜାତିରେ ସେ ବଳରାମ ଗୋତ୍ରୀ । ବୟସ ତାଙ୍କର ସତୁରିକ ଭିତରେ । ତାଙ୍କ ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୂରା ପନ୍ଦର ବର୍ଷର ଝିଅଟିଏ, ନାମ ତାର ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢୀ ଚାଲିଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି’ଥର ଏହି କଥା ଶୁଣାଯାଇଥିଲା; ତାଙ୍କ ଦରଦୀ ଲୋକେ ମଧ୍ୟ କହି...
ବୋଧିସତ୍ୱ ଏକ ଜନ୍ମରେ ସିଂହ ରୂପରେ ଜନ୍ମ ହୋଇଥିଲେ । ସେ ବାରାଣସୀ ରାଜ୍ୟରେ ଥିବା ଏକ ବଣରେ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅର ନାମ ମନୋହର । ପୁଅ ବଡ ହେଲା । ବୋଧିସତ୍ୱ ତା’ର ବାହାଘର କରିଦେଲେ । ପୁଅ ମନୋହର ନିତି ବଣକୁ ଯାଉଥିଲା । ମଇଁଷି, ହରିଣ ଓ ଶମ୍ବର କ’ଣ ହେଲେ ମାରି ଆଣୁଥିଲା । ପରିବାରର ସମସ୍ତେ ମିଶି ସେ ମାଂସ ଖାଉଥିଲେ । ଦିନକର କଥା । ସେ ଶିକାର ପାଇଁ ବଣକୁ ଯାଉଥିଲା ।...
ଗୋଟିଏ ଗାଁରେ ଚାଷୀ ପରିବାରଟିଏ ଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତାର ନାମ ହେଉଛି ମାଳତୀ । ବାପା, ମା’ ନିରକ୍ଷର ଥିଲେ । ତେଣୁ ସେମାନେ ଚାହିଁଲେ ମାଳତୀକୁ ପାଠ ପଢାଇ ମଣିଷ କରିବେ । ତାଙ୍କ ଗାଁରେ ତ ସ୍କୁଲ୍ ନଥିଲା ତେଣୁ ମାଳତୀ ପାଖ ଗାଁ ସ୍କୁଲ୍କୁ ପାଠ ପଢିବାକୁ ଯାଉଥିଲା । ନିଜ ଗାଁ ଠାରୁ ଆର ଗାଁଟି ଟିକିଏ ଦୂର । ମାଳତୀ ପ୍ରତିଦିନ ସକାଳେ ପଖାଳ ଗଣ୍ଡେ ଖାଇ ଦେଇ ସ୍କୁଲ୍କୁ ଯାଏ ଓ ଚାରିଟାବେଳକୁ ପୁଣି ଫେରି ଆସେ ।...
ଏହି ପରି ଭାବରେ ବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ତୀର୍ଥ ଭ୍ରମଣରେ ଥାଆନ୍ତି । ସେମାନେ ଗୋଟିଏ ବର୍ଷ ପରେ ଯାଇ କାଶ୍ମୀର ରାଜ୍ୟରେ ପହଁଚିଲେ । ଚତୁର ବ୍ୟଙ୍ଗକାର କହିଲେ ଏଠାରେ ଭଲ ସୁସ୍ୱାଦୁ ଫଳ ମିଳେ । ପାଖରେ ଥିବା ବଜାରକୁ ଯାଇ ସେଠୁ କିଛି ଫଳ କିଣି ଆଣ । ଅବୋଲକରା ଫଳ କିଣି ଆଣି ଉପଦେଷ୍ଟାଙ୍କୁ ଦିଅନ୍ତେ ଚତୁର ବ୍ୟଙ୍ଗକାର ସେହି ଫଳରୁ କିଛି ଖାଇଲେ ଓ ଆଉ କିଛି ଖାଇବା ନିମନ୍ତେ ସେହି ବୋଲକରାକୁ ମଧ୍ୟ...
ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି । ତାଙ୍କ ମନରେ ନିଜ-ପର...
ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି...
ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ ଗୋଷ୍ଠୀର ପ୍ରତୀକ। ପ୍ରତ୍ୟକ ଭାଷାଭାଷୀ ଗୋଷ୍ଠୀର ନିଜ ନିଜ ଜୀବନ...
କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ । ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ...
