ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ

ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।                 ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ । ଅଲମ୍ପିକ୍ସ କ୍ରୀଡା ଜଗତରେ ପ୍ରାୟ ପଚିଶବର୍ଷଧରି ସେ ସର୍ବଶ୍ରେଷ୍ଠ...

Read More

ଲୋଭୀ ବୁଢୀର କୁକୁଡା

ଜଣେ ବୁଢୀ ଗୋଟିଏ କୁକୁଡା ପୋଷିଥାଏ । ଆଉ ସେ କୁକୁଡାଟି ପ୍ରତିଦିନ ଗୋଟିଏ ଅଣ୍ଡା ଦିଏ । ବୁଢୀ ସେ ଅଣ୍ଡାକୁ ଭାଜି ବେଶ୍ ଆନନ୍ଦରେ ଜଳଖିଆ କରେ । ଥରେ ବୁଢୀ ଭାବିଲା, କୁକୁଡାକୁ ଅଧିକା ଦାନା ଦେଲେ ସେ ଦିଟା ଅଣ୍ଡା ଦିଅନ୍ତା । ସେପରି ହେଲେ ତା’ର ଜଳଖିଆଟା ଖୁବ୍ ଜମନ୍ତା । ତାପରଦିନ ସକାଳୁ ବୁଢୀ କୁକୁଡାକୁ ଅଧିକା ଦାନା ଦେଲା । ପେଟେ ଲେଖା ଖାଇ କୁକୁଡା ମୋଟେଇଲା । ଫଳରେ କିଛିଦିନ ପରେ ସେ କୁକୁଡାଟି ଆଉ ଅଣ୍ଡା ଦେଲା ନାହିଁ...

Read More

ତାଙ୍କର ତୁଳନା ନାହିଁ

“ହେ ଆନନ୍ଦ! ତମେ କେମିତି ଅଛ?” କିଏ ଡାକୁଛି ଦେଖିବା ପାଇଁ ଆନନ୍ଦ ପଛକୁ ବୁଲି ଚାହିଁଲେ । “ମୋର ବିଶ୍ୱାସ ହେଉନି! ତୁମେ ଅରବିନ୍ଦ! ଠିକ୍ କହିଛି ନା? ତୁମେ କିପରି ଅଛ?” ଆନନ୍ଦ ଆଶ୍ଚର୍ଯ୍ୟରେ ଅଧିର ହୋଇ ଏହା କହିଲେ । ଉଭୟେ ପରସ୍ପରକୁ ଆଲିଂଗନ କଲେ । ଦୁଇ ସହପାଠୀ ଅଚାନକ ଭାବରେ ପରସ୍ପରକୁ ଭେଟିଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦର କୌଣସି ସୀମା ନଥିଲା । ଦୁହେଁ ଗୋଟିଏ ବିଦ୍ୟାଳୟରେ ପାଠ ପଢିଥିଲେ । ଉଚ୍ଚଶିକ୍ଷା ପାଇଁ...

Read More

ଅନନୁଶୋଚିୟ ଜାତକ

ଥରେ ବୋଧିସତ୍ୱ ବାରାଣସୀର ଏକ ଧନୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ସୁଖରେ ଅତିବାହିତ ହୋଇଥିଲା । ବୟସର ବୃଦ୍ଧି ହେବାରୁ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହେଲେ ଓ ସେଠାରେ ସୁଯୋଗ୍ୟ ଅଧ୍ୟାପକଙ୍କର ଶିଷ୍ୟ ହୋଇ ଶିକ୍ଷାଲାଭ କଲେ । ଶିକ୍ଷା ସମାପ୍ତ ହେବାରୁ ସେ ଗୁରୁଙ୍କର ଅନୁମତି ନେଇ ପିତାମାତାଙ୍କ ନିକଟକୁ ଫେରିଆସିଲେ ।        ପିତା ଦେଖିଲେ ପୁତ୍ର ବିବିଧ ବିଦ୍ୟାରେ ନୈପୁଣ୍ୟ...

