ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ । ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା । ତେଣୁ ସେ ଅତ୍ୟନ୍ତ ଅୟସରେ ବଢିଛି । କାମ ଦାମ କିଛି କରେ ନାହିଁ...
(ରୂପଧର ସୁକେଶିନୀଙ୍କ ନିକଟରେ ଅତିଥି ହୋଇ କିଛିଦିନ ରହିଲେ । ତାଙ୍କର ସହଯୋଗ ଫଳରେ ସେ ସ୍ୱଦେଶ ଲେଉଟିଲେ । ସୁକେଶିନୀଙ୍କ କଥା ମାନି ସେ ଯମଲୋକ ଗଲେ । ସେଠାରେ ତାଙ୍କ ମାତାଙ୍କ ପ୍ରେତାତ୍ମାଙ୍କ ସହିତ କଥାବାର୍ତ୍ତା ହେଲା । ତାଙ୍କଠାରୁ ସେ ପରିବାରର ସମସ୍ତଙ୍କ ବିଷୟରେ ଖବର ପାଇଲେ । ତା’ପରେ ଆଗକୁ ପଢନ୍ତୁ…) ରୂପଧର ଯେତେବେଳେ ତାଙ୍କ ମା’ଙ୍କ ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ...
(ଅଶୋକ ତାଙ୍କ ପିତାଶ୍ରୀ ବିନ୍ଦୁସାରଙ୍କ ଆଦେଶ ପାଳନ କରି ଅବନ୍ତୀର ରାଜଧାନୀ ଉଜ୍ଜୟିନୀ ଅଭିମୁଖେ ଯାତ୍ରା କଲେ । ସେହି ଦିନ ସାୟଂ କାଳରେ ସେ ପଥ ମଧ୍ୟରେ ବିଦିଶା ଘାଟୀରେ ବିଶ୍ରାମ ନେବାର ନିଷ୍ପତି ନେଲେ । ପର ଦିନ ପ୍ରାତଃ କାଳରେ ପ୍ରକୃତିର ଅପରୂପ ଶୋଭା ସଂଦର୍ଶନ ଲାଳସାରେ ଅଗ୍ରସର ହେଉଥିବା ଅଶୋକ ଏକ ଗଭୀର ଗର୍ତ୍ତ ମଧ୍ୟରେ ନିପତିତ ହେବାର ଠିକ୍ ପୂର୍ବ ମୁହୂର୍ତ୍ତରେ ତାଙ୍କୁ ଶାକ୍ୟନାୟକ- ପୁତ୍ରୀ ବିଦିଶା ରକ୍ଷା କଲେ ।...
ପ୍ରତିବର୍ଷ ପରି ଏଥର ମଧ୍ୟ ହରିପୁର ଗ୍ରାମରେ ଚିତ୍ର ପ୍ରଦର୍ଶନୀ ଖୋଲାଯାଇଥାଏ । ଏହି ପ୍ରଦର୍ଶନୀରେ ଯୋଗ ଦେବା ପାଇଁ ଦେଶର ବହୁ ପ୍ରସିଦ୍ଧ ଚିତ୍ରକର ଆସିଥାନ୍ତି । ତତ୍ ସହିତ ଅନେକ ନୂତନ ଓ ଅଳ୍ପ-ପ୍ରସିଦ୍ଧ ଚିତ୍ରକର ମଧ୍ୟ ସେମାନଙ୍କର ଚିତ୍ର ସମ୍ଭାର ସହ ସେ ପ୍ରଦର୍ଶନୀରେ ଭାଗ ନେଇଥାଆନ୍ତି । ଦେଶର ପ୍ରାୟ ସବୁ ଅଂଚଳର ଚିତ୍ରକର ଏହି ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ଭାଗ ନେଉଥିବାରୁ, କଳାପ୍ରେମୀ...
