ଋଷି ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି । ଦିନକର କଥା, ସେଦିନ ପ୍ରବଳ ବର୍ଷା ହେଉଥାଏ । ଗୁରୁ ଆରୁଣି ନାମକ ଜଣେ ଛାତ୍ରକୁ ଡାକି କହିଲେ –...
ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।” “ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଗୁଣଗ୍ରାହୀ ବ୍ୟକ୍ତି । ଗୁଣର ଆଦର କରୁଥିଲେ ।...
ପୂର୍ବ କାଳରୁ ଏଯାବତ୍ ବତ୍ରିଶ ସିଂହାସନ ଠାରୁ ଆରମ୍ଭ କରି ଯେତେ ଗୁଡିଏ କାହାଣୀ ଇଣ୍ଡିଆର ଅନେକ ଭାଷାରେ ପ୍ରକାଶ ପାଇଛି ସେଥି ମଧ୍ୟରୁ ଅବୋଲକରା କାହାଣୀ ହେଉଛି ଅନ୍ୟତମ । ସେ କାଳର ଲୋକ ମାନଙ୍କର ରୁଚି ତଥା ଚାଲି ଚଳନକୁ ଅନୁଶୀଳନ କରି ଅବୋଲକରା କାହାଣୀ ପରି ଅନେକ ପୁସ୍ତକ ରଚନା କରା ଯାଇଛି । ଯେଉଁ ଥିରେ କି ସାମାଜିକ, ଐତିହାସିକ, ପୌରାଣିକ ଆଦି କଥା ବସ୍ତୁ ଭରପୁର କରା ଯାଇଛି । ଆଉ ମଧ୍ୟ ଏହି କାହାଣୀ ମାଧ୍ୟମରେ ପାଠକ...
ଅନେକ ଦିନ ତଳେ ଉଜ୍ଜ୍ୱଳ ନଗରରେ ଜଣେ ଖୁବ୍ ନାମଯାଦା ରାଜା ରାଜୁତି କରୁଥିଲେ, ତାଙ୍କର ନାମ ହେଉଛି ବିକ୍ରମାଦିତ୍ୟ । କେତେକ ବିଦ୍ୱାନ କହନ୍ତି, ବିକ୍ରମାଦିତ୍ୟ ତାଙ୍କର ଅସଲ ନାମ ନୁହେଁ, ସେ ହେଉଛି ତାଙ୍କର ଉପାଧି । ସେ ଯାହା ବି ହେଉ, ସେହି ବିକ୍ରମାଦିତ୍ୟ ନାମରେ ସେ ସବୁଠି ମାନ ମର୍ଯ୍ୟାଦା ପାଉଥିଲେ । ସେ ନିଜର ସାଧନା ବଳରେ ଢେର ଢେର ଅସାଧ୍ୟ ବିଦ୍ୟା ସାଧିଥିଲେ । ଶାସ୍ତ୍ର, ସଂହିତା, ସ୍ମୃତି ଇତ୍ୟାଦିରେ ଯେମିତି ସେ...
ଏକଜନ୍ମରେ ବୋଧିସତ୍ୱ ବାରାଣସୀର ରାଜା ବ୍ରହ୍ମଦତଙ୍କ ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମିଥିଲେ । ଯଥାସମୟରେ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହୋଇ ସେଠାରେ ବିବିଧ ଶାସ୍ତ୍ରରେ ପାରଦର୍ଶିତା ଲାଭକଲେ । ଏହାଛଡା ସେ ନିଜର ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ । ଏହା ଫଳରେ ସେ ପଶୁପକ୍ଷୀଙ୍କର କଥା ମଧ୍ୟ ବୁଝିପାରୁଥିଲେ । ବିଦ୍ୟାଶିକ୍ଷା ପରେ ସେ ବାରାଣସୀକୁ ଫେରିଆସିଲେ । ...
(“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ।”) ଏହି ସବୁ ଘଟଣା...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ...
ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ତା’ସାଙ୍ଗକୁ ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରୀର ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...
ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନାଁ ତା’ର ସିମୋନୀ ୱଲ୍ । ୧୯୦୯ ମସିହାରେ ପ୍ୟାରିସ୍ ସହରରେ ତାଙ୍କର ଜନ୍ମ ହୋଇଥିଲା । ସେ ଝିଅଟିକୁ ବାଇଶ ବର୍ଷ ହେଲା ବେଳକୁ ସେ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଗଲାଣି । ପାଠପଢା ଶେଷ ହେଉ ହେଉ ଗୋଟିଏ କଲେଜରେ ପ୍ରଫେସର ଚାକିରି ବି ତାକୁ ମିଳିଗଲା । ହେଲେ ସେ ଝିଅ ମନରେ ଆଦୌ ଖୁସି ନ ଥାଏ । ତା’ର ମନର ଭାବନା ବି କେହି ଜାଣିପାରୁ ନ ଥାନ୍ତି । ଝିଅଟି କେଉଁଠୁ...
ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ...
ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି...
ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା । ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ୱଚ୍ଛ କରିଦେବ । ପ୍ରକୃତରେ ସେତେବେଳେ ସେ ପୁରୋହିତଙ୍କର କଥାଟି ଗ୍ରହଣଯୋଗ୍ୟ ଥିଲା ।...
ଗଙ୍ଗାପୁରରେ ଜଣେ ଜମିଦାର ଥା’ନ୍ତି, ତାଙ୍କ ନାମ ସୁରେନ୍ଦ୍ର । ସୁରେନ୍ଦ୍ରଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ କମଳ । ସୁରେନ୍ଦ୍ର ଥିଲେ ଜଣେ ସାଧୁ ଲୋକ । ତେଣୁ ସେ ସର୍ବଦା ପରୋପକାର କାର୍ଯ୍ୟରେ ବ୍ୟସ୍ତ ଥା’ନ୍ତି । ପୁଅର ବିବାହ ବୟସ ହେବାରୁ ସେ ଚାହିଁଲେ ଏପରି ଏକ ବୋହୁ ଆସିବ ଯିଏ କି ତାଙ୍କ ପୁଅ ପରି ରୂପ ଓ ଗୁଣରେ ଖୁବ୍ ସୁନ୍ଦର ହୋଇଥିବ; ଯେପରି ତାଙ୍କ ଘରର ମାନ ମର୍ଯ୍ୟାଦା ବଢିବ । ସେହି ଗାଁରେ...
ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି ସେମାନେ ମାତ୍ର ଦଶଟି ମୁଦ୍ରା ପାଇଲେ । ...
ଦୟାରାମ ଜଣେ ସମ୍ପନ୍ନ କୃଷକ ଥିଲେ । ତାଙ୍କର ତିନି ପୁଅ । ସେ ତିନିହେଁ ବୁଦ୍ଧିମାନ ଓ ଶିକ୍ଷୀତ । କିନ୍ତୁ ବାପାଙ୍କ ବୃତ୍ତି ଅବଲମ୍ବନ କରିବା ନିମନ୍ତେ କାହାରି ମଧ୍ୟ ଆଗ୍ରହ ନଥିଲା । ପ୍ରତ୍ୟେକଙ୍କ ଇଚ୍ଛା, ସେ ବେପାର କରିବ । ପୁଅମାନଙ୍କର ଏପ୍ରକାର ମନୋଭାବ ଦୟାରାମଙ୍କୁ କିନ୍ତୁ ମୋଟେ ଭଲ ଲାଗୁ ନଥାଏ । ସେ ସେମାନଙ୍କୁ ବୁଝାଇ କହୁଥାନ୍ତି, “ଆରେ ବାବୁ, ବଂଶ ପରମ୍ପରା କ୍ରମେ ଆମର ବୃତ୍ତି ହେଲା ଚାଷ ।...
ଅତି ପୁରା କାଳର କଥା । ଗୋଟିଏ ନଗରୀରେ ଶୁଦ୍ଧପଟ ନାମକ ଏକ ଧୋବା ବସ ବାସ କରୁଥିଲା । ଧୋବାଟି ଘରେ ଗୋଟିଏ ଗଧ ପାଳିଥାଏ । କିନ୍ତୁ ଗଧଟିକୁ ତା’ର ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଯୋଗାଇ ପାରୁ ନଥାଏ । ଯାହାଫଳରେ ଗଧଟି ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । ଦିନେ ଶୁଦ୍ଧପଟ ଜଙ୍ଗଲ ମଧ୍ୟଦେଇ ଯିବା ସମୟରେ ଗୋଟିଏ ମଲା ବାଘ ଦେଖିଲା । ମନେମନେ ଏକ ଉପାୟ ଚିନ୍ତା କଲା । ସେ ଭାବିଲା ବର୍ତ୍ତମାନ ମୁଁ ଯଦି ଏହି ବାଘର ଦେହରୁ...