Read More

ଅମର ମଣିଷ

“ପରିଶ୍ରମ କାର୍ଯ୍ୟକୁଶଳତା ବଳେ ହୋଇପାରେ ଖ୍ୟାତନାମା ଜଣେ     ଅତି ଗରିବରୁ ଧନବାନ୍ ଯେହ୍ନେ ହୋଇଥିଲେ ‘କାର୍ନେଗୀ’ ଦିନେ ।     ବିଶ୍ୱର ଦ୍ୱିତୀୟ ଧନବାନ ହୋଇ ଥାପିଦେଲେ ବିଶ୍ୱବିଦ୍ୟାଳୟ     ଖର୍ଚ୍ଚ କଲେ ଟଙ୍କା ନାନା ଦେଶେ ଖୋଲି ଦେବାପାଇଁ ପୁସ୍ତକଆଳୟ ।     ଅର୍ଥାଭାବ ଯୋଗୁଁ ପାଠ ପଢାପାଇଁ ଭୋଗିଥିଲେ ଯେଣୁ ଅସୁବିଧା     ସେଥିଲାଗି କାର୍ନେଗୀ ନାନା ଦେଶେ କରିଦେଲେ ଶିକ୍ଷାର ସୁବିଧା ।”                 ପୃଥିବୀରେ...

Read More

ପର ପାଇଁ ଗାତ ଖୋଳା

କୁକୁର ଆଉ ଗଞ୍ଜା କୁକୁଡ଼ା ଭିତରେ ଘନିଷ୍ଠ ବନ୍ଧୁତ୍ୱ ଗଢି ଉଠି ଥିଲା । ଦିନେ ଦୁଇ ଜଣ ବୁଲୁ ବୁଲୁ ଜଙ୍ଗଲ ଭିତରେ ପହଁଚି ବହୁତ ଗପ କରିବାକୁ ଲାଗିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ତା’ପରେ ରାତି ମଧ୍ୟ ହୋଇ ଆସିଲା । ଦୁଇ ଜଣ ବ୍ୟସ୍ତ ହୋଇଗଲେ ବର୍ତ୍ତମାନ କ’ଣ କରିବା? ସେମାନେ କଥାବାର୍ତ୍ତାରେ ଏତେ ଭୋଳ ହୋଇ ଯାଇ ଥିଲେ ଯେ କେତେ ବେଳେ ସୂର୍ଯ୍ୟ ବୁଡି ଚନ୍ଦ୍ର ଆକାଶରେ ଦେଖା ଦେଲେଣି ସେକଥା ସେମାନେ କିଛିବି ଜାଣି...

Read More

ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ

ଥରେ ଏକ ବିଦ୍ୟାଳୟ ପରିଦର୍ଶନରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ଉପ-ପରିଦର୍ଶକ ଯାଇଥାନ୍ତି । ବିଦ୍ୟାଳୟରେ ପରିଦର୍ଶକଙ୍କ ଏଭଳି ଅଚାନକ ପହଁଚିବା ଦେଖି ସେଠାକାର ଶିକ୍ଷକମାନେ ହଠାତ୍ ଛାନିଆ ହୋଇଗଲେଣି । ଟିକିଏ ଏପଟ ସେପଟ ହୋଇଗଲେ ଚାକିରି ବି ଚାଲିଯାଇପାରେ ।                 ପରିଦର୍ଶକ ବିଦ୍ୟାଳୟ ହତାରେ ପ୍ରବେଶ କରୁ କରୁ ପ୍ରଧାନଶିକ୍ଷକ ତାଙ୍କୁ ପାଛୋଟି ନେଇଗଲେ କାର୍ଯ୍ୟାଳୟ ଗୃହକୁ । ସେଠାରେ ପ୍ରଧାନଶିକ୍ଷକଙ୍କ...

Read More

ସାବାସ୍ ବିଶାନ

ଇଣ୍ଡିଆର ମୁକ୍ତି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ବାଳକଙ୍କ ବିଶେଷ ସ୍ଥାନ ରହିଛି ଯାହାକି ଆମ ପାଇଁ ଗର୍ବ ଓ ଗୌରବ । ଯେପରି ଆମ ଓଡିଶାର ବାଜି ରାଉତ ଆମମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଓ ଇତିହାସ, ଠିକ୍ ସେହିପରି ପଞ୍ଜାବ ପ୍ରଦେଶର ସାତ ବର୍ଷର ପିଲାଟିଏ । ସେ ଅଭିମନ୍ୟୁ ପରି ବୀର ବାଳକର ମାନ୍ୟତା ପାଇଛି । ଗୁରୁ ରାମ ସିଂହଙ୍କର ଅନେକ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ ତାଙ୍କ ଗୁରୁଙ୍କ ଆରାଧନାରେ ଏତେ ମଜି ଯାଉଥିଲେ ଯେ ବାହାର...

