ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉପଯୁକ୍ତ ବରପାତ୍ର

ଥରେ ଜଣେ ସାଧୁ ଏକ ନଦୀରେ ସ୍ନାନ କରୁଥାନ୍ତି । ପ୍ରତିଦିନ ସ୍ନାନ କରିସାରିବା ପରେ ସେ ସାଧୁ ଜଣକ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସାଧୁ ଜଣକ ଧ୍ୟାନ କରିବା ସମୟରେ ହିଁ ଗୋଟିଏ ଲାଲ୍ ବେଙ୍ଗୁଲି ଜୋର୍ରେ ରାବ କରେ । ତେଣୁ ସେ ସାଧୁଙ୍କ ଧ୍ୟାନ ଭଗ୍ନ ହୋଇଯାଏ । ଦିନେ ସାଧୁ ଠିକ୍ କଲେ ସେ ଲାଲ୍ ବେଙ୍ଗୁଲିକୁ ଧରି ଉପଯୁକ୍ତ ଶିକ୍ଷା ଦେବେ ।                 ଏପରି ଚିନ୍ତା କରି ଦିନେ ସେ ସାଧୁ ଗୋଟିଏ ସୁନା କଳସ ସାଙ୍ଗରେ ନେଇଗଲେ...

Read More

ବେଙ୍ଗର ଦୁର୍ଦ୍ଦଶା

ଦିନେ ବେଙ୍ଗ ଓ ତା’ର ପଡିଶା ସାଙ୍ଗ ମୂଷା ବୁଲି ବାହାରିଲେ । ବେଙ୍ଗ କହିବାନୁସାରେ ସେ ଦୁଇ ସାଙ୍ଗ ଜଣକ ଗୋଡ ଆଉ ଜଣଙ୍କ ଗୋଡରେ ବାନ୍ଧି ଚାଲିଲେ । ବାଟରେ ଗୋଟିଏ ଛୋଟ ନଈ ପଡିଲା । ସେ ଦୁଇ ଜଣଙ୍କୁ ତ ପହଁରା ଆସେ । ତେଣୁ ସେମାନେ ଡେଇଁ ପଡି ନଈ ଆର ପଟକୁ ଯିବା ପାଇଁ ପହଁରିବାକୁ ଲାଗିଲେ । ଯେମିତି ନଈ ମଝିରେ ହୋଇଛନ୍ତି ବେଙ୍ଗ ବେଶି ପାଣି ତଳକୁ ବୁଡିବାକୁ ଆରମ୍ଭ କଲା । ହେଲେ ସେ ମୂଷାର ତ ପାଣିରେ ବୁଡିବା ମୋଟେ ଅଭ୍ୟାସ...

Read More

ରୂପଧରଙ୍କ ଯାତ୍ରା

(ଧୀରମତି ଘରକୁ ଫେରି ତାର ମା’ ପଦ୍ମମୁଖୀଙ୍କୁ ଯାତ୍ରାସମ୍ବନ୍ଧୀୟ ସମସ୍ତ କଥା ଜଣେଇଲେ । ମାତ୍ର ନିଜର ପିତାଙ୍କ ସମ୍ପର୍କରେ ସମସ୍ତ ବିଷୟ ସେ ଗୋପନ ରଖିଲେ । ପୈଲାସ୍ରୁ ତାଙ୍କ ସହିତ ଆସିଥିବା ଜଣେ ଗୁଣୀ ବ୍ୟକ୍ତି ତାଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ସେହି ଅତିଥିଙ୍କର ଭୋଜନ ସମାପନ ହେବା ପରେ, ଘରେ ବସି ରହି ଖାଇଥିବା ଦୁଷ୍ଟମାନେ ଏକ ବିଶାଳ କକ୍ଷରେ ଭୋଜନ କରିବାକୁ ଲାଗିଲେ । ସେହି ସମୟରେ ସେଠାରେ, ଜଣେ ବୁଢା ଭିଖାରୀ...

