ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବକ ଜାତକ

ଏକ ବଣରେ ଗୋଟିଏ ଛୋଟ ପୋଖରୀ ଥିଲା । ପୋଖରୀଟି ନିର୍ମଳ ପାଣିରେ ଭରିରହିଥିଲା । ସେଥିରେ ଅନେକ ପଦ୍ମଫୁଲ ଫୁଟିଥିବାରୁ ଭାରି ସୁନ୍ଦର ଦେଖାଯାଉଥିଲା । ପୋଖରୀ କୂଳରେ ବରଗଛଟିଏ ରହିଥିଲା । ଏଇ ଗଛଟିର ଦେବତା ଥିଲେ ବୋଧିସତ୍ୱ । ସେ ସେଇ ଗଛରେ ରହୁଥିଲେ ।        ଖରାଦିନ ହେଲା । ପୋଖରୀରୁ ପାଣି ଶୁଖିଆସିଲା । ପାଣି କମିଯାଉଥିବା ଦେଖି ମାଛମାନେ ବଡ ବିକଳ ହେଲେ । ସେମାନେ ଭାବିଲେ – ଯଦି ପାଣି ଶୁଖିଯାଏ, ତେବେ ଆମେ...

Read More

ମୂଲ୍ୟ

ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା ମୁଁ ଗାଡି ଖୋଜୁଥିଲି । ବହୁତ ବେଳୁ ଖାଲି ଗାଡିଟିଏର ଅପେକ୍ଷା...

Read More

ବିଶ୍ୱସ୍ତ ଭୃତ୍ୟ

ରାଜା ବିକ୍ରମ ପୁଣି ଥରେ ବେତାଳକୁ ନିଜ ଅକ୍ତିଆରକୁ ଆଣି କାନ୍ଧ ଉପରେ ପକାଇ ଚାଲିଲେ । ଏହା ଦେଖି ବେତାଳ କହିଲା- “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ ମୁଁ ତୁମକୁ ଆଉ ଏକ କାହାଣୀ କହୁଛି, ଶୁଣ ।”        ...

Read More

ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି

ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି     ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି ।     ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ     ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ ।     ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି     ଦେଶକୁ ଶାସନ କରନ୍ତି ସିନା ସେ ଗରିବ ଚଳଣି ତାଙ୍କର ଭାଇ ।                 ଶୁଣିଲେ...

Read More

ତାଜା ମିଠାଇ

ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।” ବୀର କହିଲା “ଆଜ୍ଞା ହଁ...

Read More

କିଏ ହେବ ବନ୍ଧୁ?

 ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର ଆକାର ଦେଖି ସିଂହ ବି ଡରିଗଲା । ହାତୀ ସହିତ ଶତ୍ରୁତା କଲେ...

Read More

ବିଦ୍ୟା ଅଟଇ ମହାଧନ

ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ ବାଧ୍ୟ । ସେମାନଙ୍କ ଅଜ୍ଞାତରେ ହେଲେ ମଧ୍ୟ କିଛି ସମୟ ପାଇଁ...

Read More

ବିଚିତ୍ର ଅନୁଭୂତି

ଉଦୟଭାନୁ ନାମକ ଏକ ବ୍ୟବସାୟୀ ବଜ୍ରନାଭ ଗ୍ରାମରେ ରହୁଥିଲେ । ତାଙ୍କର ଯୁବକ ବୟସ, ଏହି ସମୟରେ ପିତାଙ୍କର ଦେହାନ୍ତ ହୋଇ ଯିବାରୁ ଘରର ଓ ବ୍ୟବସାୟର ସମସ୍ତ ଦାଇତ୍ତ୍ଵ ତାଙ୍କ ଉପରେ ପଡିଲା ।                 ଏବେ ତାଙ୍କ ସମ୍ମୁଖରେ ଏକ ସମସ୍ୟା । ବଡ ଭଉଣୀଙ୍କ ନଣନ୍ଦର ବାହାଘର । ଏଣେ ସ୍ତ୍ରୀ ଆସନ୍ନପ୍ରସବା । ପୁଣି ବ୍ୟବସାୟର ବ୍ୟସ୍ତତା ମଧ୍ୟ ରହିଛି । ତେଣୁ ବାହାଘରକୁ ନଯିବା ପାଇଁ ସେ ମନସ୍ଥ କଲେ । ତାଙ୍କ ସ୍ତ୍ରୀ...

