କୋଶଳ ରାଜ୍ୟରେ ବୀରଦାସ ନାମରେ ଜଣେ ଯୁବକ ଥିଲା । ପିଲାଦିନରୁ ବାପମା’ ମରିଯାଇଥିବାରୁ ଜେଜେମା ତାକୁ ପାଳିଥାଏ; ଏତେ ଆଦରରେ ପାଳିଥାଏ ଯେ ସେ ତାକୁ କିଛି କାମ କରିବାକୁ ଦିଅନ୍ତି ନାହିଁ । ତେଣୁ ବୀରୁର ଦୁଇଟି ମାତ୍ର କାମ ଥାଏ ଖାଇବା ଓ ଶୋଇବା । କୋଶଳ ରାଜ୍ୟରେ ସେ ଜନ୍ମ ହୋଇ ମଣିଷ ହୋଇଛି । ଥରେ ପଡୋଶୀ ବିଦେହ ରାଜ୍ୟର ରାଜା ସିଂହସେନ କୋଶଳ ଉପରେ ଯୁଦ୍ଧ ଘୋଷଣା କଲେ । ଗୁପ୍ତଚରଙ୍କ ଠାରୁ କୋଶଳ ରାଜା ଚନ୍ଦ୍ରକାନ୍ତ ଏହି ଖବର...
ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ ଶୁଣିବାପରେ କହିଲେ, “ହଜୁର୍! ଏପରି ସ୍ୱପ୍ନ ଦେଖିବା ଅର୍ଥ ଏହା ସୂଚନା...
ରାଜା ଶିକାର କରିବାକୁ ଗଲେ । ସେତେବେଳେ ତାଙ୍କ ସାଥିରେ ଜଣେ ଅମାତ୍ୟ ବି ଥିଲେ । ରାଜା ସେହି ବଣ ଭିତରେ ଚାରି ପାଂଚଘଂଟା ବିତାଇ ମଧ୍ୟ ଗୋଟାଏ ବି ଶିକାର ପାଇଲେ ନାହିଁ । ସୁତରାଂ ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥାଏ । ହଠାତ୍ ହରିଣ ଛୁଆଟାଏ ଦେଖାଗଲା । ରାଜା ତରବରିଆ ଭାବେ ତୀର ଯୋଖିଲେ ଓ ମାରିଲେ । କିନ୍ତୁ ସେହି ତୀରଟି ହରିଣଛୁଆଠୁଁ ପ୍ରାୟ ଦୁଇଗଜ ଛାଡି ପଡିଲା । ଅମାତ୍ୟ କହିଲେ “ସାବାସ୍...
କୋହ୍ଲାପୁର ଜଙ୍ଗଲ ପାଖରେ ଏକ ଛୋଟ ପାହାଡ ଉପରେ ଜଣେ ତାନ୍ତ୍ରିକ ବୁଢୀ ଘର କରିଥାଏ । ତାକୁ ସେ ଗାଁ ଲୋକେ ସମସ୍ତେ ଡାକିନୀ ବୋଲି କୁହନ୍ତି । ସେ ବୁଢୀ ପାଖରେ ବହୁତ ତନ୍ତ୍ରମନ୍ତ୍ରର ଶକ୍ତି ଥାଏ । ତେଣୁ ସେ କାହାରିକୁ ବି ଆଦୌ ଡରେ ନାହିଁ । ଦୁନିଆରେ ତା’ର ଗୋଟିଏ ବୋଲି ନିଜର ଲୋକ ଥାଏ । ସେ ହେଉଛି ତା’ର ଏକମାତ୍ର ଝିଅ କମଳା । ବୁଢୀ କମଳା ପାଇଁ ମନେ ମନେ ବର ଖୋଜୁଥାଏ । କିନ୍ତୁ ଡରରେ କେହି ମଧ୍ୟ ସେ ଅଂଚଳ ଯମା ମାଡନ୍ତି...
