କଂଚନପୁରର ଧନୀ ବ୍ୟବସାୟୀ ବିଶାଳଙ୍କର ଏକମାତ୍ର ପୁତ୍ର ବିଶୁ ତା’ ପିଲାଟିଦିନରୁ ବଡ ଆଦରରେ ମଣିଷ ହୋଇଥାଏ । ତା’ର ଯେତିକି ଇଚ୍ଛା ସେ ସେତିକି ପଢେ, ତାକୁ କେହିବି ଗାଳି ଦିଅନ୍ତି ନାହିଁ । ଏମିତି ସବୁଥିରେ ଅତ୍ୟଧିକ ସ୍ୱାଧିନତା ପାଇ ସେ ସରଳ ଭାବରେ ବଢୁଥାଏ । କ୍ରମେ ଯୁବକ ବୟସ ହେବାରୁ ତା’ର ପିତା ତାକୁ ବ୍ୟବସାୟରେ ରଖିବାକୁ ଚାହିଁଲେ । ହେଲେ ବିଶୁର ସାଂସାରିକ ଜ୍ଞାନ ଆଦୌ ନଥାଏ । ବ୍ୟବସାୟ ପାଇଁ ପ୍ରଖର ବୁଦ୍ଧି ଦରକାର;...
ଆଗ କାଳର କଥା । ଗୋଟିଏ ରାଜ୍ୟରେ ରାଜା କୁମାରଗୁପ୍ତ ରାଜୁତି କରୁଥାଆନ୍ତି । ପ୍ରଜାମାନେ ତାଙ୍କର କିପରି ସୁଖରେ ରହିବେ, ସେଥିପାଇଁ ସେ ରାଜାଙ୍କର ସବୁବେଳେ ଚିନ୍ତା । ମନ୍ତ୍ରୀ, ସେନାପତିଙ୍କୁ ମଧ୍ୟ ସେ ରାଜାଙ୍କର କଠୋର ନିର୍ଧେଶ ଥାଏ, ଯେପରି ତାଙ୍କ ପ୍ରଜାମାନେ ଆଦୌ ଅତ୍ୟାଚାରିତ ନ ହୁଅନ୍ତି । ତେଣୁ ସେ ରାଜାଙ୍କର ଦଣ୍ଡ ଭୟରେ ଚୋରୀ, ଡକାୟତି ସେ ରାଜ୍ୟରେ ଆଦୌ ନ ଥିଲା । ପ୍ରଜାମାନେ କୃଷି କର୍ମ କରି ଅତ୍ୟନ୍ତ ସୁଖରେ ଚଳି...
ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା । ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର ପରଲୋକ ହୋଇଯିବାରୁ ବିଷ୍ଣୁ ଗୁପ୍ତ ବହୁତ ଦୁଃଖିତ ହେଲେ ।...
ମହେନ୍ଦ୍ରର ଶେଷ ଅବଲମ୍ବନ ତା ବୋଉ ଥିଲା । ବାପା ତ ବହୁ ଆଗରୁ ଯାଇଥିଲେ । ବୋଉର ପରଲୋକ ପରେ ସେ ଆଉ ଗାଁରେ ନରହି ସହରକୁ ଯାଇ କୌଣସି କାମ ଧନ୍ଦା ଯୋଗାଡ କରିନେବାକୁ ସ୍ଥିର କଲା । ଗାଁରେ ଜଣେ ଆତ୍ମୀୟ ଥିଲେ । ସେ ବେଶ୍ ଭଲ ମଣିଷ । ମହେନ୍ଦ୍ର ନିଜ ଘରର ଦାୟିତ୍ୱ ତାଙ୍କୁ ସମର୍ପି ଦେଲା । ଜମି ଯାହା ଅଳ୍ପସଳ୍ପ ଥିଲା, ତାକୁ ପ୍ରତିବେଶୀମାନଙ୍କୁ ସେ ଭାଗରେ ଦେଲା । ତେଣିକି ନିଜ ଭାଗ୍ୟ ପରୀକ୍ଷା ନିମନ୍ତେ...
