ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ‘ନରେନ୍ଦ୍ରନାଥ’, ତାଙ୍କ ଜନ୍ମ କଲିକତା ନଗରୀରେ ହୋଇଥିଲା । ସେଠାରେ ସୁବିଖ୍ୟାତ ରାମକୃଷ୍ଣ ମିଶନର ସଂସ୍ଥାପକ ହିସାବରେ ସେ ବେଶ୍ ଜଣାଶୁଣା ହୋଇଯାଇଥିଲେ । ସେତେବେଳେ ଇଣ୍ଡିଆନ ସଂସ୍କୃତିର ଅଗ୍ରଦୂତ ରାମକୃଷ୍ଣ ପରମହଂସଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବାଳକ ନରେନ୍ଦ୍ର ସଦାଚାରୀ ହୋଇଯାଇଥିଲେ । ଶେଷରେ ନରେନ୍ଦ୍ର ନାଥ ପରମହଂସଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।...
ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ । ...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ମଝିରେ ମଝିରେ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ...
ସୁମତି ଶାଶୁଘରକୁ ଆସିବା ଏକ ସପ୍ତାହ ହୋଇଗଲାଣି । ସେ ଇତିମଧ୍ୟରେ ଘରର ଚାଲିଚଳଣି ସବୁ କ୍ରମେ ବୁଝିଗଲାଣି । ସେ ଦେଖିଲା ସେ ଘରେ ତା’ ଶାଶୁ ହିଁ ମୁରବି । ଶଶୁର ନାମକୁ ମାତ୍ର ମୁରବି । ଦିନେ ସୁମତି ଦେଖିଲା ତା’ର ନଣନ୍ଦ ରାଧା ଥାଳିରେ ଖାଦ୍ୟ ଧରି କୁଆଡେ ଯାଉଛି । ତହୁଁ ସେ ପଚାରିଲା, “ରାଧା, ଏ ଖାଦ୍ୟ କାହାପାଇଁ ନେଉଛ?” ରାଧା ତା’ ଭାଉଜ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା“ଭାଉଜ, ଏ ଖାଦ୍ୟ ମୁଁ ଜେଜେମା ପାଇଁ ନେଉଛି...
ଥରେ ଜଣେ ପହିଲିମାନ୍ ଦର୍ପଣ ସାମନାରେ ଛିଡା ହୋଇ ଦେଖିଲା ଯେ, ସେ ବୁଢାଳିଆ ଦିଶିଲାଣି । କେବେଠାରୁ ତା’ର ତ ବାଳ ଉପୁଡୁଥିଲା । କିନ୍ତୁ ଏବେ ସେ ତ ପୂରା ଚନ୍ଦା! ନିଜର ଚନ୍ଦାମୁଣ୍ଡ ଘୋଡେଇବାକୁ ସେ ପହିଲିମାନ୍ ଗୋଟିଏ ପରଚୂଳ (ୱିଗ୍) ପିନ୍ଧିଲା । ଥରେ ନିଜ ବନ୍ଧୁମାନଙ୍କ ସହିତ ସେ ପହିଲିମାନ ଶିକାରକୁ ବାହାରିଲା । ବଢିଆ ପୋଷାକ ପିନ୍ଧି ପରଚୁଳ ଲଗେଇ ସାଙ୍ଗଙ୍କ ସହିତ ସେ ପହିଲିମାନ ଫୁର୍ତ୍ତିରେ ଚାଲିଲା ।...
ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହୋଇ ଆସୁଛି । ତମେ ଏଠାରେ ବସିଥାଅ ।” ଏତିକି କହି ସେ...
