ଗ୍ରାମ ମୁଣ୍ଡକୁ ଲାଗି ବିସ୍ତାରିତ ଗୋଟେ ପଡ଼ିଆ । ସେହି ପଡ଼ିଆ ମୁଣ୍ଡରେ ଥାଏ ଏକ ବଡ଼ ବରଗଛ । ବରଗଛ ମୂଳକୁ ଲାଗି ଗୋଟିଏ ବଡ଼ ହୁଙ୍କା । ହୁଙ୍କାକୁ ଲାଗି ରହିଥାଏ ଗୁଡାଏ ଛୋଟିଆ ବୁଦୁବୁଦିଆ ଘଞ୍ଚ କଞ୍ଚାଗଛ । ତାରି ମଧ୍ୟରେ ଗୋଟିଏ ଟିକି ଚଢ଼େଇ ଆସି ବସା ବାନ୍ଧି ରହିଲା । ସେଠାରେ କିଛିଦିନ ରହିବାପରେ ସେ ଦେଖିଲଯେ ଆଉ ଗୋଟେ ଛୋଟ ଚଢ଼େଇ ଆସି ବରଗଛର ଉପରେ ବସା ବାନ୍ଧି ରହିଲା । ତଳ ଟିକି ଚଢ଼େଇ କହିଲା – ଯାହା ହେଉ ଭଲ ହେଲା...
କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ । ସେ ଯାହା ଖୋଜୁଥାଏ ତାହା ତାକୁ ମିଳିଯାଏ । ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡି ଦିଅନ୍ତି । ସବୁପ୍ରକାର ସୁଖସୁବିଧା ଆପେ ଆପେ ହାତରେ ଧରାଦିଏ । ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ, ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ କର୍ମକୁ ହିଁ ବିଶ୍ୱାସ କରନ୍ତି, କିନ୍ତୁ ଅଳସୁଆ ଦୁଃଖପାଏ ।...
ଦିନକର କଥା । ସମ୍ରାଟ୍ ଆକବରଙ୍କ ସଭା ଖୁବ୍ ଜୋରସୋର୍ରେ ଚାଲିଥାଏ । ସେହି ସମୟରେ ଦରବାରରେ ହଠାତ୍ ଜଣେ ପ୍ରବେଶ ହୋଇ ସମ୍ରାଟଙ୍କ ନିକଟରେ ଆପତ୍ତି କଲା ଯେ, ସାତବର୍ଷ ଧରି ମୁଁ ଗୋଟିଏ ଆମ୍ବଗଛ ଆଜ୍ଞା ରୋପଣ କରିଥିଲି । ଏଥର ସେହି ଆମ୍ବ ବୃକ୍ଷରେ ଖୁବ୍ କରି ଆମ୍ବ ହୋଇଛି । ସେହି ବୃକ୍ଷର ଫଳ ସବୁକୁ ଦେଖି ମୋର ପାଖ ପଡୋଶୀ ହଟ ନାମକ ବ୍ୟକ୍ତି କହୁଛି, ସେହି ଆମ୍ବ ବୃକ୍ଷଟି ତାହାର । ହେ ହଜୁର୍, ଏତେ ଯତ୍ନ, ଏତେ ପରିଶ୍ରମ କରି...
କୋଶଳ ଦେଶର ରାଜା ଶୈଳପ୍ରତାପ ଦିନେ ତାଙ୍କ ବିଦୂଷକ କିଶୋର ଉପରେ ରାଗିଗଲେ । କାରଣ ରାଜା ଯାହା କହନ୍ତି, କିଶୋର ତା’ର ବିପରୀତ କଥା କହେ । ରାଜା ଆଦେଶ ଦେଲେ “ତମେ ମୋ ଦରବାର ଛାଡି ଏହିକ୍ଷଣି ବାହାରି ଯାଅ! ତୁମେ ତୁମ ମୁହଁ ମୋତେ ଆଉ ମୋଟେ ଦେଖାଇବ ନାହିଁ ।” ଏହାପରେ ବିଦୂଷକ “ଯେ ଆଜ୍ଞା!” କହି ଅଭିବାଦନ କରି ସଙ୍ଗେ ସଙ୍ଗେ ସେଠାରୁ ବାହାରିଗଲା । ସେଦିନ ଜଣେ ସାମନ୍ତ ରାଜାଙ୍କ...
ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।” ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ...