ଥରେ ରାଜା ଆକବର ଘୋଷଣା କଲେ ଯେ, “ରାଜ ପ୍ରାସାଦର ପାଚେରୀ କଡରେ କେହି ବିଶ୍ରାମ ନେବେ ନାହିଁ ।” ରାଜାଙ୍କର ଏହି ଘୋଷଣା ଚାରିଆଡେ ପ୍ରଚାର କରିଦିଆଗଲା । ମହାରାଜ ଏହି କଥା ଘୋଷଣା କଲେ କେବଳ ଚାରିଆଡେ ବୁଲି ବୁଲି ଭିକ୍ଷା ମାଗୁଥିବା ସନ୍ନ୍ୟାସୀ ମାନଙ୍କ ପାଇଁ । ସେମାନେ ଚାରିଆଡେ ବୁଲି ବୁଲି କ୍ଳାନ୍ତ ହୋଇଗଲେ । ରାଜ ପ୍ରାସାଦର ପାଚେରୀ କଡରେ ଥଣ୍ଡା ହେଉଥିବାରୁ ସେଠାରେ ବିଶ୍ରାମ ନିଅନ୍ତି । ରାଜାଙ୍କର ଏହି ଘୋଷଣା ଭିକ୍ଷୁକ...
ବିଳାସପୁରରେ ଗୁରୁଦତ ନାମକ ଜଣେ ଧନୀବ୍ୟକ୍ତି ଥା’ନ୍ତି । ଥରେ ସେ ରୋଗରେ ପଡି ଶଯ୍ୟାଶାୟୀ ହେଲେ । ଅନେକ ବୈଦ୍ୟ ଚେଷ୍ଟା କଲେ ମଧ୍ୟ କୌଣସି ଫଳ ହେଲା ନାହିଁ । ଦିନେ ସେ ବୈଦ୍ୟ ଜଗଦୀଶଙ୍କୁ ପାଖକୁ ଡାକି କହିଲେ, “ବୈଦ୍ୟରାଜ, ମୁଁ ତ ଆଜିପର୍ଯ୍ୟନ୍ତ କୌଣସି ପୁଣ୍ୟକାର୍ଯ୍ୟ କରିନାହିଁ । ଏବେ ମୁଁ ଉପଲବ୍ଧି କରୁଛି ଯେ, ମୃତ୍ୟୁ ପରେ ମୋର ନରକ ଭୋଗହିଁ ଯାହା ସାର ହେବ ।” ବୈଦ୍ୟ ଜଗଦୀଶ ସବୁ...
ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ । ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ । ତାଙ୍କର ଅସୀମ ସାହସ, ଦମ୍ଭ ଆଗରେ ଇଂରେଜ ସରକାର ବି ଥରହର...
କୁମାର ଥିଲା ରାଘବର ପୁଅ । ବାପ ତା’ ପୁଅକୁ ଟିକିଏ ହେଲେ ମଧ୍ୟ ଭଲପାଏ ନାହିଁ । କୁମାର ଯେତେ କାମ କରେ, ରାଘବ ଅଧିକରୁ ଅଧିକ କାମ ତା’ ମୁଣ୍ଡରେ ଲଦିଦିଏ । କୁମାର ବିଚରା ଖଟି ଖଟି ସବୁ କାମ କରେ, କିନ୍ତୁ ଥରେ ହେଲେ ମଧ୍ୟ ସେ ତା’ ବାପାଠାରୁ କେବେବି ପ୍ରଶଂସା ପାଏ ନାହିଁ । ତାଙ୍କ ଗ୍ରାମରେ କାନ୍ତା ନାମକ ଗରିବ ଝିଅଟିଏ ଥାଏ । ସେ ଝିଅଟି ବଡ ଭଲ ଓ ସୁନ୍ଦର କାମ ଦାମ କରେ । କୁମାର ଭାବିଲା ଏଇ ଝିଅଟିକୁ ବିବାହ କଲେ ତା’ର...
ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ...
ପ୍ରିୟନାଥ ଓ ସୁପ୍ରିୟା ସ୍ୱାମୀ ସ୍ତ୍ରୀ ଥିଲେ । ସେମାନଙ୍କ ନାମରେ ଯେପରି ସାମଞ୍ଜସ୍ୟ ଥିଲା, ସ୍ୱଭାବରେ ବି ସେହିପରି ଥିଲା । ସେମାନଙ୍କ ସ୍ୱଭାବର ଯାହା ବିଶେଷତ୍ୱ, ତାହା ବିବାହ ପରେ ପରେ ଉଭୟଙ୍କ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା । ତାହା ଏହି ପ୍ରକାରେ ଘଟିଥିଲା; ସେଦିନ ପ୍ରିୟନାଥ ଓ ସୁପ୍ରିୟା ସେମାନଙ୍କର ଜଣେ ବନ୍ଧୁବାନ୍ଧବଙ୍କ ଘରେ ବାହାଘର ଯୋଗୁଁ ଉପହାର ରୂପେ ପଠାଇବା ନିମନ୍ତେ ଖଣ୍ଡିଏ ଶାଢୀ କିଣିବା...