ମାଧବ ତାଙ୍କ ଗୃହରେ ପ୍ରବେଶ କରିବା ମାତ୍ରେ, ଚେତନ ଏବଂ ଚିନ୍ମୟ ତାଙ୍କ ପାଖକୁ ଧାଇଁ ଆସିଲେ । ତା’ପରେ ସେମାନେ କହିଲେ “ଜେଜେବାପା ଆପଣ ଶୁଣିଲେଣି? ଆମର ସାଂଗମାନେ ବିଭିନ୍ନ ପ୍ରକାର ଘର ତିଆରି ବାଣ ଏବଂ ଆତସବାଜି କିଣୁଛନ୍ତି । ହେଲେ ବାପା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆମ ପାଇଁ ବାଣ କିଣିବାକୁ ବାହାରୁ ନାହାଁନ୍ତି । ସବୁ ବର୍ଷ ତ ବାପା ଆମ ପାଇଁ କେବଳ ଝୁରୁଝୁରି ବାଣ ଆଣୁଥିଲେ । କହୁଥିଲେ ଯେ ତୁମ୍ଭେମାନେ ଛୋଟ ପିଲା ।...
ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ...
ଜଣେ ଜମିଦାର ଥିଲେ । ଦୀର୍ଘପ୍ରସ୍ଥ ଚଉଦକୋଶ ତାଙ୍କର ଜମିଦାରୀ । ତାଙ୍କ ଜମିଦାରୀରେ କେତେ ଜମିଜମା, ଜଙ୍ଗଲ, ନଈ, ନାଳ, କୂଅ, ପୋଖରୀ ଓ ବାମ୍ଫୀ । ତେଣୁ ପ୍ରଜାମାନେ ଅତି ଆଦରରେ ସେ ଜମିଦାରକୁ ‘ରାଜା’ ବୋଲି ଡାକନ୍ତି । ରାଜା ଥିଲେ ବଡ ଦୟାଳୁ ଓ ଉପକାରୀ । କାହାରି ଦୁଃଖ ସେ ଆଦୌ ସହିପାରନ୍ତି ନାହିଁ । ସେ ଥିଲେ ପ୍ରଜାମାନଙ୍କର ବାପା’ ମା’ । ପ୍ରଜାମାନଙ୍କ ପାଇଁ ସେ ରାଜମହଲରେ ଫାଟକ ସବୁବେଳେ ଖୋଲା ଥାଏ । ଅସମୟରେ ମଧ୍ୟ...
ଶ୍ରୀପୁର ଗ୍ରାମରେ ନାରାୟଣ ନାମକ ଜଣେ ଧନୀ ଥିଲେ । ଶ୍ରୀଧର ଥିଲେ ତାଙ୍କର ପିଲାବେଳର ସାଙ୍ଗ, ସେ ବାଜପୁର ନାମକ ପାଖ ଗ୍ରାମରେ ରହୁଥିଲେ । ଦିନେ ଶ୍ରୀଧର, ନାରାୟଣଙ୍କୁ ଦେଖା କରିବାକୁ ଶ୍ରୀପୁର ଗଲେ । ବହୁତ ଦିନ ପରେ ଶ୍ରୀପୁର ଆସିଥାଆନ୍ତି, ତାଙ୍କର କିଛି କାମ ମଧ୍ୟ ଥାଏ, ପୁଣି ଏତେଦିନ ପରେ ବନ୍ଧୁ ସହିତ ଦେଖା । ଶ୍ରୀଧର ସେଠାରେ ପହଁଚିବାରୁ ନାରାୟଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।...
ଜାପାନ୍ରେ ଥିବା ଏକ ଜାଗାର ନାଆଁ ଫୁନାବାରା । ତାହା ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ସେହି ଜାଗା ଓ ତା’ ଆଖପାଖର ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଶ ବିଦେଶର ଲୋକମାନଙ୍କ ଭିଡ ଜମେ । ସେମାନଙ୍କ ରହଣି ପାଇଁ ଫୁଜି କାଙ୍କୋ ନାମକ ସଂସ୍ଥାଟିଏ ସେଠାରେ ତିଆରି କଲେ ଏକ ବିଳାସପୂର୍ଣ୍ଣ ହୋଟେଲ୍ । ହୋଟେଲ୍ଟିରେ ରହିବା ଖୁବ୍ ମହଙ୍ଗା । ପୁଣି ସେଠାରେ ରଖାଯାଇଥିଲା ସୁନାରେ ତିଆରି ଗୋଟିଏ ଲମ୍ବା ଗାଧୁଆ କୁଣ୍ଡ । ...