ଥରେ ରାମ ଶାସ୍ତ୍ରୀ ନାମକ ଜଣେ ପଣ୍ଡିତ ରାଜ ଦରବାରକୁ ଯାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କଲେ । ରାଜା ଏଥିରେ ଖୁସି ହୋଇ ପୁରସ୍କାର ସ୍ୱରୂପ କିଛି ସୁନାରୂପା ତାଙ୍କୁ ଦେଲେ । ସେତକ ନେଇ ସେ ଖୁସିରେ ଘରକୁ ଫେରିଲେ । ବାଟରେ ତାଙ୍କ ବଡ ଭାଇ ଶଙ୍କର ଶାସ୍ତ୍ରୀଙ୍କ ଘରେ ସେଦିନଟି ସେ ଅଟକି ଗଲେ । ଶଙ୍କର ଶାସ୍ତ୍ରୀ ଦାରିଦ୍ର୍ୟ ମଧ୍ୟରେ ଦିନ କାଟୁଥା’ନ୍ତି । ଭାଇର ଏତେ ଧନ ଦେଖି ତାଙ୍କ ମନରେ ଭାରି ଇର୍ଷ୍ୟା...
ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା, ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ ଚାଲିବା ଏବେ ତୀର୍ଥ ମାରଗେ ସବୁରି କାମ ଥାଉ । ଉପଦେଷ୍ଟାଙ୍କ ମୁଖରୁ ଏପରି...
ଶିବପୁରୀ ସହରର ଗୋଟିଏ ଗଳିରେ ଜଣେ ବୃଦ୍ଧ, ଶୁଆଟିଏ ପଞ୍ଜୁରୀରେ ରଖି ସମସ୍ତଙ୍କୁ କହୁଥାଏ “ସଜ୍ଜନମାନେ, ଏଗୁଡିକ ସମସ୍ତେ କଥାକୁହା ଶୁଆ । ଗୋଟିଏ ଶୁଆର ଦାମ ମାତ୍ର ପାଂଚଟି ମୁଦ୍ରା । ତାକୁ ଯାହା ଶିଖାଇବ ସେ ସଙ୍ଗେ ସଙ୍ଗେ ତାହା କହିବ । କିନ୍ତୁ ଥରେ କିଣି ସାରିବା ପରେ ଆଉ ଫେରସ୍ତ ନିଆଯାଏ ନାହିଁ । ସବୁ ଭାଗ୍ୟ ଉପରେ ନିର୍ଭର କରେ ।” କେତେଲୋକ ଶୁଆ କିଣି ନେଇ ଗଲେ । ବୀର ଭାବିଲା ସେ ବି ଶୁଆଟିଏ କିଣିବ, ଓ ସେ ତାହା...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି । ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ...
ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍ ଏତେ ବଡ ବୋଝ ଆଉ କିଏ ବୋହି ପାରିବ ଦେଖି କହିଲ”...
ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ ପ୍ରତିଜ୍ଞା କରି କହିଲା – ମୁଁ ମୋର ବୁଦ୍ଧି ବଳରେ ନିଶ୍ଚୟ...
ରାଜା କୃଷ୍ଣ ଚନ୍ଦ୍ରଙ୍କର ବିଧବା ପିଉସୀ ବୁଢୀଟିଏ ଥିଲା । ସେ ବଡ କୃପଣ । କାହାକୁ ଦେହର ମଳି ଟିକେ ଦେବାକୁ ସେ ନାରାଜ ଥାଏ । ଦାନ ଧ୍ୟାନତ ତାଙ୍କର ପାଞ୍ଜିରେ ନାହିଁ । ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ – ଗୋପାଳ ତୁମ୍ଭେ ତ ପ୍ରତ୍ୟେକ ଦିନ ଆମ୍ଭ ଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲି ଯାଅ । ଆଚ୍ଛା ଆଜି ଯାଅ ତ ଯେବେ ଆମ୍ଭର ପିଉସୀଙ୍କ ଠାରୁ କିଛି ଆଦାୟ କରି ପାରିବ ତେବେ...
(ଧୀରମତି ଘରକୁ ଫେରି ତାର ମା’ ପଦ୍ମମୁଖୀଙ୍କୁ ଯାତ୍ରାସମ୍ବନ୍ଧୀୟ ସମସ୍ତ କଥା ଜଣେଇଲେ । ମାତ୍ର ନିଜର ପିତାଙ୍କ ସମ୍ପର୍କରେ ସମସ୍ତ ବିଷୟ ସେ ଗୋପନ ରଖିଲେ । ପୈଲାସ୍ରୁ ତାଙ୍କ ସହିତ ଆସିଥିବା ଜଣେ ଗୁଣୀ ବ୍ୟକ୍ତି ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ସେହି ଅତିଥିଙ୍କର ଭୋଜନ ସମାପନ ହେବା ପରେ, ଘରେ ବସି ରହି ଖାଇଥିବା ଦୁଷ୍ଟମାନେ ଏକ ବିଶାଳ କକ୍ଷରେ ଭୋଜନ କରିବାକୁ ଲାଗିଲେ । ସେହି ସମୟରେ ସେଠାରେ, ଜଣେ ବୁଢା ଭିଖାରୀ...