ହେମଗିରି ନାମରେ ଛୋଟିଆ ଗାଁଟିଏ ଥାଏ । ଦଶଜଣ ଡାକୁ ମିଶି ସେଠାରେ ଗୋଟିଏ ଡାକୁଦଳ ଗଢିଥା’ନ୍ତି । ଗାଁ ପାଖରେ ଥିବା ବଣ ଭିତରେ ସେ ଡାକୁମାନେ ରହୁଥାନ୍ତି । ହେମଗିରି ଗାଁ ସେମାନଙ୍କର ଶୀକାର କ୍ଷେତ୍ର ହୋଇଯାଇଥାଏ । ସେମାନେ ମଝିରେ ମଝିରେ ଏଇ ଗାଁକୁ ଆକ୍ରମଣ କରି ଗ୍ରାମବାସୀଙ୍କର ଧନସମ୍ପତ୍ତି ନେଇ ଯା’ଆନ୍ତି; ତା’ ଛଡା ଜଣେ ଦୁଇଜଣ ସୁନ୍ଦରୀ ଝିଅ ଓ ଗୋଟିଏ ଦୁଇଟି ପିଲା ମଧ୍ୟ ଜବରଦସ୍ତି ନେଇ ଯା’ଆନ୍ତି । ସେମାନଙ୍କ ଏଭଳି...
ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା । ଦିନେ ସେ ଈଶ୍ୱରଙ୍କ ପାଖରେ ଯାଇ ପହଁଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି । ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ମୁଁ ଥରେ ଧରେ, ସେ ପ୍ରାଣୀ ମୋ କବ୍ଜାରୁ ଆଉ ଚାଲି ଯାଇ ପାରେ ନାହିଁ । ଉକ୍ତ ସବୁ କାରଣରୁ ମୁଁ ବଣର ଏକ ଛତ୍ରବାଦୀ ରାଜା ହୋଇ ବୁଲୁଛି । ସମସ୍ତ ପ୍ରାଣୀ ମାନେ ମୋତେ ଦେଖିଲେ ଛାନିଆରେ ସେଠାରୁ...
ବହୁତ ଦିନ ତଳର କଥା, ଜଣେ ଚାଷିର ବହୁତ ଇଚ୍ଛା ହେଲା ବହୁତ ଜମିର ମାଲିକ ହେବା ପାଇଁ । ତେଣୁ ସେଥିପାଇଁ ସେ ଠାକୁରଙ୍କୁ ବହୁତ ପୂଜା କଲା । ବହୁତ ଦିନ ପୂଜା କରିବା ପରେ ଠାକୁର ଖୁସି ହୋଇ ସେ ଚାଷିକୁ ଗୋଟିଏ ବର ଦେଲେ “କାଲି ସକାଳଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ତୁ ଯେତେ ଜମି ଉପରେ ଯାଇପାରିବୁ ସେ ସବୁତକ ଜମି ତୋର ହିଁ ହୋଇଯିବ ।” ତା’ପରଦିନ ଭାରି ଖୁସି ହୋଇ ସେ ଚାଷି ସକାଳୁ ଉଠି ଜମି ଉପରେ ଚାଲିବା ଆରମ୍ଭ...
କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ । ରାଜା ବି ତାଙ୍କ ଝିଅ କଥାରେ ସମ୍ମତି ଜଣାଇଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କରେ ଦୂତ ମାଧ୍ୟମରେ ପ୍ରଚାର...
ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ ଛଦ୍ମବେଶରେ ଏକା ଏକା ତାଙ୍କ ରାଜ୍ୟରେ ବୁଲି ବାହାରୁଥିଲେ ।...