Read More

ରାଜକୁମାରୀ ସୁନନ୍ଦା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...

Read More

ବଳ ଓ ତେଜ

ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେ ବାଟରେ ସେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡେ ଅନାଇ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେସବୁର ପରିମାଣ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, “ବାଃ, କେଡେ ଚମତ୍କାର ଆମ୍ବ ବଗିଚା!”                 ଏହି କଥାରେ ତାଙ୍କ ଗୁମାସ୍ତା...

Read More

ଫାଇଦା ଧାରୀର ଭଲ ହୁଏ ନାହିଁ

ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ ଥିଲେ । କିନ୍ତୁ ଏହାର କୌଣସି ସମାଧାନ ହେଉ ନଥିଲା ।...

Read More

ଅବତାର ଭକ୍ଷଣ

କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ଭାଣ୍ଡ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା । ଏକ ସଙ୍ଗରେ ବସି କଥା ବାର୍ତ୍ତା ହେଉ ଥିଲେ । ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟ ବଶତଃ ଗୋପାଳ ଭାଣ୍ଡ ଅଲ୍ଲୀ ଘରକୁ ଗଲା । ସେତେ ବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉ ଥାଏ । ଗୋପାଳ ତାକୁ ଦେଖି ହସି ହସି କହିଲା – କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ?                  ଭାତ ଗୁଣ୍ଡାଟା ଗର୍ଭସାତ କରି ଅଲ୍ଲୀମିଆଁ ଉତ୍ତର ଦେଲା –...

Read More

କନକ ସୁନ୍ଦରୀ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା...

Read More

ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ ଯଦି ମୋ କଥା ମାନିଥାନ୍ତ, ତେବେ ଆଜି ଏଡେ ବଡ ବିପତ୍ତି ଆମ...

Read More

ଅକ୍ଷୟପାତ୍ର

କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ ।       ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ ବିତାଉ ଥିଲେ ମଧ୍ୟ ଘରକୁ କେହି ଅତିଥି ଆସିଲେ ଦୀନୁ ଓ ତା’...

Read More

ଜଡ ଭରତ

ଏକଦା ଭରତ ନାମରେ ଜଣେ ରାଜା ଥିଲେ । ପରିଣତ ବୟସରେ ସେ ରାଜ୍ୟଭାର ପୁତ୍ରମାନଙ୍କୁ ଦେଇ ତପସ୍ୟା ନିମନ୍ତେ ବଣକୁ ଚାଲିଗଲେ ।                 ଦିନେ ସେ ନଈରେ ସ୍ନାନ କରୁଛନ୍ତି, ହଠାତ୍ ଦେଖିଲେ ଗୋଟିଏ ମା ହରିଣ ତା’ ଶାବକକୁ ଛାଡି ମରିଗଲା । ଏହାପରେ ଭରତ ସେ ଛୁଆ ହରିଣକୁ ନିଜ କୁଡିଆକୁ ନେଇଯାଇ ପାଳିଲେ । କ୍ରମେ ସେ ହରିଣ ଛୁଆ ତାଙ୍କୁ ଏମିତି ମାୟାଡୋରିରେ ବାନ୍ଧିଲା ଯେ ସେ ଆଉ ସବୁ କଥା ଭୁଲିଯାଇ କେବଳ ତାହାରି ଯତ୍ନ...

Read More

ରହେ ତା’ ଆଦର ଯଶ

କୃଷ୍ଣ ପ୍ରସାଦ ଗାଁରେ ନରିଆ ବୋଲି ଚାଷୀଟିଏ ଥାଏ । ନିଇତି ଦୁଃଖ କରି ସେ ତା ପେଟ ପୋଷେ । ଛଣ ଛାଉଣୀ ଘର ହିଁ ତା’ର ସ୍ୱର୍ଗ, ଟହୁ ବାସନର ପଖାଳ ତା’ ପାଇଁ ଅମୃତ ସମାନ । କର୍ମ ହିଁ ତାର ଆନନ୍ଦ । ହେଲେ ଏ ସବୁ ସୁଖ ଭିତରେ ବି ଥାଏ ତାର ଗୋଟିଏ ଦୁଃଖ । ଘରେ ଅଳି କରିବାକୁ ତାର ତ ପିଲାଟିଏ ବି ନାଇଁ । ସବୁ ସୁଖ ଭିତରେ ଏଇ ବକଟେ ଦୁଃଖ ତାକୁ ଯେମିତି ପାହାଡ ପରି ଲାଗେ । ଅଥଚ ନରିଆ ସେଇ ଦୁଃଖକୁ ମନେ ମନେ ଉପଶମ କରି ପକାଏ ।...