ଚନ୍ଦ୍ର ନାମକ ଜଣେ ଦରିଦ୍ର, ଶିକ୍ଷିତ ଓ ବେକାର ଯୁବକଟିଏ ଥାଏ । ସେ ଶୁଣିଲା ଧନୀ ମାୟା ରାମଙ୍କର ଗୁମାସ୍ତାଟିଏ ଲୋଡା । ସେ ସେହି ଚାକିରିଟି ପାଇବା ଆଶାରେ ମାୟା ରାମଙ୍କୁ ଯାଇ ଦେଖା କଲା । ମାୟାରାମ କହିଲେ, “ତୁମକୁ ରଖିବାରେ ମୋର ତ କୌଣସି ଆପତ୍ତି ନାହିଁ । କିନ୍ତୁ ତୁମ ପୂର୍ବରୁ ଦୁଇଟି ଗୁମାସ୍ତା ମୋତେ ବହୁତ ଠକିଛନ୍ତି । ସପ୍ତାହରେ ମାତ୍ର ଗୋଟିଏ ଦିନ ମୁଁ ସହରକୁ ଜିନିଷପତ୍ର କିଣିବାକୁ ଯାଉଥିଲି । ତେଣୁ ସେହି ଦିନଟି...
ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ ସବୁ ଗଛ କାଟିବାକୁ ଆରମ୍ଭ କଲା । ଏହା ଦେଖି ଗୋଟିଏ ବୁଢାଗଛ...
ଜ୍ଞାନୀ ଶମ୍ଭୁନାଥ ଜଣେ ଥିଲେ କଲିକତାନିବାସୀ । ସେ କିଛି ପାଠପଢି କଲିକତାର ଦେୱାନି ଅଦାଲତରେ ଜଣେ ମୋହରିର ରୂପେ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ତ ଆମ ଦେଶରେ ଗୋରା ଶାସନ ଚାଲିଥାଏ । ଶମ୍ଭୁନାଥ ଜଣେ ସଦାଚାରୀ ତଥା ଶୃଙ୍ଖଳିତ ମଣିଷ ଥିଲେ । ଠିକଣା ବେଳରେ ତାଙ୍କ କାର୍ଯ୍ୟ ସମ୍ପାଦନା ଅଭ୍ୟାସ ଥିଲା । ନଥିପତ୍ର ସବୁ ଅତି ଯତ୍ନରେ ସେ ସଜାଡି ରଖୁଥିଲେ । ତାଙ୍କର ସଚ୍ଚୋଟପଣିଆ ଯୋଗୁଁ ଲୋକେ ତାଙ୍କୁ ବହୁତ...
ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା । ପାଣି ଭିତରେ ଡେଇଁ ପଡିବା ପରେ ସେ ଦେଖିଲା ଯେ ତାଭିତରେ କୁକୁର ନାହିଁ କି ମାଂସଖଣ୍ଡ ମଧ୍ୟ...
ରାଜପୁରରେ କନକ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ଟଙ୍କା କରଜ ଦେଇ ବହୁତ ସୁଧ ନେଉଥିଲେ ଓ ଅନେକ ଧନ ରୋଜଗାର କଲେ । ଏଣେ ପୁଣି ସେ ଗ୍ରାମର ଲୋକେ ତାଙ୍କୁ ମହାକଞ୍ଜୁସ୍ ବୋଲି କହନ୍ତି । ସେ କିନ୍ତୁ ସେସବୁକୁ ଆଦୌ ଖାତିର୍ କରନ୍ତି ନାହିଁ । ସେ କହନ୍ତି, “ଯାହା ପାଖରେ କିଛି ନାହିଁ ସେ ପୁଣି କିପରି କଞ୍ଜୁସ୍ ହେବ? ଯାହା ପାଖରେ ଧନ ଅଛି, ତାକୁ ରକ୍ଷା କରିବା ଅର୍ଥ କ’ଣ କଞ୍ଜୁସ୍? ଧନକୁ ରକ୍ଷା କରିବାରୁ ସିନା ଅନ୍ୟମାନେ କରଜ...
ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।...
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର...
ସୋନପୁରର ରାଜା ଜଣେ ବଡ ହସଖୁସି ମିଜାଜର ଲୋକ ଥିଲେ । ପୁଣି ସେ ମଧ୍ୟ ଅତି ବୁଦ୍ଧିମାନ୍ ବି ଥିଲେ । ଥରେ ସେ ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁମାନଙ୍କର ଯଶୋ ଲିପ୍ସା ନାହିଁ ସେମାନେ ସମସ୍ତେ କାଲି ଦରବାରକୁ ଆସିବେ । ସେମାନଙ୍କୁ ସମ୍ମାନ ଦିଆଯିବ । ସେଦିନ ସମ୍ମାନ ପାଇବା ଆଶାରେ କେତେ ଲୋକ ଆସିଥା’ନ୍ତି । ସେମାନଙ୍କୁ ଦେଖି ରାଜା ଥଟ୍ଟା କରି କହିଲେ, “ଆଚ୍ଛା ତାହେଲେ ତମେ ସବୁ ଏହି ସମ୍ମାନ ପାଇଁ...
ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା । ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ...
ରାଜୁ ଓ ବିଜୁ ଦୁଇ ସାଙ୍ଗ । ସେ ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ଶ୍ରେଣୀ ଗୃହରେ ପାଖାପାଖି ହୋଇ ମଧ୍ୟ ବସନ୍ତି । ଦୁଇଜଣଙ୍କର ଗୋଟିଏ ମନ । ଖାଇବା, ଶୋଇବା, ସମୟତକ ଛାଡି ସବୁବେଳେ ସେମାନେ ଏକାଠି ଖେଳନ୍ତି ଓ ବୁଲନ୍ତି । ରାଜୁ ଓ ବିଜୁ ଦୁଇ ଜଣଙ୍କ ମଧ୍ୟରେ ବିଜୁ ଅତ୍ୟନ୍ତ ଦୁଷ୍ଟ । ୟା’ ତା’ ବାଡିରେ ପଶି ପିଜୁଳି କାକୁଡି ଆମ୍ବ ପ୍ରଭୃତି ଚୋରି କରେ । ବିଜୁର ସ୍ୱଭାବ ଏତେ ଖରାପ ବୋଲି ରାଜୁ ତ ଆଉ ଜାଣି ନଥାଏ । ରାଜୁର...
ଭୁବନଗିରିର ରାଜା ତାଙ୍କ ଉପଦେଷ୍ଟା ମଣ୍ଡଳିରେ ଜଣେ ନୂତନ ସଦସ୍ୟ ଗ୍ରହଣ କରିବାକୁ ସ୍ଥିର କଲେ । ଏଭଳି ସଦସ୍ୟ ବୋଇଲେ ମନ୍ତ୍ରୀ । ସେ ନିଜ ଅମାତ୍ୟ ବର୍ଗଙ୍କ ଭିତରୁ କାହାକୁ ନ ନେଇ ଜନସାଧାରଣଙ୍କ ଭିତରୁ ଜଣକୁ ବାଛିବାକୁ ମନସ୍ଥ କଲେ । “ଆମ ରାଜ୍ୟର ଅନେକ ଯୁବକ ବାରାଣସୀ ଓ ପୁରୀ ଇତ୍ୟାଦି ସ୍ଥାନକୁ ଯାଇ ଶିକ୍ଷା ଓ ଜ୍ଞାନର ବିକାଶ କରୁଛନ୍ତି । ସେମାନଙ୍କ ପ୍ରତିଭାରୁ ଆମେ କାହିଁକି ଲାଭବାନ ନହେବା? ଖାଲି...
ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା । ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର ଜୀବନ ବଂଚାଇଛି । ଶୀତଳ କହିଲା, “ପୁଅ, ତମେ ଠିକ୍ ସମୟରେ...
ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର କରି ଘରକୁ ଫେରନ୍ତି । ତେଣୁ ସେ ଆସିଲା ବେଳକୁ ରୀମା...
ସେତେବେଳେ ଗ୍ରୀଷ୍ମଋତୁ ଅଧା କଟିଗଲାଣି, ନଈ, ନାଳ, ପୋଖରୀ, ସବୁ ଶୁଖି ଯାଇଥାଏ । ପଥିକଟିଏ ଚାଲୁ ଚାଲୁ ବହୁତ ଥକି ଯାଇ ଗୋଟିଏ ଗାଁରେ ଆସି ପହଁଚିଲା । ଶୋଷରେ ତା’ ପ୍ରାଣ ଛଟପଟ କରୁଛି । ପ୍ରଥମ ଘରଟି ଦେଖି ସେ ପାଣି ମାଗିଲା । ବଡପାଟିରେ ଘର ମାଲିକକୁ ସେ ଡାକୁଥାଏ । ଭିତରୁ ଉତ୍ତର ଆସିଲା, “ଟିକିଏ ରୁହ, ମୁଁ ଏଇ ପୂଜା ଶେଷ କରି ଆସୁଛି ।” ଭିତରୁ ଘଂଟି ଶବ୍ଦ ଶୁଭିଲା । ଏଥର ପଥିକଟି ଭାବିଲା ପାଣି ମିଳିବ...
ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...