ଦିନେ ମଧ୍ୟାହ୍ନ ସମୟେ ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ଭୋଜନ କରି ବସିଲେ । ଭୋଜନ ଶେଷରେ ମହାରାଜା ତାଙ୍କର ପୋଷା କୁକୁର ଲାଗି ମୁଠାଏ ଭାତ ଘେନି ଆସିଲେ । ଉଭୟେ ଦୁଇ ଜାଗାରେ ଭାତ ଥୋଇ ଦେଲେ । କୁକରଟି ଗୋପାଳ ଦେବା ଭାତକୁ ନ ଛୁଇଁ ରାଜାଙ୍କ ଭାତକୁ ଟାଉ ଟାଉ କରି ଖାଇ ଦେଲା । ଏହା ଦେଖି ମହାରାଜା ପରିହାସ କରି କହିଲେ – ଦେଖ ଗୋପାଳ, କୁକୁରଟା ତୁମ ଭାତକୁ ନ ଛୁଇଁ ମୋ ଭାତକୁ ଖାଇ ଦେଲା ।...
ଅନେକ ବର୍ଷ ତଳର କଥା । ଚମ୍ପେଇ ନେଉଳଟିଏ ଗୋଟେ ଜଙ୍ଗଲ ଭିତରେ ରହୁଥାଏ । ଏଡେଟିକେ ଜୀବ ହେଲେ କ’ଣ ହେଲା ସେ ଖୁବ୍ ଦୁଷ୍ଟ ଥିଲା । ପୃଥିବୀର ସବୁଠୁ ବେଶି ବିଷ ସେତେବେଳେ ତା’ରି ପାଟିରେ ହିଁ ଥିଲା । ସେ ଯାହାକୁ କାମୁଡୁଥିଲା ସେ ସଙ୍ଗେ ସଙ୍ଗେ ସେହିଠାରେହିଁ ମରି ପଡୁଥିଲା । ଏପରିକି ସେ ବାଘ, ଭାଲୁ ପ୍ରଭୃତିଙ୍କୁ ମଧ୍ୟ ଆଦୌ ଖାତିରି କରୁନଥିଲା ଓ ଯାହାକୁ ଦେଖୁଥିଲା ତାକୁ ସେ କାମୁଡି ପକାଉଥିଲା । ଏମିତି...
ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ ହେବ । ଆଉ ଚାରିଜଣଙ୍କ ପରେତ କେହି ପ୍ରଶ୍ନ ପଚାରିବାକୁ...
ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’ ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ...
ରାଜକୋଟରେ ପର୍ଶୁରାମ ନାମରେ ଜଣେ ମଧ୍ୟବିତ ବ୍ୟକ୍ତି ଥାଏ । ସେ ଅବଶ୍ୟ ପୁରାଣ ବର୍ଣ୍ଣିତ ପର୍ଶୁରାମଙ୍କ ପରି ବଡ କ୍ରୋଧୀ ସ୍ୱଭାବର ଥିଲା । ଛୋଟ କଥାରେ ରାଗି ସେ ଲାଲ୍ ହୋଇ ଯାଉଥିଲା । ଦିନେ ତା’ର ସାଙ୍ଗ ମୁକୁନ୍ଦ ତାକୁ ଦେଖା କରିବାକୁ ଆସିଲା । ମୁକୁନ୍ଦ ଘୋଡା ଗାଡିରୁ ଓହ୍ଲାଇ ସେ ଗାଡିବାଲାକୁ ପାଞ୍ଚଟଙ୍କା ଦେଲା । ଏକଥା ପର୍ଶୁରାମ ଦେଖିଦେଇ ଭୀଷଣ ରାଗିଯାଇ କହିଲା, “କ’ଣ ହେଲା, ସହରରୁ ଏଠାକୁ ଆସିବାକୁ...