Read More

ମହାଭାରତ

ମୂଳ ମହାଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ହେଲେ ମଧ୍ୟ ସେଥିରେ ଅନେକ ବିଷୟ ଅନ୍ୟମାନଙ୍କ ଦ୍ୱାରା ଲିଖିତ ହୋଇଥାଏ । ଏଠାରେ ଥିବା ବିଷୟ ମଧ୍ୟ ଠିକ୍ ସେହିପରି ପ୍ରକ୍ଷିପ୍ତ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ।                 ସମସ୍ତ ଯାଦବ ଅନ୍ତର୍ଦୀପରେ ମହୋତ୍ସବ କରିବାକୁ ଚାଲିଯିବା ପରେ ଅର୍ଜୁନଙ୍କର ସୁଭଦ୍ରାଙ୍କ ସହ ବିବାହ ଶ୍ରୀକୃଷ୍ଣ ବଡ ଗୁପ୍ତରେ କରାଇଥିଲେ । ପ୍ରଥମେ ଅର୍ଜୁନ ସୁଭଦ୍ରାଙ୍କୁ ବିବାହ ପ୍ରସ୍ତାବ ଦେବାରୁ...

Read More

ପରିଶ୍ରମର ଫଳ

ରାମନଗର ଗ୍ରାମରେ ଦୁଇବନ୍ଧୁ ରହୁଥିଲେ, ସେମାନେ ହେଲେ ଧୀରଚନ୍ଦ ଓ ବୀରଚନ୍ଦ । ସେ ଦୁଇଜଣ ମିଶି ବଡ ବଗିଚାଟିଏ କିଣିଲେ । ଦୁହେଁ ମିଶି ନାନା ଫସଲ ଓ ଗଛ ସବୁ ଲଗାଇଲେ । ଧୀରଚନ୍ଦ ତ ତା’ପିଲାଟି କାଳରୁ ସେ ଭାରି ଅଳସୁଆ । ବସି ବସି ଭଜନ ଗାଏ । ଖଞ୍ଜଣୀ ବଜାଏ ଗୀତ ଗାଏ । କିନ୍ତୁ ବୀରଚନ୍ଦ ସାରାଦିନ ଖଟି ଖଟି ବଗିଚାଟିକୁ ସବୁଜ ସୁନ୍ଦର କରି ରଖିଥାଏ । କିନ୍ତୁ ଫଳ ହେବା ବେଳକୁ ଅଧା ଭାଗ ଧୀରଚନ୍ଦ ନିଏ ।                 ଥରେ...

Read More

ପର ଭରଷାରେ କାମ ହୁଏ ନାହିଁ

ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ ।...

Read More

ବିଚିତ୍ର ଚିତ୍ରକଳା

ରାଜା କୃଷ୍ଣଦେବରାୟ ତାଙ୍କ ରାଜ୍ୟରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । କିଛି ଦିନପରେ ପ୍ରାସାଦ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହେଲା । ଏହାପରେ ରାଜା ଚାହିଁଲେ ସେ ପ୍ରାସାଦର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର କରିବା ପାଇଁ । ସେଥିପାଇଁ ଜଣେ ସୁ ପ୍ରସିଦ୍ଧ ଚିତ୍ରକରଙ୍କୁ ଅଣାଗଲା । ଚିତ୍ରକର ତାଙ୍କର ଅଦ୍ଭୁତ ପ୍ରତିଭା ବଳରେ ସେ ପ୍ରାସାଦକୁ ଅପୂର୍ବ ସୌନ୍ଦର୍ଯ୍ୟରେ ମଣ୍ଡିତ କରିପାରିଲେ । ପ୍ରାସାଦ...