ଶ୍ୟାମ ଓ ସୁଶୀଳାଙ୍କର ଏକମାତ୍ର କନ୍ୟା ଉର୍ମିଳା । ସେହି କାରଣରୁ ଅତି ଆଦରରେ ସେ ବଢିଥାଏ । ଉର୍ମିଳା ମା’ଙ୍କୁ ଛାଡି ଦଣ୍ଡେ ମଧ୍ୟ ରହିପାରେ ନାହିଁ । ଧୀରେ ଧୀରେ ସେ ଉର୍ମିଳା ବିବାହ – ଉପଯୋଗୀ ବୟସରେ ଆସି ଉପନୀତା ହେଲା । ପିତା-ମାତା ଗୁରୁତ୍ୱର ସହ ଉପଯୁକ୍ତ ବରପାତ୍ର ସନ୍ଧାନରେ ଲାଗିପଡିଲେ । ସୁଶୀଳା ଓ ଶ୍ୟାମ କନ୍ୟାକୁ ଅତ୍ୟଧିକ ସ୍ନେହ କରୁଥିବାରୁ, ସେମାନେ ତା’କୁ ବିବାହ ପରେ ନିଜ ପାଖରୁ ଛାଡିବା ପାଇଁ ଚାହୁଁ ନ ଥିଲେ...
ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ...
ଅନେକ ବର୍ଷ ତଳେ ଜଣେ ଗୁରୁଥିଲେ । ତାଙ୍କ ନାମ ଗୁରୁ ଶିବଯୋଗୀ । ତାଙ୍କର ଅଳ୍ପ କେତେଜଣ ଖୁବ୍ ବାଧ୍ୟ ଛାତ୍ର ଥିଲେ । ସେମାନେ ଗୁରୁଙ୍କ ସହିତ ଗୋଟେ ପାହାଡ ଉପରେ ଥିବା ତାଙ୍କ ଆଶ୍ରମରେ ରହନ୍ତି । ଗୁରୁଙ୍କ ସହିତ ଏକାଠି ଖିଆପିଆ କରନ୍ତି ଓ ସେହି ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ ମଧ୍ୟ କରନ୍ତି । ଦିନେ ଗୁରୁ ତାଙ୍କର ସବୁଠାରୁ ପ୍ରିୟ ନିର୍ଭୀକ ଛାତ୍ରଟିକୁ ଡାକି କହିଲେ “ଭୀରନ୍, ଜଙ୍ଗଲ ଭିତରକୁ ଯାଅ । ଗୋଟେ...
ଏକଦା ଗୋଟିଏ ନଗରରେ ପଂଚୁ ଦାଦା ନାମକ ଜଣେ ଯୁବକ ରହୁ ଥିଲା । ପିତୃପୁରୁଷଙ୍କ ଠାରୁ ତାଙ୍କୁ କିଛି ସମ୍ପତ୍ତି ମିଳି ଥିଲା । କିନ୍ତୁ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣାର ଅଭାବରେ ତାହାକୁ ସେ ଅତି ଶୀଘ୍ର ନିଜ ପେଟ ପାଇଁ ମୂଳ ପୋଛ କରି ଦେଇ ଥିଲା । ଅର୍ଥାତ୍ ତାହାକୁ ସବୁ ବିକ୍ରି କରି ଦେଇ ଥିଲା ସେହି ପଂଚୁ ଦାଦା । ସେ ବହୁତ କର୍ମ କୋଢିଆ ଥିଲା । ତେଣୁ କାମ କରି ଚଳିବା ତାର ଉଦ୍ଧେଶ୍ୟ ନଥିଲା । ସେ ଭାବିଲା ଯେ ପେଟ ପୋଷିବା...
ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...
ତ୍ରେତୟା ଯୁଗର କଥା । ଏବେ ଶ୍ରୀକ୍ଷେତ୍ରରେ ଯେଉଁଠି ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ, ସେତେବେଳେ ସେ ସ୍ଥାନ ଏତେ ମନୋରମ ନଥାଇ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଥରେ ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଘନ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଏକ ସ୍ଥାନଟିକୁ ଆବିଷ୍କାର କଲା । ରାବଣ ରାକ୍ଷସ ହେଲେ କ’ଣ ହେବ, ସେ ଜଣେ ବ୍ରାହ୍ମଣ ପଣ୍ଡିତ ଓ ଶିବ ଭକ୍ତ ଥିଲା । ତେଣୁ ଏହି ଶିବ ଲିଙ୍ଗକୁ ଆବିଷ୍କାର କରିବା ପରେ...