ଦିନେ ତେନାଲୀରାମା ଖବର ପାଇଲେ ଯେ ରାଣୀ ତିରୁମାଲା ଦେବୀ ହଇରାଣରେ ପଡିଛନ୍ତି ଏବଂ ତେନାଲୀରାମାଙ୍କୁ ସଂଗେ ସଂଗେ ଦେଖା କରିବା ପାଇଁ କହିଛନ୍ତି । ଏ ଖବର ପାଇଲା ମାତ୍ରକେ ତେନାଲୀରାମା ବି ସଂଗେ ସଂଗେ ରାଣୀଙ୍କ ପାଖରେ ଯାଇ ପହଁଚିଗଲେ । ରାଣୀ କହିଲେ, “ଦିନେ ରାଜା କୃଷ୍ଣଦେବ ରାୟ ସ୍ୱ ରଚିତ ନାଟକ ମୋତେ ଶୁଣାଉଥିବା ସମୟରେ ଅସୁସ୍ଥତା ଜନିତ କ୍ଳାନ୍ତି ହେତୁ ମୋତେ ଟିକେ ନିଦ ଆସିଗଲା । ତେଣୁ ମୋତେ ଖାଲି ହାଇ ଉପରେ ହାଇ...
ଏକଦା ବିଜୟନଗରରେ ମୂଷାର ପ୍ରାଦୁର୍ଭାବ ବଢିଚାଲିଲା । ସେମାନେ କଟାକଟି କରି ଖାଦ୍ୟଶସ୍ୟ ଖାଇ ଯାହା କ୍ଷତି କଲେ, ହେଲେ ସବୁଠାରୁ ବଳିଗଲା ପ୍ଲେଗ୍ ରୋଗ ବ୍ୟାପିବା ଆଶଙ୍କା ଯାହାର ମୂଳ କାରଣ ମୂଷାମାନେ ଥିଲେ । ଏବେ ପ୍ରଜାମାନେ ଅଭିଯୋଗ ବାଢିଲେ ରାଜାଙ୍କ ପାଖରେ ମୂଷାବଂଶ ନିପାତ କରିବା ପାଇଁ । ଅବୁଝା ରାଜାବି ଏହାକୁ ସ୍ୱୀକାର କରିନେଲେ । ଏଥର ରାଜା ଏକ ଅଦ୍ଭୁତ ଆଦେଶ ଦେଲେ ପ୍ରଜାମାନଙ୍କୁ । ଏହି...
ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ ।...
ରାଜପୁରରେ କନକ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ଟଙ୍କା କରଜ ଦେଇ ବହୁତ ସୁଧ ନେଉଥିଲେ ଓ ଅନେକ ଧନ ରୋଜଗାର କଲେ । ଏଣେ ପୁଣି ସେ ଗ୍ରାମର ଲୋକେ ତାଙ୍କୁ ମହାକଞ୍ଜୁସ୍ ବୋଲି କହନ୍ତି । ସେ କିନ୍ତୁ ସେସବୁକୁ ଆଦୌ ଖାତିର୍ କରନ୍ତି ନାହିଁ । ସେ କହନ୍ତି, “ଯାହା ପାଖରେ କିଛି ନାହିଁ ସେ ପୁଣି କିପରି କଞ୍ଜୁସ୍ ହେବ? ଯାହା ପାଖରେ ଧନ ଅଛି, ତାକୁ ରକ୍ଷା କରିବା ଅର୍ଥ କ’ଣ କଞ୍ଜୁସ୍? ଧନକୁ ରକ୍ଷା କରିବାରୁ ସିନା ଅନ୍ୟମାନେ କରଜ...
“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ ସାବ୍ୟସ୍ତ ହେଲେ । ନିୟମାନୁସାରେ ଅଦାଲତଦ୍ୱାରା ଦୋଷୀକୁ ତ...
ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା ହୋଇଗଲା । ଏବେ ପଟେଲ କରିବେ କ’ଣ? ତେଣୁ ସେ...