Read More

ଟମଥମ୍ବ

ରାଜା ଆର୍ଥରଙ୍କ ସମୟରେ ମର୍ଲିନ୍ ନାମକ ଜଣେ ପ୍ରସିଦ୍ଧ ଯାଦୁକର ଥିଲେ ଏବଂ ସେ ଏମିତି କୌଶଳୀ ଥିଲା ଯେ ତାର କୌଶଳ ବିଶ୍ୱବିଖ୍ୟାତ ଥିଲା ।                 ସେ ପ୍ରସିଦ୍ଧ ଯାଦୁକର ମର୍ଲିନ୍ ଯେତେବେଳେ ଯେଉଁ ରୂପ ଧରିବାକୁ ଚାହୁଁଥିଲା ସେଇ ରୂପକୁ ସେ ଧରୁଥିଲା । ଥରେ ସେ ଜଣେ ଭିକାରି ରୂପରେ ବୁଲୁବୁଲୁ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡିଲା ଏବଂ ଜଣେ ଗରିବ କୃଷକର ଦାଣ୍ଡପିଣ୍ଡାରେ ଆଶ୍ରୟ ନେଲା ଓ ତାଙ୍କୁ କିଛି ଖାଇବାପାଇଁ ମାଗିଲା...

Read More

ବିଷ୍ଣୁ ପୁରାଣ

ଯମଦଗ୍ନିଙ୍କ ଶରୀର ହଠାତ୍ ସ୍ଥିର ହୋଇଗଲା ଓ ତାଙ୍କର ମୃତଦେହ ତଳେ ପଡିଗଲା । ରେଣୁକାଦେବୀ ସ୍ୱାମୀଙ୍କ ମୃତ ଶରୀର ନିକଟରେ ମଥାପିଟି କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ପର୍ଶୁରାମ ବଣରୁ ତାଙ୍କ ଆଶ୍ରମକୁ ଫେରି ଏପରି ଘଟଣା ଦେଖି କ୍ରୋଧରେ ପାଗଳ ହୋଇଗଲେ ଓ ନିଜର ପର୍ଶୁଟି ଧରି ମାହେଷ୍ମତୀ ନଗର ଅଭିମୁଖେ ଧାଇଁଲେ । ଇତିମଧ୍ୟରେ ମହର୍ଷି ଭୃଗୁ ବୁଲୁ ବୁଲୁ ଆସି ଯମଦଗ୍ନିଙ୍କ ଆଶ୍ରମରେ ପହଁଚିଲେ । ରେଣୁକାଙ୍କ ଆକୁଳ...

Read More

ଆଜି ଆମର ଏକ ସୌଭାଗ୍ୟର ଦିନ

ଦୀନଦୁଃଖୀ ସେବା କରିବା ସୌଭାଗ୍ୟ ମିଳିଥାଏ ସିନା ଭାଗ୍ୟରେ ଥିଲେ     ସାଥେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଦେଲେ ବିଦ୍ୟାସାଗର ଥରେ ।     ଈଶ୍ୱରଚନ୍ଦ୍ରଙ୍କ ଭଳି ବି ଗିରୀଶ ଥିଲେ ଦୟାଶୀଳ, ହୃଦୟବାନ     ସେଥିଲାଗି ଦୁହେଁ ସମାଜସେବାରେ କାଟିଦେଇଥିଲେ ସାରାଜୀବନ । ଅନେକ ଦିନ ତଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନରେ ଘଟିଥିଲା ଏଇ ଘଟଣାଟି । ଏଇ ଗୋଟିଏ ଘଟଣା କାହିଁକି ତାଙ୍କର ଜୀବନରେ ଘଟିଥିବା ପ୍ରତ୍ୟେକ ଘଟଣା...

Read More

ତୃତୀୟ ପ୍ରଶ୍ନ

ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା...

Read More

ଶାଶ୍ୱତର ଆକର୍ଷଣ

କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି  କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି...

Read More

ବୁଦ୍ଧିମାନ କିଏ

ରଘୁନାଥ ଓ ବଲରାଜ ଦୁଇବନ୍ଧୁ ଭାବନ୍ତି ଯେ ଜଣେ ଅନ୍ୟଠାରୁ ଅଧିକ ବୁଦ୍ଧିମାନ । ଥରେ ଦୁହେଁ ରାସ୍ତାରେ ବିବାଦ କରିବାବେଳେ ପ୍ରିୟନାଥ ନାମକ ସେଇ ଗ୍ରାମର ଅନ୍ୟ ଏକ ଭଦ୍ରଲୋକ ସେଠାରେ ପହଁଚି କହିଲେ, “ମୁଁ ତୁମ ଦୁହିଁଙ୍କର ବିବାଦ ଭାଙ୍ଗିଦେବି । ଦେଖ, ମୁଁ ତୁମ ଦୁହିଁଙ୍କୁ ଏକ ପ୍ରଶ୍ନ ପଚାରିବି । ଯିଏ ଭଲ ଉତ୍ତର ଦେଇପାରିବ ସେହିଁ ବୁଦ୍ଧିମାନ । ଯଦି ତୁମ ଦୁହିଁଙ୍କ ଭିତରୁ କିଏ ବି ଉତ୍ତର ଦେଇପାରିବ ନାହିଁ ତେବେ ମୁଁ...