ରାଜା କୃଷ୍ଣଦେବରାୟ ତାଙ୍କ ରାଜ୍ୟରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । କିଛି ଦିନପରେ ପ୍ରାସାଦ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହେଲା । ଏହାପରେ ରାଜା ଚାହିଁଲେ ସେ ପ୍ରାସାଦର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର କରିବା ପାଇଁ । ସେଥିପାଇଁ ଜଣେ ସୁ ପ୍ରସିଦ୍ଧ ଚିତ୍ରକରଙ୍କୁ ଅଣାଗଲା । ଚିତ୍ରକର ତାଙ୍କର ଅଦ୍ଭୁତ ପ୍ରତିଭା ବଳରେ ସେ ପ୍ରାସାଦକୁ ଅପୂର୍ବ ସୌନ୍ଦର୍ଯ୍ୟରେ ମଣ୍ଡିତ କରିପାରିଲେ । ପ୍ରାସାଦ...
ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।” ଏକଥା ଶୁଣି ସ୍ୱାମିଜୀଙ୍କ ହୃଦୟ କୋହରେ ଭରିଗଲା । ତା’ପରେ ସେ ହଠାତ୍ କାନ୍ଦି...
ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ ।...
ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା । ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି ମହେଶର ଆଈ ଘରୁ ମୁଢି ଗିନାଏ କି କେତେବେଳେ ବାସି ରୁଟି ଦି’ ପଟ...
ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ ସେ ବଗିଚା ପାଖରେ ପୋଖରୀଟିଏ । ପୁଣି ସେ ପୋଖରୀ କୂଳରେ ଗୋଟାଏ...
ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ ତାଙ୍କର ଗଭୀର ଜ୍ଞାନ ଥିଲା । ବିକ୍ରମାଦିତ୍ୟ ଜଣେ ଧୀଶକ୍ତି...
ଗୁରୁନାଥପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ଗୃହସ୍ଥ ବାସ କରୁଥିଲେ । ତାଙ୍କର ଦୁଇ ଜଣ ବନ୍ଧୁ ଥିଲେ । ସେମାନେ ହେଲେ ଶୋଭନ ଏବଂ ବୋଧନ । ଗୋବିନ୍ଦରାଜ ଧନବାନ୍ ବ୍ୟକ୍ତି ଥିଲେ । ଏହା ଜାଣି ଶୋଭନ ଏବଂ ବୋଧନ ତାଙ୍କର ବନ୍ଧୁ ପାଲଟିଗଲେ– ‘ଟଙ୍କା ପେଟିରେ ବନ୍ଦ କରି ରଖୁଛ!’ ‘ଏହା ଦ୍ୱାରା କଣ ଲାଭ ମିଳିବ? ଯଦି ତୁମେ ସେଗୁଡିକୁ କୌଣସି ବ୍ୟବସାୟରେ ଲଗାଇ ଦିଅନ୍ତ ତେବେ ଗୋଟିଏ ଟଙ୍କା ଦଶ ଟଙ୍କା ହୋଇପାରନ୍ତା...
ଶେଠ୍ ହରିତ୍ କିଶୋର ବେମାର ପଡିଥାନ୍ତି । ଅନେକ ଦିନଯାଏଁ ସେ ଶଯ୍ୟାଶାୟୀ ରହିଲେ । ତାଙ୍କ ଲୋକେ ଜଣେ ନୂଆ ବୈଦ୍ୟଙ୍କୁ ଡକାଇଲେ । ଶେଠ୍ କହିଲେ, “ବୈଦ୍ୟଜୀ! ଅସୁସ୍ଥତା ଯୋଗୁଁ ମୋ ମନ ବି ଆଉ ଠିକ୍ କାମ କରୁନାହିଁ । ମୁଁ ଯାହା କହିବା ଠିକ୍ ନୁହେଁ, ତାହା କହିଦେଉଛି । ମାତ୍ର ଯାହା କହିବା ଠିକ୍, ତାହା କହି ପାରୁନାହିଁ ।” ବୈଦ୍ୟ କହିଲେ “ଚିନ୍ତା ନାହିଁ । ଆପଣଙ୍କ ରୋଗର ଅମୋଘ ଔଷଧ ମୋତେ ଜଣାଅଛି । ଆପଣ...
ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ...
ଥରେ ପ୍ରବାଳ ଦେଶର ରାଜା ସ୍ନାନ କରୁଥିବା ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡିଗଲେ । ତାଙ୍କ ପାଦରେ ଶକ୍ତ ଆଘାତ ବାଜିଲା ଯାହା ଫଳରେ କି ସେ ଆଉ ଚାଲବୁଲ କରି ପାରିଲେ ନାହିଁ । ରାଜ ବୈଦ୍ୟ ପାଦରେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଲେପନ କରି ପଟ୍ଟି ବାନ୍ଧିଦେଲେ ଏବଂ ଅତି କମ୍ରେ ପନ୍ଦର ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ରାଜାଙ୍କୁ ସେ ପରାମର୍ଶ ଦେଲେ । ବୈଦ୍ୟଙ୍କ କଥାନୁସାରେ ରାଜା ମନ୍ତ୍ରୀଙ୍କୁ...