ଦୁନିଆରେ ଜୀବନ ପାଇ ବଂଚିଥିବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅନ୍ୟତମ । ତା’ ମଧ୍ୟରେ ଅନେକ ଉପାଦାନ ଭର୍ତ୍ତିକରି ପୃଥିବୀ (ପୃଥିବୀରେ ମିଳୁଥିବା ଉପାଦାନ ମାନଙ୍କ ଦ୍ୱାରା ହିଁ ଜୀବନ ସୃଷ୍ଟି ସମ୍ଭ ହୋଇଛି) ତାକୁ ଏ ପ୍ରକୃତିରେ ସୃଷ୍ଟି କରିଛି । ପିଲାଟିଏ ଜନ୍ମହେବା ସଙ୍ଗେ ସଙ୍ଗେ ତା ସହିତ ବହୁତ ଗୁଣ ଓ ଦୋଷର ବି ଜନ୍ମ ହୋଇଥାଏ । ସତ୍ୟ, ଶାନ୍ତି, ଦୟା, କ୍ଷମା, ପରୋପକାର ଆଦି ମହାନ୍ ଗୁଣରେ...
ଭାରତର ଭଦ୍ରପୁର ନାମକ ଗୋଟିଏ ନଗର ଥିଲା । ସେହି ନଗରରେ ଜଣେ ବଡ ଧନୀ ମହାଜନ ଥିଲା । ସେହି ମହାଜନର ନାମ ପ୍ରେମଚାନ୍ଦ । ମହାଜନ ପ୍ରେମଚାନ୍ଦର ସାତ ପୁଅକୁ ସାତ ବୋହୂ । ରୂପରେ ଗୁଣରେ କେହି କାହାକୁ ଊଣା ନଥିଲେ । ଦଇବ ଯୋଗ, କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣିବ ତେଣିକି ଯାଇ । ଦଇବ ଯୋଗକୁ ସେ ଘରେ ଆସି ହାଡବାଇଟିଏ ବାସ କଲା । ସେ ପୁଣି ଖୁବ୍ ଦୁଷ୍ଟ ଥିଲା । ସେ ଘରେ ଥାଇ ଖୁବ୍...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ...
ଅନେକ ବର୍ଷ ତଳର କଥା । ଭଗବାନପୁର ଗାଆଁରେ ଭଜନା ସାହୁ ଭଳି ହରି ଭକ୍ତ ସେ ଗାଆଁରେ ପ୍ରାୟ ଆଉ କେହି ବି ନଥିଲେ । ନିଜ ଗାଆଁରେ କହାର ପୁଅ କିମ୍ବା ଝିଅ ଜନ୍ମ ହେବାର ଖୁସିରେ ଏକୋଇଶା ଦିନ ଭଜନ ସମାରୋହର ଆୟୋଜନ ହେଲେ ସେ ଭଜନାକୁ ଆଗ ନିମନ୍ତ୍ରଣ ରହେ । ତହୁଁ ସେ ଭଜନା ମୃଦଙ୍ଗକୁ ନିଜ କାନ୍ଧରେ ପକାଇ ତା’ ସାଙ୍ଗରେ ଭଜନ ଗାୟକମାନଙ୍କୁ ସାଙ୍ଗରେ ଧରି ସେ ଜାଗାରେ ପହଁଚି ଯାଏ । ଭଜନ କୀର୍ତ୍ତନ ହୁଏ, ଗାଆଁରେ ଲକ୍ଷ୍ମୀପୂଜା...
ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ । ଧନୀ ମହିଳାଙ୍କ ପରିବାର ସହରରେ ରହି ବ୍ୟବସାୟ କରୁଥାନ୍ତି । ଗାଁରେ...
ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା...
ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର ଅଟକିଛି ଆଉ ମୁଁ ବି ସେମିତି ଛିଡା ହୋଇଛି ।’ ତାପରେ ସାଧୁ ଜଣକ...
ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା ।...
ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ । ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ । ତାଙ୍କର ଅସୀମ ସାହସ, ଦମ୍ଭ ଆଗରେ ଇଂରେଜ ସରକାର ବି ଥରହର...
ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର ବଣିକମାନଙ୍କୁ ସାହାଯ୍ୟ କରନ୍ତି । ତୁ ତାଙ୍କୁ ଦେଖାକରି କିଛି...
ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’ ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ...
ସୁବର୍ଚ୍ଚଳାଦେବୀଙ୍କଠାରୁ ଚନ୍ଦ୍ରସେନା ଶୁଣିଲେ ଯେ ମହୀରାବଣ ବଧ ହୋଇ ସାରିଛି ଏବଂ ବର୍ତ୍ତମାନ ସେଠାକାର ରାଜା ହେଉଛନ୍ତି ମକରଧ୍ୱଜ । ଏ ଖବର ପାଇ ସେ ଅତ୍ୟନ୍ତ ଆନନ୍ଦିତ ହେଲେ; ମନ ମଧ୍ୟରେ ତାଙ୍କର କେତେ ଆଶା ଜାଗି ଉଠିଲା । ବନ୍ଦୀ ଶାଳାରୁ ମୁକ୍ତ ହେବା ପାଇଁ ମଧ୍ୟ ତାଙ୍କ ମନରେ ଆଶା ଜାଗିଲା । ସୁବର୍ଚ୍ଚଳା ଦେବୀ ତାଙ୍କୁ କହିଲେ, “ହେ ଚନ୍ଦ୍ରସେନା, ତମେ ଧନ୍ୟ । ମହୀରାବଣର ସଂହାର ପରେ ପରେ ଶ୍ରୀରାମ...