Read More

ପକ୍ଷୀ ଏବଂ ମାଙ୍କଡ କଥା

       ଗୋଟିଏ ସ୍ଥାନରେ ଏକ ମାଙ୍କଡ ଦଳ ବାସ କରୁଥିଲେ । ଥରେ ଶୀତ ଦିନେ ହଠାତ୍ ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବର୍ଷା ହେତୁ ମାଙ୍କଡ ମାନେ ଓଦା ହୋଇଯିବା ସଂଗେ ସଂଗେ ପ୍ରବଳ ଥଣ୍ଡା ହେତୁ ଶୀତରେ ଥରୁଥାନ୍ତି । ଏହି ସମୟରେ କେତେକ ମାଙ୍କଡ ଗୋଟିଏ ବୃକ୍ଷରେ ଏକ ପ୍ରକାରର ଲାଲ୍ ଫଳ ଦେଖିବାକୁ ପାଇଲେ । ସଂଗେ ସଂଗେ ମାଙ୍କଡ ଦଳ ଏହି ବୃକ୍ଷଟିକୁ ହଲାଇବାରେ ଲାଗିପଡିଲେ । ଏହି ଲାଲ୍ ରଂଗର ଫଳଟିକୁ ସେମାନେ...

Read More

ଆକବରଙ୍କ ଚାକର

 ଦିନକର କଥା । ବାଦ୍ଶାହା ଉଆସ ମଧ୍ୟରେ ବୁଲୁଥାନ୍ତି । ହଠାତ୍ ତାଙ୍କର ନଜର ପଡିଗଲା ଯେ ଚୂନ କୁଣ୍ଡରେ କିଛି ବଳକା ଚୂନ ରହିଯାଇଅଛି । ସମ୍ରାଟ୍ ସେହି ଚୂନକୁ ବାହାର କରି ଫିଙ୍ଗି ଦେବାକୁ କହି ଚାଲିଗଲେ ।          ସେଦିନ ଚାକର ଜଣକ ସମ୍ରାଟଙ୍କ କଥା ଶୁଣିଲେ ସତ ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥାଇ ସମ୍ରାଟଙ୍କ ଦେଇଥିବା ଆଦେଶକୁ ଭୁଲିଗଲେ ।          ତା’ପରଦିନ ସମ୍ରାଟ୍ ଆସି ଦେଖନ୍ତି ତ କାନ୍ଥରେ ବୋଳାଯାଇଥିବା ବଳକା...

Read More

ଉଡୁପିର କୃଷ୍ଣ ମନ୍ଦିର

କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ ବାଲୁକାସ୍ତୁପ ତଳେ ଲୁଚାଇ ଦେଲେ । ସେଠିକା ମାଟି ଉଜ୍ଜ୍ୱଳ...

Read More

ମହାଭାରତ

ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ...

Read More

ପାପବୁଦ୍ଧି ଓ ଧର୍ମବୁଦ୍ଧି

ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର ।                 ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ ସଦାସର୍ବଦା ପରର ଅନିଷ୍ଟ କରିବାରେ ଥାଆନ୍ତି । ପାପବୁଦ୍ଧିର...

Read More

ଦ୍ୱାଦଶ ରାଜକୁମାରୀ କାହାଣୀ

ସେହିଦିନ ସେହି ସଞ୍ଜ । ସେହି ବଉଳ ଫୁଲିଆ ନିରୋଳା ପବନ । ମନ ଭିତରେ ଗୁମୁରି ଉଠୁ ଥାଏ କେତେ ରାଇଜର କେତେ ରାଜକୁମାରୀଙ୍କ କାହାଣୀ । ଆଗରେ ପୁଣି ଥାଏ ରଜ ପର୍ବ । ଗାଁର ଝିଅମାନେ ଯେମିତି ସିହରି ଉଠୁ ଥାନ୍ତି ଦୋଳି ଖେଳିବାକୁ । ଠିକ୍ ସେହି ସମୟରେ ଗଣିଆ ବୋଉ ମାଲ୍ୟାଣୀ ସେହି ଝିଅମାନଙ୍କୁ କେବଳ ଟାହି ଟାପରା କରି କହୁଥାଏ ମରମ ଛିଣ୍ଡା କଥାରୁ ପଦେ ପଦେ । ସେହି ସମୟରେ ମଧ୍ୟ ଚାରିଆଡେ ଜହ୍ନ ଆଲୁଅ ବିଛାଡି ହୋଇ ପଡିଥାଏ ।...