ଶ୍ରୀପୁରର ଜମିଦାରଙ୍କ ପାଖକୁ କେହି ଚାକିରୀ ଖୋଜି ଗଲେ ସେ ପ୍ରଥମେ ତିନିଟି ପ୍ରଶ୍ନ ପଚାରନ୍ତି । ଯଦି ସନ୍ତୋଷଜନକ ଉତ୍ତର ପାଆନ୍ତି ତେବେ ସେ ତାକୁ ଚାକିରୀ ଦିଅନ୍ତି । ଥରେ ରୁଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ଚାକିରୀ କରିବା ଆଶାରେ ଆସି ପହଁଚିଲା । ଜମିଦାର ତାକୁ ଭଲ ଭାବରେ ଚାହିଁ ଦେଖିଲେ ଓ କହିଲେ, “କୁହ ଏମିତି କିଛି ଜିନିଷ ଅଛି ଯାହାକୁ କି ଥରେ ହଜାଇଲେ ମଧ୍ୟ ପୁଣି ତାକୁ ପାଇ ହୁଏ ।”...
ଜଙ୍ଗଲ ନିକଟରେ ଗ୍ରାମଟିଏ ଥାଏ; ସେଥିରେ ଜଣେ କାଠୁରିଆ ଓ ତା’ର ସ୍ତ୍ରୀ ଥାନ୍ତି । ଗରିବ ହେଲେ ମଧ୍ୟ, ସେ ବଡ କଷ୍ଟରେ ପଇସା ରୋଜଗାର କଲେ ମଧ୍ୟ ବହୁତ ଶାନ୍ତିରେ ସେମାନେ ଜୀବନଯାପନ କରୁଥା’ନ୍ତି । ତାଙ୍କ କୁଟୀର ନିକଟରେ କୌଣସି ଧନୀ ବ୍ୟକ୍ତି ଘର ତିଆରି କଲେ । ସେମାନଙ୍କୁ ଅଧିକ ସୁଖୀ ଦେଖି କାଠୁରିଆ ଓ ତା’ର ପତ୍ନୀର ମନରେ ଭାରି ଈର୍ଷା ଜାତ ହେଲା । ଦିନେ ଘରେ ବସି ପତିପତ୍ନୀ ଗଳ୍ପ କରୁଥିଲେ । ପତ୍ନୀ...
ଉଦୟଭାନୁ ନାମକ ଏକ ବ୍ୟବସାୟୀ ବଜ୍ରନାଭ ଗ୍ରାମରେ ରହୁଥିଲେ । ତାଙ୍କର ଯୁବକ ବୟସ, ଏହି ସମୟରେ ପିତାଙ୍କର ଦେହାନ୍ତ ହୋଇ ଯିବାରୁ ଘରର ଓ ବ୍ୟବସାୟର ସମସ୍ତ ଦାଇତ୍ତ୍ଵ ତାଙ୍କ ଉପରେ ପଡିଲା । ଏବେ ତାଙ୍କ ସମ୍ମୁଖରେ ଏକ ସମସ୍ୟା । ବଡ ଭଉଣୀଙ୍କ ନଣନ୍ଦର ବାହାଘର । ଏଣେ ସ୍ତ୍ରୀ ଆସନ୍ନପ୍ରସବା । ପୁଣି ବ୍ୟବସାୟର ବ୍ୟସ୍ତତା ମଧ୍ୟ ରହିଛି । ତେଣୁ ବାହାଘରକୁ ନଯିବା ପାଇଁ ସେ ମନସ୍ଥ କଲେ । ତାଙ୍କ ସ୍ତ୍ରୀ...