ଗୋଟିଏ ନଗରୀରେ ‘ଦେବଶକ୍ତି’ ନାମକ ଜଣେ ରାଜା ବାସ କରୁଥିଲେ । ରାଜାଙ୍କର ଏକମାତ୍ର ସନ୍ତାନ ଥାଏ । କିନ୍ତୁ ରାଜାଙ୍କ ମନରେ ସୁଖ ନଥାଏ । କାରଣ ରାଜକୁମାରଙ୍କ ପେଟରେ ଏକ ସାପ ଥାଏ । ରାଜ୍ୟରେ ଥିବା ବଡ ବଡ ଚିକିତ୍ସକ ମାନେ ଆସି ରାଜକୁମାରଙ୍କୁ ଚିକିତ୍ସା କଲେ ସତ, କିନ୍ତୁ ତନ୍ମଧ୍ୟରୁ କୌଣସିଟି କାର୍ଯ୍ୟ କଲାନାହିଁ । ଶେଷରେ ରାଜକୁମାର ବଂଚିବା ଆଶା ଛାଡିଦେଲେ । କାହାକୁ କିଛି ନକହି ରାତିରେ ପ୍ରାସାଦ ଛାଡି ଅନ୍ୟ ଏକ ରାଜ୍ୟକୁ...
ଏକଦା ବୁନ୍ଦେଲଖଣ୍ଡ ରାଜ୍ୟକୁ ଠାକୁରବଂଶୀୟ ରାଜା ଶାସନ କରୁଥିଲେ । ରୂପାସିଂହ ହେଲେ ସେହି ବିଖ୍ୟାତ ବଂଶର ଯୁବକଟିଏ । ସେ ଦେଖିବାକୁ ଖୁବ୍ ସୁନ୍ଦର, ସମସ୍ତ ସଦଗୁଣରେ ପରିପୂର୍ଣ୍ଣ । କିନ୍ତୁ ଜନ୍ମରୁ ସେ ଦରିଦ୍ର, ହେଲେ ମନଟି ତାଙ୍କର ଉଚ୍ଚ । ନିଜର ବୋଲି ତା’ର ଏ ପୃଥିବୀରେ କେହିବି ନାହିଁ । କୁରାଢୀଟିଏ ଜାଣ ତାଙ୍କର ସାଥୀ । ସକାଳୁ ଦ୍ୱିପହର ପର୍ଯ୍ୟନ୍ତ ଜଙ୍ଗଲରେ ସେ କାଠ କାଟନ୍ତି । ସେତକ ବିକି ତିନି ଟଙ୍କାରୁ ପାଞ୍ଚ...
ବଳଭଦ୍ର ନାମକ ଜଣେ ଯୁବକ ଗୁରୁକୂଳରେ ଶିକ୍ଷା ଶେଷକରି ନିଜ ଗ୍ରାମକୁ ଲେଉଟି ଆସିଲେ । ବଳଭଦ୍ରଙ୍କ ପିତା ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ସେ କ୍ଷେତବାଡି କରିବା ସଙ୍ଗେସଙ୍ଗେ ଲେଖାପଢା ମଧ୍ୟ କରୁଥା’ନ୍ତି । ସେ ସଂସ୍କୃତ ଗ୍ରନ୍ଥସବୁ ଅନୁବାଦ କରି ସହରର ଜଣେ ଧନୀଲୋକଙ୍କ ପାଖକୁ ପଠାଇ ଦିଅନ୍ତି । ଧନୀଲୋକ ତାଙ୍କୁ ବେଶ୍ ଭଲ ପାରିଶ୍ରମିକ ଦିଅନ୍ତି । ବଳଭଦ୍ରଙ୍କ ପିତା ଚାହୁଁଥିଲେ ଯେ ବଳଭଦ୍ର ତାଙ୍କୁ ଲେଖାପଢାରେ ସାହାଯ୍ୟ କରୁ ।...
ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ ବହୁତ ସରଳ ଓ ଦୟାବନ୍ତ ଜୀବଟିଏ ଥିଲା । ସେ ନେଉଳ ସାପକୁ ତା’...
ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ ମୂଷାଟିକୁ ଧରିବାପାଇଁ ଚେଷ୍ଟା କଲା । ସିଂହଟି ତାକୁ ଗୋଡାଇବାରୁ...
ଭୁବନଗିରିର ରାଜା ତାଙ୍କ ଉପଦେଷ୍ଟା ମଣ୍ଡଳିରେ ଜଣେ ନୂତନ ସଦସ୍ୟ ଗ୍ରହଣ କରିବାକୁ ସ୍ଥିର କଲେ । ଏଭଳି ସଦସ୍ୟ ବୋଇଲେ ମନ୍ତ୍ରୀ । ସେ ନିଜ ଅମାତ୍ୟ ବର୍ଗଙ୍କ ଭିତରୁ କାହାକୁ ନ ନେଇ ଜନସାଧାରଣଙ୍କ ଭିତରୁ ଜଣକୁ ବାଛିବାକୁ ମନସ୍ଥ କଲେ । “ଆମ ରାଜ୍ୟର ଅନେକ ଯୁବକ ବାରାଣସୀ ଓ ପୁରୀ ଇତ୍ୟାଦି ସ୍ଥାନକୁ ଯାଇ ଶିକ୍ଷା ଓ ଜ୍ଞାନର ବିକାଶ କରୁଛନ୍ତି । ସେମାନଙ୍କ ପ୍ରତିଭାରୁ ଆମେ କାହିଁକି ଲାଭବାନ ନହେବା? ଖାଲି...
(ଭୂବନସୁନ୍ଦରୀଙ୍କ ପାଇଁ ଗ୍ରୀକ୍ ଓ ଟ୍ରୋଜନ୍ ମାନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆସି ଶେଷ ଅବସ୍ଥାରେ ପହଁଚିଲା । ଦୁଇପକ୍ଷରୁ ମହାନ ଯୋଦ୍ଧା ସବୁ ମରିଗଲେ । ଟ୍ରୋୟକୁ ଜିତିବାକୁ ରୂପଧର ଏକ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଏକ ବିରାଟ କାଠଘୋଡା ତିଆରି କରାଗଲା । ଗ୍ରୀକ୍ ଯୋଦ୍ଧାମାନେ ସେହି କାଠଘୋଡାର ପେଟରେ ପଶି ଲୁଚିରହିଲେ । ଗ୍ରୀକ୍ ସମ୍ରାଟ୍ ପୋଡାକୁ ଓ ଚୌର୍ଯ୍ୟନାଥ ନାମକ ଏକ ଗୁପ୍ତଚରକୁ...
ବହୁଦିନ ପୂର୍ବେ ଗୋଟିଏ ସହରରେ ଭଦ୍ର ନାମକ ଏକ ଧନୀ ଥାଏ । ତା’ଭଳି କଞ୍ଜୁସ୍ ଏ ପୃଥିବୀରେ ଦ୍ୱିତୀୟ ଆଉ କେହିନାହିଁ । ଦିନେ ରାସ୍ତାରେ ଯାଉଥିବା ବେଳେ ସେ ଭଦ୍ର ହଠାତ୍ ପଡିଗଲା । ଫଳରେ ତା’ କୁର୍ତ୍ତାରୁ ଟଙ୍କାସବୁ ରାସ୍ତାରେ ବିଂଚିହୋଇ ପଡିଲା । ଭଦ୍ର ତୁରନ୍ତ ସେସବୁକୁ ଗୋଟାଇ ଦେଖିଲା ତହିଁରୁ ଟଙ୍କାଟିଏ କମ୍ ଅଛି । ସେଇଟିକୁ ସେ ବହୁତ ଖୋଜିଲା ହେଲେ ଟଙ୍କାଟିକୁ ସେ ଆଦୌ ପାଇଲା ନାହିଁ । ଭଦ୍ର ଟିକିଏ ଆଗକୁ ଯାଇ ଠିଆ ହୋଇ...