Read More

ନଳପାନ ଜାତକ

ଏକ ବଣରେ ଗୋଟିଏ ବଡ ପୋଖରୀ ଥିଲା । ସେଇ ପୋଖରୀରେ ଗୋଟିଏ ରାକ୍ଷସ ରହୁଥିଲା । କୌଣସି ଜୀବ ପାଣି ପିଇବାକୁ ପୋଖରୀକୁ ଗଲେ ରାକ୍ଷସ ତାକୁ ଧରି ଖାଇଯାଉଥିଲା ।        ସେତେବେଳେ ବୋଧିସତ୍ୱ ଗୋଟିଏ ମାଙ୍କଡରୂପେ ଜନ୍ମହୋଇଥିଲେ । ସେ ମାଙ୍କଡମାନଙ୍କର ଦଳପତି ଥିଲେ । ଦଳର ମାଙ୍କଡମାନେ ତାଙ୍କ କଥା ମାନି ଚଳୁଥିଲେ ।        ଦିନେ ଦଳପତି ବୋଧିସତ୍ୱ ମାଙ୍କଡମାନଙ୍କୁ କହିଲେ – “ତୁମେମାନେ ବଣରେ ବୁଲି ଫଳ ଖାଉଚ ଓ ପୋଖରୀରୁ ପାଣି...

Read More

ବିଷବୃକ୍ଷ

ପାଟଣାଗଡ ରାଜ୍ୟରେ ମହାରାଜା ବିଷ୍ଣୁବର୍ଦ୍ଧନ ଶାସନ କରୁଥା’ନ୍ତି । କୁମାର ରାଜବର୍ଦ୍ଧନ ହେଲେ ତାଙ୍କର ଏକମାତ୍ର ପୁତ୍ର । ସେ ସର୍ବଦା ରାଜକାର୍ଯ୍ୟରେ ବୃଦ୍ଧ ପିତାଙ୍କର ସହାୟତା କରୁଥା’ନ୍ତି । ଥରେ ରାଜା କୁମାରଙ୍କୁ ତାଙ୍କ ରାଜବଂଶର ଓ ରାଜ୍ୟର ଇତିହାସ ପଢି ଶୁଣାଉଥା’ନ୍ତି । ସେଥିରେ ଲେଖା ଅଛି ଯେ, “ରାଜ୍ୟର ଉତ୍ତର ଦିଗରେ ଥିବା ବନ ମଧ୍ୟରେ ଗୋଟିଏ ବିଷବୃକ୍ଷ ଅଛି । ତା’ର ବିଶେଷତ୍ୱ ଏହି ଯେ ତା’ ମୂଳରେ କେହି ଛିଡାହୋଇ...

Read More

ଯାହା ହୁଏ ତାହା ମଙ୍ଗଳ ପାଇଁ

ଦିନକର କଥା । ସମ୍ରାଟଙ୍କର ସେଦିନ ଖୁବ୍ ଇଚ୍ଛା ହେଲା ଯେ, ଅରଣ୍ୟକୁ ଶିକାର କରିବାକୁ ଯିବେ । ସାଙ୍ଗରେ ବିରବଲଙ୍କୁ ମଧ୍ୟ ନେଇଗଲେ । କାରଣ ବିରବଲଙ୍କୁ ସଙ୍ଗରେ ନ ନେଲେ ସମ୍ରାଟଙ୍କର କୌଣସି କାର୍ଯ୍ୟ ସହଜ ଆଉ ଆନନ୍ଦରେ ହୋଇନଥାଏ । ସେଦିନ ଅରଣ୍ୟରେ ପହଁଚିବା ପରେ କୌଣସି କାରଣରୁ ସମ୍ରାଟ୍ ନିଜର ଅସାବଧାନତା ଯୋଗୁଁ ନିଜର ଖଣ୍ଡା ଧାରରେ ନିଜ ହାତର କାଣି ଆଙ୍ଗୁଠି ଗୋଟିକ କାଟି ପକାଇଲେ ।          ଅଙ୍ଗୁଳିଟି କଟିଯିବାରୁ...