Read More

ଦୁଷ୍ଟା ଦାସୀ

ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି...

Read More

ରାଜବୈଦ୍ୟଙ୍କ ଚିକିତ୍ସା

ରାଜା ଭୂପାଳଙ୍କ ରାଜବୈଦ୍ୟ ବେମାର ପଡି ଗଲେ । ପୁରା ଏକ ସପ୍ତାହ ଧରି ସେ ବିଛଣାରୁ ଉଠି ପାରିଲେ ନାହିଁ । ରାଜା ଚିନ୍ତିତ ହୋଇ ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି, ରାଜବୈଦ୍ୟଙ୍କୁ ନିଜ ଔଷଧ କାଟୁ କରୁନାହିଁ । ତେଣୁ ଅନ୍ୟ କେଉଁ ବୈଦ୍ୟଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବା ସମୁଚିତ ହେବ ।”                 ମନ୍ତ୍ରୀ ତୁରନ୍ତ କହିଲେ, “ପ୍ରଭୁ, ଆମ ରାଜ୍ୟରେ ବୈଦ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଆମେ କୌଣସି...

Read More

କିଏ ହେବ ବନ୍ଧୁ?

 ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର ଆକାର ଦେଖି ସିଂହ ବି ଡରିଗଲା । ହାତୀ ସହିତ ଶତ୍ରୁତା କଲେ...

Read More

ଶାଶ୍ୱତ ସନ୍ଦେଶ

ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆପଣମାନେ ଅତ୍ୟନ୍ତ ଧନ୍ୟ । ଭଗବାନ୍ କ୍ଷମତାଶୀଳ ଓ କରୁଣାମୟ । ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପାବର୍ଷଣ କରନ୍ତି । ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ । ସକଳ ପରିସ୍ଥିତି ଓ ସବୁ ସମସ୍ୟାରେ କୌଣସି ପ୍ରକାରେ ବ୍ୟସ୍ତ ନ ହୋଇ ପ୍ରଭୁଙ୍କ ପାଖରେ...

Read More

ଉପସ୍ଥିତ ବୁଦ୍ଧି

ଗୋଟିଏ ଗଧ ଖୋଲା ପଡିଆରେ ଉଠିଥିବା କୋମଳ ଘାସ ଚରୁ ଥିଲା । ଅଚାନକ ଯେତେ ବେଳେ ସେ ମୁଣ୍ଡ ଉଠାଇଲା, ଆଉ ଦେଖିଲା ଗୋଟିଏ ବାଘ ତା ଆଡକୁ ମାଡି ଆସୁଛି । ଗଧ ଦେଖିଲା ଯେ ଆଉ ପ୍ରାଣ ବଂଚାଇବା ତା ପକ୍ଷରେ ଖୁବ୍ କଷ୍ଟକର ପାଠ । ବାଘ ସାମନାରେ ଦୌଡି ପଳାଇବା ଅସମ୍ଭବ । ତେଣୁ ସେ ଏଭଳି ପରିସ୍ଥିତିରେ କ’ଣ କରିବ? ଜୀବନ ବଂଚାଇବ କେମିତି । କଥାରେ ଅଛି “ଅକଲ ବଡୀ ୟା ଭୈଁସ୍” । ସେହି କଥାକୁ କାମରେ ଲଗାଇବ ଯେ ବୁଦ୍ଧି ଦ୍ୱାରା ବଳକୁ...