ଗୋପାଳ ଏକ ଦିନେ ଗୋଟିଏ ଗଉଡୁଣୀ ସଙ୍ଗରେ ଥଟ୍ଟା ପରିହାସର କଥା ହେଉ ଥିଲା । ଏଣେ ଜଳା କବାଟି ବାଟେ ତା ଭାର୍ଯ୍ୟା ଦେଖି କ୍ରୋଧରେ ଗୋପାଳକୁ ବହୁତ ଗାଳି ଦେଲା । ଗୋପାଳ କିଛି ନ କହି ମନେ ମନେ ଭାର୍ଯ୍ୟାକୁ ଜବତ କରିବା ସକାଶେ ରାଗଟି ରଖିଲା । ଅକସ୍ମାତ୍ ଦିନେ ତାହାର ମଝିଆଁ ଜୋଇଁ ଆପଣା ମନକୁ ବୁଲିବାକୁ ଆସି ଥିଲା । ତାହାକୁ ଗୋପାଳ ଗୌରବ କରି ବସାଇଲା । ବୋଇଲା ବାବୁ । ଏହି ବୈଠକ ଖାନା ଘରେ ବସ ମୁଁ ଘରୁ...
ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର ବେପାର ଭଲ ଚାଲିଲା । କିଛି ଦିନ ପରେ ହାସାନ୍ ବେପାର ମାନ୍ଦା...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ତା’ ସାଙ୍ଗକୁ ଶ୍ୱାନ, ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ...
ହାଡି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ । ଗୋପାଳଙ୍କର ଥଟ୍ଟା ତାମସା ଓ କରାମତି କଥା ସାରା ଦେଶରେ ବ୍ୟାପି ଯାଇ ଥାଏ । ଗୋପାଳ ଯେଉଁ ଆଡେ ଗଲେ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଘେରି ଯାଉ ଥିଲେ । ଛୁଆ ମାନେ ତାଙ୍କ ପଛେ ପଛେ ଧାଡି ବାନ୍ଧି ଯାଉ ଥିଲେ । ଗୋପାଳ ଦୂର ଗାଁରେ ଥିବା କୌଣସି ବନ୍ଧୁ ଘରକୁ ଯାଇ ଥାନ୍ତି । ସେହି ଗାଁ ର ଜମିଦାର ଗୋପାଳଙ୍କ ବିଷୟରେ ବହୁ କଥା ଶୁଣି ଥାନ୍ତି ମାତ୍ର ଦେଖି...
ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ । ...
ସେଠ୍ ରତ୍ନଗୁପ୍ତ ଚନ୍ଦ୍ରନଗରର ଜଣେ ବଡ ବ୍ୟବସାୟୀ ଥିଲେ । ଦିନେ ରାତିରେ ତାଙ୍କ ଘରୁ ଦଶହଜାର ସ୍ୱର୍ଣ୍ଣମୁଦ୍ରା ଚୋରି ହୋଇଗଲା । ସକାଳେ ଉଠି ସେଠ୍ ଯେତେବେଳେ ଏହି ଚୋରି କଥା ଜାଣିଲେ, ସେତେବେଳେ ସେ ହଠାତ୍ ସ୍ତବ୍ଧ ହୋଇଗଲେ । କାହିଁକିନା ଦିନେ ଏଭଳି ଘଟଣା ଘଟିବ ବୋଲି ସେ କେବେବି କଳ୍ପନା ସୁଦ୍ଧା କରି ନଥିଲେ । ଯାହାହେଉ, ସେ ସେଠ୍ ଶୀଘ୍ର ପ୍ରକୃତିସ୍ଥ ହୋଇ କିପରି ଭାବରେ ଚୋରି ହେଲା, କିଏ ଚୋରି କଲା ସେସବୁ କଥା...