(ମଗଧ ସିଂହାସନର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପୂର୍ବରୁହିଁ ବିନ୍ଦୁସାରଙ୍କର ଦେହାନ୍ତ ଘଟିଲା । ସୁଶେମ ମହାରାଜାଙ୍କ ମୃତ୍ୟୁ ଖବର ପାଇଲେ ମଧ୍ୟ ସେ ଆଉ ତକ୍ଷଶିଳାରୁ ଯାତ୍ରା କଲେ ନାହିଁ । ଉଜ୍ଜୟିନୀରୁ କିଛି ସୈନିକଙ୍କୁ ସଙ୍ଗରେ ଧରି ଅଶୋକ ପାଟଳିପୁତ୍ରରେ ଯାଇ ପହଁଚିଲେ । ତାଙ୍କୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ର ବିଫଳ ହେଲା । ଏହି ସଂଘର୍ଷରେ ଛଅଜଣଯାକ ରାଜ କୁମାର ନିଜ ପ୍ରାଣ ହରାଇଲେ । ବରିଷ୍ଠ ଲୋକମାନଙ୍କର...
ରାମପୁର ଗାଁରେ ଦୁଇଜଣ ପୂଜକ ରହୁଥିଲେ । ସେ ପୂଜକମାନଙ୍କ ନାଁ ଥିଲା ଆର୍ତ୍ତ ଓ ତ୍ରାଣ । ପୂଜକ ଆର୍ତ୍ତ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ ଓ ପୂଜକ ତ୍ରାଣ ଆଉ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ । ସେ ଗାଁ ଠାରୁ ବହୁ ଦୂରରେ ତ ଗୋଟିଏ ନଈ ବହିଯାଉଥିଲା । ପ୍ରତି ପୂର୍ଣ୍ଣିମାରେ ସେ ଦୁଇ ପୂଜକ ସେହି ନଈରୁ ପାଣି ଆଣି ଦୁଇ ମନ୍ଦିରରେ ଭଗବାନଙ୍କର ଜଳାଭିଷେକ କରୁଥିଲେ । ମାତ୍ର ଆର୍ତ୍ତ ତ୍ରାଣଙ୍କ ଉନ୍ନତି କଦାପି ସହି ପାରନ୍ତି...
ଶେଠ୍ ପ୍ରଭୁଦୟାଲ୍ ଜଣେ ବିଶିଷ୍ଟ ଧନୀ ବ୍ୟକ୍ତି ଥିଲେ । ଦୂର ଦେଶକୁ ଯାଇ ସେ ବଣିଜ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ । ସେମାନେ ବଡ ହେବାପରେ ପ୍ରଭୁଦୟାଲ୍ ନିଜେ ଆଉ କୁଆଡେ ବି ନ ଯାଇ ପୁଅମାନଙ୍କ ଉପରେ ସେ କାର୍ଯ୍ୟ ଛାଡିଦେଲେ । ନିଜେ ଘରେ ବସି କେବଳ ହିସାବକିତାବ ବୁଝିବାକୁ ଲାଗିଲେ । ଲୋକଙ୍କର ଧାରଣା ଶେଠ୍ ଅମାପ ଧନର ଅଧିକାରୀ । ପ୍ରକୃତରେ କଥାଟା ମିଛ ନୁହେଁ କାରଣ ଶେଠ୍ ନିଜେ ବି ଜାଣନ୍ତି ନାହିଁ...
ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା । ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ୱଚ୍ଛ କରିଦେବ । ପ୍ରକୃତରେ ସେତେବେଳେ ସେ ପୁରୋହିତଙ୍କର କଥାଟି ଗ୍ରହଣଯୋଗ୍ୟ ଥିଲା ।...
ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ ବାଧ୍ୟ । ସେମାନଙ୍କ ଅଜ୍ଞାତରେ ହେଲେ ମଧ୍ୟ କିଛି ସମୟ ପାଇଁ...
ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । ଉଜ୍ଜୟିନୀ ନଗରରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ ।...
ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ ବିଲୁଆର ମନ ବେଶ୍ ଖୁସି । ତା’ପରେ ସେ ବିଲୁଆ କୁକୁର...
ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ । ବୈଜ୍ଞାନିକ ଏଡିସନ୍ ତ ସର୍ବଦା ତାଙ୍କ ଗବେଷଣାଗାରରେ କାର୍ଯ୍ୟବ୍ୟସ୍ତ ଥାଆନ୍ତି ।...
ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା । ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।” ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?” ତହୁଁ ମନ୍ତ୍ରୀ କହିଲେ, “ହଁ ମହାରାଜ । ସେ କହୁଛି...
ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା ଜାଲରେ ବେଷ୍ଟିତ ଥିଲା । କେବଳ ଗୁମ୍ଫା ଓ ତା’ ସମୀପବର୍ତ୍ତୀ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ପରିଚ୍ଛନ୍ନ, ସାଧୁ ସନ୍ନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ ଥିଲା । ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୁନି ଲଗାଇ ବସିଥାନ୍ତି, ବସ୍ତ୍ରଧାରୀ ସାଧୁମାନେ ନିର୍ଧୁନିକ । ସାଧୁ ନାନା ଶ୍ରେଣୀର- ସନ୍ନ୍ୟାସୀ, ନାଗା...
ମିଳୁଅଛି ବୋଲି ଅଯଥାରେ ଖର୍ଚ୍ଚ କରିବା ନୁହେଁ ଉଚିତ ପ୍ରାପ୍ତଅର୍ଥ ସଦ୍ମାର୍ଗରେ ବ୍ୟୟିତ କରୁଥାଏ ଯେ’ ସତତ । ସେହି ଏକା ବଡ ଏ ଧରା ବୁକୁରେ ସନ୍ଥ ଜିଲାନୀଙ୍କ ଭଳି ତାଙ୍କ ଜୀବନର ଘଟଣା ଶୁଣିଲେ ମଥା ଆମ ଯିବ ଘୂରି । ମଣିଷର ଯେତକ ବଡପଣିଆ ତା’ର ସୁଗୁଣ ଗୁଡିକ ଭିତରେ ହିଁ ନିହିତ ଥାଏ । ଆଉ ସେହି ସୁଗୁଣ ଭିତରୁ ଗୋଟିଏ ବଡଗୁଣ ହେଲା ନିୟମର ଦାସ ସାଜି...
ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା । ଶେଷରେ ମହିଳା ଜଣକ ସ୍ଥିରକଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି ବୃତି ଆଦୌ...
ଛାତ୍ରାବାସରେ ତ ଅନେକ ପିଲା ରହି ପାଠ ପଢୁଥାନ୍ତି । ଦିନକର କଥା । କଲେଜ ଅଧ୍ୟକ୍ଷ ବିଳମ୍ବିତ ରାତିରେ ପିଲାମାନେ କ’ଣ କରୁଛନ୍ତି ବୋଲି ସେମାନଙ୍କୁ ଦେଖିବାକୁ ବାହାରିଲେ । ସେତେବେଳେକୁ ତ ସେ କଲେଜର ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥାଏ । ଫଳରେ ସେ ପିଲାଙ୍କର ଆଉ ବିଳମ୍ବିତ ରାତି ଯାଏଁ ପାଠ ପଢିବା ନ ଥାଏ । ତେଣୁ ପିଲାମାନେ ରାତି ଦଶଟା ପରେ ଶୋଇଯାଇଥାନ୍ତି । ଅଧ୍ୟକ୍ଷ ଦେଖିଲେ ଜଣେ ପିଲା ତା’ର ପ୍ରକୋଷ୍ଠରୁ ବାହାରିଆସି...
ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ । ସେହି ବଗିଚାର ଫୁଲଗଛଗୁଡିକ କ୍ରମେ କ୍ରମେ ବଡ ହେବାକୁ ଲାଗିଲା । ଗୋଟିଏ ଫୁଲଭରା ଗଛ...
ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା, କିନ୍ତୁ ଜଣେ ରହସ୍ୟମୟ ବ୍ୟକ୍ତି ପହଁଚିଯାଇ ମନ୍ତ୍ରୀଙ୍କୁ ରକ୍ଷା...
ଥରେ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ । ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟିଗଲେ ଓ...
ଗୋଟିଏ ରାଜ୍ୟର ରାଜାପୁଅ ସହିତ ସେହି ରାଜ୍ୟର ମନ୍ତ୍ରୀପୁଅ ଓ ସାଧବପୁଅ ସାଙ୍ଗ ହେଉଥିଲେ । ତିନି ଜଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ତିନି ଜଣଙ୍କର ପ୍ରକୃତି ସମାନ ଥିବାରୁ ସେମାନେ ସାଙ୍ଗ ହୋଇଥିଲେ । ତିନିଜଣଯାକ ବହିରେ ଡୋରି ବାନ୍ଧି ଦେଇ ଖେଳ ତମାସାରେ ମାତିଥିଲେ । ଜଣେ ରାଜାପୁଅ ପାଠ ନ ପଢି ଖେଳ ତମାସାରେ ସମୟ ନଷ୍ଟ କରୁଥିବାରୁ ରାଜା ପୁଅ ଉପରେ ବିରକ୍ତ ହୋଇ ବହୁତ ଗାଳି ଗୁଲଜ କଲେ । କହିଲେ, “ ମୁଁ ତୋ ପରି କୁଳାଙ୍ଗାର...
ଅନେକ ଦିନ ତଳର କଥା । ବର୍ମାର ଗୋଟିଏ ଛୋଟ ଗାଁରେ ଲୋବସାଙ୍ଗ୍ ଥାଏ । ତା’ର ବୃତି ହେଲା ଟଙ୍କା ଧାର୍ ଦେଇ ସୁଧ ନେବା । ସେ ସୁଧ ବହୁତ ନିଏ; ତା’ଛଡା ସେ ତା’ ଜୀବନରେ ବୋଧହୁଏ ଆଉ କିଛି ମଧ୍ୟ ଜାଣେନାହିଁ । ଥରେ ସେ ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭାବିଲା, “ମୃତ୍ୟୁ ତ ଅନିବାର୍ଯ୍ୟ; ତେଣୁ ମୁଁ ଯେତେଦିନ ବଂଚିବି, ଭଗବାନ ଓ ଭକ୍ତଙ୍କ କଥା ଶୁଣିଲେ ଅନ୍ତତଃ ମୋର କିଛିଟା ପୁଣ୍ୟ ହେବ ।” ତା’ପରେ ସେ ଲୋବସାଙ୍ଗ୍...
ଥରେ ଓଧଟିଏ ପାଣିରେ ବୁଡି ବୁଡି ମାଛ ଖାଉଥିଲା । କିଆବୁଦାମୂଳରେ ଥିବା ବଣଭୁଆଟିଏ ଏହା ଦେଖିଲା । ତା’ର ବି ମାଛ ଖାଇବାକୁ ପାଟିରୁ ଲାଳ ଗଡିଲା । ହେଲେ ସେ ଖାଇବ କେମିତି । ତାକୁ ତ ପାଣିରେ ଭଲ ବୁଡିଆସେନି । ଏପରି କଲେ ମରିଯିବା ସାରହେବ ସିନା । ବଣଭୁଆଟି ଯେମିତି ଚତୁର ସେମିତି ଠକ ବି ଥିଲା । ସେ ଏକ ଉପାୟ ପାଂଚିଲା କେମିତି ହେଲେ ଓଧ ହାତରୁ ମାଛଟିଏ ପାଇବ ବୋଲି । ଏବେ ବଣଭୁଆ ଓଧକୁ ଚାହିଁ କହିଲା...