Read More

ମହାଭାରତ

ପାଣ୍ଡବ ସମେତ ଦ୍ରୌପଦୀ ଅତି ରହସ୍ୟଜନକ ଭାବେ ଅଜ୍ଞାତବାସ ସମୟ ଅତିବାହିତ କରୁଥିଲେ । ପଶାଖେଳରୁ ଧର୍ମରାଜ ଯେଉଁ ଅର୍ଥ ହାସଲ କରୁଥାନ୍ତି, ତାହା ସେ ତାଙ୍କ ଭାଇମାନଙ୍କ ମଧ୍ୟରେ ବଂଟନ କରି ଦେଉଥାଆନ୍ତି । ଭୀମ ନିଜେ ଯେଉଁ ସୁସ୍ୱାଦୁ, ରୁଚିକର ଭୋଜନ ପ୍ରସ୍ତୁତ କରନ୍ତି, ସେଥିରୁ ସେ ତାଙ୍କ ଭାଇମାନଙ୍କ ପାଇଁ ମଧ୍ୟ କିଛି ସଂରକ୍ଷିତ ରଖନ୍ତି । ଅନ୍ତଃପୁରରୁ ଅର୍ଜୁନ ଯେଉଁ ପୁରୁଣା ବସ୍ତ୍ର ଉପହାର ସ୍ୱରୂପ ପାଆନ୍ତି, ତାହା ସେ...

Read More

କାଳିଆ ଭରସା

ସୁମନ ଅତ୍ୟନ୍ତ ଗରିବ ଘରର ପିଲାଟିଏ ହେଲେ ବି ସେ ଅତି ଭଦ୍ର ସ୍ୱଭାବର ଥିଲା । ତାକୁ ତା’ର ସାଙ୍ଗମାନେ କିନ୍ତୁ ମୋଟେ ଭଲପାଉ ନଥିଲେ । ସେ ସୁମନ ତା ମାଆ ସହିତ ଗୋଟିଏ ଭଙ୍ଗା କୁଡିଆରେ ରହୁଥିଲା । ତେଣୁ ତାର ସବୁ ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ, ଘୃଣା ମଧ୍ୟ କରୁଥିଲେ । ଏପରିକି ତାକୁ ସାଙ୍ଗରେ କେହିବି ସ୍କୁଲ୍କୁ ନେଉନଥିଲେ । ତା ମାଆ ପର ଘରେ କାମଧନ୍ଦା କରି ଯାହା ମୂଲ ଆଣେ, ସେଥିରେ ବହୁ କଷ୍ଟରେ ଦୁହେଁ ଚଳନ୍ତି । ସୁମନ...

Read More

ନିମ୍ବ

ଅନେକ ଦିନ ପୂର୍ବର କଥା । ମଳୟ ରାଜ୍ୟରେ ଜାମୋରିନ୍ ବଂଶର ରାଜା ରାଜତ୍ତ୍ୱ କରୁଥିଲେ । ଥରେ ତାଙ୍କୁ କିଏ ଏହି ପ୍ରସ୍ତାବ ଦେଲା କି ସାରା ରାଜ୍ୟରେ ତେନ୍ତୁଳି ଗଛ ଲଗା ହେଲେ ଲୋକମାନେ ପ୍ରଚୁର ତେନ୍ତୁଳି ଖାଇବାକୁ ପାଇବେ, ରପ୍ତାନୀ କରି ପଇସା ମଧ୍ୟ ଆସିବ, ଅଥଚ ସେ ଗଛର ଯତ୍ନ ନେବା କିଛି ମଧ୍ୟ ଦରକାର ନାହିଁ ।                 ରାଜାଙ୍କ ମନକୁ ଏହି କଥାଟା ବେଶ୍ ପାଇଲା । ଏଣୁ ସେ ଆଦେଶ ଦେଲେ ଯେ, ସାରା ରାଜ୍ୟରେ ତେନ୍ତୁଳି...