Read More

ପ୍ରତିଶୋଧ

ଗୋଟିଏ ବିରୁଡି ସାପର ମୁଣ୍ଡ ଉପରେ ବସି ସେ ସାପକୁ ବହୁତ ହଇରାଣ କଲା । ଏଥିରେ ସେ ସାପ ରାଗିଯାଇ ତାର ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ଗୋଟିଏ ଶଗଡ ଆସୁଥିବା ଦେଖି ଭାବିଲା, ଶଗଡ ତଳେ ମୁଣ୍ଡ ଦେଇ ଦେଲେ ବିରୁଡିଟା ପେଷିହୋଇ ମରିଯିବ ।                 ଏହା ଭାବି ସେ ସାପ ଶଗଡ ତଳେ ମୁଣ୍ଡ ଦେଇ ଦେଲା । ମୁଣ୍ଡ ଉପରେ ଯେଉଁ ବିରୁଡି ବସିଥିଲା ସେ ତ ଚାପି ହୋଇଗଲା, ତା’ ସାଙ୍ଗରେ ସାପର ମୁଣ୍ଡ ଚାପି ହୋଇ ସେ ସାପ ବି...

Read More

ପରିଶ୍ରମ ହିଁ ଶ୍ରେଷ୍ଠ

ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି ଦୁଃଖ ଦୁର୍ଦ୍ଦଶା ପାଇଁ କେବଳ ସେ କୃଷକଙ୍କୁ ହିଁ ବହୁତ...

Read More

ନିଃସ୍ୱାର୍ଥପର ଲୋକ

ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର ।          ବାଳକଟି କହିଲା – “ସାଧୁ ମହାଶୟ ! କ’ଣ ହେଲା?”...

Read More

ଚୋରି ଆଉ ମିଛ

       ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।        ଶେଷରେ ମହିଳା ଜଣକ ସ୍ଥିରକଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି ବୃତି ଆଦୌ...

Read More

କର୍ମ ଘେନି ଫଳ

ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି...

Read More

ଅନୁଭୂତିରୁ ଅସଲ ଜ୍ଞାନ ମିଳେ

ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ ।        ଯଦୁ ସବୁବେଳେ ମଧୁକୁ କହୁଥାଏ, “ହଇରେ, ଗୁରୁଙ୍କ କଥା ତୁ କେବେ ମନେ ରଖିବୁ? ତାକୁ ମୋ ଭଳି ଖାତାରେ ଟିପି ରଖିଲେ ସିନା ଦରକାର ବେଳେ...

Read More

ବଳ ଓ ଦୁର୍ବଳ

ଜଙ୍ଗଲରେ ରାଜା ସିଂହ ଥରେ ଗଛମୂଳେ ଶୋଇଥିଲା । ଏହି ସମୟରେ ହଠାତ୍ ସେ ଗଛ ଉପରୁ ଗୋଟିଏ ମୂଷା ସିଂହ ଉପରେ ପଡିଗଲା । ତାପରେ ସେ ମୂଷାକୁ ଧରି ସିଂହ ଖାଇ ଦେବାକୁ ବାହାରିଲା । ମୂଷା ଡରିଯାଇ ସିଂହକୁ କହିଲା, “ରାଜା! ମୋତେ ଆପଣ ଏଥରକ ଛାଡି ଦିଅନ୍ତୁ, ମୁଁ କେବେ ନା କେବେ ତମ କାମରେ ନିଶ୍ଚୟ ଆସିବି, ଏକଥା ଶୁଣି ସେ ସିଂହ କହିଲା “ତୁ ତ ଦୁର୍ବଳ ଆଉ ଏଡେଟିକେ ଜୀବ ମୋ କାମରେ କ’ଣ ଆସିବୁ? ତଥାପି ବି ମୁଁ ତୋତେ ଛାଡି ଦେଉଛି...

Read More

ଅପୂର୍ବଙ୍କ ପରାକ୍ରମ

ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା କଲା । ତା’ପରେ… ହାତୀମାନେ ଶୁଣ୍ଡରେ ପାଣି ପକାଇ...