ବସ୍ତରର ଅମୀର ଶେଖ ହସନ୍ ଜଣେ କୁଶଳୀ ଶାସକ ଥିଲେ । ଦିନେ ସହରର କଟୁଆଳ ଜଣେ ଯୁବକକୁ ଧରି ଆଣି ତାଙ୍କ ପାଖରେ ପହଁଚି କହିଲା, “ହଜୁର! ଏଇ ସଲୀମ ନାମକ ଯୁବକ ଜଣେ ବୁଦ୍ଧିମାନ ଚୋର । ଖୁବ୍ ଯୋର ବର୍ଷା ହେଉଥିବା ବେଳେ ସେ ଆମ ସହରର ଧନୀ ବ୍ୟକ୍ତି ଦାଉଦ୍ ଖାଁ ଘରେ ପଶି ଚୋରୀ କରୁଥିଲା । ଧରା ପଡିଛି ।” ଅମୀର ଯୁବକ ଆଡକୁ ଚାହିଁ ଦେଖିଲେ ଯେ ତା’ ଚେହେରାରେ ଚୋରର କୌଣସି ଲକ୍ଷଣ ନାହିଁ । ବରଂ ଖୁବ୍ ସୁସଂସ୍କୃତ...
(ଗ୍ରୀକ୍ମାନେ ଟ୍ରୋୟ ନଗରୀକୁ ଦଶବର୍ଷ ଧରି ଘେରି ରହିଥିଲେ । ଏହି ଦଶବର୍ଷ ମଧ୍ୟରେ ଦୁଇପକ୍ଷର ଅନେକ ଯୋଦ୍ଧା ମରିସାରିଥିଲେ । ଏହାର ମୂଳ କାରଣ ହେଉଛନ୍ତି ଭୂବନସୁନ୍ଦରୀ । ଗ୍ରୀକ୍ ପକ୍ଷର ମୃତ ପ୍ରସିଦ୍ଧ ଯୋଦ୍ଧା ହେଲେ ବଜ୍ରକାୟ ଓ ଭୂଧବ । ଟ୍ରୋଜନ୍ର ମୃତ ପ୍ରସିଦ୍ଧ ଯୋଦ୍ଧା ମାନଙ୍କ ମଧ୍ୟରେ ବୀରସିଂହ ଓ ମୋହନ; ମୋହନଙ୍କ ମୃତ୍ୟୁ ପରେ ଅରିଭୟଙ୍କର ଭୂବନସୁନ୍ଦରୀଙ୍କ ଇଚ୍ଛା ବିରୁଦ୍ଧରେ ସେ ତାଙ୍କୁ ବିବାହ କଲେ । ରୂପଧର ଗ୍ରୀକ୍...
ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?
ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।
ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ । ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ...
ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ ଶାନ୍ତଶିଷ୍ଟ ସ୍ୱଭାବର ଥିଲା । କିଛି ଦିନପରେ ଏଇ ଛୋଟ ଝିଅଟିର...
ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।” “ମାଲିକ ସେଇଟି ସାଧାରଣ ସାପ ନୁହେଁ, ହଳଦୀ ରଙ୍ଗର ବିଷଧର ସାପ । ମୋ ପକ୍ଷରେ...
କ୍ରୁର ରାଜା କବଳରୁ ଖସିଯାଇ ସୁବର୍ଣ୍ଣ ପ୍ରତିମାରେ ଜୀବନ୍ୟାସର ରହସ୍ୟ ସନ୍ଧାନରେ ରାଜୁ ଏକ ପରେ ଏକ ଅଦ୍ଭୁତ ମୁଲକ ଅତିକ୍ରମ କରୁଥାଏ ଓ ନୂଆ ନୂଆ ଅଭିଜ୍ଞତା ଲାଭ କରୁଥାଏ । ଏଣେ ଅଧୈର୍ଯ୍ୟ ହୋଇ ରାଜା ଜଣେ ଧୂର୍ତ୍ତ ଯାଦୁକର ସାହାଯ୍ୟରେ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା କରୁଥାନ୍ତି । ତା’ପରେ… ରାଜା ପ୍ରଭାତରେ ସମସ୍ତ ମନ୍ତ୍ରୀ ଓ ଅତିଜ୍ଞାନୀ ଅମାତ୍ୟମାନଙ୍କୁ ଡକାଇ ଘୋଷଣା କଲେ, “ତମ ସମସ୍ତଙ୍କୁ ଆମ୍ଭ ସହ...
ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ ଛିଡା ହୋଇ ଆଉ ଗୋଟିଏ ଡାଳକୁ ହାଣୁଛି ଠିକ୍ ଏହି ସମୟରେ ତା...
କୋଶଳ ଦେଶର ରାଜା ଶୈଳପ୍ରତାପ ଦିନେ ତାଙ୍କ ବିଦୂଷକ କିଶୋର ଉପରେ ରାଗିଗଲେ । କାରଣ ରାଜା ଯାହା କହନ୍ତି, କିଶୋର ତା’ର ବିପରୀତ କଥା କହେ । ରାଜା ଆଦେଶ ଦେଲେ “ତମେ ମୋ ଦରବାର ଛାଡି ଏହିକ୍ଷଣି ବାହାରି ଯାଅ! ତୁମେ ତୁମ ମୁହଁ ମୋତେ ଆଉ ମୋଟେ ଦେଖାଇବ ନାହିଁ ।” ଏହାପରେ ବିଦୂଷକ “ଯେ ଆଜ୍ଞା!” କହି ଅଭିବାଦନ କରି ସଙ୍ଗେ ସଙ୍ଗେ ସେଠାରୁ ବାହାରିଗଲା । ସେଦିନ ଜଣେ ସାମନ୍ତ ରାଜାଙ୍କ...
କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ । ତୁମମାନଙ୍କ ଘରେ ତ ସୁନାଗହଣାମାନ ଥିବ । ଆମ ମାଆ ଭଉଣୀମାନେ ସୁନାଗହଣା ପିନ୍ଧିବାପାଇଁ...
ଜଗାର ଏକମାତ୍ର ଭଉଣୀ ସୁଭଦ୍ରା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଭାଇ ଭଉଣୀ ଦୁହେଁ ଦୁଃଖେ ସୁଖେ ରହିଥା’ନ୍ତି । ଜଗା, ସୁଭଦ୍ରାକୁ ଖୁବ୍ ଭଲ ପାଏ । ଜଗାର ସ୍ତ୍ରୀ ଜାନକୀ ମଧ୍ୟ ସୁଭଦ୍ରାକୁ ଖୁବ୍ ଭଲ ପାଆନ୍ତି । ଭାଇ ଭାଉଜଙ୍କ ଶ୍ରଦ୍ଧାରେ ସେ ସୁଭଦ୍ରା ଅତ୍ୟନ୍ତ ଖୁସିରେ ଥାଏ । ଜଗାର ଭାରି ଇଚ୍ଛା ସୁଭଦ୍ରାକୁ ଭଲ ପାତ୍ରଟିଏ ଦେଖି ବିବାହ ଦେବ । ଭୋଗ ଅପେକ୍ଷା ତ୍ୟାଗର ମୂଲ୍ୟବୋଧକୁ ସେ ସୁଭଦ୍ରା ତା’...
ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ । ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ ତା’ର ମନଜାଣି, ତା’ର ସମସ୍ୟାର ସମାଧାନ କରି ଦେଇଥା’ନ୍ତି ।...
ଯେଉଁ ପର୍ବତ ଉପରେ ମୁନି ସଦାନନ୍ଦ ଠିଆ ହୋଇଥିଲେ ସେଠାରୁ ସୂର୍ଯ୍ୟୋଦୟ ଅତି ଚମତ୍କାର ଦିଶୁଥାଏ । ଉଦୟ ସୂର୍ଯ୍ୟଙ୍କର କିରଣଜାଲ ବରଫାବୃତ ପର୍ବତ ଶିଖର ଉପରେ ପ୍ରତିବିମ୍ବିତ ହେବାରୁ ତାହା ଅତୀବ ରମଣୀୟ ହୋଇ ଉଠିଥାଏ । ପର୍ବତ ତଳକୁ ସୁନ୍ଦର ନଦୀ ବହି ଯାଉଥାଏ । ମୁନି ସଦାନନ୍ଦ ପ୍ରକୃତିର ଏହି ଅପୂର୍ବ ଶୋଭାକୁ ନିରୀକ୍ଷଣ କରୁ କରୁ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଉଠିଲେ । ଏସବୁ ଦେଖି ତା’ପରେ ସେ ନିଜକୁ କହିଲେ, “ଇଶ୍ୱରଙ୍କର...