Read More

କୃଷ୍ଣାବତାର

ଶ୍ରୀକୃଷ୍ଣ ଦୂରରୁ ଥାଇ ବାଣାସୁରର ନଗରୀକୁ ଅବଲୋକନ କରିବାକୁ ଲାଗିଲେ । ଠିକ୍ ସେତିକିବେଳେ ନାରଦ ଆସି ସେଠାରେ ପହଁଚିଲେ ଓ କହିଲେ, “ପ୍ରଭୁ, ଆପଣ ଏକଥା ଲକ୍ଷ୍ୟ କରିଛନ୍ତି କି ପାର୍ବତୀଙ୍କ ସହିତ ସ୍ୱୟଂ ପରମେଶ୍ୱର ମଧ୍ୟ ଏହି ନଗରୀକୁ ରକ୍ଷା କରୁଛନ୍ତି? ତେଣୁ ଆପଣଙ୍କ କାର୍ଯ୍ୟ ସଫଳ ହେବାକୁ ବହୁତ କଷ୍ଟ ହେବ । ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବା ତ କିଛି ସହଜ କଥା ନୁହେଁ । ଏବେଠାରୁ ଭାବି ରଖନ୍ତୁ ଶିବ ଯେତେବେଳେ ବିରୋଧ...

Read More

ଦୁଷ୍ଟ କାଉ ଦଳ

ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ ।        ହେଲେ ଏଭଳି କଥା ଉଡିଯାଉଥିବା ପ୍ରଥମ କାଉଟି କାନକୁ ନେଲା...

Read More

ଗୋଟିଏ ଭଲ ଉପାୟ

ଦିନେ ଜଙ୍ଗଲରେ ବିଲେଇ ଓ କୋକିଶିଆଳିର ଦେଖାହେଲା । କୋକିଶିଆଳିଟି ବିଲେଇକୁ କହିଲା, “ଶତ୍ରୁଠାରୁ ରକ୍ଷା ପାଇବାକୁ ମୋ’ ପାଖରେ ବହୁତ ଉପାୟ ଅଛି । ମୁଁ ତୋତେ ସେଥିରୁ କିଛି ଉପାୟ ଶିଖାଇ ଦେବି ।”                 ଏହା ଶୁଣି ସେ ବିଲେଇ କହିଲା, “ମୁଁ କିନ୍ତୁ ମାତ୍ର ଗୋଟିଏ ଉପାୟ ଜାଣିଛି ।”                 ଏହି ସମୟରେ କୁକୁର ଭୁକିବାର ଶବ୍ଦ ଶୁଣାଗଲା । କୁକୁରର ଏପରି ରଡି ଶୁଣି ବିଲେଇ ଖୁବ୍ ଶୀଘ୍ର ଗଛରେ ଚଢି...

Read More

କବର ଭିତର ସୁନା ଛାଆଣି

ଯେଉଁ ଦିନଠାରୁ ସୁନା ସହ ମଣିଷର ଚିହ୍ନା ପରିଚୟ ହୋଇଛି, ସେହିଦିନଠାରୁ ସୁନାର ମୋହରେ ପଡିଯାଇଛି ସେ । ପୁରାକାଳରେ ମିଶର୍ ଦେଶରେ କୁଆଡେ ଗଚ୍ଛିତ ହୋଇ ରହିଥିଲା ସବୁଠାରୁ ବେଶୀ ସୁନା । ନୀଳନଦୀର ପଶ୍ଚିମ ତଟରେ ରହିଛି ଥେବିସ୍ ଉପତ୍ୟକା । ସେହି ଉପତ୍ୟକାରେ ମିଶର୍ର ସେତେବେଳର ରାଜା ଫାରାହୋମାନଙ୍କର କବର ରହିଛି ।                 ୧୯୦୭ ମସିହାରେ ମିଶର୍ ସରକାରଙ୍କ ତରଫରୁ ସେହି କବରସବୁ ଖୋଳାଗଲା । କବର ଭିତରର ବର୍ଣ୍ଣନା...

Read More

ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର

ଦିନେ ମହାରାଜ ଆକବରଙ୍କର ଦରବାର ଚାଲିଥାଏ । ନାନାଦି ସମସ୍ୟା ସଂପର୍କରେ ରାଜା ପଚାରି ବୁଝୁଥାଆନ୍ତି । ରାଜାଙ୍କର ତ’ ପ୍ରତିଦିନ ବିରବଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଅଭ୍ୟାସ । ସେ ଦିନ ବା’ କେମିତି ବାଦ ଯିବ । ରାଜା ହଠାତ୍ ତାଙ୍କର ସଭ୍ୟମାନଙ୍କୁ କହିଲେ, “ମହାଶୟ! ଆଜି ଏକ ଅଦ୍ଭୁତ ଘଟଣା ଘଟିଗଲା । ଘଟଣାଟି କ’ଣ ନା, ମୁଁ ଶୋଇଥିବା ସମୟରେ କେହି ଜଣେ ଆସି ମୋ ଦାଢିକୁ ଟାଣୁଥିଲା । ଆପଣମାନେ ତ’ ସମସ୍ତେ ବିଜ୍ଞ ପଣ୍ଡିତ ।...