Read More

ପକ୍ଷ ଅପସରା

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା କରି ସେ ଯାହା ବି ରୋଜଗାର କରନ୍ତି, ତାହା ଚଳିବାକୁ ତାଙ୍କୁ...

Read More

ଠକ ସହିତ ଠକାମୀ

ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।”                 ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା...

Read More

ଯମଙ୍କ ମହିଷ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ ।...

Read More

ପୁଅଙ୍କ ପାଇଁ ବୁଢାର ଧନ

ବୁଢା ମଲାବେଳେ ତା’ର ଦୁଇ ପୁଅଙ୍କୁ ଡାକି କହିଲା, “ମୁଁ ଆମ ବଗିଚାରେ ତୁମ ପାଇଁ କିଛି ଧନ ପୋତି ଦେଇଯାଇଛି ।”                 ଏହା ଶୁଣି ସେ ଦୁଇ ପୁଅ ଭାରି ଖୁସି ହୋଇଗଲେ ଓ ବୁଢା ମଲାପରେ ବଗିଚାକୁ ଖୋଳିଲେ; କିନ୍ତୁ କିଛି ବି ପାଇଲେ ନାହିଁ । ତାପରେ ବାରମ୍ବାର ବଗିଚାକୁ ଖୋଳି ଖୋଜିବାରେ ଲାଗିଗଲେ, ହେଲେ ତାକୁ କିଛି ବି ଧନ ମିଳିଲା ନାହିଁ ।                 ସେମାନେ କିଛି ଧନ ନ ପାଇ ଶେଷରେ ସେ ବଗିଚାରେ ଫସଲ କଲେ...

Read More

ଜୟ ପରାଜୟ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ବୋଧ ନକରି ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ...

Read More

ଦୁଇଟି ରାକ୍ଷସ

 ‘ଶୁଣ୍ଢ’ ଏବଂ ‘ଉପଶୁଣ୍ଢ’ ନାମକ ଦୁଇଜଣ ରାକ୍ଷସ ହଠାତ୍ ପୃଥିବୀ ପୃଷ୍ଠରେ ଉତ୍ପାତ ଆରମ୍ଭ କରିଦେଲେ । ସେମାନେ ସଂପର୍କରେ ଭାଇ ଥିଲେ । ସେମାନେ ଈଶ୍ୱରଙ୍କୁ ତପସ୍ୟା କରି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠିଲେ । ସେମାନେ ଚେଷ୍ଟା କଲେ ନିଜର ଶକ୍ତି ବଳରେ ସମସ୍ତ ରାକ୍ଷସମାନଙ୍କୁ ଜୟ କରିବା ସହିତ ତିନି ଭୁବନକୁ ମଧ୍ୟ ଜୟ କରିବେ । ରାକ୍ଷସମାନେ ଏମିତି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠନ୍ତି ସତ, ହେଲେ ଶେଷରେ ସେମାନେ...

Read More

ବିଚିତ୍ର ପୁଷ୍ପ

(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର କାରଣ ହେଉଛି ଏକ ରାକ୍ଷସ । ସେ ରାତ୍ରିରେ ସମୁଦ୍ର ମଧ୍ୟରୁ...

Read More

ମଧୁମତିଙ୍କ ପସନ୍ଦ

ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।”                 ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ବଡ ପୁଅ ହେଲେହିଁ...

Read More

ପୁରସ୍କାର – ପ୍ରୋତ୍ସାହନ

ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ । ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ ପହଁଚିଲେ । ସୁଗନ୍ଧପୁର ଗ୍ରାମର ବିଶ୍ୱାସ ନାମକ ଜଣେ ଯୁବ ଶିଳ୍ପୀ...