Read More

ଦରବାରୀ ପେଟୁ

ଗଙ୍ଗାପୁରର ଟୋକା ଦୁର୍ଯ୍ୟୋଧନ ଭାରି ଗପୁଡି, କିନ୍ତୁ କାମଦାମ ମୋଟେ ସେ କରେ ନାହିଁ । ଗାଁରେ ଯାହାର ଯେଉଁଦିନ ବିଶ୍ରାମ ଲୋଡାଥାଏ କିମ୍ବା ଯିଏ ଅସୁସ୍ଥ ଥାଏ, ତା’ ପାଖରେ ଦୁର୍ଯ୍ୟୋଧନ ବସି ଦୁନିଆଯାକର ଅଜବ କଥା ସବୁ ଗପେ । ସେମାନେ କିଛି ହେଲେ ବି ମନେ କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର କାମଦାମ ଅଛି, ସେମାନଙ୍କ ପାଖରେ ବସି ଗପସପ କରି ସେମାନଙ୍କ ସମୟ ନଷ୍ଟ କଲେ ସେମାନେ ବା ସେଥିରେ କିପରି ଖୁସି ହେବେ? ଅସୁବିଧା...

Read More

ବୁଦ୍ଧିମାନ ବାଳକ

ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...

Read More

ସ୍ୱାର୍ଥତ୍ୟାଗୀ ସେଇ ଝିଅଟି

ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନାଁ ତା’ର ସିମୋନୀ ୱଲ୍ । ୧୯୦୯ ମସିହାରେ ପ୍ୟାରିସ୍ ସହରରେ ତାଙ୍କର ଜନ୍ମ ହୋଇଥିଲା । ସେ ଝିଅଟିକୁ ବାଇଶ ବର୍ଷ ହେଲା ବେଳକୁ ସେ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଗଲାଣି । ପାଠପଢା ଶେଷ ହେଉ ହେଉ ଗୋଟିଏ କଲେଜରେ ପ୍ରଫେସର ଚାକିରି ବି ତାକୁ ମିଳିଗଲା । ହେଲେ ସେ ଝିଅ ମନରେ ଆଦୌ ଖୁସି ନ ଥାଏ । ତା’ର ମନର ଭାବନା ବି କେହି ଜାଣିପାରୁ ନ ଥାନ୍ତି ।                 ଝିଅଟି କେଉଁଠୁ...

Read More

ସନ୍ଥ ଜିଲାନୀଙ୍କ ବଡପଣିଆ

ମିଳୁଅଛି ବୋଲି ଅଯଥାରେ ଖର୍ଚ୍ଚ କରିବା ନୁହେଁ ଉଚିତ                 ପ୍ରାପ୍ତଅର୍ଥ ସଦ୍ମାର୍ଗରେ ବ୍ୟୟିତ କରୁଥାଏ ଯେ’ ସତତ ।                 ସେହି ଏକା ବଡ ଏ ଧରା ବୁକୁରେ ସନ୍ଥ ଜିଲାନୀଙ୍କ ଭଳି                 ତାଙ୍କ ଜୀବନର ଘଟଣା ଶୁଣିଲେ ମଥା ଆମ ଯିବ ଘୂରି ।                 ମଣିଷର ଯେତକ ବଡପଣିଆ ତା’ର ସୁଗୁଣ ଗୁଡିକ ଭିତରେ ହିଁ ନିହିତ ଥାଏ । ଆଉ ସେହି ସୁଗୁଣ ଭିତରୁ ଗୋଟିଏ ବଡଗୁଣ ହେଲା ନିୟମର ଦାସ ସାଜି...

Read More

ରୂପାନ୍ତର

ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା । ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା ହେଉଛନ୍ତି ସାକ୍ଷାତ୍ ଭଗବାନ୍ । ସେଥିରେ ସେ ରାଜା ଅତ୍ୟନ୍ତ ଗର୍ବରେ...

Read More

ସୁନାବୋହୂ

ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