Read More

କର୍ମନିଷ୍ଠ ସିପାହୀ

ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦେବାଲାଗି ନିଯୁକ୍ତ ହୋଇଥାନ୍ତି । ସୁତରାଂ ମନ୍ତ୍ରୀମାନେ ଅତ୍ୟନ୍ତ ଚତୁର ଥିବା ଜଣାଯାଏ । ଠିକ୍ ସେହିପରି ଜଣେ ରାଜାଙ୍କ ପାଖରେ ଚତୁର ମନ୍ତ୍ରୀ ଥିଲେ । ସେ ରାଜ ନଅର ଜଗିବା ପାଇଁ ଜଣେ ମାତ୍ର ସୈନିକକୁ ନିଯୁକ୍ତି ଦେଲେ ।        ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, “ଏଡେ ବଡ ରାଜପ୍ରାସାଦ, ତା’ ସାଥୀରେ ପୁଣି ମୂଲ୍ୟବାନ ରତ୍ନ ଭଣ୍ଡାର ଜଗିବା ପାଇଁ ଜଣେ ସିପାହୀ କ’ଣ...

Read More

ବିଷ୍ଣୁ ପୁରାଣ

ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଦୁଇସେନା ମଝିରେ ରଖିଲେ । ଦୁଇପକ୍ଷର ସୈନ୍ୟଙ୍କୁ ଦେଖି ଅର୍ଜୁନଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ଶତୃପକ୍ଷରେ ଯେଉଁମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ଗୁରୁଜନ, ବନ୍ଧୁଜନ, ଭାଇମାନେ ଓ ଅନ୍ୟାନ୍ୟ ଆତ୍ମୀୟମାନେ ବି ଥିଲେ । ଅର୍ଜୁନଙ୍କ ହସ୍ତ ଶିଥିଳ ହୋଇ ସେଥିରୁ ଧନୁ ଖସି ପଡିଲା ଓ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡି କହିଲେ, “ଏମାନଙ୍କୁ ମାରି ଯେଉଁ...

Read More

ଯଥା ରାଜା ତଥା ପ୍ରଜା

ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ ଲୋକେ ପ୍ରାୟ ମାନୁ ନଥାନ୍ତି ।                 ଏଣେ...

Read More

ମହା ପଣ୍ଡିତ

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି...

Read More

ଅଧା ମୂଲ୍ୟ

ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ ।                 ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ...

Read More

ଦୁରାଶା

ନାଥିଆ ବଡ ଦରିଦ୍ର ଥିଲା । ଛିଣ୍ଡାକନ୍ଥା ପିନ୍ଧି ଘର ଘର ବୁଲି ସେ ଭିକ ମାଗେ । ତା’ ବେଶ ଦେଖି କୁକୁର ଭୁକନ୍ତି । କ୍ଷେତରେ ଥିବା ଚାଷୀମାନେ ଖାଇବା ପରେ ଯାହା ବଳକା ଥାଏ, ସେତକ ତାକୁ ସେମାନେ ଡାକି ଦେଇ ଦିଅନ୍ତି । ବେଳେବେଳେ ଦିନ ଦିନ ଧରି ତାକୁ କିଛି ଖାଇବାକୁ ମିଳେ ନାହିଁ । ଯେଉଁ ଦିନ ଯାହା ମିଳେ ତାହା ସେ ଖାଏ, ନହେଲେ ସେ ସେମିତି ଉପାସରେ ଶୁଏ ।                 ଏଥର ଅନ୍ୟବର୍ଷ ପରି ଫସଲ ଭଲ ନ ହେବାରୁ ଭିକ୍ଷା...