ଗଣେଶ ହଡ଼ା ଘରୁ ବାହାରିଗଲା ବେଳେ ସ୍ତ୍ରୀ କମଳାକୁ କହିଲା, “ଶୁଣ, ବହୁତ ଦୂର ଗାଁକୁ ଯାଉଛି । ଯଦି କାମ ଶେଷ ହେବା ବେଳକୁ ବେଶି ରାତି ହୋଇଯିବ, ତେବେ ରାତିରେ ନ ଆସି ଆଗାମୀ କାଲି ସକାଳେ ଆସି ଦୁଇପହର ସରିକି ପହଁଚିବି ।” କମଳା ହସିଲା । ସେ ଜାଣିଥିଲା ଯେ ଗଣେଶ ଅନ୍ଧକାରକୁ ଭୀଷଣ ମାତ୍ରାରେ ଡରେ । ସେ କହିଲା, “ତମେ କାଲି ଦୁଇପହର ବେଳକୁହିଁ ଆସି ପହଁଚିବ!” ଗଣେଶ କହିଲା “କାହିଁକି...
ମହନୀୟ ବ୍ୟକ୍ତି ମହାନ୍ ହୁଅଇ ମହାନ୍ ଗୁଣରେ ଏକା ଲୋଡା ନାହିଁ ତାକୁ ସୁରମ୍ୟ ପ୍ରାସାଦ ନଭଶ୍ଚୁମ୍ବୀ ଅଟ୍ଟାଳିକା । ଚନ୍ଦ୍ରଗୁପ୍ତଙ୍କର ମହାମନ୍ତ୍ରୀ ଥିଲେ ‘ଚାଣକ୍ୟ’ ସେଭଳି ବ୍ୟକ୍ତି ସରଳ ଜୀବନ ଯାପନ କରି ସେ କାଟୁଥିଲେ ଦିନ ନିତି । ବଣମଲ୍ଲୀ ଘଂଚ ଅରଣ୍ୟରେ ଥାଇ ଚଉଦିଗକୁ ବାସ ଛୁଟାଇଲା ଭଳି ଜଣେ ସାଧାରଣ ମଣିଷ ବି ତା’ର ମହନୀୟ ଗୁଣରେ ସାରା ବିଶ୍ୱରେ ସୁବିଖ୍ୟାତ ହୋଇପାରେ । ସେଭଳି ବ୍ୟକ୍ତିର ସୁରମ୍ୟ ନଭଶ୍ଚୁମ୍ବୀ...
ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି । ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ...
ପ୍ରାଚୀନ କାଳରେ ଉଜ୍ଜୟିନୀରେ ଅନେକ ବିଖ୍ୟାତ ରାଜା ସବୁ ରାଜତ୍ୱ କରୁଥିଲେ । କିନ୍ତୁ ଏକ ସମୟରେ ଏପରି ଜଣେ ରାଜା ଥିଲେ, ଯିଏକି ନିଜର ଅତ୍ୟାଚାର ଓ ବଦଗୁଣ ଯୋଗୁଁ କୁଖ୍ୟାତ ଥିଲେ । ଦିନକୁ ଦିନ ତାଙ୍କ ଅତ୍ୟାଚାରର ସୀମା ମଧ୍ୟ ରହିଲା ନାହିଁ । ତେଣୁ ସେ ରାଜ୍ୟର କେତେକ ଯୁବକ ପ୍ରଜାମାନଙ୍କୁ ନେଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କ୍ରମେ ସେହି ବିଦ୍ରୋହ ପ୍ରବଳରୂପ ଧାରଣ କଲା । ଅବଶେଷରେ...
କୌରବମାନଙ୍କ ସହିତ ଦ୍ୟୁତକ୍ରୀଡାରେ ହାରିଯାଇ ପଂଚୁପାଣ୍ଡବ ଓ ଦ୍ରୌପଦୀ ବନବାସ କରିବାକୁ ଗଲେ । ଦିନେ ହିମାଳୟ ନିକଟରେ ଭୀମ ଓ ଦ୍ରୌପଦୀ ବନବିହାର କରିବାବେଳେ ଏକ ଅପୂର୍ବ ପଦ୍ମ କେଉଁଠୁ ଉଡି ଆସି ସେଠାରେ ପଡିଲା । ସେଇଟି ଦେଖି ଦ୍ରୌପଦୀ ବଡ ମୁଗ୍ଧ ହେଲେ । ସେହି ପଦ୍ମର ମଧୁର ସୁଗନ୍ଧରେ ସମଗ୍ରପ୍ରଦେଶ ଚହଟି ଉଠୁଥିଲା । ଏହି ଅପୂର୍ବ ପଦ୍ମ ଅଳକାପୁରୀ ନିକଟସ୍ଥ ଏକ ସରୋବରରେ ଦିନକୁ ଗୋଟିଏ ଲେଖାଏଁ ଫୁଟେ ।...