ସମୁଦ୍ର କୂଳରେ ତ ଲୁଣ ଭାରି ଶସ୍ତାରେ ମିଳେ । ତେଣୁ ଜଣେ ବଣିକ ଲୁଣ ବସ୍ତା ଗଧ ପିଠିରେ ଲଦି ସମୁଦ୍ର କୂଳରୁ ସହରକୁ ଆଣିଲା । ସେ ଲୁଣ ବସ୍ତା ବହୁତ ଓଜନ ଥିବାରୁ ଏଣେ ଏ ଗଧକୁ ଭାରି କଷ୍ଟ ହେଲା । ନଈ କୂଳରେ ଚାଲୁ ଚାଲୁ ଭାର ସମ୍ଭାଳି ନପାରି ଗଧର ଗୋଡ ହଠାତ୍ ଖସିଗଲା ଏବଂ ସେ ନଈରେ ପଡିଗଲା । ଫଳରେ ପାଣିରେ ପଡି ଲୁଣ କିଛି ମିଳାଇଗଲା ଏବଂ ସେଥିରେ ଭାର ଟିକେ ହାଲୁକା ହୋଇଯିବାରୁ ଗଧକୁ ବି ବେଶ୍ ଆରାମ ମିଳିଲା । ଆଉ ଦିନେ ସେ...
ଗୁରୁଦେବ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ କେବଳ ମହିମାଗଡ ନୁହଁ, ବରଂ ତା’ଆଖପାଖ ଦଶଖଣ୍ଡ ରାଜ୍ୟର ପୂଜ୍ୟ ଗୁରୁଦେବ । ତାଙ୍କର ମଧୁର ବ୍ୟବହାର, ଶାନ୍ତ ସ୍ୱଭାବ, ବଳିଷ୍ଠ ବ୍ୟକ୍ତିତ୍ୱପାଇଁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅତୀବ ଭକ୍ତି କରୁଥିଲେ, ପ୍ରେମ ବି କରୁଥିଲେ । ତେଣୁ ସବୁଠି ଖାଲି ସ୍ୱାମୀ ନିତ୍ୟାନନ୍ଦଙ୍କର ଭୁରି ଭୁରି ପ୍ରଶଂସା । ସ୍ୱାମୀ ସବୁବେଳେ କହୁଥିଲେ-ଶିକ୍ଷା ମଣିଷକୁ ସୁଖଶାନ୍ତିରେ ରହିବାକୁ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ରାଜା ବିକ୍ରମାର୍କ କିନ୍ତୁ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ତିଳେମାତ୍ର ଦ୍ୱିଧା ନକରି ରାଜା ବିକ୍ରମାର୍କ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ...
ଜ୍ଞାନୀବ୍ୟକ୍ତିମାନେ କହିଥାନ୍ତି ସଦା ଧୈର୍ଯ୍ୟ ମଣିଷର ମହାନ ଗୁଣ ଏହି ଗୁଣ ବଳେ ଅସାଧ୍ୟକାର୍ଯ୍ୟ ବି ଅତି ସହଜରେ ହୁଏ ସାଧନ । ଏଥିଲାଗି ଗୁରୁ ରାମଦାସଙ୍କର ଜୀବନୀରୁ କଥାଟିଏ ଶୁଣିଲେ ଜାଣିଯିବା ଧୈର୍ଯ୍ୟଗୁଣର ମହତ୍ତ୍ୱ ରାମଦାସ ଯାହା ବୁଝାଇଥିଲେ । ମାନବର ଅନେକ ସଦ୍ ଗୁଣ ମଧ୍ୟରେ ଧୈର୍ଯ୍ୟ ହେଉଛି ମହାନ୍ । ଏହି ଗୁଣଧାରୀ ବ୍ୟକ୍ତି ନିଶ୍ଚୟ ବଡମଣିଷରେ ଗଣା ହୋଇଥାଏ, ଅସାଧ୍ୟ କାର୍ଯ୍ୟକୁ...