Read More

ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ

ସନ୍ଥ ରାମତୀର୍ଥ ପିଉଥିଲେ କ୍ଷୀର ଦୋକାନରୁ ପାଠ ପଢିଲା ବେଳେ     ମାସକର ଟଙ୍କା ବାକି ରହିଗଲା ପଢାଶେଷେ ଯେବେ ଚାକିରି କଲେ ।     ଦରମାଟଙ୍କାରୁ ପଠାଇ ଚାଲିଲେ ମାସପରେ ମାସ ଛ’ମାସ ଯାଏଁ     ଏହାର ରହସ୍ୟ ବୁଝି ନପାରି ସେ ଦୋକାନୀ ଲାହୋର ସହର ଧାଏଁ ।     ପଚାରିଲା ବାବୁ ଏତେ କାହିଁ ଦେଲେ ବାକିଥିଲା ମାସକର ପଇସା ।     କ୍ଷୀର ପିଇ ସ୍ୱାସ୍ଥ୍ୟବାନ ହେଲି ଯେଣୁ ଚିରଋଣୀ ତୁମଠାରେ ମଉସା ।                 ଏହା ସନ୍ଥ...

Read More

ନୂଆ ମହାଭାରତ

ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।...

Read More

ଝଗଡା ଝାଟି

ଦିନେ ସିଂହ ଓ ବରାହ ପାଣି ପିଇବାକୁ ଜଙ୍ଗଲର ଗୋଟିଏ ଝରଣା ପାଖକୁ ଗଲେ । ସିଂହ ପ୍ରଥମେ କହିଲା “ଯେହେତୁ ମୁଁ ରାଜା, ତେଣୁ ମୁଁ ଆଗ ପାଣି ପିଇବି ।” ଆଉ ଏଣେ ବରାହ ମଧ୍ୟ ତା’ ଜିଦିରେ ଅଟଳ । ସେ ବି କହିଲା, “ତୁ ରାଜା ହେଲେ କ’ଣ ହେବ ମୋତେ ତ ଭାରି ଶୋଷ ହେଉଛି, ତେଣୁ ମୁଁ ଆଗ ପାଣି ପିଇବି ।” ଏଥିରେ ସେ ଦୁଇ ଜଣଙ୍କର ଝଗଡା ହେଲା ଓ କ୍ରମଶଃ ଲଢେଇ ବି ଆରମ୍ଭ ହୋଇଗଲା । ଲଢେଇରେ ଯିଏ ଜିଣିବ ସେ ହିଁ ଆଗ ପାଣି ପିଇବ ।...

Read More

ରାଷ୍ଟ୍ରପତିଙ୍କ ମହାନତା

 “ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭଳି ଆମେରିକାରେ ମଧ୍ୟ ବିଚାର କରି...

Read More

ଲୋଭରୁ ମୃତ୍ୟୁ

ଦୁନିଆରେ ଜୀବନ ପାଇ ବଂଚିଥିବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅନ୍ୟତମ । ତା’ ମଧ୍ୟରେ ଅନେକ ଉପାଦାନ ଭର୍ତ୍ତିକରି ପୃଥିବୀ (ପୃଥିବୀରେ ମିଳୁଥିବା ଉପାଦାନ ମାନଙ୍କ ଦ୍ୱାରା ହିଁ ଜୀବନ ସୃଷ୍ଟି ସମ୍ଭ ହୋଇଛି) ତାକୁ ଏ ପ୍ରକୃତିରେ ସୃଷ୍ଟି କରିଛି । ପିଲାଟିଏ ଜନ୍ମହେବା ସଙ୍ଗେ ସଙ୍ଗେ ତା ସହିତ ବହୁତ ଗୁଣ ଓ ଦୋଷର ବି ଜନ୍ମ ହୋଇଥାଏ । ସତ୍ୟ, ଶାନ୍ତି, ଦୟା, କ୍ଷମା, ପରୋପକାର ଆଦି ମହାନ୍ ଗୁଣରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