ଦକ୍ଷଶିଳା ନଗରୀ । ସେହି ନଗରୀରେ ରାଜା ଥିଲେ ଦକ୍ଷଦତ୍ତ । ସେ ରାଜା ଖୁବ୍ ପ୍ରଜାବସିଳ ଥିଲେ । ତାଙ୍କର ରାଜୁତି ସମୟରେ ପ୍ରଜାମାନେ ବେଶ୍ ଆନନ୍ଦରେ ସମୟ ଅତିବାହିତ କରୁଥାଆନ୍ତି। ହଠାତ୍ ରାଜକୁମାରଙ୍କୁ ଗୋଟିଏ ବିଷାକ୍ତ ସର୍ପ ଦଂଶନ କରିଦେଲା । ରାଜାପୁଅ ଆଉ ବଞ୍ଚିଲା ନାହିଁ । ସେ ତତ୍କ୍ଷଣାତ୍ ମରିଗଲା । ପୁତ୍ର ଶୋକରେ ରାଜାରାଣୀ ଦୁହେଁ ଭାଙ୍ଗି ପଡ଼ିଲେ । ରାଜକୁମାରଙ୍କର ମୃତ୍ୟୁ ହେବାର ସମ୍ବାଦ ସଙ୍ଗେ...
ଗୋଟିଏ ଗ୍ରାମରେ ଶକୁ ନାମରେ ସ୍ତ୍ରୀଲୋକଟିଏ ଥାଏ । ସେ ବଡ କଞ୍ଜୁସ୍ । ତା’ ବିଷୟରେ ଲୋକେ କଞ୍ଜୁସ୍ ବୋଲି କହିଲେ ସେ ସେମାନଙ୍କ କଥା ମୋଟେ ମାନେନାହିଁ; ଓଲଟି କୁହେଯେ ସେ ମିତବ୍ୟୟି । ଶକୁ ବହୁଦିନୁ ବିଧବା । ତା’ର ଗୋଟିଏ ବୋଲି ପୁଅ ଶ୍ୟାମକୁ ପାଳି ପୋଷି ସେ ବଡ କଲା । ଏବେ ସୁନ୍ଦରୀ ସୁଲକ୍ଷଣୀ ବୋହୁଟିଏ ପାଇଁ ସେ ଚାରିଆଡେ ତା’ଆଖି ବୁଲାଇଲା । ଶକୁର ବହୁତ ଧନ ଥାଏ ହେଲେବି ସେ ଭାରି କଞ୍ଜୁସ୍ । ସେଥିପାଇଁ ଅନେକ ଲୋକ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତା’ପରେ...
“ଆୟରଲ୍ୟାଣ୍ଡର ଘଟଣାଟି ଥିଲା ଚକିତ ଲାଗିବ ଶୁଣିଲେ କାନେ ପୁରସ୍କାର ବିତରଣ ଚାଲିଥାଏ ଏକ ବିଦ୍ୟାଳୟ ପ୍ରାଙ୍ଗଣେ ଦିନେ । ଉତ୍ସବ ଶେଷରେ ଅତିଥି କହିଲେ ପିଲା ମଧ୍ୟେ ଯିଏ ଖରାପ ଅତି ଖରାପ ନ ଭାବି ମୋ’ ପାଖକୁ ଆସି ପୁରସ୍କାର ନେଇଯାଅ ଝଟତି । ଶୁଣୁ ଶୁଣୁ ଏହା ଦୁଷ୍ଟ ପିଲାଟିଏ ଅତି ନିର୍ଭୟରେ ଚଢିଲା ମଂଚ କହିଲା ସ୍କୁଲର ବଡ ଦୁଷ୍ଟ ମୁହିଁ କହୁ ନାହିଁ ଜମା ତିଳେ ହେଁ ମିଛ । ଅତିଥି କହିଲେ ଏହିଭଳି ସତ୍ୟ କହିଲେ ହୁଅନ୍ତି ବଡମଣିଷ...
ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା? ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ...