Read More

ଭାଗ୍ୟ

ଗୋବିନ୍ଦର ସଂସାର ଜଞ୍ଜାଳରେ ପୂର୍ଣ୍ଣ । ବାପାଙ୍କର ଦେହଖରାପ । ବଡ ଡାକ୍ତର ଆଣିବାକୁ ହେବ । ମା’ର ସର୍ବଦା ରେଶମୀ ଶାଢି ପିନ୍ଧିବାରେ ଇଚ୍ଛା । ଦୁଇ ଭଉଣୀଙ୍କର ବିବାହ ଦେବାକୁ ହେବ । ଘର ଭାଙ୍ଗିରୁଜି ଗଲାଣି । ଘରପାଇଁ କିଛି କିଛି କାମ ମଧ୍ୟ କରିବାକୁ ହେବ ।                 ଏତେଗୁଡିଏ କାମ ଠିକ୍ ଭାବରେ କରିବାକୁ ହେଲେ ଅନେକ ଟଙ୍କା ତ ଦରକାର । ହେଲେ ତା’ପାଖରେ ତ ଆଦୌ ଧନ ନାହିଁ । ତା’ର ବିବେକ, ବିଚାର ଓ ବୁଦ୍ଧି ହୁଏତ...

Read More

ରାଣ୍ଡୀପୁଅ ଅନନ୍ତା

ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଂଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ...

Read More

ସନ୍ନ୍ୟାସୀ ଏବଂ ମୂଷା

ଗୋଟିଏ ଜଂଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ । ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା । ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଂଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ । ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ । କୁଆକୁ ଦେଖି ଜାଣିପାରିଲେ ଯେ, କୁଆ ପାଟିରୁ ମୂଷାଟି ଖସି ପଡିଛି । ମୂଷାଟି...

Read More

ବହ୍ନି ଦ୍ୱୀପ

ଚିତ୍ରସେନ ଆକସ୍ମିକ ଭାବରେ ବଣ ଭିତରେ ଗୋଟିଏ ଅଜବ ଉଆସର ଅଧିକାରୀ ହେଲେ । ତାଙ୍କ ପିତା ମହାରାଜା ତାରକେଶ୍ୱର ସେ ସମ୍ବାଦ ପାଇ ସେଠାକୁ ଆସି ତାଙ୍କ ସହ ସାକ୍ଷାତ୍ କଲେ । କେବେ କୌଣସି ପ୍ରକାର ଦରକାର ପଡିଲେ ତତ୍କ୍ଷଣାତ୍ ତାଙ୍କୁ ଖବର ଦେବାକୁ ପରାମର୍ଶ ଦେଇ ସେ ତାଙ୍କଠାରୁ ବିଦାୟ ନେଲେ । ତା’ପରେ–                 ପିତା ମହାରାଜ ତାରକେଶ୍ୱରଙ୍କୁ ବିଦାୟ ଦେଇ ଚିତ୍ରସେନ ନିଜ ମନ୍ତ୍ରୀମାନଙ୍କ ସହ ପ୍ରାସାଦକୁ ଫେରି ଆସି...

Read More

ତିଳୋତମା କଥା

ବିବାହ ଶେଷ ହେଲା । ଭାନୁମତି ଚିନ୍ତା କଲେ ଏବେ ମୋ ଗୃହକୁ ପ୍ରତ୍ୟାବର୍ତନ କରିବି । ସ୍ୱାମୀ ଜାଣିଲେ ମୁଁ ଦୋଷୀ ହେବି । ଏସନ ଚିନ୍ତା କରି ମାତାପିତାଙ୍କ ପାଶରୁ ମେଲାଣି ମାଗି ବୃକ୍ଷରେ ବସିଲେ । ଯୋଗ୍ନୀମାନେ ବୃକ୍ଷକୁ ଧରି ଶୂନ୍ୟ ମାର୍ଗରେ ଉଡି ଆସିଲେ । ଖୁବ୍ ଶିଘ୍ର ନିଜ ରାଜ୍ୟରେ ପହଁଚିଲେ । ଭାନୁମତୀ ରାଣୀ ବୃକ୍ଷରୁ ଓହ୍ଲାଇ ଚାଲିବା ସମୟରେ ବିକ୍ରମାଦିତ୍ୟ ଆଗରୁ ଦଉଡି ଯାଇ ପୁଷ୍ପହାର ଓ ସୁବର୍ଣ୍ଣ ହାରକୁ ଶଯ୍ୟାତଳେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