ଜଣେ ଲୋକର ଦୁଇଟି ସ୍ତ୍ରୀ ଥିଲେ ଜଣେ ବୁଢୀ ଓ ଜଣେ ଯୁବତୀ । ସେ ଲୋକଟି ଯେତେବେଳେ ଯୁବତୀ ସହିତ ବୁଲିଯାଉଥିଲେ, ସେତେବେଳେ ସେ ଯୁବତୀ ସ୍ତ୍ରୀଟି ଲୋକଟିର ଧଳା ବାଳସବୁ ଉପାଡି ଦେଉଥିଲେ । କାରଣ ଧଳା ବାଳ ଗୁଡିକ ଥିଲେ ସେ ଲୋକଟି ଯୁବତୀ ସ୍ତ୍ରୀଙ୍କ ବାପ ପରି ଦିଶୁଥିଲେ । ହେଲେ ବୁଢୀ ସହିତ ବାହାରକୁ ଗଲାବେଳେ ସେ ବୁଢୀଟି ଏ ଲୋକଟିର ସବୁ କଳା ବାଳ ଉପାଡି ଦେଉଥିଲେ । କାରଣ ସେ ଲୋକଟି ଯେପରି ବୁଢୀଙ୍କ ପୁଅ ପରି ନ ଦିଶନ୍ତି ।...
ଧର୍ମର ମହିମା ବଖାଣି ଦେଶବିଦେଶେ ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ । ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ ଆଧ୍ୟାତ୍ମିକ ନେତା ଥିଲେ । ୧୮୯୩ ମସିହା ସେପ୍ଟେମ୍ବର ମାସରେ...
ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା । ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା ହେଉଛନ୍ତି ସାକ୍ଷାତ୍ ଭଗବାନ୍ । ସେଥିରେ ସେ ରାଜା ଅତ୍ୟନ୍ତ ଗର୍ବରେ...
ପାର୍ବତୀଙ୍କ ପୁତ୍ର ଆନନ୍ଦର ବିଭାଘର ପ୍ରସ୍ତାବ ସ୍ଥିରୀକୃତ ହେବା ସମ୍ବାଦରେ ଅନସୂୟା ଖୁବ୍ ମର୍ମାହତ ହେଲେ । ସେ ତାଙ୍କଘରେ ଭଡାରେ ରହୁଥିଲେ । ଶେଷରେ ବିବାହର ଶୁଭଦିନଟି ଆସି ପହଁଚିଲା । ବାହାର ବିବାହମଣ୍ଡପରୁ କୋଳାହଳ ଶୁଭୁଥାଏ । ବାଦ୍ୟବାଜୁ ଥାଏ । ଛୋଟପିଲାମାନେ ଖୁସିରେ ଧାଁ ଦଉଡ କରୁଥାନ୍ତି । ଏସବୁ ଘଟଣା ଅନସୂୟାଙ୍କ ଦୁଃଖି ମନକୁ ଆହୁରି ଭାରାକ୍ରାନ୍ତ କରି ଦେଉ ଥାଏ । ପଲଙ୍କ ଉପରେ ଶୋଇରହି...
ମହେନ୍ଦ୍ର ଓ ବସନ୍ତ ଦୁଇ ପ୍ରତିବେଶୀ ଥିଲେ । ମହେନ୍ଦ୍ର ଦୋକାନଟିଏ କରିଥାଏ । ସେ କାହାଠୁଁ ବେଶି ଲାଭ ନିଏ ନାହିଁ କି ଭେଜାଲ୍ ବିକେ ନାହିଁ କି କାହାକୁ ବି ସେ କେବେବି ଠକେ ନାହିଁ । କିନ୍ତୁ ତାହା ବୋଲି ସେ ବିନା ଲାଭରେ କାହାରି ପାଇଁ କିଛି କରିବ, ସେଭଳି ଦୃଷ୍ଟାନ୍ତ ବି ନଥାଏ । ବସ୍ତୁତଃ ସର୍ବଦା ସେ ଖୋଲା ଖୋଲି ଭାବେ କହୁଥାଏ, “ମୁଁ ବିନା ଲାଭରେ କେବେ ବି କିଛି କରେ ନାହିଁ!” ସେଥିରେ ବସନ୍ତ କହୁଥାଏ...
ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା...
ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ...
ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...