ଶ୍ରୀରାମ ଯେତେବେଳେ ରଥ ଉପରେ ବସି ବାଣ ବର୍ଷଣ କରିବାକୁ ଲାଗିଲେ, ସେତେବେଳେ ରାବଣ କ୍ରୋଧରେ ଜର୍ଜରିତ ହେଲା ଓ ଗନ୍ଧର୍ବାସ୍ତ୍ର ପ୍ରୟୋଗ କଲା । ତାକୁ ଶ୍ରୀରାମ ନିଜର ଶକ୍ତିଶାଳୀ ବାଣ ଦ୍ୱାରା ଖଣ୍ଡବିଖଣ୍ଡ କଲେ । ତା’ପରେ ସେ ଦେବାସ୍ତ୍ର ପ୍ରୟୋଗ କଲା । ତାକୁ ମଧ୍ୟ ଶ୍ରୀରାମ ନିଜ ବାଣରେ କାଟିଲେ । ଏଥର ରାବଣ ଅତିଭୟାନକ ରାକ୍ଷସାସ୍ତ୍ରର ପ୍ରୟୋଗ କଲା । ସେହି ଅସ୍ତ୍ର ମଧ୍ୟରୁ ଅସଂଖ୍ୟ ସର୍ପ ବାହାରିଲେ ଓ...
ଯେଉଁ ଲୋକ ଅପର ପାଖରୁ ଜିନିଷ ପତ୍ର ଆଣି ନଦିଏ ତାହାକୁ କହନ୍ତି ଫାଙ୍କି ବାଜ ଓ ଦୁଆଳିଆ । ସେ ଲୋକକୁ କେହି ହେଲେ ମଧ୍ୟ ବିଶ୍ୱାସ କରି ଜିନିଷ ପତ୍ର କିମ୍ବା ଟଙ୍କା ପଇସା ଧାର ଉଧାର ଦିଅନ୍ତି ନାହିଁ । ଏହି ଫାଙ୍କି ବାଜ ଭିତରୁ ଗୋପାଳ ଥିଲେ ଜଣେ । ସେ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା । ଲୋକ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ ତାଙ୍କ ପାଖରେ ମିଛ ଆପତ୍ତି କରି ଭାଣ୍ଡାମି ବୁଦ୍ଧିରେ ତାକୁ...
ଜଣେ ଲୋକର ଦୁଇଟି ସ୍ତ୍ରୀ ଥିଲେ ଜଣେ ବୁଢୀ ଓ ଜଣେ ଯୁବତୀ । ସେ ଲୋକଟି ଯେତେବେଳେ ଯୁବତୀ ସହିତ ବୁଲିଯାଉଥିଲେ, ସେତେବେଳେ ସେ ଯୁବତୀ ସ୍ତ୍ରୀଟି ଲୋକଟିର ଧଳା ବାଳସବୁ ଉପାଡି ଦେଉଥିଲେ । କାରଣ ଧଳା ବାଳ ଗୁଡିକ ଥିଲେ ସେ ଲୋକଟି ଯୁବତୀ ସ୍ତ୍ରୀଙ୍କ ବାପ ପରି ଦିଶୁଥିଲେ । ହେଲେ ବୁଢୀ ସହିତ ବାହାରକୁ ଗଲାବେଳେ ସେ ବୁଢୀଟି ଏ ଲୋକଟିର ସବୁ କଳା ବାଳ ଉପାଡି ଦେଉଥିଲେ । କାରଣ ସେ ଲୋକଟି ଯେପରି ବୁଢୀଙ୍କ ପୁଅ ପରି ନ ଦିଶନ୍ତି ।...
ତେନାଲୀରାମା ଜାଣିଥିଲେ ଯେ ରାଜା କୃଷ୍ଣଦେବ ରାୟ ବୁଦ୍ଧିମାନ ଏବଂ ଗୁଣବାନ୍ ବ୍ୟକ୍ତିଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରନ୍ତି । ତେଣୁ ସେ ଥରେ ଭାବିଲେ, ରାଜାଙ୍କ ଦରବାରକୁ ଯାଇ ସେ ବା କାହିଁକି ଏହି ସମ୍ମାନର ଭାଗୀଦାର ନ ହୋଇପାରିବେ । କିନ୍ତୁ କୌଣସି କାମ ନଥାଇ ରାଜାଙ୍କ ପାଖକୁ ସେ ଯିବେ ବା କିପରି? ଏହି କଥା ଚିନ୍ତା କରିକରି ସେ ସୁଯୋଗ ଅପେକ୍ଷାରେ ରହିଲେ । ଏହି ସମୟ ମଧ୍ୟରେ ତେନାଲୀରାମାଙ୍କ ବିବାହ...
ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି ଗଲା । ରାଜ କୁମାରୀ ଜାଣିଛି ୟେ କେବେ...