ଦିନେ ଗୋଟିଏ ଶିକାରୀ ପକ୍ଷୀ ଶିକାର କରିବା ପାଇଁ ଘଂଚ ଜଙ୍ଗଲ ମଧ୍ୟକୁ ଆସିଲା । ଶିକାରୀଟିର କେହି ଆତ୍ମୀୟ ସ୍ୱଜନ ନଥାନ୍ତି । ତା’ର ରୁକ୍ଷ ବ୍ୟବହାର ପାଇଁ ସେ କାହାରି ପ୍ରିୟ ଭାଜନ ହୋଇପାରୁନଥାଏ । ଶିକାରୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ କପୋତ ପକ୍ଷୀକୁ ଧରି ବନ୍ଦୀ କଲା । ହଠାତ୍ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଚତୁର୍ଦ୍ଧିଗରୁ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା । ବିଜୁଳିର ଆଲୋକ ବନଭୂମିକୁ...
ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହି ପରି । ସେଦିନ ଦ୍ୱିପ୍ରହର ବେଳେ ଗୋପାଳ ତାର ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡିଆ ଦୋକାନ ଉପରେ ନଜର ପଡିଲା । ଦେଖିଲା ଯେ, ବଡ ଥାଳିରେ ଥାଳି ଥାଳି ସନ୍ଦେଶ, ଜଲବି, ମିଠାଇ ପ୍ରଭୁତି ସାଜସଜ୍ଜା ହୋଇ ଥୁଆ ହୋଇଛି । ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡା ଆଉ କେହି ନାହାଁନ୍ତି । ସନ୍ଦେଶ ଥାଳି ଦେଖି ଗୋପାଳ ପାଟିରୁ ଲାଳ...
ଗୋଟିଏ ବିରୁଡି ସାପର ମୁଣ୍ଡ ଉପରେ ବସି ସେ ସାପକୁ ବହୁତ ହଇରାଣ କଲା । ଏଥିରେ ସେ ସାପ ରାଗିଯାଇ ତାର ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ଗୋଟିଏ ଶଗଡ ଆସୁଥିବା ଦେଖି ଭାବିଲା, ଶଗଡ ତଳେ ମୁଣ୍ଡ ଦେଇ ଦେଲେ ବିରୁଡିଟା ପେଷିହୋଇ ମରିଯିବ । ଏହା ଭାବି ସେ ସାପ ଶଗଡ ତଳେ ମୁଣ୍ଡ ଦେଇ ଦେଲା । ମୁଣ୍ଡ ଉପରେ ଯେଉଁ ବିରୁଡି ବସିଥିଲା ସେ ତ ଚାପି ହୋଇଗଲା, ତା’ ସାଙ୍ଗରେ ସାପର ମୁଣ୍ଡ ଚାପି ହୋଇ ସେ ସାପ ବି...
ଅନେକ ଦିନ ପୂର୍ବେ ତୁର୍କୀ ସହରରେ ବାବର ନାମକ ଜଣେ ଗରୀବ ଲୋକ ଥାଏ । କିନ୍ତୁ ତା’ର ମନ ନାନା ଉଚ୍ଚ ଆକାଂକ୍ଷାରେ ପୂର୍ଣ୍ଣ ଥାଏ । ସେସବୁ ବେଳେ ବେଳେ ସେ ସ୍ୱପ୍ନରେ ଦେଖେ । ଦିନେ ବାବର ଗୋଟିଏ ଭୋଜନାଳୟର ଏକ କୋଣରେ ଥିବା ଚୌକି ଉପରେ ବସି ନାନା କଥା ଭାବୁଥାଏ । ସହରର ବଡ ବଡ ଧନୀମାନଙ୍କ ପାଇଁ ସ୍ନାନାଗାର ଥାଏ । ସେଠାରେ ସେବକମାନେ ମାଲିସ୍ କରି ଦିଅନ୍ତି ଓ ନାନା ପ୍ରକାର ସେବା କରନ୍ତି । ବାବରର ମଧ୍ୟ...
ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ । ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ ଚାଷୀ ଶସ୍ୟ ବିକୁଛି । ତୁ ପ୍ରଥମେ ଯାଇ ଦେଖି ଆସ ତାହା ଭଲ ନା...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...